Category: ଭଦ୍ରକ

  • ବଳ ସାଉଁଟାଉଛି ଚାନ୍ଦବାଲି କଂଗ୍ରେସ

    ବଳ ସାଉଁଟାଉଛି ଚାନ୍ଦବାଲି କଂଗ୍ରେସ

    ଚାନ୍ଦବାଲିରେ ବଳ ଗୋଟାଉଛି କଂଗ୍ରେସ । ଜଳେଶ୍ଵରପୁର ଠାରେ କଂଗ୍ରେସର ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବଳଗୋଟାଉଛି କଂଗ୍ରେସ, ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ରେ କଂଗ୍ରେସ ର ନୂତନ ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଆଭିମୁଖ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ବିଜେଡି ଓ ବିଜେପି ଦୁଇ ରାଜନୈତିକ ଦଳ କୁ ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ରେ ପଛକୁ ପକାଇ କଂଗ୍ରେସ କିପରି ସଂଗଠନ କରିବ ତାହା ବିଷୟରେ ଆଲୋଚନା ହୋଇଥିଲା । ନୂତନ ସଭାପତି ଓ ଯୁବ ସଭାପତିଙ୍କୁ ଉକ୍ତ ଗ୍ରାମପଞ୍ଚାୟତରେ ଗୁରୁଦାୟିତ୍ଵ ଦିଆଯିବା ସହିତ ଆଗାମୀ ଦିନରେ ଦଳକୁ ସୁଦୃଢ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ଆଗଧାଡିର ପୁରୁଖା ନେତାମାନେ ।

    ସଭାପତି ହିମାଂଶୁ ନାୟକ ଓ ଯୁବ ସଭାପତି ରତିକାନ୍ତ ପାତ୍ର ଙ୍କ ନେତୃତ୍ବରେ ୩୦ରୁ ଉର୍ଦ୍ଧ ପରିବାର ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦିଗ ଦାସ, ନିର୍ବାଚନ ମଣ୍ଡଳୀ ନେତା ଅମିୟ ମହାପାତ୍ର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଯୁବନେତା ସତ୍ୟାନନ୍ଦ ରାଉତ, ଦୁଇ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଦୀପକ ଭୋଇ, ଜଳେଶ୍ଵର ପୁର ସମବାୟ ସମିତି ର ସଭାପତି ସୁଦର୍ଶନ ମାହୁନ୍ତ,ଆଶିଷ କୁମାର ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ଦଳୀୟ ଉତରିୟ ଦେଇ ଦଳକୁ ସ୍ବାଗତ ଜଣାଇଥିଲେ ।

  • ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

    ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

    ଚାନ୍ଦବାଲିରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ସ୍ଥାନିୟ ଅମ୍ବିକା ସଭାଗୃହରେ ଅନୁଷ୍ଟିତ ହୋଇ ଯାଇଛି । ଏହି ସଭାରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଜିଲ୍ଲା ସଭାପତି ସୁଦାମ କୁମାର ପଣ୍ଡିତ ଯୋଗଦେଇ ଏହି ସମ୍ମିଳନୀଙ୍କୁ ଉଦଘାଟାନ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

    ସମାଜରେ ଧର୍ମକୁ ରକ୍ଷା କରିବା ପାଇଁ ଶାକଦ୍ୱୀପୀ ଦୈବିଜ୍ଞ ବ୍ରାହ୍ମଣ ମାନେ କେମିତି ନତି ନିୟମ ଧାରା ବଜାୟ ରଖିବେ ଏବଂ ସେମାନଙ୍କର ସମାଜିକ ବିକାଶ ହୋଇପାରିବ ସେନେଇ ମହାସଂଘର ଏହି ସାଧୁ ଉଦ୍ୟମ ବୋଲି ସହାସଂଘର ସଭପତି ପ୍ରକାଶ କରିଥିଲେ । ମହାସଂଘ ପକ୍ଷରୁ ବ୍ରାହ୍ମଣ ମାନଙ୍କୁ ଆଇ କାର୍ଡ ବଣ୍ଟନ କରା ଯାଇ ଥିଲା l

    ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରଙ୍ଗାଧର ମହାପାତ୍ର, ବିଜୟ କୁମାର ପଣ୍ଡିତ, ରଞ୍ଜନ କୁମାର ପଣ୍ଡିତ, ସୁଶାନ୍ତ ମୋହରଣ୍ୟ, ହେମନ୍ତ କୁମାର ପଣ୍ଡିତ, ଶଶୀଭୁଷଣ ପଣ୍ଡିତ, ଦ୍ୱାରିକାନାଥ ଗ୍ରହଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଆଚାର୍ଯ୍ୟମଣି ଶଙ୍କର ପଣ୍ଡିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

  • ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

    ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

    ସ୍ୱାଧୀନତା ଦିବସକୁ ଆଖି ଆଗରେ ରଖି ସାରା ଦେଶରେ ଆରମ୍ଭ ହୋଇଛି ହର ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏହି ଅବସରରେ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ।

    ସ୍ଥାନୀୟ ଶିବଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ରାଲି ଚାନ୍ଦବାଲି ବଜାର ପରିକ୍ରମା କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଏନ ଏ ସି ଅଧିକାରୀ ଆଭାସ ପାଣିଗ୍ରାହୀଙ୍କ ସମେତ ଏନ ଏ ସି ଅଫିସର ସମସ୍ତ କର୍ମଚାରୀ, କାଉନସିଲର, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

  • ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ

    ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭା ଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବର ରେ ମୋଟ ଦୁଇ ଶହ ନଅ(୨୦୯) ଟି ଅଭିଯୋଗ ଶୁଣାଣି ହୋଇଥିବା ସୂଚନା ମିଳିଛି।ଏହି ଜନ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଧିରଞ୍ଜନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପାନୀୟ ଜଳ, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା , ଗ୍ରାମ୍ୟ ରାସ୍ତା ନିର୍ମାଣ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ରେ ଲୋକମାନଙ୍କର ଅଭିଯୋଗ ହସ୍ତଗତ ହୋଇଥିଲା।

    ତେବେ ରାସନ ସାମଗ୍ରୀ ପାଇଁ ଦୂରରେ ଥିବା ଡିଲର ପଏଣ୍ଟ କୁ ଯିବାରେ ବହୁ ଅସୁବିଧା ହେଉଥିବାରୁ ଗୋପୀନାଥପୁର ପଞ୍ଚାୟତ ର ଶତାଧିକ ହିତାଧିକାରୀ ଗତ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନହେବାରୁ ହିତାଧିକାରୀ ମାନେ ପୁନର୍ବାର ଆଜି ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ର ସମାଧାନ କରିବା ପାଇଁ ଦାବୀ କରିଥିଲେ l

    ସେହିପରି ଚାନ୍ଦବାଲି ବ୍ଲକ ର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରା ମଦ କାରବାର, ଅବକାରୀ ବିଭାଗ ଓ ଚୋରା ମଦ ବେପାରୀ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଚାନ୍ଦବାଲି ଅଞ୍ଚଳରୁ ସମ୍ପୂର୍ଣ ଭାବେ ଚୋରା ମଦ କୁ ବନ୍ଦ କରିବା ପାଇଁ ଏସପି ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି ଥିବା ସୂଚନା ମିଳିଛି l

    ଟ୍ରାଇସାଇକେଲ ୫ ଜଣକୁ ମିଳିଥିବାବେଳେ,ଶ୍ରବଣ ଜନ୍ତ୍ର ୪ ଜଣ,ବିଧବା ଭତ୍ତା ୮ ଜଣ, ଭିନ୍ନକ୍ଷମ ଭତ୍ତା ୨ଜଣ ଙ୍କୁ ଭଦ୍ରକ ଜିଲ୍ଲା ପାଳ ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବଣ୍ଟନ କରିଥିବା ସୂଚନା ମିଳିଛି।

  • ଚାନ୍ଦବାଲି ବ୍ଲକରେ ପୁଣି ଅଶାନ୍ତ ଭୂଇଁବୃତ୍ତି: ବିଜେଡ଼ି ବିଜେପି କର୍ମୀ ହାତାହାତି ନେତା ଆରମ୍ଭ କରିଦେଲେ ରାଜନୀତି!

    ଚାନ୍ଦବାଲି ବ୍ଲକରେ ପୁଣି ଅଶାନ୍ତ ଭୂଇଁବୃତ୍ତି: ବିଜେଡ଼ି ବିଜେପି କର୍ମୀ ହାତାହାତି ନେତା ଆରମ୍ଭ କରିଦେଲେ ରାଜନୀତି!


    ରାଜନୈତିକ ଦୃଷ୍ଟି କୋଣରୁ ରେଡଜୋନ ଭାବେ ପରିଚିତ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭୂଇଁବୃତ୍ତି ପଞ୍ଚାୟତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ପଡ଼ିଛି । ଗତକାଲି ପୁର୍ବ ଶତୃତାକୁ କେନ୍ଦ୍ର କରି ଭୂଇଁବୃତ୍ତି ପଞ୍ଚାୟତ ଭୂଇଁବୃତ୍ତି ଗ୍ରାମର ବିଜେଡ଼ି କର୍ମୀ ଅଭୟ ବିଶ୍ଵାଳ ଏବଂ ବିଜେପି କର୍ମୀ ମଧୁସୁଦନ ନାୟକଙ୍କ ମଧ୍ୟରେ ହୋଇଥିଲା ହାତାହାତି । ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଅଭୟ ଏବଂ ମଧୁସୁଦନ ଗୁରୁତର ହୋଇ ଚାନ୍ଦବାଲି ମେଡ଼ିକାଲର୍ ପହଞ୍ଚିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଜେପି କର୍ମି ସଂଘବଧ ଭାବେ ଅଭୟଙ୍କୁ ଆକ୍ରମଣ କରିଥିବା ଅଭୟ କହିଥିବା ବେଳେ ଅଭୟ ମଧୁସୁଦନଙ୍କ ଘରେପଶି ଆକ୍ରମଣ କରିଥିବା ମଧୁସୁଦନଙ୍କ ପତ୍ନି ଅଭିଯୋଗ କରିଛନ୍ତି ।ଘଟଣା ଯାହା ହେଉନା କାହିଁକି, କିନ୍ତୁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୋଲିସ୍ ସଠିକ୍ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ଜୋରଦାର ହେବବୋଲି ବିଜେଡି ନେତା ପ୍ରିନ୍ସ ନାୟକ ଧମକ ଦେଇଛନ୍ତି ସେହିପରି ବିଜେପି ନେତା ଚନ୍ଦନ ରାଉତ ବିଜେଡ଼ି କର୍ମୀ ଏବଂ ନେତାଙ୍କୁ ବୁଲ୍ଡୋଜର ଧମକ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଆଇନ୍ ଆଇନ୍ ବାଟରେ ଯାଉଛି ନା ବୁଲ୍ଡୋଜର ଶାସନରେ ଶାସିତ ହେଉଛି ।

  • ହାଇୱା ଧକ୍କାରେ ଯୁବକ ମୃତ

    ହାଇୱା ଧକ୍କାରେ ଯୁବକ ମୃତ

    ଚିପ୍ସ ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହି ମୃତ । ପିରହାଟ ଥାନା ଅଧିନ ବିନ୍ଧା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକ ଜଣକ ହେଉଛନ୍ତି ତିହିଡି ବ୍ଳକ ଅନ୍ତର୍ଗତ ସାହାପୁର ପଞ୍ଚାୟତ କାନିସାହି କଣ୍ଡରଗଡ଼ିଆ ଗ୍ରାମର ଉତ୍ତମ ଶଙ୍ଖୁଆ । ସୂଚନା ମୁତାବକ ଆଜି ସକାଳୁ ଉତ୍ତମ କୌଣସି ଏକ କାମରେ ତିହିଡି ବ୍ଳକ କାର୍ଯ୍ୟାଳୟକୁ ନିଜ ବାଇକ ଯୋଗେ ଯାଉଥିଲେ । ବିନ୍ଧା ଛକ ନିକଟରେ ବିପରୀତ ଡିଗରୁ ଦ୍ରୁତ ଗତିରେ ଆସୁଥିବା ଚିପ୍ସ ବୋଝେଇ ହାଇୱା ଉତ୍ତମଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉତ୍ତମ ମୃତ ବରଣ କରିଛନ୍ତି । ଫଳରେ ବିନ୍ଧା ଛକ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପିରହାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟିଥିବା ହାଇୱାକୁ ପିରହାଟ ପୋଲିସ ଜବଦ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି ।

  • ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ ପକ୍ଷରୁ ଗଣ ବିକ୍ଷୋଭ

    ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ ପକ୍ଷରୁ ଗଣ ବିକ୍ଷୋଭ

    ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ଧୂଆଁବାଣ । ଏ ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ନୁହେଁ , ପୁଞ୍ଜିପତିଙ୍କ ସ୍ଵାର୍ଥ ପାଇଁ ତତ୍ପର । ଏମିତି ସମାଲୋଚନା କରି ୮ଦଫା ଦାବି ନେଇ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ନିକଟରେ ଗଣ ବିକ୍ଷୋଭ କରିଛନ୍ତି ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ । ରାଜ୍ୟବ୍ୟାପି ଏପ୍ରିଲ ୧୭ ତାରିଖରୁ ରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଳକ କିମ୍ବା ତହସିଲ କାର୍ଯ୍ୟାଳୟ ନିକଟରେ ଏଭଳି ବିକ୍ଷୋଭ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

    ମନରେଗା ଯୋଜନାରେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି , ରାସନ କାର୍ଡରେ ଥିବା ଚାଉଳ ଓ ଗହମର ପରିମାଣ ବୃଦ୍ଧି, ଭୂମିହୀନଙ୍କୁ ଘରଡିହ, ଆବାସ ଯୋଜନାରେ ଅର୍ଥରାଶି ବୃଦ୍ଧି , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ ଟଙ୍କା , ୩୦୦ୟୁନିଟ ମାଗଣା ବିଜୁଳି ଆଦି ୮ ଦଫା ଦାବି ପୂରଣ କରିବା ପାଇଁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

  • ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

    ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

    ଚାନ୍ଦବାଲି ଅଞ୍ଚଳର ପ୍ରସିଦ୍ଧ ଶକ୍ତି ପୀଠ ହେଉଛି ମା ପାଟଣ ମଙ୍ଗଳା । ତିହିଡି ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗ୍ରାମରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ମାଆ ମଙ୍ଗଳା । ବର୍ଷ ସାରା ମାଆଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବା ବେଳେ ମହା ବିଷୁବ ସଂକ୍ରାନ୍ତି ହେଉଛି ସବୁଠାରୁ ବଡ଼ ପର୍ବ । ସାତ ଦିନ ଧରି ମାଆଙ୍କ ପୀଠରେ ମହା ସମାରୋହରେ ଏହି ପର୍ବ ପାଳନ କରାଯାଏ ।

    ଆଜି ପ୍ରଥମ ଦିନରେ ଶହ ଶହ ସଂଖ୍ୟକ ମାନସିକ ଧାରୀ ପାଟୁଆ ନିକଟସ୍ଥ ପୋଖରୀରେ ବୁଡ଼ ପକାଇବା ସହ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥାନ୍ତି । ଏହା ସହିତ ବ୍ୟବସାୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀଙ୍କ ଭିଡ଼ ଜମେ । ବିଶେଷ କରି ସନ୍ଧ୍ୟା ସମୟରେ ଲୋକଙ୍କର ଗହଳି ଜମେ । ସୁରକ୍ଷା ଲାଗି ପିରହାଟ ପୋଲିସ ଘଟଣା ସ୍ଥଳରେ ମୃତୟନ ରହିଥାନ୍ତି ।

  • ଗଣଦୌଡ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

    ଗଣଦୌଡ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

    ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ କାର୍ଯ୍ୟକ୍ରମ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ବଡ଼ ଧୁମଧାମରେ ଘଣ୍ଟେଶ୍ବରରୁ ମେଢ଼ ଗୁଡ଼ିକ ସୁସଜ୍ଜିତ କରାଯାଇ ଭଦ୍ରକ ଅଭିମୁଖେ ବାହାରିବ । ଚଳିତ ବର୍ଷ ସମ୍ପୁର୍ଣ୍ଣ ନିଆରା ଢଙ୍ଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହଯାଇଛି।

    ହିନ୍ଦୁ ଧର୍ମକୁ ରକ୍ଷା କରିବା, ହିନ୍ଦୁତ୍ବକୁ ରକ୍ଷାକରିବା, ମାତୃଭୂମିର ସ୍ବାଭିମାନକୁ ରକ୍ଷା କରିବା ନିମନ୍ତେ ଆସନ୍ତା ୩୧ ରୁ ସକାଳ ୭ ଘଟିକା ସମୟରେ ମହିମା ମଣିଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ସମଗ୍ର ଘଣ୍ଟେଶ୍ବର ଅଞ୍ଚଳ ପରିକ୍ରମା କରି ନୂଆସାହି ଗ୍ରାମ ନିକଟରେ ଗଣଦୈଡ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

    ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ, ଯୁବକ, ଛାତ୍ର, ମହିଳା ଓ ବୁଦ୍ଧିଜୀବିମାନେଯୋଗ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାମନବମୀ ସମିତିର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଲୋକନାଥ କର, ହରିଶ୍ଚନ୍ଦ୍ର ମହାଳିକ,ବିକ୍ରମ କେଶରୀ ପରିଡ଼ା,ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

  • ପିକଅପ ଧକ୍କାରେ ଶିଶୁପୁତ୍ର ମୃତ

    ପିକଅପ ଧକ୍କାରେ ଶିଶୁପୁତ୍ର ମୃତ

    ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ବସ୍ତି ନିକଟରେ ହୋଇଛି ସଡ଼କ ଦୁର୍ଘଟଣା । ଏକ ପିକଅପ ଭ୍ୟାନ ଧକ୍କାରେ ୫ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସେକ ଆଜାରୁଦିନ ଙ୍କ ପୁଅ ଏସ କେ ଆନସାର ରାସ୍ତା ଅତିକ୍ରମ କରୁଥିବା ସମୟରେ ପିକଅପ ଭ୍ୟାନଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଯାହା ଫଳରେ ଶିଶୁଟି ର ପେଟରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଶିଶୁ ଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଟକ ସ୍ଥାନାନ୍ତର କରିଥିଲେ । ହେଲେ ଅଧାବାଟରେ ହିଁ ଶିଶୁ ଟିର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଟାୟାର ଜାଳି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବରପାଇ ମତୋ ଫାଣ୍ଡି ପୋଲିସ, ଚାନ୍ଦବାଲି ପୋଲିସ ଓ ବାଶଂଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ଓ ଅତିରିକ୍ତ ତହସିଲଦାର ଠାକୁର ଦାସ ଙ୍କ ସମେତ ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିଥିଲେ । ଏବଂ ସେମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ସ୍ଥାନୀୟ ଲୋକେ ରାସ୍ତା ଅବରୋଧରୁ ଉଠିଥିଲେ ।