Category: ଦୁର୍ଘଟଣା

  • ଯାଜପୁର ରୋଡରେ ନବଜାତକୁ ଉଦ୍ଧାର, ଘଟଣାକୁ ନେଇ ଚର୍ଚ୍ଚା

    ଯାଜପୁର ରୋଡରେ ନବଜାତକୁ ଉଦ୍ଧାର, ଘଟଣାକୁ ନେଇ ଚର୍ଚ୍ଚା

    ଯାଜପୁର ରୋଡରେ ଅମାନବୀୟ ଘଟଣା । ଉଦ୍ଧାର ହେଲା ନବଜାତ ଶିଶୁ । ଜଣେ ନାବାଳିକାଙ୍କୁ ଗର୍ଭବତୀ କରାଇ ବେଆଇନ ପ୍ରସବ କରାଇବା ଘଟଣାରେ ଆସିଛି ନୂଆ ମୋଡ଼ । ନାବାଳିକା ରହୁଥିବା ଭଡାଘର ନିକଟରୁ ନବଜାତକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଓ ପୋଲିସଙ୍କ ଯୁକ୍ତ ପ୍ରୟାସରେ ଶିଶୁଟିକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରମାନଙ୍କ କହିବା ଅନୁସାରେ ଶିଶୁର ସ୍ୱାସ୍ଥ୍ୟ ଏବେ ସ୍ଥିର ଅବସ୍ଥାରେ ଅଛି । ନାବାଳିକା ଜଣକ ଏକ ଘରୋଇ ହସ୍ପିଟାଲରେ ଶିଶୁକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ପେଶ କରାଯାଇଛି ।

    ପୋଲିସ ସୂଚନା ଅନୁଯାୟୀ, ବ୍ୟାସନଗର ସହର କୋପଣ୍ଡ ଗାଁର ୭୦ ବର୍ଷୀୟ ପଦ୍ମନାଭ ଶତପଥୀଙ୍କ ଘରେ ନାବାଳିକା କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ତାଙ୍କୁ ପୁନଃପୁନି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି । ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଯାଜପୁର ରୋଡ଼ର ଏକ ଘରୋଇ ଚିକିତ୍ସାଳୟକୁ ନେଇଥିବା କୁହାଯାଉଛି । ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ସଂପୃକ୍ତ ମାମଲାରେ ପଦ୍ମନାଭ ଶତପଥୀଙ୍କ ସହ ଘରୋଇ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି।

  • ବେଙ୍ଗାଲୁରୁ ନିକଟରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

    ବେଙ୍ଗାଲୁରୁ ନିକଟରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

    ବେଙ୍ଗାଲୁରୁ ନିକଟରେ ହୋସକୋଟ୍‌- ଦୋବ୍ସପେଟ ରାସ୍ତାରେ ଶୁକ୍ରବାର ସକାଳେ ଘଟିଛି ଏକ ଭୟଙ୍କର ଘଟଣା | ସେହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ସୂଚନା ଅନୁସାରେ, ଦ୍ରୁତଗତିରେ ଯାଉଥିବା ଏକ ଏସ୍‌ୟୁଭି କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ମଟୋରସାଇକେଲକୁ, ତାପରେ ଏକ କ୍ୟାଣ୍ଟର ଟ୍ରକ୍ କୁ ଧକ୍କା ଦେଇଥିଲା । ସେଥିପରେ ସେହି କାର୍ ଅନ୍ୟ ଏକ ଯାନ ସହିତ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଏସ୍‌ୟୁଭି ଭିତରେ ଥିବା ୬ ଜଣ ଯାତ୍ରୀ ଏବଂ ମୋଟରସାଇକେଲ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

    ପ୍ରାଥମିକ ଖବର ଅନୁସାରେ, ମୃତକମାନେ ବେଙ୍ଗାଲୁରୁର କୋଥାନୁର ଅଞ୍ଚଳର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି | ତଥାପି ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ | ଘଟଣାସ୍ଥଳରୁ ମୃତଦେହଗୁଡିକୁ ଉଠାଇ ହୋସକୋଟ ସରକାରୀ ହସ୍ପିଟାଲ‌କୁ ପଠାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ।

  • ସ୍କୁଲକୁ ମଦ୍ୟପାନ କରି ଆସିଲେ ଦୁଇ ଛାତ୍ର

    ସ୍କୁଲକୁ ମଦ୍ୟପାନ କରି ଆସିଲେ ଦୁଇ ଛାତ୍ର

    ବିଦ୍ୟାଳୟ ପରିସରରେ ଘଟିଛି ଚିନ୍ତାଜନକ ଘଟଣା। ସପ୍ତମ ଶ୍ରେଣୀର ଦୁଇ ଛାତ୍ର ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସି ଚେତାଶୂନ୍ୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାଟି ଦଶପଲ୍ଲାର ଏକ ବିଦ୍ୟାଳୟରେ ଘଟିଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଛି।

    ଖବର ଅନୁଯାୟୀ , ଦୁଇ ଛାତ୍ର ମଦପିଇ ସ୍କୁଲକୁ ଆସିଥିଲେ। କ୍ଲାସ୍ ସମୟରେ ସେମାନେ ଅସ୍ୱସ୍ଥ ହୋଇଯାଇଥିଲେ ସେହି ସମୟରେ ହିଁ ଚେତାଶୂନ୍ୟ ହୋଇପଡ଼ିଥିବାର କଥା କୁହାଯାଉଛି। ଘଟଣାଟି କୁ ଜାଣି ପ୍ରଧାନଶିକ୍ଷକ ତୁରନ୍ତ ଅଭିଭାବକମାନଙ୍କୁ ଡାକିଥିଲେ ଏବଂ ଦୁଇ ଛାତ୍ରଙ୍କୁ ଘରକୁ ପଠାଇଦେଇଥିଲେ। ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ଛାତ୍ରମାନେ ମଦ୍ୟପାନ କରି ସ୍କୁଲକୁ ଆସିଥିଲେ। କିନ୍ତୁ ସେପଟେ ଗୋଟେ ଛାତ୍ରଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ସ୍କୁଲ୍ ପରିସରରେ ହିଁ ମଦ୍ୟପାନ କରିଛି। ଏହାକୁ ନେଇ ଘଟଣାର ସତ୍ୟତା ନେଇ ପ୍ରଶ୍ନ ଉଠିଛି।

    ଏହି ଘଟଣା ପରେ ବିଦ୍ୟାଳୟ ପ୍ରଶାସନ ଓ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏତେ କାମ ବୟସ୍କ ଛାତ୍ରମାନଙ୍କ ମଧ୍ୟରେ ନିଶାସକ୍ତି କିପରି ପହଞ୍ଚୁଛି ଓ ସେମାନେ କେଉଁଠାରୁ ମଦ ପାଉଛନ୍ତି, ସେନେଇ ତଦନ୍ତ ଦାବି ଜୋରଦାର ହୋଇଛି। ପୋଲିସ ଓ ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ଖୋଜଖବର ନିଆଯାଉଥିବାର ସୂଚନା ମିଳିଛି। ଅଭିଭାବକମାନେ ବିଦ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଢ଼ାକଢ଼ି କରିବାକୁ ଦାବି କରିଛନ୍ତି।

  • ଫିଲ୍ମ ଷ୍ଟାଇଲରେ ହାଇୱେରେ କ୍ୟାସ୍ ଭ୍ୟାନ୍ ଉପରେ ଆକ୍ରମଣ କରି ଲୁଟିବା ଚେଷ୍ଟା

    ଫିଲ୍ମ ଷ୍ଟାଇଲରେ ହାଇୱେରେ କ୍ୟାସ୍ ଭ୍ୟାନ୍ ଉପରେ ଆକ୍ରମଣ କରି ଲୁଟିବା ଚେଷ୍ଟା

    ଦକ୍ଷିଣ ଇଟାଲୀର ଏକ ହାଇୱେରେ ଚଳଚ୍ଚିତ୍ର ମାନଙ୍କୁ ମନେପକାଇବା ଭଳି ଘଟଣା ଘଟିଛି। ଏକ ସଶସ୍ତ୍ର ଦଳ ଆପସେପା ବିସ୍ଫୋରଣ କରି ନଗଦ ବୋଝେଇ ଯାଉଥିବା ଏକ କ୍ୟାସ୍ ଭ୍ୟାନ୍‌କୁ ଅଟକାଇବା ଓ ଲୁଟିବା ପ୍ରୟାସ କରିଥିଲେ। ସେତେବେଳେ ସୁରକ୍ଷାକର୍ମୀମାନେ ପ୍ରତିରୋଧ କରିବାରୁ ଦୁଇପକ୍ଷରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ କେତେକ ସନ୍ଦିଗ୍ଧଙ୍କୁ ଧରିବାରେ ସଫଳ ହୋଇଛି।

    ଘଟଣାର ଦୃଶ୍ୟ ଧରା ପଡ଼ିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ନଗଦ ପରିବହନ କରୁଥିବା ସେହି ସୁରକ୍ଷା ଭ୍ୟାନ୍‌ଟିକୁ ଇଟାଲୀର ଘରୋଇ ସୁରକ୍ଷା କମ୍ପାନି ବାଟିଷ୍ଟୋଲି (BTV) ପରିଚାଳନା କରୁଥିଲା।

    ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଏକ ପୂର୍ବ-ଯୋଜିତ ଯୋଜନାରେ ରାଜପଥକୁ ଅବରୋଧ କରିବା ପାଇଁ ଅନ୍ୟ ଏକ ଭ୍ୟାନ୍‌କୁ ଆଗ୍ନେୟ କରିଥିଲେ। ଏହା ଫଳରେ ଟଙ୍କା ବୋଝେଇ ଯାଉଥିବା କନଭୟକୁ ଅଟକିବାକୁ ବାଧ୍ୟ ହେବାକୁ ପଡ଼ିଥିଲା ଏବଂ ଅଞ୍ଚଳରେ ଭୟଙ୍କର ଅସ୍ଥିରତା ସୃଷ୍ଟି ହୋଇଥିଲା।ଦକ୍ଷିଣ ଇଟାଲୀର ଏକ ରାଜପଥରେ ଫିଲ୍ମ ଷ୍ଟାଇଲରେ ବୋମା ବିସ୍ଫୋରଣ କରି କିଛି ଡକାୟତ ସୁରକ୍ଷାକର୍ମୀଥିବା ଏକ କ୍ୟାସ୍ ଭ୍ୟାନ୍ ଲୁଟିବାକୁ ଚେଷ୍ଟା କରିଛନ୍ତି। ସୁରକ୍ଷା ବାହିନୀଙ୍କ ସହ ସେମାନଙ୍କର ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ପୁଲିସ କେତେକ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଶସ୍ତ୍ର ଭ୍ୟାନ୍‌ଟି ନଗଦ ପରିବହନ କରୁଥିବା ଏକ ଘରୋଇ ସୁରକ୍ଷା କମ୍ପାନି ବାଟିଷ୍ଟୋଲି (ବିଟିଭି) ଦ୍ୱାରା ପରିଚାଳିତ ହେଉଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ, ଆକ୍ରମଣକାରୀମାନେ ଏକ ଯୋଜନାବଦ୍ଧ ଆକ୍ରମଣ କରି ଭ୍ୟାନ୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ରାଜପଥରେ ଅନ୍ୟ ଏକ ଭ୍ୟାନ୍‌ରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ। ସଶସ୍ତ୍ର ଭ୍ୟାନ୍‌ଟିକୁ ଅଟକାଇବାକୁ ବାଧ୍ୟ କରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ।ଇଟାଲୀର ସାମରିକ ପୁଲିସର କାର୍ଯ୍ୟାନୁଷ୍ଠାନ

    ଇଟାଲୀର ସାମରିକ ପୁଲିସ କାରାବିନେରି ପକ୍ଷରୁ ଆକ୍ରମଣକାରୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ସମୟରେ, ଗୋଟିଏ ଗୁଳି ପୁଲିସ ସେବା ଗାଡିର ୱିଣ୍ଡସିଲ୍ଡରେ ବାଜିଥିଲା। କିନ୍ତୁ କେହି ମ୍ୟତାହତ ହୋଇଥିବା ରିପୋର୍ଟ ମିଳିନାହିଁ। ପାଖ ଗାଡ଼ିରେ ଥିବା କ୍ୟାମେରାରେ ରେକର୍ଡିଂ ହୋଇଥିବା ଭିଡିଓ ଫୁଟେଜରେ ଛଅ ଜଣ ମୁଖାପିନ୍ଧା ଡକାୟତଙ୍କୁ ଦେଖିବାକୁ ମିଳୁଛି।ସେମାନଙ୍କ ମଧ୍ୟରୁ କେତେକ ଧଳା ପୋଷାକ ପିନ୍ଧିଥିଲେ ଓ ଅସ୍ତ୍ରଶସ୍ତ୍ର ଧରିଥିଲେ। ଫୁଟେଜରୁ ଜଣାପଡୁଛି ଯେ, ସେମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟ କରୁଥିଲେ। ତଦନ୍ତକାରୀଙ୍କ ଅନୁଯାୟୀ ଡକାୟତମାନେ ଟ୍ରାଫିକକୁ ଅବରୋଧ କରିବା ପାଇଁ ଅନେକ ଗାଡ଼ି ବ୍ୟବହାର କରିଥିଲେ। ​​ରାସ୍ତାକୁ ଅବରୋଧ କରିବା ପାଇଁ ସେମାନେ ସଶସ୍ତ୍ର ଭ୍ୟାନ୍‌ରେ ବିସ୍ଫୋରକ ଦ୍ବାରା ବିସ୍ଫୋରଣ କରାଇଥିଲେ।

    ଚେଷ୍ଟା ସତ୍ତ୍ୱେ ଡକାୟତି ଉଦ୍ୟମ ପଣ୍ଡ

    ଏହି ନାଟକୀୟ କାର୍ଯ୍ୟ ସତ୍ତ୍ୱେ, ଡକାୟତି ବିଫଳ ହୋଇଥିଲା ଓ ଆକ୍ରମଣକାରୀମାନେ ଟଙ୍କା ଲୁଟ୍ କରିବାରେ ବିଫଳ ହୋଇଥିଲେ। ସନ୍ଦିଗ୍ଧମାନେ ଶୀଘ୍ର ଖସିଯିବା ପାଇଁ କିଛି ଗାଡ଼ିକୁ ଅପହରଣ କରିଥିଲେ । ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ଗ୍ୟାଙ୍ଗ ନିଜର ପରିଚୟ ଲୁଚାଇବା ପାଇଁ ଫ୍ଲାସ୍ ଲାଇଟ୍ ଥିବା ଯାନ ବ୍ୟବହାର କରିଥିଲେ। ସାଧାରଣ ପୁଲିସ ଗାଡି ପରି ଦେଖାଉଥିବା ଏହି ଯାଦରେ ସେମାନେ ସହଜରେ ଖସି ପଳାଇଥିଲେ।। ଘଟଣାର ଗୋଟିଏ ଘଣ୍ଟା ପରେ, ଲେସେର କାରାବିନେରି ପ୍ରାଦେଶିକ କମାଣ୍ଡ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ଘୋଷଣା କରିଥିଲା। ଗୋଷ୍ଠୀର ଅବଶିଷ୍ଟ ସଦସ୍ୟମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି। ଏହି ଗୋଷ୍ଠୀ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ ସଂଗଠିତ ଅପରାଧ ନେଟୱାର୍କ ସହିତ ଜଡିତ କି ନାହିଁ ତାହାର ତଦନ୍ତ କରାଯାଇଛି।

  • ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ

    ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ

    ମେଡିକାଲ ଆଇସିୟୁ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା | ଚିକିତ୍ସାଧୀନ ଥିବା ଜଣେ ମହିଳା ରୋଗୀ ଆଇସିୟୁ ବେଡ୍‌ରୁ ବାଡ଼ା ଭାଙ୍ଗି ତଳକୁ ଖସିପଡ଼ୁଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଗୁରୁତର ଅବସ୍ଥାରେ ଥିବା ମହିଳା ରୋଗୀ ବେଡ୍‌ରୁ ଖସିପଡ଼ୁଥିବା ବେଳେ ସେଠାରେ କୌଣସି ସ୍ୱତନ୍ତ୍ର ସୁବିଧା ନାହିଁ । ଏହା ଆଇସିୟୁ ଭିତରେ ରୋଗୀମାନଙ୍କ ପ୍ରତି ହେଉଥିବା ଅବହେଳାର ନଗ୍ନ ଚିତ୍ର ବୋଲି ଅଭିଯୋଗ ହେଉଛି।

    ଚିନ୍ତାଜନକ କଥା ହେଉଛି, ମହିଳା ରୋଗୀ ଖସିପଡ଼ୁଥିବା ସମୟରେ କେହି ଜଣେ ଏହି ଘଟଣାକୁ ମୋବାଇଲ ଫୋନ୍‌ରେ ରେକଡିଂ କରି ଭିଡିଓଟି କୁ ସୋସିଆଲ ମିଡିଆରେ ଚଡି ଦେଇଛନ୍ତି | ତେବେ ଏହି ଘଟଣା କେଉଁ ମେଡିକାଲର ଓ କେବେକାର, ସେଥିପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଭିତର ଦୃଶ୍ୟ ଓ ପରିବେଶକୁ ଆଧାର କରି ଏହା ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ମେଡିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁ ହେବାର ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଯାଞ୍ଚ ଚାଲିଛି ବୋଲି ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଏହି ଭିଡିଓ ଭାଇରାଲ ପରେ ରୋଗୀ ସୁରକ୍ଷା, ଆଇସିୟୁ ପରିଚାଳନା ଓ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

  • ଉଙ୍କୁଣି ନେଲା ଜୀବନ: ଅବହେଳାର ଭୟାବହ ପରିଣାମ, ୧୨ ବର୍ଷିୟା ଝିଅର ମୃତ୍ୟୁ

    ଉଙ୍କୁଣି ନେଲା ଜୀବନ: ଅବହେଳାର ଭୟାବହ ପରିଣାମ, ୧୨ ବର୍ଷିୟା ଝିଅର ମୃତ୍ୟୁ

    ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। କେବଳ ଉକୁଣୀ ସମସ୍ୟାକୁ ଅବହେଳା କରିବାରୁ ୧୨ ବର୍ଷିୟା ଝିଅର ଜୀବନ ଚାଲିଗଲା। ମୃତକ ହେଲେ ଲକ୍ଷ୍ମୀପ୍ରିୟା ସାହୁ, ଲିଙ୍ଗରାଜ ସାହୁଙ୍କ ସନ୍ତାନ | ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ।

    ସୂଚନା ଅନୁଯାୟୀ, କିଛି ମାସ ତଳୁ ତାଙ୍କ ମୁଣ୍ଡରେ ଉକୁଣୀ ବେଶି ହୋଇଥିଲା। ବିଭିନ୍ନ ପ୍ରକାର ପ୍ରତିକାର କରିବା ସତ୍ତେ ସମସ୍ୟାର ସମାଧାନ ହୋଇନଥିଲା। ମା ସତ୍ୟଭାମା ସାହୁ ମୁଣ୍ଡ ଲଣ୍ଡା କରିବାକୁ ମଧ୍ୟ କହିଥିଲେ , କିନ୍ତୁ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ। ଏଭଳି ଅବହେଳା କରିବା ପାଇଁ ଉକୁଣୀ ଖପୁରୀ ପର୍ଯ୍ୟନ୍ତ ଚାଲିଯାଇଥିଲା |

    ମୁଣ୍ଡରୁ ଗନ୍ଧ ହେବା ପରେ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରିଥିଲେ, କିନ୍ତୁ ତାଙ୍କ ମୁଣ୍ଡ ଛୁଟି ଥିବାରୁ ପରିବାର ବାସ୍ତବ ସମସ୍ୟା ଜାଣିପାରିନଥିଲେ । ସେତେବେଳେ ୩ ଦିନ ପୂର୍ବରୁ ହଠାତ୍ ତାଙ୍କର ରକ୍ତବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ମେଡିକାଲକାଲେଜ ହସ୍ପିଟାଲକୁ ନେଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାର ମୃତ୍ୟୁ ହୋଇଥିଲା | ଘଟଣାକୁ ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଗଭୀର ଭାବରେ ଦୁଃଖ ପ୍ରକାଶ କରିବା ସହ ପରିବାରର ଏମିତି ଅବହେଳାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

  • ମାଲକାନଗିରିରୁ ୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

    ମାଲକାନଗିରିରୁ ୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

    ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନସ୍ଥ ଭେଜଙ୍ଗୱାଡା ଅଞ୍ଚଳରେ ପୁଲିସ ଚଢ଼ାଉ କରିଛି | ବିଶେଷ ସୂଚନାରୁ ଖବର ମିଳିଛି ୧୨୫୦ କିଲୋ ଗଞ୍ଜେଇ ଜବତ କରିଛି। ଜଙ୍ଗଲ ଅଞ୍ଚଳରେ ବିକ୍ରୟ ପାଇଁ ଲୁଚାଇ ରଖାଯାଇଥିବା ଏହି ଗଞ୍ଜେଇର ମୂଲ୍ୟ ପ୍ରୟ ୧ କୋଟି ଟଙ୍କାରୁ ଅଧିକ ବୋଲି ପୁଲିସ କହିଛି। ଏହି ଚାଲାଣ ସମ୍ପର୍କରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିଲେ ମଧ୍ୟ, ଯାଞ୍ଚ ଚାଲିଥିବା ଚାଲିଥିବା ବେଳେ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଜଣାଇଛନ୍ତି |
    ପୁଲିସ ଙ୍କ କହିବା ଅନୁଯାୟୀ , ଗଞ୍ଜେଇ ଚାଲାଣ ବିରୋଧରେ ଅଭିଯାନ ଜାରି ରହିଛି। ୨୦୨୪ ମସିହାରେ ମୋଟ ୨୩ ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯଇଛି | ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୨୫ ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଓ ପରିସରରେ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ପୁଲିସର ନିରନ୍ତର ଅଭିଯାନ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି।

  • ଢେଙ୍କାନାଳରେ ପାଗଳ ହନୁମାଙ୍କଡ଼ର ଆତଙ୍କ

    ଢେଙ୍କାନାଳରେ ପାଗଳ ହନୁମାଙ୍କଡ଼ର ଆତଙ୍କ

    ଢେଙ୍କାନାଳ ଜିଲ୍ଲାର ଡିହଡୋଳ ଫରେଷ୍ଟ ସେକ୍ସନରେ ଗୋଟିଏ ପାଗଳ ହନୁମାଙ୍କଡ଼ ଆତଙ୍କ ସୃଷ୍ଟି ହୋଇଛି | ଗ୍ରାମବାସୀଙ୍କ କହିବା ଅନୁସାରେ, ମାଙ୍କଡ଼ ଲୋକମାନଙ୍କୁ ଦେଖିଲେ ଆକ୍ରମଣ କରୁଛି, ଯାହାଦ୍ୱାରା ୧୫ରୁ ଅଧିକ ମହିଳା, ଛୋଟ ପିଲା ଓ ବୟସ୍କ ଲୋକ ଆହତହେବ ସହ ଲହୁଲୁହାଣ ହୋଇପଡିଛନ୍ତି |

    ପାଟରପଦା, ନୂଆସାହି, କଟାବାହାଳ ଓ ମେଣ୍ଡାପଦା ଗାଁର ଲୋକମାନେ ମାଙ୍କଡ଼ ଭୟରେ ଦିନ କାଟୁଛନ୍ତି। ଏପରି ପରିସ୍ଥିତିରେ ବନବିଭାଗ ମାଙ୍କଡ଼କୁ କାବୁ କରିବା ପାଇଁ କପିଳାସରୁ ଏକ ବିଶେଷ ଟିମ୍ ପଠାଇଛି। ସେମାନେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିବା ପ୍ରୟାସ କରିଲେ ମଧ୍ୟ, ମାଙ୍କଡ଼ ଖସି ପଳାଇଯାଇଥିବାର ଜଣାପଡ଼ିଛି। ବନବିଭାଗ ଏପର୍ଯ୍ୟନ୍ତ ମାଙ୍କଡ଼କୁ କାବୁ କରିବାରେ ବିଫଳ ହେବାରୁ ଗ୍ରାମବାସୀମାନେ ଭୟ ଓ ଆତଙ୍କରେ ରହୁଛନ୍ତି |

  • ଦିଲ୍ଲୀର ବିକାଶପୁରୀ ଅଞ୍ଚଳରେ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ

    ଦିଲ୍ଲୀର ବିକାଶପୁରୀ ଅଞ୍ଚଳରେ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ

    ଦେଶରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି |କେତେବେଳେ ତ ଦିନରେ ହେଉଛି ତ ଆଉ କେତେବେଳେ ରାତିରେ | ଲୋକ ମାନଙ୍କର ଜୀବନ ପ୍ରତି ସବୁବେଳେ ବିପଦ ଲାଗି ରହିଛି | ନିଜକୁ ସୁରକ୍ଷିତ ଭାବିବା ଏବେକାର ଦିନ ପାଇଁ ଭୁଲ , କେତେବେଳେ ବି ହୋଇପାରେ | କେତେବେଳେ ବସ ଦୁର୍ଘଟଣା ତ ଆଉ କେତେବେଳେ ଟ୍ରେନ ଓ ପଲେନ ଦୁର୍ଘଟଣା | ସେମତି ଏକ ଦୁର୍ଘଟଣା ସାମନାକୁ ଆସିଛି ,ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ବିକାଶପୁରୀ ଅଞ୍ଚଳରେ ଏକ ବସ୍ ନିଆଁ ଲାଗିଯାଇଥିଲା |ସେହି ଘଟଣାରେ 25 ବର୍ଷୀୟ ବସ୍ କଣ୍ଡକ୍ଟର ସୁନୀଲଙ୍କ ମୃତ୍ୟୁ ହୋଇଛି | ଖବର ଅନୁଯାୟୀ ,ସୁନୀଲ ବସ୍ ଭିତରେ ମଶା ଧୂପକାଠି ଲଗାଇ ଶୋଇଥିଲେ,ଲାଗୁଛି ସେହି ମଶା ଧୂପ ଜାଳିବାରୁ ବସ ଭିତରେ ନିଆଁ ଲାଗିବାର ପ୍ରମୁଖ କାରଣ ହୋଇପାରେ। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

    ଗତକାଲି ରାତି ୧୨:୩୫ ସମୟରେ ଅଗ୍ନିଶମ ବିଭାଗକୁ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ ମିଳିଥିଲା। ଘଟଣାସ୍ଥଳକୁ ତିନୋଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲା। ଧୂପକାଠି ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସର ସୂଚନା ଅନୁଯାୟୀ,ବସ୍‌ଟି ହରିୟାଣାର ପଞ୍ଜିକରଣ ନମ୍ବର ଥିଲା ଏବଂ ଏହା ଏକ ଘରୋଇ ବସ୍ ଥିଲା ଯାହାକୁ ମାତ୍ର ୨୮ ଦିନ ପୂର୍ବେ ସେବା ଯୋଗାଇ ଦିଆଯାଇଥିଲା।

    ଅଗ୍ନିକାଣ୍ଡ ପରେ,ଜଣେ ସ୍ଥାନୀୟ ବାସିନ୍ଦା ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ନିଆଁ ଲିଭାଇଥିଲେ। ପୋଲିସ ଅଗ୍ନିକାଣ୍ଡର କାରଣ ତଦନ୍ତ କରୁଛି। ପରେ ସୁନୀଲଙ୍କ ମୃତଦେହ ବସ୍ ରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଥିଲା।

  • ଗାଜିଆବାଦ ତିନି ଭଉଣୀଙ୍କ ମୃତ୍ୟୁର ରହସ୍ୟଘୋଷ: ବାପାଙ୍କ ୩ ବିବାହ ଓ ଚତୁର୍ଥ ସ୍ତ୍ରୀ ସହ ଅନୈତିକ ସମ୍ପର୍କ

    ଗାଜିଆବାଦ ତିନି ଭଉଣୀଙ୍କ ମୃତ୍ୟୁର ରହସ୍ୟଘୋଷ: ବାପାଙ୍କ ୩ ବିବାହ ଓ ଚତୁର୍ଥ ସ୍ତ୍ରୀ ସହ ଅନୈତିକ ସମ୍ପର୍କ

    ଗାଜିଆବାଦର ଭାରତ ସିଟି ସୋସାଇଟିରେ ତିନି ଭଉଣୀ -ନିଶିକା, ପ୍ରାଚୀ ଏବଂ ପାଖିଙ୍କ ଦୁଃଖଦ ପ୍ରାଣହାନି ଘଟଣା ଦେଶକୁ ବିସ୍ମିତ କରିଦେଇଛି। ପୁଲିସ ତଦନ୍ତ ଆଗକୁ ବଢ଼ିବା ସହ ତାଙ୍କ ପିତା ଚେତନଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡ଼ିକ ଉଦ୍ଘାଟିତ ହେଉଛି। ତଦନ୍ତରେ ସ୍ପଷ୍ଟ ହୋଇଛି ଯେ ଚେତନ ଏକାସାଥେ ତିନି ଜଣୀ ସ୍ତ୍ରୀ ସହିତ ରହୁଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ସୁଜାତା, ଯାହାଙ୍କର ସନ୍ତାନ ନ ଥିଲା। ସୁଜାତାଙ୍କ ସମ୍ମତି ସହିତ ହିନାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଏହି ଦୁଇ ସ୍ତ୍ରୀ ସହିତ ଚେତନଙ୍କ ତିନି ଝିଅ -ନିଶିକା, ପ୍ରାଚୀ, ପାଖି- ଏବଂ ଜଣେ ଦିବ୍ୟାଙ୍ଗ ପୁଅ ଅଛନ୍ତି।ପୁଲିସର ସନ୍ଦେହ ଯେ, ପରିବାରଭିତ୍ତିକ ଦ୍ୱନ୍ଦ୍ୱ, ସନ୍ଦେହଜନକ ମୃତ୍ୟୁ ତଥା ଘରେ ଚାଲୁଥିବା ଅସନ୍ତୋଷ ଏହି ତିନୋଟି ଝିଅଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା କି ନାହିଁ – ତାହା ପାଇଁ ଆହୁରି ତଦନ୍ତ ଚାଲିଛି।ପ୍ରେମ ସମ୍ପର୍କରୁ ଗର୍ଭଧାରଣ, ପରେ କୋର୍ଟ ବିବାହ ଚେତନଙ୍କ ବ୍ୟକ୍ତିଗତ ଜୀବନର ଜଟିଳତା ଏଠାରେ ଆଉ ଗଭୀର। ସୀଲମପୁରର ଟିନା ନାମକ ଜଣେ ଯୁବତୀ ପୁଲିସକୁ କହିଛନ୍ତି ଯେ, ଚେତନ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ତାଙ୍କୁ ଭୁଳେଇ ସମ୍ପର୍କ ସ୍ଥାପନ କରିଥିଲେ। ସମ୍ପର୍କର ସମୟରେ ଟିନା ଗର୍ଭବତୀ ହେବା ପରେ, ଚେତନ ତାଙ୍କୁ କୋର୍ଟରେ ବିବାହ କରିଥିଲେ। ପୁଲିସ ତଦନ୍ତ ଅନୁଯାୟୀ, ଗତ କେତେକ ମାସ ଧରି ଚେତନ ତାଙ୍କ ମୋଟେ ତିନି ସ୍ତ୍ରୀ ଏବଂ ପିଲାମାନଙ୍କୁ କେବେ ଗୋଟିଏ ଘରରେ, କେବେ ପୃଥକ ଫ୍ଲାଟ୍‌ରେ ରଖିଥିବା ସୂଚନା ମିଳିଛି।

    ଫେବ୍ରୁଆରି ୩ ର ଅନ୍ଧାର ରାତିରେ, ଯେତେବେଳେ ତିନି ଭଉଣୀ ୯ ମହଲାରୁ ଡେଇଁ ପଡ଼ିଥିଲେ, ସେତେବେଳେ ଘର ଭିତରର ଦୃଶ୍ୟ ଅତ୍ୟନ୍ତ ଜଟିଳ ଥିଲା । ଚେତନ ନିଜେ ସ୍ୱୀକାର କରିଛନ୍ତି ଯେ, ସେ ତାଙ୍କ ତୃତୀୟ ପତ୍ନୀ ଟିନା ଓ ସେମାନଙ୍କର ୩ ବର୍ଷର ଝିଅ ସହିତ ଏକ ପୃଥକ କୋଠରୀରେ ଶୋଇଥିଲେ । ଏହି ସମୟରେ, ତାଙ୍କ ପ୍ରଥମ ପତ୍ନୀ ସୁଜାତା ଓ ତାଙ୍କ ଦ୍ୱିତୀୟ ପତ୍ନୀ ହିନା, ସେମାନଙ୍କର ତିନି ଝିଅ ଏବଂ ୭ ବର୍ଷର ପୁଅ ସହିତ ଏକ ପାଖ କୋଠରୀରେ ଶୋଇଥିଲେ । ପ୍ରାୟ ୨ ଟା ସମୟରେ, ଝିଅମାନେ ଉଠିଲେ, ସେମାନଙ୍କ ମା ସୁଜାତାଙ୍କ ଗାଲରେ ଚୁମ୍ବନ ଦେଲେ ଏବଂ କହିଲେ, ଆମେ ତୁମକୁ ଭଲ ପାଉ । ସୁଜାତା ଭାବିଲେ ଯେ ଏହା କେବଳ ପିଲାଳିଆମି । କିନ୍ତୁ ସେ ଜାଣି ନଥିଲେ ଯେ ଏହା ସେମାନଙ୍କର ଶେଷ ବିଦାୟ । ଝିଅମାନେ ଅନ୍ୟ ଏକ କୋଠରୀକୁ ଯାଇଥିଲେ। କବାଟ ବନ୍ଦ କରିଦେଇଥିଲେ ଏବଂ ବାଲକୋନିରୁ ଡେଇଁ ପଡ଼ିଥିଲେ ।
    ମୋବାଇଲ୍ ପାଇଁ ଗାଳି ଓ ବିବାହ ଧମକ ହେଲା କାଳ
    ଚେତନ ପୁଲିସକୁ କହିଛନ୍ତି, ଘଟଣା ଦିନ ସନ୍ଧ୍ୟାରେ ସେ ତାଙ୍କ ବଡ଼ ଝିଅ ନିଶିକାଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାରୁ କଠୋର ଭାବରେ ଭର୍ତ୍ସନା କରିଥିଲେ । ସେ କ୍ରୋଧରେ କହିଥିଲେ, ଯଦି ଘରେ ରହିବାକୁ ଚାହୁଁଛୁ, ତେବେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବୁ ନାହିଁ । ମୁଁ ତୋ ପାଠପଢ଼ା ବନ୍ଦ କରିସାରିଛି । ମୁଁ ଶୀଘ୍ର ତୋ ବିବାହ କରିଦେବି। ବାପାଙ୍କ ପ୍ରତିବନ୍ଧକ, କମ୍ ବୟସରେ ବିବାହ କରିବାର ଭୟ ଝିଅମାନଙ୍କୁ ଭାଙ୍ଗି ଦେଇଥିଲା ।
    ଚତୁର୍ଥ ସ୍ତ୍ରୀ ଓ ସନ୍ଦେହଜନକ ମୃତ୍ୟୁର କଳା ଇତିହାସ
    ଚେତନଙ୍କ ଜୀବନ କେବଳ ତିନୋଟି ବିବାହ ପର୍ଯ୍ୟନ୍ତ ସୀମିତ ନଥିଲା । ପୁଲିସ ତଦନ୍ତରେ ଚତୁର୍ଥ ମହିଳା ତବୁଙ୍କର ମଧ୍ୟ ପର୍ଦ୍ଦାଫାସ ହୋଇଛି। ଯାହାଙ୍କ ସହ ଚେତନଙ୍କର ଅବୈଧ ସମ୍ପର୍କ ଥିଲା। ୨୦୧୮ ମସିହାରେ ତୃତୀୟ ମହଲାରୁ ପଡ଼ି ତବୁଙ୍କର ମଧ୍ୟ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହା ସହିତ, ପୁଲିସ ଚେତନଙ୍କ ଭଉଣୀ ଅଂଶିକାଙ୍କ ମୃତ୍ୟୁର ପୁନଃ ତଦନ୍ତ କରୁଛି। ସେ ଛଅ ବର୍ଷ ପୂର୍ବେ ସାହିବାବାଦରେ ଗଛରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା । ଗୋଟିଏ ପରିବାରରେ ମହିଳା ଓ ଝିଅମାନଙ୍କର ବାରମ୍ବାର ମୃତ୍ୟୁ ପୁଲିସ ପାଇଁ ଏକ ବଡ଼ ରହସ୍ୟ ପାଲଟିଛି।
    କାନ୍ଥରେ ଲେଖାଯାଇଥିବା ସୁଇସାଇଡ୍ ନୋଟ୍ ଓ ଉକ୍ତି
    ଗାଜିଆବାଦ ପୁଲିସ ଘଟଣାସ୍ଥଳରୁ ଏକ ପକେଟ ଡାଏରୀ ଜବତ କରିଛି। ଯେଉଁଥିରେ ଆଠ ପୃଷ୍ଠାରେ ଝିଅମାନଙ୍କ ଅଭିଯୋଗ ଲେଖା ରହିଛି। କୋଠରୀର କାନ୍ଥରେ ପେନସିଲରେ ମୋ ହୃଦୟ ଭାଙ୍ଗିଯାଇଛି ଏବଂ ମୁଁ ବହୁତ ଏକୁଟିଆ ଭଳି ଯନ୍ତ୍ରଣାଦାୟକ ବାକ୍ୟ ଲେଖାଯାଇଛି। ଯାହାକୁ ପରେ ଲିଭାଇ ଦିଆଯାଇଥିଲା । କେଉଁ ଭଉଣୀ ଏହି ଦୁଃଖ ପ୍ରକାଶ କରିଥିଲେ ତାହା ଚିହ୍ନଟ କରିବା ପାଇଁ ପୁଲିସ ଏବେ ଜଣେ ହସ୍ତଲିଖନ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡିଛି।