Category: ବିଶେଷ

  • ବଢୁଛି ପ୍ରାକୃତିକ ବିପର୍ଯ୍ୟୟ, ବଦଳୁଛି ଜୀବନ

    ବଢୁଛି ପ୍ରାକୃତିକ ବିପର୍ଯ୍ୟୟ, ବଦଳୁଛି ଜୀବନ

    ବଦଳୁଛି ଜଳବାୟୁ। ଋତୁଚକ୍ରରେ ଘଟୁଛି ବହୁ ପରିବର୍ତ୍ତନ। ଧୀରେ ଧୀରେ ଗ୍ରୀଷ୍ମର ପ୍ରବାହ ବୃଦ୍ଧି ପାଇଛି। ଗ୍ରୀଷ୍ମ ପ୍ରବାହରୁ ଜୀବ ଜଗତ ଉପରେ ପଡୁଛି ନକାରାତ୍ମକ ପ୍ରଭାବ। ଜଳବାୟୁ ପରିବର୍ତ୍ତନରୁ ଘଟୁଥିବା ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

    ଜଳବାୟୁ ପରିବର୍ତ୍ତନ ପରିବେଶ ଓ ଜୀବନଶୈଳୀ ଉପରେ ପକାଉଛି କୁପ୍ରଭାବ । ଅନେକ ଜୀବଙ୍କ ଠାରେ ଦେଖିବାକୁ ମିଳୁଛି ବହୁ ବ୍ୟତିକ୍ରମ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି କି, ପାଣିପାଗରେ ଦେଖାଦେଇଥିବା ପରିବର୍ତ୍ତନ ପାଇଁ ବେଙ୍ଗଙ୍କ ବହୁ ପ୍ରଜାତିର ଆକାର ଛୋଟ ହେବାରେ ଲାଗିଛି। ପ୍ୟୁର୍ଟୋ ରିକୋରେ ଦେଖାଦେଉଥିବା କୋକୁଇ ନାମ ବେଙ୍ଗ ପ୍ରଜାତିର ଆକାର ଛୋଟ ହେବାରେ ଲାଗିଛି। ପୂର୍ବରୁ ଏହି ପ୍ରଜାତିର ବେଙ୍ଗର ଆକାର ବଡ ଥିଲା ଓ ସେସବୁ ସେଠାରେ ଥିବା ପାହାଡ ଉପରେ ବାସ କରୁଥିଲେ। ଏବେ ସେମାନଙ୍କ ଆକାର ଛୋଟ ହୋଇଛି ଓ ସେସବୁ ପାହାଡର ନିମ୍ନ ଭାଗରେ ବାସ କରୁଛନ୍ତି। ଏହି ପରିବର୍ତ୍ତନ ବିଗତ ଦୁଇ ଦଶକରେ ହୋଇଥିବା ଷ୍ଟଡିରୁ ଜଣାପଡିଛି।

    ସେହିପରି ଜଳବାୟୁରେ ବ୍ୟତିକ୍ରମ କାରଣରୁ ବାୟୁମଣ୍ଡଳୀୟ ତରଙ୍ଗ ବଦଳୁଛି। ଏକ ଗବେଷଣା ମୁତାବକ ୧୯୭୯ରୁ ୨୦୨୦ ମଧ୍ୟରେ ବାୟୁମଣ୍ଡଳରେ ଅସ୍ଥିରତା ଲଗାତାର ବଢିଚାଲିଛି। ୧୯୭୯ରେ ଏହା ୧୭.୭ ଘଣ୍ଟା ଥିଲା ବେଳେ ୨୦୨୦ରେ ବୃଦ୍ଧିପାଇ ୨୭.୪ ଘଣ୍ଟା ହୋଇଯାଇଛି। ମଧ୍ୟମ ଧରଣର ଅସ୍ଥିରତା ୩୭ ପ୍ରତିଶତ ବୃଦ୍ଧିପାଇଛି। ଏଥିପାଇଁ ବିମାନ ଯାତ୍ରା କାଳରେ ଝଟକା ବଢିବ ବୋଲି କୁହାଯାଉଛି। ଜଳବାୟୁ ପରିବର୍ତ୍ତନ ମଣିଷର ଆଚାର ବ୍ୟବହାର ଓ ଆଚରଣରେ ମଧ୍ୟ ସୃଷ୍ଟି କରିଛି ବହୁ ଅନିୟମିତତା। ଏହା ମଣିଷର ଅନିଦ୍ରାର କାରଣ ମଧ୍ୟ ହେଉଛି। ୨୦୧୦ ପର୍ଯ୍ୟନ୍ତ ଲୋକଙ୍କ ବାର୍ଷିକ ନିଦ୍ରା ହାର ୪୪ ଘଣ୍ଟା କମିଥିଲା, ଯାହା ୨୧00 ସୁଦ୍ଧା ବଢି ୫୮ ଘଣ୍ଟା ହୋଇଯିବ ବୋଲି ଗବେଷଣା ତଥ୍ୟରୁ ବାହାରିଛି। ଏହି ନିଦ୍ରାହୀନତାର କାରଣ ଅଧିକ ଅଙ୍ଗାରକାମ୍ଲ ଉତ୍ସର୍ଗ। ସେହିପରି ମଣିଷର ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଇବ ଅଧିକ ଗରମ ପାଇଁ। ବୈଜ୍ଞାନିକ ମତରେ ତାପମାତ୍ରା ୨୬.୭ ଡିଗ୍ରୀ ସେଲସିୟସରୁ ଉପରକୁ ରହିଲେ ଏହା ମଣିଷର ପ୍ରଜନନ କ୍ଷମତାକୁ ପ୍ରଭାବିତ କରିବ। ଶିଶୁ ଜନ୍ମର ହାର ୦.4 ପ୍ରତିଶତ କମିବ। ଲୋକଙ୍କଠାରେ ଆଲର୍ଜି ସମସ୍ୟା ବୃଦ୍ଧି ପାଇବ।

    ଏହା ବ୍ୟତୀତ ଗୀଷ୍ମ ପ୍ରବାହ କାରଣରୁ ମଣିଷ ଭିତରେ ହିଂସ୍ରତା ବୃଦ୍ଧି ପାଇବାରୁ ବହୁ ଅପରାଧିକ ଘଟଣା ଘଟୁଛି। କିନ୍ତୁ ନିକଟରେ ହୋଇଥିବା ଷ୍ଟଡି ମୁତାବକ, ଅଧିକ ଗ୍ରୀଷ୍ମ ପ୍ରବାହ ଜୀବ ଜନ୍ତୁଙ୍କୁ ମଧ୍ୟ ଉଗ୍ର କରି ଦେଉଛି। ଗ୍ରୀଷ୍ମ ଋତୁରେ କୁକୁର କାମୁଡା ଘଟଣା ବଢିଛି। ଏକ ରିପୋର୍ଟ ମୁତାବକ ଆମେରିକାର ୮ ସହରରେ କୁକୁର କାମୁଡାର ଘଟଣା ୭୦ ହଜାର ଥିଲା। ଗ୍ରୀଷ୍ମ କାଳରେ କୁକୁର କାମୁଡା ଘଟଣାରେ ୧୧ ପ୍ରତିଶତ ବୃଦ୍ଧି ହୋଇଥିଲା।

    ସେହିପରି ପ୍ରାକୃତିକ ବିପର୍ଯ୍ୟୟ କାରଣ ମଧ୍ୟ ହୋଇଛି ଜଳବାୟୁ ପରିବର୍ତ୍ତନ। ଏଥିପାଇଁ ବର୍ଷା ଋତୁରେ ବଜ୍ରାଘାତ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ବଜ୍ରାଘାତ ପାଇଁ ଜଙ୍ଗଲ ନିଆଁ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧିପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ରୌଦ୍ରତାପ ଆଗ୍ନେୟ ଉଦଗୀରଣର କାରଣ ହେବ ବୋଲି ମଧ୍ୟ ବୈଜ୍ଞାନିକ ଭବିଷ୍ୟବାଣୀ କରିଛନ୍ତି।

  • ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ

    ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ

    ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। ଉକ୍ତ ଗଛଗୁଡ଼ିକୁ ସକାରାତ୍ମକ ଶକ୍ତିର ଉତ୍ସ ବୋଲି କୁହାଯାଏ। ତେବେ ବାସ୍ତୁ ନିୟମ ଅନୁସାରେ, ଘରର ମୁଖ୍ୟ ଦ୍ବାରରେ କେଉଁସବୁ ଗଛ ରଖିପାରିବେ ଆସନ୍ତୁ ଜାଣିବା…

    ତୁଳସୀ- ଧାର୍ମିକ ଓ ବାସ୍ତୁ ନିୟମ ଅନୁସାରେ, ତୁଳସୀ ଗଛ ବହୁତ ଗୁରୁତ୍ବପୂର୍ଣ୍ଣ। ଏହାକୁ ସକାରାତ୍ମକ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ତୁଳସୀ ଗଛ ଦ୍ବାରା ଘରର ଆଖପାଖର ପରିବେଶ ସୁଗନ୍ଧିତ ରହିବା ସହିତ ଏହା ସକାରାତ୍ମକ ଶକ୍ତି ଏବଂ ଧନସମ୍ପଦକୁ ଆକର୍ଷିତ କରିଥାଏ। ତେଣୁ ତୁଳସୀ ଗଛ ଘର ପାଇଁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ।

    ମଲ୍ଲୀ-ଘରର ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ମଲ୍ଲୀ ବେଶ୍‌ ଲାଭଦାୟକ। ଏହାର ସୁଗନ୍ଧ ଶରୀର ଏବଂ ମନକୁ ସତେଜ ରଖÒଥାଏ। କୁହାଯାଏ ଯେ, ଯଦି ମୁଖ୍ୟ ଦ୍ୱାରରେ ମଲ୍ଲୀ ଗଛ ଅଛି, ତେବେ ଏହା କେବଳ ଘରକୁ ସୁଗନ୍ଧରେ ପରିପୂର୍ଣ୍ଣ କରିବ ନାହିଁ, ବରଂ ଧନ ମଧ୍ୟ ବୃଦ୍ଧି କରିଥାଏ।

    ମନିପ୍ଲାଣ୍ଟ-ମନିପ୍ଲାଣ୍ଟକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ବାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ମନିପ୍ଲାଣ୍ଟକୁ ଘର ଭିତରେ କିମ୍ବା ଘର ବାହାରେ ମଧ୍ୟ ଲଗାଯାଇପାରିବ। ଏହାଦ୍ବାରା ପରିବାରରେ ଖୁସିର ମାହୋଲ୍‌ ରହିଥାଏ। ମନିପ୍ଲାଣ୍ଟ ଦ୍ବାରା ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ।

    ତାଳ ଗଛ-ତାଳ ଗଛକୁ ବାୟୁ ବିଶୋଧକ ଭାବେ ବିବେଚନା କରାଯାଏ। ତେଣୁ ଏହାକୁ ଘରର ମୁଖ୍ୟ ଦ୍ବାର ପାଖରେ ଲଗାଇ ପାରିବେ। ଘରର ମୁଖ୍ୟ ଦ୍ବାରରେ ତାଳ ଗଛ ଲଗାଇବା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

    ଫର୍ଣ୍ଣ ଗଛ-ଫର୍ଣ୍ଣ ଗଛ ଦେଖୀବା ପାଇଁ ଯେତିକି ସୁନ୍ଦର, ଘର ପାଇଁ ସେତିକି ଭାଗ୍ୟଶାଳୀ ମଧ୍ୟ ହୋଇଥାଏ। ବୋଷ୍ଟର୍ଣ୍ଣ ଫର୍ଣ୍ଣ ଗଛକୁ ଘରର ମୁଖ୍ୟ ଦ୍ବାରରେ ସଜାଇ ରଖୀପାରିବେ। ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ସହିତ ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ।

    କମଳା ଗଛ-ଫେଙ୍ଗ୍‌ସୁଇ ଅନୁସାରେ, ଲେମ୍ବୁ ବା କମଳା ଗଛ ମଧ୍ୟ ଘର ପାଇଁ ବହୁତ ଶୁଭ ବୋଲି କୁହାଯାଏ। ଏହାଦ୍ବାରା ସୌଭାଗ୍ୟ ବୃଦ୍ଧି ହୁଏ। ଏହାକୁ ଘରର ମୁଖ୍ୟ କବାଟର ଠିକ୍‌ ସାମନାରେ ରଖୀବା ପରିବର୍ତ୍ତେ ମୁଖ୍ୟ ଦ୍ବାରର ଡାହାଣ ପାର୍ଶ୍ବରେ ରଖନ୍ତୁ।

  • ଏଣିକି ୬୦୦୦ ଟଙ୍କାରେ ଗର୍ଲଫ୍ରେଣ୍ଡ,ବ୍ରେକଅପକୁ ନାହିଁ ଆଉ ଡର

    ଏଣିକି ୬୦୦୦ ଟଙ୍କାରେ ଗର୍ଲଫ୍ରେଣ୍ଡ,ବ୍ରେକଅପକୁ ନାହିଁ ଆଉ ଡର

    ବର୍ତମାନର ଦୁନିଆର ମଣିଷମାନେ ନିଜର ଭବିଷ୍ୟତ ଅପେକ୍ଷା ରିଲେସନସିପକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ବିଶେଷକରି ସ୍ୱାମୀ-ସ୍ତ୍ରୀ ଏବଂ ପ୍ରେମିକା-ପ୍ରେମିକ ପରି ଘନିଷ୍ଠ ସମ୍ପର୍କରେ ଯେତିକି ପ୍ରେମ ରହିଛି, ସେତିକି ଝଗଡ଼ା-ଲଢ଼େଇ ମଧ୍ୟ ରହିଛି ।ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଯାହା ବି ହୋଇପାରେ, ଏହାକୁ ବଜାୟ ରଖିବା ପାଇଁ ଅନେକ ପ୍ରୟାସ କରିବାକୁ ପଡେ। ଏହି କାରଣରୁ ଲୋକମାନେ ବେଳେବେଳେ ବିରକ୍ତ ହୁଅନ୍ତି । ଭାବନ୍ତୁୁ ଯଦି ଏପରି ସାଥୀ ମିଳିଯାଏ, ଯିଏ ଆପଣଙ୍କୁ ପରାମର୍ଶ ଦେଉଥିବେ କିନ୍ତୁ ଯୁକ୍ତି କରୁନଥିବେ, ତେବେ କେତେ ଭଲ ହେବ ।

    ଅନେକ ଥର ଲୋକମାନେ ସଂପର୍କରେ ଦୈନନ୍ଦିନ ଝଗଡାରେ ଥକି ଯାଆନ୍ତି ଏବଂ ଭାବନ୍ତି ଯେ ସେମାନଙ୍କୁ ନିଜ ପସନ୍ଦ ଅନୁଯାୟୀ ସାଥୀ ମିଳିଯାଉ । ବର୍ତ୍ତମାନ ମଣିଷକୁ ଡିଜାଇନ୍ ତ’ କରାଯାଇପାରିବ ନାହିଁ କିନ୍ତୁ ସେମାନଙ୍କର ଭର୍ଚୁଆଲ୍ ଭର୍ଜନ ନିଶ୍ଚିତ ଭାବରେ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇପାରିବ । ଏହି କାରଣ ହେଉଛି ଆଜିକାଲି ଲୋକମାନେ ଗର୍ଲଫ୍ରେଣ୍ଡ ଭାବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଆଡକୁ ଯାଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଣିଷ ବଦଳରେ ସେମାନେ କୃତ୍ରିମ ଇଣ୍ଟେଲିଜେନ୍ସରେ ନିର୍ମିତ ପାର୍ଟନର ଏବଂ ବନ୍ଧୁମାନଙ୍କୁ ପସନ୍ଦ କରନ୍ତି ।

    ବର୍ତ୍ତମାନ ବଜାରରେ ଏମିତି ଅନେକ ଆପ ଅଛି, ଯାହା ମାସକୁ ୬୦୦୦ ହଜାର ଟଙ୍କାରେ ଭର୍ଚୁଆଲ୍ ଗର୍ଲଫ୍ରେଣ୍ଡ ଯୋଗାଇଦେଉଛି । ଋଷିଆର ବ୍ୟବସାୟୀ ଇଉଜେନିଆ କୁଇଡା ୨୦୧୭ରେ ରେପ୍ଲିକା ନାମକ ଆପ୍ ଲଞ୍ଚ କରି କହିଛନ୍ତି ଯେ, ଯେଉଁମାନେ ବିନା ଡ୍ରାମା, ଜଜମେଣ୍ଟ ଓ ଚିଡାଉ ନଥିବା ପାର୍ଟନର ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହି ଆପ ବନ୍ଧୁ ଏବଂ ଗର୍ଲଫ୍ରେଣ୍ଡ ଯୋଗେଇଦେବ। ଏହା ବ୍ୟତୀତ ଅନ୍ୟାନ୍ୟ ଆପ୍ ମଧ୍ୟ ଅଛି, ଯାହା ଗ୍ରାହକଙ୍କୁ ନିଜ ଅନୁଯାୟୀ ଏଆଇ ଗର୍ଲଫ୍ରେଣ୍ଡ ଡିଜାଇନ୍ କରିବାର ସୁଯୋଗ ଦେଉଛି । ବାସ୍ତବରେ ଏଗୁଡ଼ିକ ହେଉଛି ଚାଟ୍ ବଟ୍, ଯାହା ଆପଣଙ୍କ ମନୋବଳ ଏବଂ ଆବଶ୍ୟକତା ଅନୁଯାୟୀ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇଥାଏ ଏବଂ ପରାମର୍ଶ ମଧ୍ୟ ଦେଇପାରେ ।

  • ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି।

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତଲାପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟଗ୍ରହଣ କରିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

    ୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

    ସୂଚନାନୁଯାୟୀ , ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୨୦୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧରଙ୍କ ଅବସର ଯୋଗୁଁ ମୁଖ୍ୟ ବିଚାରପତି ପଦ ଖାଲି ହେଉଥିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।

  • ମହାକାଶଚାରୀଙ୍କ ମହାକାଶରେ ମୃତ୍ୟୁ ପରେ ସେଠାରେ ଛାଡିଦିଆଯାଏ ମୃତଦେହ!

    ମହାକାଶଚାରୀଙ୍କ ମହାକାଶରେ ମୃତ୍ୟୁ ପରେ ସେଠାରେ ଛାଡିଦିଆଯାଏ ମୃତଦେହ!

    ପୃଥିବୀ ପୃଷ୍ଠରେ ମୃତ୍ୟୁ ହେଲେ ହୋଇଥାଏ ଅନ୍ତିମ ସଂସ୍କାର। ସ୍ଥାନ ଓ ଧର୍ମ ବିଶେଷରେ ଏହା ଥାଏ ଭିନ୍ନ। କାହାର ଶବ ଦାହ ହୋଇଥାଏ ତ ପୁଣି କାହାର ପୋତା ଯାଇଥାଏ। ହେଲେ ଭାବିଲେ ଦେଖି, ମହାକାଶକୁ ଯାଉଥିବା ମହାକାଶଚାରୀଙ୍କ ଯଦି ମୃତ୍ୟୁ ହୁଏ, ତେବେ କିପରି କରାଯାଏ ଅନ୍ତିମ ସଂସ୍କାର? ନା ସେହି ମୃତଦେହକୁ ସେଠାରେ ହିଁ ଛାଡିଆସନ୍ତି ଅନ୍ୟ ସଦସ୍ୟ? ମହାକାଶ ମୃତ୍ୟୁକୁ ନେଇ ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

    ମହାକାଶକୁ ମଣିଷକୁ ପଠାଇବା ଏକ ଅସାଧାରଣ, କଠିନ ଓ ବିପଦଜ୍ଜନକ କାର୍ଯ୍ୟ। ୬୦ ବର୍ଷ ପୂର୍ବେ ଅନ୍ତରୀକ୍ଷକୁ ନେଇ ମଣିଷର ଅନ୍ୱେଷଣ ଆରମ୍ଭ ହୋଇଥିଲା। ଏହାରି ଭିତରେ ଅନେକ ମହାକାଶଚାରୀ ଯାଇଛନ୍ତି ଅନ୍ତରୀକ୍ଷକୁ ଓ କିଛି ମଧ୍ୟ ମହାକାଶରେ ମୃତ୍ୟୁବରଣ କରିଛନ୍ତି। ୧୯୮୬ରୁ ୨୦୧୩ ଭିତରେ ଅନ୍ତରୀକ୍ଷରେ ହେଲାଣି ୨୦ ମହାକାଶଚାରୀଙ୍କ ମୃତ୍ୟୁ। । ୧୯୭୧ରେ ନାସାର ସୋୟୁଜ ୧୧ ମିଶନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୬୭ର ଆପୋଲୋ ୱାନ ଲଞ୍ଚ ପ୍ୟାଡ ନିଆଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହାକାଶ ସଟଲ ବିପର୍ଯ୍ୟୟରେ ନାସାର ୧୪ ବୈଜ୍ଞାନିକଙ୍କର ହୋଇଥିଲା ମୃତ୍ୟୁ।


    ତେବେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ ଯଦି ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେଶନରରେ ବା ଲୋ ଆର୍ଥ ଅର୍ବିଟ ମିଶନରେ ହୁଏ କିଛି ଘଣ୍ଟା ଭିତରେ ଏକ କ୍ୟାପ୍ସୁଲ ଭିତରେ ମୃତଦେହ ଭରି ତାହାକୁ ପୃଥିବୀ ପୃଷ୍ଠକୁ ଅଣାଯାଇଥାଏ। ଯଦି ମୃତ୍ୟୁ ଚନ୍ଦ୍ର ପୃଷ୍ଠରେ ହୁଏ, ତେବେ ମହାକାଶଚାରୀ ଦଳ କିଛି ଦିନ ଭିତରେ ଶବକୁ ନେଇ ପୃଥିବୀ ପୃଷ୍ଠକୁ ଫେରି ଆସନ୍ତି। ଏପରି ଅତର୍କିତ ଓ ଅଚାନକ ଦେଖାଦେଉଥିବା ସ୍ଥିତିର ସାମ୍ନା କରିବାକୁ ପୂର୍ବରୁ ହିଁ ନାସା ପ୍ରସ୍ତୁତ କରିଛି ପ୍ରୋଟୋକଲ ।


    ଏଯାବତ୍ ମଙ୍ଗଳକୁ କୌଣସି ମାନବ ଯାତ୍ରା କରିନାହାନ୍ତି। ଆଗାମୀ ୨୦୨୫ରେ ନାସା ମଙ୍ଗଳକୁ ମାନବ ପଠାଇବାର ଯୋଜନା ରଖିଛି। ତେଣୁ ଏଥିପାଇଁ ପ୍ରସ୍ତୁତ ହୋଇଛି ପ୍ରୋଟୋକଲ। ମଙ୍ଗଳ ପୃଷ୍ଠରେ ମହାକାଶରେ ମରଶରୀରର ଦାହ, ସଂସ୍କାର ସମ୍ଭବ ନୁହେଁ। ଏଥିପାଇଁ ଆବଶ୍ୟକ ବହୁ ଅଧିକ ଶକ୍ତି, ଯାହା ଦଳର ଅନ୍ୟ ସଦସ୍ୟଙ୍କୁ ଜୀବିତ ରଖିବାକୁ ଅତ୍ୟନ୍ତ ଜରୁରୀ। ପୋତିବା ମଧ୍ୟ ସେଠାରେ ଅସମ୍ଭବ। କାରଣ ଏପରି କରିବା ଦ୍ୱାରା ଶରରୀରୁ ଉତ୍ପନ୍ନ ଜୀବାଣୁ ମଙ୍ଗଳ ପୃଷ୍ଠକୁ ନଷ୍ଟ କରିଦେଇପାରନ୍ତି।

    ତେଣୁ ମଙ୍ଗଳ ଅଭିମୁଖେ ଯାତ୍ରା କାଳରେ ବା ସେଠାରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁହେଲେ ଅନ୍ୟ ମହାକାଶଚାରୀଙ୍କ ପାଇଁ ସମ୍ଭବ ହେବନାହିଁ ୩୦ କୋଟି ପଥ ଫେରିବା । ତେଣୁ ସେହି ଶବକୁ ଏକ ସ୍ୱତନ୍ତ୍ର ବ୍ୟାଗରେ ଭରି ମିଶନ ଶେଷ ହେବା ପର୍ଯ୍ୟନ୍ତ ଅନ୍ୟ ସଦସ୍ୟ ସଂରକ୍ଷିତ କରି ରଖିବେ ଓ ଯେତେବେଳେ ପୃଥିବୀ ପୃଷ୍ଠକୁ ଫେରିବେ, ସେହି ସମୟରେ ସେହି ମୃତଦେହର ବ୍ୟାଗ ସାଙ୍ଗରେ ନେଇ ଫେରିବେ। ଅନ୍ତରୀକ୍ଷ ଯାନ ଭିତରର ସ୍ଥିର ତାପମାତ୍ରା ଓ ଆର୍ଦ୍ରାତା ଶବକୁ ସଂରକ୍ଷିତ କରି ରଖିବାରେ ହେବ ସହାୟକ ।

  • ବିଦ୍ୟୁତ ନାହିଁ: ସାପ, ହାତୀ ଭୟରେ ଆତଙ୍କିତ କୁରୁମୁଙ୍ଗିଆ ବାସୀ

    ବିଦ୍ୟୁତ ନାହିଁ: ସାପ, ହାତୀ ଭୟରେ ଆତଙ୍କିତ କୁରୁମୁଙ୍ଗିଆ ବାସୀ

    ଦୁଇ ଦିନ ହେଲା ଲାଇନ ଯାଇଛି ଯେ ଆସିବାର ନା ନାହିଁ। ଲୋକେ ଅନଲାଇନ, ଅଫଲାଇନ ଅଭିଯୋଗ କରି ଥକିଲେଣି ହେଲେ ମିଳୁନି ସୁଫଳ। ସେପଟେ ଜନ୍ତୁ ଜୁନ୍ତା ଭୟ। ତେଣୁ ବାଧ୍ୟ ହୋଇ ବିଦ୍ୟୁତ ସବଡିଭିଜନ ଅଫିସ ଘେରିଛନ୍ତି ଅନ୍ଧାରରେ ରହୁଥିବା ଲୋକେ। କଳିଙ୍ଗ। ପଞ୍ଚାୟତର କୁରୁମୁଙ୍ଗିଆ ଗ୍ରାମରେ ଦୁଇ ଦିନ ଧରି ନାହିଁ ବିଦ୍ୟୁତ। ଅନ୍ଧାରରେ ସାପ, ବିଛା ଓ ହାତୀ ଭୟରେ ଥରହର ଦୁଇ ଶହ ରୁ ଉର୍ଦ୍ଧ୍ବ ପରିବାରର ଲୋକେ । ଏବେ ବର୍ଷା ଦିନ ହୋଇଥିବାରୁ ଜନ୍ତୁ ଜୁନ୍ତା ଘରକୁ ପଶିଯାଉଛନ୍ତି। ଅନ୍ଧାରରେ କିଏ ସାପ କାମୁଡାର ଶିକାର ହେବ ସେହି ଭୟରେ ଲୋକଙ୍କ ଆଖୁରି ହଜିଗଲାଣି ନିଦ। ସେପଟେ ବିଦ୍ୟୁତ ନ ଥିବାରୁ ଆସୁନି ପାଣି। ବିଦ୍ୟୁତ କାଟକୁ ନେଇ ସ୍ଥାନୀୟ ଲୋକେ ଅନଲାଇନ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଲାନି। ତେଣୁ ଅଫିସ ଆସି ଲୋକେ କଲେ ଅଭିଯୋଗ। ଏକାଧିକ ଥର ଅଫିସ ଦୌଡିବା ପରେ ମଧ୍ୟ ବିଦ୍ୟୁତ ନ ଆସିବାରୁ ବାଧ୍ୟ ହୋଇ ରାତି ଅନ୍ଧାରରେ ସ୍ଥାନୀୟ ୱାର୍ଡମେମ୍ବରଙ୍କ ସହ ବହୁ ଲୋକ ଟାଟା ପାୱାର ଅଫିସରେ ପହଞ୍ଚି ପାଟି ତୁଣ୍ଡ କରିବା ସହ ଏସଡିପିଓଙ୍କୁ ଡକାଇବାକୁ ଅଡିବସିଥିଲେ।

    ସେପଟେ ଟାଟା ପାୱାର ହାତକୁ ବିଦ୍ୟୁତ ବିଭାଗ ଯିବା ପରଠାରୁ କେତେବେଳେ ମାତ୍ରାଧିକ ବିଲ ଆସୁଥିବା ଅଭିଯୋଗ ହେଉଛି ତ ପୁଣି କେତେବେଳେ ଏହି ବିଲ ପଇଠ ନ କଲେ ବିନା ନୋଟିସରେ ବିଦ୍ୟୁତ କାଟ କରାଯାଉଥିବା ହେଉଛି ଅଭିଯୋଗ। ସେପଟେ, ବିନା ଘୋଷଣାରେ ଦୁଇ ଦିନ ଧରି ବିଦ୍ୟୁତକାଟ ଲୋକଙ୍କୁ ବିଭିନ୍ନ ସମସ୍ୟାରେ ପକାଇଛି। ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷର ଦାନା ବାନ୍ଧୁଛି।

  • ଗୋଟିଏ ପ୍ରକାର ମୁହଁ ବଦଳାଇ ଲୁକ ବଦଳାଉଛନ୍ତି ଯୁବକ

    ଗୋଟିଏ ପ୍ରକାର ମୁହଁ ବଦଳାଇ ଲୁକ ବଦଳାଉଛନ୍ତି ଯୁବକ

    ନିଜ ଚେହେରାକୁ ନେଇ ଆମେ ସମସ୍ତେ ଟିକେ ବେଶି ସଚେତନ। ନିଜକୁ ସୁନ୍ଦର ରଖିବାକୁ କିଏ କେତେ କଣ କରନ୍ତି। ହେଲେ ଆମେ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ କହିବାକୁ ଯାଉଛୁ ସେ ଅନ୍ୟମାନଙ୍କଠାରୁ ନିଆରା। ନିଜ ମୁହଁକୁ ଆକର୍ଷଣୀୟ ଓ ଭିନ୍ନ କରିବାକୁ ଗତ ୭ ବର୍ଷରେ କରାଇସାରିଲେଣି ୧୫ଟି ବ୍ୟୁଟି ଟ୍ରିଟମେଣ୍ଟ । ଏଥିପାଇଁ ତାଙ୍କର ଖର୍ଚ୍ଚ ହୋଇଛି ୫୦ହଜାର ପାଉଣ୍ଡ ବା ୫୨.୮୩ ଲକ୍ଷ ଟଙ୍କା। ଏହାକୁ ନେଇ ସେ କୁହନ୍ତି ନିଜର ଗୋଟିଏ ପ୍ରକାରର ଚେହେରା ଦେଖି ଦେଖି ସେ ବିରକ୍ତ ହୋଇଯାଆନ୍ତି। ତେଣୁ ନିଜ ଚେହେରା ଉପରେ କରିଥାନ୍ତି ପରୀକ୍ଷା ନିରୀକ୍ଷା। କେତେବେଳେ ମୁହଁର ମୋଟାପଣ କମାଇବାକୁ ସର୍ଜରୀ କରନ୍ତି ତ ପୁଣି କେତେବେଳେ ନାକ ପତଳା କରିବାକୁ ଆଉ କେତେବେଳେ ଓଠକୁ ମୋଟା କରିବା ପାଇ କରିଥାନ୍ତି ସର୍ଜରୀ।


    ଇଂଲଣ୍ଡର ମାଞ୍ଚେଷ୍ଟରରେ ରହୁଥିବା ଲେବି ଜେଡ ମର୍ଫି ନାମକ ୨୬ ବର୍ଷୀୟ ଯୁବକଙ୍କର ରହିଛି ଏମିତି ନିଆରା ନିଶା । ୧୯ ବର୍ଷ ବୟସରୁ ନିଜ ଚେହେରାକୁ ନେଇ ଚଳାଇଛନ୍ତି ଏକ୍ସପେରିମେଣ୍ଟ। ନିକଟରେ ଏକ ସର୍ଜରୀ କରିବା ପରେ ସୋସିଆଲ ମିଡିଆରେ ନିଜ ଭିଡିଓ ସେୟାର କରିଛନ୍ତି। ଏଥିରେ ତାଙ୍କ ମୁହଁ ଅତି ଭୟଙ୍କର ଦିଶୁଛି।

    ସର୍ଜରୀ ପାଇଁ ମୁହଁ ଫୁଲିଯାଇଛି। ସ୍ଥିତି ଏମିତି ହୋଇଛି କି ସେ ନିଜ ଆଖି ଖୋଲିପାରୁ ନାହାନ୍ତି। କିନ୍ତୁ ସର୍ଜରୀକୁ ନେଇ ଲେବିଙ୍କ ମତ ଭିନ୍ନ। ସେ କୁହନ୍ତି, ତାଙ୍କୁ ସର୍ଜରୀ କରିବାରେ ଆସିଥାଏ ମଜା। ଗୋଟିଏ ପ୍ରକାରର ଚେହେରା ଦେଖି ଦେଖି ସେ ବୋର ହୋଇଯାଆନ୍ତି। ତେଣୁ ସମୟ ସମୟରେ ଏଥିରେ ସର୍ଜରୀ କରି କିଛି ଭିନ୍ନ ଦେଖାଯିବାକୁ ଚେଷ୍ଟାକରିଥାନ୍ତି। ତେବେ ତାଙ୍କ ପାଇଁ ନିକଟରେ କରାଯାଇଥିବା ସର୍ଜରୀ ଥିଲା ଅତି କଷ୍ଟଦାୟକ । ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ଫେସଲିପ୍ଟ ବେଳେ । ସେ ଆହୁରି କହିଛନ୍ତି କି, ବେକ କାଟି ରକ୍ତ ବାହାର କରିବାକୁ ହୋଇଥିଲା ଏହି ପ୍ରଣାଳୀରେ। ଲାଗୁଥିଲା ହୁଏତ ମୋର ଚେହେରା ବିଗିଡି ଯିବ। ହେଲେ ଏବେ ଠିକ ଅଛି। ଆଗକୁ ମଧ୍ୟ ଆହୁରି ସର୍ଜରୀ କରିବେ ବୋଲି କହିଛନ୍ତି ଲେବି।

  • ତମ୍ବା ପାତ୍ରର ଉପକାରିତା

    ତମ୍ବା ପାତ୍ରର ଉପକାରିତା

    ଆପଣ ତମ୍ବା ପାତ୍ରରେ ପିଉଛନ୍ତି କି ପାଣି…?

    ଆପଣ ବୟସ୍କ ଲୋକଙ୍କ ପାଖରେ ଦେଖିଥିବେ ସେମାନେ ପ୍ରତିଦିନ ସକାଳୁ ଉଠି ପ୍ରଥମେ ତମ୍ବା ଗ୍ଲାସରେ ରଖାଯାଇଥିବା ପାଣିକୁ ପିଅନ୍ତି। ମାତ୍ର ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇଲେ କି ପ୍ରକାର ସୁଫଳ ମିଳିଥାଏ। ତମ୍ବା ପାତ୍ରରେ ଖୁବ ସାରା ଉପକାରୀ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ।ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ଏହାକୁ ରଖି ଦିଅନ୍ତୁ। ସକାଳୁ ବିଛଣାରୁ ଉଠି ପ୍ରଥମେ ସେହି ପାଣି ପିଅନ୍ତୁ। ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ପାଚନ କ୍ରିୟା ସଠିକ୍‌ ଭାବରେ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ। ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟେରୋଲର ମାତ୍ରା ମଧ୍ୟ କମ୍‌ କରେ। କେବଳ ସେତିକି ନୁହେଁ, ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ହୃଦଘାତ ଜନିତ ଆଶଙ୍କା କମ୍‌ ଥାଏ। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

    ଏହା ସହିତ ମୋଟାପଣ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ଦ୍ୱାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ୱ ରହିଛି। ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା କର୍କଟ ରୋଗକୁ ଆରମ୍ଭରୁ ରୋକା ଯାଇପାରିବ। ନିୟମତି ତମ୍ବା ପାତ୍ର ପାଣି ପିଇବା ଦ୍ୱାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ।

  • କଣ କଲେ ଶରୀରରେ ଉତ୍ପନ୍ନ ହେବ ଶରୀରରେ ହାପି ହରମୋନ୍‌ …

    କଣ କଲେ ଶରୀରରେ ଉତ୍ପନ୍ନ ହେବ ଶରୀରରେ ହାପି ହରମୋନ୍‌ …

    ଶରୀରରେ ହରମୋନ୍‌ର ବହୁତ ବଡ ଭୂମିକା ରହିଛି। ବେଳେବେଳେ ବୟସ ବଢିବା ହରମୋନ୍ ପରିବର୍ତ୍ତନ ହେବାର କାରଣ ହୋଇଥାଏ। ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି।ସେହିଭଳି ଘରେ ଯଦି ସବୁବେଳେ ଉତ୍ତେଜନା ଲାଗି ରହେ, ତେବେ ଆପଣଙ୍କୁ ମଧ୍ୟ ଟେନସନରେ ରହିବାକୁ ପଡିବ। ଏହି ସବୁ କ୍ଷେତ୍ରରେ ହରମୋନର ବହୁତ କିଛି ପ୍ରଭାବ ପଡିଥାଏ।

    ଆମ ଶରୀରରେ କିଛି ହରମୋନ୍ ମଧ୍ୟ ଥାଏ ଯାହା ଆମ ରକ୍ତ ପ୍ରବାହ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ ଏବଂ ମସ୍ତିଷ୍କକୁ ଆରାମ ଦିଏ। ଏହା ଦ୍ୱାରା ଜଣେ ବ୍ୟକ୍ତି ଖୁସି ଅନୁଭବ କରେ। ଏହାକୁ ହାପି ହର୍‌ମୋନ୍ କୁହାଯାଏ। ସେହିପରି କିଛି ହରମୋନ୍ ହେଲା ସେରୋଟୋନିନ୍, ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଖାଇବା ଦ୍ୱାରା ଶରୀରରେ ଏହି ସବୁ ହାପି ହରମୋନ୍‌ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।

    ଡାର୍କ ଚକୋଲେଟ୍:
    ଏକ ଖବର ଅନୁଯାୟୀ, ଡାର୍କ ଚକୋଲେଟ୍ ହାପି ହରମୋନର ଏକ ଉତ୍ତମ ଉତ୍ସ। ଏହାକୁ ଖାଇଲେ ମୁଡ ଠିକ ରହିଥାଏ। ଏଥିରେ ମିନେରାଲ୍ସ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ଥାଏ। ଏହାକୁ ଖାଇବା ଦ୍ୱାରା ଚାପ କମିଯାଏ। ଏଞ୍ଜାଇଟି କ୍ଷେତ୍ରରେ ଏହା ବହୁତ ଭଲ କାମକରେ।

    ଜାମୁ କୋଳି:
    ଜାମୁ କୋଳି କେବଳ ସ୍ୱାଦିଷ୍ଟ ନୁହେଁ, ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଅନେକ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ କ୍ଷତିକାରକ ଜୀବାଣୁରୁ ରକ୍ଷା କରିଥାଏ। ଏହା ଚାପକୁ ହ୍ରାସ କରିଥାଏ ଏବଂ ମନକୁ ଶାନ୍ତ ଏବଂ ଖୁସି କରିଥାଏ।

    ଏଭୋକାଡୋ:
    ଏଭୋକାଡୋ ଏକ ଅତ୍ୟନ୍ତ ସୁସ୍ଥ ଫଳ। ଏହା ଭିଟାମିନ୍ B6 ର ଏକ ଉତ୍କୃଷ୍ଟ ଉତ୍ସ। ଏହାର ସେବନ ମୁଡ୍‌କୁ ଫ୍ରେସ୍ କରେ। ଏହା ଶରୀରରେ ଥିବା ହାପି ହରମୋନ୍‌କୁ ସକ୍ରିୟ କରିଥାଏ। ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ଆଣିଥାଏ।

    ସବୁଜ ପତ୍ରଯୁକ୍ତ ପନିପରିବା:
    ସବୁଜ ପତ୍ରଯୁକ୍ତ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏସବୁ ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀରରେ ହାପି ହରମୋନ୍‌କୁ ସକ୍ରିୟ କରିଥାଏ। ପାଳଙ୍ଗ ପରି ପନିପରିବାରେ ପ୍ରଚୁର ପରିମାଣର ମାଗ୍ନେସିୟମ୍ ମିଳିଥାଏ। ଏହା ଚାପ ହ୍ରାସ କରି ହପି ହରମୋନ୍‌କୁ ସକ୍ରିୟ କରିଥାଏ।

    ବାଦାମ ଜାତୀୟ ଖାଦ୍ୟ:
    ବାଦାମ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଗୁଡ଼ିକରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥାଏ। ଏ ସବୁ ଖାଇବା ଦ୍ୱାରା ଶରୀର ସୁସ୍ଥ ହୋଇଯାଏ। କାଜୁ, ବାଦାମ, ପିସ୍ତା, ଅଖରୋଟ୍ ପରି ଡ୍ରାଇ ଫ୍ରୁଟ୍ସ ଖାଇବା ଦ୍ୱାରା ହାପି ହରମୋନ୍ ସକ୍ରିୟ ହୋଇଥାଏ। ଏହା ଚାପକୁ ହ୍ରାସ କରି ମନକୁ ଶାନ୍ତ ରଖେ।

  • ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

    ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

    କେରଳ, ଏହାର ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ବେଶ୍ ଜଣାଶୁଣା । ଭଗବାନଙ୍କ ନିଜ ପ୍ରଦେଶ ଭାବେ ବିଖ୍ଯାତ ଏହି ରାଜ୍ୟ ଏବେ ଆଉ ଏକ ଆଶ୍ଚର୍ଯ୍ୟ ପାଇଁ ସାରା ପୃଚିବୀରେ ର୍ଚ୍ଚାରେ । ଏହି ଆଶ୍ଚର୍ଯ୍ୟକର ଘଟଣା ପାଇଁ ପୃଥିବୀର ବିଭିନ୍ନ ଦେଶର ଗବେଷକ ଏବେ ଏଠାରେ ପହଞ୍ଚି ଗବେଷଣା କରିବାରେ ଲାଗିଛନ୍ତି । କିନ୍ତୁ ଏହାର ଉତ୍ତର ଏ ଯାଏଁ ପାଇବାରେ ବିଫଳ । ଏହି ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ‘ଯାଆଁଳା ଶିଶୁଙ୍କ ଗ୍ରାମ’ । ମାନେ ଗୋଟିଏ କିନ୍ତୁ ଏହି ଗାଁରେ ଅଛନ୍ତି 551 ଯୋଡା ଯାଆଁଳା ଶିଶୁ । କାନକୁ ବିଶ୍ବାସ ହେଉନି ନା ? ଏବେ ଆଖିରେ ଦେଖନ୍ତୁ । ……… ଏମିତି 551ରୁ ଅଧିକ ଯୋଡା ବା ଯାଆଁଳା ଶିଶୁ ଏହି ଗ୍ରାମରେ ଅଛନ୍ତି । ଯାହା ସାରା ବିଶ୍ବରେ ଏକ ନମ୍ବର ।


    ପ୍ରତ୍ୟକ ଗାଁକୁ ଆପଣ ଗଲେ, ଏହାର ମୁଖଶାଳାରେ ଲେଖାଥାଏ ଆମ ଗାଁକୁ ଆପଣଙ୍କୁ ସ୍ବାଗତ । କିନ୍ତୁ କେରଳର କୋଡିନି ଗାଁ ପ୍ରବେଶ ବାଟରେ ଲେଖା ଅଛି “ଯାଆଁଳା ଶିଶୁଙ୍କ ଗ୍ରାମକୁ ଆପଣଙ୍କୁ ସ୍ବାଗତ” । କୋଚିରୁ ପ୍ରାୟ 150 କିଲୋମିଟର ଦୁର, ଏହି ଗାଁରେ 2 ହଜାର ପରିବାର ବାସ କରନ୍ତି । ଜୀବନଶୈଳୀ ଅନ୍ୟମାନଙ୍କ ପରି ସାଧାରଣ । 2023 ଜାନୁଆରୀ ସୁଦ୍ଧା କେବଳ ଏହି ଗାଁରେ 551ଟି ଯମଜ ବା ଯାଆଁଳା ଶିଶୁ ଅଛନ୍ତି। ଯାହାକି ଏକ ବଡ ଆଶ୍ଚର୍ଯ୍ୟ । ଏମିତି ତ ପ୍ରତି ସହରରେ ଯାଆଁଳା ଶିଶୁ ଦେଖା ଯାଆନ୍ତି । ମେଡିକାଲ ସାଇନ୍ସର ଗବେଷଣା ଅନୁସାରେ ଭାରତରେ ପ୍ରତି 1ହଜାର ଶିଶୁଙ୍କ ମଧ୍ୟରେ 9ଟି ଯମଜ ସନ୍ତାନ ଦେଖାଯାଆନ୍ତି, କିନ୍ତୁ କୋଡିନି ଗାଁ ଏକ ବ୍ୟତିକ୍ରମ । ଯେଉଁଠି ଏହି ହାର, ପ୍ରତି ଏକ ହଜାର ଜନ୍ମରେ 45 ରହିଛି। ଏହା ବିଶ୍ୱର ଅନ୍ୟତମ ସର୍ବୋଚ୍ଚ। ଏପରିକି ଗୋଟିଏ ବାପାମାଙ୍କଠାରୁ ଦ୍ବିତୀୟ ବା ତୃତୀୟ ଥର ସନ୍ତାନ ଜନ୍ମରେ ବି ଯାଆଁଳା ଶିଶୁ ହୋଇଛନ୍ତି ।

    କିନ୍ତୁ ଏହାର ବୈଜ୍ଞାନିକ ବ୍ୟାଖ୍ୟା ରହିଛି କି? 2016 ଅକ୍ଟୋବରରେ, ସିଏସଆଇଆର- ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ସମେତ ବିଭିନ୍ନ ଅନୁଷ୍ଠାନର ଗବେଷକ ଦଳ, କେରଳ ୟୁନିଭର୍ସିଟି ଅଫ୍ ଫିସରିଜ ଆଣ୍ଡ ଓସନ୍ ଷ୍ଟଡିଜ୍ ଏବଂ ୟୁନିଭର୍ସିଟି ଅଫ୍ ଲଣ୍ଡନ ଆଣ୍ଡ ଜର୍ମାନୀ ଏହି ଘଟଣାର ତଦନ୍ତ କରିବା ପାଇଁ କୋଡିନି ଗାଁକୁ ଯାଇଥିଲେ। ଗବେଷକମାନେ ସେମାନଙ୍କ ଅଧ୍ୟୟନର ଅଂଶ ବିଶେଷ ସ୍ୱରୂପ ଯାଆଁଳା ଶିଶୁଙ୍କ ଲାଳ ଓ କେଶର ନମୁନା ସଂଗ୍ରହ କରିଥିଲେ।


    କିନ୍ତୁ ଗବେଷଣାରେ ସେମିତି କିଛି ଆଖି ଦୃଶିଆ ସଫଳତା ମିଳି ନ ଥିଲା । ଜେନେଟିକ୍ ବା ବଂଶଗତ କାରଣ ବ୍ୟତୀତ ଏହି ଗାଁର ପାଣିରେ ଏକ ନିର୍ଦ୍ଦିଷ୍ଟ ଉପାଦାନ ଥାଇପାରେ ବୋଲି କିଛି ଡାକ୍ତର କହିଥିଲେ। ଅନ୍ୟ ଏକ ଯୁକ୍ତିରେ ଗ୍ରାମବାସୀଙ୍କ ଖାଦ୍ୟପେୟ ପାଇଁ ଏପରି ହେଉଛି ବୋଲି କୁହାଯାଇଛି । ସାରା ବିଶ୍ୱରେ ଯୋଡ଼ା ଶିଶୁଙ୍କ ଜନ୍ମ ସଖ୍ୟା ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି କୃତ୍ରିମ ଗର୍ଭାଧାନ ବା ଆଇଭିଆର, କିନ୍ତୁ କୋଡ଼ିନିବାସୀଙ୍କ କ୍ଷେତ୍ରରେ ତାହା ହୋଇ ନଥାଏ। ଏଠି ସବୁ କିଛି ପ୍ରାକୃତିକ ଉପାୟରେ ହୋଇଥାଏ । ଗାଁର ଯାଆଁଳା ଶିଶୁଙ୍କ ଉତ୍ତର ଖୋଜିବା ପାଇଁ ଗବେଷକମାନେ ଏବେ ବି ଜେନେଟିକ୍ ଅଧ୍ୟୟନ ଜାରି ରଖିଛନ୍ତି।

    କେମିତି ଜାଣିବାକୁ ମିଳିଲା ଗାଁର ଯୋଡ଼ା ଶିଶୁଙ୍କ ବିଷୟରେ। ଏହା ଦୁଇ ଯମଜ ଭଉଣୀଙ୍କ କୌତୁହଳ ଥିଲା, ଯେଉଁମାନେ ଅନୁଭବ କରିଥିଲେ ଯେ ସେମାନଙ୍କ ଶ୍ରେଣୀରେ ହିଁ ଆଠ ଯୋଡ଼ା ଯମଜ ଏବଂ ସେମାନଙ୍କ ବିଦ୍ୟାଳୟରେ 24 ଯୋଡ଼ା ଯୋଡ଼ା ଯମଜ ଅଛନ୍ତି। ଏହା ହିଁ ପ୍ରଥମ ଆବିଷ୍କାର ବୋଲି କୁହାୟାଉଛି। ଏହି ଖବର ପ୍ରଚାରିତ ହେବା ପରେ ସେମାନେ ଜାଣିବାକୁ ପାଇଲେ ଯେ କୋଡିନିରେ ପ୍ରାୟ 280 ଯୋଡ଼ା ଯମଜ ସନ୍ତାନ ଅଛନ୍ତି। ଏହା ଫଳରେ କୋଡିନି ଗାଁରେ ଜନ୍ମ ନେଇଛି ‘ଟାକା’ବା ‘ଟୁଇନ୍ସ ଆଣ୍ଡ୍ କିନ୍ ଆସୋସିଏସନ୍’, ଯାହା କୋଡ଼ିନିର ଯୋଡ଼ାଡ ଶିଶୁ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେଉଛି।

    Twins Kehinde Adamolekun, left, and Taiwo Adamolekun, 28, attend the annual twins festival in Igbo-Ora South west Nigeria, Saturday, Oct. 8, 2022. The town holds the annual festival to celebrate the high number of twins and multiple births. (AP Photo/Sunday Alamba)

    ତେବେ କୋଡ଼ିନି ଦୁନିଆର ଏକ ମାତ୍ର ଗାଁ ନୁହେଁ, ଯେଉଁଠି ଯାଆଁଳା ଶିଶୁ ଜନ୍ମ ନେଉଛନ୍ତି । ଭିଏତନାମରେ ହଙ୍ଗଲୋକ କମ୍ୟୁନ, ନାଇଜେରିଆର ଇଗ୍ ବୋ-ଓରା ଏବଂ ବ୍ରାଜିଲରେ କାଣ୍ଡିନୋ ଗୋଡୋଇ ଅଂଚଳ ରହିଛି ଯେଉଁଠି ଯମଜ ଶିଶୁ ଜନ୍ମ ହୁଅନ୍ତି । ଇଗ୍ ବୋ-ଓରାର କେତେକ ପରିବାରରେ, ଯାହାକୁ “ବିଶ୍ୱର ଯୁଗ୍ମ ରାଜଧାନୀ” ମଧ୍ୟ କୁହାୟାଏ, ସେଠାରେ ତିନି କିମ୍ବା ତା’ଠାରୁ ଅଧିକ ଯୋଡ଼ା ଶିଶୁ ଥିବା ପରିବାର ରହିଛି। ବିବିସିର ଏକ ରିପୋର୍ଟ ଅନୁସାରେ, କ୍ୟାଣ୍ଡିନୋ ଗୋଡୋଇରେ ଡବଲ୍ ଦେଖିବା ଏକ ସାଧାରଣ କଥା। କିନ୍ତୁ କୋଡିନିରେ ବିଶ୍ବର ସର୍ବାଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି ଏ ଯାଏଁ ।