Category: ଅପରାଧ

  • ସାଙ୍ଗ ହୋଇ ବାହାରିଲେ, ଶବ ହୋଇ ଫେରିଲେ

    ସାଙ୍ଗ ହୋଇ ବାହାରିଲେ, ଶବ ହୋଇ ଫେରିଲେ

    ରାତିରେ ଘରୁ ସାଙ୍ଗ ହୋଇ ବାହାରିଲେ । ସକାଳୁ ଶବ ହୋଇ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧିନ ପଞ୍ଚଭୂତି ଗ୍ରାମରେ । ଗ୍ରାମର ସନ୍ତୋଷ ଗୌଡଙ୍କ ପୁଅ ବସନ୍ତ ଗୌଡ଼ ଗତ କାଲି ସନ୍ଧ୍ୟା ସମୟରେ ସାଙ୍ଗ ସହ ବଜାରକୁ ଯାଇଥିଲେ । ହେଲେ ରାତ୍ର ହେବା ପରେ ମଧ୍ୟ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ସୁଧା ବସନ୍ତର କୌଣସି ସନ୍ଧାନ ମିଳିନଥିଲା । କିନ୍ତୁ ଆଜି ସକାଳେ ସେହି ଗ୍ରାମର ଖଳା ସାହିର ଦେଶୀ ମଦ ଦୋକାନ ଆଗରୁ ବସନ୍ତ ଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।

    ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତାଙ୍କର ମୃତ୍ୟୁ କିଭଳି ହେଲା ପୋଲିସ ତଦନ୍ତ ଚଳାଇଛି । ବସନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ ସ୍ୱାମୀର ଏଭଳି ମୃତ୍ୟୁ ପଛରେ ଦୁଇଜଣ ସାଙ୍ଗ ରହିଥିବା ଅଭିଯୋଗ କରିଛି l ମୃତ ଦେହ କୁ ପୋଲିସ୍ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ କହିଛନ୍ତି ।

  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି ଫୋପାଡିଲା ସାଙ୍ଗ

    ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି ଫୋପାଡିଲା ସାଙ୍ଗ

    ସାଙ୍ଗ ସାଜିଲା ସାଙ୍ଗର ଶତ୍ରୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି ଫୋପାଡି ଦେଲା ଆଉ ଜଣେ ସାଙ୍ଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଥାନା ଅଧୀନ ଘୁ. ରମ୍ଭା ଗାଁରେ । ଗାଆଁ ବନ୍ଦର ସାହି ର ଏକ ଯୁବକ କୁ ତାର ଦୁଇ ସାଙ୍ଗ ଘରୁ ଡାକି ନେଇ ହତ୍ୟା କରିବା ପରେ ଘାଟି ତଳ କୁ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗଛ ମୂଳ ରେ ମୃତ ଦେହ କୁ ପୋତି ଦେଇଥିଲେ l ମୃତକ ହେଲେ ରମ୍ଭା ଗାଁ ର ଯଜ୍ଞପ୍ରଧାନ l ପରିବାର ଲୋକ ବହୁ ଖୋଜାଖୋଜି ପରେ ଗତ ୧୦ ତାରିଖ ଦିନ ଭଞ୍ଜନଗର ଥାନା ରେ ଏତଲା ଦେଇଥିଲେ l

    ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ କରିବା ପରେ ନିଖୋଜ ଯଜ୍ଞ ପ୍ରଧାନଙ୍କ ମୃତ ଦେହ କଳିଙ୍ଗା ଘାଟି ତଳୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ୩୦ ତାରିଖ ଦିନ ଯଜ୍ଞର ଦୁଇଜଣ ସାଙ୍ଗ ତାକୁ ଘରୁ ବାଇକ ରେ ବସାଇ ଆଣିଥିଲେ ସେହି ଦିନ ଠାରୁ ତାର ସନ୍ଧାନ ପାଇନଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁଯାୟୀ ପୋଲିସ ସେହି ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚରା ଉଚରା କରିବାରୁ ସେମାନେ ଜଜ୍ଞକୁ ହତ୍ୟା କରିବା ସ୍ୱୀକାର କରିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କରିଥିବା ସ୍ବୀକାର କରିଛନ୍ତି l ଏପଟେ ଭଞ୍ଜନଗର ଏସଡିପିଓ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଘଟଣା ର ସମ୍ପୂର୍ଣ ତଥ୍ୟ ତଦନ୍ତ ପରେ ହିଁ ସତ୍ୟତା ଜଣାପଡିବ l

  • ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା

    ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା

    କୋଲକାତା ନିଆଁ ଲିଭିନଥିବା ବେଳେ ଆଉ ଏକ ବର୍ବର ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ତରେ । କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମଳିଛି । ଯାହା ସମଗ୍ର ମଣିଷ ସମାଜକୁ ଆଜି ଭାବିବାକୁ ବାଧ୍ୟ କରିଛି, କଣ ସତରେ ଏ ସମାଜରୁ ମଣିଷ ପଣିଆ ହଜିଯାଇଛି । କାରଣ ଏମିତି ଆଉ କେତେ ଦିନ ଚାଲିବ । କୋଲକାତା ଭଳି ଉତ୍ତରାଖଣ୍ଡରେ ମଧ୍ୟ ଜଣେ ନର୍ସଙ୍କୁ ଅପରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି । ଯାହା ଶୁଣିଲେ ଆପଣ କେବେ ବିଶ୍ବାସ କରିପାରିବେ ନାହିଁ ।

    ମହିଳା ଜଣକ ଉତ୍ତରାଖଣ୍ଡର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ହେଲେ ସେ ଜୁଲାଇ ୩୦ରେ ହସ୍ପିଟାଲକୁ ଯାଇଥିଲେ ସତ କିନ୍ତୁ ଘରକୁ ଫେରିନଥିଲେ । ଆଉ ଏନେଇ ତାଙ୍କ ଝିଅ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ଏହାର ତଦନ୍ତ କରିବା ଆରମ୍ଭ କରିଥିଲା । ଅଭିଯୋଗର ୯ ଦିନ ପରେ ପୋଲିସ ସେହି ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା । ରିପୋର୍ଟରେ ଜଣାପଡିଥିଲା କି ସେହି ମହିଳାଙ୍କୁ ଦିଷ୍କର୍ମ କରି ହତ୍ୟା କରାଯାଇଛି । ତେବେ ଏ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ତେଣୁ ସେହି ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ ଜଣକ ମହିଳାଙ୍କ ଫୋନ୍ ସହ ୩,୦୦୦ ଟଙ୍କା ଚୋରି କରି ନେଇଥିଲା । ତେଣୁ, ସେହି ଫୋନ୍ ମାଧ୍ୟମରେ ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ସହଜ ହୋଇଥିଲା । ତେବେ ସେହି ଅଭିଯୁକ୍ତଙ୍କ ନାମ ହେଉଛି ଧର୍ମେନ୍ଦ୍ର, ସେ ଉତ୍ତର ପ୍ରଦେଶରେ ଶ୍ରମିକ ଭାବେ କାମ କରିଥିବା ବେଲେ ଘଟଣା ପରେ ରାଜସ୍ଥାନ ଫେରାର ହୋଇଯାଇଥିଲା । ଯାହା ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • ଗୋ-ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, ଜଣେ ଗୁରୁତର, ୫ ଗିରଫ

    ଗୋ-ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, ଜଣେ ଗୁରୁତର, ୫ ଗିରଫ

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ପୋଲିସ ଉପରକୁ ଗୁଳିଚାଳନା କରିଥିବା ଅଭିଯୁକ୍ତ ଗୋ-ଚାଲାଣକାରୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆହତ ଗୋ-ଚାଲାଣକାରୀ ଜଣକ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡିଛି ।

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ଚୋରା ଗୋ-ଚାଲାଣ ହେଉଥିବା ଖବର ପାଇ ପୋଲିସ ଏକ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗୋ-ଚାଲାଣକାରୀ ପୋଲିସକୁ ଦେଖିବା ମାତ୍ରେ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଗୋ-ଚାଲାଣକାରୀର ଗୋଡରେ ଦୁଇଟି ଗୁଳି ବାଜିବରୁ ସେ ଆହତ ହୋଇ ତଳେ ପଡ଼ିଯାଇଥିଲା । ପୋଲିସ ଅଭିଯୁକ୍ତ ଗୋ-ଚାଲାଣକାରୀକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ମିଳିଥିବା ସୂଚନା ଅନୁସାରେ, ଆହତ ଗୋ-ଚାଲାଣକାରୀ ଜଣକ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ଆଜି କେନ୍ଦୁଝର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେଇଛନ୍ତି କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର୍ ନାଏକ ।

    ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଚାରୋଟି ପିକପ ଜବତ କରାଯିବା ସହ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଥିବା କଥା ଏଏସପି କହିଛନ୍ତି । ଏହାସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ପୋଲିସ ଜବତ କରିଥିବା ପ୍ରକାଶ କରିଛନ୍ତି । ଏହି ଘଟଣାରେ ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନାରେ ପୁଥକ୍ ପୃଥକ୍ କେସ ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି ଏଏସପି ଦିଲ୍ଲୀପ ନାଏକ । ଏହି ଘଟଣାରେ ଗୁରୁତର ଥିବା ଜଣକୁ କଟକ ପଠାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

  • ଆନ୍ଧ୍ରରେ ଓଡ଼ିଆ ଯୁବକଙ୍କୁ ହତ୍ୟା

    ଆନ୍ଧ୍ରରେ ଓଡ଼ିଆ ଯୁବକଙ୍କୁ ହତ୍ୟା

    ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀରେ କାର୍ଯ୍ୟରତ ଓଡ଼ିଆ ଠିକାଦାରଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ବାହାକଣ୍ଡିଆ ଗ୍ରାମର ଜଗଦୀଶ ସ୍ବାଇଁ ନାମକ ଯୁବକ ମଧ୍ୟପ୍ରଦେଶ ଗୁଣ୍ଟୁରରେ ଏକ ଘରୋଇ କମ୍ପାନୀରେ ଠିକାଦାର ଭାବେ କାମକରୁଥିଲେ। ଜଗଦୀଶ ଘରକୁ ଆସିବା ପାଇଁ ଜୁଲାଇ ୩୧ ତାରଖ ଦିନ କମ୍ପାନୀରୁ ଟଙ୍କା ଉଠାଇ ପାଖରେ ରଖିଥିଲେ । ସେହିଦିନ ଆନ୍ଧ୍ରରେ ଜଣେ ଓଡ଼ିଆ ସାଙ୍ଗଙ୍କ ଘରେ ରହିଥିଲେ ।ମାତ୍ର ସକାଳୁ ସାଙ୍ଗମାନେ ଦେଖନ୍ତି ତ ଜଗଦୀଶ ସେଠାରେ ମରିପଡିଛନ୍ତି । ସାଙ୍ଗ ମାନେ ଜଗଦୀଶ କୁ ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଁରୁ ଜଗଦୀଶଙ୍କ ବଡଭାଇ ଓ ଦୁଇ ସାଙ୍ଗ ମଧ୍ୟ ପ୍ରଦେଶରେ ପହଞ୍ଚି ମୃତ ଦେହକୁ ବ୍ୟବଛେଦ କରିବା ପରେ ଗୁଣ୍ଟୁର ଥାନାରେ ଏକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବାକଥା ଜଗଦୀଶଙ୍କୁ ଏକ ଯୋଜନାବଧ ହତ୍ୟାକରାଯାଇଛି । ଟଙ୍କା ଲେଣଦେଣକୁ କେନ୍ଦ୍ର କରି ଜଗଦୀଶଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ।

  • ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ

    ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ

    କଣ୍ଟେନର ଯୋଗେ ବେଆନ୍ ଗୋ ଚାଲାଣ ସମୟରେ ମାଡି ବସିଲା ପୋଲିସ୍ I ଘସିପୁରା ପୋଲିସ୍ ର ପେଟ୍ରୋଲିଂ ସମୟରେ କଣ୍ଟେନର ଯେଗେ ଗୋ ଚାଲାଣ ହେଉଥିବା ଗାଡିକୁ ପିଛାକରି ୨୦ ନଂ ଜାତୀୟ ରାଜପଥର ଗୋହିରା ନିକଟରେ ଗାଡିଟିକୁ ଅକାଇବାରେ ସଫଳ ହୋଇଛି ପୋଲିସ I ଡ୍ରାଇଭର ଓ ହେଲପରକୁ କାବୁ କରିବା ସମୟରେ ଅନ୍ୟ ଜଣେ ଖସି ଦୈଡି ପଳାଇଛି ଜବତ କଣ୍ଟେନରରେ ପାଖାପାଖି ୬୦ ଟି ଗୋରୁ ରହିଛନ୍ତି ଢ଼େଙ୍କାନାଳରୁ ଗୋରୁ ବୋଝେଇକରି ମୟୁରଭଞ୍ଜ ଜିଲ୍ଲାର କୈଣସିଏକ ସ୍ଥାନକୁ ଯାଉଥିବା ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି ସମସ୍ତ ଗୋରୁଙ୍କୁ ତୁରନ୍ତ ବଡବିଲ ଗୋଶାଳାକୁ ସ୍ଥାନାନ୍ତର ପାଇଁ ପୋଲିସ୍ ଉଦ୍ୟମ ଆରମ୍ଭ କରିଛି ଅନ୍ୟପଟେ ଅଟକ ଡ୍ରାଇଭର ଙ୍କୁ ପଚାରା ଉଚାରା ଚଳାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି I

  • ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଭିଯୋଗ । ଯାହା RTI ସୂଚନା ଆଧାରରେ ଜଣାପଡିଛି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ତେବେ ସୂଚନା ମୁତାବକ, ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗ୍ରାମରେ ସିଆରପି ଭାବେ ଚାକିରୀ କରିଛନ୍ତି ରାଜଶ୍ରୀ ପରିଜା । ସେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବା ବେଳେ ସାର୍ଟିଫିକେଟ ଭେରିଫିକେସନ ସମୟରେ ବିଏଲଏଫଙ୍କୁ ଭୁଆଁ ବୁଲାଇ ନକଲି ସ୍କୁଲ ସାଠିପିକେର୍ଟ ଦେଇ ଚାକିରୀ ପାଇଥିବା ଅଭିଯୋଗ ହୋଇଥିଲା ।

    ସିଆରପି ପଦ ପାଇଁ ଦଶମ ପାସ ଯୋଗ୍ୟତା ଥିବା ବେଳେ ରାଜଶ୍ରୀ ଏକ ଜାଲ ସାର୍ଟଫିକେଟ ଦେଇ ନିଯୁକ୍ତି ପାଇଥିଲେ । ରାଜଶ୍ରୀଙ୍କ ସାର୍ଟଫିକେଟରେ ଶକୁନ୍ତଳା ବିଦ୍ୟାନିକେତନରୁ ଦଶମ ପାସ କରିଥିବା ଦର୍ଶା ଯାଇଛି । ଯାହାକୁ ନେଇ ସନ୍ଦହ ସୃଷ୍ଟି ହୋଇଥିଲା । ଘଟଣାର ସତ୍ୟତା ଜାଣିବା ପାଇଁ ସୂଚନା ଅଧିକାର ଆଇନର ସାହାରା ନିଆଯାଇଥିଲା । ସେତିରୁ ମିଳିଥିବା ତଥ୍ୟରୁ ଜଣାପଡୁଛି ରାଜଶ୍ରୀଙ୍କ ପ୍ରମାଣପତ୍ର ମିଛ । ଏହାପରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ଡେରାବିଶ ବିଡ଼ିଓଙ୍କୁ ସଂଗୀନ ଅଭିଯୋଗ ହୋଇଛି ।

    ଆର୍ଟିଆଇ ତଥ୍ୟରେ ବୋଧଙ୍ଗ ସ୍ଥିତ ସକୁନ୍ତଳା ବିଦ୍ୟାନିକେତନ ପକ୍ଷରୁ ଲିଖିତ ଭାବେ ଦର୍ଶା ଯାଇଛି ଯେ, ୨୦୧୦ ମସିହା ଦଶମ ଶ୍ରେଣୀ ଆନୁଆଲ ଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ରାଜଶ୍ରୀ ପରିଜା (ପିତା ରାଜକିସୋର ପରିଜା) ନାମକ କେହି ଛାତ୍ରୀ ତାଙ୍କ ବିଦ୍ୟାଳୟରୁ ପାସ କରିନାହାନ୍ତି । ଏହି ରିପୋର୍ଟ ଆଧାରରେ ଡେରାବିଶ ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରୀ ପାଇଥିବା ରାଜଶ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ ଦାଶରଥି ଜେନା ସୂଚନା ଦେଇଛନ୍ତି ।

    ବର୍ତମାନ ଅନ୍ତିମ ତଦନ୍ତ ରିପୋର୍ଟ ଆସିବା ପରେ ରାଜଶ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ସେ ନେଇଥିବା ଦରମା ଟଙ୍କା ତାଙ୍କଠୁ ରିକଭରି କରାଯାଇପାରେ ବୋଲି କହିଛନ୍ତି ବିଡିଓ ।

  • ବେଙ୍ଗାଲୁରୁର ଏକ ହଷ୍ଟେଲରେ ଜଣେ ଯୁବତୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ମଧ୍ୟପ୍ରଦେଶରୁ ଗିରଫ

    ବେଙ୍ଗାଲୁରୁର ଏକ ହଷ୍ଟେଲରେ ଜଣେ ଯୁବତୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ମଧ୍ୟପ୍ରଦେଶରୁ ଗିରଫ

    ବେଙ୍ଗାଲୁରୁର ଏକ ହଷ୍ଟେଲରେ ୨୪ ବର୍ଷର ବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ ଏହି ଖବର ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । ସୂଚନାନୁସାରେ, ମାମଲାର ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ସହରକୁ ଅଣାଯାଉଛି। ନିକଟରେ ବେଙ୍ଗାଲୁରୁର କୋରମଙ୍ଗାଲାସ୍ଥିତ ଏକ ‘ପେଇଙ୍ଗ ଗେଷ୍ଟ୍’ ଘରେ ରହୁଥିବା କ୍ରିତି କୁମାରୀଙ୍କୁ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ମହିଳାଙ୍କୁ୨୩ ଜୁଲାଇ ରାତିରେ ହତ୍ୟା କରାଯାଇଥିଲା। ଆକ୍ରମଣକାରୀ କୋଠରୀ ଭିତରକୁ ଯାଇ କ୍ରିତି କୁମାରୀଙ୍କୁ ହତ୍ୟା କରିଥିଲା । କ୍ରିତି କୁମାରୀ ବିହାରର ବାସିନ୍ଦା ଏବଂ ସେ ସହରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ |

    ହତ୍ୟା ସହ ଜଡିତ ଏକ ସିସିଟିଭି ଫୁଟେଜରେ ମଧ୍ୟ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଭିଡିଓରେ, ଜଣେ ବ୍ୟକ୍ତି ପଲିଥିନ ବ୍ୟାଗ ଧରି ‘ପେଇଙ୍ଗ ଗେଷ୍ଟ୍’ ରୁମରେ ପଶି ଥିଲା | ସେ କବାଟ ବାଡେଇଥିଲା ତଥା କିଛି ସମୟ ପରେ ସେ ମହିଳାଙ୍କୁ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା | ପୀଡିତା ଏହି ଆକ୍ରମଣକୁ ବିରୋଧ କରିଥିଲେ, କିନ୍ତୁ ହତ୍ୟାକାରୀ ତାଙ୍କୁ ଧରି ଗଳା କାଟି ପଳାଇ ଯାଇଥିଲା। ପାଟି ଶବ୍ଦ ଶୁଣି ବିଲ୍ଡିଂରେ ଉପସ୍ଥିତ ଥିବା ଅନ୍ୟ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ। ପରେ ବିଲ୍ଡିଂଗର ଲୋକମାନେ ଏହି ଆକ୍ରମଣ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

  • ଘରେବି ସୁରକ୍ଷିତ ନୁହଁ ସାଧାରଣ ଜୀବନ,ଦୁର୍ବୁତ୍ତ ଘରେପଶି ଭୂଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

    ଘରେବି ସୁରକ୍ଷିତ ନୁହଁ ସାଧାରଣ ଜୀବନ,ଦୁର୍ବୁତ୍ତ ଘରେପଶି ଭୂଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

    ଘରେ ବସି ଦେଖୁଥିଲେ ଟିଭି, ହାଠାତ ଘରେ ପଶି ଭୂଜାଲିରେ ଆକ୍ରମଣ କରି ଲୁଟିଲେ ଦୁର୍ବୁତ୍ତ। ନଗଦ ୪୦ ହଜାର ଟଙ୍କା ଓ ଦୁଇଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସ୍ଥିତ କେନାଲ ରାସ୍ତାରେ ରହୁଥିବା ଅବସର ପ୍ରାପ୍ତ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଦୁଇ ଜଣ ଦୃବୃତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ଓ ହାତରେ କଟୁରୀ , ଭୁଜାଲି ଧରି ହଠାତ ଘର ଭିତରେ ପଶି ଅଧ୍ୟାପକ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଏକ ରୁମ ଭିତରେ ଭର୍ତ୍ତି କରି ବାହାରପଟୁ କବାଟ ବନ୍ଦ କରିଦେଇଥଇଲେ । ପରେ ସମସ୍ତ ସୁନା ଅଳଙ୍କାର ଏବଂ ଘରେ ଥିବା ୪୦ ହଜାର ଟଙ୍କା ଲୁଟ ହୋଇଥିବା କହିଛନ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଶ୍ରୀ ମିଶ୍ର

    ଏଠାରେ ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ମୋଟର ସାଇକେଲ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଅଧ୍ୟାପକ ଜଣଙ୍କ ପହଞ୍ଚି ଯିବାରୁ ସେ ଛାଡ଼ି ପଳାଇଥିଲେ । ଏ ସମ୍ପର୍କରେ ଅଧ୍ୟାପକ ମିଶ୍ର କୁଜଙ୍ଗ ପୋଲିସ କୁ ଜଣାଇବା ସହ ସି ସି ଟି ଭି ଫୁଟେଜ ଦେଇଥିଲେ । ସେହିପରି ଗତ ଶନିବାର ଦିନ ମଧ୍ଯ ଜଣେ ଯୁବକ ପାରାଦ୍ଵୀପ ରୁ ଘରକୁ ଫେରୁଥିବା ବେଳେ ବିଶ୍ବାଳି ଗ୍ରାମରେ ତାଙ୍କୁ କେହି ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ମୋଟରସାଇକେଲ ଛଡାଇ ନେଇଥିଲେ । ତେବେ ଦିନକୁ ଦିନ ଅଞ୍ଚଳରେ ଚୋରମାନଙ୍କ ପାଦ୍ରୁଭାବ ବଢୁଥିବାରୁ ସ୍ଥାନୀୟରେ ଚିନ୍ତାପ୍ରକଟ କରିଛନ୍ତି ଅଞ୍ଚଳବାସୀ…….

  • ହେଲମେଟ ନ ପିନ୍ଧ, ସିଗାରେଟ ପି ଚାଲ …ସଲମାନ ଖାନ ଫାୟାରିଂ ମାମଲାରେ ଚାର୍ଜସିଟରେ ବଡ ଖୁଲାସା

    ହେଲମେଟ ନ ପିନ୍ଧ, ସିଗାରେଟ ପି ଚାଲ …ସଲମାନ ଖାନ ଫାୟାରିଂ ମାମଲାରେ ଚାର୍ଜସିଟରେ ବଡ ଖୁଲାସା

    ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫାଇରିଙ୍ଗ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଅନମୋଲ ବିଷ୍ଣୋଇ ଏବଂ ତାଙ୍କ ସୁଟରଙ୍କ ମଧ୍ୟରେ ବାର୍ତ୍ତାଳାପର ଅଡିଓ କ୍ଲିପ୍ ମଧ୍ୟ ଅଛି | ଏହି ଅଡିଓ କ୍ଲିପ୍ ରେ ଲରେନ୍ସଙ୍କ ଭାଇ ଅନମୋଲ ତାଙ୍କ ସୁଟର ପାଲ ଏବଂ ଗୁପ୍ତାଙ୍କୁ ହେଲମେଟ ନ ପିନ୍ଧିବା ଏବଂ ସିଗାରେଟ ଟାଣିବା କଥା କହିଛନ୍ତି, ଯାହାଫଳରେ ଦୁହେଁ ନିର୍ଭୟରେ ଦେଖାଯିବେ | ଲରେନ୍ସଙ୍କ ଭାଇ ଅନମୋଲ ଗୋଟିଏ ଦିନ ପୂର୍ବରୁ ସୁଟରମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ହେଲମେଟ ନ ପିନ୍ଧିବା ପାଇଁ … ନିର୍ଭୟରେ ଦେଖାଯିବା ପାଇଁ ଗୁଳି ଚଳାଇବା ସମୟରେ ସିଗାରେଟ ଟାଣନ୍ତୁ … ତୁମେ ଇତିହାସ ରଚିବ । ଏହି ସୁଟରମାନେ ଏପ୍ରିଲ ୧୪ ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବଲିଉଡ ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ।

    “ଗୁଳି ଏମିତି ଚଳାଅ ଯେ ଯେମିତି ସଲମାନ ଡରିଯିବେ”
    ଲରେନ୍ସ ବିଷ୍ନୋଇଙ୍କ ଭାଇ ସୁଟରଙ୍କୁ କହିଛନ୍ତି ଯେ ଗୁଳି ଚଳାଇବା ସମୟରେ ଭାବି ଚିନ୍ତି ଏବଂ ତୁରନ୍ତ ସବୁ ସ୍ଥାନରେ ଚଳାଇବାକୁ ପଡ଼ିବ। ତାହା ପାଇଁ ଅଧା ମିନିଟ୍, ଏକ ମିନିଟ୍ କିମ୍ବା ଦେଢ ମିନିଟ୍ ସମୟ ଲାଗେ, କୌଣସି ଅସୁବିଧା ନାହିଁ, ଏବଂ ଆପଣଙ୍କୁ ଏହାକୁ ଏପରି ଭାବରେ ଚଳାଇବାକୁ ପଡିବ ଯେ ଭାଇ (ସଲମାନ) ଯେମିତି ଭୟଭୀତ ହୋଇଯିବେ |

    ମୋତେ ଏବଂ ମୋ ପରିବାର ପାଇଁ ଲରେନ୍ସ ବିଷ୍ଣୋଇଙ୍କ ବିପଦ
    ଏହି ବାର୍ତ୍ତାଳାପ ସେହି ଅଡିଓ କ୍ଲିପ୍ ର ଅଟେ, ଯାହା ଚାର୍ଜ ସିଟ୍ ରେ ଉଲ୍ଲେଖ କରାଯାଇଛି | ଏହି ଚାର୍ଜସିଟରେ ସଲମାନ ଖାନଙ୍କ ବିବୃତ୍ତି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସଲମାନ ଖାନଙ୍କ ତରଫରୁ କୁହାଯାଇଛି ଯେ ସେ ଅନୁଭବ କରୁଛନ୍ତି ଯେ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଗ୍ୟାଙ୍ଗ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି, ସେଥିପାଇଁ ଗୁଳି ଚଳାଇଥିଲେ। ପୋଲିସ୍ ଚାର୍ଜସିଟ୍ ରେ ଘଟଣା ଦିନ ବାଇକ୍ ଚଳାଉଥିବା ଅଭିଯୁକ୍ତ ଅନମୋଲ ଏବଂ ବିକି କୁମାର ଗୁପ୍ତାଙ୍କ ମଧ୍ୟରେ ସିଗନାଲ୍ ଆପରେ ବାର୍ତ୍ତାଳାପର ଅଡିଓ କ୍ଲିପ୍ ର ଏକ କପି ମଧ୍ୟ ରହିଛି।