Category: ବାଲେଶ୍ୱର

  • ଡମ୍ପର ପିଛା ୫୦୦୦ ଦିଅ ଆଉ ଗାଡି ନେଇ ଯାଅ!

    ଡମ୍ପର ପିଛା ୫୦୦୦ ଦିଅ ଆଉ ଗାଡି ନେଇ ଯାଅ!

    କମର୍ଦ୍ଦା ପୋଲିସର ମନମାନୀ ASI ଗୋରୁଚର ବେହରା ଯିଏ ଡମ୍ପର ପିଛା ମାସକୁ ୫୦୦୦ଟଙ୍କା ଦେଉଛି ତା ଗାଡିକୁ ଛଡା ଯାଉଛି, ଯିଏ ନ ଦେଉଛି ତାକ ଗାଡିକୁ ଜବତ କରା ଯାଉଛି। କର୍ମଦ୍ଦା ପୋଲିସ ଓ ବାଲି ମାଫିଆଙ୍କ ଲୁଚକାଳି ଖେଳ,ଏଥିରେ ସାମିଲ ଅଛନ୍ତି ପ୍ରଶାସନର ବଡ଼ ବଡ଼ ବାବୁମାନେ। ଏଠି ପ୍ରଶ୍ନ ଉଠୁଛି କେମିତିକା ଶାସନ ଏ କଣ ଏମିତି ଚାଲିଛି କର୍ମଦ୍ଦାର ପୋଲିସ ବିଭାଗ। ପୋଲିସ ବିଭାଗର ରିମୋଟ କାହା ହାତରେ ଆଉ ତାକୁ ଧରିଛି କିଏ? ଚର୍ଚ୍ଚାରେ ଏବେ ପୋଲିସ ASI ଗୋରୁ ଚରଣ ବେହେରା।

    ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ଟି ବାଲି ବୋଝେଇ ଡମ୍ପର ଜବଦ କଲା ପୋଲିସ, ହେଲେ ଦିନ ରାତି ଶହଶହ ଡମ୍ପର ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ବାଲି କିନ୍ତୁ ଧରିବା ପାଇଁ ବିଫଳ ସାଜିଛି କର୍ମଦ୍ଦା ପୋଲିସ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଛକ ନିକଟରେ ଟଙ୍କା ନ ଦେବାରୁ ଚୋରା ବାଲି ଡମ୍ପର ଜବଦ କରିଛି କମର୍ଦ୍ଦା ପୋଲିସ, ଚଢ଼ାଉ ସମୟରେ ଗାଡି ଡ୍ରାଇଭରକୁ ଧମକ ଦେବାରୁ ଡ୍ରାଇଭର ଫେରାର ହୋଇଯାଇଛି, ସୁବର୍ଣ୍ଣରେଖା ନଦୀରୁ ଏବେ ଲିଜ୍ ଧାରୀ ଖାଦାନରୁ ବାଲି ଉତ୍ତୋଳନ ବନ୍ଦ ଥିବା ବେଳେ ମାଫିଆ ମାନେ ନୌକା ସାହାଯ୍ୟରେ ବାଲି ଉତ୍ତୋଳନ କରି ପ୍ରତେକଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି I ହେଲେ ASI ବାବୁ ଟଙ୍କା ନେଇ ଚୁପ ବସିଛନ୍ତି ।

    ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉ ଥିବାବେଳେ ମାଲେମାଲ ହେଉଛନ୍ତି ମାଫିଆ ଓ ପୋଲିସ। ପ୍ରାୟତଃ ରାତିରେ ଡମ୍ପରରେ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କମର୍ଦ୍ଦା ପୋଲିସ ପକ୍ଷରୁ ଚଢଉ କରାଯାଇ ୪ଟି ବାଲି ବୋଝେଇ ଡମ୍ପର ଜବଦ କରାଯାଇଛି, ଅନ୍ୟପଟେ ବାକି ଗାଡ଼ିକୁ ଧରିବା ପାଇଁ କର୍ମଦ୍ଦା ପୋଲିସ ଘଣ୍ଟ ଘୋଡାଉଛି। କର୍ମଦ୍ଦା ଅଞ୍ଚଳରେ ଗଣତନ୍ତ୍ର ସମ୍ପୁର୍ଣ୍ଣ ଭାବେ ଭୁଷୁଡି ପଡିଛି। ରାଜ୍ୟରେ ଚାଲିଛି ଅଫିସର ଶାସନ । ପୋଲିସ ବାବୁଙ୍କ ଜାଣତରେ ଚାଲିଛି ବେଆଇନ ବାଲି ଚାଲାଣ ଯାହାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ ।

  • ବାଲି ମାଫିଆଙ୍କ ଷଡ଼ଯନ୍ତ୍ର,ଚାଲିଛି ବ୍ଲୁ ପ୍ରିଣ୍ଟ!

    ବାଲି ମାଫିଆଙ୍କ ଷଡ଼ଯନ୍ତ୍ର,ଚାଲିଛି ବ୍ଲୁ ପ୍ରିଣ୍ଟ!

    ଚୋରା ବାଲି ବେପାର ପାଇଁ ବାଲି ମାଫିଆଙ୍କ ବଡ଼ ଷଡ଼ଯନ୍ତ୍ର , ବାଲେଶ୍ବର ମାଇନ୍ସ ବିଭାଗ ଅଧିକାରୀଙ୍କୁ ମାରିବା ପାଇଁ ଚାଇଛି ବ୍ଲୁ ପ୍ରିଣ୍ଟ , ଏବେ ବାଲି ମାଫିଆଙ୍କ ଗାଡ଼ି ଧରିବା ହେଲେ ପଡ଼ିବ ମହଙ୍ଗା , ଖଣି ଅଧିକାରି ଙ୍କୁ ଗ୍ୟାଙ୍ଗରେଫ୍ କରିବାକୁ ଜଳେଶ୍ବରରେ ଚାଲିଛି ବଡ଼ ଯୋଜନା , କେମିତି ଓ କିପରି ଗ୍ୟାଙ୍ଗ ରେଫ୍ କରାଯିବ ଯୋଜନାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ , ତେବେ କେତେ ସୁରକ୍ଷିତ ରହିବେ ସରକାରୀ ଅଧିକାରୀ ଯାହା ଭାଇରାଲ ଭିଡ଼ିଓ ଏବେ ଜଳେଶ୍ବର ପୋଲିସକୁ ଦେଉଛି ବଡ଼ ଚ୍ୟାଲେଞଜ ।

  • ପାଚିକା ନିଯୁକ୍ତି ରେ ଅନିୟମିତତା

    ପାଚିକା ନିଯୁକ୍ତି ରେ ଅନିୟମିତତା

    ପାଚିକା ନିଯୁକ୍ତି ରେ ଅନିୟମିତତା । ମିଛ ବୟସ ପ୍ରମାଣପତ୍ରରେ ପାଚିକାଙ୍କୁ ମିଳୁଛି ନିଯୁକ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣରେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ଅନ୍ତର୍ଗତ ଡାଳୁଅ – ୨ ଗ୍ରାମରେ ଥିବା ସୁବର୍ଣ୍ଣରେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ନିଯୁକ୍ତି ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ସୁବର୍ଣ୍ଣରେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜକୁ ୨୫ ବର୍ଷ ଧରି ଡାଳୁଆ – ୨ ଗ୍ରାମର ଅମ୍ବିକା ଗିରି ଏବଂ ଭାରତୀ ଗିରି ପାଚିକା ଭାବରେ କାର୍ଯ୍ୟ କରି ଆସୁଛନ୍ତି । ହେଲେ ଜାନୁୟାରୀ ୨୦୨୫ ସୁଦ୍ଧା ଉଭୟ ଙ୍କ ବୟସ ୬୧ବର୍ଷ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ସାମଲ ପାଚିକା ଅମ୍ବିକା ଗିରି ଙ୍କ ବୟସାଧିକ ହୋଇଥିବା ରୁ ତାଙ୍କୁ ଆଉ ଚାକିରୀ ରେ ରଖାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

    ଅନ୍ୟପଟେ ପାଚିକା ଭାରତୀ ଗିରି ଙ୍କ ବୟସ ୬୧ ବର୍ଷ ହୋଇଥିବା ବେଳେ ଚଞ୍ଚକତା କରି ଭୋଟର ପରିଚୟ ପତ୍ର ଏବଂ ଆଧାର କାର୍ଡ ରେ ବୟସ କମାଇ 49 ବର୍ଷ କରି ପ୍ରଧାନ ଶିକ୍ଷକ ତାଙ୍କୁ ପୂନଃ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ଅମ୍ବିକା । ତେବେ ୬୦ ବର୍ଷ ପରେ କୌଣସି ମହିଳା ପାଚିକା ଭାବରେ କାର୍ଯ୍ୟ କରି ପାରିବେ ନାହିଁ ସରକାରୀ ନିୟମ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ସାମଲ ତାଙ୍କୁ କେଉଁ ଆଧାରରେ ନିଯୁକ୍ତି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମ୍ବିକା ।

    ତେବେ ଏନେଇ ଅମ୍ବିକା ପ୍ରଧାନଶିକ୍ଷକଙ୍କୁ ବୟସ ଚଞ୍ଚକତା ବିଷୟରେ ପଚାରି କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଅମ୍ବିକା ଗତ ବିଧାନସଭା ନିର୍ବାଚନ ଭୋଟର ଲିଷ୍ଟ ଯାଞ୍ଚ କରିବାରୁ ସେଥିରେ ୬୦ ବର୍ଷ ହୋଇଥିବା ଜାଣିବାକୁ ପାଇଥିଲେ । ଏହାସହ ଭାରତୀ ଅନଲାଇନ ରେ ଭୋଟର ପରିଚୟ ପତ୍ରରେ ବୟସ ସଂଶୋଧନ ପାଇଁ ଆବେଦନ କରିଥିବା ବେଳେ ବୟସ କମେଇ ନୂତନ ଭୋଟର ପରିଚୟ ପତ୍ର ପାଇଥିବା ଜଣାପଡିଛି | ତେବେ ଦାୟିତ୍ବ ରେ ଥିବା ବିଏଲଓ କେମିତି ୧୨ ବର୍ଷ କମେଇ ଭୋଟର ପରିଚୟ ପତ୍ର ଆବେଦନ ପତ୍ର ଗ୍ରହଣ କରି ନୂତନ ଭୋଟର ପରିଚୟ ପତ୍ର ପ୍ରଦାନ କରିଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଏନେଇ ଅମ୍ବିକା ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଏଭଳି ଅନିୟମିତତା କରିଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି |

  • ସମୁଦ୍ରରେ ନିଖୋଜ ମତ୍ସ୍ୟଜୀବୀ

    ସମୁଦ୍ରରେ ନିଖୋଜ ମତ୍ସ୍ୟଜୀବୀ

    ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ଜଣ ମତ୍ସ୍ଯଜିବୀ ନିଖୋଜ । ବାଲେଶ୍ବର ଜିଲ୍ଲା ଥାନା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ଜନୈକ ଡଙ୍ଗା ମାଲିକ ମଧୁସୂଦନ ଗିରି, ତାଙ୍କ ବାପା ଗୋପାଳ ଗିରି, ମଧୁସୂଦନଙ୍କ ବଡ ଭାଇ ରବିନ୍ଦ୍ର ଗିରି ଏବଂ ତାଙ୍କ ଶଳା ଚୌମୁଖ ଗ୍ରାମର ଜଗନ୍ନାଥ ପାଳ ଗତକାଲି ଠାରୁ ମାଛ ଧରିବାକୁ ଯାଇ ନିଖୋଜ ଅଛନ୍ତି ।

    ସମସ୍ତେ ନିୟମିତ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛଧରି ଜିବୀକା ନିର୍ବାହ କରନ୍ତି, ମାତ୍ର ଗତକାଲି ସକାଳ ୮ ଟାରୁ ଚାରିଜଣ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବା ଦେଖି ପରିବାର ଲୋକେ କୌଣସି ଅଘଟଣ ଆଶଙ୍କା କରି ବାଲିଆପାଳ ଅଗ୍ନିଶମ ବିଭାଗ ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ।

    ବାଲିଆପାଳ ପୋଲିସ ଏବଂ ତାଳସାରୀ ମେରାଇନ ପୋଲିସ ଡ୍ରୋନ କ୍ୟାମେରା ସାହାଯ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମୂଦ୍ର ରେ ଖୋଜାଖୋଜି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାରି ପତ୍ତା ମିଳୁନି ।

  • NIA ଏସ୍‌ପି ହେଲେ ସାଗରିକା ନାଥ

    NIA ଏସ୍‌ପି ହେଲେ ସାଗରିକା ନାଥ

    କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨୦୧୬ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଧିକାରୀ ସାଗରିକା ନାଥ । ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏସ୍‌ପି ଭାବେ ନିଯୁକ୍ତି ମିଳିଛି । ସାଗରିକା ବର୍ତ୍ତମାନ ଖୋର୍ଦ୍ଧା ଏସ୍‌ପି ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ । ତେବେ ସାଗରିକାଙ୍କୁ ଏନ୍‌ଆଇଏ ଏସ୍‌ପି ଭାବେ ନିଯୁକ୍ତି ମିଳିବା ନେଇ କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ଦ୍ୱାରା ଜୁଲାଇ ୩୧ରେ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେଶନ ପଦବୀରେ ଯୋଗଦେବା ପାଇଁ ତାଙ୍କୁ ତୁରନ୍ତ ରିଲିଭ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ଉଲ୍ଲେଖନୀୟ ରାଜ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ଏବଂ କଡ଼ାକଡ଼ି ନିୟମ ଲାଗୁ ନେଇ ବେଶ ଚର୍ଚ୍ଚାରେ ଥିଲେ ସାଗରିକା ନାଥ । କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା ସାଗରିକାଙ୍କୁ ଏନଆଇଏର ଏସପି ଭାବେ ନିଯୁକ୍ତ ଦିଆଯାଇଛି । ସେ ଏବେ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟରତ । ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍‌ପି ଭାବେ କାମ କରିଥିଲେ । ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୋଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଭୁବନେଶ୍ଵର କମିସନରେଟ୍‌ ପୋଲିସରେ ଥିବା ବେଳେ ଚାଳକଙ୍କ ପ୍ରତି ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିଲେ ସାଗରିକା ।

    ସୂଚନାଯୋଗ୍ୟ, ସାଗରିକାଙ୍କ ମୂଳ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ । ତାଙ୍କ ବାପା ପ୍ରଦୀପ କୁମାର ନାଥ ନାଲ୍‌କୋରେ ଡିଜିଏମ୍‌ ଥିଲେ। ଦାଦା ସୁଶାନ୍ତ ନାଥ ମଧ୍ୟ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ । ସେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ରୁ ମାଟ୍ରିକ୍ ପାସ୍ କରିଥିଲେ । ବିଶାଖାପାଟଣାରେ ଯୁକ୍ତଦୁଇ ପଢ଼ିବା ପରେ ଭୁବନେଶ୍ୱରସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ ସାଗରିକା ।

  • ଭକ୍ତିରେ ଚାଲୁଛନ୍ତି ହଜାର ହଜାର କାଉଡିଆ…

    ଭକ୍ତିରେ ଚାଲୁଛନ୍ତି ହଜାର ହଜାର କାଉଡିଆ…

    ଶ୍ରାବଣ ମାସ, ଭୋଳା ବାବାଙ୍କୁ ଜଳ ଅର୍ପଣ କଲେ ହୁଅନ୍ତି ସେ ସନ୍ତୋଷ- ଏକଥା ଆମେ ନୁହେଁ କହୁଛନ୍ତି ଭକ୍ତଗଣ। ଶ୍ରାବଣ ମାସର ତୃତୀୟ ସୋମବାର, କାନ୍ଧରେ ବାହୁଂଗି ହାତରେ ଶ୍ରାବଣ ମାସର ପବିତ୍ର ଜଳ ମନରେ ପବିତ୍ରତା ସହ ବୋଲ ବମ ହରେ ବମ କହି ଆଗକୁ ଆଗକୁ ବଢି ଚାଲିଛନ୍ତି କାଉଡିଆ। ଝିପି ଝିପି ବର୍ଷାକୁ ଖାତିର ନକରି ଏକମୁହାଁ ହୋଇ ଚାଲୁଛନ୍ତି ଶୈବ ପିଠକୁ।

    ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କଠାରେ ଜଳାଭିଷେକ କରୁଛନ୍ତି ହଜାର ହଜାର କାଉଡ଼ିଆ। ଭୋର ପ୍ରାୟ ୪ ଟା ସମୟରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ରାଜ୍ୟତଥା ରାଜ୍ୟ ବାହାରୁ ବିଭିନ୍ନ ନଦୀ ଘାଟରୁ ପାଣି ଭାର ନେଇ ଆସୁଛନ୍ତି କାଉଡ଼ିଆ, ନିଜ ନିଜର ମନସ୍କାମନା ପୂର୍ଣ୍ଣ କରି ଜଳାଭିଷେକ କରିବା ସହିତ କ୍ଷୀର ଓ ବେଲପତ୍ର ଦେଇ ବାବାଙ୍କ ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ପ୍ରବଳ ଭିଡ ହେବାରୁ ନାଟ ମଣ୍ଡପରେ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର ପାଖରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଲାଇନ ଥିବା ବେଳେ ବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ପ୍ରାୟ ୨ ଘଣ୍ଟାରୁ ଅଧିକା ସମୟ ଧରି କାଉଡ଼ିଆଙ୍କୁ ଛିଡା ହେବାକୁ ପଡୁଛି। ଭିଡ଼କୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି।

  • ସୁବର୍ଣ୍ଣରେଖା ନଦୀରେ ପଞ୍ଚମ ବନ୍ୟା

    ସୁବର୍ଣ୍ଣରେଖା ନଦୀରେ ପଞ୍ଚମ ବନ୍ୟା

    ଦୁଃଖ ଦେଉଛି ସୁବର୍ଣ୍ଣରେଖା ନଦୀ ରେ ଜଳସ୍ତର । ଗୋଟିଏ ମାସରେ ୪-୫ ଥର ବନ୍ୟା । ଉପରମୁଣ୍ଡରେ ବର୍ଷା ଯୋଗୁ ପୁଣି ସୁବର୍ଣ୍ଣରେଖାରେ ଆସିଛି ବନ୍ୟାଜଳ । ନଦୀରେ ଚତୁର୍ଥ ବନ୍ୟା ପାଣି ପଶିବା ପରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବେଳେ ନଦୀରେ ବାଲିଆପାଳ , ଭୋଗରାଇ, ବସ୍ତା ବ୍ଲକ୍ ଆତଙ୍କ, ଭୟଭୀୟ ଲୋକେ ।

    ବନ୍ଯା ପାଣି ରେ ଉବୁଡୁବୁ ଉତ୍ତର ବାଲେଶ୍ବର, ସୁବର୍ଣ୍ଣରେଖା ନଦୀ ରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଧୀରେ ଧୀରେ କମୁଛି ଜଳକା ନଦୀ ର ଜଳସ୍ତର, ଜଳକା ନଦୀ ରେ ବନ୍ଯା ଆସିବା ଯୋଗୁଂ ବସ୍ତା ବ୍ଲକ ର 8 ଟି ପଞ୍ଚାୟତ ର 30 ରୁ ଉର୍ଧ୍ବ ଗାଂଆ ଜଳମଗ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ରେ ଲହଡି ମାରୁଛି ବନ୍ଯା ପାଣି,

    ସେହିଭଳି ସୁବର୍ଣ୍ଣରେଖା ନଦୀ ର ଉପରମୁଣ୍ତ ଗାଲୁଡିହି ବ୍ଯାରେଜ ରୁ ପାଣି ଛଡା ଯିବା ଫଳରେ ବନ୍ଯା ଆସି ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ର ଶତାଧିକ ଗାଂଆ ଜଳ ମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ବନ୍ଯା ପାଣି ରେ ବୁଡି ରହିଛି, ସୁବର୍ଣ୍ଣରେଖା ନଦୀ ର ଚଳିତ ବର୍ଷ ପଞ୍ଚମ ଥର ପାଂଇ ବନ୍ଯା ଆସିଥିବା ବେଳେ ଜଳକା ନଦୀ ରେ ଦ୍ବିତୀୟ ଥର ବନ୍ଯା ଚାଷୀ ଙ୍କ ମେରୁଦଣ୍ତ କୁ ଦୋହଲାଇ ଦେଇଛି, ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହିତ ସମସ୍ତଙ୍କ ପାଂଇ ଶୁଖିଲା ଖାଦ୍ଯ ଏବଂ ରନ୍ଧା ଖାଦ୍ଯ ର ବ୍ଯବସ୍ଥା କରା ଯାଇଛି, ବନ୍ଯା ମୁକାବିଲା ପାଂଇ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି ।

  • ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    () ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତ ରବିବାର ଦିନ ପ୍ରବୀର ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ଶ୍ରୀ ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି । ଆକ୍ରମଣ ଫଳରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବାଣ୍ଠୁ-ବାଙ୍ଗରା ଜୋଡ଼ିଙ୍କ ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପର ନଜର ରହିଛି। ଜମିଜମା ମାମଲାରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ପୂର୍ବରୁ ବାଙ୍ଗରା ଜେଲ୍ ମଧ୍ୟ ଯାଇସାରିଛି। ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଦସ ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ ଯାଇଥିଲେ। କଣ୍ଟା ବାଉଁଶ ବୁଦା ଗୁଡ଼ିକ ଫସଲ ନଷ୍ଟ କରିୁଥିବା କାରଣରୁ ସେ ଲୋକ ଲଗାଇ କଟର ସାହାଯ୍ୟରେ ସେଗୁଡ଼ିକ କଟାକଟି କରୁଥିଲେ। ଏହି ସମୟରେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣା ପରେ ଶ୍ରୀ ଦାସ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶ୍ରୀ ଦାସ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି । ଅନ୍ୟପଟେ ଏଭଳି ଏକ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

  • ବେଟି ବଚାଅ ବେଟି ପଢାଅ, ଖାଲି ନାଁକୁ, ଝିଅ ଜନ୍ମ ମା’ ପାଇଁ ସାଜିଲା କାଳ

    ବେଟି ବଚାଅ ବେଟି ପଢାଅ, ଖାଲି ନାଁକୁ, ଝିଅ ଜନ୍ମ ମା’ ପାଇଁ ସାଜିଲା କାଳ

    ଜଳେଶ୍ୱର ପୌରପରିଷଦର ଭାଇସ ଚେୟାରମାନ ପୁଷ୍ପ ପ୍ରିୟା କାମିଳାଙ୍କର ତୃତୀୟ ପୁତ୍ର ରିତେଶ କାମିଳାଙ୍କୁ ଚକ ବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କର ଝିଅ ନମିତାଙ୍କ ସହିତ ଦୀର୍ଘ ୩ ବର୍ଷ ତଳେ ବିବାହ ହୋଇଥିଲା । ଗତ ୧୦ ଦିନ ତଳେ ନମିତାଙ୍କର ଏକ ଘରୋଇ ନର୍ସିହେମ୍‌ରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କନ୍ୟା ଜନ୍ମ ହେବା ପରେ ଘରେ ସମସ୍ତେ ନମିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ।

    ଏନେଇ ନମିତା ବାପଘର ମଧ୍ୟ ଜଣାଇଥିଲେ । ଆଜି ସକାଳୁ ନମିତା ଘରେ ରଶିରେ ଝୁଲୁଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନମିତା ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକ କହୁଥିଲା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁ ଘର ଲୋକ ନିର୍ଯାତନା ଦେଇ ମାରିଥିବା ନେଇ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି।

    ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ସ୍ୱାମୀ ଜଳନ୍ଧର ଓ କକା ଶଶୁର ବସନ୍ତ କାମିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ସେପଟେ ଝିଅ ଘର ପରିବାର ପକ୍ଷରୁ ସାଇଣ୍ଟିଫିକ ଟିମକୁ ଖବର ଦେଇଛନ୍ତି। ତେବେ ତଦନ୍ତ ପରେ ଗୁମର ଫିଟିବ ବୋଲି କୁହାଯାଇଛି ।

  • ଶ୍ରଦ୍ଧାକ୍ଷେତ୍ରରେ ଅଖ ଓ ଚକ ପ୍ରସ୍ତୁତି,ଅପରାହ୍ନ ୪ଟାରେ ପହଣ୍ଡି, ୫ଟାରେ ରଥଟଣା

    ଶ୍ରଦ୍ଧାକ୍ଷେତ୍ରରେ ଅଖ ଓ ଚକ ପ୍ରସ୍ତୁତି,ଅପରାହ୍ନ ୪ଟାରେ ପହଣ୍ଡି, ୫ଟାରେ ରଥଟଣା

    ଶ୍ରଦ୍ଧାକ୍ଷେତ୍ର ରଥଯାତ୍ରା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମନ୍ଦିର ପରିଚାନା କମିଟିର ବରିଷ୍ଠ ସଦସ୍ୟ ମୂରଲୀ ମୋହନ ସାହୁ ସଭାପତିତ୍ବ କରିଥିଲେ । ଚଳିତବର୍ଷ ରଥଯାତ୍ରା କେମିତି ଶୃଙ୍ଖଳିତ ଭାବେ ହେବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

    ଚଳିତବର୍ଷ ଜୁନ୍ ୨୭ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ଅପରାହ୍ନ ୪ ଟାରେ ପହଣ୍ଡିବିଜେ କରାଯାଇ ୫ଟାରେ ରଥଟଣା ହେବା ମଧୁପୁର ପଞ୍ଚାୟତ ରଥଖଳାଠାରୁ ବାଲିଆପାଳ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ତିନି ରଥରେ ତିନି ଠାକୁର ଯିବୋ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ବ୍ୟବସ୍ଥା ସାଙ୍ଗକୁ ୧୦୦ ଜଣରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିଯୁକ୍ତ କରାଯିବ।

    ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସାଙ୍ଗକୁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବାକୁ ବୈଠକରେ ନିଷ୍ପତ୍ତ ହୋଇଛି। ମାଉସୀମାମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆଜିର ବୈଠକରେ ବସ୍ତା ବିଧାୟିକା ସୁବାସିନୀଜେନା, କଂଗ୍ରେସ ନେତା ବିଜନ ନାୟକ, ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ ସାହୁ, ସୁଶାନ୍ତ କୁମାର ଚକ୍ରବର୍ତ୍ତୀ, ମଧୁସୂଦନ ବାରିକ, ମଧୁସୂଦନ ସାହୁ, ପ୍ରିୟନାଥ ସେଠୀ, ରମାନାଥ କର, ଭୂତି ଟୁଡୁ, ଲମ୍ବୁଦର ମାହାନା, ସୁଶାନ୍ତ ସେଠୀ, ନିଶାକର ସେଠୀ, ଜଗନ୍ନାଥ ବାରିକ, ଅରୁଣ କୁମାର ପାତ୍ର, ଭାସ୍କର ଚନ୍ଦ୍ର ସାହୁ, ବନମାଳୀ ମହାପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ |