Category: ବାଲେଶ୍ୱର

  • ଓଡ଼ିଶାରୁ ମହାକୁମ୍ଭ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୮୦ ଆହତ, ୩ ଗୁରୁତର

    ଓଡ଼ିଶାରୁ ମହାକୁମ୍ଭ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୮୦ ଆହତ, ୩ ଗୁରୁତର

    ମହାକୁମ୍ଭକୁ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉକ୍ତ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିହାର-ଉତ୍ତରପ୍ରଦେଶ ସୀମାବର୍ତ୍ତି ମଥାନୀ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

    ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ବସ୍‌ଟି ପ୍ରୟାଗରାଜ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବାଲି ବୋଝେଇ ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।

    ଗୁରୁତର ଥିବା ୩ ଜଣଙ୍କୁ ICUରେ ଭର୍ତ୍ତି କରାଯାଇଛି। ବସ୍‌ ଡ୍ରାଇଭରର ଅସାବଧନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି।

  • ଜଗନ୍ନାଥଙ୍କ ବତ୍ରିଶ ବେଶ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

    ଜଗନ୍ନାଥଙ୍କ ବତ୍ରିଶ ବେଶ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

    ବାଲେଶ୍ବର/ବାଲିଆପାଳ : ଜଗତର ନାଥ ଶ୍ରୀଜଗନ୍ନାଥ, ଯିଏ କି ଭାବର ଡୋରରେ ଭକତଙ୍କ ସହ ବନ୍ଧା, କାଇଁ କେତେ ଦୂରରୁ ଧାଇଁ ଆସନ୍ତି ଲୋକେ, ସେହି ଚକା ନୟନକୁ ଦେଖିବା ପାଇଁ, ଆଉ ଯିଏ ଥରେ ସେହି ଚକାନୟନକୁ ଦେଖେ ଆଖି ଫେରେଇ ପାରେ ନାହିଁ, ଭକତକୁ କେତେବେଳେ କେଉଁ ରୂପରେ ଦର୍ଶନ ଦେବେ ସେ କଥା ତାଙ୍କୁ ହିଁ ଜଣା, ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ନ ଥିବା ଭକ୍ତଙ୍କ ପାଇଁ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁତକୁଲା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ ଦର୍ଶନ କରିବା ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ |


    ୧୧ ଦିନର ଲୀଳାଖେଳା, ମହାପ୍ରଭୁଙ୍କ ଦୂର୍ଲଭ ବତ୍ରିଶ ବେଶ ସାଙ୍ଗକୁ ଶ୍ରୀମନ୍ଦିର ଭଳି ଚାଲିଛି ନିତୀକାନ୍ତି, ମହାପ୍ରଭୁଙ୍କ ସୁନା ବେଶ ସହିତ ୩୨ ଟି ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଜଗନ୍ନାଥ, ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ସମସ୍ତ ବେଶକୁ ଗୋଟିଏ ସ୍ଥାନରେ ଦର୍ଶନ କରି ମହାପ୍ରଭୁଙ୍କ କୃପାଲାଭ କରୁଛନ୍ତି |

    ୫୦ ଜଣ ପଣ୍ତିତଙ୍କ ଦ୍ବାରା ବେଦପାଠ ସାଙ୍ଗକୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପୂଜାର୍ଚ୍ଚନା | ସ୍ଥାନୀୟ ଅଞ୍ଚଳ ସମେତ ବସ୍ତା ,ବାଲିଆପାଳ,ଜଳେଶ୍ୱର, ପଡୋଶୀ ମୟୁରଭଞ୍ଜ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସୁଛନ୍ତି |

    ଜାମୁତକୁଲା ଗ୍ରାମରେ ଆୟୋଜିତ ଏହି 32 ବେଶ କାର୍ଯ୍ୟକ୍ରମ ଫେବୃୟାରୀ 4 ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ | ବିଶେଷ ଆକର୍ଷଣ ଭାବରେ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ 56 ମାଦଳ ଅନୁଷ୍ଠିତ ହେବ | ଶେଷ ଦିନରେ 30 ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି |



  • ଆଜିଠୁ ଦ୍ୱାଦଶ ବାଲିଆପାଳ ମହୋତ୍ସବ ଉଦ୍ଘାଟିତ

    ଆଜିଠୁ ଦ୍ୱାଦଶ ବାଲିଆପାଳ ମହୋତ୍ସବ ଉଦ୍ଘାଟିତ

    ଆଜିଠାରୁ ବାଲିଆପାଳର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ଉଜ୍ଜିବୀତ କରିବା ଉଦ୍ଦେଶ୍ୟରେ ବାଲିଆପାଳ ପଂଚାୟତ ଅଫିସ ନିକଟରେ ଅନୁଷ୍ଠିତ ହୋଇଯାଇଛି ଦ୍ୱାଦଶ ବାଲିଆପାଳ ମହୋତ୍ସବ | ଏହାକୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉଦ୍ଘାଟନ କରିଛନ୍ତି | ଏ ନେଇ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହୋତ୍ସବ କମିଟିର ଆବାହକ ଇଂ ସୁଶାନ୍ତ କୁମାର ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ପୂର୍ବତନ ସରପଂଚ ମଧୁସୂଦନ ବାରିକ, ମୂରଲୀ ମୋହନ ସାହୁ, ସଦସ୍ୟ ଅରୁଣ ପାତ୍ର, ଜଗନ୍ନାଥ ବାରିକ, ବିଜୟ ସାମଲ, ବ୍ୟୋମକେଶ ସାହୁ, ସୁଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |

    ଏହି ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧ ହଜାରରୁ ଉର୍ଦ୍ଧ୍ବ ଷ୍ଟଲ, ମୀନାବଜାର, ନାଗରଦୋଳି ସ୍ଥାନ ପାଇଛି | ସେହିପରି ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ପ୍ରତିଭା ମାନଙ୍କୁ ନେଇ କାର୍ଯ୍ୟକ୍ରମ ସହିତ ହଜି ଯାଉଥିବା ଲୋକ କଳା ପ୍ରଦର୍ଶନ ସାଙ୍ଗକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ, ଗୋଟିପୁଅ, ଛଉ, ଓଡିଶୀ ପ୍ରଭୃତି ନୃତ୍ୟ ଅନୁଷ୍ଠାନମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ | ସେହିପରି ପ୍ରତିଦିନ ବିଭିନ୍ନ ତାରକାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |

    ମେଳାର ଶାନ୍ତି ଶୃଙ୍ଖଳା, ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଟି ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି | ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ମୁକୁନ୍ଦ ସିଂ, ନରେଶ ସାହୁ,ପିଣ୍ଟୁ ସୀ, ହରବନ୍ଧୁ ଜେନା, ଅସିତ ପଟ୍ଟନାୟକ, ସୁଜୟ ପରିଡା, ଉମାକାନ୍ତ ନାୟକ, ରାଧାକୃଷ୍ଣ ପାତ୍ର, ମୃତ୍ୟୁଞ୍ଜୟ ପରିଡା, ସନାତନ ସିଂ, ବିନୋଦ ବେହେରା, ରଘୁନାଥ ସିଂ, ଇନତାଜ ସାହା ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | କମିଟିର ବରିଷ୍ଠ ସଦସ୍ୟ ଅନନ୍ତ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ |

  • ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

    ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଅସ୍ତି ପଞ୍ଚାୟତ ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରଞ୍ଜନ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଶିଷ୍ଟ କବି ଡ. କାଳିପଦ ପଣ୍ଡା ଯୋଗଦେଇ ଗୁରୁ, ପିତାମାତା ତଥା ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳ ବ୍ଲକ ସଭାପତି ଶିକ୍ଷାବିତ ଗୋବିନ୍ଦ ପ୍ରସାଦ ଦାସ, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ଆଲୁମିନି ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ପ୍ରତାପ କୁମାର ପାତ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ମାମିଲତା ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ଡ.ରଶ୍ମିତା ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ତଥା ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଶ୍ରୀ ମୁଣ୍ଡା, ମିନତୀ ରାଉତ,ଅନୁପମା ସାମନ୍ତରାୟ, ରଶ୍ମିତା ସୀ, ଶିକ୍ଷକ ଶତୃଘ୍ନ ସେଠୀ,ସଞ୍ଜିତ ଜେନା, ପୂର୍ଣ୍ଣେନ୍ଦୁ ଦାସ, ଖେଳ ଶିକ୍ଷକ ପଦ୍ମଲୋଚନ ବାରିକ, ଦୀଲ୍ଲିପ ସିଂ, ଗଣେଶ ଜେନା, ନିତାଇ କୃଷ୍ଣ ସାମଲ, ଅରୁଣ କୁମାର ପଣ୍ଡା, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ସଂସ୍କୃତ ଶିକ୍ଷକ ମୂରଲୀଧର ଗଙ୍ଗାଇ ଧନ୍ୟବାଦ ପ୍ରଦାନ କରିଥିଲେ।

  • ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

    ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ରାସ୍ତା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି | ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ | ଖବର ପାଇ କମର୍ଦ୍ଦା ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ସକାଳେ କମର୍ଦ୍ଦା-ବାଲିଆପାଳ ରାସ୍ତା ନାଚିନ୍ଦା ଛକ ରାସ୍ତା ପାର୍ଶ୍ଵରେ ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ଗ୍ରାମପଞ୍ଚାୟତ ଚଡ଼ ବଢାପାଳ ଗ୍ରାମର ଶ୍ରୀକାନ୍ତ ଜତି ସବୁ ଦିନ ଭୋରରୁ କାମ କରିବା ପାଇଁ ଯାଉଥିଲେ |

    ସ୍ଥାନୀୟ ଲୋକେ ତାଙ୍କୁ ଯେତେ ଡାକିବାରୁ ସେ ଉଠିଲେ ନାହିଁ, ତୁରନ୍ତ 108 ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ହସ୍ପିଟାଲରେ ନେଇଯାଉଥିବା ବେଳେ ଡାକ୍ତର ତାଙ୍କର ମୃତ ଘୋଷଣା କରିଛନ୍ତି । ତେବେ ବୃଦ୍ଧଙ୍କ ମୃତ୍ୟୁର ଘଟଣାକୁ ନେଇ ଅଧିକ ଖୋଲତାଡ଼ ଆରମ୍ଭ କରିଛି ପୋଲିସ ।

  • ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    କମର୍ଦା ବଜାରରେ ଆତଙ୍କ ଖେଳାଇଛି ପାଗଳ କୁକୁର । କୁକୁର କାମୁଡ଼ାରେ ୭ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡି ଥିଲା । ଗୁରୁତର ଅବସ୍ତାରେ ସମସ୍ତଙ୍କୁ କମର୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

    ଆହାତଙ୍କ ମଧ୍ୟରେ ୫ ଜଣ ମହିଳା ୧ ପୁରୁଷ ୧ ନାବାଳକ ଅଛନ୍ତି । ସମସ୍ତ ଆହତଙ୍କ ଘର କମର୍ଦା ଓ କାନପୁର ଗ୍ରାମର। କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଜାରି ରହିଛି । କୁକୁର ଭୟରେ ଲୋକେ ବାହାରକୁ ବାହାରିବା ବନ୍ଦ କରିଦେଇଛନ୍ତି ।

  • ଦିନ ଦ୍ୱିପହରରେ ଡ଼କାୟତି, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

    ଦିନ ଦ୍ୱିପହରରେ ଡ଼କାୟତି, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

    ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବଡ଼ ବଜାର ଛକ ନିକଟରୁ ଦିନ ଦ୍ୱିପହରରେ ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।ସୂଚନା ଅନୁସାରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଜଳେଶ୍ଵର ବ୍ଲକ ରାୟାରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ପ୍ରଧାନ ଏବଂ ତାଙ୍କ ସାଙ୍ଗ ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ଦତ୍ତ ଏକ ସ୍କୁଟି ଯୋଗେ ଆସି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ବଡ଼ବଜାରର ଛକ ନିକଟରେ ହଠାତ୍ ଦୁଇ ଜଣ ଯୁବକ ଏକ ଆର ୱାନ ଫାଇଭ ବାଇକ୍ ରେ ଆସି ଦୁଇ ବୃଦ୍ଧଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ୍ କୁ ଛଡାଇ ନେଇ ଫେରାର ହୋଇଯାଇଥିଲେ।ତେବେ ଉକ୍ତ ବ୍ୟକ୍ତି ଜଣକ ତଳେ ପଡ଼ିଯିବା ଫଳରେ ଗୋଡରେ ଆଘାତ ହୋଇ ରକ୍ତପାତ ହୋଇଯାଇଥିଲା।ଫଳରେ ଜଳେଶ୍ବର ଜୀକେ ଭଟ୍ଟର ହସ୍ପିଟାଲ ଯାଇ ଚିକିତ୍ସା ହୋଇ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ବ୍ୟାଗରେ ନଗଦ ଦୁଇ ଲକ୍ଷ ଟଙ୍କା,ଚେକ୍ ବୁକ୍,ପାସ ବୁକ୍ ଓ ଆଧାର କାର୍ଡ ଥିବା ବେଳେ ଲୁଟେରା ମାନେ ଦୃତ ଗତିରେ ନୁଅବଜାର ମୁହାଁ ପଲାଇ ଯାଇଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • ମଶା ଧୂପ ଉଜାଡିଦେଲା ସବୁ ସ୍ୱପ୍ନ

    ମଶା ଧୂପ ଉଜାଡିଦେଲା ସବୁ ସ୍ୱପ୍ନ

    ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା ବ୍ୟାପୀ ଘରକୁ ଲାଗି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ଘର ଜଳିବା ସହ ସମସ୍ତ ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି। ରାତିରେ ଅଗ୍ନିକାଣ୍ଡ ଘଟି ଗାଁର ଧିରେନ ମଲ୍ଲିକଙ୍କ ଘର ଜଳି ଯାଇଛି। ସେ ବିଲ ମଝିରେ ଘର କରିଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସେ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ କରିଥିଲେ। ଖବର ପାଇ ଅଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଏବେ ଅମଳ ହୋଇ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଧିରେନ ମଲ୍ଲିକଙ୍କ ର ସମସ୍ତ ଧନ ସମ୍ପତ୍ତି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ସଦସ୍ୟ ମୁଣ୍ଡ ପିଟି କାନ୍ଦୁଛନ୍ତି।

  • ବ୍ରିଜ୍‌ରେ ଝୁଲିଲା ‘ଲକ୍ଷ୍ମୀ’ ବସ, ଟଳିଲା ବଡ଼ ଅଘଟଣ

    ବ୍ରିଜ୍‌ରେ ଝୁଲିଲା ‘ଲକ୍ଷ୍ମୀ’ ବସ, ଟଳିଲା ବଡ଼ ଅଘଟଣ

    ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଫାଣ୍ଡି ଛକରେ |ଫାଣ୍ଡି ଛକ ଓଭର ବ୍ରିଜ୍‌ରେ ‘ଲକ୍ଷ୍ମୀ’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରିଜ୍‌ ସାଇଡ୍ ୱାଲ୍‌କୁ ଧକ୍କା ଦେଇ ତଳକୁ ଝୁଲି ରହିଛି ବସ୍ । ବସ୍‌ରେ କେହି ଯାତ୍ରୀ ନଥିବାରୁ ବଡ଼ ଅଘଟଣ ଟଳିଛି । ବସର ଗୋଟିଏ ପାର୍ଶ୍ବ ବ୍ରିଜରେ ଲାଗି ରହିଥିବା ବେଳେ ଆଗ ଭାଗ ତଳେ ଥିବା ଦୋକାନରେ ଅଟକି ରହିଥିଲା । ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରିଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ । ଦୁର୍ଘଟଣାରେ ବ୍ରିଜର ଗଢ଼ୁଆଲ କଂକ୍ରିଟ ପିଲର ଭାଙ୍ଗିଯାଇଛି। ବିଦୁତ୍ ତାର ଛିଣ୍ଡି ପଡ଼ିଛି । ବିଳମ୍ବିତ ରାତିରେ ବସକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହାଇଡ୍ର। ଓ କ୍ରେନ୍ ସହାଯ୍ୟରେ ଉଦ୍ଧାର ପାଇଁ ବ୍ୟବହାର କରାଯାଉଛି ଓଭରବ୍ରିଜରେ ଝୁଲିଲା ଲକ୍ଷ୍ମୀ ବସ୍ ବାଲେଶ୍ୱର ଲକ୍ଷ୍ମୀ ବସ ଦୁର୍ଘଟଣା । ଯାତ୍ରୀଙ୍କୁ ଛାଡି ଫେରୁଥିବାବେଳେ ସହଦେବଖୁଣ୍ଟା ଓଭରବ୍ରିଜ ଉପରେ ଝୁଲିଗଲା ବସ୍ । ବିଳମ୍ବିତ ରାତିରେ ହେଲା ଉଦ୍ଧାର ହେଲା ବସ୍ । କେମିତି ହେଲା ଦୁର୍ଘଟଣା, ତଦନ୍ତ ଆରମ୍ଭ ।ଖବର ପାଇ ଅଗ୍ନିଶମ ବିଭାଗ, ପୁଲିସ, ପରିରବହନ ବିଭାଗ ଏବଂ ଓଡ୍ରାଫ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବାଲେଶ୍ଵର ଉପ-ଜିଲାପାଳ, ପରିବହନ ଅଧିକାରୀ ଓ ପୁଲିସ ଅଧିକାରୀ ପ୍ରମୁଖ ସେଠାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।

  • ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

    ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

    ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଳେଶ୍ୱର ଦେଇ ପଶ୍ଚିମବଙ୍ଗରୁ ତାମିଲନାଡୁ ଆଡକୁ ଦ୍ରୁତ ଗତିରେ ଯାଉଥିବା ଚା’ ବୋଝେଇ କଣ୍ଟେନର ଭାରସାମ୍ଯ ହରାଇ ଲକ୍ଷ୍ମଣ ନାଥ ଟୋଲପ୍ଲାଜାରେ ଥିବା ପକ୍କା ଡିଭାଇଡର ଉପରକୁ ଚଢି ଯାଇ ଟୋଲ ପ୍ଲାଜାର କେବିନକୁ ଜୋରରେ ଧକ୍କା ଦେଇ କଣ୍ଟେନରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । କେବିନ ମଧ୍ୟରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କଣ୍ଟେନରରେ ଥିବା ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲେ । କଣ୍ଟେନର ସହ ହେଲପର ମଧ୍ଯ ଜଳି ଯାଇ ଥିବା ସନ୍ଦେହ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଟ୍ରକରେ ହେଲ୍ପର ନ ଥିଲେ ।

    ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଡିଜେଲ ଟାଙ୍କି ଫାଟି ସେଥିରୁ ଡିଜେଲ ଲିଙ୍କ ହୋଇ ଗାଡ଼ିରେ ନିଆଁ ଲାଗିଯାଇଥିଲା ଗାଡ଼ିରେ ନିଆଁ ଲାଗିବ ଫଳରେ ଟାୟାର ଫାଟିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା

    ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି। ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହୁଥିଲା ବେଳେ ପୋଲିସର ତଦନ୍ତ ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

    — ଜଳେଶ୍ବରରୁ ଚନ୍ଦନ କୁମାର ଜେନାଙ୍କ ରିପୋର୍ଟ, Suchanatv24x7