Category: ଅପରାଧ

  • ୫୫୦୦ରୁ ଅଧିକ ଛାତ୍ରୀଙ୍କ ସେକ୍ସ ଭିଡିଓ,ସମଗ୍ର ପାକିସ୍ତାନରେ ଚହ​ଳ

    ୫୫୦୦ରୁ ଅଧିକ ଛାତ୍ରୀଙ୍କ ସେକ୍ସ ଭିଡିଓ,ସମଗ୍ର ପାକିସ୍ତାନରେ ଚହ​ଳ

    ପାକିସ୍ତାନର ବାହାୱଲପୁରସ୍ଥିତ ଇସଲାମିଆ ବିଶ୍ୱବିଦ୍ୟାଳୟ(ଆଇୟୁବି)ର ୫୫୦୦ରୁ ଅଧିକ ଛାତ୍ରୀଙ୍କ ସେକ୍ସ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ପାକିସ୍ତାନରେ ଚହ​ଳ ପଡ଼ିଯାଇଛି । ଏହି ଘଟଣାର କମ୍ପନ ଯୋଗୁଁ ପାକିସ୍ତାନର କେନ୍ଦ୍ରୀୟ ସରକାର ବି ଦୋହଲି ଯାଇଛି । କାରଣ ଏହି ମେଗା ସେକ୍ସ ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ଜଣାପଡ଼ିଛି ।

    ସେହବାଜ ସରିଫ କ୍ୟାବିନେଟରେ ଥିବା ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଚୌଧୁରୀ ତାରିକ୍ ବସିର ଚିମାଙ୍କ ପୁଅ ଚୌଧୁରୀ ଓ୍ବଲିଦାଦ୍ ଚିମା ଏହି ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି । ଏହା ସହିତ ଆଇୟୁବିର ସୁରକ୍ଷା ମୁଖ୍ୟ ମେଜର ଏଜାଜ ଶାହା ମଧ୍ୟ ଏହି ସେକ୍ସ ଭିଡିଓ ଦୁର୍ନୀତିରେ ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓ୍ବଲିଦାଦ ଚିମାର ଡ୍ରଗ୍ସ କାରବାର ରହିଛି । ସେ ନିଜେ ନିଶାଶକ୍ତ ଅବସ୍ଥାରେ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ ଯୌନଶୋଷଣ କରିବା ସହ ଭିଡିଓ କରିଥାଏ । ସେହିପରି ସୟଦ୍ ଇଜାଜ ହୁସେନ ଶାହା ବିଶ୍ୱବିଦ୍ୟାଳୟର ଝିଅମାନଙ୍କୁ ଡ୍ରଗ୍ସ ଦେଉଥିଲେ ଏବଂ ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ । ତଦନ୍ତବେଳେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ପୁଲିସ ପାଖାପାଖି ୫୫୦୦ ସେକ୍ସ ଭିଡିଓ ଜବତ କରିଥିଲା।

    IUB କୁଳପତି ପ୍ରଫେସର ଡ. ନବୀନ ଅଖତରଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଆୟୋଜିତ

    ମନ୍ତ୍ରୀ ଚିମା ଏସମ୍ପର୍କରେ ଜାଣିବା ପରେ ନିଜ ପୁଅକୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ତେବେ ଏହି ଘଟଣା ପରେ ତାଙ୍କ ରାଜନୈତିକ ଭାବମୂର୍ତ୍ତୀ ପ୍ରତି ବିପଦ ଆସିଯାଇଛି । ଆସନ୍ତା ନିର୍ବାଚନରେ ସେ ନିଜ ପୁଅକୁ ଛିଡ଼ା କରିବାକୁ ଯୋଜନା କରୁଥିଲେ ।

    https://twitter.com/i/status/1683064659719467008
  • ଆଇନକୁ ହାତକୁ ନେଲେ ଅସଲ ରୂପ ଦେଖାଇବ ପୋଲିସ

    ଆଇନକୁ ହାତକୁ ନେଲେ ଅସଲ ରୂପ ଦେଖାଇବ ପୋଲିସ

    ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ। ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୂରା ଫିଲ୍ମ ।

    ଭରତପୁର ଥାନା ବରମୁଣ୍ଡା ମହାବୀର ନଗର ବସ୍ତିରେ ନିଶା ବେପାର ଚଳାଇଥିବା ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି ପୋଲିସ। ଅଭିଯୁକ୍ତ ୧୦ ବର୍ଷରୁ ଅଧିକ ସମୟ ଧରି ଉକ୍ତ ବସ୍ତିରେ ନିଶା ବେପାର ଚଳାଉଥିବା ନେଇ ମହିଳା ସଂଗଠନ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ସୁଦ୍ଧା ଜାମିନରେ ଆସି ନିଶା ବେପାର ଚଳାଇଥିଲା ।

    ଦୀର୍ଘଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟାଉଥିଲେ ରାଜନ । ତେବେ ପୋଲିସ ଏହି ଅପରାଧ ସାମ୍ରାଜ୍ୟର ଅନ୍ତ କରିବାକୁ ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି । ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି କମିଶନରେଟ ପୋଲିସ ଆପଣାଉଥିବା ସୂଚନା ଦେଇଛନ୍ତି ଭରତପୁର ଥାନାଧିକାରୀ ।

  • ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

    ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

    ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍‌ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

    ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ। ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍‌ଆଇ ନିର୍ମଳ କୁମାର ସେନାପତି।

    ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ। ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହ୍ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ। ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ।

  • ମଣିପୁର ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ

    ମଣିପୁର ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ

    ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ଡ ପରେ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଚାରିଆଡେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଥିବା ବେଳେ ଆକ୍ସନ ମୋଡକୁ ଆସିଛି ସିବିଆଇ । ଅପରାଧ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଏବେ ଯାଏଁ ୧୦ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ କରିଛି ସିବିଆଇ । ପାଖାପାଖି ୩ମାସ ହେବ ମଣିପୁରରେ ହିଂସାକାଣ୍ଡା ଘଟିଆସୁଛି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ, ଗତ ଗୁରୁବାର ସିବିଆଇକୁ ତଦନ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଏହାସହିତ ମଣିପୁରରେ କିପରି ପୁଣି ଶାନ୍ତି ଫେରିବ ସେଦିଗରେ ଚେଷ୍ଟା ଜାରି ରହିଛି । ଗତ ସପ୍ତାହ ତଳେ ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଦୁଇ ମହିଳାଙ୍କ ସହ ଗଣ ଦୁଷ୍କର୍ମ ବି କରାଯାଇଥିଲା । ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ବାପା ଓ ଭାଇ ବିରୋଧ କରିବାରୁ ତାଙ୍କୁ ହତ୍ୟା କରିଦିଆଯାଇଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାକୁ ସୁପ୍ରିମକୋର୍ଟ ମଧ୍ୟ ନିନ୍ଦା କରିଥିଲେ । ତୁରନ୍ତ ଉଚିତ୍ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

  • ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

    ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

    ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଘଟିଯାଇଛି ଲଜ୍ୟାଜନକ ଘଟଣା । ବିଳମ୍ବିତ ରାତ୍ରିରେ ଏକ ୪ ବର୍ଷର ଶିଶୁ କନ୍ୟା କୁ ଦୁଷ୍କର୍ମ ହୋଇଥିବା ନେଇ ଜଟାଧାରୀ ମହାଣ ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୪ ବର୍ଷର ଶିଶୁ କନ୍ୟା ହଠାତ ଘରୁ ନିଖୋଜ ହୋଇଯାଇଥିଲା । ବାପା ମା ରାତିସାରା ଖୋଜାଖୋଜି କରୁଥିବା ସମୟରେ ଜଣେ ବୟସ୍କ ବ୍ୟକ୍ତି ଶିଶୁ କନ୍ୟା କୁ ଗୁରୁତର ଅବସ୍ଥାରେ ବାପା,ମାଙ୍କ ପାଖରେ ଆଣି ପହଂଚାଇଥିଲେ । ତେବେ ନାବାଳିକାର ଯୌନାଙ୍ଗରୁ ରକ୍ତସ୍ରାବ ହେଉଥିବାରୁ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଆଜି ସକାଳୁ ପ୍ରଥମେ ଶିଶୁ କନ୍ୟା କୁ ଅଠରବାଙ୍କ ବିଜୁ ମେମୋରିଆଲ ହସ୍ପିଟାଲକୁ ନେବା ପରେ ଡାକ୍ତର ପ୍ରଥମେ ପ୍ରାଥମିକ ଚିକିତ୍ସା କରିବାପରେ ପରବର୍ତ୍ତୀ ମୁହୂତିରେ ଅଧିକ ଚିକିତ୍ସାପାଇଁ ଜଗତସିଂହପୁର ମେଡିକାଲକୁ ପଠାଇ ଦେଇଛନ୍ତି। ତେବେ ଏ ନେଇ ଜଟାଧାରୀ ମୂହାଣ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଶିଶୁ କନ୍ୟା କୁ ଉଦ୍ଧାର କରିଥିବା ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ପଚରା ଉଚରା ଜାରି ରହିଛି ।

  • ହାପିଭାଲି ଚିଲଡ୍ରେନ୍ ହୋମ ଡକାୟତି ଘଟଣାରେ ୪ ଗିରଫ

    ହାପିଭାଲି ଚିଲଡ୍ରେନ୍ ହୋମ ଡକାୟତି ଘଟଣାରେ ୪ ଗିରଫ

    ଜି. ଉଦୟଗିରି ବାଡେନାଜୁ ସ୍ଥିତ ହାପିଭାଲି ଚିଲଡ୍ରେନ୍ ହୋମ ଡକାୟତି ଘଟଣାର ପ୍ରାୟ ୨୦ ଦିନ ପରେ ପୋଲିସ କାବଜାରେ ୪ ଡକାୟତ। ଗିରଫ ଚାରି ଯୁବକ ହେଲେ ପୁଷ୍ପକ ପ୍ରଧାନ,ରମେଶ ଚନ୍ଦ୍ର ପ୍ରଧାନ, ସୁନିବ ପ୍ରଧାନ, ବାମଦେବ ପ୍ରଧାନ। ସଂସ୍ଥାର ରାତି ଜଗୁଆଳି ପୁଷ୍ପକ ହିଁ ଭିଆଇଥିଲା ଡକାୟତିର ପ୍ଲଟ। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଜବତ କରିଛି ଚାରୋଟି ମୋବାଇଲ୍,ସୁନା ଚେନ ଓ ଦୁଇଟି ବାଇକ୍। ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।

    ଏଠାରେ କହି ରଖୁଛୁ କି, ହାପି ଭାଲି ଚିଲଡ୍ରେନ୍ ହୋମ କାର୍ଯ୍ୟରତ ମହିଳା ବନବାସୀନି ରାଉତ ତାଙ୍କ ପରିବାର ସହ ସେଠାରେ ରୁହନ୍ତି। ଗତ ଦୁଇ ତାରିଖ ରାତି ୧୧ଟା ସମୟରେ ୪ ଯୁବକ ତାଙ୍କ ଘରେ ବନବାସୀନି ରାଉତଙ୍କ ବେକରୁ ସୁନା ଚେନ୍ ଓ ଦୁଇ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ଜି ଉଦୟଗିରି ଥାନାରେ ବନବାସିନୀ ଅଭିଯୋଗ କରିଥିଲେ। ପୋଲିସ ଗିରଫ କରିଥିବା ଅଭୁଯୁକ୍ତଙ୍କ ଭିତରେ ଥିବା ପୁଷ୍ପକ ସେହି ସଂସ୍ଥାରେ ରାତ୍ରୀ ଜଗୁଆଳି ଭାବେ କାମ କରନ୍ତି।

  • ମା ଦକ୍ଷିଣ କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ଏ କି କଳିକାଳ? ମନ୍ଦିରକୁ ବି ଛାଡୁ ନାହାନ୍ତି ଚୋର। ମନ୍ଦିରରେ ବୁଲାଇଲେ କଳାକନା। ଗଞ୍ଜାମ ଥାନା ଅଧୀନ ଦାମୋଦର ପୁର ଗ୍ରାମ କଲେଜ ରୋଡରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି। ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗି ମାଙ୍କ ରୁପା ଓ ସୁନା ଅଳଙ୍କାର, ଦାନ ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏଥିସହ ମା ‘ଙ୍କ ଦାନ ହୁଣ୍ଡୀକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଗଞ୍ଜାମ ଥାନା ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି। ଗଞ୍ଜାମରେ ଚୋରିର ଏହା ପ୍ରଥମ ଘଟଣା ନୁହେଁ। ଚାରିଦିନ ତଳେ ଷ୍ଟେସନ ଅଂଚଳର ଏକ ଦୋକାନରୁ ପ୍ରାୟ ପଚାଶରୁ ଷାଠିଏ ହଜାର ଟଙ୍କାର ଚୋରି ହୋଇଥିଲା। ସେହିପରି ମା ଦୁର୍ଗା ମନ୍ଦିର, ଜଗନ୍ନାଥ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା। ଏସବୁ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ପୁଣି ମା’ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ଗଞ୍ଜାମରେ ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସ ପଦକ୍ଷେପ ନେଉନି କି ସହରରେ ପୋଲିସ ପାଟ୍ରୋଲିଂ ଗାଡି ବୁଲୁନି ବୋଲି ଅଭିଯୋଗ ହେଉଛି। ପୋଲିସର ସ୍ଥାଣୁତା ପାଇଁ ଏପରି ଘଟଣା ହେଉଥିବା ଅଭିଯୋଗ ସହ ସହରରେ ପାଟ୍ରୋଲିଙ୍ଗ କଡା କଡ଼ି କରିବା ପାଇଁ ଦାବି ହେଉଛି ।

  • ଧୋକା ଦେଲା ଜୀବନ ସାଥି, ଜୀବିତ ସ୍ୱାମୀଙ୍କୁ ସୋସିଆଲ ମିଡ଼ିଆରେ ଦିଆଯାଉଛି ଶ୍ରଦ୍ଧାଞ୍ଚଳି

    ଧୋକା ଦେଲା ଜୀବନ ସାଥି, ଜୀବିତ ସ୍ୱାମୀଙ୍କୁ ସୋସିଆଲ ମିଡ଼ିଆରେ ଦିଆଯାଉଛି ଶ୍ରଦ୍ଧାଞ୍ଚଳି

    ପ୍ରଥମେ ପ୍ରେମ, ତାପରେ ବିବାହ ଏବେ ଦେଖିବାକୁ ମିଳୁଛି ତାର କୁପରିଣାମ। ବିବାହର ୪ ବର୍ଷ ପରେ ସ୍ତ୍ରୀ ସବୁ ଗହଣା ଗାଣ୍ଠି, ବୁଲେଟ ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ସ୍ତ୍ରୀଙ୍କ ସମ୍ପର୍କୀୟ ସୋସିଆଲ ମିଡିଆରେ ପ୍ରେମିକରୁ ସ୍ୱାମୀ ବନିଥିବା ଭୀଷ୍ମଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ବାଲିସାହି ଗ୍ରାମରେ ଘଟିଛି ଏଭଳି ଦୁଃଖଦାୟକ ଘଟଣା । ବାଲିସାହି ଗ୍ରାମର ଭୀଷ୍ମ ରଂଜନ ରଥ ସ୍କୁଲ ଜୀବନରୁ ପ୍ରେମ କରୁଥିଲେ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଅର୍ତାମୂଳ ଗ୍ରାମର ଶୁଭଶ୍ରୀ ବଳଙ୍କୁ ।

    ୨୦୧୮ ମସିହାରେ ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ। ତିନି ବର୍ଷରୁ ଅଧିକ ସମୟ ଦୁହେଁ ହସସୁଖରେ ଜୀବନ ବିତାଉଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ସ୍ୱାମୀ ଭୀଷ୍ମଙ୍କ ସହ ପାଟିତୁଣ୍ଡ ଓ ମାଡପିଟ କରି ଘରୁ ଚାଲିଯାଇଥିଲେ ଶୁଭଶ୍ରୀ । ଆଉ ସାଙ୍ଗରେ ନେଇଯାଇଥିଲେ ଭୀଷ୍ମଙ୍କ କଷ୍ଟ ଅର୍ଜିତ ୮୦ ହଜାର ଟଙ୍କା, ସୁନା ଅଳଙ୍କାର ଓ ବୁଲେଟ। ଶୁଭଶ୍ରୀ ସ୍ୱାମୀଙ୍କୁ ଛାଡି ନିଜ ବାପା ମା ଓ ଭାଇଙ୍କ ପାଖକୁ ଯାଇଥିବା ଜାଣିବାକୁ ପାଇ ଭୀଷ୍ମ ସେଠାକୁ ଯାଇ ଯେତେ ବୁଝେଇଲେ ବି ନା ଶୁଣିଥିଲେ ଶୁଭଶ୍ରୀ ନା ତାଙ୍କ ପରିବାର ଲୋକେ। ତେଣୁ ନଭେମ୍ବରରେ ଭୀଷ୍ମ କଟକ ଫାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଶୁଭଶ୍ରୀ ଭୀଷ୍ମଙ୍କ ବିରୋଧରେ ଥାନାରେ ଦାୟର କରିଥିଲେ ଯୌତୁକ ନିର୍ଯାତନା, ଯୌନ ଉତ୍ପୀଡନ ପରି ସାଙ୍ଘାତିକ ଦଫାରେ ମାମଲା । ଯାହାକୁ ନେଇ ପୋଲିସ ତାଙ୍କୁ ବହୁ ନିର୍ଯାତନା ଦେଇଥିଲା।

    ଏସବୁ ସତ୍ତ୍ୱେ ଜାମିନରେ ଆସିଥିବା ଭୀଷ୍ମ ଶୁଭଶ୍ରୀଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ହେଲେ ତାଙ୍କୁ ଶୁଭଶ୍ରୀଙ୍କ ପରିବାର ଲୋକେ ଧମକଚମକ ଦେଉଥିବା ଅଭିଯୋଗ ହେଉଛି । ତାଙ୍କ ଜୀବିତାବସ୍ଥାରେ ତାଙ୍କୁ ମୃତ ଦର୍ଶାଇ ଶୁଭଶ୍ରୀଙ୍କ ଭାଇ ସୋସିଆଲ ମିଡିଆରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ଏମିତି କି ସେମାନଙ୍କ ଘରକୁ ଶୁଭଶ୍ରୀଙ୍କ ଧରମ ମାମୁଁ, ଭାଇ ଓ ଅନ୍ୟ କିଛି ଯୁବକ ଆସି ଧମକାଇଥିବା ଅଭିଯୋଗ କରିଛନ୍ତି ଭୀଷ୍ମଙ୍କ ମା।

    ସେପଟେ ଧୋକା ଖାଇ ଭାଙ୍ଗି ପଡ଼ିଥିବା ଭୀଷ୍ମ ଓ ତାଙ୍କ ବିଧବା ମା ଏବେ ଭୟରେ ବିତାଉଛନ୍ତି ଜୀବନ। ତାଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଦେବାକୁ ନହେଲେ ଛାଡପତ୍ର ଦେଇ ଶୁଭଶ୍ରୀ ସାଙ୍ଗରେ ନେଇଯାଇଥିବା ସବୁ ସାମଗ୍ରୀ ଫେରାଇ ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେବାକୁ କରୁଛନ୍ତି ଗୁହାରୀ।

  • ନାଚୁ ନାଚୁ ମାଲିକାଣିଙ୍କୁ ନଚେଇ ଚାଲିଗଲା

    ନାଚୁ ନାଚୁ ମାଲିକାଣିଙ୍କୁ ନଚେଇ ଚାଲିଗଲା

    ପେଶାରେ ଜଣେ ଡ୍ୟାନ୍ସର । କିନ୍ତୁ ତାଙ୍କ କାଣ୍ଡ ଯଦି ଆପଣ ଶୁଣିବେ ଆପଣ ମଧ୍ୟ ଚକିତ ହୋଇଯିବେ । ନିଜେ ନାଚୁ ନାଚୁ ମାଲିକାଣିଙ୍କୁ ମଧ୍ୟ ନଚେଇ ଦେଇ ଚାଲିଗଲା ଡ୍ୟାନ୍ସର। ମେଲୋଡି ପାଟି ମାଲିକାଣିଙ୍କ ଘରେ ରହି କଳାକନା ବୁଲାଇ ଫେରାର ହୋଇଯାଇଥିଲେ ଏହି ମହିଳା ଡ୍ୟାନ୍ସର। ଖାଲି ସେତିକି ନୁହେଁ ଚୋରୀ ଜିନିଷ ଫେରାଇବା ପାଇଁ ଫୋନ କଲେ କିନ୍ତୁ ନିଜେ ଗାଏବ ହୋଇଗଲେ । ଏଭଳି ଘଟଣା ଘଟିଛି ପାଟକୁରା ଥାନା ପୁନ୍ଦାଳ ସ୍ଥିତ ବାଦଲ ଡ୍ୟାନ୍ସ ଗ୍ରୁଫର ମାଲିକାଣି ମଞ୍ଜୁଲତା ନାୟକ ଙ୍କ ଘରେ । ସୁପ୍ରଭା ଦାସ(ପାପାଲୀ) ମଞ୍ଜୁଲତା ଙ୍କ ଘରେ ରହି ନୃତ୍ୟ ଶିଖୁଥିଲେ। ଗତ ଶୁକ୍ରବାର ଦିନ ସୁଯଗ ଦେଖି ଘର ଲୋକ ଙ୍କ ଆଖି ଆଢୁଆଳ ରେ ଗଡ଼ରେଜ ଭାଙ୍ଗି ପଈଁଚାଳିଶି ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ, ପିନ୍ଧା ବସ୍ତ୍ର ଓ ଡ୍ୟାନ୍ସ କଷ୍ଟିଉମ ଆଦି ନେଇ ନିଜ ପୁରୁଷ ବନ୍ଧୁ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପରେ ପୁଣି ଫୋନ କରି ଚୋରି କରିଥିବା ଜିନିଷ ଫେରାଇ ଦେବ ବୋଲି ମାଲିକ କୁ ପ୍ରତିଶୃତି ଦେଇ ଗରା ପୁର ଛକ କୁ ଡାକି ଥିଲା। କିନ୍ତୁ ସେ ସ୍ଥାନ କୁ ଯିବା ପରେ ସେଠାରେ କେହି ନଥିବା ବେଳ ପରବର୍ତୀ ମୁହୂର୍ତ୍ତ ରେ ମାଲିକାଣି ମଞ୍ଜୁଳତା ନାୟକ ସୁପ୍ରଭା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଶ୍ୟାମସୁନ୍ଦର ପୁର ଅଞ୍ଚଳରେ ପାଇଥିଲେ । ଏବଂ ସଙ୍ଗେ ସଙ୍ଗେ ସଦର ଥାନା ତାଙ୍କୁ ଜିମା ଦେଇଥିଲେ । ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।

  • ସ୍ୱାମୀର ଜୀବନ ନେଲା ସ୍ତ୍ରୀ

    ସ୍ୱାମୀର ଜୀବନ ନେଲା ସ୍ତ୍ରୀ

    ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ୨ଜଣଙ୍କୁ ଉଦ୍ଧାର କରି ପୋଲିସ ଅଟକ ରଖିଛି । ତେବେ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ଅଘଟଣ ।

    ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା । ହେଲେ ପତିପତ୍ନୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ । ଗତକାଲି ରାତିରେ କଳହ ତୀବ୍ର ରୂପ ନେଇଥିଲା । ସ୍ତ୍ରୀ ସଞ୍ଜୁଲତା ସ୍ୱାମୀ ସୁରେଶକୁ ଛୁରିରେ ଭୁସି ଦେଇଥିଲା । ଏଥିରେ ତାକୁ ନାବାଳକ ପୁଅ ସହଯୋଗ କରିଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ସୁରେଶର ମୃତ୍ୟୁ ଘଟିଥିଲା ।

    ଗ୍ରାମବାସୀଙ୍କ କହିବା ଅନୁଯାୟୀ ସୁରେଶ ମହଲାଙ୍କ ସ୍ତ୍ରୀ ସଂଜୁଲତା ମହଲା ଓ ନାବାଳକ ପୁଅ ସହ ରହୁଥିଲେ । ଆଜି ଭୋରୁ ଭୋରୁ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ । ପରେ ସେ ରାସ୍ତାରେ ପଡ଼ି ଯାଇଥିଲେ । ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଚିହ୍ନ ଦେଖିଥିଲେ । ପରେ ସୁରେଶର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ଜଣାଯିବା ପରେ ଗ୍ରାମବାସୀ ଉଭୟ ମା ଓ ପୁଅକୁ ଗଛରେ ବାନ୍ଧି ଦେଇ ପୁଲିସକୁ ଖବର ଦେଇଥିଲେ ।