Category: ଧର୍ମ

  • ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଶ୍ରୀହରି

    ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଶ୍ରୀହରି

    ଆଜି ରସଗୋଲା ଦିବସ । ମିଠା ଭିତରେ ରସଗୁଲା କଥା ଭିନ୍ନ। ଏହି ମିଠା ସମସ୍ତ ଓଡିଆଙ୍କର ଅତି ପ୍ରିୟ । ଖାଲି ଓଡିଆଙ୍କ ପ୍ରିୟ ନୁହେଁ, ସେମାନଙ୍କ ପ୍ରାଣର ଦେବତାଙ୍କୁ ପ୍ରିୟ ବୋଲି। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ଏହି ମିଠା ମା ଲକ୍ଷ୍ମ ଓ ମହାପ୍ରଭୁଙ୍କ ଭିତରେ ସୃଷ୍ଟି ହୋଇଥିବା ମତାନ୍ତର ଦୂର କରିବାର ମାଧ୍ୟମ ହୋଇଥାଏ। ୯ ଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ପ୍ରଭୁ ମା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଏକାକୀ ଛାଡି ମାଉସୀ ମା’ଙ୍କ ମନ୍ଦିରକୁ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଚାଲିଯାଇଥାନ୍ତି। ସ୍ବାମୀଙ୍କ ଏତାଦୃଶ କାର୍ଯ୍ୟରେ କ୍ରୋଧିତ ହୋଇଥାନ୍ତି ମା। ତେଣୁ ଯେଉଁଦିନ ଭାଇ ଭଉଣୀଙ୍କୁ ନେଇ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଦେଢଶୂର ଓ ନଣନ୍ଦଙ୍କ ମନ୍ଦିର ପ୍ରବେଶ ପରେ ଅଭିମାନ ଓ ରାଗ ଜର୍ଜରିତା ମା ଲକ୍ଷ୍ନୀ ପ୍ରଭୁଙ୍କ ମନ୍ଦିର ପ୍ରବେଶ ପୂର୍ବରୁ ବନ୍ଦ କରିଦିଅନ୍ତି ମନ୍ଦିର ଦ୍ୱାର। ଶେଷରେ ମହାପ୍ରଭୁ ରସଗୋଲା ଦେଇ ମା’ଙ୍କ ମାନ ଭଞ୍ଜନ କରନ୍ତି ଓ ମନ୍ଦିରକୁ ପ୍ରବେଶ କରିଥାନ୍ତି। ତେଣୁ ନୀଳାଦ୍ରିବିଜେ ଦିନ ଓଡିଶା ବାସୀ ପାଳନ କରିଥାନ୍ତି ରସଗୋଲା ଦିବସ।

    ରସଗୋଲାକୁ ବିଶ୍ୱବ୍ୟାପୀ ଆଦୃତ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ଏକ ସାମାଜିକ କ୍ରାନ୍ତିରେ ପରିଣତ କରାଯାଇଛି। ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ସୋସିଆଲ ମିଡିଆରେ ଏହାର ପ୍ରଚାର ଓ ପ୍ରସାର ଆରମ୍ଭ ହୋଇଥିଲା । ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ତେବେ କାହିଁ କେଉଁ କାଳରୁ ରସଗୋଲା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଥିବା ବେଳେ କିନ୍ତୁ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ଆରମ୍ଭ ହୋଇଥିଲା‘ମିଠାଯୁଦ୍ଧ’ । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍ ।

  • ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ପାଳନ ହେବ ନାହିଁ ଇଦ୍

    ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ପାଳନ ହେବ ନାହିଁ ଇଦ୍


    ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ ହେବ ନାହିଁ । ବଦ୍ରିନାଥ ଧାମରେ ପଣ୍ଡା ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି । ଏହି ଷ୍ପତ୍ତି ଅନୁସାରେ ଜୋଶିମଠ ଆଗରେ ଇଦ୍ ପାଳନ କରାଯିବ ନାହିଁ । ଗତ ବର୍ଷ ପର୍ଯ୍ୟନ୍ତ, ଏହା ବଦ୍ରିନାଥ ଧାମରେ ମଧ୍ୟ ପାଳନ କରାଯାଉଥିଲା, କିନ୍ତୁ ଏଥର ଶ୍ରୀ ବଦ୍ରିନାଥ ଧାମରେ ଇଦ୍ ଉଲ୍ ଜୁହା ପର୍ବ ପାଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ହିନ୍ଦୁ ସଂଗଠନ ବଦ୍ରିନାଥ ବ୍ୟାପାର ସଭା, ପଣ୍ଡା-ପୁରୋହିତ, ତିର୍ଥ ପୁରୋହିତ, ଧାମରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଠିକାଦାର ଏବଂ ଶ୍ରମିକମାନେ ଯୋଗ ଦେଇଥିଲେ । ଏହି ବୈଠକ ବଦ୍ରିନାଥ ପୋଲିସ ଷ୍ଟେସନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଣ୍ଡାଙ୍କ ସମ୍ପର୍କୀୟମାନେ ଦାବି କରିଥିଲେ ଯେ, ବଦ୍ରିନାଥ ଧାମରେ ଇଦ୍ ନମାଜ କରାଯିବା ଉଚିତ ନୁହେଁ । କାରଣ ଧାର୍ମିକ ବିଶ୍ୱାସ ଅନୁଯାୟୀ ଇଦ୍ ନମାଜ କରିବାର କୌଣସି ପରମ୍ପରା ନାହିଁ । ଏଭଳି ପରିସ୍ଥିତିରେ ପୋଲିସ ପ୍ରଶାସନ ଅଣ-ହିନ୍ଦୁମାନଙ୍କ ସହ କଥା ହେବା ପରେ ନମାଜ ପାଠ ନକରିବାକୁ ଦାବି କରିଥିଲା । ଯେଉଁଥିରେ ଅଣ-ହିନ୍ଦୁମାନେ ମଧ୍ୟ ସେମାନଙ୍କ ସମ୍ମତି ପ୍ରକାଶ କରିଥିଲେ ଏବଂ ବଦ୍ରିନାଥ ଧାମ ବାହାରେ ଆଗାମୀ ଇଦ୍ ପାଳନ ବିଷୟରେ ଆଲୋଚନା କରିଥିଲେ । ସମସ୍ତେ ସେମାନଙ୍କର ସମ୍ମତି ଦେଇଛନ୍ତି । ବୈଠକ ରେଜିଷ୍ଟରରେ ସମସ୍ତ ଅଣ-ହିନ୍ଦୁଙ୍କ ସହମତି ମଧ୍ୟ ପୋଲିସ ପ୍ରଶାସନ ରେକର୍ଡ କରିଛି । ପଣ୍ଡା ପୁରୋହିତ ପ୍ରବୀଣ ଧ୍ୟାନୀ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଅଣ ହିନ୍ଦୁମାନେ ବଦ୍ରିନାଥ ଧାମରେ ଗୁପ୍ତ ଭାବରେ ଇଦ୍ ପ୍ରାର୍ଥନା କରୁଥିଲେ । ଏହା ଉପରେ ହିନ୍ଦୁ ସଂଗଠନ ଗୁଡ଼ିକରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା, କିନ୍ତୁ ଏଥର ସମସ୍ତ ଲୋକ ଏହି ବିଷୟରେ ବୈଠକ କରି ଶାନ୍ତିପୂର୍ଣ୍ଣ ଭାବେ ଶାନ୍ତି ସ୍ଥାପନ କରିଛନ୍ତି ଏବଂ ଭବିଷ୍ୟତରେ ଜୋଶିମଠ ଠାରୁ ଆଗକୁ ଅନ୍ୟ କୌଣସି ସ୍ଥାନରେ ବଦ୍ରିନାଥ ଜାତୀୟ ରାଜପଥରେ ଇଦ୍ ଅନୁଷ୍ଠିତ ହେବ ନାହିଁ ।

  • ଜପ ପୂଜା ପାଇଁ କେଉଁ ଆସନ ଦେଇଥାଏ ଶୁଭଫଳ?

    ଜପ ପୂଜା ପାଇଁ କେଉଁ ଆସନ ଦେଇଥାଏ ଶୁଭଫଳ?

    ଧର୍ମୀୟ ପୂଜା ପାଠ ଓ ଜପ ସମୟରେ କାହିଁ କେଉଁ କାଳରୁ ଆସନ ପ୍ରଚଳିତ। ବିନା ଆସନରେ ପୂଜା କରିବା ଦ୍ୱାରା ଆମର ମନୋକାମନା ଅଧା ରହିଯାଇଥାଏ, ଆମ ଦୁଃଖର କାରଣ ମଧ୍ଯ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆହୁରି ମଧ୍ୟ ଏପରି କରିବା ଦ୍ୱାରା ଘରକୁ ହୋଇଥାଏ ନକାରାତ୍ମକ ଶକ୍ତିର ଆଗମନ । ତେବେ ଯେକୌଣସି ଆସନରେ ପୂଜା କରିବାରେ ମିଳି ନ ଥାଏ ସୁଫଳ। ଶୁଭ ଫଳ ଲାଭ କରିବାକୁ ହେଲେ କେଉଁ ଆସନର ବ୍ୟବହାର କରିବା ଉଚିତ ଓ କେଉଁଟା ନୁହେଁ ଆସନ୍ତୁ ସେ ବିଷୟରେ ଜାଣିବା।

    ବାଉଁଶର ଆସନରେ ବସି ପୂଜା କରିବା ଦ୍ୱାରା ସାଧକଙ୍କୁ ଆର୍ଥିକ ଦୁରାବସ୍ଥା ଓ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡିପାରେ। ସେହିପରି ଘାସ ଏବଂ ଛଣରେ ତିଆରି ଆସନରେ ବସି ପୂଜା ଓ ଜପ କଲେ ଯଶ ଖ୍ୟାତି ନଷ୍ଟ ହେବା ସହ ବ୍ୟକ୍ତିର ଗରିମା ନଷ୍ଟ ହେବା କୁହାଯାଏ। ପଥରର ଚୌକି ଉପରେ ବସି ପୂଜା କରିବା ମଧ୍ୟ ବ୍ୟକ୍ତିଙ୍କ ପାଇଁ ହାନୀକାରକ ହୋଇଥାଏ। ପଥର ଚୌକିରେ ପୂଜା କରିବା ଦ୍ୱାରା ରୋଗ, ଦୁଃଖ, ଦୁର୍ଭାଗ୍ୟ ମିଳିବା ହିଁ ସାର ହୋଇଥାଏ। ଆର୍ଥିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏହା ବ୍ୟତୀତ ପତ୍ରରେ ତିଆରି ଆସନରେ ବସି ପୂଜା ପାଠ କଲେ ବ୍ୟବସାୟ ବାଣିଜ୍ୟରେ କ୍ଷତି ସହିବାକୁ ହୁଏ, କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲି ପାରି ନ ଥାଏ। ଡାଙ୍ଗ ତିଆରି ଆସନରେ ବସି ପୂଜା କରିବା ଦ୍ୱାରା ଦୁଃଖ ଓ ଅଶାନ୍ତି ମିଳିଥାଏ। କପଡାରେ ତିଆରି ଆସନ ଚିନ୍ତା ଓ ବିଘ୍ନର କାରଣ ମଧ୍ୟ।

    ତେବେ ଶାସ୍ତ୍ର ମୁତାବକ ରେଶମ, କମ୍ବଳ, କାଠ, ତାମ୍ରପତ୍ର, ମୃଗଚର୍ମରୁ ତିଆରି ଆସନରେ ବସିବା ଲାଭଦାୟୀ ହୋଇଥାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେମିତି ଆସନ ମିଳିବା କଷ୍ଟକର। ତେଣୁ ବ୍ରହ୍ମ ପୁରାଣ ଅନୁଯାୟୀ କୁଶ ଆସନର ପ୍ରୟୋଗ କରାଯାଇ ପାରେ ପୂଜାପାଠ ପାଇଁ। ବ୍ରହ୍ମପୁରାଣ ମୁତାବକ, କୁଶ ଆସନ ଉପରେ ଜପ କରିବା ଦ୍ୱାରା ଅନନ୍ତ ଫଳ ପ୍ରାପ୍ତି ହୋଇଥାଏ। ଆସନକୁ ନେଇ ଆଉ ଏକ ବଡ କଥା କି, ଯେତେବେଳେ କେହି ପ୍ରଥମ ଥର ପୂଜା ବା ଜପ କରିଥାନ୍ତି, ତାଙ୍କ ଆସନ ଅଲଗା ହେବା ଆବଶ୍ୟକ। ଅନ୍ୟର ଆସନ ବ୍ୟବହାର ଦ୍ୱାରା ଦୋଷ ଲାଗିଥାଏ।

    ତେଣୁ ପୂଜା ବା ଜପ ପୂର୍ବରୁ ଆସନକୁ ଜଳ ଓ ମନ୍ତ୍ର ଦ୍ୱାରା ଶୁଦ୍ଧ କରିବା ଆବଶ୍ୟକ। ସେହିପରି ପ୍ରତିଥର ପୂଜା ପୂର୍ବରୁ ଆସନକୁ ମୁଣ୍ଡରେ ଲଗାଇବା ଉଚିତ। ପୂଜା ପରେ ଆସନକୁ ଭାଙ୍ଗିଭୁଙ୍ଗି ଯଥା ସ୍ଥାନରେ ରଖିବା ଜରୁରୀ ବୋଲି କୁହାଯାଇଛି। ତେବେ ସବୁଠାରୁ ବଡ କଥା, ଆସନରେ ବସିବା ବେଳେ ଧ୍ୟାନ ଦେବାକୁ ହେବ କି ଯେମିତି ଗୋଡ ଭୂଇଁକୁ ନ ଛୁଏଁ। ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ନିଶ୍ଚିତ ସୁଫଳ ମିଳିଥାଏ।

  • ବିଷ୍ଣୁ ପ୍ରିୟାଙ୍କ ପୂଜାରେ ରହିଛି କିଛି ନିୟମ, ଯାହା ଆଣିଦେବ ସୁଖ ସମୃଦ୍ଧି

    ବିଷ୍ଣୁ ପ୍ରିୟାଙ୍କ ପୂଜାରେ ରହିଛି କିଛି ନିୟମ, ଯାହା ଆଣିଦେବ ସୁଖ ସମୃଦ୍ଧି

    ହିନ୍ଦୁ ଧର୍ମରେ ତୁଳସୀ ଗଛର ରହିଛି ବଡ ମହତ୍ୱ। ପ୍ରତି ହିନ୍ଦୁଙ୍କ ଘର ଆଗରେ ଶୋଭାପାଏ ଚଉରାରେ ତୁଳସୀ। ତୁଳସୀକୁ ହିନ୍ଦୁଧର୍ମାବଲମ୍ବୀ ପବିତ୍ର ତୁଳସୀକୁ ବିଷ୍ଣୁ ପ୍ରିୟା ଭାବେ କରିଥାନ୍ତି ପୂଜାର୍ଚ୍ଚନା। ତେବେ ତୁଳସୀ ପୂଜିବାର ରହିଛି ଏକ ନିର୍ଦ୍ଧିଷ୍ଟ ଶୈଳୀ ଓ କେତେକ କାର୍ଯ୍ୟ ନ କରିବାକୁ ମଧ୍ୟ ରହିଛି ଶାସ୍ତ୍ରୀୟ ନିର୍ଦ୍ଦେଶାବଳୀ। ଏହି ଉପାୟରେ ତୁଳସୀ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାର ରହିଛି ବିଶ୍ୱାସ।

    ତୁଳସୀର ପୂଜା ମାନସିକ ଶାନ୍ତି ପ୍ରଦାନ  କରିବା ସହ ଗୃହରେ ସକାରାତ୍ମକ ଶକ୍ତିର ସୃଷ୍ଟି କରିଥାଏ। ତେଣୁ  ଚଉରା ଚାରିପାଖ ସଫା ସୁତରା ରଖିବାକୁ କୁହାଯାଇଛି। ଚଉରା ନିକଟରେ ଯୋତା ରଖିବାକୁ କରାଯାଇଛି ବାରଣ।  ସେହିପରି କଦାପି ତୁଳସୀ ଗଛକୁ ଅପରିଷ୍କାର କି ଅଇଁଠା ହାତରେ ଛୁଅନ୍ତୁ ନାହିଁ। ଏପରି କାର୍ଯ୍ୟରେ ବିଷ୍ଣୁ ଅପମାନିତ ହେବା ସହ କ୍ରୋଧିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।  ତୁଳସୀ ମୂଳରେ ପାଣି ଦେବା ବେଳେ ବା ପୂଜା କରିବା ବେଳେ କଳା କପଡା ପିନ୍ଧନ୍ତୁ ନାହିଁ । ମୁଖ୍ୟତଃ ଏକାଦଶୀ ତିଥିରେ କଳା କପଡା ପିନ୍ଧି ପୂଜା କରିବା ଅତି ଭୟଙ୍କର ଫଳ ଦେଇଥାଏ ।

    ଆଉ ଏକ ବିଶେଷ ବିଶ୍ବାସ ରହିଛି ତୁଳସୀଙ୍କୁ ନେଇ। ବିଶ୍ୱାସ ରହିଛି, ଦେବସୟନୀ ଏକାଦଶୀଠାରୁ  ବିଷ୍ଣୁ ୪ ମାସ ପାଇଁ ଯିବେ କ୍ଷୀର ସାଗରକୁ ଯୋଗ ଶୟନରେ, ଯାହାକୁ ଚତୁର୍ମାସ ବା ଚତୁର୍ମାସିଆ କୁହାଯାଏ। ଏହି ଏକାଦଶୀ ଦିନକୁ ବହୁତ ଶୁଭ ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନ ବିଷ୍ଣୁ ପ୍ରିୟା ତୁଳସୀଙ୍କ ପୂଜା କରିବା ଅତି ଶୁଭ ବୋଲି ବିଶ୍ୱାସ ରହିଛି। ତେବେ ଏକାଦଶୀ ଦିନମାନଙ୍କରେ ମା ତୁଳସୀ ନିର୍ଜଳା ବ୍ରତ ରଖିଥିବାରୁ ଏହି ଦିନରେ ତୁଳସୀ ମୂଳରେ ଜଳ ଚଢାଇବା ଅନୁଚିତ। ଏକାଦଶୀ ଦିନ ତୁଳସୀ ପତ୍ର ଛିଣ୍ଡାଇବା ଉପରେ ମଧ୍ୟ ରହିଛି ବାରଣ। ତେଣୁ ଯଦି ତୁଳସୀର ବ୍ୟବହାର କରିବାକୁ ଚାହୁଁଥାନ୍ତି ତେବେ ତା ପୂର୍ବ ଦିନରୁ ପତ୍ର ଛିଣ୍ଡାଇ ରଖିଥାନ୍ତୁ। ଏହି ପରି ନିତି ନିୟମରେ ତୁଳସୀ ପୂଜା କଲେ ବହୁ ସୁଫଳ ମିଳିଥାଏ। ଏହା ବ୍ୟତୀତ  ଆଗାମୀ ୨୯ ତାରିଖରେ ଦେବସୟନୀ ଏକାଦଶୀ ଥିବାରୁ ତୁଳସୀ ପୂଜା ବେଳେ ଏହି ନିୟମ ପାଳନ କରନ୍ତୁ।