Category: ଅନୁଗୋଳ

  • ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ବିଲୁପ୍ତ ପ୍ରାୟ ଘଡ଼ିଆଳ ମଧ୍ୟ ଦେଖାଯାଇଛି

    ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ବିଲୁପ୍ତ ପ୍ରାୟ ଘଡ଼ିଆଳ ମଧ୍ୟ ଦେଖାଯାଇଛି

    ସାତକୋଶିଆର ମହାନଦୀ ଗଣ୍ଡରେ ଏବେ ୧୧୦ଟି କୁମ୍ଭୀର ଗଣନା କରାଯାଇଛି | ଏହି ଗଣନା ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇଥିଲା | ସେଥିରେ ୮୮ଟି ମଗର ଏବଂ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ ଦେଖାଯାଇଛି | ୧୪ଟି ଟିମ୍ ଏହି ଗଣନାରେ ନିଯୁକ୍ତ ଥିଲେ, ଯେଉଁଥିରେ ପ୍ରାୟ ୭୦ ଜଣ ବନ କର୍ମଚାରୀ ଏବଂ ଗବେଷକ ସାମିଲ ଥିଲେ | ଗତବର୍ଷ ସାତକୋଶିଆ ମହାନଦୀ ଗଣ୍ଡରେ ୭୫ଟି କୁମ୍ଭୀର ଥିଲେ, ଯେଉଁଥିରେ ୫୯ଟି ମଗର ଏବଂ ୧୬ଟି ଘଡ଼ିଆଳ ଥିଲେ। ତୁଳନା କଲେ, ଗତବର୍ଷ ତୁଳନାରେ ଏବେ ଉଭୟ ମଗର ଓ ଘଡ଼ିଆଳର ସଂଖ୍ୟା ବୃଦ୍ଧି ପାଇଛି | ବିଶେଷଜ୍ଞଙ୍କ ମତାନୁସାରେ, ମହାନଦୀ ଗଣ୍ଡରର ଉତ୍ତମ ପରିବେଶ ଏବଂ ପ୍ରକୃତି ସୁରକ୍ଷା ଯୋଗୁଁ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି।

  • ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ଏକ ଚାଞ୍ଚଳ୍ୟକର ଘଟଣା। ଗତ ୧୮ ତାରିଖ ରାତିରେ ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ସୂଚନା ଅନୁଯାୟୀ, ଇନ୍ସପେକ୍ଟର ଖଲେଶ୍ୱର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୧୧ଟା ସମୟରେ ଡ୍ୟୁଟି ସାରି ଥାନାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ହଠାତ୍‌ ଏକ ବସ୍‌ ତାଙ୍କ ଦିଗକୁ ଦ୍ରୁତ ଗତିରେ ଆସିଥିଲା। ଡ୍ରାଇଭର୍‌ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଇନ୍ସପେକ୍ଟର ସେଠୀ ସଚେତନ ହୋଇ ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ଜୀବନରକ୍ଷା ପାଇଥିଲେ।

    ଘଟଣା ପରେ ବସ୍‌ରୁ ଡ୍ରାଇଭର୍‌ ସହ ଅନ୍ୟ ଦୁଇ ଜଣ ସହଯୋଗୀ ଓହ୍ଲାଇ ତାଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ପରେ ଇନ୍ସପେକ୍ଟର ସେଠୀ ତୁରନ୍ତ ଅନୁଗୁଳ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

    ଏହି ଘଟଣାକୁ ନେଇ ପୁଲିସ ଥାନାରେ ଏତଲା ଦାଖଲ ହେବା ପରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଘଟଣାର ପୃଷ୍ଠଭୂମି ଖୋଜିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି।

  • ଶାଶୁକୁ ମାରିଦେଲେ ବୋହୂ ସମୁଦୁଣୀ, ଅଭିଯୋଗ ଆଣିଲା ପୁଅ

    ଶାଶୁକୁ ମାରିଦେଲେ ବୋହୂ ସମୁଦୁଣୀ, ଅଭିଯୋଗ ଆଣିଲା ପୁଅ

    ମୋ ମା’କୁ ମାରିଦେଲେ । ମୁଁ ଘରେ ନଥିଲାବେଳେ ମୋ ସ୍ତ୍ରୀ ଆଉ ଶାଶୁ ମିଶି ମୋ ମା’କୁ ମାରି ଦେଇଛନ୍ତି । ମୁଁ ଘରକୁ ଆସିବା ପରେ ମା’କୁ ଖୋଜିଲି । ବହୁତ ସମୟ ଖୋଜିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମା’କୁ ପାଇଲି ସତ କିନ୍ତୁ ତା ଦେହରେ ଆଉ ଜୀବନ ନଥିଲା । ମୋ ସ୍ତ୍ରୀ ଆଉ ଶାଶୁ ହିଁ ମୋ ମା’ର ଜୀବନ ନେଇଛନ୍ତି । ଏମିତି କୋହଭରା କଣ୍ଠରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ ।

    ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । ପଥରରେ ଛେଚି ଜଣେ ମହିଳାଙ୍କ ହତ୍ୟା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଘରର ବୋହୂ ନିଜ ମା’ ସହ ମିଶି ଶାଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜାମୁବନ୍ଧ ଛକ ନିକଟରେ ଏକ ଭଡା ଘରେ ସଦର ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ସାରା ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ । ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣା ପଡିଛି । ପୋଲିସର ପ୍ରାଥମିକ ତଦନ୍ତରୁ କୁନିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି I ଏହି ଘଟଣାରେ କୁନିଙ୍କ ବୋହୂ ଏବଂ ସମୁଦୁଣିଙ୍କୁ ଅଟକ ରଖିଛି ପୋଲିସ ।

    ସୂଚନା ଅନୁସାରେ, ଗତ କାଲି ରାତି ୧୦ଟା ବେଳେ କୁନିଙ୍କ ପୁଅ କାହ୍ନୁ ନାୟକ ନିଜ ମା’ଙ୍କୁ ଖାଇବା ପାଇଁ ଡାକିଥିଲେ । କିନ୍ତୁ ଘରର କବାଟ ବନ୍ଦ ରହିଥିବା ବେଳେ କୌଣସି ଉତ୍ତର ଦେଇନଥିଲେ କୁନି । ସନ୍ଦେହ ହେବାରୁ କବାଟ ଖୋଲି ଦେଖିଥିଲେ କାହ୍ନୁ । ରକ୍ତ ଜୁଡୁବୁଡ଼ୁ ଅବସ୍ତାରେ ମା’ ତଳେ ପଡ଼ିଥିବା ଦେଖି ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ସଙ୍ଗେ ସଙ୍ଗେ ସଦର ପୋଲିସକୁ କାହ୍ନୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଆରମ୍ଭ କରିଛି ତଦନ୍ତ I ଆଜି ସକାଳୁ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ପଚରାଉଚରା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଛି ।


    ମାକୁ ଖୋଜି ଖୋଜି ପାଉନି ପୁଅ। କୋହଭରା କଣ୍ଠରେ ଡାକୁଛି ମା କୁଆଡେ ଗଲୁ ମା’କୁ ପାଇଲା ବେଳକୁ ମା’ର ନଥିଲା ଜୀବନ। ଏଭଳି ମର୍ମାହତ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ । ହତ୍ୟାକାରୀ କେହି ପର ଲୋକ ନୁଁହନ୍ତି ନିଜ ଝିଅ ଭଳି ଭାବୁଥିବା ବୋହୂ ଆଉ ନିଜର ସମୁଦୁଣୀ । ଶାଶୁ ପାଇଁ କଲା ସାଜିଲା ବୋହୂ ।
    ତେବେ କୁନିଙ୍କ ହତ୍ୟା ପଛରେ କିଏ ଦାୟୀ ? ସତରେ କଣ ବୋହୂ ଏମିତି ହତ୍ୟାକାଣ୍ଡ କରିଛି ନା ଆଉ କିଏ ଏଥିରେ ସାମିଲ ଅଛି । ତେବେ ଘରୋଇ କଳିରୁ ଏମିତି ହୋଇଥିବା ସନ୍ଦେହ କରାଯାଉଛି ସତ କିନ୍ତୁ ତଦନ୍ତ ପରେ ହିଁ ସବୁ ସତ ପଦାକୁ ଆସିବ ।

  • ମନ୍ଦିର ସାମଗ୍ରୀ ଚୋରି ଘଟଣାରେ ୩ ଗିରଫ

    ମନ୍ଦିର ସାମଗ୍ରୀ ଚୋରି ଘଟଣାରେ ୩ ଗିରଫ

    ଦୀର୍ଘ ଦିନ ଧରି ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମଠ ଓ ମନ୍ଦିରରୁ ହୁଣ୍ଡି ଓ ପୂଜା ସାମଗ୍ରୀ ଚୋରି ଚାଲିଥିବା ବେଳେ ଶେଷରେ ପୋଲିସ ବଡ଼ ସଫଳତା ହାସଲ କରିଛି । ଗତକାଲି ଠାକୁରଗଡ଼, ହଣ୍ଡପା, ଓ କିଶୋର ନଗର ପୋଲିସ ଚୋରି ସାମଗ୍ରୀ କୁ ଠାବ କରି ଜବତ କରିବା ସହିତ ଚୋରି କାମରେ ବ୍ୟବହୃତ ହେଉଥିବା ବାଇକ ସହ ଚୋରକୁ ଧରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

    ସୂଚନାନୁସାରେ, ଆଠମଲ୍ଲିକ ବ୍ଲକ କୃତିବାସପୁର ପଞ୍ଚାୟତ ଅନ୍ତର୍ଗତ ତିଲେଇଶ୍ୱର ଗ୍ରାମର ମନମୋହନ ପ୍ରଧାନ , ହେମନ୍ତ କୁମାର ପ୍ରଧାନ ଏକ ବାଇକରେ ଦୀର୍ଘ ଦିନରୁ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରୁ ହୁଣ୍ଡି, ସହିତ ମନ୍ଦିରର ନିତ୍ୟ ବ୍ୟବହାର ଜିନିଷ ଚୋରି କରି ପତିଆରା ବଢେଇ ଥିବା ଦେଖିବାକୁ ମିଳିଥିଲା । ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଚୋରମାନେ ନାକିଚୀ ଶିବ ମନ୍ଦିରରୁ ଚୋରି କରି ଆସି ଛକରେ ବୁଲାବୁଲି କରୁଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ହଣ୍ଡପା ପୋଲିସ କୁ ଖବର ଦେଇଥିଲେ ।

    ଖବର ପାଇ ହଣ୍ଡପା, କିଶୋର ନଗର ଓ ଠାକୁରଗଡ଼ ପୋଲିସ ଙ୍କ ମିଳିତ ଉଦ୍ୟମ ରେ ଦୁଇ ଚୋର ଙ୍କୁ କାବୁ କରିବା ସହ ବ୍ୟବହୃତ ବାଇକକୁ ଜବତ କରିଥିବା ବେଳେ ଚୋରୀ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀ କୁ କିଣିଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ମେହେନାକୁ ପୋଲିସ ଗିରଫ କରିଛି । ୫ ଟି ଢ଼ାଳ, ୩ ଟି ଘଣ୍ଟ, ଛୋଟ ବଡ଼ ମାଳି ଘଣ୍ଟି ୫ ଟି ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଅନ୍ୟାନ୍ୟ ମଠ ମନ୍ଦିରରୁ ଚୋରି କରିବା ସହିତ ନାକିଚୀନ, ଶିବ ମନ୍ଦିର, କୃତିବାସପୁର ଶିବ ମନ୍ଦିର, କୁରୁମୁଟାପ ମନ୍ଦିର ରୁ ଚୋରି କରିଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି ।

    ଏଥିରେ ହଣ୍ଡପା ଥାନା ଅଧିକାରୀ ନମିତା ନାୟକ, ଠାକୁରଗଡ଼ ଥାନା ଅଧିକାରୀ ଶଶି ଭୂଷଣ ବେହେରା, ସବ୍ ଇନ୍ସପେକ୍ଟର ମନୋଜ କୁମାର ବେହେରା , ଏଏସଆଇ ଶେଷଦେବ ସାମଲ, ହଣ୍ଡପା ପୋଲିସ ଷ୍ଟେସନ ଏଏସଆଇ ବନିତା ପ୍ରଧାନ , କିଶୋରନଗର ପୋଲିସ ଷ୍ଟେସନ ଏଏସ୍ଆଇ ଗୋପାଳ ବେହେରା ଙ୍କ ମିଳିତ ଉଦ୍ୟମ ରେ ଚଢ଼ାଉ ଜାରି ହୋଇଥିଲା ।

  • ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

    ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ୨ ଟି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ ୧୦ ଗୋଟେ ପଞ୍ଚାୟତ ର ୪୦ ହାଜର ରୁ ଉର୍ଦ୍ଧ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସୂଚନାନୁସାରେ, ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ବିନା ଷ୍ଟେପିନ ରେ ଚାଲୁଥିବା ବେଳେ ବର୍ତମାନ ଉକ୍ତ ଗାଡ଼ିର ୪ ଟି ଚକ ରୁ ଗୋଟିଏ ଚକ ଖରାପ ଥିବାବେଳେ ଆଉ ୩ ଟି ଚକ ସମ୍ପୁର୍ଣ୍ଣଭାବେ ଅଚଳ ଥିବାରୁ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ବୋଲି ଗାଡି ଚାଳକ ମତ ପ୍ରକାଶ କରିଛନ୍ତି l ଆମ୍ବୁଲାନ୍ସ ର ସମସ୍ତ ଅସୁବିଧା ସ୍ବାସ୍ଥ୍ୟ ବିଭାଗର ସି ଏଲ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡ଼ିର କୌଣସି ସୁବିଧା କରି ନଥିବା ଦେଖିବାକୁ ମିଳିଛି l

    ସେହିପରି ମେଡ଼ିକାଲ ଭିତରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ ଦିନରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଉକ୍ତ ଆମ୍ବୁଲାନ୍ସ ଗାଡିର ସର୍ଭିସିଂ ହୋଇ ପାରିନାହିଁ | ଯାହା ଫଳରେ ଗାଡ଼ି ରୋଗୀ ସେବା ଦେବାରେ ବହୁତ୍ ଅସୁବିଧା ଦେଖାଦେଇଛି l ଉକ୍ତ ଗାଡିକୁ ସର୍ଭିସିଂ କରିବାକୁ ଡ୍ରାଇଭର ଉଚ୍ଚ ପଦାଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଡି ଚାଳକ କହିଛନ୍ତି l ଉଚ୍ଚ କର୍ତୁପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଆମ୍ବୁଲାନ୍ସ ୨ ଟି କୁ ଠିକ୍ କରି ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l

  • କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

    କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

    ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକଚି ପଞ୍ଚାୟତର କଣ୍ଢାଳ ଠାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଓମ୍ୟାନ ଚାଇଲଡ଼ ୟୁଥ ଡେଭଲପମେଣ୍ଟ ସ୦ସ୍ଥା ଓ କିଶୋରନଗର ପଞ୍ଚାୟତ ସମିତି ର ମିଳିତ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠି ରୁ ୫ କୋଟି ୩୦ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି।ଏହି ଅଵସରରେ ବିଡ଼ିଓ ସୁବ୍ରତ୍ତ କୁମାର ବେହେରା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବଦ୍ଧଲ ମ ଅଖତାର ଯୋଗଦେଇ ଏହି କେନ୍ଦ୍ର ନିର୍ମାଣ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ମଳ ଓ ଅଦରକାରୀ ପ୍ଲାଷ୍ଟିକ, ରୋଷେଇ ଘରେ ରହିଯାଉଥିବା ପନିପରିବା ଚୋପା କୁ ସ୦ଗ୍ରହ କରି ଏହି କେନ୍ଦ୍ର କୁ ଅଣାଯାଇ ଟ୍ରିଟମେଭ୍ଟ କରାଯିବା ର ବ୍ୟବସ୍ଥା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି।

    ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ସରୋଜ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ ସ୍ଥାନୀୟ ସରପଞ୍ଚ ମନୋଜ ବାଘ,
    ସମିତି ସଭ୍ୟା ଦ୍ରୈ।ପଦୀ ନାଏକ ,ସ୦ସ୍ଥାର ଅଧିକାରିଣୀ କସ୍ତୁରୀ ଜେଓ୍ବା ପ୍ରମୁଖ ଯୋଗଦେଇଥିଲେ।ସ୍ମୃତି ସୁଧା ମିଶ୍ର କାର୍ଯ୍ୟକ୍ରମ ସ୦ଯୋଜନା କରିଥିବାବେଳେ ବିମଳ ଦୁଭେ ଓ ଜିଲ୍ଲା ସାନିଟେସଳନ।ଏକ୍ସପୋର୍ଟ ଜ୍ୟୋସ୍ନାମୟ ପାଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

  •  ଆଠମଲ୍ଲିକରେ ତ୍ରିରଙ୍ଗା ଶୋଭାଯାତ୍ରା

     ଆଠମଲ୍ଲିକରେ ତ୍ରିରଙ୍ଗା ଶୋଭାଯାତ୍ରା

    ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅଇଡ଼ା ମଣ୍ଡଳ ଅଞ୍ଚଳରେ ଶୁକ୍ରବାର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜିଲ୍ଲାର ବିଜେପି ଜିଲ୍ଲା ଉପସଭାପତି ଅର୍ଜୁନ କୁମାର ସାହୁଙ୍କ ନେତୃତ୍ଵରେ ଆଠମଲ୍ଲିକର ଲିପିଲୋଇ ଶିବ ମନ୍ଦିର ଠାରୁ ହଜାର ହଜାର ବାଇକରେ  ଶୋଭାଯାତ୍ରା ଆରମ୍ଭ ହୋଇ ମା ବିନିକେୟୀ ପୀଠଠାରେ ଶେଷ ହୋଇଥିଲା। ଏହି ଶେଭାଯାତ୍ରାରେ ପୁରୁଷ ଓ  ମହିଳା ସାମିଲ ହୋଇ  ନାରାଦେଇ  ରାଲି କରିଥିଲେ। ଶୋଭାଯାତ୍ରାରେ ଆଠମଲ୍ଲିକ ବିଧାନସଭାର ଯୁବ ସମାଜ ସେବି ତଥା , ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର ସାହୁ , ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବହୁ ଯୁବ ବିଜେପି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।

  • ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍‌ଘାଟନ

    ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍‌ଘାଟନ

    ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ଵ ଯୁବ କେନ୍ଦ୍ର ବଣିନାଳୀ ଦ୍ଵାରା ଗତ ଜାନୁୟାରୀ ୨୦୨୫ ରୁ ଏହା ପରିଚାଳିତ ହୋଇ ଆସୁଥିଲା । ଆସନ୍ତା ତିନି ବର୍ଷ ମଧ୍ୟରେ ୫୦୦ ମାନସିକ ରୋଗୀଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଠାକୁରଗଡ,ସାନହୁଲା ପେଡିପଥର,ପାଇକ ସାହି, ସାପଘରା ପଞ୍ଚାୟତର ୧୨୫ ଗ୍ରାମରେ କାର୍ଯ୍ୟକାରୀ ହେଉଛି । ମାନସିକ ରୋଗୀଙ୍କୁ ଚିହ୍ନଟି କରଣ ଓ ସେମାନଙ୍କୁ ଉତ୍ତମ ପରାମର୍ଶ, ସ୍ଵାସ୍ଥ୍ୟ ସେବାର ସୁବିଧା, ସରକାରୀ ସହଯୋଗ ମିଳିବା ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବ । ୧୦ ଜଣ ସ୍ଥାନୀୟ ସ୍ଵେଚ୍ଛାସେବୀ ଏହି ପ୍ରକଳ୍ପ ରେ କାର୍ଯ୍ୟ କରିବେ ।

    ବିଶ୍ଵ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ଉଶ୍ଚବରେ ସ୍ଥାନୀୟ ଠାକୁରଗଡ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ ଅଧିକାରୀ ଡା ଅମିୟ ମହାନନ୍ଦ, ଆଠ ମଲ୍ଲିକ ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ, ଭାର ପ୍ରାପ୍ତ ଥାନା ଅଧିକାରୀ ଶଶିଭୂଷଣ ବେହେରା, ବରିଷ୍ଠ ସ୍ଵେଚ୍ଛାସେବୀ ବିରେନ୍ ନାୟକ, ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ପ୍ରକଳ୍ପ ଉଦେଶ୍ୟ, କାର୍ଯ୍ୟକାରିତା ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ଆଲୋକ ପାତ କରିଥିଲେ । ୧୧ ଟି ପଞ୍ଚାୟତରୁ ପ୍ରାୟ ଏକ ଶହ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପଞ୍ଚାୟତ ପ୍ରତିନିଧି, ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ବିଶ୍ଵ ଯୁବ କେନ୍ଦ୍ରର ସଂଯୋଜିକା ପୂଜା ସ୍ଵାଇଁ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବେସିକ ନିଡ୍ସ ଇଣ୍ଡିଆର ପ୍ରକଳ୍ପ ସଂଯୋଜିକା ମନସ୍ଵିନୀ ପାତ୍ର, ବିଶ୍ଵ ଯୁବ କେନ୍ଦ୍ରର କ୍ଷେତ୍ର ଅଧିକାରୀ ଯସ୍ମିତା ପ୍ରଧାନ ଓ ସ୍ଵେଚ୍ଛାସେବୀ ମାନେ ଏଥିରେ ସହଯୋଗ କରିଥିଲେ।

  • ଚେରଖଣ୍ଡି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ଚେରଖଣ୍ଡି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ଅନ୍ତର୍ଗତ ଚେରଖଣ୍ଡି ଗ୍ରାମରେ ଆଜି ବିଶ୍ୱକଲ୍ୟାଣ ନିମିତ୍ତ ଏକ ବିଶ୍ଵାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ 7 ଘଟିକା ସମୟରେ ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦର ତାଳେ ତାଳେ ନଗର ପରିକ୍ରମା କରି ନାଳରୁ ଗଙ୍ଗାମାତାଙ୍କୁ ନିମନ୍ତ୍ରିତ କରି କଳସୀ ଯାତ୍ରା ମାଧ୍ୟମରେ ଯଜ୍ଞ ମଣ୍ଡପକୁ ବିରାଜମାନ କରିଥିଲେ | ଯଜ୍ଞ ଆରମ୍ଭ ହୋଇଥିବା ବେଳେ, ଆମ୍ବଶରମୁଣ୍ଡା ପଂଚାୟତର ପ୍ରାୟ 15ଟି ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ଅନୁସାରେ ସଂକୀର୍ତ୍ତନ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି |

    ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷାଗ୍ରହଣ କରି ଅରୁଆ ଅନ୍ନ ସେବନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ବାବୁଲି କୁମାର ଦେହୁରୀ, ସମ୍ପାଦକ ଧନେଶ୍ୱର ଦେହୁରୀ, ସଭ୍ୟଶ୍ରୀ ଦିବାକର ଦେହୁରୀ, କ୍ଷୀରୋଦ କୁମାର ଦେହୁରୀ, ନବୀନ ନାୟକ, ସୁରେଶ ମହାଖୁଡ଼, ଗଣେଶ୍ୱର ସେଠି, ରମାକାନ୍ତ ନାୟକ, କୈଳାସ ଚନ୍ଦ୍ର ମହାଖୁଡ଼, ବିରେନ ମହାଖୁଡ଼, ପିଣ୍ଟୁ ଗହୀର, ଲିଟୁ ପ୍ରଧାନ, ସୁଦର୍ଶନ ମାଝୀ ସମେତ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି |

  • ଓଡ଼ିଶା ଡ୍ରାଇଭର ମହାସଂଘ କୃତିବାସପୁର ଶାଖାର ବନ୍ଧୁ ମିଳନ

    ଓଡ଼ିଶା ଡ୍ରାଇଭର ମହାସଂଘ କୃତିବାସପୁର ଶାଖାର ବନ୍ଧୁ ମିଳନ

    ଆଠମଲ୍ଲିକ/ଠାକୁରଗଡ଼ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତିବାସପୁର ଶାଖାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ମାନଙ୍କୁ ନେଇ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ପ୍ରଦୀପ ବେହେରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ କୁମାର ମେଣ୍ଡୁଲି, ସମ୍ମାନିତ ଅତିଥି ଭାବେ ଠାକୁରଗଡ଼ ଥାନା ଇନ୍ସପେକ୍ଟର ନଟବର ନନ୍ଦ, କୃତିବାସପୁର ପଞ୍ଚାୟତ ସରପଞ୍ଚ ଜୟନ୍ତ କୁମାର ସାହୁ, ପୂର୍ବତନ ସରପଂଚ ତଥା ପାକ୍ସର ସଭାପତି ସିଦ୍ଧେଶ୍ୱର ସାହୁ ଯୋଗ ଦେଇଥିଲେ |

    ଡ୍ରାଇଭର ମାନଙ୍କର ଅଭାବ, ଅସୁବିଧା ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିବା ସହ ମଦ୍ୟ ପାନ କରି ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେଇଥିଲେ। ଗୋଲେଖ ବିହାରୀ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୪ଟି ପଞ୍ଚାୟତ ଶାଖାର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ।

    ଅନୁଗୁଳ ଜିଲ୍ଲା ଡ୍ରାଇଭର ସଂଘର ଉପ ସଭାପତି ମନୋଜ୍ କୁମାର ସାହୁ ସଂଘର ଅତୀତ ଓ ବର୍ତ୍ତମାନର କାର୍ଯ୍ୟପନ୍ଥା ନେଇ ଡ୍ରାଇଭର ମାନଙ୍କୁ ଅବଗତ କରାଇ ଥିଲେ।