Category: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

  • ମହାକାଶରୁ ଶତ୍ରୁପକ୍ଷରେ କଡ଼ା ନଜର: ଗୁପ୍ତଚରୀ ମିଶନରେ ଭାରତର ତୃତୀୟ ନୟନ ପରିକ୍ଷେପଣ

    ମହାକାଶରୁ ଶତ୍ରୁପକ୍ଷରେ କଡ଼ା ନଜର: ଗୁପ୍ତଚରୀ ମିଶନରେ ଭାରତର ତୃତୀୟ ନୟନ ପରିକ୍ଷେପଣ

    ଭାରତ ଘରୋଇ ମହାକାଶ ପ୍ରଯୁକ୍ତିକୁ ଦିନକୁ ଦିନ ଆଗକୁ ନେଉଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କର ଏରୋସ୍ପେସ୍ ୱିଙ୍ଗ ମାଧ୍ୟମରେ ଏକ ଅପୂର୍ବ ସ୍ୱଦେଶୀ ସାମର୍ଥ୍ୟ ପ୍ରଦର୍ଶନ କରିଛି—କକ୍ଷପଥରେ ପରିକ୍ରମା କରୁଥିବା ଅନ୍ୟ ବସ୍ତୁମାନଙ୍କର ସ୍ପଷ୍ଟ ଚିତ୍ର ଉତ୍ତୋଳନ। ଏହା ପ୍ରଥମ ଥର, ଯେତେବେଳେ ଦେଶର ଗୋଟିଏ ଘରୋଇ ସଂସ୍ଥା ଏପରି ଉନ୍ନତ କକ୍ଷପଥ ନିରୀକ୍ଷଣ କ୍ଷମତାକୁ ସଫଳତାର ସହ ଦେଖାଇଛି।

    ଏହି ପ୍ରଯୁକ୍ତିଗତ ମାଇଲସ୍ଟୋନ୍‌କୁ ଭାରତର ମହାକାଶ ପରିସ୍ଥିତିଗତ ସଚେତନତା ଏବଂ କକ୍ଷପଥ ଗୁପ୍ତଚରୀକୁ ଆରୋ ମଜବୁତ କରିବାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି। ୮୦-କିଲୋଗ୍ରାମ ଓଜନର ପୃଥିବୀ-ପର୍ଯ୍ୟବେକ୍ଷଣ ଉପଗ୍ରହ ଏଏଫ୍ଆର୍ ବ୍ୟବହାର କରି, ଆଜିଷ୍ଟା ଫେବ୍ରୁଆରି ୩ ତାରିଖରେ ସତର୍କତାର ସହିତ ଦୁଇଟି ଯୋଜନାବଦ୍ଧ ପରୀକ୍ଷଣ ସମୟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ଚିତ୍ର ସଫଳତାର ସହିତ କଏଦ କରିଛି । ଏହି ସଫଳତା ଭାରତର ଘରୋଇ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ । ଏହାକୁ ସାରା ବିଶ୍ୱରେ ଏକ ରଣନୈତିକ ସଫଳତା ଭାବେ ଦେଖାଯାଉଛି । ଏକ କଷ୍ଟକର ଦିଗନ୍ତ ନିକଟରେ ତଥା ଖରାରେ ଫଟୋ ଉଠାଇବା ପାଇଁ ଆଜିଷ୍ଟା ଦୁଇଟି ପ୍ରୟାସ କରିଥିଲା। ପ୍ରଥମଟି ପ୍ରାୟ ୩୦୦ କିଲୋମିଟର ଦୂରତାରେ ନିଆଯାଇଥିଲା, ତା’ପରେ ଦ୍ୱିତୀୟଟି ପ୍ରାୟ ୨୪୫ କିଲୋମିଟର ଦୂରତାରେ ନିଆଯାଇଥିଲା । ଉଭୟ ପ୍ରୟାସରେ, ଏଏପ୍‌ଆର୍ ସାଟେଲାଇଟର ସେନ୍ସରଗୁଡ଼ିକ ଦ୍ରୁତ ଗତିରେ ଗତିଶୀଳ ଆଇଏସ୍‌ଏସ୍‌କୁ ଟ୍ରାକ କରିବା ଦାୟିତ୍ବ ପ୍ରଦାନ କରାଯାଇଥିଲା। ପ୍ରାୟ ୨.୨ ମିଟର ଇମେଜିଂ ସାମ୍ପଲିଂ କ୍ଷେତ୍ର ସହିତ ମୋଟ ୧୫ଟି ବ୍ୟକ୍ତିଗତ ଫ୍ରେମ୍‌କୁ କ୍ୟାପଚର୍‌ କରାଯାଇଥିଲା । କମ୍ପାନି ଅନୁଯାୟୀ, ଉଭୟ ପ୍ରୟାସ ୧୦୦ ପ୍ରତିଶତ ସଫଳ ହୋଇଥିଲା। ଟ୍ରାକିଂ ଆଲଗୋରିଦମ ଓ ଇଲେକ୍ଟ୍ରୋ-ଅପ୍ଟିକାଲ୍ ଇମେଜିଂ ସଫଳତାର ସହ ପ୍ରମାଣିତ ହୋଇଥିଲା ।

    ଭାରତ ପାଇଁ ବଡ଼ ସଫଳତା
    ଆଜିଷ୍ଟାର ଏହି ପ୍ରଦର୍ଶନ କେବଳ ଏକ ବୈଷୟିକ ସଫଳତା ନୁହେଁ। ଏହା ପ୍ରମାଣିତ କରିଛି ଯେ, ସମ୍ପୂର୍ଣ୍ଣ ଭାବରେ ଭାରତରେ ବିକଶିତସ୍ୱଦେଶୀ ଆଲଗୋରିଦମ, ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ ଓ ସାଟେଲାଇଟ୍ ଇଞ୍ଜିନିୟରିଂ ଦ୍ବାରା କକ୍ଷପଥରେ ଥିବା ବସ୍ତୁଗୁଡ଼ିକୁ ଟ୍ରାକ୍ ଓ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ।
    ଆଜିଷ୍ଟା ଏମ୍‌ଡିଙ୍କ ବିବୃତି
    ସଫଳ ପରୀକ୍ଷଣ ପରେ ଭାଷଣ ଦେଇ, ଆଜିଷ୍ଟାର ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ, ଏଏଫ୍‌ଆର୍‌ ଆଜି ଅନେକ ଗ୍ରାହକଙ୍କୁ ଉନ୍ନତ ଇମେଜିଂ ଓ ରିମୋଟ୍-ସେନ୍ସିଂ ସମାଧାନ ପ୍ରଦାନ କରୁଛି ତଥା ଏବେ ସମ୍ପୂର୍ଣ୍ଣ ସ୍ୱଦେଶୀ ସିଷ୍ଟମ ବ୍ୟବହାର କରି ନନ୍-ଆର୍ଥ ଇମେଜିଂ (ଏନ୍‌ଇଆଇ) ପ୍ରଦର୍ଶନ କରିଛି।
    ଏହି ପ୍ରଯୁକ୍ତିବିଦ୍ୟା ଆମର ଏନ୍‌ଇଆଇ ଓ ଏସ୍ଏସ୍‌ଏ ପେଲୋଡ୍‌ଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଟ୍ରାକିଂ ଓ ଚିହ୍ନଟ କରିବାରେ ସହାୟତା କରିବ। ଏହି ପ୍ରଯୁକ୍ତିବିଦ୍ୟା ଦ୍ବାରା ଆସୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ନିରୀକ୍ଷଣ କରିବାରେ ମଧ୍ୟ ସହାୟତା ମିଳିବ ବୋଲି ସେ କହିଛନ୍ତି।
    ମହାକାଶ ପରିସ୍ଥିତିଗତ ସଚେତନତା, ମହାକାଶରେ ବସ୍ତୁଗୁଡ଼ିକର ଆଚରଣ ଚିହ୍ନଟ କରିବା, ଟ୍ରାକ୍ କରିବା ଓ ବୁଝିବାର କ୍ଷମତା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି। କାରଣ ଅଧିକ ଦେଶ ଅନ୍ୟ ଦେଶର ମହାକାଶ ସମ୍ପତ୍ତିରେ ହସ୍ତକ୍ଷେପ କରିବା, ଅଟକାଇବା କିମ୍ବା ଗତିବିଧି ଉପରେ ନଜର ରଖିବା କ୍ଷମତା ସହିତ ଉପଗ୍ରହ ନିୟୋଜିତ କରୁଛନ୍ତି।
    ଭାରତ ୫୦ ରୁ ଅଧିକ ଉପଗ୍ରହ ପରିଚାଳନା କରୁଛି
    ସମ୍ପ୍ରତି ଭାରତ ୫୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୦ ରୁ ଅଧିକ ଉପଗ୍ରହ ପରିଚାଳନା କରୁଛି। ଯାହା ଯୋଗାଯୋଗ, ନାଭିଗେସନ୍, ପୃଥିବୀ ପର୍ଯ୍ୟବେକ୍ଷଣ ତଥା ରଣନୈତିକ ପ୍ରୟୋଗ ଭଳି ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଛି।
    ଏହି ସମ୍ପତ୍ତିଗୁଡ଼ିକୁ ସୁରକ୍ଷା ଦେବା ପାଇଁ କକ୍ଷପଥରେ ଥିବା ଅନ୍ୟ ଉପଗ୍ରହଗୁଡ଼ିକ କ”ଣ କରୁଛନ୍ତି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଯେତେବେଳେ ଭୂରାଜନୈତିକ ଉତ୍ତେଜନା ଅଧିକ ଥାଏ ସେତେବେଳେ ଏସବୁ ଜରୁରୀ ହୋଇପଡ଼ିଥାଏ।
    ଏଏଫ୍‌ଆର୍‌ ଏକ ମାଇଲଖୁଣ୍ଟ
    ଏଏଫ୍‌ଆର୍‌ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ମାତ୍ର ୮୦ କିଲୋଗ୍ରାମ ଓଜନ ବିଶିଷ୍ଟ ପ୍ରଥମ ଉପଗ୍ରହ ଯାହା ଭାରତର ଘରୋଇ ଶିଳ୍ପ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଡିଜାଇନ୍, ନିର୍ମାଣ ଏବଂ ପରିଚାଳିତ ହେଉଛି । ସ୍ପେସଏକ୍ସ ଫାଲକନ୍ -୯ ରକେଟ୍ ସାହାଯ୍ୟରେ ଟ୍ରାନ୍ସପୋର୍ଟର-୮ ମିସନର ଅଂଶ ଭାବରେ ୧୩ ଜୁନ୍ ୨୦୨୩ରେ ଉତ୍‌କ୍ଷେପଣ କରାଯାଇଥିବା ଏହି ଉପଗ୍ରହଟି କକ୍ଷପଥରେ ଅଢ଼େଇ ବର୍ଷ ପୂରଣ କରିଛି। ଏହା ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି, ଏହାର ମିସନ ଜୀବନକାଳ ଆହୁରି ଅଢ଼େଇ ବର୍ଷ ବାକି ରହିଛି। 

  • ୟୁନିଫର୍ମ ବଣ୍ଟନ ଅଭିଯାନରେ ଓସେପା କଢା ତୀବ୍ର ନିର୍ଦ୍ଦେଶ-୭ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କର।

    ୟୁନିଫର୍ମ ବଣ୍ଟନ ଅଭିଯାନରେ ଓସେପା କଢା ତୀବ୍ର ନିର୍ଦ୍ଦେଶ-୭ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କର।

    ଦୃଢ଼ ନିର୍ଦ୍ଦେଶ ଜାରି ହୋଇଛି। ଏହା ସମ୍ବନ୍ଧରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଜରୁରୀ ଚିଠି ପଠାଯାଇଛି।ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏହି ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ଯେ , ସମଗ୍ର ଶିକ୍ଷା, ପିଏମ ଶ୍ରୀ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା  ଅଧୀନରେ ୟୁନିଫର୍ମ ବଣ୍ଟନ କରାଯାଉଛି ।

    ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ବଣ୍ଟନ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଛି କି ନାହିଁ, ସେ ନେଇ ଏକ ‘କମ୍ପ୍ଲିସନ୍ ସାର୍ଟିଫିକେଟ୍’  ଦାଖଲ କରିବାକୁ ପଡ଼ିବ। ଏହି ପ୍ରମାଣପତ୍ର ଦାଖଲ କରିବା ପାଇଁ ଆସନ୍ତା ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଭାଗ ପକ୍ଷରୁ ଏହି ଚିଠିକୁ ‘ଅତ୍ୟନ୍ତ ଜରୁରୀ’  ବୋଲି ଦର୍ଶାଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଜିଲ୍ଲାରୁ ରିପୋର୍ଟ ନ ଆସେ, ତେବେ ଏହାକୁ ଗୁରୁତର ସହ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

  • ଭାରତ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍

    ଭାରତ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍

    ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତ ସହ ଜଡିତ ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍‌ ସିଜ୍ କରିଛି ଓ 4 ଜଣଙ୍କୁ ଗିରଫ କରାଯାଇଛି। ଏହି ଅବୈଧ ଅନଲାଇନ୍ ଫାର୍ମାସି ସହିତ ସଂପୃକ୍ତ ଟ୍ରାନ୍ସନ୍ୟାସନାଲ କ୍ରିମିନାଲ ଅର୍ଗାନାଇଜେସନ ଉପରେ 2022 ମସିହାରୁ ଆମେରିକାର ଡ୍ରଗ୍ ଏନ୍ଫୋର୍ସମେଣ୍ଟ ଆଡ୍ମିନିଷ୍ଟ୍ରେସନ ରକି ମାଉଣ୍ଟେନ୍ ଫିଲ୍ଡ ଡିଭିଜନ୍ ଦ୍ୱାରା ଅନୁସନ୍ଧାନ ଚାଲିଛି।

    ଡିଇଏ କହିଛି ଯେ, ଏହାର ବିଶ୍ୱସ୍ତରୀୟ ପହଂଚକୁ ବ୍ୟବହାର କରି ଏଜେନ୍ସି ଭାରତ ସରକାରଙ୍କ ଆଇନ ପ୍ରବର୍ତ୍ତନ ସହଭାଗୀମାନଙ୍କ ସହ ସକ୍ରିୟ ଭାବରେ ସହଯୋଗ କରି ଏହି ପ୍ରକାରର ବେଆଇନ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ବିପଜ୍ଜନକ ଆପରାଧିକ ସଂଗଠନଗୁଡ଼ିକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛି ।
    ମିଳିତ ଅପରେସନ ମାଧ୍ୟମରେ ଡିଇଏ ବେଆଇନ ଫାର୍ମାସ୍ୟୁଟିକାଲ୍ ବିତରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଏବଂ ଆମେରିକୀୟ ନାଗରିକଙ୍କ ଜନସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବେଆଇନ ଫାର୍ମାସ୍ୟୁଟିକାଲ୍ ପ୍ରବାହକୁ ବନ୍ଦ କରିବ ।

  • ଶେଯ କି ଶୌଚାଳୟରେ ବସି ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜ ଦେଲେ ସ୍ପଷ୍ଟ ଉତ୍ତର

    ଶେଯ କି ଶୌଚାଳୟରେ ବସି ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜ ଦେଲେ ସ୍ପଷ୍ଟ ଉତ୍ତର

    ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ସେ ଭଗବାନଙ୍କ ନାମ ଜପ ସମ୍ପର୍କରେ ଥିବା ଭ୍ରମକୁ ସ୍ପଷ୍ଟ କରିଛନ୍ତି। ଅନେକ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଥାଏ—ଶେଯ ଉପରେ ବସି କିମ୍ବା ଶୌଚାଳୟରେ ଥାଇ ଭଗବାନଙ୍କ ନାମ ଜପ କରିହେବ କି ନାହିଁ? ଏହି ପ୍ରଶ୍ନକୁ ନେଇ ଜଣେ ମହିଳା ଭକ୍ତ ପ୍ରେମାନନ୍ଦଜୀଙ୍କୁ ପଚାରିଥିଲେ।ଉତ୍ତରରେ ମହାରାଜଜୀ କହିଥିଲେ ଯେ, ଶାସ୍ତ୍ରରେ ‘ନାମ ଜପ’ ଓ ‘ଗୁରୁ ମନ୍ତ୍ର ଜପ’ ପାଇଁ ଭିନ୍ନ ଭିନ୍ନ ନିୟମ ଓ ମର୍ଯ୍ୟାଦା ରହିଛି। ଭଗବାନଙ୍କ ନାମ ଯେକୌଣସି ସ୍ଥାନ ଓ ଯେକୌଣସି ଅବସ୍ଥାରେ ଜପ କରାଯାଇପାରେ।

    ସେ ଶାସ୍ତ୍ର ଉଦ୍ଧୃତ କରି କହିଥିଲେ—
    “ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା,
    ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ”

    ଅର୍ଥାତ୍, ଜଣେ ବ୍ୟକ୍ତି ପବିତ୍ର ହେଉନ୍ତୁ କି ଅପବିତ୍ର, ଯେଉଁ ଅବସ୍ଥାରେ ଥିଲେ ବି ଯଦି ସେ ଭଗବାନଙ୍କ ସ୍ମରଣ କରନ୍ତି, ତେବେ ସେ ଅନ୍ତର ଓ ବାହ୍ୟ—ଦୁହେଁ ପବିତ୍ର ହୋଇଯାଏ। ଏହି ବ୍ୟାଖ୍ୟା ପରେ ଭକ୍ତମାନଙ୍କ ମନରେ ଥିବା ଦୀର୍ଘଦିନର ଭ୍ରମ ଦୂର ହୋଇଛି ଏବଂ ଭିଡିଓଟିକୁ ଲୋକେ ବହୁ ପ୍ରଶଂସା କରୁଛନ୍ତି।

  • ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

    ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

    ଖ୍ରୀଷ୍ଟମାସର ଦିନକ ପୂର୍ବରୁ ଭାରତ ମହାକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ତାହାର ବାହୁବଳୀ ରକେଟ୍ ଏଲ୍‌ଭିଏମ୍–3 ଏମ୍–6 ଜରିଆରେ ଆମେରିକୀୟ କମ୍ପାନି ଏଏସ୍‌ଟି ସ୍ପେସ୍‌ମୋବାଇଲ ବିଶାଳ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍–2କୁ ସଫଳତାର ସହ ମହାକାଶକୁ ପଠାଇଛି।

    ନିର୍ଦ୍ଧାରିତ ସମୟରୁ ୯୦ ସେକେଣ୍ଡ ବିଳମ୍ବରେ, ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣ ମାର୍ଗରେ ମହାକାଶ ଆବର୍ଜନା କିମ୍ବା ଅନ୍ୟ ଉପଗ୍ରହ ସହ ସଂଘର୍ଷ ଆଶଙ୍କା ଥିବାରୁ ଇସ୍ରୋ ଏନେଇ ସାମାନ୍ୟ ବିଳମ୍ବ କରିଥିଲା।

    ୬୪୦ ଟନ୍‌ ଓଜନର ଏଲ୍‌ଭିଏମ୍–3 ରକେଟ୍‌କୁ ‘ବାହୁବଳୀ’ ଭାବେ ପରିଚିତ କରାଯାଇଛି। ଏହି ମିଶନ ଜରିଆରେ ଇସ୍ରୋ ଭାରତୀୟ ମାଟିରୁ ଏ ପର୍ଯ୍ୟନ୍ତ ସବୁଠାରୁ ଓଜନଦାର ୬୧୦୦ କିଲୋଗ୍ରାମର ବିଦେଶୀ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି।

    ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ମାଧ୍ୟମରେ ଏହି ବାଣିଜ୍ୟିକ ମିଶନ ସଫଳ ହେବା ଭାରତ ପାଇଁ ବଡ଼ ଉପଲବ୍ଧି। ବ୍ଲୁବାର୍ଡ ବ୍ଲକ୍–2 ଉପଗ୍ରହ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଆମୂଳ ପରିବର୍ତ୍ତନ ଆଣିବ। ଏହା ମାଧ୍ୟମରେ 4G ଓ 5G ସ୍ମାର୍ଟଫୋନ୍‌କୁ ସିଧାସଳଖ ଇଣ୍ଟରନେଟ୍ ସଂଯୋଗ ମିଳିପାରିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଟାୱାର ଦରକାର ପଡ଼ିବ ନାହିଁ।

    ଉଚ୍ଚ ପାହାଡ଼, ଗଭୀର ଜଙ୍ଗଲ, ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ଯେଉଁଠାରେ ମୋବାଇଲ୍ ଟାୱାର ନାହିଁ, ସେଠାରେ ମଧ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ଓ କଲ୍ ସେବା ମିଳିବାର ପଥ ପ୍ରସ୍ତୁତ ହୋଇଛି। ମିଶନ ସଫଳ ହେଲେ ଆଗାମୀ ଦିନରେ ମୋବାଇଲ୍ ଟାୱାର ଯୁଗ ଶେଷ ହେବାର ଆଶା ଦୃଶ୍ୟାମାନ ହୋଇଛି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ମହାକାଶ କାର୍ଯ୍ୟକ୍ରମ ଦିନକୁ ଦିନ ଅଧିକ ଉନ୍ନତ, ସଶକ୍ତ ଓ ପ୍ରଭାବଶାଳୀ ହେଉଛି।

  • କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ )ଭବାନୀପାଟଣା ସଦର ଅଧୀନ କାମଠଣା କ୍ଲଷ୍ଟର କାମଠଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ସି ଆର ସି ସି ଦୁର୍ଗା ଅଚାରୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମହାପାତ୍ର ଙ୍କ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କାଲି ପ୍ରଦାସ ମିଶ୍ର,ଶେଷଦେବ ମିଶ୍ର,ବିଜୟ ଶଙ୍କର ମୁନି,ସତ୍ୟବାନ ପ୍ରଧାନୀ,ପ୍ରମୁଖ ମଞ୍ଚାସିନ ଥିଲେ | ତେବେ କାମଠଣା କ୍ଲଷ୍ଟର ର ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ |

    ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କାମଠଣା କ୍ଲଷ୍ଟର ର ଅନେକାଂଶ ସ୍କୁଲ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କାମଠଣା କ୍ଲଷ୍ଟର ର ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ବିଶେଷ ସହଯୋଗ କରିଥିଲେ |

  • ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ପଙ୍କପାଳ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭି-ଗାର୍ଡ ର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଥିଲେ।

    ଚଳିତ ବର୍ଷ କମ୍ପାନୀ ଓଡ଼ିଶାର ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ‌ ପ୍ରଥମେ ଇଲେକ୍ଟ୍ରିସିଆନ‌ ମାନଙ୍କୁ କମ୍ପାନୀର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଯାଇଛି।

    ଏଥିରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଦେଖାଇବା ସହିତ ତାହାର କାର୍ଯ୍ୟକାରିତା , ସୁରକ୍ଷା ଓ ବ୍ୟବହାର ର ଅବଧି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ କୁଜଙ୍ଗ ର ଓମ୍ ଇଲେକ୍ଟ୍ରିକାଲ ବିତରକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।

  • ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ ଟପ୍ପର

    ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ ଟପ୍ପର

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଅଧ୍ୟକ୍ଷ ନାରାୟଣ ରଥ ଚଳିତ ବର୍ଷର ଫଳାଫଳର ସୂଚନା ପ୍ରଦାନ କରି କହିଛନ୍ତି, ବିଜ୍ଞାନରେ ଲିସା ପ୍ରଧାନ ୫୭୧ ମାର୍କ (୯୫.୧୬%) ଓ ବାଣିଜ୍ୟରେ ଶୁଭମ ପରି ୫୬୯ ମାର୍କ (୯୪.୮୩%) ସହ କଲେଜ ଟପ୍ପର୍‌ ହୋଇଛନ୍ତି । ବିଜ୍ଞାନରେ ସମୁଦାୟ ୧୭ଜଣ ଏବଂ ବାଣିଜ୍ୟରେ ସମୁଦାୟ ୨ଜଣଙ୍କ ସହ ସର୍ବମୋଟ ୧୯ ଜଣ ଛାତ୍ରୀଛାତ୍ର ୯୦%ରୁ ଊର୍ଦ୍ଧ୍ୱ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ଚଳିତବର୍ଷ ଗଣିତରେ ମନିଷ ଅଗ୍ରୱାଲ, ନେହାରାଣୀ ଜୈନ ଏବଂ ନମ୍ରତା ନୀଲା ଓ ପ୍ରାଣୀ ବିଜ୍ଞାନ ରେ ପ୍ରଜ୍ଞା ମେହେର, ସିଜଲ ପଣ୍ଡା ଏବଂ ନିଶିକା ସାହୁ ୧୦୦ରୁ ୧୦୦ ନମ୍ବର ରଖିଥିବାବେଳେ ବିଜ୍ଞାନରେ ସମୁଦାୟ ଛାତ୍ରୀଛାତ୍ରର ୩୪.୪%, ୮୦%ରୁ ଊର୍ଦ୍ଧ୍ୱ ଏବଂ ୮୦% ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ପାସ କରି ବିକାଶକୁ ପଶ୍ଚିମ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଅଧ୍ୟକ୍ଷ ରଥ ସିଏଚ୍‌ଏସ୍‌ଇ ଫଳାଫଳ ବିଷୟରେ ସୂଚନା ଦେଇଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପରେ ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରୀଷ୍ଣା ସଫଳ ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେବା ସହିତ ଛାତ୍ରୀଛାତ୍ରମାନଙ୍କ ନିଟ ଏବଂ ଜେ.ଇ.ଇ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ଦିଆଯାଉଥିବା ଇଣ୍ଟିଗ୍ରେଟେଡ ପ୍ରୋଗ୍ରାମର ପ୍ରଶଂସା କରିଛନ୍ତି ।

    ବିକାଶ ସିନିୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଚିତରଞ୍ଜନ ପତି ଏହି ଇଣି୍ଟଗ୍ରେଟେଡ ପ୍ରୋଗ୍ରାମ ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ(ମେନ) ସେସନ-୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପ୍ରତିଶତ ରଖିଥିବାବେଳ ୪ ଜଣ ଛାତ୍ରୀଛାତ୍ର ୯୮ପ୍ରତିଶତ ଊର୍ଦ୍ଧ୍ୱରେ, ୧୪ ଛାତ୍ରୀଛାତ୍ର ୯୭ ପ୍ରତିଶତ ଊର୍ଦ୍ଧ୍ୱରେ, ୨୧ ଛାତ୍ରୀଛାତ୍ର ୯୫ ପ୍ରତିଶତ ଊର୍ଦ୍ଧ୍ୱରେ ଏବଂ ୮୭ ଛାତ୍ରୀଛାତ୍ର ଆଇଆଇଟି-ଜେଇଇ (ମେନ) ସେସନ-୨ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏନ୍‌ଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ରେ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗଡ଼ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜ୍‌ରେ ସିଟ ପାଇବା ପାଇଁ କଟଅଫ ମାର୍କ ଊର୍ଦ୍ଧ୍ୱରେ ରଖିବେ ବୋଲି ଆଶା ପ୍ରକାଶ କରାଯାଉଛି । ସେହିପରି ସିୟୁଇଟି (ୟୁଜି), ସିଏ, ନେଷ୍ଟ ଏବଂ ଆଇଜର୍‌ ପ୍ରବେଶିକା ପରୀକ୍ଷାରେ ମଧ୍ୟ ସ୍କୁଲର ଛାତ୍ରୀଛାତ୍ର ଶ୍ରେଷ୍ଠ ଫଳାଫଳ ହାସଲ କରିବେ ବୋଲି ଆଶା କରାଯାଉଛି ।

    ଚଳିତ ବର୍ଷର ଫଳାଫଳକୁ ନେଇ କ୍ରିଷ୍ଣା ବିକାଶ ଗ୍ରୁପର ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ପରିଚାଳନା ନିର୍ଦ୍ଦେଶକ ବିବେକ ଦାଶରୀ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର୍‌ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ.କାନ୍ତାରାଓ, କ୍ରୀଷ୍ଣା ବିକାଶ ଗ୍ରୁପର ଏଚ୍‌ଆର୍‌ ହେଡ ଅଶ୍ୱିନୀ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ସମସ୍ତ କୃତି ଛାତ୍ରୀଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

  • ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଆଦିବାସୀ ଗ୍ରାମ ଦଲକୀ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ କୃଷି ଅଧିକାରୀ ମାନେ । ଅନେକ ସମୟରେ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନା ଆଦିବାସୀ ଭାଇ ଭଉଣୀ ମାନେ ଜାଣିପାରିନଥାନ୍ତି ସେଥିପାଇଁ ଆଦିବାସୀ ଗ୍ରାମରେ କୃଷି ବିଭାଗ ପକ୍ଷରୁ ଚାଷ କିପରି କରିବେ ,କେଉଁ କେଉଁ ଚାଷକରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ,ଆନନ୍ଦପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାସୁମ ମହାନ୍ତି , ମଣ୍ଡି ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ମିଶ୍ର, ପ୍ରାଣୀ ଚିକିତ୍ସକ ଡ଼. ଶିବ ପ୍ରସାଦ ନାୟକ, ଗ୍ରାମ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।

  • ୨୦୨୫ ମସିହାରେ ସୂର୍ଯ୍ୟଗ୍ରହଣ କେବେ ହେବ ଏବଂ ଏହା ଭାରତରେ ଦୃଶ୍ୟମାନ ହେବ କି ନାହିଁ, ଜାଣନ୍ତୁ ଏଠାରେ

    ୨୦୨୫ ମସିହାରେ ସୂର୍ଯ୍ୟଗ୍ରହଣ କେବେ ହେବ ଏବଂ ଏହା ଭାରତରେ ଦୃଶ୍ୟମାନ ହେବ କି ନାହିଁ, ଜାଣନ୍ତୁ ଏଠାରେ

    ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ, ଏବେ ଲୋକମାନେ ସୂର୍ଯ୍ୟଗ୍ରହଣକୁ ଅପେକ୍ଷା କରିଛନ୍ତି। ଏହି ଗ୍ରହଣ ମଧ୍ୟ ମାର୍ଚ୍ଚ ମାସରେ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ ଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିର୍ବିଜ୍ଞାନୀ ଘଟଣା। ଏହି ସମୟ ମଧ୍ୟରେ, ପୂଜା ଇତ୍ୟାଦି କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହା ସହିତ, ଶାସ୍ତ୍ରରେ ଖାଦ୍ୟ ରାନ୍ଧିବା ଏବଂ ଖାଇବାକୁ ନିଷେଧ କରାଯାଇଛି। ଗ୍ରହଣ ସମୟରେ ଜପ କରିବା ଫଳପ୍ରଦ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଗ୍ରହଣର ଦୂଷିତ କିରଣ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇ ନଥାଏ ବୋଲି ବିଶ୍ୱାସ କରାଯାଏ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ କେବେ ହେବ ଏବଂ ଏହା ଭାରତରେ ଦୃଶ୍ୟମାନ ହେବ କି ନାହିଁ…

    ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଚୈତ୍ର ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଅର୍ଥାତ୍ ୨୯ ମାର୍ଚ୍ଚ, ୨୦୨୫ରେ ହେବ। ଏହା ଏକ ଆଂଶିକ ସୂର୍ଯ୍ୟଗ୍ରହଣ ହେବ।

    ଏହି ଗ୍ରହଣ ଅପରାହ୍ନ୨:୨୧ ରୁ ସନ୍ଧ୍ୟା ୬:୧୪ ପର୍ଯ୍ୟନ୍ତ ରହିବ। କିନ୍ତୁ ୧୪ ମାର୍ଚ୍ଚରେ ଚନ୍ଦ୍ରଗ୍ରହଣ ପରି, ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏପରି ପରିସ୍ଥିତିରେ, ଭାରତରେ ସୂତକ କାଳ ବୈଧ ହେବ ନାହିଁ।

    ଏହା ବରମୁଡା, ବାରବାଡୋସ, ଡେନମାର୍କ, ଅଷ୍ଟ୍ରିଆ, ବେଲଜିୟମ, ଉତ୍ତର ବ୍ରାଜିଲ, ଫିନଲ୍ୟାଣ୍ଡ, ଜର୍ମାନୀ, ଫ୍ରାନ୍ସ, ହଙ୍ଗେରୀ, ଆୟରଲ୍ୟାଣ୍ଡ, ମରକ୍କୋ, ଗ୍ରୀନଲ୍ୟାଣ୍ଡ, କାନାଡାର ପୂର୍ବ ଅଂଶ, ଲିଥୁନିଆ, ହଲାଣ୍ଡ, ପର୍ତ୍ତୁଗାଲ, ଉତ୍ତର ଋଷ, ସ୍ପେନ, ସୁରିନାମ, ସ୍ୱିଡେନ, ପୋଲାଣ୍ଡ, ପର୍ତ୍ତୁଗାଲ, ନରୱେ, ୟୁକ୍ରେନ, ସ୍ୱିଜରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଆମେରିକାର ପୂର୍ବ ଅଞ୍ଚଳରେ ଦୃଶ୍ୟମାନ ହେବ।

    ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସେ, ଏହି ଖଗୋଳୀୟ ଘଟଣାଟିକୁ ସୂର୍ଯ୍ୟଗ୍ରହଣ କୁହାଯାଏ। ଏହି ସମୟରେ, ଚନ୍ଦ୍ର ସୂର୍ଯ୍ୟଙ୍କ କିରଣ ମଧ୍ୟରେ ଆସିଯାଏ, ଯାହା ଫଳରେ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ।