Category: କଳା ଓ ସଂସ୍କୃତି

  • ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତି

    ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତି

    ଭୁବନେଶ୍ୱର: ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ କରାଯିବ। ଏହି ମହତ୍ତ୍ୱପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଖବର ଅନୁଯାୟୀ, ଗଣତି ପ୍ରକ୍ରିୟାକୁ ଦୁଇଟି ଟିମ୍ ମଧ୍ୟରେ ଭାଗ କରି, ପ୍ରତ୍ୟେକ ଟିମ୍ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ରତ୍ନଭଣ୍ଡାର ଗଣନା ପାଇଁ ଦାୟିତ୍ୱ ନେବ। ଆଇନ ମନ୍ତ୍ରୀ କହିଛନ୍ତି ଯେ ,କାର୍ଯ୍ୟକରିତା କମିଟି ଓ ମନ୍ଦିର ପ୍ରଶାସନକୁ ଏହି ପ୍ରକ୍ରିୟାର ଦାୟିତ୍ୱ ଦିଆଯାଇଛି। ସେମାନେ ଛତିଶା ନିଯୋଗ ସହିତ ଆଲୋଚନା କରି, ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ଗଣତି ପ୍ରକ୍ରିୟାର ଦିନ ଓ ସମୟ ନିର୍ଦ୍ଧାରଣ କରିବେ। ଗଣତି ପ୍ରକ୍ରିୟା ସୁରକ୍ଷିତ ଓ ପାରଦର୍ଶୀ ଭାବରେ ଚାଲିବା ପାଇଁ ଭିନ୍ନ ନିୟମ ଓ ପ୍ରକ୍ରିୟା ତିଆରି କରାଯାଇଛି। ଗତକାଲି ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗଣତି ମଣତି ପ୍ରକ୍ରିୟା, ରତ୍ନଭଣ୍ଡାର ସୁରକ୍ଷା ଓ ଏହାର ସଂରକ୍ଷଣ ବିଷୟରେ ଚର୍ଚ୍ଚା ହୋଇଥିଲା। ସୂଚନା ଅନୁଯାୟୀ, ଗଣତି ପ୍ରକ୍ରିୟାରେ ଦୁଇଟି ଭିନ୍ନ ଟିମ୍ ନିୟୋଜିତ ହେବା ସହିତ, ପ୍ରତ୍ୟେକ ଟିମ୍ ରତ୍ନଭଣ୍ଡାର ନିର୍ଦ୍ଦିଷ୍ଟ ଅଂଶର ଗଣନା ନିଶ୍ଚିତ କରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଠାକୁରଙ୍କ ଧନ-ଦ୍ରବ୍ୟର ସୁରକ୍ଷା ଏବଂ ମନ୍ଦିର ପରିଚାଳନାର ପାରଦର୍ଶୀତା ବଢ଼ାଇବ।

  • ଆଲିଆରେ ଜାଗର ଅବସରେ ଆଲୋକେଶ୍ୱର ମହାଦେବଙ୍କ ମହାଯଜ୍ଞ ପୂର୍ଣ୍ଣାହୁତି

    ଆଲିଆରେ ଜାଗର ଅବସରେ ଆଲୋକେଶ୍ୱର ମହାଦେବଙ୍କ ମହାଯଜ୍ଞ ପୂର୍ଣ୍ଣାହୁତି

    ଯାଜପୁର: କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ଆଲିଆ ଗ୍ରାମରେ ଜାଗର ଉପଲକ୍ଷେ ଶ୍ରୀ ଶ୍ରୀ ଆଲୋକେଶ୍ୱର ମହାଦେବଙ୍କ ତିନିଦିନିଆ ବିଶ୍ୱଶାନ୍ତି ପଞ୍ଚକୁଣ୍ଡିୟ ମହାଯଜ୍ଞ ମଙ୍ଗଳବାର ପୂର୍ଣ୍ଣାହୁତି ମହାସମାରୋହରେ ସମାପ୍ତ ହୋଇଛି।

    ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ଯଜ୍ଞରେ କର୍ତା ଭାବେ ଅଜୟ ବୋଇତେଇ ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳୀ ବୋଇତେଇ ପୂଜାଚର୍ଚ୍ଚା ଆରମ୍ଭ କରିଥିଲେ। ରବିବାର କଳଶଯାତ୍ରା, ଅଙ୍କୁରାରୋପଣ, ଘଟଉତ୍ତୋଳନ ଓ ମହାଦୀପ କାର୍ଯ୍ୟକ୍ରମ ହୋଇଥିଲା। ସୋମବାର ସୂର୍ଯ୍ୟପୂଜା, ଗୁରୁପୂଜା, ଗୀତାଯଜ୍ଞ ଓ ଅଗ୍ନିସଂସ୍ଥାନ ହୋଇଥିବାବେଳେ ମଙ୍ଗଳବାର ଚଣ୍ଡୀଯଜ୍ଞ ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା ବୋଲି ପୂଜକ ରବିନାରାୟଣ ପଣ୍ଡା ସୂଚନା ଦେଇଥିଲେ।

    ଗ୍ରାମର ସର୍ବାଙ୍ଗୀନ ଉନ୍ନତି ଓ ସମସ୍ତ ଗ୍ରାମବାସୀଙ୍କ ମଙ୍ଗଳକାମନା ଉଦ୍ଦେଶ୍ୟରେ ପଛଲା ୫ ବର୍ଷ ଧରି ଏହି ଯଜ୍ଞର ଆୟୋଜନ ହୋଇଆସୁଛି ବୋଲି ମୁଖ୍ୟ ଉପଦେଷ୍ଟା ବିଜୟ ବୋଇତେଇ କହିଛନ୍ତି। ଏହି ମହାଯଜ୍ଞରେ ଅଜୟ ବୋଇତେଇ, ସଞ୍ଜୟ ବୋଇତେଇ, ଅର୍ଜୁନ ସାହୁ, ଚନ୍ଦ୍ରମଣୀ ବେହେରା, ଦୀପକ ସାହୁ, ଚୈତନ୍ୟ ବେହେରା, ଅରୁଣ ସାହୁ, ଅମୀୟ ସାହୁ, ରଘୁନାଥ ଭୂୟାଁ, ବିଦ୍ୟାଧର ବୋଇତେଇ, ଦୀପକ ବୋଇତେଇ, ନାରାୟଣ ଭୂୟାଁ, ସୋନୁ ବୋଇତେଇ ସମେତ ସମସ୍ତ ଗ୍ରାମବାସୀ ଉତ୍ସାହର ସହ ଯୋଗଦେଇ ସହଯୋଗ କରିଥିଲେ।

    ଧାର୍ମିକ ଉତ୍ସବ ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ ବହୁ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।

  • ସୁକିନ୍ଦାର ଅସ୍ମିତାର ଉତ୍ସବ: ନାଁ ବୁଡିବ ନାହିଁ ସୁକିନ୍ଦା, ଧୀରେ ଧୀରେ ବଢ଼ିବ ଶିଳ୍ପ ମହୋତ୍ସବରୁ ବାର୍ତ୍ତା

    ଆଜିଠାରୁ ସୁକିନ୍ଦାରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ସୁକିନ୍ଦା ଶିଳ୍ପ ମହୋତ୍ସବ। ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିନରେ ଦାନଗଦି ମିଲିଟାରୀ ଛକରୁ ଏକ ବିଶାଳ ଗଣଦୌଡ଼ର ଆୟୋଜନ କରାଯାଇଥିଲା, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଇଥିଲା। ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡଚଣା ବିଧାୟକ ଅମର ନାୟକ ଓ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

    ତେଲିବାହାଳୀରେ ମା ମହାପାଟଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଞ୍ଚରୁ ଅତିଥିମାନେ କହିଥିଲେ ଯେ, ସୁକିନ୍ଦାର ଅସ୍ମିତା ଏହି ମହୋତ୍ସବ, ଏହା ସମସ୍ତ ସୁକିନ୍ଦାବାସୀଙ୍କ ନିଜର ଉତ୍ସବ। “ସୁକିନ୍ଦା ନାଁ କେବେ ବୁଡିବ ନାହିଁ, ଧୀରେ ଧୀରେ ଆଗକୁ ବଢ଼ିବ” ବୋଲି ସେମାନେ ମତ ପ୍ରକାଶ କରିଥିଲେ। ମହୋତ୍ସବ ସୁକିନ୍ଦା ନାଁ ବୁଡିବ ନାହିଁ ଧୀରେ ଧୀରେ ବଢିବ ବୋଲି କହିଥିଲେ। ପାରମ୍ପରିକ ନୃତ୍ୟ ଗୀତ ରେ ମହୋତ୍ସବ ପଡିଆ ମୁଖରିତ ହୋଇଥିଲା। ଉକ୍ତ ଗଣଦୌଡ଼ରେ ବହୁ ସଂଖ୍ୟକ ଜନସାଧାରଣ, ଯୁବକ ଓ ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

  • ଏପ୍ରିଲ ୯ ରେ ଚନ୍ଦନ କାଠ ବିକ୍ରୟ ପ୍ରକ୍ରିୟା ଆରମ୍ଭ, ରାଜ୍ୟକୁ ଆର୍ଥିକ ଲାଭ ଆଶା

    ଏପ୍ରିଲ ୯ ରେ ଚନ୍ଦନ କାଠ ବିକ୍ରୟ ପ୍ରକ୍ରିୟା ଆରମ୍ଭ, ରାଜ୍ୟକୁ ଆର୍ଥିକ ଲାଭ ଆଶା

    ଚନ୍ଦନ କାଠ ସାନ୍ତାଳ ଜାତିୟ ଗଛର ଏକ ଶ୍ରେଣୀ | ଜଙ୍ଗଲଗୁଡ଼ିକ ଭାରୀ, ହଳଦିଆ ଏବଂ ସୂକ୍ଷ୍ମ ଶସ୍ୟଯୁକ୍ତ, ଏବଂ ଅନ୍ୟାନ୍ୟ ସୁଗନ୍ଧିତ କାଠ ପରି,ସେମାନେ ଦଶନ୍ଧି ଧରି ସେମାନଙ୍କର ସୁଗନ୍ଧକୁ ବଜାୟ ରଖନ୍ତି | ବ୍ୟବହାର ପାଇଁ ଜଙ୍ଗଲରୁ ଚନ୍ଦନ ତେଲ ବାହାର କରାଯାଏ |ଚନ୍ଦନ କାଠକୁ ଦୁନିଆର ସବୁଠାରୁ ମହଙ୍ଗା କାଠ ବୋଲି କୁହାଯାଏ |ଉଭୟ କାଠ ଏବଂ ତେଲ ଏକ ସ୍ୱତନ୍ତ୍ର ସୁଗନ୍ଧ ସୃଷ୍ଟି କରେ ଯାହା ଶତାବ୍ଦୀ ଧରି ବହୁମୂଲ୍ୟ ହୋଇଆସୁଛି | ଫଳସ୍ୱରୂପ,ଏହି ଧୀର ବଢୁଥିବା ଗଛଗୁଡିକର କେତେକ ପ୍ରଜାତି ଅତୀତରେ ଅତ୍ୟଧିକ ଅମଳର ଶିକାର ହୋଇଥିଲେ |

    ଓଡ଼ିଶାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀଙ୍କ ଉତ୍ତରରେ ମହାସଭାରେ ଜଣାଗଲା ଯେ ରାଜ୍ୟରେ ୪,୫୩୯ଟି ରକ୍ତ ଚନ୍ଦନ ଗଛ ଅଛି | ଯେଉଁଥିରୁ ୮୦୯.୭୮୪୪ଟନ୍ କାଠ ଆନ୍ତର୍ଜାତୀୟ ବିକ୍ରୟ ପାଇଁ ଇ‑ନିଲାମ ମାଧ୍ୟମରେ ବିକ୍ରୟ ହେବାକୁ ଯାଉଛି | ଏହି ବିକ୍ରୟ ପ୍ରକ୍ରିୟା ଏପ୍ରିଲ ୯ ରେ ଆୟୋଜିତ ହେବ। ଏହା ରାଜ୍ୟକୁ ଆର୍ଥିକ ଲାଭ ଦେବା ପାଇଁ ଯୋଜନା କରାଯାଇଛି |

    ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ ଲାବଣ୍ୟଗଡ଼ ଜଙ୍ଗଲ ଗଜପତି ଜିଲ୍ଲା ଭିତରେ ରକ୍ତ ଚନ୍ଦନ ଗଛ ଚିହ୍ନଟ ହୋଇଛି | ଯଦିଓ ଏହାର ବାସ୍ନା ବିଷୟରେ ସ୍ୱାଭାବିକ ରିପୋର୍ଟ୍ ଅନେକ ସୀମିତ ତଥ୍ୟ ଦିଏ | ଓଡ଼ିଶାର ଜଙ୍ଗଲ ଓଡ଼ିଶା ଫୋରେଷ୍ଟ ରିପୋର୍ଟଅନୁଯାୟୀ ବହୁତ ବିଭିନ୍ନ ପ୍ରକାର ଟ୍ରି ଓ ବନସ୍ପତି ମିଶ୍ରିତ , ଯାହାର ବୃଦ୍ଧି ପାଇଁ ଏକ ଅନନ୍ୟ ପରିବେଶ ରହିଛି। ଏହା ଚନ୍ଦନ ପ୍ରକାର ଗଛର ଉତ୍ପାଦନ ଓ ସୁଗନ୍ଧ ଉତ୍ପାଦନରେ ପ୍ରଭାବ ପକାଏ। ଓଡ଼ିଶାର ଅନେକ ଜଙ୍ଗଲ ଏବଂ ପରିବେଶ ଚନ୍ଦନ ଗଛ ରହିଛି ବୋଲି ରିପୋର୍ଟ ଅଛି, କିନ୍ତୁ ଏହାର ସୁଗନ୍ଧ ପରିମାଣ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଚନ୍ଦନ ପରି ଶକ୍ତିଶାଳୀ ନୁହେଁ | ରକ୍ତ ଚନ୍ଦନୀ ମାୁଲ୍ୟସ୍ଥ ଉତ୍ପାଦ ଯାହା ରୂପରେ ଇ‑ନିଲାମ ପାଇଁ ଚାଲୁଛି, ଯାହା ଏକ ଅତିମୂଲ୍ୟବାନ ଲକ୍ଷ୍ୟ ସମ୍ପତ୍ତି ଭାବରେ ଅନୁଭୂତ ହେଉଛି।

  • ଫୁଲ, ଫଳ, ପନିପରିବାରେ ମନୋରମ ପ୍ରଦର୍ଶନ, ପାରାଦୀପ ବନ୍ଦରର ୪୦ତମ ଫ୍ଲାୱାର ସୋ

    ଫୁଲ, ଫଳ, ପନିପରିବାରେ ମନୋରମ ପ୍ରଦର୍ଶନ, ପାରାଦୀପ ବନ୍ଦରର ୪୦ତମ ଫ୍ଲାୱାର ସୋ

    ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାର ର ପନିପରିବା ସାମିଲ ହୋଇଛି l ପାରାଦୀପ ଅଫିସର୍ସ କ୍ଳବ ପରିସରରେ ବନ୍ଦର ତରଫରୁ ଆୟୋଜିତ ଏହି ଫ୍ଲାୱାର ସୋ କୁ ଉଦଘାଟନ କରିଥିଲେ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l କିଭଳି ପାରାଦୀପ ବନ୍ଦର ତରଫରୁ ସବୁଜ ବଳୟ ସୃଷ୍ଟି କରିବା କୁ ଗୁରୁତ୍ୱ ଦେଉଛି ଏ ବିଷୟରେ ଆଲୋଚନା କରିବା ସହିତ ବେଳାଭୂମି ଅଞ୍ଚଳ ରେ ପାରାଦୀପ ବନ୍ଦର ତରଫରୁ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି l ଏହି ଜଙ୍ଗଲ ପାରାଦୀପ କୁ ସବୁଜ ବଳୟ ସୃଷ୍ଟି କରିବା ଏବଂ ଲୁଣାପବନ କୁ ରୋକିବାରେ ସହାୟକ ହୋଇପାରିଛି l

    ହିମାଂଶୁ ରାଉତ ( ମୁଖ୍ୟଯନ୍ତ୍ରୀ,ପାରାଦୀପ ବନ୍ଦର )

    ବନ୍ଦର ତରଫରୁ ପାରାଦୀପ ର ବିଭିନ୍ନ ଅଞ୍ଚଳ ରେ ଫଳଗଛ ସହିତ ବିଭିନ୍ନ ପ୍ରଜାତି ର ଫୁଲଗଛ ଲଗାଯାଇଛି l ଯାହା ପରିବେଶ କୁ ସୁଧାରିବା ସହିତ ଫୁଲ କୁ ଦେଖିଲେ ବିଷାଦ ମନ ପ୍ରଫୁଲ୍ଲିତ ହୋଇପଡୁଛି l ବନ୍ଦର ତରଫରୁ ସବୁଜିମା କୁ ଗୁରୁତ୍ୱ ଦିଆଯିବା ସହିତ ବନ୍ଦର ରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ବାଡ଼ି ବଗିଚା ରେ ଲଗାଇଥିବା ନାନା ପ୍ରକାର ର ଫୁଲ, ଫଳ ଓ ପନିପରିବା ଏହି ପ୍ରଦର୍ଶନୀ ରେ ସ୍ଥାନ ପାଇଛି l ବିଶେଷକରି ପାରାଦୀପ ଭଳି ଲବଣାକ୍ତ ଅଞ୍ଚଳ ରେ ବିଭିନ୍ନ ପ୍ରକାର ର ଫୁଲଗଛ କୁ ଅତି ଯତ୍ନ ର ସହିତ ବଢ଼ାଇଥିବା କର୍ମଚାରୀ ମାନଙ୍କୁ ଏହି ପୁଷ୍ପ ପ୍ରଦର୍ଶନୀ ଜରିଆରେ ସମ୍ବର୍ଦ୍ଧିତ କରାଯାଉଛି l ଯାହା କର୍ମଚାରୀ ମାନଙ୍କ ମନୋବଳ ବଢାଇବା ସହିତ ଏକ ସୁସ୍ଥ ବାତାବରଣ ପାଇଁ ସମସ୍ତ କର୍ମଚାରୀ ବୃକ୍ଷ ରୋପଣ ପ୍ରତି ଆଗ୍ରହ ପ୍ରକାଶ କରିବା ଏହି ପୁଷ୍ପ ପ୍ରଦର୍ଶନୀ ମାଧ୍ୟମ ରେ ପାରାଦୀପ ବନ୍ଦର ର ପ୍ରୟାସ ବୋଲି କହିଛନ୍ତି ବନ୍ଦର ର ମୁଖ୍ୟଯନ୍ତ୍ରୀ ହିମାଂଶୁ ରାଉତ l

  • ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପରାଶର କ୍ଷେତ୍ର ପାରାଦ୍ୱୀପର ପବିତ୍ର ବେଳାଭୂମିରେ ଆସନ୍ତା ଦିନରେ ଭବ୍ୟ ଓ ଦିବ୍ୟ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ” ଆୟୋଜିତ ହେବାକୁ ଯାଉଛି। ନବଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଓ ଅଲୌକିକ ଲୀଳାକୁ ଉଦ୍‌ଘାଟିତ କରାଯିବ।

    ଏହି ମହୋତ୍ସବ ଅବସରରେ ମହାପ୍ରଭୁଙ୍କ ୩୨ ବେଶ, ୫୬ ଭୋଗ, ଶ୍ରୀବିଷ୍ଣୁ ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀଜଗନ୍ନାଥ ଚରିତ୍ରାମୃତ ପାଠ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାଧୁସନ୍ଥ, ଧାର୍ମିକ ବିଦ୍ୱାନ ଓ ଜଗନ୍ନାଥ ଭକ୍ତମାନେ ଏହି ମହୋତ୍ସବରେ ଯୋଗ ଦେବେ। ମହୋତ୍ସବ ସମୟରେ ପ୍ରତିଦିନ ଆନନ୍ଦ ବଜାରରେ ମହାପ୍ରସାଦ ମିଳିବା ସହ ପାରାଦ୍ୱୀପ ବେଳାଭୂମି ନବଦିନ ପାଇଁ ଶ୍ରୀକ୍ଷେତ୍ର ପୁରୀର ଅନୁଭୂତି ଦେବ ବୋଲି ଆୟୋଜକମାନେ କହିଛନ୍ତି।

    ଶ୍ରୀକ୍ଷେତ୍ରର ଅଭିଜ୍ଞ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମେ ୨୭ ତାରିଖରୁ ଏହି ଦିବ୍ୟ ଓ ଭବ୍ୟ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବକୁ ନେଇ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପରେ ଏକ ବୃହତ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

  • ମହାଭାରତରୁ ଆଜିର ସମାଜ, ନୃତ୍ୟନାଟକରେ ମଞ୍ଚ ମୁଗ୍ଧ ଚଉଗାଁ ଆଶ୍ରମ ବିଦ୍ୟାଳୟ ଧୁମ୍‌ଧାମରେ ପାଳିତ ବାର୍ଷିକ ଉତ୍ସବ

    ମହାଭାରତରୁ ଆଜିର ସମାଜ, ନୃତ୍ୟନାଟକରେ ମଞ୍ଚ ମୁଗ୍ଧ ଚଉଗାଁ ଆଶ୍ରମ ବିଦ୍ୟାଳୟ ଧୁମ୍‌ଧାମରେ ପାଳିତ ବାର୍ଷିକ ଉତ୍ସବ

    ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ। କୋରାପୁଟ ବ୍ଲକ ଅନ୍ତର୍ଗତ ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହଇଯାଇଛି। ବିଦ୍ୟାଳୟରେ ପ୍ରଧାନ ସେବକ ପ୍ରମଦ କୁମାର ପଟନାୟକ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଜି ଶ୍ରୀ ଦୀପକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଲେ,ମୁଖ୍ୟ ବ୍ୟକତା ଶ୍ରୀ ରବୀନ୍ଦ୍ରନାଥ ସାଉ, ସାନମାନିତ ଅତିଥି ଶ୍ରୀ ପ୍ରମୋଦ କୁମାର ସାହୁ, ମୀନତୀ ଖରା ପ୍ରଧାନ ଶିକ୍ଷୟତ୍ରୀ ଚମ୍ପା କେନ୍ଧା G.H.S ଶ୍ୟାମ ମୁଦୁଲି ଏସ ଏମ ସି ଚୈର ମେନ, ପ୍ରମିଳା କୁମାରୀ ପଣ୍ଡା ଆସିଷ୍ଟାଣ୍ଟ ଶିକ୍ଷୟତ୍ରୀ ପଦ୍ମ ପୁର ଏସ ଏସ ସହାୟକ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ମଞ୍ଚାସିନ ହୋଇଥିଲେ।

    ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଦ୍ବାର ନାଚ,ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କ୍ରୀଡା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ମହା ଭାରତ ଓ ଆଜିର ସମାଜ ରେ କିପରି ବଞ୍ଚି ପାରିବା ତା ଉପରେ ସ୍କୁଲ ଛାତ୍ରୀ ଙ୍କ ଦ୍ୱାରା ମନମୋହିତ ନାଟକକୁ ନାଚ ମାଧ୍ୟମରେ ଉଚ୍ଚକୋଟୀର ପ୍ରଦର୍ଶନି ଦର୍ଶକଙ୍କୁ ମନ ମୁଗ୍ଧ କରିଥିଲା. ସଂସ୍କୃତକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର କୁନି କୁନି ଛାତ୍ରୀ ମାନେ ନୃତ୍ୟ ପରିବେଶଣ ବେସ ଆକର୍ଶଣ ହାଇଥିଲା. କାର୍ଯ୍ୟକ୍ରମକୁ ଚୌ ଗାଁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ରେ ସୋହଯୋଗ କରିଥିଲେ। ବାର୍ଷିକ ବିବରାଣୀ ସ୍ଜୁଳ ର ପ୍ରଧାନ ସେବକ ପ୍ରମୋଦ କୁମାର ପଟ୍ଟନାୟକ ପଡିଥିବା ବେଲେ, ପ୍ରଶାନ୍ତ ସାମଳ ମଞ୍ଚ ପରିଚାଳନା ସହ ଧନ୍ୟ ବାଦ ଅର୍ପଣ କରିଥିଲେ।

  • ନୂଆପଡାରେ ଆରମ୍ଭ ହେଲା ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା

    ନୂଆପଡାରେ ଆରମ୍ଭ ହେଲା ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା

    ସ୍ଥାନୀୟ ସରକାରୀ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ମାରାଗୁଡା ମଣ୍ଡପରେ ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ବିଧାୟକ ଜୟ ଢୋଲକିଆ କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଜିଲ୍ଲା ପରିଷଦ ଉପାଧକ୍ଷ ଦୀପିକା ଦୀପ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଶିକ୍ଷା ଓ ଭାଷା ଜାତୀୟ ପରାମର୍ଶ ଦାତା ନୂଆ ଦିଲ୍ଲୀ ମହେନ୍ଦ୍ର ମିଶ୍ର ଜିଲ୍ଲା ପ୍ରାନ୍ତୀୟ ବନଖଣ୍ଡ ଅଧିକାରୀ ମହମ୍ମଦଆଜିଜ ଖାନ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଆବାହକ ରୂପେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ଅନେକ ବିଜ୍ଞାନ ସମ୍ମତ ଏକକ ବ୍ୟବହୃତ ପ୍ଲାଷ୍ଟିକ ତଥା ଆବର୍ଜନା ରୁ ନବନିର୍ମିତ ହୋଇପାରୁଥିବା ଗୃହଉପଯୋଗୀ ସାମଗ୍ରୀ କିପରି ନିର୍ମାଣ କରାଯାଇପାରେ ସେନେଇ ଅନେକ ପ୍ରକଳ୍ପ ପ୍ରଦର୍ଶନୀ କରିଥିଲେ।

    ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ କିପରି ଅଧିକ ସ୍ୱାଭଲମ୍ବୀ ହୋଇପାରିବେ ସେଥିପାଇଁ ସମଗ୍ର ଶିକ୍ଷା ଅଭିଯାନ ର ଆଇଇଡି ସଂଯୋଜକ ହେମନ୍ତ ଭୋଇ ଏବଂ ତାଙ୍କର ସହଯୋଗୀଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏକ ଷ୍ଟଲ ବହୁତ ପ୍ରେରଣାଦାୟୀ ଥିଲା। ରାଜ୍ୟସରକାର ରାଜ୍ୟରେ ୧୨୫୦୦ ପିଏମଶ୍ରୀ ବିଦ୍ୟାଳୟ ପରିଚାଳନା ପାଇଁ ଖୋଲିଥିବା ବେଳେ ନୂଆପଡା ଜିଲ୍ଲାରେ ୧୨ ଟି ପାଇଁ ଅନୁମୋଦିତ କରିଥିବାରୁ ନିଜେ ଜିଲ୍ଲାପାଳ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ସନ୍ଧ୍ୟା ସମୟରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାରାଗୁଡା ମଣ୍ଡପ ଦୁଲୁକି ଉଠିଥିଲା।

  • ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭୁବନେଶ୍ୱରରୁ ବିଶେଷ ବିମାନରେ ଯାଜପୁର ଆସି ପହଞ୍ଚିବା ପରେ ସେ ମା’ ବିରଜାଙ୍କୁ ଦର୍ଶନ କରି ନାଭିଗୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରିଛନ୍ତି | ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ |

    ମା’ ବିରଜାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପିଣ୍ଡଦାନ ନୀତି ସଂପାଦନ ପାଇଁ ୧୬ ଜଣ ବ୍ରାହ୍ମଣ ଏବଂ ୩୨ ଜଣ ସେବାୟତ ବିଶେଷ ଭାବେ ନିୟୋଜିତ ହୋଇଛନ୍ତି | ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କୁ ବିଶେଷ ବେଶରେ ସଜାଯାଇଛି | କୁସୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଭଲ ଭାବରେ ସଜାଯାଇଥିଲା | ତାହା ସହ ସାଂସ୍କୃତିକ ଦଳ, ଲୋକନୃତ୍ୟ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଛି | ନାଭିଗୟାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ସୁନ୍ଦର ଭାବେ ସାଜସାଜି କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି | ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଜଣ SP, ୩୦ ଜଣ ଇନ୍ସପେକ୍ଟର ସବ୍‌ଇନ୍ସପେକ୍ଟର ନିଯୁକ୍ତ କରିବା ସହ କେତେକ ସ୍ଥାନରେ କମଣ୍ଡ ରାଙ୍କ୍ ଅଫିସର ମୁତୟନ କରାଯାଇଛି | ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ଫୁଲ, ପ୍ରଦୀପ ଓ ବିଭିନ୍ନ ସଜାଣିରେ ଆକର୍ଷଣୀୟ ଭାବେ ସଜାଯାଇଛି |

    ମହାମହିମ ଯାଜପୁର କାର୍ଯ୍ୟକ୍ରମ ସାରିବା ପରେ ବାଲେଶ୍ୱର ଯିବେ |ବିରଜା ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲେଶ୍ୱରର ଫକୀରମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ | ସେଠାରୁ ଅପରାହ୍ଣ ପ୍ରାୟ ୩.୫୦ରେ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଏହି ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିବା ଦେଖାଗଲା।

  • ଜାମତ କୁଲା ଜଗନ୍ନାଥଙ୍କ 32 ବେଶ ପାଇଁ ହଜାର ହଜାର ସଧାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ

    ଜାମତ କୁଲା ଜଗନ୍ନାଥଙ୍କ 32 ବେଶ ପାଇଁ ହଜାର ହଜାର ସଧାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ

    ଭାବ ବିନୋଦିଆ ଭାବର ଠାକୁର କାଳିଆ ସାଆନ୍ତ।ଜଗତର ନାଥ ଜଗନ୍ନାଥ । ଆଉ ଯିଏ କି ଭାବର ଡୋରିରେ ଭକତଙ୍କ ସହ ବନ୍ଧା । କାଇଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ତାଙ୍କର ସେହି ମଦନ ମୋହନ ଚକା ନୟନକୁ ଦେଖିବା ପାଇଁ । ଆଉ ଯିଏ ଥରେ ସେହି ଚକାନୟନକୁ ଦେଖେ ନିଜର ଆଖି ଫେରେଇ ପାରେ ନାହିଁ । କେତେବେଳେ ନିଜ ଭକ୍ତଙ୍କୁ କେଉଁ ରୂପରେ କେଉଁଠି ଦର୍ଶନ ଦେବେ ସେ କଥା କେବଳ ତାଙ୍କୁ ହିଁ ଜଣା । ନିଜ ଭକ୍ତର ଭାବରେ ବିଭୋର ହୋଇ କେଉଁ ନା କେଉଁ ରୂପରେ ଭକତଙ୍କ ପାଖକୁ ଧାଇଁ ଆସନ୍ତି ଦର୍ଶନ ଦେବା ପାଇଁ ।

    ଯଦି ଭକ୍ତର ଭକ୍ତିରେ ଶକ୍ତି ଥାଏ ଆଉ ପବିତ୍ରତା ଥାଏ ତେବେ ଭକ୍ତ ପାଖକୁ ଭଗବାନ ବି ଧାଇଁ ଆସନ୍ତି । ପୁରୀ ଯାଇ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସମସ୍ତଙ୍କ ଇଚ୍ଛା ଥାଏ, ମାତ୍ର ଆର୍ଥୀକ ପରିସ୍ଥିତି ଏବଂ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଅନେକ ଲୋକ ପୁରୀ ଯାଇ ଠାକୁରଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଥାନ୍ତି, ସେଥିପାଇଁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁତକୁଲା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ ।କଥାରେ ଅଛି ଯେଉଁଠି ଭାବ ଥିବ କାଳିଆ ସେଇଠି ବିରାଜିତ ହୋଇଯିବ । ଏଇ ଯେମିତି ଜାମୁତକୁଲା ଗ୍ରାମରେ ବିରାଜିତ ହୋଇଛନ୍ତି ଶ୍ରୀଜୀଉ ।ମହାପ୍ରଭୁଙ୍କ ଦୂର୍ଲଭ ବେଶ ସାଙ୍ଗକୁ ଶ୍ରୀମନ୍ଦିର ଭଳି ଚାଲିଛି ନିତୀକାନ୍ତି । ଯାହାକୁ ଦେଖି ଭକ୍ତି ରସରେ ଜୁଡୁବୁଡୁ ଭକ୍ତ ।

    ପ୍ରଥମ ଦିନରେ ହଜାର ହଜାର ମହିଳା ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଶିବାଭିଷେକ ହେବା ପରେ ୫୦ ଜଣ ପଣ୍ତିତଙ୍କ ଦ୍ୱାରା ବେଦପାଠ ସାଙ୍ଗକୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପୂଜାର୍ଚ୍ଚନା । ସ୍ଥାନୀୟ ଅଞ୍ଚଳ ସମେତ ବସ୍ତା ,ବାଲିଆପାଳ,ଜଳେଶ୍ୱର, ପଡୋଶୀ ମୟୁରଭଞ୍ଜ ଜିଲ୍ଲା ସହ ପଶ୍ଚିମବଙ୍ଗ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସୁଛନ୍ତି । ଅଧିକାଶଂ ଶ୍ରଦ୍ଧାଳୁ ପୁରୀ ଯାଇ ଠାକୁରଙ୍କ ଦର୍ଶନ କରି ପାରନ୍ତି ନାହିଁ । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଆଗ୍ରହ ରହିଥିଲେ ମଧ୍ୟ ବିଭିନ୍ନ କାରଣ ସେମାନଙ୍କୁ ବାଧା ଦେଉଥିଲା । ମାତ୍ର ଏଠାରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ ସେମାନଙ୍କ ଦିର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି ।

    ଜାମୁତକୁଲା ଗ୍ରାମରେ ଆୟୋଜିତ ଏହି ୩୨ବେଶ କାର୍ଯ୍ୟକ୍ରମ ଫେବୃୟାରୀ 1ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା 15ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଶିଷ୍ଟ ପ୍ରବଚକ ମାନଙ୍କ ପ୍ରବଚନ ଶୁଣିବା ପାଇଁ ଲୋକଙ୍କ ଗହଳି ଲାଗିଛି । ଜଗନ୍ନାଥଙ୍କ ବିଭିନ୍ନ ବେଶ ଦର୍ଶନ ସାଙ୍ଗକୁ , ମୀନା ବଜାର ଏବଂ ଚଟପଟି ଖାଇବାର ମଜା ନେଉଛନ୍ତି ଲୋକେ । ସ୍ଥାନୀୟ ଅଞ୍ଚଳ ଏବଂ ପଡୋଶୀ ରାଜ୍ୟରୁ ଅନେକ ଦୋକାନୀ ଏଠାରେ ପସରା ମେଲାଇ ଥିବା ବେଳେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ସକାଳ ଧୂପ ଠୁ ସଞ୍ଜ ଆଳତୀ ସବୁକିଛି ରିତିନୀତୀରେ ସମ୍ପାଦନ ହେଉଛି ।

    ମହାପ୍ରଭୁଙ୍କ ୩୨ ଟି ଦୁର୍ଲଭ ବେଶ ମଧ୍ୟରୁ ଶହେ ବର୍ଷ ହେବ ବନ୍ଦ ରହିଥିବା ରଘୁନାଥ ବେଶ ଦର୍ଶନ ର ସୌଭାଗ୍ୟ ପାଉଛନ୍ତି ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ହୋମିଓପାଥିକ ଚିକିତ୍ସା ଶିବିର ବି କରାଯାଇଛି । ଯେଉଁଠାରେ ଶ୍ରଦ୍ଧାଳୁ ମାନେ ବିନା ଦେୟରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଔଷଧ ନେଉଛନ୍ତି ।

    ବିଶେଷ ଆକର୍ଷଣ ଭାବରେ 09 ତାରିଖରୁ 12 ତାରିଖ ଯାଏ ୫୬ ମାଦଳ ଅନୁଷ୍ଠିତ ହେବ ।2 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ ପ୍ରବଳ ଅନୁଷ୍ଠିତ ହେବଶେଷ ଦିନରେ ୩୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି
    ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଅଞ୍ଚଳବାସୀଙ୍କ ଭିତରେ ଭାଇଚାରା ଓ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ଅଲୌକିକ ୩୨ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରିଛନ୍ତି ଆୟୋଜକ କମିଟି ।