Category: ବରଗଡ଼

  • କେମିତି ମଲେ ସ୍ୱାମୀ ଓ ୨ ପତ୍ନୀ, ଘର ଭିତରେ ମୃତଦେହ

    କେମିତି ମଲେ ସ୍ୱାମୀ ଓ ୨ ପତ୍ନୀ, ଘର ଭିତରେ ମୃତଦେହ

    ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ । ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଆଖିଫୁଟା ଗାଁରେ ୩ ଜଣଙ୍କ ମୃତ୍ୟୁ । ଏକ ଘରେ ଜଣେ ବ୍ୟକ୍ତି ଓ ତାଙ୍କର ଦୁଇ ପତ୍ନୀଙ୍କ କ୍ଷତାକ୍ତ ମୃତଦେହ ମିଳିଛି । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ ।

    ୩ ମୃତକ ଟଙ୍କଧର ସାହୁ, ତାଙ୍କର ଦୁଇ ପତ୍ନୀ ମାଧବୀ ଓ ଦ୍ରୌପଦୀ ସାହୁ । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କର କୌଣସି ପିଲା ନଥିଲା । ତେଣୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିବା ବେଳେ ସମସ୍ତେ ଏକାଠି ରହୁଥିଲେ । ପରିବାର ଠିକଠାକ୍ ଚାଲିଥିଲା । କଳିଝଗଡ଼ାର କୌଣସି ପ୍ରଶ୍ନ ନଥିଲା ।

    ତେବେ ଆଜି ସକାଳେ ଟଙ୍କଧରଙ୍କ ଘର ବନ୍ଦ ଥିବାବେଳେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ଦେଖିନଥିଲେ । ସେମାନଙ୍କ ସନ୍ଦେହ ହୋଇଥିଲା । ତେଣୁ ଅପରାହ୍ଣରେ ପଡ଼ୋଶୀ ଆସି କବାଟ ବାଡ଼େଇଥିଲେ । କେହି ନଖୋଲିବାରୁ ସେମାନଙ୍କ ସନ୍ଦେହ ହୋଇଥିଲା । ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଯାଞ୍ଚ କରିବା ସହିତ ଗାଁ ଲୋକଙ୍କୁ ପୋଲିସ୍ ପଚରାଉଚୁରା କରୁଛି । ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

  • CRPF ଯବାନଙ୍କ ଆତ୍ମହତ୍ୟା ! …କାରଣ ଖୋଜୁଛି ପୋଲିସ

    ଡ୍ୟୁଟିରେ ଥିବା ବେଳେ ଅଘଟଣ । ନିଜ ବନ୍ଧୁକରୁ ଗୁଳି କରି (firing his gun)ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା (committed suicide)ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

    ଆତ୍ମହତ୍ୟା କରିଥିବା ସିଆରପିଏଫ୍ ଯବାନ ପଶ୍ଚିମବଙ୍ଗର ପ୍ରସନ୍ନଜିତ ପାଳ । ସେ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଡ୍ୟୁଟି କରୁଥିଲେ । ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର (security tower)ଉପରେ ରହିଥିଲା । ତେବେ ଏହି ସମୟରେ ସେ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଘଟଣାର ପ୍ରକୃତ କାରଣ (actual cause)ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ (investigation) ଜାରି ରହିଛି ।