Category: ଧର୍ମ

  • ଆଜି କାର୍ତ୍ତିକ ଶୁକ୍ଲପକ୍ଷ ତ୍ରୟୋଦଶୀ,ଶ୍ରୀଜିଉଙ୍କର ଆଡ଼କିଆ ବେଶ, ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡାକଡି

    ଆଜି କାର୍ତ୍ତିକ ଶୁକ୍ଲପକ୍ଷ ତ୍ରୟୋଦଶୀ,ଶ୍ରୀଜିଉଙ୍କର ଆଡ଼କିଆ ବେଶ, ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡାକଡି

    ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚୁକର ଏହି ତୃତୀୟ ଦିବସରେ ମହାପ୍ରଭୁ ଆଜି ତ୍ରିବିକ୍ରମ ବା ଆଡ଼ିକିଆ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରରେ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବାୟତଙ୍କ ଦ୍ୱାରା ତ୍ରିବିକ୍ରମ ବେଶ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ତ୍ରୀବିକ୍ରମ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମିଛି।ତେବେ ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ଆଜି ପଞ୍ଚୁକ ବ୍ରତର ତୃତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଛି। ତେବେ ଆସନ୍ତାକାଲି କାର୍ତ୍ତିକ ପୁର୍ଣିମା ରେ ଶ୍ରୀଜୀଉଙ୍କ ରଜାଧିରାଜ ବେଶ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ।‌ ଏଣୁ ପ୍ରଶାସନ ପକ୍ଷରୁ ମାର୍କେଟ ଛକ ଠାରେ କରାଯାଇଥିବା ବ୍ୟାରିକେଡ଼ ଭିତରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ। କାର୍ତ୍ତିକ ପୂର୍ଣ୍ଣମୀରେ ସଅଳ ନୀତିକାନ୍ତି କରି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ଆଶା ରଖିଛି ଶ୍ରୀମନ୍ଦିର ପ୍ରଶାସନ।ତେବେ ଚଳିତ ବର୍ଷ ତିଥି ରେ କ୍ଷୟ ପଡ଼ିଥିବାରୁ ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ।

  • ବଡ ଏକାଦଶୀରେ ଅଲାରନାଥଙ୍କ ଦର୍ଶନ ପାଇଁ ଲମ୍ବିଛି ଶ୍ରଦ୍ଧାଳୁଙ୍କ ଭିଡ

    ବଡ ଏକାଦଶୀରେ ଅଲାରନାଥଙ୍କ ଦର୍ଶନ ପାଇଁ ଲମ୍ବିଛି ଶ୍ରଦ୍ଧାଳୁଙ୍କ ଭିଡ

    କାର୍ତ୍ତିକମାସର ବଡ ଏକାଦଶୀ ଅବସରରେ ବ୍ରହ୍ମଗିରି ସ୍ଥିତ ଅଲାରାନାଥ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଲାରାନାଥ ମନ୍ଦିରରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ସମ୍ପୂର୍ଣ ହେବାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।ଚଳିତ ବର୍ଷ ପଞ୍ଚଚୁକ ପାଞ୍ଚ ଦିନ ବଦଳରେ ଚାରିଦିନ ପଡୁଥିବାରୁ ଆଜି ଅଲାରନାଥ ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଦୁଲଭ ବେଶ ଦର୍ଶନ କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଛୁଟିଆସିଥିଲେ ଠାକୁରଙ୍କ ଦର୍ଶନ ପାଇଁ । ବେଢା ପରିସର ମଧ୍ୟରେ ଭୋଗ ଦୀପ ଓ ଅଲାରନାଥଙ୍କ ପ୍ରସିଦ୍ଧ କ୍ଷୀରିଭୋଗ ପସରା ଖୋଲାଯାଇଥିବାବେଳେ, ଶ୍ରଦ୍ଧାଳୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଲମ୍ବା ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖକା ରକ୍ଷାପାଇଁ ପୋଲିସ ପ୍ରସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା, ମନ୍ଦିର ବାହାରେ ବିଭିର୍ଣ୍ଣ ପ୍ରକାର ଅସ୍ଥାୟୀ ଦୋକାନ ମାନ ଖୋଲାଯାଇଥିବା ମଧ୍ଯ ଦେଖିବାକୁ ମିଳିଛି ।

  • ଦେବଶିଳ୍ପୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଓଡିଶା,ବିରାଜିଛନ୍ତି ବିଶ୍ୱ ବିନ୍ଧାଣୀ

    ଦେବଶିଳ୍ପୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଓଡିଶା,ବିରାଜିଛନ୍ତି ବିଶ୍ୱ ବିନ୍ଧାଣୀ

    ଆଜି ହେଉଛି ବିଶ୍ୱ ବିନ୍ଧାଣୀ ବିଶ୍ୱକର୍ମା ପୂଜା । ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ବିଶ୍ବ ବିନ୍ଧାଣିଙ୍କ ଆବାହନ ପାଇଁ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ପୂଜା ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି ।ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି ।ଭିନ୍ନ ଶିଳ୍ପାନୁଷ୍ଠାନରେ ମଧ୍ୟ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି…

  • ବିଘ୍ନ ବିନାଶକଙ୍କ ପୂଜାରେ ଧରାପୃଷ୍ଠ ଚଳଚଞ୍ଚଳ

    ବିଘ୍ନ ବିନାଶକଙ୍କ ପୂଜାରେ ଧରାପୃଷ୍ଠ ଚଳଚଞ୍ଚଳ

    ଆଜି ଗଣେଷ ଚତୁର୍ଥୀ । ଗଣପତି ବାବାଙ୍କୁ ସ୍ୱାଗତ କରି ପୁରପଲ୍ଲୀ ସବୁଠି ଉତ୍ସାହ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜାର ଆୟୋଜନ ହୋଇଛି। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା । ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଆଜି ପୂଜା ପାଉଛନ୍ତି ଗଜାନନ ।ବିରାଟକାୟ ସୁଉଚ୍ଚ ତୋରଣ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି। ବେଶ ସୁନ୍ଦର ଭାବେ ସଜାହୋଇଛି ସମସ୍ତ ତୋରଣ । ଗଜାନନଙ୍କ ଆଗମନରେ ଧରାପୃଷ୍ଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ବ୍ରାହ୍ମଣଙ୍କ ଯଜ୍ଞ, ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହେଉଛି ପ୍ରତ୍ଯକଟି ପୂଜା ସ୍ଥାନ ।

  • ଶେଷ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

    ଶେଷ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

    ଯୋଡା ବ୍ଲକ ସର୍ବ ପୁରାତନ ମୁର୍ଗା ମହାଦେବ ମନ୍ଦିର ରେ ଆଜି ଶେଷ ସୋମବାର ରେ ଭକ୍ତ ଙ୍କ ପ୍ରହଳ ଭିଡ଼ । ଏଠାରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନେ ନିଜର ମାନସିକ ରକ୍ଷୀ ପ୍ରସିଦ୍ଧ ମୂର୍ଗା ମହାଦେବ ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

    ଓଡିଶା ସହିତ ବାହାର ରାଜ୍ୟ ଝାଡଖଣ୍ଡ ପ୍ରମୁଖ ଅଞ୍ଚଳର ଅଧିକାଂଶ କାଉଡିଆ ବୈତରଣୀ ଓ ଅନ୍ୟ ନଦୀ ରୁ ଜଳ ଉତ୍ତୋଳନ କରିଥିବା ସମୟରେ ଜିଲ୍ଲା ର ଅଧିକାଂଶ ଶୈବ ଉପାସକ ପୂଣ୍ୟତୟା ବୈତରଣୀ ନଦୀର ଘାଟରୁ ଜଳ ଉତ୍ତୋଳନ କରି ମୂର୍ଗା ମହାଦେବ ପୀଠରେ ଜଳାଭିଷେକ କରିଥିବାର ଦେଖିବାକୁ ମିଳିଛି।ପ୍ରଶାସନିକ ଅବହେଳା କାରଣରୁ ବିଲେଇପଦାରୁ ଦେଓଝର ରାସ୍ତା ଖଣିଜ ସମ୍ପଦ ବୋଝେଇ ଭାରୀଯାନଙ୍କ କବଜାରେ ଥିବାରୁ ସମ୍ପୃକ୍ତ ରାସ୍ତାରେ ସ୍ୱଚ୍ଛନ୍ଦ ଯାତାୟତ ପ୍ରତିହତ ହୋଇଥିବା ସମ୍ବନ୍ଧେ ଅନେକ ଶୈବା ଭକ୍ତ ସେମାନଙ୍କ ବିରକ୍ତି ଜାହିର କରିଥିବାର ଜଣାପଡିଛି ।

    ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂର୍ଗା ଧବଳେଶ୍ୱର ଶୈବପୀଠରେ ଶେଷ ସୋମବାରରେ ବୋଲବୋମ ଭକ୍ତଙ୍କ ନିମନ୍ତେ ଜଳାଭିଷେକ ଭଳି ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଥିବା ବେଳେ କାଉଡିଆ ଓ ସାଧାରଣ ଭକ୍ତଙ୍କ ନିମନ୍ତେ ଧାଡିରେ ଜଳାଭିଷେକ ଓ ଦର୍ଶନ ସୁବିଧା କରାଯାଇଥିବାର ଦେଖି ବାକୁ ମିଳିଛି ।

  • ନେମ ପ୍ଲେଟ’ ବିବାଦ ଉପରେ ଡିମ୍ପଲ୍ ଯାଦବ, ଇମ୍ରାନ ମାସୁଦ, ରୁଚି ଭେରା ଉଠାଇଲେ ପ୍ରଶ୍ନ,ଅରୁଣ ଗୋଭିଲ କହିଲେ-ଏଥିରେ କୌଣସି ଅସୁବିଧା ନାହିଁ

    ନେମ ପ୍ଲେଟ’ ବିବାଦ ଉପରେ ଡିମ୍ପଲ୍ ଯାଦବ, ଇମ୍ରାନ ମାସୁଦ, ରୁଚି ଭେରା ଉଠାଇଲେ ପ୍ରଶ୍ନ,ଅରୁଣ ଗୋଭିଲ କହିଲେ-ଏଥିରେ କୌଣସି ଅସୁବିଧା ନାହିଁ

    ଉତ୍ତରପ୍ରଦେଶର ସ୍ଥିତ ସାହାରନପୁରର ଭାରତୀୟ ଜାତୀୟ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ନେମ ପ୍ଲେଟ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଶ୍ନ ନାମର ନୁହେଁ ବରଂ ଘୃଣାର । ଦେଶରେ ଘୃଣାଭାବ ଜାରି ରହିପାରିବ ନାହିଁ | ୭୦ ପ୍ରତିଶତରୁ ଅଧିକ ଲୋକ ଆରଏସଏସର ବିଚାର ଧାରାରେ ସହମତ ନୁହଁନ୍ତି | ତାଙ୍କ କହିବା ଯେ ଆଜି ଆପଣ ଧର୍ମ ନାମରେ ପରିଚୟ ମାଗୁଛନ୍ତି, ଆସନ୍ତାକାଲି ଆପଣ ଜାତି ନାମରେ ପରିଚୟ ମାଗିବା ଆରମ୍ଭ କରିବେ। ଆପଣ ସମାଜକୁ କେଉଁଠାକୁ ନେବାକୁ ଚାହୁଁଛନ୍ତି?

    ଏଥି ସହିତ ମୁରାଦବାଦର ସାଂସଦ ରୁଚି ଭେରା କହିଛନ୍ତି ଯେ ଯୋଗୀ ସରକାର ଏବଂ ମୋଦୀ ସରକାର ନାମ ଲେଖାଇ ମୁସଲମାନମାନଙ୍କୁ ହଇରାଣ କରୁଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଯେ ଯଦି ରାମ ଲେଖିବା ଠିକ୍ ତେବେ ରହୀମ ଲେଖିବା ଭୁଲ କାହିଁକି? ଏହା ଉପରେ ରୁଚି ଭେରା କହିଛନ୍ତି ଯେ ଆମେ କହୁଛୁ ଯେ ଉଭୟ ଭୁଲ୍, ଦୋକାନର ନାମ ଲେଖିବା ଯଥେଷ୍ଟ | ବାକି ସବୁ ଭୁଲ ଅଟେ |

    ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବ କହିଛନ୍ତି, “ସରକାର ଏହାର ବିଫଳତାକୁ ନେମ ପ୍ଲେଟ ମାଧ୍ୟମରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହା ବଦଳରେ ସେମାନେ ରୋଜଗାର, ମୁଦ୍ରାସ୍ଫୀତି, ଦାରିଦ୍ର ତଥା ଭିତ୍ତିଭୂମି ବୃଦ୍ଧି ବିଷୟରେ ଆଲୋଚନା କରିବା ଉଚିତ। ସେମାନେ ସେହି ନୀତି ବିଷୟରେ ଆଲୋଚନା କରିବା ଉଚିତ ଯାହା ଲୋକମାନଙ୍କ କଲ୍ୟାଣ ପାଇଁ ଆଣିପାରିବ। “

    ଅନ୍ୟପକ୍ଷରେ ଉତ୍ତରପ୍ରଦେଶର କାଉଡି ମାର୍ଗରେ ଖାଦ୍ୟ ଦୋକାନରେ ‘ନେମ ପ୍ଲେଟ୍’ ଲଗାଇବା ନିର୍ଦ୍ଦେଶ ଉପରେ ବିଜେପି ସାଂସଦ ଅରୁଣ ଗୋଭିଲ କହିଛନ୍ତି ଯେ ମୁଁ ଏଥିରେ କୌଣସି ଅସୁବିଧା ଦେଖୁ ନାହିଁ। ଯାହା ହୋଇଛି ଠିକ୍ ହୋଇଛି |

  • ଶ୍ରାବଣ ମାସର ପ୍ରଥମ ସୋମବାର, ଜଳାଭିଷେକ ପାଇଁ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ

    ଶ୍ରାବଣ ମାସର ପ୍ରଥମ ସୋମବାର, ଜଳାଭିଷେକ ପାଇଁ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ

    ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହି ପରୀପ୍ରେକ୍ଷୀରେ ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୁର୍ଗାଠାରେ ଅବସ୍ଥିତ ରାଜ୍ୟ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

    ସେହିଭଳି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାବା ଆଖଣ୍ଡଳମଣି ପୀଠରେ ସବୁ ଥର ପରି ଚଳିତ ବର୍ଷ ମଧ୍ୟ ବୋଲ ବମ ଭକ୍ତ ମାନଙ୍କ ପାଇଁ ପ୍ରଶାସନ ତରଫରୁ ଲାଇଟ୍ ଓ ଟେଣ୍ଟ ର ବ୍ୟବସ୍ଥା ହୋଇଛି ହେଲେ ଅତି ନିମ୍ନମାନର ଟେଣ୍ଟ ଓ ଲାଇଟ୍ ହୋଇଛି ବୋଲି ସ୍ଥାନୀୟ ଯୁବକ ମାନେ ଅଭିଯୋଗ କରିଛନ୍ତି।ପ୍ରଶାସନ ତରଫରୁ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଘାଟ ଖୋଲା ରହିଥିବା କଥା ଯଣାପଡିଛି। ଅବଶିଷ୍ଟ ଯାତ୍ରୀମାନେ କିପରି ସୁବିଧାରେ ରାତି ସମୟରେ କିପରି ବିଶ୍ରାମ ନେଇପାରିବେ ସେ ଦିଗରେ ନଜର ଦେବାକୁ ସାଧାରଣ ରେ ଦାବି ହୋଇଛି। ବହୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଚାଲି ଚାଲି ଆସି ରାତିରେ ବିଶ୍ରାମ ନେବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପୁର୍ଣ୍ଣ କୋମାରେ। ସ୍ଥାନୀୟ ଯୁବକ ମାନେ ଏ ବିଷୟରେ ଚାନ୍ଦବାଲି ବିଡ଼ିଓ ଓ ତହସିଲଦାର ଙ୍କୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଯେହେତୁ ନଦୀ ପାର୍ଶ୍ବ ଓ ବର୍ଷା ଦିନ ଅନ୍ଧାର ଓ ତଳେ ଯାତ୍ରୀମାନେ ବିଶ୍ରାମ ନେଉଥିବା ର ନଜିର ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚାପାଗୁଞ୍ଜରଣ ସୃଷ୍ଟି ହେବାର ଦେଖିବାକୁ ମିଳିଛି।

    ତେବେ ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି

  • ମୁଖ୍ୟମନ୍ତ୍ରୀ ମୋହନଙ୍କ ଜିଲ୍ଲାରେ ମୋହରମ ଶୋଭାଯାତ୍ରାରେ ହନୁମାନ ଚାଳିଶା ପାଠ, କ’ଣ ହେଲା ପରେ?

    ମୁଖ୍ୟମନ୍ତ୍ରୀ ମୋହନଙ୍କ ଜିଲ୍ଲାରେ ମୋହରମ ଶୋଭାଯାତ୍ରାରେ ହନୁମାନ ଚାଳିଶା ପାଠ, କ’ଣ ହେଲା ପରେ?

    ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ଜିଲ୍ଲା ଉଜୈନରେ ଏକ ମୋହରମର ଶୋଭାଯାତ୍ରା ବାହାରୁଥିଲା । ହଠାତ୍ ଏହି ସମୟରେ ବ୍ୟାଣ୍ଡର ସ୍ୱର ବଦଳିଗଲା ଏବଂ ହନୁମାନ ଚାଳିଶା ପାଠ ଆରମ୍ଭ ହୋଇଗଲା | ଏହାକୁ ଦେଖି ସେଠାରେ ଉପସ୍ଥିତ ଆଶ୍ଚର୍ଯ୍ୟ ହୋଇଗଲେ | ଏହା ପରେ ସବୁ ଆଡୁ ଫୁଲର ବର୍ଷା କରାଯାଇଥିଲା | କେବଳ ଏତିକି ନୁହେଁ, ଲୋକମାନେ ପରସ୍ପରକୁ ନୋଟ୍ ମଧ୍ୟ ଦାନ କରିଥିଲେ।

    ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ଘର ଉଜୈନ ଠାରୁ ୪୦ କିଲୋମିଟର ଦୂରରେ ଥିବା ଉନହେଲରେ ମୋହରମର ଶୋଭାଯାତ୍ରାରେ ସାମ୍ପ୍ରଦାୟିକ ଭାଈଚାରାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା। ଯେତେବେଳେ ସେଠାରେ ମୋହରମର ଶୋଭାଯାତ୍ରା ଚାଲିଥିଲା ​​| ସେତେବେଳେ କାଉନସିଲର ତଥା ନଗର ପରିଷଦର ଅନ୍ୟ ନେତାମାନେ ମୋହରମର ଜୋରଦାର ସ୍ୱାଗତ କରିଥିଲେ। ଏହି ସମୟରେ ଭାରତୀୟ ଜନତା ପାର୍ଟିର ନେତା ଏବଂ ହିନ୍ଦୁ ସଂଗଠନର କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉନହେଲ ବାସିନ୍ଦା ସଦ୍ଦାମ ଖାନ କହିଛନ୍ତି ଯେ ଯେତେବେଳେ ହିନ୍ଦୁ ପରିବାରଦ୍ୱାରା ଫୁଲର ବର୍ଷାରେ ସ୍ୱାଗତ କରାଯାଉଥିଲା, ସେହି ସମୟରେ ହନୁମାନ ଚାଳିଶାକୁ ବ୍ୟାଣ୍ଡର ଧ୍ୱନିରେ ପାଠ କରାଯାଇଥିଲା।

    ସାମାଜିକ ସମନ୍ୱୟର ଏକ ଉଦାହରଣ
    ଏହି ସମୟ ମଧ୍ୟରେ, ମୁସଲମାନ ସମ୍ପ୍ରଦାୟ ମଧ୍ୟ ଆଗକୁ ଆସି ସାମ୍ପ୍ରଦାୟିକ ସମନ୍ୱୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି | ଉନହେଲର ବାସିନ୍ଦା ଅଙ୍କିତ ଜୈନଙ୍କ କହିବା ଅନୁଯାୟୀ ଏଠି ପ୍ରତିବର୍ଷ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟର ଲୋକେ ମିଶିକି ପର୍ବ ଏହି ପର୍ବକୁ ଏକାଠି ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ, ମୁହରାମ ସମୟରେ ଆଉ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି |ଏହି ପରିପ୍ରେକ୍ଷୀରେ, ମୋହରମ ସମୟରେ ଆଉ ଏକ ଅନନ୍ୟ ଉଦାହରଣ ସୃଷ୍ଟି ହୋଇପାରିଛି |

  • ହଜ୍ ତୀର୍ଥଯାତ୍ରା ସମୟରେ ଅଘଟଣ ୯୮ ଭାରତୀୟଙ୍କର ମୃତ୍ୟୁ

    ହଜ୍ ତୀର୍ଥଯାତ୍ରା ସମୟରେ ଅଘଟଣ ୯୮ ଭାରତୀୟଙ୍କର ମୃତ୍ୟୁ

    ହଜରେ ମକ୍କା ଯାଇଥିବା ୯୮ ଜଣ ଭାରତୀୟଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏକ ଲକ୍ଷ ୭୫ ହଜାର ଭାରତୀୟ ଏଠାକୁ ଆସିଛନ୍ତି। ପ୍ରାକୃତିକ କାରଣରୁ ସମସ୍ତ ମୃତ୍ୟୁ ଘଟିଥିଲା ​​| ଏଥିମଧ୍ୟରେ ବେଙ୍ଗାଲୁରୁର ଦୁଇଜଣ ହଜ୍ ତୀର୍ଥଯାତ୍ରୀ ଅଛନ୍ତି। ସେମାନଙ୍କୁ କୌସର ରୁଖସାନା (୬୯ ) ଏବଂ ଅବଦୁଲ ଅନସାରୀ (୫୪ ) ବୋଲି ଚିହ୍ନଟ କରାଯାଇଛି।

    ମରୁଭୂମି ଦେଶରେ ପ୍ରବଳ ଉତ୍ତାପ ଯୋଗୁଁ ଅନ୍ୟାନ୍ୟ ନାଗରିକଙ୍କ ପରି ବେଙ୍ଗାଲୁରୁର ଦୁଇଜଣ ତୀର୍ଥଯାତ୍ରୀ ଡିହାଇଡ୍ରେସନ୍ ଏବଂ ଉତ୍ତାପ ଯୋଗୁଁ ମୃତ୍ୟୁ ବରଣ କରିଥିଲେ। କର୍ଣ୍ଣାଟକ ରାଜ୍ୟ ହଜ୍ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏସ ସରଫରାଜ ଖାନ କହିଛନ୍ତି ଯେ ମକ୍କା ଉପକଣ୍ଠରେ ଥିବା ମୀନା ଉପତ୍ୟକାରେ ରାମି ଅଲ-ଜାମାରତ (ଶୟତାନକୁ ପଥର ମାରିବା) ରୀତିନୀତିରେ ଯୋଗଦେବା ସମୟରେ ଏହି ଘଟଣା ଘଟିଛି। ପ୍ରାୟତଃ ଏହି ରୀତିନୀତି ସମୟରେ ଧାଁ-ଧପଡ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଥାଏ | ତେବେ ସାଉଦି ଆରବ ବର୍ତ୍ତମାନ ଏ ସମ୍ପର୍କରେ ଅନେକ ବ୍ୟବସ୍ଥା ମଧ୍ୟ କରିଛି।

    ସାଉଦି ଆରବର ମକ୍କାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମକ୍କା ହେଉଛି ଏମିତି ଏକ ଅଞ୍ଚଳ ଯାହା କେବଳ ଗ୍ରୀଷ୍ମ ମାସରେ ନୁହେଁ ଶୀତ ମାସରେ ମଧ୍ୟ ଗରମର ଦାଉ ଦେଖିବାକୁ ମିଳିଥାଏ | ଏହି ସ୍ଥାନର ତାପମାତ୍ରା ଶୀତ ମାସରେ ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥାଏ | ମକ୍କାର ଜଳବାୟୁ ବିଷୟରେ ବିଶେଷଜ୍ଞମାନେ କୁହନ୍ତି ଯେ ଏହାର ଉତ୍ତାପ ପାଇଁ ଏହାର ଭୌଗୋଳିକ ଫେକ୍ଟର ସବୁଠାରୁ ଅଧିକ ଦାୟୀ | ମକ୍କା ହେଉଛି ସାତୋଟି ଭିନ୍ନ ପର୍ବତ ଦ୍ୱାରା ଘେରି ରହିଥିବା ଏକ କ୍ଷେତ୍ର | ସାଉଦି ଆରବ ଏକ ଉପତ୍ୟକା ଅଞ୍ଚଳ | ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ମାତ୍ର ୯୦୯ ଫୁଟ | ବିଶାଳ ପର୍ବତ ଯୋଗୁଁ ଉତ୍ତରରୁ ଆସୁଥିବା ଶୀତଳ ପବନ ମକ୍କାରେ ପହଞ୍ଚିପାରେନାହିଁ | ମକ୍କା ସମୁଦ୍ର ପତ୍ତନଠାରୁ ମାତ୍ର ୩୦୦ ମିଟର ଉପରେ ଅବସ୍ଥିତ, ଏହାର ନିମ୍ନ ଉଚ୍ଚତା ହେତୁ ଏହା ଅନ୍ୟ ଉଚ୍ଚ ଉଚ୍ଚତା ସ୍ଥାନ ତୁଳନାରେ ଏଠାରେ କମ୍ ଥଣ୍ଡା ପଡିଥାଏ |

  • ଭାଇଚାରାର ପର୍ବ ଇଦ ପାଳିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର

    ଭାଇଚାରାର ପର୍ବ ଇଦ ପାଳିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ଓ ପଞ୍ଚହରା ଗ୍ରାମରେ ଥିବା ମସଜିଦରେ ଇଦ ପର୍ଵ ପାଳନ ହୋଇଯାଇଛି । ଏଥିରେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ସାମିଲ ହୋଇ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଭାଇଚାରାର ପ୍ରିତୀକ ଇଦ ପର୍ବକୁ ମୁସଲମାନ ଭାଇ ମାନେ ଏକ ମାସ ଧରି ନିଷ୍ଠାର ସହ ଉପବାସ କରି ରମଜାନ ଭାବେ ପାଳନ କରିଥାନି । ଏହି ଅବଧି ଭିତରେ ସେମାନେ ନମାଜ ପଢିବା ସହ ପରସ୍ପରଙ୍କୁ ଆଲିଙ୍ଗନ କରି ସୌହାର୍ଦ୍ଦ୍ୟ ବାଣ୍ଟନ୍ତି । ମୁସଲମାନ ଭାଇ ମାନେ ପରସ୍ପକୁ ମିଠା ଖୁଆଇ ବେଶ ଉତ୍ସାହର ସହ ଏହି ପର୍ବକୁ ପାଳନ କରିଥାନ୍ତି ।

    ଏହି ଅବସରରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ସାମିଲ ହୋଇଥିବା ବେଳେ ତାଙ୍କୁ ମୁସଲମାନ ସମ୍ପ୍ରଦାୟ ତରଫରୁ ସ୍ବାଗତ କରାଯାଇଥିଲା । ସମସ୍ତଙ୍କୁ ଇଦ ମୁବାରକ କହି ଜାତିଆଣ ଭେଦଭାବ ଏବଂ ଭାଷାଗତ ପ୍ରଭେଦକୁ ଭୁଲି ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଆଗକୁ ବଢିବା ଉଚିତ ବୋଲି କହିଥିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର ।

    ଆଜିର ଦିନଟି ମୁସଲମାନ ସମ୍ପ୍ରଦାୟ ପାଇଁ ଖାସ ଦିନ । କାରଣ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ସେମାନେ ରମଜାନ ମାସ ଭାବେ ପାଳିଥାନ୍ତି । ଉପବାସ ଠାରୁ ଆର କରି ପ୍ରତ୍ୟକ ଦିନ ନମାଜ ପଢନ୍ତି । ଏହାକୁ ସେମାନେ ବିଶେଷ କରି ଧର୍ମ ମାସ ଭାବେ ବେଶ ଉଲ୍ଲାସରେ ପାଳନ କରିଥାନ୍ତି ।