Category: ଭାରତ

  • ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

    ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

    ଖ୍ରୀଷ୍ଟମାସର ଦିନକ ପୂର୍ବରୁ ଭାରତ ମହାକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ତାହାର ବାହୁବଳୀ ରକେଟ୍ ଏଲ୍‌ଭିଏମ୍–3 ଏମ୍–6 ଜରିଆରେ ଆମେରିକୀୟ କମ୍ପାନି ଏଏସ୍‌ଟି ସ୍ପେସ୍‌ମୋବାଇଲ ବିଶାଳ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍–2କୁ ସଫଳତାର ସହ ମହାକାଶକୁ ପଠାଇଛି।

    ନିର୍ଦ୍ଧାରିତ ସମୟରୁ ୯୦ ସେକେଣ୍ଡ ବିଳମ୍ବରେ, ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣ ମାର୍ଗରେ ମହାକାଶ ଆବର୍ଜନା କିମ୍ବା ଅନ୍ୟ ଉପଗ୍ରହ ସହ ସଂଘର୍ଷ ଆଶଙ୍କା ଥିବାରୁ ଇସ୍ରୋ ଏନେଇ ସାମାନ୍ୟ ବିଳମ୍ବ କରିଥିଲା।

    ୬୪୦ ଟନ୍‌ ଓଜନର ଏଲ୍‌ଭିଏମ୍–3 ରକେଟ୍‌କୁ ‘ବାହୁବଳୀ’ ଭାବେ ପରିଚିତ କରାଯାଇଛି। ଏହି ମିଶନ ଜରିଆରେ ଇସ୍ରୋ ଭାରତୀୟ ମାଟିରୁ ଏ ପର୍ଯ୍ୟନ୍ତ ସବୁଠାରୁ ଓଜନଦାର ୬୧୦୦ କିଲୋଗ୍ରାମର ବିଦେଶୀ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି।

    ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ମାଧ୍ୟମରେ ଏହି ବାଣିଜ୍ୟିକ ମିଶନ ସଫଳ ହେବା ଭାରତ ପାଇଁ ବଡ଼ ଉପଲବ୍ଧି। ବ୍ଲୁବାର୍ଡ ବ୍ଲକ୍–2 ଉପଗ୍ରହ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଆମୂଳ ପରିବର୍ତ୍ତନ ଆଣିବ। ଏହା ମାଧ୍ୟମରେ 4G ଓ 5G ସ୍ମାର୍ଟଫୋନ୍‌କୁ ସିଧାସଳଖ ଇଣ୍ଟରନେଟ୍ ସଂଯୋଗ ମିଳିପାରିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଟାୱାର ଦରକାର ପଡ଼ିବ ନାହିଁ।

    ଉଚ୍ଚ ପାହାଡ଼, ଗଭୀର ଜଙ୍ଗଲ, ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ଯେଉଁଠାରେ ମୋବାଇଲ୍ ଟାୱାର ନାହିଁ, ସେଠାରେ ମଧ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ଓ କଲ୍ ସେବା ମିଳିବାର ପଥ ପ୍ରସ୍ତୁତ ହୋଇଛି। ମିଶନ ସଫଳ ହେଲେ ଆଗାମୀ ଦିନରେ ମୋବାଇଲ୍ ଟାୱାର ଯୁଗ ଶେଷ ହେବାର ଆଶା ଦୃଶ୍ୟାମାନ ହୋଇଛି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ମହାକାଶ କାର୍ଯ୍ୟକ୍ରମ ଦିନକୁ ଦିନ ଅଧିକ ଉନ୍ନତ, ସଶକ୍ତ ଓ ପ୍ରଭାବଶାଳୀ ହେଉଛି।

  • ପ୍ରଦୂଷଣ କଲେ ପେଟ୍ରୋଲ୍ ବନ୍ଦ, ନୂଆ ନିୟମ

    ପ୍ରଦୂଷଣ କଲେ ପେଟ୍ରୋଲ୍ ବନ୍ଦ, ନୂଆ ନିୟମ

    ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବା ଓ ପରିବେଶ ସୁରକ୍ଷାକୁ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଏକ କଡ଼ା ଓ ଚରମ ପଦକ୍ଷେପ ନେଇଛି। ଏହି ନୂଆ ନିୟମ ଅନୁସାରେ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ଅର୍ଥାତ୍ PUCC (Pollution Under Control Certificate) ନଥିବା କୌଣସି ଯାନକୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦିଆଯିବ ନାହିଁ। ଏନେଇ STA ପକ୍ଷରୁ ସମସ୍ତ ତୈଳ କମ୍ପାନୀଙ୍କୁ ଆଧିକାରିକ ଭାବେ ଚିଠି ଲେଖାଯାଇଛି।

    STA ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ବିଶେଷକରି ପୁରୁଣା ଓ ନିୟମିତ ରକ୍ଷାବେକ୍ଷଣ ନହୋଇଥିବା ଯାନମାନେ ଅଧିକ ପରିମାଣରେ ଧୂଆଁ ଛାଡ଼ି ପରିବେଶକୁ ଦୂଷିତ କରୁଛନ୍ତି। ଏହାର ପ୍ରଭାବ ସାଧାରଣ ଜନଜୀବନ ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।

    ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି STA ଏଭଳି କଡ଼ା ନିଷ୍ପତ୍ତି ନେଇଥିବା କହିଛି। ଆଗାମୀ ଦିନରେ ପେଟ୍ରୋଲ୍ ପମ୍ପରେ ଯାନ ମାଲିକଙ୍କୁ PUCC ପ୍ରମାଣପତ୍ର ଦେଖାଇବାକୁ ପଡ଼ିପାରେ। ଯଦି ପ୍ରମାଣପତ୍ର ବୈଧ ନଥାଏ, ତେବେ ତେଲ ଦିଆଯିବ ନାହିଁ।

    ଏହାସହ ସମସ୍ତ ଟୋଲଗେଟରେ ଥିବା ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ PUCC ଯାଞ୍ଚକୁ ସାମିଲ କରାଯାଇଛି। ମୋଟର ଯାନ ଆଇନ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନମାନଙ୍କ ବିରୋଧରେ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

    ରାଜ୍ୟ ସରକାର ଆଶା କରୁଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତାରେ ସୁଧାର ଆସିବ ଏବଂ ପରିବହନ କ୍ଷେତ୍ରରୁ ହେଉଥିବା ପ୍ରଦୂଷଣ ଅନେକ କମିବ। STA ପକ୍ଷରୁ ଯାନ ମାଲିକମାନଙ୍କୁ ସମୟ ସମୟରେ ନିଜ PUCC ନବୀକରଣ କରି ନିୟମ ମାନିବାକୁ ଅନୁରୋଧ କରାଯାଇଛି।

  • ଶୀତକାଳୀନ ଫ୍ୟାସନ୍ ଓ ଜୀବନଶୈଳୀର ନୂଆ ଟ୍ରେଣ୍ଡ

    ଶୀତକାଳୀନ ଫ୍ୟାସନ୍ ଓ ଜୀବନଶୈଳୀର ନୂଆ ଟ୍ରେଣ୍ଡ

    ଶୀତ ଋତୁ ଆସିଲେ ଫ୍ୟାସନ୍ ସହିତ ସୁବିଧାର ସମନ୍ୱୟ ଆଜିକାଲି ଜୀବନଶୈଳୀର ପ୍ରମୁଖ ଟ୍ରେଣ୍ଡ ହୋଇଯାଇଛି। ଏବେ ଲୋକେ କେବଳ ଦେଖାଶୁଣା ପାଇଁ ନୁହେଁ, ବରଂ ଶରୀରକୁ ଗରମ ରଖିବା ଓ ଆରାମ ମିଳିବାକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଛନ୍ତି।

    ପୋଶାକରେ ଆରାମ ଓ ଷ୍ଟାଇଲ୍ :
    ଶୀତକାଳରେ ଉଲେନ୍ ସ୍ୱେଟର, ଜାକେଟ୍, ହୁଡି, କାର୍ଡିଗାନ୍ ଓ ଶଲ୍ ଏବେ ଫ୍ୟାସନ୍ ଷ୍ଟେଟମେଣ୍ଟ ହୋଇଯାଇଛି। ଲେୟରିଂ ଟ୍ରେଣ୍ଡ ଅନୁସାରେ ହାଲୁକା କପଡ଼ା ଉପରେ ଗରମ ପୋଶାକ ପିନ୍ଧିଲେ ଷ୍ଟାଇଲ୍ ସହିତ ସୁବିଧା ମିଳୁଛି। କପା ଓ ଉଲ୍ ମିଶ୍ରିତ କପଡ଼ା ଶରୀରକୁ ଗରମ ରଖିବା ସହ ସହଜ ଚଳାଚଳକୁ ସହାୟତା କରୁଛି।

    ରଙ୍ଗ ଓ ଡିଜାଇନ୍ ଟ୍ରେଣ୍ଡ:
    ଶୀତକାଳରେ ଗାଢ଼ ରଙ୍ଗ ମେରୁନ୍, ବ୍ରାଉନ୍, ଓଲିଭ୍ ଗ୍ରିନ୍, ନେଭି ବ୍ଲୁ ଭଳି ରଙ୍ଗ ଅଧିକ ପ୍ରଚଳିତ। ମିନିମାଲ୍ ଡିଜାଇନ୍ ସହ ସଲିଡ୍ କଲର ପୋଶାକ ଲୋକଙ୍କୁ ସହଜ ଓ ସ୍ମାର୍ଟ ଲୁକ୍ ଦେଉଛି।

    ଶୀତକାଳୀନ ଆକ୍ସେସରିଜ୍:
    ମଫଲର, କ୍ୟାପ୍, ଗ୍ଲୋଭ୍ସ, ଉଲେନ୍ ସକ୍ସ ଓ ଷ୍ଟୋଲ୍ ଏବେ କେବଳ ଆବଶ୍ୟକତା ନୁହେଁ, ଫ୍ୟାସନ୍ ଟ୍ରେଣ୍ଡର ଅଂଶ ହୋଇଯାଇଛି। ଏହି ଆକ୍ସେସରିଜ୍ ଦୈନଦିନ ପୋଶାକକୁ ଆକର୍ଷଣୀୟ କରିଦେଉଛି।

    ଫୁଟୱେୟାରରେ ସୁବିଧା:
    ଶୀତରେ ଆରାମଦାୟକ ଶୁଜ୍, ସ୍ନିକର୍ସ, ଆଙ୍କଲ୍ ବୁଟ୍ ଓ ଫ୍ଲାଟ୍ ଫୁଟୱେୟାର ଲୋକଙ୍କ ପ୍ରଥମ ପସନ୍ଦ। ଏହିଗୁଡ଼ିକ ଥଣ୍ଡାରୁ ସୁରକ୍ଷା ସହିତ ଦୀର୍ଘ ସମୟ ଚାଲିବାର ସୁବିଧା ଦେଇଥାଏ।

    ଜୀବନଶୈଳୀର ପରିବର୍ତ୍ତନ:
    ଶୀତକାଳରେ ଲୋକେ ସିମ୍ପଲ୍, କମ୍ଫର୍ଟେବଲ୍ ଓ ସସ୍ଟେନେବଲ୍ ଫ୍ୟାସନ୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଦୀର୍ଘ ସମୟ ପିନ୍ଧିବା ପାଇଁ ଯୋଗ୍ୟ ପୋଶାକ ଓ ସ୍ଥାନୀୟ ଉତ୍ପାଦକୁ ପସନ୍ଦ କରିବା ଏବେ ଏକ ନୂଆ ଲାଇଫସ୍ଟାଇଲ ଟ୍ରେଣ୍ଡ ହୋଇଉଠିଛି।

    ଶୀତକାଳୀନ ଫ୍ୟାସନ୍ ଏବେ କେବଳ ଦେଖାଦେଖି ନୁହେଁ, ଆରାମ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ଠିକ୍ ପୋଶାକ, ଆକ୍ସେସରିଜ୍ ଓ ସରଳ ଷ୍ଟାଇଲ୍ ଅପଣାଇଲେ ଶୀତ ଋତୁ ଆନନ୍ଦମୟ ଓ ଷ୍ଟାଇଲିଶ୍ ହୁଏ।

  • କେରଳ ତିରୁବନନ୍ତପୁରମରେ ବିଜେପି ଐତିହାସିକ ବିଜୟ ହାସଲ

    କେରଳ ତିରୁବନନ୍ତପୁରମରେ ବିଜେପି ଐତିହାସିକ ବିଜୟ ହାସଲ

    ତିରୁବନନ୍ତପୁରମ କେବଳ କେରଳର ପ୍ରଶାସନିକ ରାଜଧାନୀ ନୁହେଁ, ବରଂ ରାଜନୈତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ମଧ୍ୟ। ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର ଏହି ଆସନରୁ ଲଗାତାର ଚାରି ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

    କେରଳର ରାଜନୈତିକ ଦୃଶ୍ୟପଟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି। ଭାରତୀୟ ଜନତା ପାର୍ଟି (ବିଜେପି) ତିରୁବନନ୍ତପୁରମ ନଗର ନିଗମରେ ଏକ ଐତିହାସିକ ବିଜୟ ହାସଲ କରିଛି, ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (LDF) ଠାରୁ କ୍ଷମତା ଛଡ଼ାଇ ନେଇଛି। LDF ଚାରି ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିଲା। ରାଜଧାନୀରେ ଏହି କ୍ଷମତା ପରିବର୍ତ୍ତନକୁ ବାମ ମୋର୍ଚ୍ଚା ପାଇଁ ଏକ ବଡ଼ ରାଜନୈତିକ ଆଘାତ ବୋଲି ବିବେଚନା କରାଯାଉଛି।

  • କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

    କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

    ପଞ୍ଜାବ ରାଜନୀତିକୁ ହଇଚଇ ସୃଷ୍ଟି କରୁଛି କ୍ୟାପଟେନ ଅମରିନ୍ଦର ସିଂହଙ୍କ ବୟାନ । ସେ ବିଜେପିର କାର୍ଯ୍ୟଶୈଳୀଠାରୁ ଆରମ୍ଭ କରି କଂଗ୍ରେସ, ଆମ ଆଦମୀ ପାର୍ଟି, ଅକାଳୀ ଦଳ ଏବଂ ସିଦ୍ଧୁ ପରିବାର ପର୍ଯ୍ୟନ୍ତ ସବୁକିଛି ଉପରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି। ବିଜେପିରେ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଇଥାଏ ବୋଲି ସେ କହିଚନ୍ତି । ଏବଂ ତାଙ୍କ ସହିତ କୌଣସି ପରାମର୍ଶ କରାଯାଏ ନାହିଁ। ସେ କଂଗ୍ରେସକୁ ଫେରିବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି।

    ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା କ୍ୟାପଟେନ ଅମରିନ୍ଦର ସିଂହ ନିଜ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଭିତରେ ନିଷ୍ପତ୍ତି ଦିଲ୍ଲୀରେ ନିଆଯାଇଥାଏ ବୋଲି ସେ କହିଛନ୍ତି ଏବଂ ସେ କୌଣସି ନିଷ୍ପତ୍ତିରେ ସାମିଲ ହୁଅନ୍ତି ନାହିଁ। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସରେ ପୁନର୍ବାର ଯୋଗଦେବାର କୌଣସି ପ୍ରକାରେ ବି ପ୍ରଶ୍ନ ଉଠୁନାହିଁ। ସିଂହ କହିଛନ୍ତି ଯେ ପଞ୍ଜାବରେ ସ୍ଥିରତା ପାଇଁ ବିଜେପି-ଆକାଲି ମେଣ୍ଟ ଜରୁରୀ।