Category: ବରଗଡ଼

  • ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

    ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

    ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଉପଯୁକ୍ତ ଡାକ୍ତର,ବେଡ଼, ଆଇସିୟୁ,ନର୍ସ ନାହିଁ । ଖାଲି ଥିବା ପଦବୀ ପୂରଣ କରାଯାଉ ବୋଲି ଦାବିରେ କୋଶଳ ସେନା ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା କରି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ । ପରେ ଆମରଣ ଅନଶନ ରେ କିକିତ୍ସଲ୍ୟ ସାମ୍ନାରେ ବସିଥିଲେ । ଉପଖଣ୍ଡ ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏହା କେବଳ ଏକ ରେଫରାଲ ସେଣ୍ଟର୍ ଭାବରେ ପରିଣତ ହୋଇଛି । ସମସ୍ତ ଗୁରୁତର ରୋଗୀଙ୍କୁ ବରଗଡ଼ ଓ ବୁର୍ଲା ପଠାଇ ଦିଆଯାଉଛି ।

    ଫାର୍ମାସିଷ୍ଟ ତଥା ଅନ୍ୟାନ୍ୟ ସହଯୋଗୀ ଷ୍ଟାଫ୍ ପୂରଣ ସହିତ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି ହେଉଛି । ସରକାର ବଦଳିବା ପରେ ସମସ୍ତଙ୍କର ଆଶା ଥିଲା ଯେ ନୂତନ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଚେଷ୍ଟା କରିବେ । କିନ୍ତୁ ନୂଆ ସରକାରକୁ ୧୦ ମାସ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଡାକ୍ତର ନର୍ସ ମଧ୍ୟ ପୂରଣ ହୋଇ ପାରି ନାହିଁ । ଯାହା ଦ୍ଵାରା କୋଶଳ ସେନା ମାନେ ଅନଶନ ରେ ବସିଛନ୍ତି । ଶୋଭାଯାତ୍ରାରେ ଚାଷୀ ନେତା ଅଜିତ ଶତପଥୀ, ଓକିଲ ସଂଘ ସଭାପତି ଆନନ୍ଦ ପଣ୍ଡା, ମହେଶ ପଣ୍ଡା,ଓ କୋଶଳ ସେନାର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

  • କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

    କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

    କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିକାଶ ଅଡିଟୋରିଅମ ଠାରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଆୟୋଜିତ ହୋଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରୁପମା ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସୁବାସ ଅଗ୍ରୱାଲ, ଜିଲ୍ଳା ଯକ୍ଷ୍ମା ଅଧିକାରୀ ଡାକ୍ତର ବିନୟ ବେହେରା, ସମେତ ଅନ୍ୟ ପ୍ରମୁଖ ଡାକ୍ତର ମାନେ ଯୋଗ ଦେଇଥିଲେ |

    ସାରା ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଯକ୍ଷ୍ମା ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ ମାନ କରିବା ସହ ଲୋକମାନେ କିଭଳି ଉପକୃତ ହୋଇପାରିବେ ତାହା ଉପରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଡାକ୍ତରଙ୍କ ସମେତ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଯାଇଥିଲା ।

  • ବରଗଡରୁ ପୁରୀ ଯିବ ରଥ କାଠ

    ବରଗଡରୁ ପୁରୀ ଯିବ ରଥ କାଠ

    ରଥଯାତ୍ରା ପାଇଁ ବରଗଡରୁ ପୁରୀ ଯିବ ରଥ କାଠ । ଏଥିପାଇଁ ବରଗଡ଼ରେ ପହଁଚିଛନ୍ତି ପୁରୀ ମନ୍ଦିରର ୫ ଜଣିଆ ଟିମ୍ । ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଟିମ୍ । ପୁରୀର ଟିମ୍ ସହ ବରଗଡ଼ DFO ମଧ୍ୟ ଉପସ୍ଥିତ ରହିବେ । ଏନେଇ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ DFO ଙ୍କୁ କରାଯାଇଛି ଚିଠି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ର ଆବଶ୍ୟକତା ରହିଛି । ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ ରହିଛି । ସେଥିପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଯିବ ବୋଲି ଟିମର ସଦସ୍ୟ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି ।

  • ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ

    ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ

    ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ । ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ନାବାଳିକା ଙ୍କ ମୃତଦେହ ରବିବାର ବୁର୍ଲା ଥାନା ଅଶୋକ ନିବାସ ନିକଟ ଏକ ଜଙ୍ଗଲରୁ ଜବତ କରିଛି ପୋଲିସ । ମୃତ ନାବାଳିକାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପାରିପାର୍ଶ୍ୱିକ ସ୍ଥିତିରୁ ମୁଣ୍ଡରେ ଆଘାତ ଦେଇ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅତାବିରା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ପୋଲିସ ବିଜୟୱାଡାରୁ ବରଗଡ ଅତାବିରା ର କାର୍ତ୍ତିକ ବାରିହାକୁ ଗିରଫ କରିଛି । କାର୍ତ୍ତିକ ଏ ଘଟଣା ଘଟାଇ ବିଜୟୱାଡା ଚାଲିଯାଇଥିଲା । ତେବେ ବରଗଡ ପୋଲିସ ଖବର ପାଇ ବିଜୟୱାଡାକୁ ଯାଇ ସେଠାରେ କାର୍ତ୍ତିକକୁ ଗିରଫ କରିଥିବା ଜଣାପଡିଛି ।

  • ରାମ୍ପ ସୋ’ରେ ଚାଲିଲେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ

    ରାମ୍ପ ସୋ’ରେ ଚାଲିଲେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ

    ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଇଣ୍ଡିଆନ ବିୟୁଟି କାଉନସିଲ ଫେସନ ସୋ ଏବଂ ପାରମ୍ପରିକ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇ ଆଇ ଏମ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୈସ୍ୱାଲ ମୁଖ୍ୟ ଅତିଥି ଓ ଉପନିବନ୍ଧକ ସମୀକ୍ଷା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବରଗଡ଼ର ମହିଳା ତଥା ଗୃହିଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଏ | ଚଳିତ ବର୍ଷ ମହିଳାଙ୍କ ମଧ୍ୟରେ ରିଲସ ପ୍ରତିଯୋଗିତା,ନୃତ୍ୟ,ଫେସନ ସୋ ଆଦି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚିସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ।

    ଏହି ଅବସରରେ ବରଗଡ଼ ବାପୁଜୀ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ରାମ୍ପ ସୋ ରେ ଚାଲିବା ବେଶ ପ୍ରଶଂସନୀୟ ଥିଲା। ଆଇବିସିପିଙ୍କ ପାୱାର ୨୦୨୫ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସୌଗାତ ଷଡ଼ଙ୍ଗୀ,ନୁରା ବିବିଙ୍କୁ ଆଇବିସି ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଆଇ ବି ସି ର ସଭାପତି ମିନତୀ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟ ସେପ୍ ସଂଗୀତା ଦାସ, ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶିକା ଅଙ୍କିତା ଷଡ଼ଙ୍ଗୀ, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସରିତା ସାହୁ, ପ୍ରଜ୍ଞା ଉତ୍କଳିକା ମିଶ୍ର, ପ୍ରତିଭା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

  • ବରଗଡ଼ରେ ବିଶ୍ଵ ବନ ଦିବସ-୨୦୨୫ ପାଳିତ

    ବରଗଡ଼ରେ ବିଶ୍ଵ ବନ ଦିବସ-୨୦୨୫ ପାଳିତ

    ବରଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ-୨୦୨୫ ପାଳିତ ହୋଇଛି | ବରଗଡ଼ ଜିଲ୍ଲା ବନଖଣ୍ଡ ବିଭାଗ ଦ୍ଵାରା ସ୍ଥାନୀୟ ବିଜୁ ପଟ୍ଟନାୟକ ହଲଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଆଦିତ୍ୟ ଗୋୟଲ, ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଟି. ଅଶୋକ କୁମାର, ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ । ଜିଲ୍ଲାପାଳ ଗୋୟଲ ଏବଂ ମାନ୍ୟବର ବିଧାୟକ ଗଡ଼ତିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବିଭାଗ ତରଫରୁ ଆୟୋଜିତ ୫ କିମି ମାରାଥନ ଦୌଡ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |

    ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସିଆରର ଓ ସିଫ୍ଆର ପ୍ରଦାନ କରଯାଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ମାନବ ସମାଜରେ ଏହାର ଉପକାରିତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ।

  • କୃଷି ସମବାୟ ସମିତିର ବାର୍ଷିକ ସଭା

    କୃଷି ସମବାୟ ସମିତିର ବାର୍ଷିକ ସଭା

    ବରଗଡ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ସମିତିର ସଭାପତି ବିରୋସନ ସାହୁଙ୍କ ଅଧକ୍ଷତାରେ ରକ୍ସା ପଞ୍ଚାୟତ ଖେଳପଡିଆ ପରିସରରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ସୁମିତ୍ ପ୍ରଧାନ ସମିତିର ବାର୍ଷିକ ବିବରଣି ପାଠ କରିଥିଲେ | ବରପାଲି ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ଶାଖା ପରିଚାଳକ ସାଲବେଗ ବାଦି ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା |

    ୟୁରିଆ ସାରର ବ୍ୟବହାର ଏବଂ ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭାରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ ଆଗଲପୁର ସମବାୟ ବ୍ୟାଙ୍କ ସମିତି ସମସ୍ତ ସଭ୍ୟ ଶ୍ରୀମତୀ କୁନ୍ତଳା ପଧାନ, ଉପେନ୍ଦ୍ର ଖେତି,ଶ୍ରୀମତୀ ରୁକ୍ମଣୀ ବେହେରା,ସୁରେନ୍ଦ୍ର ସାହା, ବଳରାମ ନେଗି, ,ପ୍ରମୋଦ କୁମାର ସାହା, ଘନଶ୍ୟାମ ପଧାନଙ୍କ ଉପସ୍ଥିତ ଥିଲେ | ରାଜ୍ୟ ସମବାୟ ସମିତି ଉପ ସଭାପତି ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହେର,କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପଧାନ, କଣ୍ଟାପାଲି ପେକ୍ସ୍ ସଭାପତି ଧୂର୍ବ ସାହୁ, ଆଗଲପୁର ଜୋନ ଜିଲ୍ଲାପରିଷଦ ସଭ୍ୟ ଅନନ୍ତ ସେଠ୍,କୁମ୍ଭାରୀ ଡାଇରେକ୍ଟର ଶତ୍ରୁ ଘନ୍ ପଧାନ,ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ କିଭଳି ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ସେ ଉପରେ ଅଭିଭାଷଣ ରଖିଥିଲେ ।

  • ବରଗଡ଼ରେ ଚାଞ୍ଚଲ୍ୟ; ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

    ବରଗଡ଼ରେ ଚାଞ୍ଚଲ୍ୟ; ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

    ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ, ଉକ୍ତ ଗ୍ରାମର ସୁଧାଂଶୁ ପ୍ରଧାନ (୨୫) । ଖବର ପାଇ ବୁଧବାର ପୋଲିସ ଗ୍ରାମକୁ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଗତ କିଛିଦିନ ତଳୁ ମୃତ ଯୁବକ ଅନ୍ଯ ୪ଜଣଙ୍କ ସହିତ ବଲାଙ୍ଗିର ଜିଲାର ଏକ କାର୍ଯ୍ୟକ୍ରମକୁ ଯାଇଥିଲେ।

    ସେଠାରୁ ସେମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମକୁ ପହଞ୍ଚି ଥିଲେ। ହେଲେ ମୃତ ଯୁକକ ତାଙ୍କ ଘରକୁ ଫେରି ନଥିଲେ। ବୁଧବାର ସକାଳୁ ଏକ ଗାଡିରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଶରୀରର ଛାତି ସମେତ ବିଭିନ୍ନ ସ୍ଥାନରେ ମାଡ ଦାଗ ରହିଥିବା ଯୋଗୁଁ ତାଙ୍କୁ ପିଟି ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ଅନ୍ୟପକ୍ଷରେ ତାଙ୍କ ସହିତ ଯେଉଁମାନେ ବଲାଙ୍ଗୀର ଜିଲାକୁ ଯାଇଥିଲେ, ସେମାନେ ଫେରାର୍ ଥିବାରୁ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଛି।

  • ବରଗଡ଼ ଜିଲ୍ଲାରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ

    ବରଗଡ଼ ଜିଲ୍ଲାରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ

    କୃଷିନୀତି ପ୍ରତିବାଦରେ ବରଗଡ଼ ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ | ବରଗଡ଼ ଜିଲ୍ଲା ସୟାଁ ଖେଳ ପଡ଼ିଆଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏହି ମହାପଞ୍ଚାୟତରେ ଅନେକ ଚାଷୀ, ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ ଟିକାୟତଙ୍କ ସମେତ ଅନେକ ରାଷ୍ଟ୍ରୀୟ ସ୍ତରୀୟ କୃଷକ ନେତା ଯୋଗଦାନ କରିଛନ୍ତି। ସରକାରଙ୍କ କୃଷିନୀତି ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ସୁହାଉଛି। ଅନ୍ୟପକ୍ଷରେ ଯେଉଁ କୃଷକଙ୍କ ପାଇଁ ନୀତି ପ୍ରସ୍ତୁତ କରାଯାଉଛି, ସେମାନେ ଦିନକୁ ଦିନ ଗରିବ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି |

    ପୁଞ୍ଜିପତିମାନେ ଯେତିକି ଟଙ୍କା ଋଣ କରି ବିଦେଶକୁ ପଳାଉଛନ୍ତି, ସେତିକି ଟଙ୍କା ଋଣ ଚାଷୀମାନେ ନେଇ ନାହାନ୍ତି। ସେହିପରି ସରକାରମାନେ ଅଧିକ ଅମଳ ପାଇଁ ଉନ୍ନତ ବିହନ,ରାସାୟନିକ ସାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଚାଷୀମାନେ ବିନିଯୋଗ ଅର୍ଥ ତୁଳନାରେ ବିକ୍ରି ମୂଲ୍ୟ କମ୍ ପାଉଛନ୍ତି । ଚାଷୀ ମାନଙ୍କ ଉତ୍ପାଦିତ ସମସ୍ତ ଫସଲକୁ ସରକାର କ୍ରୟ ନ କରି ଏକ ତୃତୀୟାଂଶ କିଣୁଛନ୍ତି । ଯାହା ଦ୍ୱାରା ବଳକା ଶସ୍ୟକୁ ଚାଷୀ ଦଲାଲ ଏବଂ ବେପାରୀମାନଙ୍କୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ବ୍ୟବସ୍ଥା, ଭିତ୍ତିଭୂମି ଓ ଶୀତଳ ଭଣ୍ଡାର ଅଭାବରୁ ଚାଷୀ କ୍ଷତିଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି। ବିଭିନ୍ନ ସରକାରମାନେ ଜଳସେଚନ କଥା କହୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷ ଜମିକୁ ଜଳସେଚିତ କରିପାରୁ ନାହାନ୍ତି। ବରଗଡ଼ ଜିଲ୍ଲାର୍ ୧୨ ବ୍ଲକ ମଧ୍ୟରୁ ୪ ବ୍ଲକ ସମ୍ପୂର୍ଣ୍ଣ ଜଳସେଚିତ ହୋଇଥିବା ବେଳେ ୮ ବ୍ଲକ ଜଳ ବିନା ମରୁଡ଼ିର ସାମ୍ନା କରୁଛନ୍ତି ।

    ଠିକ ସମୟରେ ଫସଲବୀମା ପଇସା ପାଉନ ଥିବାରୁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ କମ୍ପାନୀର କୋଟି କୋଟି ଟଙ୍କା ବିଜୁଳି ବିଲ ଛାଡ଼ କରାଯାଉଥିବା ବେଳେ ଘରୋଇ ଉପଭୋକ୍ତା ଓ ଚାଷୀମାନଙ୍କ ପାଖରୁ ଜୋର ଜବରଦସ୍ତ ବିଜୁଳି ବିଲ ଆଦାୟ କରାଯାଉଛି ବିଲ ନ ଦେଲେ ଲାଇନ କାଟି ଦିଆହେଉଛି ବୋଲି ଅଭିଯୋଗ କରିଛନ୍ତି କୃଷକ ସଂଗଠନ |

  • ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ

    ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ

    ବରଗଡ଼ ଜିଲା ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ ରବିବାରରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ସମୀରଙ୍କର କୌଣସି ସନ୍ଧାନ ପାଇ ନ ଥିଲେ ।

    ତେବେ ତାଙ୍କ ବାପା ଦିବ୍ୟ ଲୋଚନ ପୁଅ ନିଖୋଜ ନେଇ ଭଟଲି ଥାନାରେ ଏକ ଏତଲା ଦେଇଥିଲେ । ଆଜି ସମୀରଙ୍କ ମୃତଦେହ ଏକ ଜଙ୍ଗଲ ମଧ୍ୟରୁ ଜବତ କରାଯାଇଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଭଟଲି ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।