Category: ଭଦ୍ରକ

  • ଥମୁନି ଲୁହର ଧାର,କମୁନି ବନ୍ଧୁ-ବାନ୍ଧବଙ୍କ ଭିଡ଼, କିଏ ଭାଙ୍ଗିଲା ସୁନାସଂସାର!

    ଥମୁନି ଲୁହର ଧାର,କମୁନି ବନ୍ଧୁ-ବାନ୍ଧବଙ୍କ ଭିଡ଼, କିଏ ଭାଙ୍ଗିଲା ସୁନାସଂସାର!

    ବାପାର ଫଟୋକୁ ଧରି କାନ୍ଦୁଛି କୁନି ଝିଅ । କଁଅଳ ଆଖିରେ ଲୁହ ଧାର ଧାର। ଆଜକୁ ସାତ ଦିନ ହେବ ଘରେ ଚୁଲି ଜଳୁନି କି, ବନ୍ଧୁ ବାନ୍ଧବଙ୍କ ଭିଡ଼ ବି କମୁନି । ଘରର ରୋଜଗାରିଆ ପୁଅକୁ ହରେଇ ମାଆ ଆଖିରେ ବି ଲୁହ ଶୁଖୁନି । ମାତ୍ର ୨୫ବର୍ଷ ବୟସରେ ବିଧବା ସାଜିଥିବା ପତ୍ନୀ ଏବେ ଦୁଇ କନ୍ୟା ସନ୍ତାନଙ୍କୁ ଧରି ସତେଯେମିତି ବୋକା ପାଲଟି ଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ହରିପୁର ଗ୍ରାମରେ ।

    ସୂଚନାଅନୁସାରେ, ସ୍ୱପ୍ନା ବିଶ୍ୱାସ ଓ ବିଶୁ ବିଶ୍ୱାସ ଉଭୟ ପତି ପତ୍ନି । ସ୍ୱାମୀ ବିଶୁ ବିଶ୍ଵାସ ସମୁଦ୍ରରେ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଚଳିତ ମାସ ୩ ତାରିଖ ଦିନ ସନ୍ଧ୍ୟାରେ ୫ ହଜାର ଟଙ୍କା ନେଇ ଘରୁ ବାହାରି ଥିଲେ ବିଶୁ । ଲକ୍ଷ୍ୟ ଥିଲା ଆବଶକୀୟ ସରଞ୍ଜାମ କିଣି ବୋଟ ନେଇ ସମୁଦ୍ରକୁ ମାଛ ଧରିବାକୁ ଯିବେ । ହେଲେ ଚାନ୍ଦବାଲି ସହରରେ ପହଞ୍ଚିବା ପରେ ବିଶୁଙ୍କର କିଛି ସାଙ୍ଗ ତାଙ୍କ ଠାରୁ ୨୦୦୦ ଟଙ୍କା ଲୁଟି ନେଇଥିଲେ । ରାତି ପ୍ରାୟ ୧୧.୩୦ ସମୟରେ କେହି ଦୁର୍ବୃତ୍ତ ତଣ୍ଟି ଚିପି ତାଙ୍କ ଦାଣ୍ଡ ଦୁଆରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ବାହାରେ କିଛି ଶବ୍ଦ ହେଉଥିବା ଶୁଣି ପତ୍ନୀ କବାଟ ଖୋଲି ଦେଖିଥିଲେ ତାଙ୍କ ସ୍ୱାମୀ ତଳେ ପଡି ଛଟପଟ ହେଉଛନ୍ତି । କଥା କହି ପାରୁ ନାହାଁନ୍ତି । ସଙ୍ଗେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶୁଙ୍କୁ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ଯୁ ହୋଇଥିଲା । ବିଶୁଙ୍କ ଶବ ସତ୍କାର କରିବା ପରେ ଚାନ୍ଦବାଲି ଥାନାରେ ପତ୍ନୀ ସ୍ୱପ୍ନା ସ୍ୱାମୀଙ୍କ ବନ୍ଧୁ ଧନ ଓ ତାଙ୍କ ସହ ମିଶୁଥିବା ଅନ୍ୟ ସାଙ୍ଗ ମାନଙ୍କୁ ସେ ସନ୍ଦେହ କରୁଥିବା ଅଭିଯୋଗ କରିଥିଲେ ।

    ଯେହେତୁ ସ୍ୱାମୀଙ୍କ ଗଳାରେ ଦାଗ ରହିଛି ,ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି । ବିଶୁଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଧନ ଚାନ୍ଦବାଲି ଛାଡି ଫେରାର ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଭଦ୍ରକ ସହରରୁ ବିଶୁର ସାଙ୍ଗ ଧନକୁ ଧରି ପୋଲିସର ଜିମା ଦେଇଥିଲେ ବିଶୁ ର ପରିବାର ଲୋକେ । ହେଲେ ପୋଲିସ ତାଙ୍କୁ ଗିରଫ ନକରି ପଚରାଉଚରା କରି ଛାଡି ଦେଇଥିବା ଜଣାପଡିଛି । ଏଠାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

    ତଣ୍ଟିର ଦୁଇଟି ଦାଗ ,ତଣ୍ଟି ଚିପି ମରିଦେବାର ଉଦ୍ୟମ କରିବାର ସ୍ପଷ୍ଟ ଚିତ୍ର ଥିବା ବେଳେ ଅଭିଯୁକ୍ତକୁ କାହିକିଁ ଧରୁନି ପୋଲିସ? କାହା ଚାପରେ ଚାପି ହେଉଛି ପୋଲିସ ? ଏପଟେ ଚାନ୍ଦବାଲି ଥାନାରେ ଭାରପ୍ରାପ୍ତ ଥାନାଧିକାରୀକୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ପୋଷ୍ଟବଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି । ତେବେ ବିଶୁ ହତ୍ୟାକାରୀକୁ କେବେ ଧରିଛି ପୋଲିସ ଏବଂ କେବେ ମିଳିବ କୁନି ଛୁଆଙ୍କୁ ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।

  • ଧାନ ବଦଳରେ କିଣା ଚାଲିଛି ଟୋକନ, ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ପରେ ଦେଖିବା

    ଧାନ ବଦଳରେ କିଣା ଚାଲିଛି ଟୋକନ, ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ପରେ ଦେଖିବା

    ଚାଷୀଙ୍କ ବୋନସ ଟଙ୍କା ହଡପ କରିବାକୁ ଚାଲିଛି ମସୁଧା, ଚାଷୀଙ୍କୁ ଶୋଷଣ କରିବାର ଆଉ ଏକ ନୂଆ ତରିକା ଆପଣାଇଛନ୍ତି ଧାନ ମଣ୍ଡିର ସମ୍ପାଦକ | ପ୍ରଥମେ ଟୋକନ ତାରିଖ ମାସେ ଅଛି ବ୍ୟସ୍ତ ହୁଅନି, ତା ପରେ ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ଆଉ ଶେଷରେ ଧାନ କିଣିବା ଆଉ ସମ୍ଭବ ନୁହେଁ ବୋଲି କହୁଛନ୍ତି ସୋସାଇଟି ସମ୍ପାଦକ | ଆଇ ସ୍କାନ କରି ଟୋକନ ଆମକୁ ବିକ୍ରି କରି ଦିଅ, ଆଉ କୁଇଣ୍ଟାଲ ପିଛା ୩୦୦ ଟଙ୍କା ନେଇଯାଅ ବୋଲି କହୁଛନ୍ତି ସୋସାଇଟି ସମ୍ପାଦକ | ଏମିତି କିଛି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଜଳେଶ୍ବରପୁର ପ୍ରାଥମିକ କୃଷି ସମବାୟ ସମିତିରୁ । ଶୁଣନ୍ତୁ କଣ କହୁଛନ୍ତି ଚାଷୀ ସଞ୍ଜୁଲତା ବଳ–

    ଚାଷୀ ମିନତୀ ବଳଙ୍କୁ ଫୋନ କରି କୁହାଯାଇଛି କି, ବର୍ଷା ହେଲା, ଧାନ ଗଜା ହେଲାନି, ଧାନ ତ ମଣ୍ଡି ନେଉନି, ଆମେ ଧାନ କେମିତି କିଣିବୁ, ତୁମର କୁପନ କଟିଯିବ, ତମେ ଗୋଟେ କାମ କର, କ୍ଵିଣ୍ଟାଲ ପିଛା ୩ ଶହ ଟଙ୍କା ନେଇ ଆଖି ସ୍କାନ କରିଦିଅ, ବେପାରୀଙ୍କୁ ଧାନ ବିକ୍ରି କରିଦିଅ

    ସେପଟେ ଚାଷୀଙ୍କର ଏ ସମସ୍ତ ଅଭିଯୋଗକୁ ସୋସାଇଟି ତରଫରୁ ଖଣ୍ଡନ କରାଯାଇଛି | ସମସ୍ତ ଅଭିଯୋଗ ମିଥ୍ୟା, କିଛି ମାଫିଆମାନେ ଚାଷୀଙ୍କ ଠାରୁ ଟଙ୍କା ହଡପ କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି |

    କହିରଖୁଛୁ କି, ଜାନୁଆରୀ ୨୭ ତାରିଖରେ ଉକ୍ତ ଦୁଇ ଚାଷୀଙ୍କର ଟୋକାନ ତାରିଖ ଥିଲା । ଧାନ ବିକ୍ରି କରିବା ପାଇଁ ପ୍ରଥମେ ସମବାୟ ସମିତିର ସମ୍ପାଦକ ବୃନ୍ଦାବନ ଭଳଙ୍କୁ ଦେଖା କରିଥିଲେ । ଧାନ ବସ୍ତା କରି ରଖ ତୁମ ସିରିଏଲ ପଡିଲେ କଲ ଯିବ, ତାପରେ ଧାନ ଦେବ । ପୁଣି କିଛି ଦିନ ଗଲା ପରେ ମଣ୍ଡିରେ ଧାନ ଷ୍ଟକ ଅଛି ସମୟ ହେଲେ କଲ ଯିବ । ଏପରି ବାରମ୍ବାର ଦୌଡ଼ି ଦୌଡ଼ି ଥକି ପଡ଼ିଲେ ଦୁଇ ମହିଳା । ଶେଷରେ ଟୋକନ କଟିବାର ଦୁଇ ଦିନ ପୂର୍ବରୁ କଲ ଆସିଲା, ଅଫିସକୁ ଆସି ଦେଖା କର । ଅଫିସ ଗଲା ପରେ ଏଥର ସମ୍ପାଦକ କହିଲେ ଆଉ ଧାନ ଦେବା ସମ୍ଭବ ନୁହେଁ ତୁମେ ଆଇ ସ୍କାନ କରି କୁଇଣ୍ଟାଲ ପିଛା ୩୦୦ଟଙ୍କା ନେଇ ଯାଅ । ଆଉ ରଖିଥିବା ଧାନକୁ ବାହାରେ ବିକ୍ରି କରିଦିଅ । ଜଣେ କି ଦୁଇ ଜଣ ନୁହେଁ ଏମିତି ବହୁ ଚାଷୀଙ୍କ ଠାରୁ ଟୋକନ କିଣି ବାହାରୁ ଧାନ ସଂଗ୍ରହ କରି ମିଲକୁ ପଠାଉଛନ୍ତି ସମ୍ପାଦକ । କୁଇଣ୍ଟାଲ ପିଛା ଚାଷୀଙ୍କୁ ୩୦୦ଟଙ୍କା ଦେଇ ଚାଷୀଙ୍କ ବୋନସ ଟଙ୍କା ହଡପ କରି ମାଲେ ମାଲ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସରକାରୀ ସ୍ତରରେ ଏହାର ତଦନ୍ତ ଆବଶ୍ୟକତା ହେବା ସହ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି

  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ; ଗର୍ଜିଲା ଚାନ୍ଦବାଲି ବିଜେଡି

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ; ଗର୍ଜିଲା ଚାନ୍ଦବାଲି ବିଜେଡି

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ ବିରୁଦ୍ଧରେ ସାରା ରାଜ୍ୟ ପରି ଚାନ୍ଦବାଲିରେ ବିଜେଡ଼ିର ରଣହୁଙ୍କାର ଦେଖିବାକୁ ମିଳିଛି | ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ |

    ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଳକ ସମ୍ମୁଖରେ ବିଜୁ ଜନତା ଦଳର ଶହ ଶହ ନେତା ଓ କର୍ମୀ ଯୋଗ ଦେଇ ଓଡ଼ିଶା ସରକାରଙ୍କ ହୀନ ରାଜନୀତିକୁ ସମାଲୋଚନା କରିଥିଲେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏପରି ନିଷ୍ପତ୍ତି ପ୍ରତ୍ୟାହାର ଜରିବାକୁ ଦାବି କରିଛନ୍ତି |

  • ମ୍ୟାଟ୍ରିକ ପରୀକ୍ଷାର୍ଥୀ ୩ ଛାତ୍ରୀଙ୍କୁ ପିଟିଲା ବାଇକ, ଦୁଇ ଗୁରୁତର

    ମ୍ୟାଟ୍ରିକ ପରୀକ୍ଷାର୍ଥୀ ୩ ଛାତ୍ରୀଙ୍କୁ ପିଟିଲା ବାଇକ, ଦୁଇ ଗୁରୁତର

    ଚାନ୍ଦବାଲି ବାଳିକା ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ଯାଉଥିବାବେଳେ ଚାନ୍ଦବାଲି ବଡ଼ ବଜାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତିନି ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

    ଫଳରେ ଜଣେ ଛାତ୍ରୀ ସୀମା ମହାନ୍ତି ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ, ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ବେଳେ ସେଥିମଧ୍ୟରୁ ବିନୋଦିନି ଦାସ ପରୀକ୍ଷା କେନ୍ଦ୍ରରେ ଅସୁସ୍ଥତା ଅନୁଭଵ କରିବାରୁ ପୁଣି ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

  • ବିଧାନସଭା ନେତାଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

    ବିଧାନସଭା ନେତାଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

    ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ଜନ୍ମଦିନ ଅବସରରେ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତରେ ଆୟୋଜନ ହୋଇଯାଇଛି ବିଶାଳ ରକ୍ତ ଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ।

    ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ରକ୍ତଦାନ ଶିବିର ଆୟୋଜନ ହେବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେ ନିଜେ ରକ୍ତଦାନ କରିବା ସହ ଆଜିର ଯୁବ ସମାଜ ନିଜ ନିଜର ଜନ୍ମଦିନରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।

  • ଚାନ୍ଦବାଲିରେ କୃଷି ବିଜ୍ଞାନ ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର

    ଚାନ୍ଦବାଲିରେ କୃଷି ବିଜ୍ଞାନ ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନ ଠାରେ କୃଷକ ସଚେତନତା ଶିବିର ସହ ମତ୍ସ୍ୟଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ତରଫରୁ ଅନୁଷ୍ଠିତ ଶିବିରରେ ଶହ ଶହ କୃଷକ ମାନେ ଉପସ୍ଥିତ ରହି ଯୋଗ ଦେଇଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ବିଭାଗର ଅଧିକାରୀମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

    ଚାନ୍ଦବାଲି ବିଡିଓ ସଞ୍ଜିବ କୁମାର ମହାପାତ୍ର ଓ ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଚାଷୀ ଭାଇ ମାନେ ସାର ବିନା କିପରି ଚାଷ କରି ଅଧିକ ଫଳ ଫଳାଇପରିବେ ସେ ବିଷୟ ରେ ସଚେତନ କରାଯାଇଥିଲା। ସରକାର ଚାଷୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରୁଥିବା ଯୋଜନା ରୁ ଚାଷୀ ମାନେ କିପରି ଲାଭ ପାଇପାରିବେ ସେ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ ସଞ୍ଜୟ କୁମାର ମହାନ୍ତି, ମସ୍ୟ ବୈଜ୍ଞାନିକ ଡ ବିଶ୍ୱ ରଞ୍ଜନ ସାମନ୍ତରାୟ, ଭଦ୍ରକ ରାଣୀତାଲର କୃଷି ବୈଜ୍ଞାନିକ ଡ ବିଜୟ ଲଷ୍ମୀ ମହାନ୍ତି, ବୈଜ୍ଞାନିକ ଡ ଗୟାଧର ଶିଆଳ, ଗୃହ ବିଜ୍ଞାନ ବୈଜ୍ଞାନିକ ବିଜୟ ଲଷ୍ମୀ ରାଉତ, କର୍ମଚାରୀ ସୁଶାନ୍ତ କୁମାର ସିଂ, ନାବାଡର ଜିଲ୍ଲା ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ,ଏନ ନାଗେଶ୍ୱର ରାଓ, ଜିଲ୍ଲା କୃଷି ଅଧିକାରୀ ଦିଜବର ସେଠୀ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ ତରୁନ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

  • ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା

    ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ମହାରାଜଙ୍କ ତତ୍ବାବଧାନରେ ତୋଟାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଲମ୍ବୋଦର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା |

    ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୋଦ କୁମାର କର, ବ୍ରହ୍ମାନନ୍ଦ ନାୟକ, ଅନନ୍ତ ପ୍ରସାଦ ସ୍ବାଇଁ, ପ୍ରଦୀପ ଜେନା, ବବିତା ନାୟକ, ପଦ୍ମନାଭ ଉପାଦେୟ, ପ୍ରଭାବତି ବେହେରା, କାଞ୍ଚନ ମହାଳିକ, ଅର୍ଜୁନ ପାତ୍ର, ବିଜୟ କୁମାର ନାଏକ, ଦାରାସିଂ ନାଏକ, ଯୟନ୍ତି ଲତା ଦାସ, ପ୍ରତିମା ମହାନ୍ତି, କୁନି ଲତା ମହାପାତ୍ର ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ଉପସ୍ଥିତ ରହି ନିପୁଣ ଓଡ଼ିଶା ମେଳାଟିକୁ ଆଗକୁ ନେଇଥିବା ଦେଖିବାକୁ ମିଳିଛି |

    ଛାତ୍ରଛାତ୍ରୀମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହେଉଛି ସରକାରଙ୍କ ନିପୁଣ ଓଡ଼ିଶା ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି ତୋଟାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଲମ୍ବୋଦର ସାହୁ ମତପ୍ରକାଶ କରିଛନ୍ତି |

  • ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଲେ ଗ୍ରାମବାସୀ

    ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଲେ ଗ୍ରାମବାସୀ


    ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡ଼ିହି ଥାନାରେ ଦେଖିବାକୁ ମିଳିଛି ଉତ୍ତେଜନା | ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଛନ୍ତି ଗ୍ରାମବାସୀ |

    ସୂଚନା ଅନୁସାରେ, ନାୟକାଣିଡ଼ିହି ଥାନା ଅଧିନସ୍ଥ କରଂଜଡ଼ିଆ ପଞ୍ଚାୟତରେ ଥିବା ମଳିକ ସାହିର ନବଘନ ମଳିକ ରବିବାର ସନ୍ଧ୍ୟାରେ ମାର୍କେଟରୁ ଫେରିବା ସମୟରେ କିଛି ଦୁର୍ବୃତ୍ତ ରଡ ଓ ଭୁଜାଲିରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ |

    ପରେ ସ୍ଥାନୀୟ ଲୋକେ ନବଘନ ମଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ | ଏହି ଆକ୍ରମଣ ପରେ ପରିବାର ଲୋକେ ଏକ ଏତଲା ଦେଇଥିଲେ କିନ୍ତୁ ନାୟକଣୀଡ଼ିହି ପୋଲିସ କିଛି ପଦକ୍ଷେପ ନେଇ ନଥିଲା |

    ଆଜି ଚିକିତ୍ସିତ ଅବସ୍ଥାରେ ନବଘନଙ୍କର ମୃତ୍ୟୁ ଘଟିଛି | ମୃତ୍ୟୁ ପରେ ଗ୍ରାମ ଲୋକେ ମୃତ ଶରୀରକୁ ନାୟକାଣିଡ଼ିହି ଥାନା ଆଗରେ ରଖି ଦୋଷୀକୁ ଗିରଫ ଦାବିରେ ବିକ୍ଷୋଭ କରି ଥିଲେ ପରେ ଥାନା ଭିତରକୁ ଧସେଇ ପଶିଥିଲେ |

  • ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ମତୋରେ ନୂତନ ବିଶ୍ରାମାଗାର ଉଦଘାଟିତ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ବଜାରରେ ଏକ ନୂତନ ବିଶ୍ରାମାଗାର ଉଦଘାଟିତ ହୋଇଯାଇଛି। ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ଏହି ବିଶ୍ରାମ ଗାର ହୋଇଛି, ଏହି ବିଶ୍ରାମ ଗାର ଟିକୁ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଚାନ୍ଦବାଲି ଆଇଆଇସି ପଞ୍ଚାନନ ମହାନ୍ତି, ଛତିଶ କୁମାର ଗଛି ଉପସ୍ଥିତ ରହି ଫିତା କାଟି ଉଦଘାଟନ କରିଛନ୍ତି। ଏହି ବିଶ୍ରାମ ଗାରଟି ନିହାତି ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି।

    ମତୋ ବଜାରରେ ବିଶିଷ୍ଟ ବ୍ୟବସାୟୀ ତଥା କମ୍ୟୁନିଷ୍ଟ ପାର୍ଟିର ଜଣେ ଆଗଧାଡିର ନେତୃବୃନ୍ଦ, ଆଜି ସ୍ବର୍ଗତ ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ସୁପୁତ୍ର ବାବୁଲାଲ ସାହୁ ବାପାଙ୍କ କଥାକୁ ରକ୍ଷାକରି ଏହି ମାନବ ସେବା ମନ୍ଦିରଟି ଆରମ୍ଭ କରିଛନ୍ତି।

    ଏହି ଶୁଭ ଉଦଘାଟନ ଉତ୍ସବରେ ମତୋ ପଞ୍ଚାୟତର ବିଜୁଜନତା ଦଳର ସଭାପତି ପ୍ରଦୀପ ପଲ୍ଲାଇ, ପୂର୍ବତନ ସରପଞ୍ଚ ଅଭୟ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ମତୋ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ଜନ ସାଧାରଣ ଉପସ୍ଥିତ ରହିଥିଲେ।

  • ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

    ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

    ଜୀବନ ଜୀବିକାର ଅନ୍ୟ ନାମ ସଂଘର୍ଷ,ଆଉ ସେଇ ସଂଘର୍ଷମୟ ଜୀବନ ଭିତରେ ହସ ସାଉଣ୍ଟିବା , ସମାଜ ପ୍ରତି କର୍ତଵ୍ୟ ଏବଂ ପରିବାର ମୁହଁରେ ହସ ଫୁଟାଇବା ହିଁ ହେଉଛି ମୂଳ ଲକ୍ଷ । ସେବା ଦ୍ୱାରା ଈଶ୍ୱର ପ୍ରାପ୍ତି ତଥା ଭାଗବାନ ପ୍ରସନ୍ନ ହେବେ ବୋଲି ତାଙ୍କର ବିଶ୍ୱାସ, ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସି ଚାଲି ଯାଆନ୍ତୁ ମୋ ପିଠିରେ, କବିଙ୍କର ଏହି ଉକ୍ତି କୁ ପାଥେୟ କରି ଦୈନନ୍ଦିନ ଜୀବନରେ ଦୁଃଖୀ ଗରିବଙ୍କୁ ସେବା କରି ଆଗେଇ ଚାଲିଛନ୍ତି ବାସୁଦେବପୁରର ରତିକାନ୍ତ ପ୍ରଧାନ।

    ନିଜ ଅଞ୍ଚଳ ତଥା ଆଖ ପାଖ ଅଂଚଳରେ ସମସ୍ତେ ତାଙ୍କୁ ପିଣ୍ଟୁ ବାବୁ ବୋଲି ଡାକିଥାନ୍ତି । ରମାକାନ୍ତ ପ୍ରଧାନ ଓ ସୀତା ମଣି ପ୍ରଧାନ ଙ୍କ ସାନ ପୁଅ ହେଉଛନ୍ତି ପିଣ୍ଟୁ । ପିଲାଟି ଦିନରୁ ସେ ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି । ସେବା କାର୍ଯ୍ୟ କଲେ ପ୍ରକୃତ ରେ ଆନନ୍ଦ ମିଳେ, ଖୁସି ମିଳେ ବୋଲି ସେ ଅନୁଭବ କରି ଆଜକୁ ଅନେକ ଦିନ ଧରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜ ରୋଜଗାରର ସର୍ବାଧିକ ଭାଗ ସେ ସମାଜ ପାଇଁ ଉତ୍ସର୍ଗ କରିଥାନ୍ତି ।

    ରତିକାନ୍ତ ସକାଳୁ ନିଜ ନିତ୍ୟ କର୍ମ ସାରି କର୍ମ କ୍ଷେତ୍ରକୁ ବାହାରିଯାନ୍ତି ଦୁଃଖୀ ଦରିଦ୍ର, ଅସହାୟ ଲୋକ ଙ୍କୁ ଯେଉଁଠି ଦେଖନ୍ତି ସେଇଠି ଅଟକି ଯାଆନ୍ତି ସେ ଖାଲି ନିଜ ଅଞ୍ଚଳରେ ନୁହେଁ ଯେଉଁଠାରୁ ବି ଅସହାୟଙ୍କ ଖବର ମିଳେ ସେ ସେଠାରେ ତତକ୍ଷଣାତ ପହଞ୍ଚି ଯାଆନ୍ତି, ରତିକାନ୍ତଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା।

    ନୂଆବର୍ଷ ଆସିଲେ ଯୁବ ପୀଢ଼ି ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ ନାଚଗୀତ , ଭୋଜି ଭାତ , ମଜାମସ୍ତିରେ ଅନେକ ନୂଆ ବର୍ଷ ପାଳନ କରିଥାନ୍ତି | ହେଲେ ରତିକାନ୍ତ କିନ୍ତୁ ନିଆରା ଢଙ୍ଗରେ ନୂଆ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଅଞ୍ଚଳରେ ଥିବା ଶହ ଶହ ବୃଦ୍ଧ ବୃଦ୍ଧା ମାନଙ୍କ ଘରକୁ ଯାଇ ସେମାନଙ୍କୁ ଫଳ ବାଣ୍ଟିବା ସହ ସେମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ, ଭଗବାନ ତାଙ୍କୁ ଆର୍ଶୀବାଦ କରନ୍ତୁ, ଅନେକ ନିଆରା କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଅଞ୍ଚଳବାସୀ କହିଛନ୍ତି ।