Category: ବାଲେଶ୍ୱର

  • ଥମୁନି ଦୁଷ୍କର୍ମ ଓ ହତ୍ୟା,ଆଖିବୁଝିଲେ ଆଉ ଜଣେ ନାବାଳିକା

    ଥମୁନି ଦୁଷ୍କର୍ମ ଓ ହତ୍ୟା,ଆଖିବୁଝିଲେ ଆଉ ଜଣେ ନାବାଳିକା

    ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜନୈକା ୧୭ ବର୍ଷୟା କଲେଜ ପଢୁଆ ନାବାଳିକା ଛାତ୍ରୀ ବଳତ୍କାରର ଶିକାର ହୋଇ ତାଙ୍କୁ ହତ୍ୟାକାରାଯାଇଥିବାର ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଗତ କାଲି ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି lଅଭିଯୋଗ ମୂଳେ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ନାବାଳିକାଙ୍କ ମୃତ ଦେହ ଘରଭିତରୁ ଉଦ୍ଧାର କରି ୧ ୭ ୪ / ୨ ୫ ରେ ମାମଲା ୠଜୁକରିବା ସହିତ ସନ୍ଦେହରେ ବସନ୍ତ ମଝିନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି l

    ସୂଚନା ଅନୁଯାୟୀ, ମୃତା ଛାତ୍ରୀଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି ଯେ ଗତ ମଙ୍ଗଳବାର ଦିନ ଦିନ ୧୧ଟା୩୦ ମିନିଟ୍ ସମୟରେ ଭୋଗରାଇ ବ୍ଲକ ଲକ୍ଷ୍ମୀପାଟଣା ଗ୍ରାମର ଯୁବକ ବସନ୍ତ ମାଝୀ (ବାଣ୍ଟୁ) ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବା ବେଳେ ଏହି ସୁଯୋଗରେ ବଳତ୍କାର କରିବା ସହିତ ଜୀବନରୁ ମାରି ଦେଇ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଦେଇ ଝୁଲାଇ ଦେଇଥିବା ମୃତୁ୍କଙ୍କ ଭାଇ ଭାସ୍କର ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ମୃତା ଛାତ୍ରୀଙ୍କ ଶରୀରକୁ ବେବଛେଦ କରିବା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବାର ସୂଚନା ମିଳିଛି ।ଏ ସମ୍ପର୍କ ରେ ପୋଲିସ ର ପ୍ରତି କ୍ରିୟା ମିଳି ପାରି ନାହିଁ

  • ମହିମା ଆଶ୍ରମ ସ୍ଵେଛାସେବୀ ପକ୍ଷରୁ ଜଳଛତ୍ର

    ମହିମା ଆଶ୍ରମ ସ୍ଵେଛାସେବୀ ପକ୍ଷରୁ ଜଳଛତ୍ର

    ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନେ ମହିମା ଆଶ୍ରମ ସେଛାସେବି ପକ୍ଷରୁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ପୋଲ ନିକଟରେ ବାଲିଆପାଳରୁ ମକଦ୍ଦା ରୋଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ମହିମା ଆଶ୍ରମ ମନ୍ମଥ ପ୍ରଧାନ ଏବଂ ସନ୍ୟାସୀ ପ୍ରଧାନ ଯୋଗ ଦେଇ ଅନୁଷ୍ଠିତ ହୋଇ ଥିଲା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଅଛି।ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳୀ ତଥା ଜନ ଗହଳି ପୂର୍ଣ୍ଣ ହୋଇ ଥିବା ରୁ ଜଳଛତ୍ର କିଛି ମାତ୍ରାରେ ବାଟୋଇ ମାନଙ୍କୁ ସହାୟକ ହୋଇଛି।

    ରାଜ୍ୟ ସରକାର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରା ଯାଇ ନ ଥିବା ବେଳେ ଆଜିର ଜଳଛତ୍ର ବଣ୍ଟନରେ ବହୁତ ବାଟୋଇ ଯାତ୍ରୀ ମାନେ ଦ୍ବାରା ଉପକୃତ ହୋଇ ଥିବା ନେଇ ସ୍ଥାନୀୟ ଜନ ସାଧାରଣ ମହଲରେ ପ୍ରଶଂସା କରିଅଛନ୍ତି।ଅନ୍ୟପଟେ ବିଭାଗୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି।ଏହି ଜଳ ଛତ୍ର ଖୋଲିବା ଦ୍ୱାରା ସହରକୁ ଆସୁଥିବା ବିଭିନ୍ନ ଲୋକ ମାନଙ୍କ ସହି ବାଟୋଇ ପାନୀୟ ଜଳ ପାଇଁଁ ପାରିବେ ବୋଲି ମଧ୍ୟ ସେ କହିଥିଲେ। ଉପସ୍ଥିତ ରହି ବାଟୋଇ ମାନଙ୍କୁ ଜଳ ପ୍ରଦାନ କରିଥିଲେ ।

  • ସରକାରଙ୍କୁ ଚେତାଇଲେ ବାଲିଆପାଳିଆ ମଞ୍ଚ, ପଦବୀ ପୂରଣ ନ ହେଲେ ଆମରଣ ଅନଶନ

    ସରକାରଙ୍କୁ ଚେତାଇଲେ ବାଲିଆପାଳିଆ ମଞ୍ଚ, ପଦବୀ ପୂରଣ ନ ହେଲେ ଆମରଣ ଅନଶନ

    ଆସନ୍ତା ମଇ ମାସ ୫ ତାରିଖ ସୁଦ୍ଧା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଥିବା ତାକ୍ତର ପଦବୀ ଓ ଅନ୍ୟାନ ପଦବୀ ଗୁଡିକୁ ପ୍ରଶାସନ ପୂରଣ ନ କଲେ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ଆମରଣ ଅନଶନରେ ବସିବ ବୋଲି ମଙ୍ଗଳବାର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ମଞ୍ଚ ପଦବୀ ପୂରଣ ପାଇଁ ବାରମ୍ବାର ଅନଶନ କରି ଆସିଥିବା ବେଳେ ପ୍ରଶାସନ ଦେଇଥିବା ପ୍ରତିଶୃତି ପାଣିର ଗାର ହୋଇଛି ବୋଲି କହିଛି।

    ତେବେ ଏଥରର ଅନଶନରେ ” ଡାକ୍ତର ଆସିବ ନୋହିଲେ ମୋ ଶବ ଉଠିବ ” ବୋଲି ମଞ୍ଚର ଆବାହକ ସତ୍ୟକାମ ମହାନ୍ତି କହିଛନ୍ତି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଦେବାଶିଷ ପାତ୍ର, ହରିହର ପ୍ରଧାନ, ହରବନ୍ଧୁ ଜେନା, ଦିନୁଜ ଜେନା, ରାମ ଚନ୍ଦ୍ର ରାଉତ, ରିଙ୍କୁ ରଞ୍ଜନ କର ପ୍ରମୁଖ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରି ଥିଲେ। ସୂଚନା ଥାଉ କି ଏବେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ଟି ଡାକ୍ତର ପଦବୀ ରହିଥିବା ବେଳେ ୬ ଟି ପଦବୀ ଖାଲି ପଡିଛି। ସମୁଦାୟ ୨୫ ତାକ୍ତରୀ ପଦବୀରୁ ୧୨ ଟି ପଦବୀ ଖାଲି ପଡିଛି। ଶ୍ରୀ ରାମପୁର ପି ଏଚ ସି ରେ ତାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନାହାଁନ୍ତି। ଏକ୍ସରେ, ସିଟି ସ୍କାନ, ଅଲଟ୍ରା ସାଉଣ୍ଡ ଅଛି, ଟେକ୍ନିକାଲ ଲୋକ ନ ଥିବାରୁ ଲୋକଙ୍କ କାମରେ ଆସୁନାହିଁ। ଅନ୍ୟପକ୍ଷରେ ବାଲିଆପାଳ ଡଗରା ପର୍ଯଟନ କେନ୍ଦ୍ର ରାସ୍ତା ଟେଣ୍ଡର ହୋଇ କାମ ନ ହେବା ମଞ୍ଚ ପରିତାପର ବିଷୟ ବୋଲି କହିଛି।

    ଏନ ଏ ସି ଘୋଷିତ ବାଲିଆପାଳ କୁ ଯଦି ଭାଜପା ସରକାର ଏନ ଏ ସି ନ କରନ୍ତି ତାହାଲେ ରକ୍ତାତ ସଂଘର୍ଷ ହେବ ବୋଲି ମଞ୍ଚ ସରକାର ଙ୍କୁ ମଧ୍ୟ ଚେତାବନୀ ଦେଇଛି। ଆସନ୍ତା ୬ ତାରିଖ ଦିନ ମଞ୍ଚ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକ ସାମ୍ନା ରେ ଆମରଣ ଅନଶନରେ ବସିବ ବୋଲି କହିଛି।ଏବେ ବାଲିଆପାଳ ବ୍ଲକରେ ୨ ଟି ସି ଏଚ ସି ଓ ୫ ଟି ପି ଏଚ ସି ରହିଥିବା ବେଳେ ପ୍ରାୟେ 3 ଲକ୍ଷ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଉପରେ ନିର୍ଭୟ କରନ୍ତି।ଏନେଇ ମଞ୍ଚ ଆଜି ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ପଦାଧିକାରୀ ମାନଙ୍କୁ ଜଣାଇଛନ୍ତି।

  • ପହଲଗାମ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

    ପହଲଗାମ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

    ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ଶତପଥୀକୁ ବାଲିଆପାଳ ବଜରଙ୍ଗଦଳ ତରଫରୁ ଜଗନ୍ନାଥ ମନ୍ଦିର ଠାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି । ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି ମୁସଲ୍ ମାନ୍ ଆତଙ୍କବାଦୀ ମାନେ । ଜମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଛନ୍ତି । ପର୍ଯ୍ୟଟକମାନେ ମଜାମସ୍ତି କରିବା ସହ ଖାଉଥିବା ବେଳେ ହଠାତ୍ ଆତଙ୍କବାଦୀ ବନ୍ଧୁକ ଧରି ପ୍ରବେଶ କରିଥିଲେ । ସେମାନେ ପ୍ରଥମେ ପର୍ଯ୍ୟଟକଙ୍କ ପରିଚୟ ମାଗିଥିଲେ ।

    ଏହାପରେ ଜଣକ ପରେ ଜଣଙ୍କୁ ଗୁଳି କରିଥିଲେ । ଏଥିରେ ଜଣେ ବାଲେଶ୍ଵର ଓଡ଼ିଆ ଯୁବକଙ୍କ ସହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଜଣେ ଓଡ଼ିଆ ଯୁବକଙ୍କ ଘର ବାଲେଶ୍ବରର ରେମୁଣାର ପ୍ରଶାନ୍ତ ଶତପ‌ଥୀ । ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମ କୁ ବୁଲିବା ପାଇଁ ଯାଇଥିଲେ । ସେହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିଲା । ସେଥିପାଇଁ ବାଲିଆପାଳ ବଜରଙ୍ଗ ଦଳ ତରଫ ରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରତିବାଦ କରିବା ସହ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭାରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସାମୂହିକ ଦୀପ ଦାନ କରାଯାଇଥିଲା ।

  • ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

    ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

    ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ରେ ଦିଘା ରେ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କୁ ପୁରୀ ରୀତି ନୀତି ଅନୁସାରେ ପ୍ରତିଷ୍ଠା କରାଯିବ । ମାତ୍ର ମହାପ୍ରଭୁ ଙ୍କୁ ପ୍ରତିଷ୍ଠା ପୂର୍ବରୁ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା । ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା । ଯେତେବେଳେ କର୍ମଚାରୀ ମାନେ ପ୍ରତିମାଟିକୁ ଦେଖିଲେ, ସେମାନେ ତାହାକୁ ଉଠାଇ କୂଳକୁ ଆଣିଲେ । ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ । ଖବର ଜଣାପଡିବା ପରେ ଲୋକଙ୍କ ଗହଳି ଲାଗିଥିଲା । ଆଖପାଖର ଲୋକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଜଗନ୍ନାଥଙ୍କୁ ଦେଖିବାକୁ । ସୂଚନା ଥାଉକି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା ୩୦ତାରିଖରେ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ପୁରୀ ରୀତିନୀତି ଅନୁସାରେ ଏଠାରେ ପ୍ରତିଷ୍ଠା କରାଯିବ ମହାପ୍ରଭୁଙ୍କର ।

  • ଶେଷ ହେଲା ବାବା ପାରୋଳେଶ୍ଵର ଶୈବପୀଠରେ ଚଡକ ଯାତ୍ରା

    ଶେଷ ହେଲା ବାବା ପାରୋଳେଶ୍ଵର ଶୈବପୀଠରେ ଚଡକ ଯାତ୍ରା

    ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବାବା ପାରୋଳେଶ୍ଵର ବିଷ୍ଣୁ ପ୍ରସିଦ୍ଧ ପାଟ ପର୍ବ ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ୧୪ ଦିନ ଧରି ଅନୁଷ୍ଠିତ ଏହି ବ୍ରତରେ ହଜାର ହଜାର ଭକ୍ତ ଶେଷ ଅର୍ଘ୍ୟ ଦେଇଛନ୍ତି ଶ୍ରୀଜିଉଙ୍କଠାରେ । କୁନା ଭୂଇଁ ଛକ ହା’କାଣ୍ଡ ପୋଖରୀଠାରୁ ଚନ୍ଦନେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏପ୍ରିଲ ୭ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ପର୍ବର ଆଜି ଥିଲା ବହୁ ପ୍ରତୀକ୍ଷିତ ପାଟ ପର୍ବ । ଏହି ପାଟ ପର୍ବର ମୁଖ୍ୟ ଆକର୍ଷଣ ମାଳା, ଚନ୍ଦନା ଓ କଣ୍ଟାପୋଡ଼ା । ସମସ୍ତ ଉପବୀତଧାରୀ ଭକ୍ତ ହା’ କାଣ୍ଡ ପୋଖରୀ ପୋଖରୀକୁ ଯାଇ ସେଠାରେ ବୁଡ଼ ପକାଇ ମନ୍ଦିରକୁ ଫେରିଥାନ୍ତି । ଅପରାହ୍ନରେ ପାଟ ଭକ୍ତା ନରେନ୍ଦ୍ର ପ୍ରଧାନ ଅନ୍ୟ ୧୩ ଜଣ ମୁଖ୍ୟ ଭକ୍ତଙ୍କ ସମେତ ସେବାୟତ ବର୍ଗ ହା’କାଣ୍ଡ ପୋଖରୀ ଅଭିମୁଖେ ଯାତ୍ରା କରିଥିଲେ । ଦିନ ୪ଟାରେ ଏକ ବିଶାଳ ପଟୁଆଳରେ ଦଶନଖୀ ଏବଂ ଶ୍ରୀଘଟକୁ ସେବାୟତମାନେ ମୁଖ୍ୟ ମନ୍ଦିରକୁ ଅଣାଇଥିଲେ । ଏଥିରେ ଶତାଧିକ ସେବାୟତ, ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମିଲ ଥିଲେ। କେତେକ ଭକ୍ତ ନିଜକୁ ଶିବ ପାର୍ବତୀ, ରାମ ସୀତା, ରାଧା କୃଷ୍ଣ ଓ ହନୁମାନ ଆଦି ବିଭିନ୍ନ ବେଶରେ ସଜାଇଥିଲେ ।

    ଆଉ କେତେକ ମଣ୍ଡରେ ଧୂଣା ସରା ନେଇ ଆସୁଥିବା ବେଳେ ଅନ୍ୟମାନେ କଣ୍ଟା ଦ୍ୱାରା ଜିର, ଶରୀରର ଦୁଇ ପାର୍ଶ୍ୱ, ପେଟ, ପିଠି ଓ ପାଦରେ ଫୋଡ଼ି ମନ୍ଦିର ଅଭିମୁଖେ ଆସିଥିଲେ । ପ୍ରାୟ ୫ଶହରୁ ଉର୍ଦ୍ଧ ଭକ୍ତ କଣ୍ଟା ଫୋଡ଼ିଥିଲେ। ଏହି ଅବସରରେ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିଲା। ଶଙ୍ଖ, ଘଣ୍ଟା, ଝାଲି, ପାରମ୍ପାରିକ ବାଦ୍ୟ, ବାଣ, ରୋଷଣୀ ଆଦିରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ। ଦଶନଖୀ ମନ୍ଦିରରେ ପହଞ୍ଚିବା ପରେ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଉପବୀତଧାରୀ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ଥିଲେ ।

  • ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧିତ ହେଲେ ମୁକେଶ

    ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧିତ ହେଲେ ମୁକେଶ

    ‘ଏକ୍ସ’ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିବାରୁ ପୁରୀ ସଂସ୍କୃତି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବରେ ବାଲେଶ୍ଵର ଜିଲ୍ଲାର ମୁକେଶ ଦଳାଇ ଟୁଇଟର ବା ଏକ୍ସ ମ୍ୟାନ୍ ଭାବେ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଟିମ୍ ‘ଆଟା’ ର କର୍ମକର୍ତ୍ତା ସାରା ରାଜ୍ୟରେ କାମ କରୁଥିବା ବେଳେ ମୁକେଶ ବାଲେଶ୍ବର ଜିଲ୍ଲାରେ ଜିଲ୍ଲା ସଂଯୋଜକ ଭାବେ କାମ କରନ୍ତି । ଲୋକଙ୍କ ସମସ୍ୟା ଦେଖି ପ୍ରତିଦିନ ମୁକେଶ ଏକ୍ସ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିଆସୁଛନ୍ତି । ୪ ବର୍ଷ ଭିତରେ ଆଜିଯାଏ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୯୭୫୮ ଊର୍ଦ୍ଧ୍ବ ସମସ୍ୟା ଟ୍ୱିଟ୍ କରିଥିବା ବେଳେ ପାଖାପାଖି ୨-୩ ହଜାରରୁ ଅଧିକ ସମସ୍ୟାର ସମାଧାନ କରିଛନ୍ତି । ଭୋଗରାଇ ବ୍ଲକ୍ ସୁନାଧରବସାଣ ଗ୍ରାମ ପଞ୍ଚାୟତ ସୁନାଧରବସାଣ ଗ୍ରାମର ରମେଶ ଦଳାଇ ଓ ପାର୍ବତୀ ଦଳାଇଙ୍କ ପୁଅ ହେଉଛନ୍ତି ମୁକେଶ ଦଳାଇ । ଯୁକ୍ତତିନିରେ ପାଠ ପଢ଼ିବା ସହିତ ଲୋକଙ୍କ ସମସ୍ୟା ବାବଦରେ ପ୍ରତିଦିନ କିଛି ନା କିଛି ଏକ୍ସରେ ପୋଷ୍ଟ କରି ସମସ୍ୟାଗୁଡ଼ିକ ସମାଧାନ କରିଥାନ୍ତି । ଆଜିର ଯୁବପିଢି ଅଧିକାଂଶ ସମୟରେ ନିଜର ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ଅପବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ମୁକେଶ ଦଳାଇ ଏହାକୁ ସମାଜ ସେବା ପାଇଁ ଉପଯୋଗ କରୁଛନ୍ତି । ମୁକେଶ କିନ୍ତୁ ଏହାକୁ ସମାଜର ସେବା ପାଇଁ ବ୍ୟବହାର କରୁଛନ୍ତି ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଏକ ଦୈନିକ ଖବର କାଗଜର ଆସୋସିଏଟ ଏଡ଼ିଟର ସମରେନ୍ଦୁ ଦାସ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଉପସ୍ଥିତ ଥିବାବେଳେ ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ମୁକେଶ ଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏହା ସହ ମୁକେଶଙ୍କର ଏହି ସଫଳତା ପାଇଁ ଭୋଗରାଇର ବିଧାୟକ ଗୌତମ ବୁଦ୍ଧ ଦାସ ତାଙ୍କର ଏକ୍ସ ରେ ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।

  • କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା ଜଣକୁ ସର୍ବସ୍ବାନ୍ତ କରି ଦେବ ଏହି ଖବର ହିଁ ଜ୍ୱଳନ୍ତ ଉଦାହରଣ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ତେଘରି ଗ୍ରାମର ସୌରଜିତ ରାୟ ଅନଲାଇନ୍ ରେ ଗେମ ଖେଳି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜୁପି ଲୁଡ ଖେଳି ୫ ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ବହୁ ବାର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଆଜି ସକାଳୁ ନିଜକୁ ଛୁରୀ ରେ ବାରମ୍ବାର ହାତ ଓ ବେକ କୁ କାଟିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତରିତ । ତେବେ ସୌରଜିତ ରାୟ ଜଣେ ଘୋରୋଇ ଟିଉସନ ଶିକ୍ଷକ ଥିବା ଜଣାପଡ଼ିଛି ।

  • ଶେଷ ହେଲା ଚଡକ ଯାତ୍ରାର ପାଟ ପର୍ବ

    ଶେଷ ହେଲା ଚଡକ ଯାତ୍ରାର ପାଟ ପର୍ବ

    ବାଲେଶଶ୍ୱର ଜିଲ୍ଲା ଭୋଗରାଇର ବ୍ଲକ ବାବା ଚନ୍ଦନେଶ୍ୱରଙ୍କ ବିଷ୍ଣୁ ପ୍ରସିଦ୍ଧ ପାଟ ପର୍ବ ରବିବାର ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ୧୪ ଦିନ ଧରି ଅନୁଷ୍ଠିତ ଏହି ବ୍ରତରେ ଲକ୍ଷ ଲକ୍ଷ ଭକ୍ତ ଶେଷ ଅର୍ଘ୍ୟ ଦେଇଛନ୍ତି ଶ୍ରୀଜିଉଙ୍କ ଠାରେ । ଓଡ଼ିଶାର ଦ୍ଵିତୀୟ ସର୍ବବୃହତ ପର୍ବ କୁହାଯଉଥିବା ଏହି ଚଡ଼କ ପର୍ବରେ ଓଡି଼ଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ଅଞ୍ଚଳରୁ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଭିଡ଼କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା । ବାଡ଼ସରିଷା ଗ୍ରାମର ହା’କାଣ୍ଡ ଲକ୍ଷ୍ମୀ ପୋଖରୀଠାରୁ ଚନ୍ଦନେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ ଓ ଆଖାପାଖ ଘରର ଛାତ ଉପରେ ଲାଗି ରହିଥିଲା ଲୋକଙ୍କ ଭିଡ଼ । ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ପର୍ବର ଆଜି ଥିଲା ବହୁ ପ୍ରତୀକ୍ଷିତ ପାଟ ପର୍ବ । ଏହି ପାଟ ପର୍ବର ମୁଖ୍ୟ ଆକର୍ଷଣ ମାଳା, ଚନ୍ଦନା ଓ କଣ୍ଟାପୋଡ଼ା ।

    ସମସ୍ତ ଉପବୀତଧାରୀ ଭକ୍ତ ହା’ କାଣ୍ଡ ପୋଖରୀ ଲକ୍ଷ୍ମୀ ପୋଖରୀକୁ ଯାଇ ସେଠାରେ ବୁଡ଼ ପକାଇ ମନ୍ଦିରକୁ ଫେରିଆତି ମହା ଉଦ୍ଭାସରେ । ଏହା ଭୋର ୫ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା । ଭକ୍ତମାନେ ପରସ୍ପରକୁ ଚନ୍ଦନ ଲଗାଇବା ସହ ଫୁଲମାଳା ଦେଇଥାନ୍ତି । ଏକ ବିଶାଳ ପଟୁଆଳରେ ଦଶନଖୀ ଏବଂ ଶ୍ରୀଘଟକୁ ସେବାୟତମାନେ ମୁଖ୍ୟ ମନ୍ଦିରକୁ ଅଣାଇଥିଲେ । ଏଥିରେ ଶତାଧିକ ସେବାୟତ, ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମିଲ ଥିଲେ । କେତେକ ଭକ୍ତ ନିଜକୁ ଶିବ ପାର୍ବତୀ, ରାମ ସୀତା, ରାଧା କୃଷ୍ଣ ଓ ହନୁମାନ ଆଦି ବିଭିନ୍ନ ବେଶରେ ସଜାଇଥିଲେ । ଆଉ କେତେକ ମୁଣ୍ଡରେ ଧୂଣା ସରା ନେଇ ଆସୁଥିବା ବେଳେ ଅନ୍ୟମାନେ କଣ୍ଟା ଦ୍ୱାରା ଜିଭ, ପେଟ, ପିଠି ଓ ପାଦରେ ଫୋଡ଼ି ମନ୍ଦିର ଅଭିମୁଖେ ଆସିଥିଲେ । ପ୍ରାୟ ୫ଶହରୁ ଉର୍ଦ୍ଧ ଭକ୍ତ କଣ୍ଟା ଫୋଡ଼ିଥିଲେ। ଏହି ଅବସରରେ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିଲା । ଶଙ୍ଖ, ଘଣ୍ଟା, ଝାଲି, ପାରମ୍ପାରିକ ବାଦ୍ୟ, ବାଣ, ରୋଷଣୀ ଆଦିରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ । ଦଶନଖୀ ମନ୍ଦିରରେ ପହଞ୍ଚିବା ପରେ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଉପବୀତଧାରୀ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ଥିଲେ । ଏହି ଅବସରରେ କେତେକ ମାନସିକଧାରୀ ଶ୍ରଦ୍ଧାଳୁ ଜଳାଭିଷେକ କରିବାର ଲକ୍ଷ୍ୟ କରାଯାଇଛି ।

    ଏହି ମେଳାରେ ସତ୍ୟସାର ସେବା ସଂଗଠନ, ସାହାବାଜିପୁର ସାଗର ସାଥୀ କ୍ଲବ, ଭଟପୁର ସ୍ବାଭିମାନ କ୍ଳବ ସହଯୋଗ କରିବା ସହିତ ବାଲେଶ୍ଵର-ଭଦ୍ରକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ନାଗରିକ ସୁରକ୍ଷା ପରିଷଦ ଆଦି ଲୋକମାନଙ୍କୁ ପାଣି, ଘୋଳଦହି ପ୍ରଦାନ କରିଥିଲେ । ଆଉ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସେବା କାର୍ଯ୍ୟ ଲାଗି ସାମିଲ ହୋଇଥିଲେ । ପାଟପର୍ବରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସପି ରାଜ ପ୍ରଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲ୍ଲାପରିଷଦ ସଦସ୍ୟା ପ୍ରତିମା ଚାନ୍ଦ, ଟ୍ରଷ୍ଟ ବୋର୍ଡ଼ର ନିର୍ବାହୀ ଅଧିକାରୀ ତଥା ତହସିଲଦାର ସୂର୍ଯ୍ୟ କୁମାର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ମୌରସୀ-ନ୍ୟାସୀ ତଥା ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ସମିତି ସଦସ୍ୟ ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • ଚୋରି କଲେ, ଛେଚା ଖାଇଲେ

    ଚୋରି କଲେ, ଛେଚା ଖାଇଲେ

    ଚୋରି କରିବାକୁ ଆସି ହଟହଟା ଚୋର | ବିଳମ୍ବିତ ରାତିରେ ଘରେ ପଶି ଚୋରି କରୁଥିବା ବେଳେ ୩ ଜଣ ଚୋରକୁ କାବୁ କରି ନିର୍ଧୁମ ଛେଞ୍ଚିଛନ୍ତି ଗ୍ରାମବାସୀ | ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଘଟିଛି ଏଭଳି ଘଟଣା | ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ବୋଳଂ ଏବଂ ଆଖପାଖ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଥିଲା | ଗତକାଲି ବିଳମ୍ବିତ ରାତିରେ ନିଧିପଣ୍ତା ଅଞ୍ଚଳର ୩ ଜଣ ଚୋର ବୋଳଂ ଗ୍ରାମରେ ଜଣେ ବ୍ଯକ୍ତିଙ୍କ ଘରେ ପଶି ଚୋରି ଉଦ୍ଯମ କରୁଥିବା ବେଳେ ଶବ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇ ଥିଲା | ଚୋର ମାନେ ଦୌଡି ପଳାଇ ଯାଉଥିବା ବେଳେ ଗ୍ରାମବାସୀ ମିଶି ୩ ଜଣ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ | ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି |