Category: ଅପରାଧ

  • ଛାତ୍ରୀ ଙ୍କ ଆତ୍ମହୁତି, କାରଣ ଅସ୍ପଷ୍ଟ

    ଛାତ୍ରୀ ଙ୍କ ଆତ୍ମହୁତି, କାରଣ ଅସ୍ପଷ୍ଟ

    ନିଜ ଦେହରେ ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ , ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି ହୋଇଛନ୍ତି। ନିଆଁ ଲାଗି ତାଙ୍କ ଶରୀରର ୯୦% ପୋଡ଼ି ଯାଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।ତେବେ ଦେହରେ ଛାତ୍ରୀ ଜଣଙ୍କ ନିଜ ଦେହରେ କାହିଁକି ନିଆଁ ଲଗାଇଲେକାରଣ ଏପର୍ଯ୍ୟନ୍ତ ଜାଣାପଡିନାହିଁ ।

  • ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନା ଏକ୍ସାଇଜ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଜଣେ ସ୍ନାତକୋତ୍ତର ଡାକ୍ତରଙ୍କ ଭଡା ଘରେ ଚଢାଉ କରିବା ଦ୍ୱାରା ଡ୍ରଗ୍ସ ଚାଲାଣ ନେଟୱାର୍କର ମୁଖ୍ୟ ଆଧାର ଠାବ ହୋଇଛି।

    ଏହି ମାମଲାରେ, STFର B ଟିମ୍ ହାଇଦ୍ରାବାଦର ମୁଶୀରାବାଦର ବାସିନ୍ଦା ଜନ୍ ପଲଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ, STF ପ୍ରାୟ ₹3 ଲକ୍ଷ ମୂଲ୍ୟର ଛଅ ପ୍ରକାରର ଉଚ୍ଚମାନର ଔଷଧ ଜବତ କରିଥିଲା। STF ଟିମ୍ ଡାକ୍ତର ପଲଙ୍କୁ ଗିରଫ କରିଥିଲାବେଳେ ତାଙ୍କର ତିନି ଜଣ ସହଯୋଗୀ ଖସିଯିବାରେ ସଫଳ ହୋଇଥିଲେ।


    ଏସଟିଏଫ ଅଧିକାରୀମାନେ କହିଛନ୍ତି ଯେ ପଲ ତାଙ୍କର ନିଶା ନିଶା ପୂରଣ କରିବା ପାଇଁ ଏହି ଚାଲାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

    ରିପୋର୍ଟ ଅନୁସାରେ, ପଲ ତାଙ୍କର ତିନି ବନ୍ଧୁ – ପ୍ରମୋଦ, ସନ୍ଦୀପ ଏବଂ ଶରଥଙ୍କ ସହାୟତାରେ ଏହି ଅପରାଧ ଘଟାଇଥିଲେ, ଯେଉଁମାନେ ତାଙ୍କ ଘରକୁ ଏକ ନିରାପଦ ସ୍ଥାନ ଭାବରେ ବ୍ୟବହାର କରୁଥିଲେ।

    ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ପଲଙ୍କ ଘର କେବଳ ନିଶାଦ୍ରବ୍ୟ ସଂରକ୍ଷଣର ସ୍ଥାନ ନଥିଲା, ବରଂ ସିଣ୍ଡିକେଟ୍ ପାଇଁ ମୁଖ୍ୟ ବଣ୍ଟନ ସ୍ଥାନ ମଧ୍ୟ ଥିଲା।

    ସୂଚନା ଅନୁଯାୟୀ , ପ୍ରମୋଦ, ସନ୍ଦୀପ ଏବଂ ଶରଥ ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରରୁ ବିପୁଳ ପରିମାଣରେ ଡ୍ରଗ୍ସ ଆଣୁଥିଲେ। ସେମାନେ ପଲଙ୍କ ମୁଶୀରାବାଦସ୍ଥିତ ଘରକୁ ଡ୍ରଗ୍ସ ପହଞ୍ଚାଉଥିଲେ, ଯେଉଁଠାରେ ସେ ସେଗୁଡ଼ିକୁ ସଂରକ୍ଷଣ କରି ଗ୍ରାହକମାନଙ୍କୁ ବିକ୍ରି କରୁଥିଲେ।

    ନିଜ ଘରକୁ ନିଶା ଆଡ୍ଡା ଭାବରେ ବ୍ୟବହାର କରିବା ବଦଳରେ, ପଲ ମାଗଣାରେ ନିଶା ପାଉଥିଲେ।

    ଗୁପ୍ତ ସୂଚନା ଆଧାରରେ STF ଏହି ଚଢାଉ କରିଥିଲା। ଡାକ୍ତରଙ୍କ ଘରୁ ବିଭିନ୍ନ ପ୍ରକାରର ଔଷଧ ପାଇ ଟିମ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

    ଏହି ଔଷଧଗୁଡ଼ିକରେ OG କୁଶ (26.95 ଗ୍ରାମ), MDMA (6.21 ଗ୍ରାମ), 15ଟି LSD ଷ୍ଟିକ୍, କୋକେନ୍ 1.32 ଗ୍ରାମ, ଗୁମସ୍ 5.80 ଗ୍ରାମ ଏବଂ ହାସିସ୍ ତେଲ 0.008 ଗ୍ରାମ ଅନ୍ତର୍ଭୁକ୍ତ।

  • ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

    ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

    ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ବିରୋଧରେ ବାଲେଶ୍ବର ମୋବାଇଲ ସ୍କ୍ୱାଡ୍ ଏବଂ ବାଲିଆପାଳ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଛନ୍ତି । ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକାର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ।


    ବାଲିଆପାଳ ବଜାର ସହିତ ବ୍ଲକ ଅଞ୍ଚଳର ନାରାୟଣପୁର, କାଳିଆଖାଇ ଓ ଜମ୍ଭିରାଇ ଅଞ୍ଚଳରେ ବେଆଇନ ମଦ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଏହି ଅଭିଯୋଗ ଉପରେ କାର୍ଯ୍ୟକାରୀ ହୋଇ, ୯ ଜଣ ଅଧିକାରୀଙ୍କ ଟିମ୍ ମିଳିତ ଭାବରେ ରାତି ସମୟରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛନ୍ତି ।

    ଏଥିରେ ସମ୍ପୃକ୍ତ ଥିବା ୩ ଜଣ ମହିଳା ଏବଂ ୩ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ, ଏହି ଅବୈଧ ବ୍ୟବସାୟ ପଛରେ ଥିବା ମୁଖ୍ୟ କାର୍ପଟଦାର ଫେରାର ଥିବା ସୂଚନାମିଳିଛି ।

  • ସନ୍ଦେହ ଘେରରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

    ସନ୍ଦେହ ଘେରରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

    କେସିଙ୍ଗାରେ ରାଜଲକ୍ଷ୍ମୀ କନଷ୍ଟ୍ରକସନ ପକ୍ଷରୁ ସୁଇଚ ପୋଲ ନିର୍ମାଣ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ | ମୃତ ଶ୍ରମିକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲାର ତାପସ ନାୟକ ବୋଲି ଜଣାପଡିଛି | ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି |

    ହେଲେ ପୋଲିସକୁ କିଛି ଖବର ନଦେଇ ଡାକ୍ତରଖାନାକୁ ମୃତ୍ୟୁଦେହ ନିଆଯାଇଥିଲା |

    ଏବେ ସନ୍ଦେହଘେରରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ |

    ତେବେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଡାକ୍ତର ଖାନରେ ରଖାଯାଇଥିବା ଜଣାପଡିଛି |

    ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

  • ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଜାରି ରହିଛି । ତେବେ ଏହି କ୍ରମରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜବତ କରିଛି । ପୁରୀ ସଦର ଥାନା ଅନ୍ତର୍ଗତ ଖଡିପଦା ଗ୍ରାମରେ ଜୁଆଖେଳ ଚାଲିଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଧାନ୍ତ ଅପରାଧୀ ଜଟିଆ ଓରଫ ସୋମନାଥ ରାଉତ ସହିତ ୧୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୭ ଲକ୍ଷ ୭୦ ହଜାର‌ ୬ ଶହ ଟଙ୍କା ପୋଲିସ ଜବତ କରିଛି ।‌ ଏଥିସହ ୧୨ ଟି ତାସ୍ ପ୍ୟାକେଟ ସହିତ ୬୦ ଟି ପ୍ଲାଷ୍ଟିକ ଟୋକେନ୍, ଦୁଇଟି କାର୍ ଏବଂ ୬ ଟି ବାଇକ୍ ଜବତ କରିଛି ପୋଲିସ ।

    ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀ ଖଡିପଦା ଗ୍ରାମକୁ ଆସି ଅଭିଯୁକ୍ତ ମାନେ ଜୁଆ ଖେଳୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହିତ ୧୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

    ଗିରଫ ଅଭିଯୁକ୍ତ ହେଉଛନ୍ତି ଖଡିପଦା ଗ୍ରାମର ମୁଖ୍ୟ ଅଭିଯୁକ୍ତ ସୋମନାଥ ରାଉତ ସହିତ ମାନସ ପ୍ରଧାନ, ଅମିତ କୁମାର ସାହୁ, ଧ୍ରୁବ ଲୋଚନ ବଳିଆର ସିଂହ, ପୁରୀ ମାର୍କଣ୍ଡେଶ୍ୱର ସାହିର ବିଜୟ କୁମାର ସ୍ବାଇଁ, ଚନ୍ଦନପୁର ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି, ପୁରୀ ନବକଳେବର ରୋଡର ମଧୂସୁଦନ ପ୍ରଧାନ, ଗଞ୍ଜାମ ଅଞ୍ଚଳର ପ୍ରସନ୍ନ କୁମାର ନାୟକ, ଗୌଡବାଡ ସାହିର ପ୍ରମୋଦ ବରାଳ, ପବିତ୍ର ମଲ୍ଲିକ, ଟାଙ୍ଗି ଅଞ୍ଚଳର‌ ପିଣ୍ଟୁ ମାଝି, କଣାସ ଅଞ୍ଚଳର ରାଜେଶ ବେହେରା, ପୁରୀ ଲୋକନାଥ ରୋଡର ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ସାହୁ, ପ୍ରଦୀପ୍ତ କୁମାର ଦାସକୁ ସଦର‌ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

    ପୁରୀ ସହରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହିତ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରାଯାଉଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।‌

  • ବାପାର ଅପମାନ ବଦଳରେ ଗଡିଲା ମୁଣ୍ତ

    ବାପାର ଅପମାନ ବଦଳରେ ଗଡିଲା ମୁଣ୍ତ

    ବାପାର ପ୍ରତିଶୋଧ ନେବା ପାଇଁ ପୁଅ ପାଲଟିଲା ରାକ୍ଷସ … ମାତ୍ର ଚଉଦ ବରଷ ବୟସରେ ହାତରେ ଧରିଲା … ମାରଣା ଅସ୍ତ୍ର …ପ୍ରତିଶୋଧ ନିଆଁରେ ଜାଳିଲା ପାଞ୍ଚ ବରଷର ବାଳକକୁ …ନା ଆଗ ଦେଖିଲା ନା ପଛ ବେକରେ ଲଗାଇଲା ମାରଣା ଅସ୍ତ୍ର ….ଦର୍ଶକବନ୍ଧୁ ଏହି ଭଳି ଆଭାବନିୟ ଘଟଣା ଦେଖିବାକୁ ମିଳିଛି ..ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପାପଡାହାଣ୍ଡି ଥାନା ଅଞ୍ଚଳର କୃଷ୍ଣଗୁଡ଼ା ଗାଁରେ, ଜଣେ ୧୪ ବର୍ଷୀୟ ବାଳକ ଜଣେ ୫ ବର୍ଷୀୟ ବାଳକକୁ ନିର୍ମମ ଭାବରେ ହତ୍ୟା କରିଛି। କୁହାଯାଉଛି ଯେ ତାଙ୍କ ବାପାଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ କରାଯାଇଥିଲା। ସମଗ୍ର ଗାଁ ଆଶ୍ଚର୍ଯ୍ୟରେ ଅଛି।

    ଶୁକ୍ରବାର ସକାଳେ, ୫ ବର୍ଷୀୟ ବାଳକ ମଜେଶ ମହୁରିଆ ଖେଳିବାକୁ ବାହାରକୁ ଯାଇଥିଲା। ଯେତେବେଳେ ସେ ବହୁତ ସମୟ ପର୍ଯ୍ୟନ୍ତ ଫେରି ନଥିଲା, ତାଙ୍କ ପରିବାର ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁ ଲୋକମାନେ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଥିଲେ। ଏହି ସମୟରେ, ଗାଁ ଲୋକ ଦେଖିଲେ ଯେ ପାଖରେ ଥିବା ଏକ ପରିତ୍ୟକ୍ତ ପୁରୁଣା ଘରର ଦ୍ୱାର ବନ୍ଦ ଥିଲା ଏବଂ ଘରୁ ଦୁର୍ଗନ୍ଧ ବାହାରୁଥିଲା।ପରିବାର ଏବଂ ଗାଁ ଲୋକ ଘର ପାଖକୁ ପହଞ୍ଚିବା ପରେ, ଦ୍ୱାର ଭିତରୁ ବନ୍ଦ ଥିଲା। ଯେତେବେଳେ ଲୋକମାନେ ସନ୍ଦେହ କଲେ, ସେମାନେ ଦ୍ୱାର ଭାଙ୍ଗି ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସାନ ପୁଅ ମଜେଶର ମୃତଦେହ ବନ୍ଦ ଘର ଭିତରେ ପଡ଼ିଥିଲା ​​ଏବଂ ଅଭିଯୁକ୍ତ ପୁଅଟି ମଧ୍ୟ ଭିତରେ ଉପସ୍ଥିତ ଥିଲା। ପ୍ରଥମେ ସେ କୌଣସି ସୂଚନା ନ ଥିବା କଥା ମନା କରିଥିଲା, କିନ୍ତୁ ଗାଁ ଲୋକଙ୍କ ଦ୍ୱାରା ପଚରାଯିବାରୁ ସେ ଖସିଯିବାକୁ ଚେଷ୍ଟା କରିଥିଲା। କ୍ରୋଧିତ ହୋଇ ଗାଁ ଲୋକମାନେ ତାକୁ ଧରି ପିଟିଥିଲେ।

    ସୂଚନା ପାଇବା ପରେ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଅଭିଯୁକ୍ତକୁ ଭିଡ଼ରୁ ଉଦ୍ଧାର କରି ସୁରକ୍ଷା ପାଇଁ ହେପାଜତକୁ ନେଇଥିଲେ। ଏହାପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏବଂ ଏକ ବୈଜ୍ଞାନିକ ତଦନ୍ତ ଦଳକୁ ଘଟଣାସ୍ଥଳକୁ ଡକାଇଥିଲା।ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ​​ଯେ ହତ୍ୟା ଏକ ପ୍ରତିଶୋଧମୂଳକ ଅପରାଧ। କିଛି ଦିନ ପୂର୍ବରୁ ଗାଁରେ ବିବାଦ ହୋଇଥିଲା। ମଜେଶର ବାପା ଶିବ ମହୁରିଆଙ୍କ ₹୪,୦୦୦ ନିଖୋଜ ହୋଇଯାଇଥିଲା। ଚୋରି ସନ୍ଦେହ କରି, ଗାଁ ଲୋକମାନେ ଅଭିଯୁକ୍ତ ପୁଅକୁ ଡାକି ପଚରାଉଚରା କରିଥିଲେ। ପିଲାଟିକୁ ଏକ ଗ୍ରାମ ସଭାରେ ସର୍ବସାଧାରଣରେ ଭର୍ତ୍ସନା କରାଯାଇଥିଲା, ଯାହା ଫଳରେ ତାଙ୍କ ପରିବାର ଗଭୀର ଅପମାନିତ ଅନୁଭବ କରିଥିଲେ।

    ଏହି ଘଟଣା ଦ୍ୱାରା କ୍ରୋଧିତ ହୋଇ ଅଭିଯୁକ୍ତ ପୁଅ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା ଏବଂ ସୁଯୋଗ ଖୋଜୁଥିଲା ବୋଲି ଜଣାପଡିଛି। ଶୁକ୍ରବାର ଦିନ, ଯେତେବେଳେ ସେ ନିର୍ଦ୍ଦୋଷ ମାଜେଶକୁ ଏକୁଟିଆ ପାଇଲେ, ସେ ତାକୁ ହତ୍ୟା କଲେ।ଘଟଣା ପରେ, ଏକ ବୈଜ୍ଞାନିକ ତଦନ୍ତ ଦଳକୁ ଡକାଯାଇଥିଲା। ଦଳ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିଥିଲା।ପୋଲିସ କହିଛି ଯେ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ କାରଣ ଅଭିଯୁକ୍ତ ଏବଂ ପୀଡିତା ଉଭୟ ନାବାଳକ।ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ ଜେନା କହିଛନ୍ତି, “ଉଭୟ ପିଲା ନାବାଳକ। କିଶୋର ନ୍ୟାୟ ଆଇନ ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି। ବୈଜ୍ଞାନିକ ଦଳ ତଦନ୍ତ ଆରମ୍ଭ କରିଛି ଏବଂ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଉଛି।”

    ଏହି ବିଭତ୍ସ ହତ୍ୟା ପରେ, ସମଗ୍ର କୃଷ୍ଣଗୁଡ଼ା ଗାଁ ନୀରବ ହୋଇଯାଇଛି। ଗାଁ ଲୋକେ କେବେ କଳ୍ପନା କରିନଥିଲେ ଯେ ଦୁଇଟି ପରିବାର ମଧ୍ୟରେ ଏକ ଛୋଟ ଆର୍ଥିକ ବିବାଦ ଏତେ ଭୟଙ୍କର ପରିଣାମ ଆଣିବ।ଜଣେ 14 ବର୍ଷୀୟ ନାବାଳକ କିପରି ଏତେ କଠୋର ପଦକ୍ଷେପ ନେଇପାରେ ତାହା ଭାବି ସମସ୍ତେ ଭୟଭୀତ।ଏହି ଘଟଣା ସମାଜ ପାଇଁ ପ୍ରଶ୍ନ ଉଠାଏ: ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ହିଂସା ଏବଂ ପ୍ରତିଶୋଧ ନେବା ପଛରେ କ’ଣ କାରଣ ଅଛି? ପୁଅଟି ଏକା ଏହି ପଦକ୍ଷେପ ନେଇଛି ନା କେହି ପ୍ରରୋଚିତ ହୋଇଛି ତାହା ନିର୍ଣ୍ଣୟ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି।ଏହି ଭୟଙ୍କର ଘଟଣା କେବଳ ନବରଙ୍ଗପୁର ଜିଲ୍ଲାକୁ ନୁହେଁ ବରଂ ସମଗ୍ର ଓଡ଼ିଶା ରାଜ୍ୟକୁ ଥରାଇ ଦେଇଛି। ଗୋଟିଏ ପଟେ ଜଣେ ୫ ବର୍ଷର ବାଳକ ନିଜ ଜୀବନ ହରାଇଲା, ଅନ୍ୟପଟେ ଜଣେ ୧୪ ବର୍ଷର ବାଳକ ତା’ର ଶୈଶବ ଏବଂ ଭବିଷ୍ୟତ ଉଭୟ ହରାଇଲା।

  • ମନ୍ଦିର ସାମଗ୍ରୀ ଚୋରି ଘଟଣାରେ ୩ ଗିରଫ

    ମନ୍ଦିର ସାମଗ୍ରୀ ଚୋରି ଘଟଣାରେ ୩ ଗିରଫ

    ଦୀର୍ଘ ଦିନ ଧରି ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମଠ ଓ ମନ୍ଦିରରୁ ହୁଣ୍ଡି ଓ ପୂଜା ସାମଗ୍ରୀ ଚୋରି ଚାଲିଥିବା ବେଳେ ଶେଷରେ ପୋଲିସ ବଡ଼ ସଫଳତା ହାସଲ କରିଛି । ଗତକାଲି ଠାକୁରଗଡ଼, ହଣ୍ଡପା, ଓ କିଶୋର ନଗର ପୋଲିସ ଚୋରି ସାମଗ୍ରୀ କୁ ଠାବ କରି ଜବତ କରିବା ସହିତ ଚୋରି କାମରେ ବ୍ୟବହୃତ ହେଉଥିବା ବାଇକ ସହ ଚୋରକୁ ଧରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

    ସୂଚନାନୁସାରେ, ଆଠମଲ୍ଲିକ ବ୍ଲକ କୃତିବାସପୁର ପଞ୍ଚାୟତ ଅନ୍ତର୍ଗତ ତିଲେଇଶ୍ୱର ଗ୍ରାମର ମନମୋହନ ପ୍ରଧାନ , ହେମନ୍ତ କୁମାର ପ୍ରଧାନ ଏକ ବାଇକରେ ଦୀର୍ଘ ଦିନରୁ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରୁ ହୁଣ୍ଡି, ସହିତ ମନ୍ଦିରର ନିତ୍ୟ ବ୍ୟବହାର ଜିନିଷ ଚୋରି କରି ପତିଆରା ବଢେଇ ଥିବା ଦେଖିବାକୁ ମିଳିଥିଲା । ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଚୋରମାନେ ନାକିଚୀ ଶିବ ମନ୍ଦିରରୁ ଚୋରି କରି ଆସି ଛକରେ ବୁଲାବୁଲି କରୁଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ହଣ୍ଡପା ପୋଲିସ କୁ ଖବର ଦେଇଥିଲେ ।

    ଖବର ପାଇ ହଣ୍ଡପା, କିଶୋର ନଗର ଓ ଠାକୁରଗଡ଼ ପୋଲିସ ଙ୍କ ମିଳିତ ଉଦ୍ୟମ ରେ ଦୁଇ ଚୋର ଙ୍କୁ କାବୁ କରିବା ସହ ବ୍ୟବହୃତ ବାଇକକୁ ଜବତ କରିଥିବା ବେଳେ ଚୋରୀ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀ କୁ କିଣିଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ମେହେନାକୁ ପୋଲିସ ଗିରଫ କରିଛି । ୫ ଟି ଢ଼ାଳ, ୩ ଟି ଘଣ୍ଟ, ଛୋଟ ବଡ଼ ମାଳି ଘଣ୍ଟି ୫ ଟି ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଅନ୍ୟାନ୍ୟ ମଠ ମନ୍ଦିରରୁ ଚୋରି କରିବା ସହିତ ନାକିଚୀନ, ଶିବ ମନ୍ଦିର, କୃତିବାସପୁର ଶିବ ମନ୍ଦିର, କୁରୁମୁଟାପ ମନ୍ଦିର ରୁ ଚୋରି କରିଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି ।

    ଏଥିରେ ହଣ୍ଡପା ଥାନା ଅଧିକାରୀ ନମିତା ନାୟକ, ଠାକୁରଗଡ଼ ଥାନା ଅଧିକାରୀ ଶଶି ଭୂଷଣ ବେହେରା, ସବ୍ ଇନ୍ସପେକ୍ଟର ମନୋଜ କୁମାର ବେହେରା , ଏଏସଆଇ ଶେଷଦେବ ସାମଲ, ହଣ୍ଡପା ପୋଲିସ ଷ୍ଟେସନ ଏଏସଆଇ ବନିତା ପ୍ରଧାନ , କିଶୋରନଗର ପୋଲିସ ଷ୍ଟେସନ ଏଏସ୍ଆଇ ଗୋପାଳ ବେହେରା ଙ୍କ ମିଳିତ ଉଦ୍ୟମ ରେ ଚଢ଼ାଉ ଜାରି ହୋଇଥିଲା ।

  • କୁକଡ଼ା ଫାର୍ମ ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ

    କୁକଡ଼ା ଫାର୍ମ ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ

    କୁକଡ଼ା ଫାର୍ମ ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ | ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା,ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ନିକଟରେ ।

    ମତୋ – ମାଧପୁର ରାସ୍ତା ପାର୍ଶ୍ୱରେ ଅଜୟ କୁମାର ଗିରି ଓ ଶୁଭ୍ରାଂଶୁ ସ୍ବାଇଁ ଦୁଇ ଜଣ ଏକ କୁକୁଡ଼ା ଫାର୍ମ ନିର୍ମାଣ କରିଥିଲେ । ଗତକାଲି ଅଜୟଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି ।

    ଯାହାକୁ ନେଇ ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଜୟଙ୍କ ଭଣଜା ଚନ୍ଦନ କୁମାର ଦେ । ତାଙ୍କର ଅଭିଯୋଗ ମୁତାବକ ତାଙ୍କ ମାମୁଁଙ୍କ କୁକୁଡ଼ା ଫାର୍ମ ପାର୍ଟନର ଶୁଭ୍ରାଂଶୁ ଆଜି ସକାଳେ ଫୋନ କରି , ତୁମ ମାମୁଁ ସିସି କ୍ୟାମେରା ସଜାଡୁ ଥିବା ବେଳେ ଖଟ ଉପରେ ପଡି ମୁଣ୍ଡ ଫାଟି ଯାଇଛି ଏବଂ ତାଙ୍କର ଅବସ୍ଥା ଖରାପ ଅଛି ବୋଲି କହିଥିଲେ । ତାଙ୍କୁ ଆମେ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରିଛୁ ,ତୁମେ ଆସି ଦେଖା କର । ଆମେ ଚାନ୍ଦବାଲି ଡାକ୍ତର ଖାନାରେ ପହଞ୍ଚି ମାମୁଁ ମୃତ ବୋଲି ଦେଖିବାକୁ ପାଇଥିଲୁ ।

    ଅଜୟଙ୍କ ମୁହଁ ଏବଂ ମୁଣ୍ଡରେ କିଛି ଆଘାତ ଲାଗିଥିଲା ,ଯାହାକୁ ଦେଖି ପରିବାର ଲୋକେ ଏହାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

    ମାତ୍ର ତାଙ୍କର ପାର୍ଟନର ଶୁଭ୍ରାଂଶୁ ଏବଂ ସେଠାରେ ଥିବା କର୍ମଚାରୀ ମାନେ ଏହାକୁ ଦୁର୍ଘଟଣା ବୋଲି କହିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ମତୋ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

  • ଡୁପ୍ଲିକେଟ ସାର୍ଟିଫିକେଟ ମାମଲାରେ ପୁଣି ତନାଘନା

    ଡୁପ୍ଲିକେଟ ସାର୍ଟିଫିକେଟ ମାମଲାରେ ପୁଣି ତନାଘନା

    କେସିଙ୍ଗା : ଡୁପ୍ଲିକେଟ ସାର୍ଟିଫିକେଟ ମାମଲା ରେ କ୍ରାଇମବ୍ରାଞ୍ଜ ବଲାଙ୍ଗୀର ରେ ଦୁଇ ଦିନ ଡେରା ପକାଇ ତଦନ୍ତ ଚଳାଇଥିବା ବେଳେ ଜଣକୁ ଉଠାଇ ବଲାଙ୍ଗୀର ଆଦର୍ଶ ଥାନା କୁ ନେଇଥିବା ସୂଚନା ମିଳିଛି | ତେବେ ଗିରଫ ବ୍ୟକ୍ତି ଜଣକ ହେଲେ କେସିଙ୍ଗା ଥାନା ଅଧୀନ କୁଣ୍ଡାବନ୍ଧ ଗାଁ (ପିପଲ ପଡା) ର ସୁଦର୍ଶନ ଭୋଇ ଙ୍କ ପୁଅ ମଳୟ ଭୋଇ ବୋଲି ଜଣାପଡ଼ିଛି |

    ମଳୟ ଙ୍କୁ କ୍ରାଇମବ୍ରାଞ୍ଜ ଟିମ ଅଧିକ ତଦନ୍ତ ପାଇଁ ବଲାଙ୍ଗୀର କୁ ନେଇଥିବା ଜଣାପଡ଼ିଛି | ସେହିପରି ଗତ ଦୁଇବର୍ଷ ତଳେ ନକଲି ସାର୍ଟିଫିକେଟ ଦେଇ ଡାକ ବିଭାଗ ରେ ଚାକିରୀ କରିଥିବା ପ୍ରସଙ୍ଗ ସାରା ଓଡିଶା ରେ ହଇଚଇ ସୃଷ୍ଟି କରିଥିଲା |

  • ଲକ୍ ଥାନା ପୋଲିସକୁ ସଫଳତା

    ଲକ୍ ଥାନା ପୋଲିସକୁ ସଫଳତା

    ଦିର୍ଘ ଦିନ ଧରି ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ଘରେ ପଶି ସ୍ମାର୍ଟ ଫୋନ୍ ଚୋରି କରୁଥିବା ଜଣେ ଯୁବକ କୁ ଧରିବାରେ ସଫଳ ହୋଇଛି ଲକ୍ ଥାନା ପୋଲିସ । ତା ନିକଟରୁ ୧୦ ଟି ସ୍ମାର୍ଟ ଫୋନ୍ ଜବତ କରିବା ସହିତ ତାକୁ କୋର୍ଟ ଚାଲାଣ କରାଯାଇଛି । ଗତ କାଲି ନିମିଢିହି ଗ୍ରାମର ପ୍ରମୋଦ ତରାଇ ଙ୍କ ଘରେ ଭଡ଼ା ରହୁଥିବା କିଛି କର୍ମଚାରୀଙ୍କ ୪ ଟି ସ୍ମାର୍ଟ ଫୋନ୍ ଚୋରୀ ହୋଇଥିଲା ।

    ପ୍ରମୋଦ ଏ ନେଇ ଲକ୍ ଥାନା ରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଯେଉଁଥିରେ ନିମିଢିହି ଗ୍ରାମର ସନାତନ ଲେଙ୍କା ଙ୍କ ପୁଅ ସୌମେନ୍ଦ୍ର ଲେଙ୍କା (ଜଟିଆ) ଫୋନ୍ ଚୋରି କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଉକ୍ତ ଚାରୋଟି ଫୋନ୍ ସହିତ ଆଉ ୬ ଟି ସ୍ମାର୍ଟ ଫୋନ୍ ଜବତ କରିଛି ।

    ଜଟିଆ କୁ ପଚରା ଉଚୁରା କରିବା ପରେ ଉକ୍ତ ଫୋନ୍ ଗୁଡ଼ିକୁ ଜାହାର ଫୋନ୍ ତାଙ୍କୁ ଖବର ଦିଆଯାଇ ଫେରାଇବାର ବ୍ୟବସ୍ଥା କରାଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ସେହିପରି ଜଟିଆ ନାମରେ ପାରାଦ୍ଵୀପ, ଲକ୍ ଥାନା, ବିରିଡି ଥାନାରେ ପାଖାପାଖି ୧୪ ରୁ ଉର୍ଦ୍ଧ୍ୱ କେସ ରହିଥିବା ପୋଲିସ୍ ସୂଚନା ଦେଇଛି ।