Category: ବରଗଡ଼

  • ପୂର୍ବତନ ପ୍ୟାକ୍ସ ସମ୍ପାଦକ ଗିରଫ

    ପୂର୍ବତନ ପ୍ୟାକ୍ସ ସମ୍ପାଦକ ଗିରଫ

    ବରଗଡ଼ ଜିଲା ଲଖନପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଧୃବ ଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ପୂର୍ବରୁ ତାଙ୍କ ବିରୋଧରେ ୩୧ଲକ୍ଷ ୪୭ହଜାର ୬୮୫ ଟଙ୍କା ଅନିୟମିତତା ଅଭିଯୋଗ ହୋଇଥିଲା ।

    ଭିଜିଲାନ୍ସ ଏହାର ତଦନ୍ତ କରି ତାଙ୍କୁ ଗିରଫ କରିଛି । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

  • ତପୋବନ ଆଶ୍ରମରେ ‘ପୁଷ୍ପ ହୋଲି’ ଅନୁଷ୍ଠିତ

    ତପୋବନ ଆଶ୍ରମରେ ‘ପୁଷ୍ପ ହୋଲି’ ଅନୁଷ୍ଠିତ

    ବରଗଡ଼ ଭଟଲି ରୋଡ ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବାର୍ଷିକ ପୁଷ୍ପ ହୋଲି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତପୋବନର ସଭାପତି ସ୍ବାମୀ ତେଯୋମୟାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଏହି ପୁଷ୍ପ ହୋଲିରେ ସ୍ବାମୀ ନିତ୍ୟବୋଧାନନ୍ଦ ସରସ୍ଵତୀଙ୍କ ସହିତ ବରଗଡ଼ର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।

    ଏହି ପୁଷ୍ପ ହୋଲି ସମାରୋହକୁ ପ୍ରାଧ୍ୟାପକ ତିର୍ଥବାସୀ ଦେବତା ଓ ଗୌରାଙ୍ଗ ନାୟକ ସଂଯୋଜନା କରିଥିବାବେଳେ ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ନାଗେନପାଲି ଓ ଯାମପାଲିର କୀର୍ତନମଣ୍ଡଳୀ ଯୋଗଦାନ କରି ଉପସ୍ଥିତ ସମସ୍ତଙ୍କୁ ବିହ୍ଵଳିତ ଭଜନ ପରିବେଷଣ କରିଥିଲେ। ତପୋବନର ଏହି ପୁଷ୍ପ ହୋଲି ପ୍ରୟାସ ଅନେକଙ୍କ ଦ୍ଵାରା ଆଦୃତ ଓ ପ୍ରଶଂସିତ କରିଥିଲେ । ଏହାଦ୍ବାରା ପରିବେଶ ପବିତ୍ର ରହିବା ସଙ୍ଗେ ସଙ୍ଗେ ସଦ୍ଭାବପୂର୍ଣ୍ଣ ବାତାବରଣ ଓ ପାରସ୍ପରିକ ସ୍ନେହଶ୍ରଦ୍ଧା ପାଇଁ ଏହା ସହାୟକ ହେଉଅଛି । ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

  • କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

    କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

    ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲ ପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

    ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବାବେଳେ ବରଗଡ ଡି ସାର୍ ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରର ଏବଂ ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା।

    ଏହି ବାର୍ଷିକ ସମିତି ସଭାରେ କଁଟାପାଳି ସମବାୟ ସମିତିର ସମସ୍ତ ସଭ୍ୟ ଗୋପୀକା ସ୍ୱାଇଁ, ସ୍ନେହଲତା ବାରିକ, ଗଙ୍ଗାଧର ଦାସ, ଅଶ୍ଵିନୀ ପଧାନ, ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପାକ୍ସ ସଭାପତି ବିରୋସନ ସାହୁ, ବରପାଲି ପାକ୍ସ ସଭାପତି ଗୁରୁ ମେହେର, କୁମ୍ଭାରୀ ପାକ୍ସ ସଭାପତି ପ୍ରଫୁଲ୍ଲ ପଧାନ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ, କଁଟାପାଳି ସରପଞ୍ଚ ଗଙ୍ଗାଧର ଦାସ, ସମିତି ସଭ୍ୟ ଅରୁଣ ସାହୁ ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ ।

    ଶେଷରେ ବୋର୍ଡ ସଭ୍ୟ ତଥା କନ୍ତାପାଲି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ

    ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ

    ବରଗଡ଼ ସ୍ଥିତ ଉପ-ନିର୍ଦ୍ଦେଶକ ବୟନଶିଳ୍ପଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଛି | କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମଞ୍ଜୁ ଏକ୍କା ଯୋଗଦେଇ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ |

    ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଦିନେଶ ଅଗ୍ରୱାଲା ଶିଶୁ ଅଧିକାରରେ ଶିଶୁ ମଙ୍ଗଳ ସମିତିର ଭୂମିକା, ସଭ୍ୟା ରାଧା ଅଗ୍ରୱାଲ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ସ୍କିମ୍ ଉପରେ ଆଲୋଚନା କରିଥିଲେ | କିଶୋର ନ୍ୟାୟ ବୋର୍ଡର ସଭ୍ୟା ନିର୍ଜନା ମାହାର ଓ ପ୍ରୟାସ ଦାଶ ଦ୍ବନ୍ଦରେ ଥିବା ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କର ଥଇଥାନ ଉପରେ ବକ୍ତବ୍ୟ ରଖିଥିଲେ |

    ଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ଶ୍ରୀ ତପନ କୁମାର ପାତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ଉପରେ ବିଶେଷ ବିବରଣୀ ପ୍ରଦାନ କରିବା ସହ ସାମାଜିକ କର୍ମୀ ଶ୍ରୀ ସୁରେନ୍ଦ୍ର ଦାଶ କିଶୋର ନ୍ୟାୟ ଆଇନ ୨୦୧୫ ଉପରେ ଏକ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ | ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ ଶ୍ରୀ ସଞ୍ଜୟ ଶତପଥୀ ଶିଶୁ ସୁରକ୍ଷାରେ ଚାଇଲ୍ଡ ହେଲ୍ପ ଲାଇନର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ |

    ଉକ୍ତ କର୍ମଶାଳାକୁ ସଫଳ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ ବିକାଶ ପ୍ରଧାନ, ଜୟନ୍ତୀ ହିଆଲ, ଶୁଭେନ୍ଦୁ ପୃଷ୍ଟି, ଅଭିଷେକ ବିଶ୍ଵାଳ, ପ୍ରଭାତ କୁମାର ଚାଲାଣ, ଜିତେନ୍ଦ୍ର ସା, ମନିଷା ନାଗ, ବବିତା ରାଉତ ଏବଂ ଚାଇଲ୍ଡ ହେଲ୍ପ ଲାଇନର କର୍ମଚାରୀ ଲଳିତ ମୋହନ ପ୍ରଧାନ, ଆକାଶ ପ୍ରଧାନ, ନୈମିଶ ପ୍ରଧାନ ଓ ସୁନିଲ କୁମାର ବାରିକ ଆଦି ସହଯୋଗ କରିଥିଲେ |

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ୪ ଗୁରୁତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ୪ ଗୁରୁତର

    ବରଗଡ଼ ଜିଲ୍ଲା ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଲା ସ୍କୋର୍ପିଓ l ଜଣେ ମୃତ ୪ ଗୁରୁତର । ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି l

    ଯାତ୍ରୀ ମାନେ ଛତିଶଗଡ଼ ରାଜ୍ୟ ରାୟଗଡର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି l ଗାଡ଼ିରେ ଦୁଇ ମହିଳା ଓ ଦୁଇ ଶିଶୁଙ୍କ ସମେତ ସମୁଦାୟ 5 ଜଣ ଥିବା ସୂଚନା ମିଳିଛି l ଘଟଣା ସ୍ଥାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ସ୍ଥାନୀୟ ଲୋକେ l

  • ବରଗଡ଼ ଇସ୍କନ ପକ୍ଷରୁ ପ୍ରେସ ମିଟ୍; ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

    ବରଗଡ଼ ଇସ୍କନ ପକ୍ଷରୁ ପ୍ରେସ ମିଟ୍; ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

    ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ | ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ ଜେଲରେ ପ୍ରତି ଶନିବାର ଦିନ ଏବଂ ସୋହେଲା ସବ ଜେଲରେ ପ୍ରତି ପନ୍ଦର ଦିନରେ ଜେଲ ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରୟାସରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଅନ୍ତେବାସୀ ମାନଙ୍କ ମାନସିକ ପରିବର୍ତ୍ତନ ଆଣିବା ଇସ୍କନର ଲକ୍ଷ ଏବଂ ଏହା ସହିତ ବରଗଡ଼ର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ମନରେ ଏକାଗ୍ରତା ଓ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ଗଠନ କରିବା ଇସ୍କନର ଲକ୍ଷ୍ୟ ବୋଲି ମଞ୍ଚାସିନ ଇସ୍କନ ପ୍ରଚାରକ ମାନେ ମତବ୍ୟକ୍ତ କରିଥିଲେ | ଆଗାମୀ ଦିନରେ ପଦ୍ମପୁର ସବ୍ ଜେଲରେ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲି ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜୟ ମୁକୁନ୍ଦ ପ୍ରଭୁ, ଚନ୍ଦ୍ର ବଦନ ପ୍ରଭୁ, ଗୋପିନାଥ ପ୍ରଭୁ, ତପସ୍ଵିନୀ, ଶ୍ରୀନିବାସ,ରାଧା, ସୁସ୍ମିତା, ସୁରେଶ୍ଵରୀ, ବୃନ୍ଦାବତୀ, ଶ୍ରୀବତ୍ସ,ବିଜୟ, ତନୁଜା ପାତ୍ର ଆଦି ଯୋଗଦେଇଥିଲେ | ଆସନ୍ତା ମାର୍ଚ୍ଚ ୧୪ ତାରିଖ ଦିନ ବରଗଡ଼ ଇସ୍କନ ପକ୍ଷରୁ ପୁଷ୍ପ ହୋଲି ଖେଳାଯିବ ଏବଂ ଏଥିରେ ସମସ୍ତ ସାମ୍ବାଦିକ ବନ୍ଧୁ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ | ଏହା ସହିତ ବରଗଡ଼ର ସମସ୍ତ ଜନସାଧାରଣ ବିଷାକ୍ତ ରଙ୍ଗ ହୋଲି ନ ଖେଳି ଏହି ପୁଷ୍ପ ହୋଲିରେ ସାମିଲ ହେବାକୁ ଅନୁରୋଧ କରିଥିଲେ | ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ମଞ୍ଚ ସଂଚାଳନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ |

  • ଗାଇସିଲେଟଠାରେ ବ୍ଲକସ୍ତରୀୟ ଜନଶୁଣାଣୀ

    ଗାଇସିଲେଟଠାରେ ବ୍ଲକସ୍ତରୀୟ ଜନଶୁଣାଣୀ

    ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଏମଜିଏନଆରଇଜିଏସ ଏବଂ ପଞ୍ଚଦଶ ଅର୍ଥ କମିଶନର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ପଦ୍ମପୁର ଅତିରିକ୍ତ ଜ଼ିଲ୍ଲାପାଳ ଚବନ କୁନାଲ ମୋତିରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

    ଏହି କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଆନନ୍ଦ ପଧାନ ଓ ଗାଇସିଲେଟ ବ୍ଲକ ବିଡ଼ିଓ ଲକ୍ଷ୍ମଣ ମାଝୀ ଓ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳା ମଞ୍ଚାସିନ ଥିଲେ |

    ଫରେଷ୍ଟ ଅଧିକାରୀ ଅଶ୍ଵିନୀ ଭୋଇଙ୍କ ୪୦୨୫ ଟି ପ୍ରକଳ୍ପ ରହିଥିବା ବେଳେ ୧୭୫୦ ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଥିଲେ | ଆଉ ୨୦୦୫୯ ଟି ପରିବାରର ଜବକାର୍ଡଧାରୀଙ୍କୁ କାର୍ଯ୍ୟ ଦିଆଯାଇଥିବା ବେଳେ ୫୮୦୮ ଟି ରେ ପରିବାର କାର୍ଯ୍ୟ କରିଛନ୍ତି ଓ ୧୦୦ ଦିନର କାର୍ଯ୍ୟ ୨୩୮ ଟି ପରିବାର, ୨୦୦ ଦିନର କାମ ୧୪ ଟି ପରିବାର କାମ କରିଥିବାର ଏପିଓ ମାନସ କୁମାର ଭୋଇ କହିଛନ୍ତି |

    ଏହି ଗାଇସିଲେଟ ବ୍ଲକ ସାମାଜିକ ସମୀକ୍ଷକ ଉମାକାନ୍ତ ସାହୁ ସାମାଜିକ ସମୀକ୍ଷାର ପଂଚାୟତ ସମିତି, ବନ ବିଭାଗ, ଉଦ୍ୟାନ ବିଭାଗ, ଜଳ ଛାୟା ପ୍ରକଳ୍ପରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ନଥିପତ୍ର, ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନଙ୍କ କ୍ଷେତ୍ର ପରିଦର୍ଶନ ରେ ବାହାରି ଥିବା ୨୦୭ ଟି ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରାଯାଇଥିଲା |

    ଏହାସହ ଗ୍ରାମ ସଭାରେ ହୋଇଥିବା ବିଭିନ୍ନ କାର୍ଯ୍ୟ ସମସ୍ୟାର ସମାଧାନ ପାଇଁ ପନ୍ଥା ନିରୂପଣ କରାଯାଇ ଥିଲା | ଏହି ସବୁ ସମସ୍ୟା ଉପରେ ଆଜିର ଏହି ଜନ ଶୁଣାଣିରେ ଆଲୋଚନା ହୋଇଥିଲା |

  • ମହିମା କାବ୍ୟର ବାନ୍ଧକଳା ପାଇଁ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ସମ୍ମାନିତ

    ମହିମା କାବ୍ୟର ବାନ୍ଧକଳା ପାଇଁ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ସମ୍ମାନିତ

    ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ ଓ ବୟନ କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାର ପ୍ରତିଷ୍ଠା ବଜାୟ ରଖିବା ପାଇଁ ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଥିବା ବରଗଡ ଜିଲ୍ଲା ବରପାଲି ବାନ୍ଧ ଶିଳ୍ପୀ ଡ଼ ସୁରେନ୍ଦ୍ର ମେହେରଙ୍କ ଆଉ ଏକ ପ୍ରଚେଷ୍ଟା ସଫଳ ହୋଇପାରିଛି |

    ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଅମୂଲ୍ୟ କୃତି ‘ମହିମା’ କାବ୍ୟକୁ ଦୀର୍ଘ ୩୦ ଫୁଟ ଲମ୍ବର ବାନ୍ଧ କଳାରେ ବୁଣି ଗତବର୍ଷ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରେ, କୂଳପତି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରଙ୍କ କରକମଳରେ ଉନ୍ମୋଚନ ହୋଇଥିଲା |

    ପରବର୍ତ୍ତୀ ସମୟରେ ଓଡିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର ଠାରେ ତାହା ସଂଗୃହିତ ହୋଇ ରହିଛି | ସେହି ‘ମହିମା’ କାବ୍ୟର ବାନ୍ଧ କଳା ପାଇଁ ନୂଆଦିଲ୍ଲୀ ଠାରେ ଅବସ୍ଥିତ, “INDIA BOOK OF RECORD” ପ୍ରତିଷ୍ଠାନ ତରଫରୁ ଅନୁଷ୍ଠିତ ତାଙ୍କର ଆନ୍ତର୍ଜାତୀୟ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଉକ୍ତ ସମ୍ମାନରେ ସମ୍ମାନୀତ କରିଛନ୍ତି |

    ଏହା ଆମ ଅଞ୍ଚଳ ପାଇଁ ତଥା ବାନ୍ଧ କଳା ଜଗତ ପାଇଁ ବହୁତ ଗୌରବର ବିଷୟ | ଏହି ସମ୍ମାନ ପାଇଁ ଡ଼. ମେହେରଙ୍କୁ କଳା ଭାରତୀ ସଂଗ୍ରହାଳୟ, ବରପାଲି ତଥା ବହୁ ଅନୁଷ୍ଠାନ ଏବଂ ବୁଣାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

  • ଓରାଲ କ୍ୟାନସର ସର୍ଜିକାଲ ଡେ’ ସଚେତନତା ଶିବିର

    ଓରାଲ କ୍ୟାନସର ସର୍ଜିକାଲ ଡେ’ ସଚେତନତା ଶିବିର

    ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡିଟୋରିୟମରେ ଓରାଲ କ୍ୟାନସର ସର୍ଜିକାଲ ଡେ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିଗାରେଟ୍, ବିଡ଼ି, ଗୁଡାଖୁ, ଗୁଟୁଖା ଓ ଖଇନି ହିଁ ଏହାର ମୂଖ୍ୟ କାରଣ, ତେଣୁ କିପରି ଏହି ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବେ ଓ କ୍ୟାନସରକୁ ପ୍ରାଥମିକ ସ୍ତରରେ କିପରି ଚିହ୍ନିପାରିବେ । ତୁରନ୍ତ କିପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ କ୍ରିଷ୍ଣା ବିକାଶ ମେଡ଼ିକାଲରେ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ସହ ସମସ୍ତ ରୋଗର ନିରାକରଣ ପାଇବାର ବ୍ୟବସ୍ଥା ରହିଥିବା ବେଳେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ଼ ଓ ସ୍ୱାସ୍ଥ୍ୟ ବୀମା ଧାରି ମାନେ ମଧ୍ୟ ଚିକିତ୍ସା ସେବା ପାଇପାରିବେ ବୋଲି ବିକାଶ ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି |

    ସେହିପରି ଡ଼ାକ୍ତର ମଧ୍ୟ ସଚେତନତା ଅବଲମ୍ବନ କରିବାର କୌଶଳ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନେକ ରୋଗୀ ଓ ସଂପର୍କୀୟଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କ୍ରୀଷ୍ଣା ବିକାଶ ଗୃପର ଏମଡି ବିବେକ ଦଶାରୀଙ୍କ ସହିତ ମୁଖ୍ୟ ବକ୍ତା ଭାବେ ସେଭିକ୍ ଦାଶ କିଲ୍ ଉପସ୍ଥିତ ରହିଥିଲେ ।

  • ଯଦୁମଣି ପ୍ରଧାନ ପ୍ରେକ୍ଷାଳୟ ଉଦଘାଟିତ

    ଯଦୁମଣି ପ୍ରଧାନ ପ୍ରେକ୍ଷାଳୟ ଉଦଘାଟିତ

    ବରଗଡ଼ ପୂର୍ବତନ ବରଗଡ଼ ବିଧାୟକ, ପୌରାଧ୍ୟକ୍ଷ ତଥା ବିଶିଷ୍ଟ ନେତା ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ସ୍ମୃତି ଚାରଣ ତଥା ସମ୍ମାନ ରକ୍ଷା ନିମନ୍ତେ ସ୍ଥାନୀୟ କୃଷକ ବଜାର ଠାରେ ନବନିର୍ମିତ ପ୍ରେକ୍ଷାଳୟକୁ ତାଙ୍କ ନାମରେ ଉତ୍ସର୍ଗିକୃତ କରିବା ସହ ଉଦ୍ଘାଟିତ ହୋଇଛି |

    ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ସଦର ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପୌରାଧ୍ଯକ୍ଷା ଶ୍ରୀମତି କଳ୍ପନା ମାଝି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମଧୁଛନ୍ଦା ସାହୁ, ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଅରୁଣ ପାଣ୍ତେ, ବାର ଆସୋସିଏସନ୍ ସଭାପତି ଶ୍ରୀ ଭିସ୍ମଦେବ ସରାଫ୍, ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ସତପଥୀ ଏବଂ ସ୍ୱର୍ଗତ ବିଧାୟକ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତି ହେମନ୍ତ ପ୍ରଧାନ ଉପସ୍ଥିତ ଥିଲେ |

    ସୂଚନା ଅନୁସାରେ, ଉକ୍ତ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ସର୍ବମୋଟ ୯ କୋଟି ୭ ଲକ୍ଷ ୧୦ ହଜାର ଅଟକଳ ମୂଲ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି |

    ପ୍ରେକ୍ଷାଳୟର ବାଲକୋନୀ ଠାରେ ୮୮ ଗୋଟି ଆସନ ଥିବାବେଳେ ଗ୍ୟାଲେରୀଠାରେ ୪୧୨ ଗୋଟି ଆସନ ସହ ୨ ଗୋଟି ଚେଞ୍ଜିଙ୍ଗ ରୁମ, ଗୋଟିଏ ଭିଆଇପି ଲାଉଞ୍ଜ ସହ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଷୌଚାଳୟ ଏବଂ ଅଫିସ ରୁମ, ଷ୍ଟୋର ରୁମ, ପେଣ୍ଟ୍ରି ରୁମ ଏବଂ ୱେଟିଙ୍ଗ ରୁମ ଭଳି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି |