Category: ଅପରାଧ

  • ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ

    ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ

    ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗ୍ରାମରେ ଆଜି ସକାଳୁ ଘଟିଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିବା ବେଳେ ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରିକି ଉତ୍ତ୍ୟକ୍ତ ଗ୍ରାମବାସୀ ମିଲିଙ୍କ ଶାଶୁଙ୍କୁ ଟଣାଓଟରା କରି ମାରପିଟ କରିଥିବା ବେଳେ ପୁଲିସ୍‌ ଗାଡ଼ି ଆଗରେ ବସି ରହିଛନ୍ତି। ସୂଚନା ଅନୁଯାୟୀ ରାତିରେ ଖିଆପିଆ କରି ନିଜ ଛୁଆକୁ ଧରି ଶୋଇଥିଲେ ମହିଳା। ସକାଳୁ ଛୁଆ ଉଠି ମା’କୁ ଖୋଜିବା ବେଳେ ଆଉ ପାଇଲାନି ମା’ର ପତ୍ତା । ଛାତ ଉପରକୁ ଯାଇ ଯାହା ଦେଖିଲା, ନିଜ ଆଖିକୁ ବିଶ୍ୱାସ କରି ପାରିଲାନି। କାରଣ ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ । ରାତିରେ ଯିଏ ମା’ କୋଳରେ ଶୋଇଥିଲେ, ସକାଳେ ସେ ମା’ ଛେଉଣ୍ଡ ହୋଇ ଯାଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

    ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ସ୍ୱାମୀ ବାହାରେ ରହି କାମ କରୁଥିବା ବେଳେ ଘରେ ସେ ନିଜର ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ତଥା ଶାଶୁ, ଶ୍ୱଶୁରଙ୍କ ସହ ରହୁଥିଲେ। ଏପରିକି ବହୁ ଥର ନିର୍ଯାତନା ଅସହ୍ୟ ହେବାରୁ ମିଲି ପିଲାଙ୍କୁ ଧରି ବାପ ଘରକୁ ପଳାଉଥିଲେ। ଏହାପରେ ଗାଁରେ ବୈଠକ ବସି ତାଙ୍କୁ ଶାଶୁ ଘର ଲୋକେ ଫେରାଇ ଆଣୁଥିଲେ।

  • ପୁଣି ଥରେ ମଣିପୁରରେ ହିଂସାକାଣ୍ଡ

    ପୁଣି ଥରେ ମଣିପୁରରେ ହିଂସାକାଣ୍ଡ

    ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପ୍ରବେଶ କରି ଫାୟାରିଂ କରିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଉପଦ୍ରବକାରୀମାନେ ଜିଲ୍ଲାର ଦ୍ୱିତୀୟ ଆରଇଆରବି ୟୁନିଟ ଉପରେ ଆକ୍ରମଣ କରିବା ସହିତ ଗୁଳି, ବାରୁଦ ସମେତ ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ଏଥିସହିତ ସେମାନେ ମଣିପୁର ରାଇଫଲ୍ସର ଦ୍ୱିତୀୟ ଓ ୭ଟିୟୁ ବାଟାଲିୟନରୁ ହତିଆର ଓ ଗୁଳି ଲୁଟିବାକୁ ପ୍ରୟାସ କରୁଥିଲେ, ମାତ୍ର ସୁରକ୍ଷାବଳ ସେମାନଙ୍କୁ ଅଟକାଇଥିଲେ ।

    ଏଥିସହିତ ଉପଦ୍ରବକାରୀମାନେ କିଛି ଲୋକଙ୍କର ଘର ଜାଳିଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଖବର ମୁତାବକ, ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରାଯାଇଛି । ଏଥିସହିତ ଉପଦ୍ରବକାରୀମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳକୁ ଆସିଥିଲେ ଓ ଗୁଳିମାଡ଼ କରିଥିଲେ । ଜିଲ୍ଲାର କ୍ୱାକଟା ଅଞ୍ଚଳଠାରୁ ଦୁଇ କିମି ଦୂରରେ କେନ୍ଦ୍ରୀୟ ବଳ ପକ୍ଷରୁ ବଫର ଜୋନ ନିର୍ମାଣ କରାଯାଇଥିଲା ।

    ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ବିଷ୍ଣୁପୁରର କିଛି ଅଞ୍ଚଳରେ ଫାୟାରିଂ କରାଯାଇଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ଉପଦ୍ରବକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ୭ଟି ଅବୈଧ ବଙ୍କରକୁ ନଷ୍ଟ କରି ଦିଆଯାଇଥିବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।

  • ପୁରୀ ଯୁବ ବ୍ୟବସାୟୀ ହତ୍ୟା ଉଦ୍ୟମରେ,୩ ଗିରଫ

    ପୁରୀ ଯୁବ ବ୍ୟବସାୟୀ ହତ୍ୟା ଉଦ୍ୟମରେ,୩ ଗିରଫ

    ପୁରୀର ଯୁବ ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଅବକାଶ ଲେନର ବାବୁ ପ୍ରଧାନ, ପିକେଡିଏ କଲୋନୀର ସୁନୀଲ କୁମାର ପ୍ରଧାନ ଓ ଚନ୍ଦ୍ରକାନ୍ତ ଜେନା। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ୪ଟି ଗୁଳି ଜବତ କରିଛି।

    ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ରେଡକ୍ରସ ରୋଡରେ ସୋମନାଥ ସାହୁ ତାଙ୍କ ଗୋଦାମ ଘରେ ବସିଥିବା ବେଳେ ଅଭିଯୁକ୍ତ ମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ କରିବା ସହ କାଠ ଫାଳିଆରେ ପିଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ। ତେବେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରୁଥିବାବେଳେ କୁମ୍ଭାରପଡା ପୋଲିସ ସହ ସ୍ୱତନ୍ତ୍ର ଟିମ ସେମାନଙ୍କୁ ଅନୁଗୁଳରୁ ଗିରଫ କରିଥିଲେ।

    ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ନେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ ଓ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ। ସେପଟେ ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି, ଗତ ଏକ ମାସ ମଧ୍ୟରେ ୬୦ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସିଟି ଡିଏସପି କହିଛନ୍ତି। ତେବେ ସୋମନାଥ ଙ୍କୁ ହତ୍ୟା କରିବା ପଛରେ ଆହୁରି ଏକାଧିକ ବ୍ୟକ୍ତି ଙ୍କ ହାତ ରହିଛି। ସେହିପରି ବନ୍ଧୁକ କେଉଁ ଠାରୁ ଆସିଛି, କିଏ ଦେଇଛି ତାର ଖୋଳତାଡ କରୁଛି ପୋଲିସ୍। ଏ ଦିଗ ରେ ଅଭିଯୁକ୍ତ ଙ୍କୁ ଧରିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୁରୀ ସିଟି ଡିଏସପି ସୂଚନା ଦେଇଛନ୍ତି।

  • ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ

    ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ

    ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଖଣ୍ଡଗିରି ଥାନା ମାମାଲାରେ ରହସ୍ୟମୟୀଙ୍କୁ ମିଳିଛି ଜାମିନ । ଅର୍ଚ୍ଚନାଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ୨ଟିରେ ଜାମିନ ମିଳିଛି ।

    ତେବେ ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିବା ପାଇଁ ମନା କରାଯାଇଛି । ସେହିପରି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ କୌଣସି ପ୍ରକାର ବୟାନବାଜି କରିବେ ନାହିଁ । ଏବେ କେବଳ ଇଡି ମାମଲାରେ ଅର୍ଚ୍ଚନା ଜାମିନ ପାଇନାହାନ୍ତି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

  • ବିକ୍ରି ମୂଲଚାଲ ବେଳେ ବଜ୍ରକାପ୍ତା ଉଦ୍ଧାର

    ବିକ୍ରି ମୂଲଚାଲ ବେଳେ ବଜ୍ରକାପ୍ତା ଉଦ୍ଧାର

    ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ମାଡି ବସିଲା ବନ ବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଏହି ସୂଚନା ଦେଇଛନ୍ତି।

    ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ବନବିଭାଗ ପୂର୍ବ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଏହି ସଫଳତା ପାଇଛି। ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

  • ପୋଲିସ୍ କୁ ଆକ୍ରମଣ ପଡିଲା ମହଙ୍ଗା

    ପୋଲିସ୍ କୁ ଆକ୍ରମଣ ପଡିଲା ମହଙ୍ଗା

    ଗାଡି ଚେକିଂ ସମୟରେ ପୁଲିସକୁ ଆକ୍ରମଣ କଲେ ଦୁଇ ବାଇକ ଆରୋହୀ | ଆଉ ପୁଲିସର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ତାମିଲନାଡୁର ଚେନ୍ନାଇରେ ଆଜି ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଚେନ୍ନାଇ ଉପକଣ୍ଠରେ ପୁଲିସ ଗାଡି ଯାଞ୍ଚ କରୁଥିଲା ବେଳେ ଦୁଇଜଣ ବାଇକ ଆରୋହୀ ଡିଉଟିରେ ଥିବା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ)ଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ପରେ ପୁଲିସ ମଧ୍ୟ ଏହାର ଜବାବ ଦେବାକୁ ଯାଇ ଗୁଳି ଚଳାଇଥିଲା |

    ଏହି ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି | ପୁଲିସ କହିଛି ଯେ ଉଭୟଙ୍କର ଅପରାଧିକ ରେକର୍ଡ ରହିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଉଭୟ ପେସାଦାର ଅପରାଧୀ ହୋଇଥିବାବେଳେ ଏମାନଙ୍କ ନିକଟରେ ଛୁରୀ ଓ ଭୁଜାଲି ଥିଲା | ଆଜି ଭୋର ପ୍ରାୟ ୩ଟା ୩୦ ସମୟରେ ଗୁଦୁଭାନଚେରୀ ନିକଟରେ ଗାଡି ଚେକିଂ ଚାଲିଥିବାବେଳେ ଏମାନଙ୍କୁ ପୁଲିସ ଅଟକାଇଥିଲା |
    ତେବେ ଏହି ଦୁଇ ଅପରାଧୀ ପୁଲିସ ଏସଆଇଙ୍କୁ ଆକ୍ରମଣ କରି ଖସି ପଳାଇଯିବାକୁ ଚେଷ୍ଟା କରୁଥିଲେ | ଏହି ଦୁଇଜଣ କେବଳ ଆକ୍ରମଣ କରିନଥିଲେ ବରଂ ପୁଲିସ ଏସଆଇଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ | ନିଜ ଜୀବନ ବଞ୍ଚାଇବାକୁ ପୁଲିସ ଏସଆଇ ଜଣକ ଜଣେ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥିଲେ |

    ଏହା ପରେ ଅନ୍ୟ ଅପରାଧୀ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବାବେଳେ ପୁଲିସ ଏନକାଉଣ୍ଟର କରିଥିଲା | ଏହାପରେ ପୁଲିସ ଆହତ ଏସଆଇଙ୍କ ସହ ଦୁଇ ଅପରାଧୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା | ଯେଉଁଠାରେ ଡାକ୍ତରମାନେ ଦୁଇ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସର ସୂଚନାନୁସାରେ ମୃତ ବ୍ୟକ୍ତିଙ୍କ ନାମ ଛୋଟା ବିନୋଦ (୩୫) ଏବଂ ଏସ ରମେଶ (୩୨) ବୋଲି ଜଣାପଡିଛି। ଉଭୟ ଛୋଟା ବିନୋଦ ଏବଂ ଏସ ରମେଶ ଅଭ୍ୟାସଗତ ଅପରାଧୀ ଏବଂ ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ୨୦ରୁ ଅଧିକ ମାମଲା ରହିଛି |

  • ନାବାଳିକାକୁ ଅଶ୍ଲୀଳ ବ୍ୟବହାର କରିଥିବା ମିକ୍ସଚର ମେସିନ ଡ୍ରାଇଭର ହତ୍ୟା ଘଟଣାରେ ଦୁଇ ଗିରଫ

    ନାବାଳିକାକୁ ଅଶ୍ଲୀଳ ବ୍ୟବହାର କରିଥିବା ମିକ୍ସଚର ମେସିନ ଡ୍ରାଇଭର ହତ୍ୟା ଘଟଣାରେ ଦୁଇ ଗିରଫ

    କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ହୋଇଥିବା ହତ୍ୟା ଘଟଣାରେ ଦୁଇ ଗିରଫ। ଉଭୟ ମୃତକଙ୍କୁ ପିଟିପିଟି ହତ୍ୟା କରିଥିବା ହୋଇଥିଲା ଅଭିଯୋଗ। ସୂଚନା ମୁତାବକ, ସ୍ଥାନୀୟ ରାସ୍ତା କାମରେ ମୃତକ ଝାରଖଣ୍ଡର ନିରୁପାଲ ମହାତ ମିକ୍ସଚର ମେସିନ ଡ୍ରାଇଭର ଭାବେ କାମ କରୁଥିଲେ। ସେ ସ୍ଥାନୀୟ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବାରମ୍ବାର ଅଶ୍ଳୀଳ ବ୍ୟବହାର କରିଆସୁଥିଲେ। ଶନିବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ଅଶ୍ଳୀଳ ଫୋଟ ଉଠାଇଥିଲେ। ନାବାଳିକା ଜଣକ ବାପାଙ୍କ ଆସିବା ପରେ ସବୁକଥା ତାଙ୍କୁ କହିଥିଲେ । ଏଥିରେ ନାବାଳିକାଙ୍କ ବାପା ଓ ଦାଦା ଉତକ୍ଷିପ୍ତ ହୋଇ ଠିକା କ୍ୟାମ୍ପରେ ପହଞ୍ଚି ଡ୍ରାଇଭରଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଠିକା କ୍ୟାମ୍ପ କର୍ମଚାରୀଙ୍କ ସୂଚନାରେ ରାଇକିଆ ପୋଲିସ ରବିବାର ପ୍ରାଥମିକ ପଦକ୍ଷେପ ନେବା ସହ ନାବାଳିକା, ତାଙ୍କ ବାପା ଓ ଦାଦାଙ୍କୁ ପଚରା ଉଚରା କରିଥିଲା ଓ ପରେ ସେମାନଙ୍କୁ ଗିରଫ କରିଛି।

  • NTVTI ତାଲିମ ପ୍ରହସନ: ଜମି ହରାଇଥିବା ୩୦ରୁ ଉର୍ଦ୍ଧ ଯୁବକ-ଯୁବତୀ ବେକାର, ସୁବର୍ଣ୍ଣରେଖା ବନ୍ଦରରେ ବଢୁଛି ଛଟେଇ

    NTVTI ତାଲିମ ପ୍ରହସନ: ଜମି ହରାଇଥିବା ୩୦ରୁ ଉର୍ଦ୍ଧ ଯୁବକ-ଯୁବତୀ ବେକାର, ସୁବର୍ଣ୍ଣରେଖା ବନ୍ଦରରେ ବଢୁଛି ଛଟେଇ

    ସୁବର୍ଣ୍ଣରେଖା ବନ୍ଦରରେ ନିଯୁକ୍ତି ଆଳରେ ଟାଟା କମ୍ପାନୀ ଉପରେ ଲାଗିଲା ଠକେଇ ଅଭିଯୋଗ । କମ୍ପାନୀର ଚାକିରୀ ନାଁରେ ଖର୍ଚ୍ଚାନ୍ତରେ ପଡିଲେ ଜମିହରାଙ୍କ ପରିବାର । ଆରମ୍ଭରୁ ବିବାଦ ଭିତରେ ଛନ୍ଦି ହୋଇପଡ଼ିଥିବା ସୁବର୍ଣ୍ଣରେଖା ବନ୍ଦର ନାଁ ରେ ଆସିଲା ପୁଣି ଏକ ସଙ୍ଗୀନ ଅଭିଯୋଗ। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅଧିନସ୍ଥ ଚୌମୁଖ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ଦୀର୍ଘ ଦିନରୁ ଚାଲୁଅଛି । ସୁବର୍ଣ୍ଣରେଖା ବନ୍ଦରରେ ସ୍ଥାନୀୟ ନିଯୁକ୍ତି ଆଳରେ ଜେ.ଏନ.ଟି.ଭି.ଟି.ଆଇ(JNTVTI) ତାଲିମ ସାଜିଲା ଏକ ପ୍ରହସନ । ଜମିହରାଙ୍କ ଜମି ଅଧିଗ୍ରହଣ ପରେ ବନ୍ଦରରେ ଚାକିରି ର ପ୍ରଲୋଭନ ଦେଖାଇ ଅର୍ଥ ଶୋଷଣ କରୁଥିବା ହୋଇଛି ଅଭିଯୋଗ । ଦିନକୁ ଦିନ ବନ୍ଦରରେ ଛଟେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ନିଯୁକ୍ତି ନାଁରେ ପ୍ରହସନ ସ୍ଥାନୀୟ ବେକାରୀ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କମ୍ପାନୀ ପ୍ରତି ଅସନ୍ତୋଷର ମାତ୍ରା ବଢିବାରେ ଲାଗିଛି। ଜମିହରା ପରିବାର ସଦସ୍ୟ JNTVTI ତାଲିମ ପରେ ନିଯୁକ୍ତି ନ ପାଇ ସୁବର୍ଣ୍ଣରେଖା ବନ୍ଦର କତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନାରେ ବିଫଳ ହେବା ପରେ, ଆଜି ୩୦ରୁ ଉର୍ଦ୍ଧ ତାଲିମପ୍ରାପ୍ତ ବେକାର ଯୁବକ ଯୁବତୀ ବାଲିଆପାଳ ବ୍ଲକ ପରିସରରେ ଅନୁଷ୍ଠିତ ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ। ଜମିହରାଙ୍କ ପାଇଁ ମାଗଣା ତାଲିମ କହି ନିଆଯାଇଥିବା ଅର୍ଥରାଶିକୁ ଫେରେଇବା ପାଇଁ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି

  • ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼,୪ ମୃତ

    ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼,୪ ମୃତ

    ମହାରାଷ୍ଟ୍ରର ପାଲଘର ଠାରେ ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ବିନିମୟ ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ ମଧ୍ୟରେ ଜଣେ ASI ଏବଂ ୩ ଯାତ୍ରୀ ଅଛନ୍ତି। ତେବେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଥିବା ଦହିସରରେ ଏହି ଗୁଳି ବିନିମୟ ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।

    ଜୟପୁର-ମୁମ୍ବାଇ ଟ୍ରେନଟି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିବା ଜଣାପଡିଛି । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ।

    ଦୁଇ ଜଣ ଉକ୍ତ ଟ୍ରେନ୍‌ରେ ଥିଲେ। ଏହି ସମୟରେ କନଷ୍ଟେବଳ ଚେତନ ହଠାତ୍‌ ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ କନଷ୍ଟେବଳ ଚେତନଙ୍କ ଆଖିବୁଜା ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବାକୁ ସେମାନେ ବଗି ଭିତରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।

    ୪ଜଣଙ୍କୁ ହତ୍ୟା କରିଥିବା ଉକ୍ତ ‘ଆର୍‌ପିଏଫ୍‌’ କନେଷ୍ଟବଳଙ୍କୁ ମୁମ୍ବାଇ ରେଲ୍‌ୱେ ପୋଲିସ ଅଟକ ରଖିଛି।

    ପୁଲିସ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭୋର୍‌ ୫.୨୩ରେ ଟ୍ରେନ୍‌ ନମ୍ବର ୧୨୯୫୬ର ‘ବି୫’ କୋଚ୍‌ରେ ଆଜି ଗୁଳିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି। ‘ଏସ୍କର୍ଟ ଡିୟୁଟି’ରେ ଥିବା ସି. ଟି. ଚେତନ ‘ଏସ୍କର୍ଟ ଇନ୍‌-ଚାର୍ଜ’ ‘ଏଏସ୍‌ଆଇ’ ଟିକା ରାମଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୁନିଶ୍ଚିତ କରାଯାଇଛି। ଉକ୍ତ ଟ୍ରେନ୍‌ ‘ବିଭିଆଇ’ରେ ପହଞ୍ଚିଥିଲା। ସଦ୍ୟତମ ସୂଚନା ଅନୁସାରେ, ‘ଏଏସ୍‌ଆଇ’ଙ୍କ ସମେତ ୩ଜଣ ସାଧାରଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସିନିୟର୍‌ ‘ଡିଏସ୍‌ସି ବିଟିସି’ ଘଟଣାସ୍ଥଳକୁ ଯାଇଛନ୍ତି।

    ଅଭିଯୁକ୍ତ କନେଷ୍ଟବଳ ଧରାପଡ଼ିଛନ୍ତି। ‘ଡିସିପି’ ନର୍ଥ ‘ଜିଆର୍‌ପି’ଙ୍କୁ ସୂଚନା ଦିଆଯାଇଛି। ପରେ ପରେ ସବିଶେଷ ବିବରଣୀ ପହଞ୍ଚିବ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

    ଏନେଇ ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ତେବେ ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି। ଯଦି ତାଙ୍କର ମାନସିକ ସ୍ଥିତି ଠିକ୍‌ ନ ଥିଲା, ତେବେ ତାଙ୍କୁ କିପରି ଡ୍ୟୁଟିରେ ମୁତୟନ କରାଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

  • ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେଲେ ତା’ ପରେ …….

    ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେଲେ ତା’ ପରେ …….

    ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ମୋ ଝିଅର ଜୀବନ ମୁ ଏବେ କେମିତି ବଞ୍ଚିବି ‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ ଝିଅ ମରିଗଲା। ମୋ ଝିଅକୁ ମୋତେ ଆଣିଦିଅ। ସେ ଝିଅ ନଥିଲା, ସେ ମୋ ପୁଅ ଥିଲା। ମୁଁ ଏବେ ତା’ପୁଅକୁ କିପରି ମଣିଷ କରିବି।’ ଏପରି କହି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ବୃଦ୍ଧ। ପରିବାର ନିୟୋଜନ ଅପରେସନ ପରେ ତାଙ୍କ ଝିଅର ମୃତ୍ୟୁ ଘଟିଛି। ନ୍ୟାୟ ମାଗିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି।

    ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ। ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅନ୍ତର୍ଗତ ରାଉତରାୟପୁର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ ଦୁଇ ବର୍ଷ ପୂର୍ବରୁ ଔପଦା ଗଡ଼ସାହିର ଯଶୋବନ୍ତ ବାରିକଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟ ଦମ୍ପତ୍ତିଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ପୁଅ ସହିତ ଜୟନ୍ତୀ ବାପା ଘର ରାଉତରାପୁରରେ ରହୁଥିଲେ। ବରପଦାରେ ପରିବାର ନିୟୋଜନ ଅପରେସନ ପାଇଁ କ୍ୟାମ୍ପ କରାଯାଇଥିଲା। ଜୟନ୍ତୀ ସେଠାରେ ପରିବାର ନିୟୋଜନ ଅପରେସନ କରିବାକୁ ସ୍ଥିର କରିଥିଲେ।

    ଅଭିଯୋଗ ଅନୁସାରେ, ଜୟନ୍ତୀ ଆଶାକର୍ମୀଙ୍କ ପରାମର୍ଶ ନେଇ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଅପରେସନ କରିଥିଲେ। ଅପରେସନ ପରେ ସେହିଦିନ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ପରେ ଜୟନ୍ତୀଙ୍କ ପେଟ ଫୁଲାଇ ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଗରପଡ଼ା ହସପିଟାଲରେ ଭର୍ତ୍ତି କରିଥିଲେ।

    ଜୟନ୍ତୀଙ୍କ ଅବସ୍ଥା ଗୁରୁତର ହେବାରୁ ଆଗରପଡ଼ା ଡ଼ାକ୍ତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ ଜୟନ୍ତୀଙ୍କ ପେଟରେ ପାଣି ଜମିଥିବା ଡ଼ାକ୍ତର କହିଥିଲେ। ମାଇନର ଅପରେସନ କରି କଟକ ରେଫର କରିଥିଲେ। କଟକରେ ଜୟନ୍ତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା।

    ଡ଼ାକ୍ତରଙ୍କ ଖାମଖିଆଲି ନୀତି ତଥା ଭୁଲ୍‌ ଅପରେସନ ଯୋଗୁ ଜୟନ୍ତୀଙ୍କୀର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଭଦ୍ରକ ରୁରାଲ ଥାନାରେ ଏତଲା ଦେବା ସହିତ ଜିଲ୍ଲାପାଳ ନିକଟରେ ନ୍ୟାୟ ମାଗିଛନ୍ତି।