Category: ଭାରତ

  • ସଂଘର୍ଷରୁ ସଫଳତା: ଅମାଲ ମଲ୍ଲିକଙ୍କ ଜୀବନ ଯାତ୍ରା

    ସଂଘର୍ଷରୁ ସଫଳତା: ଅମାଲ ମଲ୍ଲିକଙ୍କ ଜୀବନ ଯାତ୍ରା

    ବଲିଉଡ଼ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅମାଲ ମଲ୍ଲିକ ସ୍ନେହପୂର୍ଣ୍ଣ ଅଭିନୟ ଏବଂ ସଂଘର୍ଷ ଭର୍ତ୍ତି ଜୀବନ ଯାତ୍ରା ପାଇଁ ଏକ ନୂଆ ଦୃଷ୍ଟିକୋଣ ଦେଖାଇଛନ୍ତି | ତାଙ୍କର ଆତ୍ମୀୟ କଥା ଏବେ Bigg Boss 19 ପରେ ଏକ ଗଭୀର ସମ୍ମିଳିତ ଆଲୋଚନାର ବିଷୟ ପଲିଟିଯାଇଛି |

    ଅମାଲ କହିଛନ୍ତି ଯେ ତାଙ୍କର ପରିବାରର ନାମ ମଲ୍ଲିକ ଥିଲେ ବଳିଉଡ୍ ଇଣ୍ଡଷ୍ଟ୍ରିରେ ଘଟୁଥିବା କିଛି ପ୍ରତିଷ୍ଠିତ ପ୍ରଥା ସହିତ ସମ୍ପର୍କ ରଖିଥିଲେ ମଧ୍ୟ ଏହା ପାଇଁ ସେ ଅନେକ ମୌକା ହାରାଇଛନ୍ତି । ଲୋକେ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ ଯେତେବେଳେ ତାଙ୍କ ସରନେମ ଜାଣିଲେ ଏହା ତାଙ୍କ ପୂର୍ବ ଜୀବନର କଠୋର ବାଧା ଥିଲା ବୋଲି ସେ କହିଛନ୍ତି |

    Bigg Boss 19 ମଞ୍ଚରେ ଅମାଲ ତାଙ୍କ ଜୀବନ ସଂଘର୍ଷ, ପରିବାରର କଥା ଓ ଆର୍ଥିକ ବ୍ୟାପାର ବିଷୟରେ ଖୋଲା ଖୋଲି ଭାବେ କହିଛନ୍ତି | ସେ ଅନେକ ସଙ୍କଟ ସମୟ ବ୍ୟାପି ଏକ ପ୍ରକର ଋଣ ଓ ସ୍ୱାସ୍ଥ୍ୟ ସମସ୍ୟା ସହିତ ମୁକାବିଲା କରିଥିଲେ ବୋଲି କହିଥିଲେ | Bigg Boss ହାଉସରେ ତାଙ୍କର ବ୍ୟକ୍ତିଗତ ଯାତ୍ରା ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ଓ ତାଙ୍କର ଏହି ସଂଘର୍ଷ ଓ ସଫଳତା ବିଷୟରେ ଖୋଲା ସାକ୍ଷାତକାର ଅନେକ ଲୋକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି | ସେ Bigg Boss 19 ର ଚତୁର୍ଥ ରନର୍ଅପ୍ ହୋଇଥିଲେ, ଯେଉଁଥିରେ ସେ ଦର୍ଶକଙ୍କୁ ତାଙ୍କର ଜୀବନ ଗଢ଼ା କାହାଣୀ ଓ ଜୀବନ ଉଦ୍ଧାର ଯାତ୍ରା ସହିତ ଅନେକ କଥା କହିଥିଲେ |

    ଅମାଲଙ୍କ ଜୀବନ କାହାଣୀ ଏକ ସ୍ୱତନ୍ତ୍ର ଶିକ୍ଷା ଦେଉଛି ସଂଘର୍ଷରେ ବି ପ୍ରକୃତ ସଫଳତା ଦୃଢ଼ ମନୋବଳ, ସତ କହିବାର ସାହସ ଓ ନିଜ ପାଇଁ ଲଢେଇ କରିବା |

  • ଭାରତ–ବାଂଲାଦେଶ ମଧ୍ୟରେ ଯଦି ତୀବ୍ର ତନାତନି ସୃଷ୍ଟି ହୁଏ, ତେବେ ପାକିସ୍ତାନ ପକ୍ଷରୁ କଠୋର ପ୍ରତିକ୍ରିୟା ଆସିପାରେ।

    ଭାରତ–ବାଂଲାଦେଶ ମଧ୍ୟରେ ଯଦି ତୀବ୍ର ତନାତନି ସୃଷ୍ଟି ହୁଏ, ତେବେ ପାକିସ୍ତାନ ପକ୍ଷରୁ କଠୋର ପ୍ରତିକ୍ରିୟା ଆସିପାରେ।

    କିଛି ରିପୋର୍ଟ ଓ ରାଜନୀତିକ ବିଶ୍ଳେଷଣରେ ଦାବି କରାଯାଉଛି ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଙ୍ଗ୍ଲାଦେଶ ଏବେ ପାକିସ୍ତାନର ପ୍ରଭାବକ୍ଷେତ୍ରରେ ଅଧିକ ନିକଟ ହୋଇପାରେ। ଯେ ପାକିସ୍ତାନଙ୍କ ଶାସନରୁ ଭାରତ କେବେକାଳି ବାଙ୍ଗ୍ଲାଦେଶକୁ ମୁକ୍ତ କରିଥିଲା, ସେହି ଦେଶ ଏବେ ୟୁନୁସ ସରକାରକୁ ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରୁଛି ବୋଲି ଆପତ୍ତି ଉଠୁଛି।

    ଏପରି ପରିସ୍ଥିତିରେ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫଙ୍କ ଦଳ — ପାକିସ୍ତାନ ମୁସଲିମ ଲିଗ୍ (ନୱାଜ୍) —ର ନେତା କାମରାନ ସଇଦ ଉସମାନି ଭାରତକୁ କଡ଼ା ସତର୍କବାଣୀ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଯଦି ଭାରତ ବାଙ୍ଗ୍ଲାଦେଶ ଉପରେ ସାମରିକ କାର୍ଯ୍ୟନୁଷ୍ଠାନ କରେ, ତେବେ ପାକିସ୍ତାନ ଢାକାଙ୍କ ପକ୍ଷରେ ଦୃଢ଼ ଭାବେ ଠିଆ ହେବ।

    ଉସମାନି ଏହିପର୍ଯ୍ୟନ୍ତ କହିଛନ୍ତି ଯେ 2025 ମଇରେ ଭାରତ–ପାକିସ୍ତାନ ମଧ୍ୟରେ ଘଟିଥିବା ତନାତନିକୁ ସେ ନିଜ ପରିପ୍ରେକ୍ଷ୍ୟରୁ “ଗୌରବର ଅନୁଭବ” ବୋଲି ଦେଖନ୍ତି — ଯାହା ପୁନଃ ରାଜନୈତିକ ମହଲରେ ଚର୍ଚ୍ଚାର ସୃଷ୍ଟି କରିଛି।

    କାମରାନ ସଇଦ ଓସମାନି ପାକିସ୍ତାନର ପତାକା ସହିତ ବାଂଲାଦେଶ ପତାକା ଲଗାଯାଇଥିବା ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ ଭାରତକୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି। ସେ କହିଛନ୍ତି, ଆଜି ମୁଁ ଜଣେ ରାଜନେତା ଭାବରେ ନୁହେଁ, ବରଂ ବାଂଲାଦେଶର ମାଟି, ଇତିହାସ, ତ୍ୟାଗ ଓ ସାହସକୁ ସଲାମ କରୁଥିବା ଜଣେ ବ୍ୟକ୍ତି ଭାବରେ କହୁଛି। ଯେତେବେଳେ ମୁଁ ୨୦୨୧ରେ ଏହି ଅଭିଯାନ ଆରମ୍ଭ କରିଥିଲି, ସେତେବେଳେ କେହି ମୋ ସହିତ ନଥିଲେ। ଆଜି ମୋ ସହିତ ବାଂଲାଦେଶ ଓ ପାକିସ୍ତାନ ଏକାଠି ଠିଆ ହୋଇଛନ୍ତି। ମୁଁ କୌଣସି ରାଜନୈତିକ ବିବୃତି ଦେଉ ନାହିଁ। ଉସମାନ ହାଦି କହିଥିଲେ, ବାଂଲାଦେଶକୁ କୌଣସି ଦେଶର ଉପନିବେଶ ହେବାକୁ ଦିଆଯିବ ନାହିଁ। ବାଂଲାଦେଶରେ କାହାର ଗୁଣ୍ଡାଗିରିକୁ ସହ୍ୟ କରାଯିବ ନାହିଁ। ବାଂଲାଦେଶକୁ କାହାର ଦାସ ହେବାକୁ ଦିଆଯିବ ନାହିଁ। କିନ୍ତୁ ତାଙ୍କୁ ଶେଷରେ ହତ୍ୟା କରାଯାଇଥିଲା।

    ଭାରତକୁ ବୃଥା ଧମକ 
    କାମରାନ ସଇଦ କହିଛନ୍ତି, ଉସମାନ ହାଦିଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ତାଙ୍କର ବିଚାରଧାରାର ହତ୍ୟା ହୋଇନି ।  ଆଜି ବାଂଲାଦେଶର ଲୋକମାନେ ଭାରତର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ମୁଁ ମୋର ବାଂଲାଦେଶୀ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି, ଆମେ ଆପଣଙ୍କ ସହିତ ଠିଆ ହୋଇଛୁ । ଯଦି କୌଣସି ଦେଶ ବାଂଲାଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରେ କିମ୍ବା ବାଂଲାଦେଶର ସ୍ୱାୟତ୍ତତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ପାକିସ୍ତାନର ଲୋକେ ଆପଣଙ୍କ ସହିତ ଠିଆ ହେବେ । ମୁଁ ଚେତାବନୀ ଦେଉଛି, ଯଦି କେହି ବାଂଲାଦେଶକୁ ଖରାପ ନଜରରେ ଦେଖିବାକୁ ସାହସ କରେ, ତେବେ ପାକିସ୍ତାନୀ ଲୋକେ, ପାକିସ୍ତାନୀ ସେନା ଓ ଆମର କ୍ଷେପଣାସ୍ତ୍ର ସେଭଳି ଦେଶଙ୍କଠାରୁ ଦୂରରେ ନାହିଁ। ଆମେ ଅପରେସନ ସିନ୍ଦୂର ବିରୋଧରେ ଅପରେସନ ବୁନୟାନ ଅଲ୍ ମାର୍ସୁସ୍ ମାଧ୍ୟମରେ ଯେପରି ଝଟ୍‌କା ଦେଇଥିଲୁ ସେହିପରି ପଦକ୍ଷେପ ଗ୍ରହଣ କରିବୁ ବୋଲି ବୃଥା ଧମକ ଦେଇଛନ୍ତି । 

  • ରାଷ୍ଟ୍ରପତି ଶାସନ ପରେ ମଣିପୁରରେ ସରକାର ଗଠନ ପ୍ରୟାସ ଜୋରଦାର

    ରାଷ୍ଟ୍ରପତି ଶାସନ ପରେ ମଣିପୁରରେ ସରକାର ଗଠନ ପ୍ରୟାସ ଜୋରଦାର

    ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଫେବ୍ରୁଆରି ୧୨ରେ ଶେଷ ହେବାକୁ ଯାଉଥିବାବେଳେ, ରାଜ୍ୟରେ ସରକାର ଗଠନକୁ ନେଇ ରାଜନୈତିକ ଚଳଚଞ୍ଚଳତା ବଢ଼ିଛି | ଏହି ପରିପକ୍ଷରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଣିପୁରର ସମସ୍ତ ଏନ୍‌ଡିଏ ବିଧାୟକଙ୍କୁ ଦିଲ୍ଲୀକୁ ଡାକିଛନ୍ତି |

    ସୋମବାର ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବର୍ତ୍ତମାନର ସୁରକ୍ଷା ଓ ରାଜନୈତିକ ପରିସ୍ଥିତି ଉପରେ ସମୀକ୍ଷା କରାଯିବ | ମଣିପୁର ବିଜେପି ସଭାପତି ଅଧିରାଜମାୟୁମ୍ ଶାରଦା ଦେବୀ ସହ ୨୦ରୁ ଅଧିକ ବିଧାୟକ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି | ଏନ୍‌ଡିଏର ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ଏବଂ ନାଗା ପିପୁଲ୍ସ ଫ୍ରଣ୍ଟର ନେତାମାନେ ମଧ୍ୟ ବୈଠକରେ ଯୋଗଦେବେ |

    ବିଜେପି ରାଜ୍ୟ ୟୁନିଟ୍ ସୂତ୍ର ଅନୁଯାୟୀ, ରାଜ୍ୟରେ ସ୍ଥିରତା ଫେରାଇବା ପାଇଁ ଏକ ଶକ୍ତିଶାଳୀ ନେତୃତ୍ୱ ଚୟନ ଉପରେ ଆଲୋଚନା କରାଯିବ | ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି | ଲାମସାଙ୍ଗ ବିଧାୟକ ଏସ. ରାଜେନ ସିଂହ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ସମଗ୍ର ପରିସ୍ଥିତିକୁ ବିଚାର କରି ମୁଖ୍ୟମନ୍ତ୍ରୀ ଚୟନ କରିବେ | ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ମଧ୍ୟ ବୈଠକକୁ ନେଇ ଆଶାବାଦୀ ମତ ପ୍ରକାଶ କରିଛନ୍ତି | ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଫେବ୍ରୁଆରି ୧୨ ପୂର୍ବରୁ ମଣିପୁରରେ ଏକ ନୂଆ ସରକାର ଗଠନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି |

  • ମମତାଙ୍କ ଗଡ଼କୁ ଲକ୍ଷ୍ୟ କରି ଶାହଙ୍କ ଗର୍ଜନ, ବଙ୍ଗଳା ଜନସଭାରେ କଡ଼ା ସମାଲୋଚନା

    ମମତାଙ୍କ ଗଡ଼କୁ ଲକ୍ଷ୍ୟ କରି ଶାହଙ୍କ ଗର୍ଜନ, ବଙ୍ଗଳା ଜନସଭାରେ କଡ଼ା ସମାଲୋଚନା

    ମମତା ବାନାର୍ଜୀଙ୍କ ଗଡରେ ଜୋରଦାର ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପଶ୍ଚିମବଙ୍ଗରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହ ତୃଣମୂଳ କଂଗ୍ରେସ ସରକାରକୁ କଠୋର ଭାଷାରେ ଲକ୍ଷ୍ୟ କରିଛନ୍ତି।

    ଶାହ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମସି ସରକାରର ଶେଷ ନିଶ୍ଚିତ ଏବଂ ୨୦୨୬ ବର୍ଷ ରାଜ୍ୟର ରାଜନୀତି ପାଇଁ ଏକ ନୂଆ ମୁଖ ନେଇ ଆସିବ। ସେ କହିଛନ୍ତି, ବାମପନ୍ଥୀ ସରକାରକୁ ହଟାଇବା ଆଶାରେ ବଙ୍ଗଳାର ଜନତା ଟିଏମସିକୁ ଶାସନର ଦାୟିତ୍ୱ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଦୁରୁପଯୋଗ ଓ ଅବୈଧ ଅନୁପ୍ରବେଶକୁ ଆଶ୍ରୟ ଦେଇ ରାଜ୍ୟକୁ ପଛୁଆ ଦିଗରେ ଠେଲି ଦେଉଛି।
    ଶାହ କହିଛନ୍ତି ଯେ ୨୦୨୬ ବର୍ଷ ତୃଣମୂଳ କଂଗ୍ରେସ ପାଇଁ ବିଦାୟର ବର୍ଷ ହେବ। ଅନୁପ୍ରବେଶ ମୁଦ୍ଦାକୁ ଉଠାଇ ଗୃହମନ୍ତ୍ରୀ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ଚାଲିଥିବା ଅବୈଧ ପ୍ରବେଶ କେବଳ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶର ସୁରକ୍ଷା ପ୍ରତି ମଧ୍ୟ ଗୁରୁତର ସଙ୍କଟ ସୃଷ୍ଟି କରୁଛି।

    ସେ ଅଭିଯୋଗ କରିଛନ୍ତି ଯେ ସୀମାରେ ବାଡ଼ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଉପଲବ୍ଧ କରାଉନାହାଁନ୍ତି, ଯାହା ଫଳରେ ସୀମା ସୁରକ୍ଷା ବାହିନୀ ନିଜ ଦାୟିତ୍ୱ ପାଳନରେ ବାଧାର ସମ୍ମୁଖୀନ ହେଉଛି। ଏହି ମାମଲାରେ ହାଇକୋର୍ଟ ବିଏସଏଫଙ୍କ ପକ୍ଷରେ ରାୟ ଦେଇଥିବା ସତ୍ତ୍ୱେ ମଧ୍ୟ ଜମି ହସ୍ତାନ୍ତର କରାଯାଉନାହିଁ।

  • ଆଉ ଶୁଣାଯିବନି କି ଅରିଜିତଙ୍କ ସ୍ୱର? ସୋସିଆଲ ମିଡିଆରେ ଚର୍ଚ୍ଚା

    ଆଉ ଶୁଣାଯିବନି କି ଅରିଜିତଙ୍କ ସ୍ୱର? ସୋସିଆଲ ମିଡିଆରେ ଚର୍ଚ୍ଚା

    ଭାରତୀୟ ସଙ୍ଗୀତ ଜଗତର ସବୁଠୁ ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂହଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଧରିଛି | ଇନଷ୍ଟାଗ୍ରାମରେ ଆସିଥିବା ଏକ ପୋଷ୍ଟକୁ କେନ୍ଦ୍ର କରି ଅନେକ ଫ୍ୟାନ୍‌ଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ଯେ ଅରିଜିତ୍ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌କୁ ବିଦାୟ ନେବାକୁ ଯାଉଛନ୍ତି | ତେବେ ଏନେଇ କୌଣସି ସରକାରୀ ଘୋଷଣା ନ ହୋଇଥିବାବେଳେ ଗୁଜବ ଓ ଅନୁମାନ ହିଁ ଚାଲିଛି |

    ଆଉ ଶୁଣାଯିବନି ସେଇ ସ୍ୱର, ସିନେମା ସିନା ଚାଲିବ କିନ୍ତୁ ସେ ଆଉ ଗାଇବେନି। ଯାହାଙ୍କ ଗୋଟିଏ ଗୀତ ସାରା ସିନେମାକୁ ହିଟ୍ କରିଦିଏ, ଯାହାର ଗୋଟିଏ ‘ଆଲାପ’ ମନର ଆଘାତକୁ ଭରି ଦିଏ, ସେ ହେଲେ ଅରିଜିତ୍ | ଯୁବ ହେଉ କି ବୟସ୍କ, ହିନ୍ଦୀ ହେଉ କି ବଙ୍ଗଳା, ଓଡ଼ିଶାର ହେଉ କି ତାମିଲନାଡ଼ୁ କିଏ ନ ସେ ଜାଣିଚି ଅରିଜିତଙ୍କୁ ଆଉ ତାଙ୍କ ଗୀତକୁ |

    ୨୦୦୫ ମସିହାରେ ଏକ ରିଆଲିଟି ଶୋ’ରୁ ଯାତ୍ରା ଆରମ୍ଭ କରି ବିଫଳତାକୁ ଜୟ କରିଥିବା ଅରିଜିତ୍ ୨୦୧୨ରେ ‘ମର୍ଡର ୨’ର ‘ଫିର୍ ମୋହବ୍ବତ୍’ ମାଧ୍ୟମରେ ଦେଶବ୍ୟାପୀ ପରିଚୟ ପାଇଥିଲେ | ‘ଆଶିକୀ ୨’ ପରେ ସେ ଭାରତୀୟ ସଙ୍ଗୀତ ଶିଳ୍ପରେ ଏକ ଅଲଗା ଧାରା ସୃଷ୍ଟି କରିଥିଲେ। ‘ଏ ଦିଲ୍ ହେ ମୁସକିଲ’, ‘ଖାମୋସିଆଁ’, ‘ଚେନ୍ନାଇ ଏକ୍ସପ୍ରେସ’, ‘ବ୍ରହ୍ମାସ୍ତ୍ର’ ପରି ଅନେକ ସୁପରହିଟ୍ ଗୀତ ତାଙ୍କ ସଫଳତାର ସାକ୍ଷୀ |

    ସଫଳତାର ଶିଖରରେ ଥିଲେ ମଧ୍ୟ ଅରିଜିତ୍‌ଙ୍କ ସରଳ ଜୀବନଶୈଳୀ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ | ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସାଧାରଣ ଜୀବନ, ସ୍କୁଟରରେ ଘୁରିବା, ବିନା ସୁରକ୍ଷାରେ ବୁଲିବା ଏହା ତାଙ୍କର ସରଳତାର ପରିଚୟ | ନିକଟରେ ଓଡ଼ିଶାର ଯାଜପୁର ଗସ୍ତ ମଧ୍ୟ ଫ୍ୟାନ୍‌ମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥିଲା |ଏହି ପରିପ୍ରେକ୍ଷିତରେ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌କୁ ନେଇ ଚାଲିଥିବା ଗୁଜବ ଫ୍ୟାନ୍‌ମାନଙ୍କୁ ଭାବୁକ କରିଥିଲେ ମଧ୍ୟ, ସମସ୍ତେ ଆଶା କରୁଛନ୍ତି ଯେ ଅରିଜିତ୍‌ଙ୍କ ସ୍ୱର ଆଗାମୀ ଦିନରେ ମଧ୍ୟ ସିନେମା ପରଦା ଓ ସଙ୍ଗୀତପ୍ରେମୀଙ୍କ ମନକୁ ସ୍ପର୍ଶ କରିବ |

  • ସେନା ଆତଙ୍କୀ ମଧ୍ୟରେ ଗୁଳିବିନିମୟ, ଡ୍ରୋନ୍ ପଠାଇ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ

    ସେନା ଆତଙ୍କୀ ମଧ୍ୟରେ ଗୁଳିବିନିମୟ, ଡ୍ରୋନ୍ ପଠାଇ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ

    ଜମ୍ମୁ–କାଶ୍ମୀର ସୀମାନ୍ତ ଅଞ୍ଚଳରେ ପୁଣି ଆତଙ୍କବାଦୀ ଗତିବିଧି ତୀବ୍ର ହୋଇଯାଇଛି। କିସ୍ତୱାର ଜିଲ୍ଲାର ଡୋଲଗାମ ଅଞ୍ଚଳରେ ଆଜି ସକାଳୁ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଆତଙ୍କୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ଏହି ଏନକାଉଣ୍ଟରରେ କୌଣସି ଆତଙ୍କୀ ନିପାତ ହୋଇଛନ୍ତି କି ନାହିଁ, ତାହା ନେଇ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ସୁରକ୍ଷା ଏଜେନ୍ସିଗୁଡ଼ିକ ଦୀର୍ଘଦିନ ଧରି କିସ୍ତୱାର ଓ ଆଖପାଖର ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦୀ ଉପସ୍ଥିତି ପ୍ରତି ନଜର ରଖିଆସୁଥିଲେ। ଜାନୁଆରୀ ମାସ ଆରମ୍ଭରୁ ଏଠାରେ ‘ଅପରେସନ୍ ତ୍ରାଶି–ଆଇ’ ଚାଲୁ ରହିଛି, ଯାହାକୁ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ଓ ସୁଚିନ୍ତିତ ଅଭିଯାନ ଭାବେ ଦେଖାଯାଉଛି।

    ଏହି ଅପରେସନ୍ ଭାରତୀୟ ସେନା, ଜମ୍ମୁ–କାଶ୍ମୀର ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (CRPF) ମିଳିତ ଭାବେ ପରିଚାଳନା କରୁଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କିସ୍ତୱାର ଜିଲ୍ଲା ସହ ପାହାଡ଼ିଆ ଓ ଘନ ଜଙ୍ଗଲ ଅଞ୍ଚଳରେ ସକ୍ରିୟ ଆତଙ୍କବାଦୀମାନଙ୍କୁ ନିପାତ କରି ସେମାନଙ୍କର ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କରିବା। ଏହି ମଧ୍ୟରେ ଶନିବାର ସକାଳେ ଜମ୍ମୁ–କାଶ୍ମୀର ସୀମାନ୍ତ ଅଞ୍ଚଳର ଚାଲିଆରୀ ଗ୍ରାମ ନିକଟରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା। ବିଏସଏଫ ଡ୍ରୋନ୍‌ଟି ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିବା ପରେ ଏହା ପାକିସ୍ତାନୀ ସୀମାକୁ ପଳାଇଯାଇଥିଲା। ଏହି ଘଟଣା ପରେ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

    ଗୁଇନ୍ଦା ସଂସ୍ଥାଗୁଡ଼ିକର ମତାନୁସାରେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ବିଶେଷକରି ଜୈଶ–ଏ–ମହମ୍ମଦ ସହ ସଂପୃକ୍ତ ଗୋଷ୍ଠୀଗୁଡ଼ିକ କିସ୍ତୱାର ଓ ଆସପାସ ଘାଟି ଅଞ୍ଚଳରୁ କାର୍ଯ୍ୟ କରୁଥିବା ସୂଚନା ମିଳୁଥିଲା। ଏହି ସୂଚନା ନିଶ୍ଚିତ ହେବା ପରେ ହିଁ ଅପରେସନ୍ ‘ତ୍ରାଶି–ଆଇ’କୁ ଅଧିକ ତୀବ୍ର କରାଯାଇଛି। ଘନ ଜଙ୍ଗଲ ଓ ଉଚ୍ଚ ପର୍ବତ ଥିବା ଏହି ଅଞ୍ଚଳକୁ ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ଭାବେ ଗଣାଯାଉଥିଲା। ତେବେ ସୁରକ୍ଷା ବାହିନୀ ଆତଙ୍କବାଦ ନିରୋଧରେ କଠୋର ମନୋଭାବ ନେଇ ଅଭିଯାନ ଜାରି ରଖିଥିବା କଥା କହିଛନ୍ତି।

  • ଏଥର ବଜେଟ୍ ବ୍ୟାଗରୁ ବାହାରିବ କ’ଣ ? କେଉଁମାନଙ୍କୁ ମିଳିବ ଅଧିକ ଲାଭ ?

    ଏଥର ବଜେଟ୍ ବ୍ୟାଗରୁ ବାହାରିବ କ’ଣ ? କେଉଁମାନଙ୍କୁ ମିଳିବ ଅଧିକ ଲାଭ ?

    କିଏ ଚାହୁଁଛି ଟିକସରୁ ମୁକ୍ତି ,କିଏ ଚାହୁଁଛି ନୂଆ ଚାକିରୀ ,କିଏ ଚାହୁଁଛି ନିଜ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ସରକାରୀ ସାହାଯ୍ୟ ,ତ ଆଉ କିଏ ଚାହୁଁଛି ରୋଷେଇ ଘର ପାଇଁ ସାମାନ | ଫେବୃଆରୀ ୧ରେ ଅର୍ଥମନ୍ତ୍ରୀଙ୍କ ବଜେଟ ବ୍ୟାଗରୁ କଣ ବାହାରିବ ? ତା ଉପରେ ସମସ୍ତଙ୍କ ନଜର |

    ଭାରତର ପ୍ରଥମ ରେଳ ବଜେଟ୍ ୧୯୨୪ ମସିହାରେ ଆରମ୍ଭ ହୋଇଥିଲା | ଦୀର୍ଘ ବର୍ଷ ଧରି ପ୍ରଥମେ ସାଧାରଣ ବଜେଟ୍,ତାପରେ ରେଳ ବଜେଟ୍ ଏହା ଥିଲା ପରମ୍ପରା | କିନ୍ତୁ ୨୦୧୭ରେ ମୋଦୀ ସରକାର ଆସିବା ପରେ ଏହି ପରମ୍ପରାକୁ ବଦଳାଇ ଦେଇଥିଲେ | ରେଳ ବଜେଟ୍ ଓ ୟୁନିଅନ୍ ବଜେଟ୍‌କୁ ଏକତ୍ର କରିଥିଲେ | ଯଦି ଆମେ ଦେଖିବା ବଜେଟ୍ ଇତିହାସରେ ଆଗରୁ ଦେଶ ୨ ଥର ବଜେଟ୍ ବସୁଥିଲା | ଯେଉଁଥିରେ ପ୍ରଥମ ରେଳ ବଜେଟ୍ ଓ ଦ୍ବିତୀୟରେ ସାଧାରଣ ବଜେଟ୍ ଥିଲା | ସାଧାରଣ ବଜେଟରେ ସରକାରୀ ଶିକ୍ଷା, ସ୍ବାସ୍ଥ୍ୟ ଓ ଦେଶର ଆର୍ଥିକ ବିକାଶ ଏହି ସବୁ ଦିଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା | ଏବେ ରେଳ,ଶିକ୍ଷା,ସ୍ୱାସ୍ଥ୍ୟ ସବୁ ଏକା ସାଙ୍ଗରେ ବଜେଟ୍‌ର ଅଂଶ ଭାବେ ଯୋଡ଼ାଯାଇଛି | ଫେବୃଆରି ୧ ତାରିଖରେ ଦେଶ ଦେଖିବାକୁ ଯାଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ୟୁନିଅନ୍ ବଜେଟ୍ |

    ଯେତେବେଳେ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଉଛି ଓ ବ୍ୟାଙ୍କ ଋଣର ଭାର ବଢ଼ିବା ସମୟରେ, ଘର କିଣିବାକୁ ଚାହୁଥିବା ଲୋକ ଟିକସ ରିହାତି ଦାବି କରୁଛନ୍ତି | ବର୍ତ୍ତମାନ, ଧାରା 24(ବି) ଅନୁଯାୟୀ ଗୃହ ଋଣରେ ସୁଧ ରିହାତି 2 ଲକ୍ଷ ଟଙ୍କା ରହିଛି | ଯାହା କିଛି ବର୍ଷ ପୂର୍ବରୁ ସ୍ଥିର କରାଯାଇଥିଲା ଏବଂ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ଅପର୍ଯ୍ୟାପ୍ତ ବୋଲି କୁହାଯାଉଛି | ପ୍ଲସ୍ କ୍ୟାସର ପ୍ରତିଷ୍ଠାତା ତଥା ସିଇଓ ପ୍ରଣବ କୁମାର କହିଛନ୍ତି, ବଜେଟ୍ ୨୦୨୬-୨୭ ଟିକସ ସଞ୍ଚୟ ଏବଂ ଦୀର୍ଘକାଳୀନ ନିବେଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବାର ସମ୍ଭାବନା ଅଛି |
    ରିପୋର୍ଟ ଅନୁଯାୟୀ , ସ୍ୱାସ୍ଥ୍ୟ ବୀମା ପରିସର ବଢ଼ିବା ଓ ଦୀର୍ଘକାଳୀନ ଚିକିତ୍ସାକୁ ବିସ୍ତାର କରିବା |ସରକାରୀ ଦରରେ ସେବା ଦିଆଯାଇଲେ ପ୍ରାଇଭେଟ୍ ହସ୍ପିଟାଲ୍ ଉପରେ ଚାପ ବଢ଼ିବା ସମ୍ଭାବନା ରହିଛି | ଆଗାମୀ ବର୍ଷ ୨୦୨୬- ୨୦୨୭ ପାଇଁ GDP 6.8%–7.2% ରହିବା ଅନୁମାନ କରାଯାଉଛି | ଚଳିତ ବର୍ଷର GDP 7.4% ଥିଲେ ମଧ୍ୟ ଭାରତ ଏହି ସମୟରେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ | ICRA ର ଅନୁମାନ କରାଯାଉଛି ଯେ ରାଜକୋଷୀୟ ନିଅଣ୍ଟକୁ 4.3% ମଧ୍ୟରେ ସୀମିତ ରଖିବା ପାଇଁ ଚେଷ୍ଟା କାରଯୁଛି |

    ଶିଳ୍ପ ଜଗତ ଚାହୁଛି, ଜିଏସଟି(GST) ସମସ୍ୟାର ସମାଧାନ ହେଉ ଏବଂ କଞ୍ଚାମାଲ ଉପରେ ଟିକସ କମ୍ କରାଯାଉ, ଯାହାଦ୍ୱାରା ଭାରତରେ ଜିନିଷ ତିଆରି କରିବା ଶସ୍ତା ହେବ | ସୌର ଶକ୍ତି ଏବଂ ନୂତନ ଟେକ୍ନୋଲୋଜି ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ସହ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବା ନେଇ ଆଶା କରାଯାଉଛି | ଛୋଟ ବ୍ୟବସାୟୀଙ୍କ ପାଇଁ ସହଜ ଋଣ ଏବଂ ଟିକସ ନିୟମରେ କୋହଳ କରିବାକୁ ଦାବି ହୋଇଛି | ସେୟାର ବଜାର ଓ ସାଧାରଣ ନିବେଶକ ପାଇଁ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ଟ୍ୟାକ୍ସ (STT) କମାଇବା ଏବଂ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ରିହାତି ପାଇଁ ନିବେଶକମାନେ ଚାହି ରହିଛନ୍ତି। ଯାହା ଫଳରେ ନିବେଶକମାନେ ଅଧିକ ଲାଭ ପାଇପାରିବେ। ଖାଲି ସେତିକି ନୁହେଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଗୁରୁତର ରୋଗ ଉପରେ ଫୋକସ୍, ଶିକ୍ଷାରେ ଡିଜିଟାଲ କ୍ଲାସରୁମ୍ ଓ କୃଷି କ୍ଷେତ୍ରରେ ଏଫପିଓ(ଫାରମର୍ ପ୍ରଡ୍ୟୁସର ଅରଗାନାଇଜେସନ୍)କୁ ଶକ୍ତିଶାଳୀ କରିବା ପାଇଁ ସରକାର ପାଣ୍ଠି ବଢ଼ାଇ ପାରନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡ଼ିରୁ ଏଥର କାହାକୁ କଣ ମିଳୁଛି, ତାହା ଫେବ୍ରୁଆରି ୧ ତାରିଖରେ ସ୍ପଷ୍ଟ ହେବ ।

  • କୁଆଡ଼େ ଗଲେ କିଙ୍ଗ କୋହଲି ?

    କୁଆଡ଼େ ଗଲେ କିଙ୍ଗ କୋହଲି ?

    ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ଶୁକ୍ରବାର ଦିନ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ଏବେ ବିରାମ ଲାଗିଛି | ଶୁକ୍ରବାର ୩୦ ଜାନୁୟାରୀ ୨୦୨୬ ଭୋର ସମୟରେ ହଠାତ୍ ବିରାଟ କୋହଲିଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଗାଏବ ହୋଇଯାଇଥିଲା | ପ୍ରାୟ ୨୭୪ ମିଲ୍ରେଲିୟନ ରୁ ଅଧିକ ଫଲୋଅର୍ସ ଥିବା ଏହି ଆକାଉଣ୍ଟକୁ ସର୍ଚ୍ଚ କଲେ ‘User not found’ ବା ‘Page not available’ ଦେଖାଉଥିଲା।


    ଭୟଭୀତ ହେଲେ ପ୍ରଶଂସକ: କିଙ୍ଗ କୋହଲି କୌଣସି ସୂଚନା ନଦେଇ ଆକାଉଣ୍ଟ ଡିଲିଟ୍ କରିଦେଲେ କିମ୍ବା ଡିଆକ୍ଟିଭେଟ୍ କରିଦେଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିଛି ଲୋକ ଏହାକୁ ତାଙ୍କର ସନ୍ନ୍ୟାସ ନେବେ ବୋଲି ଯୋଡି ଦେଇଛନ୍ତି , ଯାହାକି ତାଙ୍କ ପ୍ରଶଂସକ ମଧ୍ୟରେ ଭୟଭୀତ ଛାୟା ଖେଳିଯାଇଥିଲା | ଆଶ୍ଚର୍ଯ୍ୟର କଥା ଯେ, ପ୍ରାୟ ଠିକ ସେହି ସମୟରେ ବିରାଟଙ୍କ ବଡ଼ ଭାଇ ବିକାଶ କୋହଲିଙ୍କ ଆକାଉଣ୍ଟ ମଧ୍ୟ ଇନଷ୍ଟାଗ୍ରାମରୁ ଗାଏବ ହୋଇଥିଲା |

    ପ୍ରଶଂସକମାନେ ଚିନ୍ତାରେ ପଡି କୌଣସି ଉପାୟ ନପାଇ ଅନୁଷ୍କା ଶର୍ମାଙ୍କ ଇନଷ୍ଟା ପୋଷ୍ଟରେ ଭାଇଙ୍କ ଆକାଉଣ୍ଟ କୁଆଡ଼େ ଗଲା ? ବୋଲି ପଚାରିବା ଆରମ୍ଭ କରିଥିଲେ | ପ୍ରାୟ କିଛି ଘଣ୍ଟାର ବ୍ୟବଧାନ ପରେ ସକାଳ ପ୍ରାୟ ୮:୩୦ ସମୟରେ ବିରାଟଙ୍କ ଆକାଉଣ୍ଟ ପୁଣିଥରେ ସକ୍ରିୟ ହୋଇଯାଇଥିଲା | ଏପର୍ଯ୍ୟନ୍ତ ବିରାଟ କୋହଲି କିମ୍ବା ମେଟା (Meta) ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟିକରଣ ମିଳି ନାହିଁ | ତେବେ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଅନୁମାନ କରାଯାଉଛି | କୋହଲିଙ୍କ ଆକାଉଣ୍ଟ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପୂର୍ବଭଳି ଆକ୍ଟିଭ୍ ଅଛି | ତେଣୁ ପ୍ରଶଂସକମାନେ ଚିନ୍ତା କରିବାର କୌଣସି କାରଣ ନାହିଁ।

  • ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର

    ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର

    ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର ଆସିଛି | ଆଥ୍‌ଲେଟ୍ ତଥା ଭାରତୀୟ ଅଲିମ୍ପିକ୍ ସଂଘର (IOA) ସଭାନେତ୍ରୀ ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କର ଆକସ୍ମିକ ଦେହାନ୍ତ ହୋଇଛି | ଶୂକରୀବର ଦିନ ସକାଳେ ହଠାତ୍ ହୃଦ୍‌ଘାତ ହୋଇଥିଲା ଯାହା ଫଳରେ ତାଙ୍କୁ ଡାକ୍ତରଖାନା ନିଆଯିବ ବାଟରେ ତାଙ୍କର ଶେଷ ନିଶ୍ୱାସ ପରିତ୍ୟାଗ କରିଥିଲେ | ଭି . ଶ୍ରୀନିବାସଙ୍କ ବୟସ ୬୭ ବର୍ଷ | ଭି. ଶ୍ରୀନିବାସନ କେବଳ ପିଟି ଉଷାଙ୍କ ଜୀବନସାଥୀ ନଥିଲେ, ବରଂ ସେ ଥିଲେ ଭାରତୀୟ କ୍ରୀଡ଼ାର ଜଣେ ନିରବ ସାଧକ |

    ସେ ପେଷାରେଜଣେ CISF ର ଜଣେ ପୂର୍ବତନ ଡିଏସ୍‌ପି (DSP) ଭାବେ ଅବସର ଗ୍ରହଣ କରିଥିଲେ | ସେ ନିଜେ ଜଣେ କୁଶଳୀ କବାଡି ଖେଳାଳି ଥିଲେ | କୋଝିକୋଡ଼ସ୍ଥିତ ଉଷା ସ୍କୁଲ୍ ଅଫ୍ ଆଥଲେଟିକ୍ସ ର ପ୍ରତିଷ୍ଠା ଓ ସଫଳତା ପଛରେ ତାଙ୍କର ବହୁତ ଅବଦାନ ରହିଛି |ଶ୍ରୀନିବାସନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ତାହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ କରିବା ସହ ପିଟି ଉଷାଙ୍କ ପରିବାରକୁ ସମବେଦନ ଜଣେଇଛନ୍ତି |

    ୨୦୨୬ରେ ଭୁବନେଶ୍ୱରରେ ଅନୁଷ୍ଠିତ SJFI ଜାତୀୟ ସମ୍ମିଳନୀରେ ଭି .ଶ୍ରୀନିବାସ ଓଡ଼ିଶା ଆସିଥିଲେ | ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (SJFI) ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ପିଟି ଉଷାଙ୍କ ସଫଳତା ଓ ରାଜନୈତିକ ଜୀବନର ବିକାଶରେ ଶ୍ରୀନିବାସନଙ୍କ ଭୂମିକା ଅତୁଳନୀୟ ଥିଲା |

  • ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ: ସୁପ୍ରିମକୋର୍ଟ ପିଆଇଏଲ୍‌କୁ ତାଲିକାଭୁକ୍ତ କରିବାକୁ ରାଜି

    ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ: ସୁପ୍ରିମକୋର୍ଟ ପିଆଇଏଲ୍‌କୁ ତାଲିକାଭୁକ୍ତ କରିବାକୁ ରାଜି

    ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମକୁ ଚ୍ୟାଲେଞ୍ଜ କରି ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି | ବୁଧବାର ଏହି ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ଶୀର୍ଷ ଅଦାଲତ ସମ୍ମତି ପ୍ରଦାନ କରିଛନ୍ତି |

    ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଆବେଦନକାରୀ ପକ୍ଷରୁ ଦାବି କରାଯାଇଛି ଯେ ୟୁଜିସିର ଏହି ନୂଆ ନିୟମ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଭେଦଭାବ ସୃଷ୍ଟି କରାଯାଉଛି |ଏହାକୁ ନେଇ ଦେଶସାରା ତୀବ୍ର ପ୍ରତିବାଦ କରୁଛି | ଗତ ଜାନୁଆରି ୧୩ ତାରିଖରେ ୟୁଜିସି ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬’ ନୂଆ ନିୟମକୁ ଦର୍ଶାଇଥିଲା | ଏହି ନିୟମ ଅନୁଯାୟୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ସ୍ୱତନ୍ତ୍ର କମିଟି, ହେଲ୍ପଲାଇନ ଓ ନିୟନ୍ତ୍ରଣ କରିବା ପାଇଁ ଟିମ୍ ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏହି କମିଟିଗୁଡ଼ିକରେ ଏସ୍‌ସି, ଏସ୍‌ଟି, ଓବିସି ଓ ପିଡବ୍ଲ୍ୟୁଡି ବର୍ଗର ସଦସ୍ୟଙ୍କ ସହିତ ମହିଳା ସଦସ୍ୟଙ୍କୁ ମଧ୍ୟ ସାମିଲ କରିବାକୁ କୁହାଯାଇଛି | ଏହି ନୂଆ ନିୟମ ୟୁଜିସିର ପୂର୍ବ ନିୟମକୁ ଉପସ୍ଥାପନ କରିବ |