Category: ଅପରାଧ

  • ନାବାଳିକାକୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଗିରଫ

    ନାବାଳିକାକୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଗିରଫ

    ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ବ୍ଲାକ ମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟ‌ଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଅଞ୍ଚଳ ରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକଙ୍କ ସହିତ ପରିଚୟ ହୋଇଥିବା ଯୁବତୀଙ୍କର । ଉଭୟ ବିଭିନ୍ନ ସମୟରେ କଥାବାର୍ତ୍ତା ହେବା ସହିତ କିଛି ଫଟୋ ଉଠାଇଥିଲେ । ଯୁବକ ଜଣଙ୍କ ଚାକିରି କରିବାକୁ ବାହାର ରାଜ୍ୟକୁ ଯିବା ପରେ ଉଭୟଙ୍କ ମଧ୍ୟରେ ବେସୀ କଥାବାର୍ତ୍ତା ହେଉନଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ସହିତ ଉଠାଇଥିବା କିଛି ଅଶ୍ଲୀଳ ଫଟୋ କୁ ନେଇ ବ୍ଲାକ୍ ମେଲ୍ ଆରମ୍ଭ କରିଥିଲା । କିଛି ଦିନ ଅଳ୍ପ ଅଳ୍ପ ଟଙ୍କା ଯୁବତୀ ପଠାଇଥିବା ବେଳେ, ଯୂବକ ଜଣଙ୍କ ୫ ଲକ୍ଷ ଟଙ୍କା ଦାବି କରିଥିଲେ ।

    ପୀଡିତା ନଦେଇ ପାରିବାରୁ ଯୁବକ ଜଣଙ୍କ ଏକ ଇନଷ୍ଟାଗ୍ରାମ ଆଇଡି ଖୋଲି ନାବାଳୀକା ଯୁବତୀଙ୍କ ଫଟୋ କୁ ଭାଇରାଲ କରିଥିଲା । ଫଳରେ ପରିବାର ପକ୍ଷରୁ ଗତ ୫ ତାରିଖରେ ଲକ୍ ଥାନା ରେ ଏତଲା ଦିଆଯାଇଥିଲା । ପୋଲିସ ଯୁବକଙ୍କ ଠିକଣା ଖୋଜି ତାଙ୍କୁ ବିଜୟ‌ଓ୍ବାଡା ରୁ ଉଠାଇ ଆଣିବା ସହିତ କୋର୍ଟ ଚାଲାଣ କରିଛି ।

  • ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମର ଏକ ଅଭାବନୀୟ ଦୃଶ୍ୟ କୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ବେକ କଟିଦେଲେ ଯୁବକ । ମୋବାଇଲ ରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଉଭୟ କଥା ହେଉଥିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଯୁବକ ଜଣଙ୍କ କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଦେଇଥିଲେ ।

    ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକ ଜଣଙ୍କୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି । ଯୁବକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।

  • ଲଷ୍ମୀପୁର ପୋଲିସକୁ ସଫଳତା

    ଲଷ୍ମୀପୁର ପୋଲିସକୁ ସଫଳତା

    ଗତ ଚାରି ତାରିଖ ଦିନ ଦିପହରେ ପାଣ୍ଡକା ପଦର ଛକ ନିକଟରେ ଏକ ଇନୋଭା କାର୍ ଯୋଗେ କୋରାପୁଟ ଓକିଲ ଲିଙ୍ଗରାଜ ବେହେରା ପୁଅ ଓ ଡ୍ରାଇଭର ସହ ବ୍ରହ୍ମହପୁର କଲେଜ ରେ ଜୋଇଁ କରିବା ଯାଉଥିବା ସମୟରେ ଲଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକା ପଦର ଛକ ପାଖରେ ଗାଡ଼ି ରଖି ପରିସ୍ରା କରୁଥିବା ସମୟରେ ୧୩ ରୁ ଉର୍ଦ୍ଧ ଲୋକ ଆସି ଏକ ଲକ୍ଷ ଟଙ୍କା ସହ ଷାଠିଏ ଗ୍ରାମ ସୁନା ଚେନ ଗୋଟିଏ ମୋବାଇଲ ଚୋରିକରି ଫେରାର ହୋଇଯାଇଥିଲେ।

    ଏନେଇ ଲଷ୍ମୀପୁର ଥାନାରେ ମାମଲା ରୁଜୁ ହେଲା ପରେ ଲଷ୍ମୀପୁର ପୋଲିସ ତଦନ୍ତ କରି ଆଜି ଚାରି ଜଣଙ୍କୁ ଗିରିଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ଓ ଦଶରୁ ଉର୍ଦ୍ଧ ଲୋକ ଏବେ ବି ଫେରାର ଅଛନ୍ତି। ଏନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି ବୋଲି SDPO ମନୋଜ ବେହରା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

  • ଅଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ? ଧମକପୂର୍ଣ୍ଣ ପୋଷ୍ଟରେ ସାମ୍ନାକୁ ଆସିଲା ଶୁଭମ ଲୋଙ୍କାରଙ୍କ ସମ୍ପର୍କ

    ଅଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ? ଧମକପୂର୍ଣ୍ଣ ପୋଷ୍ଟରେ ସାମ୍ନାକୁ ଆସିଲା ଶୁଭମ ଲୋଙ୍କାରଙ୍କ ସମ୍ପର୍କ

    କାନାଡାର ସହରର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ପୁଣି ଥରେ ଗୁଳି ଚାଳନା ହୋଇଛି। ଗୋଟିଏ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଯେ ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହୋଇଛି। ଏହା ପରେ ଅନେକ ପ୍ରଶ୍ନ ଉଠୁଛି। ଯେପରିକି ଲରେନ୍ସ ବିଶ୍ନୋଇ କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରିଛନ୍ତି? ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ କପିଲ ଶର୍ମାଙ୍କୁ କାହିଁକି ଧମକ ଦିଆଯାଇଥିଲା?

    କାପ୍ସ କାଫେରେ ଗୁଳିକାଣ୍ଡରେ କେହି ଆହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ନାହିଁ, ଯାହା ସିଧାସଳଖ ଦର୍ଶାଉଛି ଯେ କାହାକୁ ହତ୍ୟା କରିବା ନୁହେଁ ବରଂ କପିଲ ଶର୍ମାଙ୍କୁ ଭୟଭୀତ କରିବାର ଉଦ୍ଦେଶ୍ୟ ଥିଲା। ଏଥର କାଫେରେ ଗୁଳିକାଣ୍ଡର ଦାୟିତ୍ୱ ଲରେନ୍ସ ବିଷ୍ନୋଇ ଆଲାଏନ୍ସ ଅର୍ଥାତ୍ ଗୋଲ୍ଡି ଢିଲୋନ୍, ଅଙ୍କିତ ବଧୂ ଶେରୱାଲା, ଜିତେନ୍ଦ୍ର ଗୋଗି ମାନ ଗ୍ରୁପ୍, କାଲା ରାଣା, ଆରଜୁ ବିଷ୍ନୋଇ, ହରି ବକ୍ସର, ଶୁଭମ ଲୋଙ୍କାର ଏବଂ ସାହିଲ ଦୁହାନ ପେଟୱାଡ୍ ନେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ଅଭିନେତା ଏବଂ ପ୍ରସିଦ୍ଧ ହାସ୍ୟାଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ?

    କୃଷ୍ଣ ମୃଗ ମାମଲା ପରଠାରୁ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କୁ ଟାର୍ଗେଟ କରିଛି। ସଲମାନଙ୍କ ଘର ଉପରେ ଅନେକ ଥର ଟାର୍ଗେଟ କରାଯାଇଛି। ଅନ୍ୟପଟେ କିଛି ସମୟ ଧରି କପିଲ ସଲମାନଙ୍କ ସହିତ ଜଡିତ ଅଛନ୍ତି। ଲରେନ୍ସ ଗ୍ୟାଙ୍ଗ ଏହାକୁ ପସନ୍ଦ କରେ ନାହିଁ। ସେଥିପାଇଁ ଲରେନ୍ସ ଗ୍ୟାଙ୍ଗ ସମୟ ସମୟରେ କପିଲ ଶର୍ମାଙ୍କ ପ୍ରତି ନିଜର କ୍ରୋଧ ପ୍ରକାଶ କରୁଥିବା ଦେଖାଯାଇଛି।

  • ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି । ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲଙ୍କୁ ପିତାତଳି ନିକଟରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

  • ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ସୁନାନ୍ତର ଗାଁର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ବୋମା ଓ ଗୁଳିମାଡ଼ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ପିସ୍ତଲ, ୪୦ ଟି ଜୀବନ୍ତ ଗୁଳି, ୭ଟି ମଗାଜିନ, ୭ଟି ମୋବାଇଲ ସହ ଗୋଟିଏ ହୋଣ୍ଡା ବାଇକ୍ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ପର୍ଦ୍ଧାଫାଶ କରିଛି ଗଞ୍ଜାମ ପୋଲିସ ।

    ୬ ଜଣ ଅଭିଯୁକ୍ତ ଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ । ହତ୍ୟାକାଣ୍ଡ ପଛରେ ଛପି ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି । ତେବେ୨୫ ଜୁଲାଇ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ସମସ୍ତ କାହାଣୀର ଖୁଲାସା କରିଛି ଗଞ୍ଜାମ ପୋଲିସ । ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି ଆସିକା ଏସଡ଼ିପିଓ(SDPO) ସନ୍ତୋଷ କୁମାର ଜେନା ।

    ଅନ୍ୟପଟେ ଗିରଫ ସଂଖ୍ୟା ବଢିବା ନେଇ ସମ୍ଭାବନା ବୋଲି ଜଣା ପଡ଼ିଛି । ରାଜନୈତିକ ଆକ୍ରୋଶ ଓ ବ୍ୟବସାୟ କାରଣରୁ ସୁପାରୀ କିଲର କୁ ୨୦ ଲକ୍ଷ ଟଙ୍କା ଡିଲ୍ ରେ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଗଞ୍ଜାମ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା । ଗିରଫ ଅଭିଯୁକ୍ତ ମାନେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ,କୁଲାଗଡ ଗ୍ରାମର କାମେଶ୍ଵର ଗୌଡ,ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ, ଧରାକୋଟର ସୂର୍ଯ୍ୟ ନାଏକ।

    ଏହି ଦୁର୍ବୃତ୍ତଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଶେରଗଡ଼ ବ୍ଲକ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନାମ ମଧ୍ୟ FIR ରେ ଅଭିଯୋଗ ରହିଥିବା ଖବର ମିଳିଛି ।

  • ଜୁଆ ଆଡ୍ଡାରେ ଚଢ଼ାଉ

    ଜୁଆ ଆଡ୍ଡାରେ ଚଢ଼ାଉ

    ଲକ୍ଷାଧିକ ଟଙ୍କା ଜବତ, ୧୯ ଗିରଫ

    ଜୁଆ ଖେଳୁଥିଲେ, ହେଲେ ଏବେ ପୋଲିସ ଘରେ । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ବିଡ଼ିପୁରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ। ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଲକ୍ଷାଧିକ ଟଙ୍କା ଜବତ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଏ.ଡ଼ି.ପି.ଓ ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସଦର ପୋଲିସ ଓ ବରପାଲି ପୋଲିସର ମିଳିତ ଉଦ୍ୟମରେ ବିଡ଼ିପୁର ଠାରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ତେବେ ଜଗନ୍ନାଥ ପ୍ରସାଦ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

  • ଦେଢ଼ଶୁର ସାଜିଲା ଅସୁର

    ଦେଢ଼ଶୁର ସାଜିଲା ଅସୁର

    ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ତେବେ ମୃତ ଭାଇବୋହୂ ହେଉଛନ୍ତି ସୁରେନ୍ଦ୍ରୀ ସାରକା ବୋଲି ଜଣା ପଡିଛି ।

    ସୂଚନାନୁସାରେ, ପୂର୍ବ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । କଳହକୁ ନେଇ ଶୁକ୍ରବାର ସକାଳେ ସୁରେନ୍ଦ୍ରୀ ସାରକା ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ ଦେଢ଼ଶୁର ପ୍ରେପାକା ଲତରା । ଏନେଇ ଖବର ପାଇ ସୁରେନ୍ଦ୍ରୀଙ୍କ ସ୍ବାମୀ ପ୍ରେପାକା ବୋଇ ମାଝୀ ତାଙ୍କୁ କଲ୍ୟାଣସିଂପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ସେ କଲ୍ୟାଣସିଂପୁର ଚିକିତ୍ସାଳୟରେ ଦୀର୍ଘ ୮ବର୍ଷ ହେବ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ଅଭିଯୁକ୍ତ ପ୍ରେପାକା ଲତରା କଲ୍ୟାଣସିଂପୁର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

  • ମିଟର ଚେକିଙ୍ଗ ଆଳରେ ବିଦ୍ୟୁତ କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ, ମାଡ ଖାଇ ବନ୍ଧା ହେଲେ

    ମିଟର ଚେକିଙ୍ଗ ଆଳରେ ବିଦ୍ୟୁତ କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ, ମାଡ ଖାଇ ବନ୍ଧା ହେଲେ

    ମିଟର ଦେଖିବ କହି ଘରେ ପଶିଲା, ମହିଳାଙ୍କୁ ଏକୁଟିଆ ଦେଖି ବଳାତ୍କାର ଉଦ୍ୟମ କଲା, ମହିଳାଙ୍କ ପାଟି ଶୁଣି ଗାଁ ଓ ପରିବାର ଲୋକେ ଦୌଡ଼ି ଆସିଲେ, ବିଦ୍ୟୁତ କର୍ମଚାରୀକୁ ବାନ୍ଧିବା ସହ ଉତ୍ତମ ମଧ୍ୟମ ମଧ୍ୟ୍ୟ ଦେଲେ, ଏ କଥା ଆମେ କହୁନୁ, ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅଭିଯୋଗ କାରିଣୀ ମହିଳା।

    ଖବର ପାଇ ଘଟଣା ସ୍ଥଳରେ ତିର୍ତୋଲ ପୋଲିସ ପହଂଚି ବିଦ୍ୟୁତ କର୍ମଚାରୀକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅଭିଯୋଗ କାରିଣୀ ମଧ୍ୟ ଥାନାରେ ପହଞ୍ଚିଥିଲେ, ଅଭିଯୋଗ କାରିଣୀ ଓ ତାଙ୍କ ସ୍ୱାମୀ ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଥାନାରେ ତାଙ୍କୁ ସାଧା ପୋଷାକ ରେ ଥିବା ଜଣେ ଥାନା ବାବୁ ନାଲି ଆଖି ଦେଖାଇ କହିଲେ ହେ ତୁ କୁଆଡେ ଆସିଛୁ, ୟାକୁ ଭିତରେ ପୁରାଇ ଦିଅ,କହି ଧମକାଇ ଦୁର୍ବ୍ୟବହାର କରିଥିଲେ। ପୀଡିତା ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ତ ହୋଇଥିବା ବେଳେ ଥାନା କର୍ମଚାରୀ ଙ୍କ ଦୁର୍ବ୍ୟବହାର କେତେ ଦୂର ଯଥାର୍ଥ, ଏଠି ପ୍ରଶ୍ନ ଉଠୁଛି ଯଦି ମହିଳା ମାନେ ନ୍ୟାୟ ପାଇଁ ଥାନାକୁ ଆସି ଦୁର୍ବ୍ୟବହାର ର ଶିକାର ହେବେ ତେବେ ସେମାନେ ପ୍ରାଥମିକ ଅଭିଯୋଗ ଫର୍ଦ କାହାକୁ ଦେଵେ ?

    ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋତା ନଈ ପଞ୍ଚାୟତ ପୋତା ନଈ ପଡା ଗ୍ରାମ କୋଠିଆ ସାହିରେ। ସୂଚନା ଅନୁଯାୟୀ, ତିର୍ତୋଲ ବ୍ଲକ ଅଧୀନ ଓଳଗଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଆଖଣ୍ଡଳମଣି ଠିକା ସଂସ୍ଥାର ରାହାମା ବିଦ୍ୟୁତ ଉପଖଣ୍ଡ ଅଧୀନରେ ଥିବା ବାଇଳୋ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ମଧ୍ୟାହ୍ନ ସମୟରେ ମହିଳାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ମିଟର ଦେଖିବା ଆଳରେ ବିଦ୍ୟୁତ କର୍ମଚାରୀ ଜଣକ ଘରେ ପଶି ବଳାତ୍କାର ଉଦ୍ୟମ କରୁଥିବା ବେଳେ ପାଟି ଶୁଣି ଗାଁ ଓ ପରିବାର ଲୋକେ ପହଂଚି ବିଦ୍ୟୁତ କର୍ମଚାରିକୁ ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ଡାକ୍ତରୀ ପରୀକ୍ଷା କରାଇ ତଦନ୍ତ ଜାରି ରଖିଛି।

    ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ ଥାନାରେ ପହଂଚି ଅଭିଯୋଗ କାରିଣୀ ମହିଳା ଓ ତାଙ୍କ ସ୍ୱାମୀଙ୍କ ନାଁରେ ପ୍ରଥମେ ଅଭିଯୋଗ କରିଥିବା ଜଣା ପଡିଛି। ବିଦ୍ୟୁତ ବିଭାଗ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଶୁଣିବାକୁ ମିଳୁଛି କି ମିଟର ଟ୍ୟାମ୍ପରିଂ ଯୋଗୁଁ ପୂର୍ଵରୁ ଫାଇନ କରାଯାଇଥିଲା, ପୂର୍ବ ଆକ୍ରୋଶ ରଖି ମହିଳା ଜଣକ ଘରକୁ ଡକାଇ ମିଥ୍ୟା ଆରୋପ ଲଗାଇ ବାନ୍ଧି ମାଡ ମାରିଛନ୍ତି। ଦେଖିବାକୁ ବାକି ରହିଲା ଘଟଣାକୁ ବାଟବଣା ନ କରି ପୋଲିସ କି ନ୍ୟାୟ ଦେଉଛି।

  • ଛଙ୍ଗୁର ବାବାଙ୍କୁ ଇଡିର ଖୋଳତାଡ଼

    ଛଙ୍ଗୁର ବାବାଙ୍କୁ ଇଡିର ଖୋଳତାଡ଼

    ଛଙ୍ଗୁର ବାବାଙ୍କ ଆର୍ଥିକ କାରବାରକୁ ନେଇ ଖୋଳତାଡ ….ୟୁପି ବଳରାମପୁରରୁ ମୁମ୍ବାଇ ପର୍ଯ୍ଯନ୍ତ ୧୪ ଠିକଣାରେ ED ରେଡ୍ … ମୁମ୍ବାଇ ଶହବାଜ ଶେଖ ନାମକ ବ୍ଯକ୍ତିଙ୍କୁ ଦୁଇ କୋଟି ଟ୍ରାଞ୍ଜାକ୍ସନ୍ ହୋଇଛି…ୟୁପିର ବଳରାମପୁରର ମୁମ୍ବାଇ ପର୍ଯ୍ଯନ୍ତ ବାବାଙ୍କ ୧୪ ଠିକଣାରେ ED ରେଡ୍ କରୁଛି …ମୁମ୍ବାଇର ଶହଜାଦ ଶେଖଙ୍କୁ ପଚରାଉଚୁରା କରୁଛି ଇଡି …ଛାଙ୍ଗୁର ବାବା ଧର୍ମନ୍ତୀକରଣର ବଡ଼ ରାକେଟ ଚଳାଉଥିବା ଅଭିଯୋଗ ହୋଇଥିଲା । ଇଡି ଏହାକୁ ନେଇ ହୋଇଥିବା ଅର୍ଥ କାରବାର ଉପରେ ଯାଞ୍ଚ କରୁଛି ….

    ଛଙ୍ଗୁର ବାବା ଧାର୍ମିକ ବିଶ୍ୱାସର ଆଳ ଦେଖାଇ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଛଙ୍ଗୁର ବାବାଙ୍କ ନିକଟତମ ଅନୁଗାମୀ, ସହଯୋଗୀ ଏବଂ ଆଶ୍ରମ ପରିଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ କାରବାରର ମଧ୍ୟ ତଦନ୍ତ କରୁଛି ଇଡି । ଛଙ୍ଗୁର ବାବାଙ୍କ ନେଟୱାର୍କରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ଦୁବାଇ, ସାଉଦି ଆରବ ଏବଂ ନେପାଳରୁ ଟଙ୍କା ଆସୁଥିବାର ପ୍ରମାଣ ରହିଛି।