Category: ଭାରତ

  • ମୌନୀ ଅମାବାସ୍ୟା ଘଟଣାର ପ୍ରଭାବ: ମାଘ ମେଳା ମଧ୍ୟରୁ ଛାଡ଼ି କାଶୀ ଗଲେ ଶଙ୍କରାଚାର୍ଯ୍ୟ

    ମୌନୀ ଅମାବାସ୍ୟା ଘଟଣାର ପ୍ରଭାବ: ମାଘ ମେଳା ମଧ୍ୟରୁ ଛାଡ଼ି କାଶୀ ଗଲେ ଶଙ୍କରାଚାର୍ଯ୍ୟ

    ମୌନୀ ଅମାବାସ୍ୟା ଦିନ ଘଟିଥିବା ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରି ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ମାଘ ମେଳାକୁ ଅଧାରୁ ଛାଡ଼ି କାଶୀ ଅଭିମୁଖେ ଯାତ୍ରା କରିଛନ୍ତି | ବୁଧବାର ସକାଳେ ହଠାତ୍‌ ଏହି ନିଷ୍ପତ୍ତି ନେଇ ସେ ପ୍ରୟାଗରାଜରୁ ବାରାଣସୀ ପ୍ରସ୍ଥାନ କରିଥିବା ଖବର ମିଳିଛି | ମୌନୀ ଅମାବାସ୍ୟା ଦିନ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ହୋଇଥିବା ବିବାଦ ପରେ ଶଙ୍କରାଚାର୍ଯ୍ୟ ଏହି ବର୍ଷ ସଙ୍ଗମରେ ସ୍ନାନ କରିନଥିଲେ | ଏହା ସହ ସେ ନିଜ ଶିବିରକୁ ଯାଇନଥିଲେ ଏବଂ ୧୧ ଦିନ ଧରି ଶିବିର ବାହାରେ ଧାରଣାରେ ବସି ରହିଥିଲେ |

    ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ମେଳା ଛାଡ଼ିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା | ପ୍ରଥମ ଥର ପାଇଁ ଶଙ୍କରାଚାର୍ଯ୍ୟ ମାଘ ମେଳାକୁ ଯାଇ ସ୍ନାନ ନ କରି ଫେରିଆସିଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି | ମାଘ ମେଳା ପ୍ରତିବର୍ଷ ମକର ସଂକ୍ରାନ୍ତିରୁ ମହାଶିବରାତ୍ରି ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ଚାଲିଥାଏ | କିନ୍ତୁ କଳ୍ପବାସୀମାନେ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାନ୍ତି | ସାଧୁସନ୍ଥଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ମାଘ ମେଳା ଶେଷ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଶଙ୍କରାଚାର୍ଯ୍ୟ ପୂର୍ବରୁ କହିଥିଲେ | ଏହାସହ ନିଜ ପ୍ରାଣ ଉପରେ ବିପଦର ଆଶଙ୍କା ଥିବା ମଧ୍ୟ ସେ ପ୍ରକାଶ କରିଥିଲେ |

    ଏହି ଘଟଣାକ୍ରମରେ ରାଜନୈତିକ ଓ ପ୍ରଶାସନିକ ମହଳରେ ମଧ୍ୟ ପ୍ରତିକ୍ରିୟା ଦେଖାଦେଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନରେ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଟିକସ ଅଧିକାରୀ ଇସ୍ତଫା ଦେଇଛନ୍ତି | ଅଯୋଧ୍ୟା ଜିଏସ୍‌ଟି ଡେପୁଟି କମିସନର ପ୍ରଶାନ୍ତ ସିଂହ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠାଇଥିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ନିଜର ମନୋଭାବ ସେଥିରେ ପ୍ରକାଶ କରିଛନ୍ତି |

  • ଭାରତରେ ଭୟାନକ ବିମାନ ଦୁର୍ଘଟଣା: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ

    ଭାରତରେ ଭୟାନକ ବିମାନ ଦୁର୍ଘଟଣା: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ

    ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିମାନ ଦୁର୍ଘଟଣା ଘଟିଛି | ମହାରାଷ୍ଟ୍ର ବରାମତି ଯାଉଥିବାବେଳେ ଅବତରଣ ସମୟରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ଖବର ମିଳିଛି |

    ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟ ହୋଇଛି | ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ | ଏହି ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି |

    ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଇଥିଲେ | ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା | କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା | ସେଥିପାଇଁ ପାଇଲଟ ନିୟନ୍ତ୍ରଣ ହରେଇବା ସହ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ବିମାନରେ ଅଜିତ ପାୱାରଙ୍କ ସହ ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଯାଉଥିଲେ | ବିମାନରେ ଥିବା ୨ଜଣ କ୍ରିଉଙ୍କ ସହ ୨ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୫ ଜଣ ବିମାନରେ ଥିଲେ | ଦୁର୍ଘଟଣା ହେବାରୁ ସମଥିଙ୍କର ମୃତ୍ୟୁ ହୋଇଛି |
  • ଖଣ୍ଡଗିରି କୁମ୍ଭମେଳା ୨୦୨୬ ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ

    ଖଣ୍ଡଗିରି କୁମ୍ଭମେଳା ୨୦୨୬ ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ

    ଭୁବନେଶ୍ୱର ଖଣ୍ଡଗିରି କୁମ୍ଭମେଳା ୨୦୨୬କୁ ପ୍ଲାଷ୍ଟିକମୁକ୍ତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୂଲ୍ୟରେ ହିନ୍ଦୁସ୍ତାନ କୋକାକୋଲା ଏବଂ ଓଡ଼ିଶା ଡେଭଲପ୍ମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (ଓଡ଼ିଏମପି)ର ମିଳିତ ଉଦ୍ୟମରେ “ବ୍ୟବହୃତ ପ୍ଲାଷ୍ଟିକ ବୋତଲମୁକ୍ତ ଖଣ୍ଡଗିରି ମେଳା” ଅଭିଯାନ କାର୍ଯ୍ୟକାରୀ କରାଯାଇଛି।

    ଏହି ଅଭିଯାନ ଅନ୍ତର୍ଗତ ୨୫ ଜାନୁଆରୀ ୨୦୨୬ ଠାରୁ ୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଖଣ୍ଡଗିରି କୁମ୍ଭମେଳା ପରିସରରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ ପାଇଁ ୮୦ ଜଣ ସଫେଇ ସାଥିଙ୍କୁ ନିୟୋଜିତ କରାଯାଇଛି। ମେଳା ପରିସରକୁ ସ୍ୱଚ୍ଛ ଏବଂ ପରିବେଶ-ମୁ ହାଁ ରଖିବା ସହ ପ୍ଲାଷ୍ଟିକ ଦୂଷଣ କମେଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

    ଏହି ଅଭିଯାନର ଉଦ୍ଘାଟନ କରି ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଚଞ୍ଚଳ ରଣା କହିଥିଲେ ଯେ, ମେଳାରୁ ସଂଗ୍ରହ କରାଯାଉଥିବା ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଠିକ ଭାବେ ପୃଥକ କରି ପୁନଃଚକ୍ରଣ (ରିସାଇକ୍ଲିଂ) କରାଯିବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ଥିଲେ ଏପରି ବୃହତ୍ ଆୟୋଜନକୁ ପ୍ଲାଷ୍ଟିକମୁକ୍ତ କରିବା ସମ୍ଭବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ମିଶ୍ରି ରତ୍ନାକର ସାହୁ ଓ କେ.ସି. ଦାସ, ଜୋନାଲ କମିଶନର ଶ୍ରୀ ରାକେଶ ପତ୍ର, ହିନ୍ଦୁସ୍ତାନ କୋକାକୋଲା ପକ୍ଷରୁ ଶ୍ରୀଯୁକ୍ତ ମିଳନ ଲେଙ୍କା ଏବଂ ଓଡ଼ିଏମପିର ଆବାହକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ସଫେଇ ସାଥି ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଏମପିର ସଂଯୋଜକ ଶ୍ରୀ ଶିବାଶିଷ ମହାପାତ୍ରଙ୍କ ନେତୃତ୍ୱରେ ବିଷ୍ଣୁପ୍ରସାଦ ମିଶ୍ର, ନରେଶ କୁମାର ଦାସ, ଗଜଲ ରେୟାନ, ସରୋଜ ବେହେରା ଓ ରମାକାନ୍ତ ଚିନରା ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ। ପ୍ଲାଷ୍ଟିକମୁକ୍ତ ଖଣ୍ଡଗିରି କୁମ୍ଭମେଳା ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ସ୍ୱଚ୍ଛ ଓ ସୁସ୍ଥ ମେଳା ଆୟୋଜନ ପାଇଁ ଏକ ସକାରାତ୍ମକ ସନ୍ଦେଶ ଯାଇଥିବା ନେଇ ସାଧାରଣ ମହଳରେ ପ୍ରଶଂସା ହେଉଛି।

  • ୪୦ କୋଟିର ତମାଖୁ ବିଜ୍ଞାପନ ପ୍ରତ୍ୟାଖାନ କଲେ ଏହି ଅଭିନେତା

    ୪୦ କୋଟିର ତମାଖୁ ବିଜ୍ଞାପନ ପ୍ରତ୍ୟାଖାନ କଲେ ଏହି ଅଭିନେତା


    ବର୍ତ୍ତମାନ ସମୟରେ ଯେଉଁଠି ଅନେକ ସେଲିବ୍ରିଟି କୋଟି କୋଟି ଟଙ୍କାର ଫିସ୍ ନେଇ ତମାଖୁ ଓ ଗୁଟଖା ଭଳି ନିଶାଦ୍ରବ୍ୟର ପ୍ରଚାର କରୁଛନ୍ତି, ସେଠି ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଏକ ସକାରାତ୍ମକ ଓ ପ୍ରେରଣାଦାୟକ ପରିଚୟ ସୃଷ୍ଟି କରିଛନ୍ତି | ସମାଜିକ ଦାୟିତ୍ୱକୁ ଆଗରେ ରଖି ସୁନୀଲ କୋଟି କୋଟି ଟଙ୍କାର ତମାଖୁ ବିଜ୍ଞାପନକୁ ସ୍ପଷ୍ଟ ଭାବେ ମନ କରିଦେଇଛନ୍ତି | ଦେଶର ବିଭିନ୍ନ ସ୍ଥାନରେ ସେଲିବ୍ରିଟିମାନଙ୍କ ତମାଖୁ ପୋଷ୍ଟର୍ ଓ ବିଜ୍ଞାପନ ଯୁବପିଢ଼ୀଙ୍କୁ ନକାରାତ୍ମକ ପ୍ରଭାବ ପକଉଥିବାର ଅଭିଯୋଗ ଆସିଛି | ଏହି କାରଣରୁ ସାଧାରଣ ଜନତା ଓ ସୋସିଆଲ୍ ମିଡିଆରେ ପବ୍ଲିକ୍ ଫିଗରମାନଙ୍କ ସାମାଜିକ ଦାୟିତ୍ୱକୁ ନେଇ ଜୋରଦାର ଚର୍ଚ୍ଚା କରୁଛନ୍ତି |

    ଏକ ସାକ୍ଷାତକାରରେ ସୁନୀଲ ସେଟ୍ଟୀ କହିଥିଲେ ଯେ, ସେ ନିଜ ଶରୀର ଓ ସ୍ୱାସ୍ଥ୍ୟ ପାଇଁ କୃତଜ୍ଞ। “ଶରୀର ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି। ଯାହା ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି କରେ, ସେପରି ବିଜ୍ଞାପନକୁ ମୁଁ କେବେ ବି ସମର୍ଥନ କରିପାରିବି ନାହିଁ,” | ସୁନୀଲ ସ୍ପଷ୍ଟ କରିଛନ୍ତି ଯେ ସେ ନିଜ ପିଲାମାନଙ୍କ ପାଇଁ ଏକ ଭଲ ଆଦର୍ଶ ହେବାକୁ ଚାହାନ୍ତି | “ମୁଁ ଚାହୁଁଛି ଯେ, ମୋ ପିଲାମାନେ ମୋତେ ଏକ ଭଲ ବାପା ଭାବେ ମାନେ ରଖନ୍ତୁ ,” |

    ଯଦିଓ ସୁନୀଲ ସେଟ୍ଟୀ ପୂର୍ବ ପରି ପ୍ରତ୍ୟେକ ଚଳଚ୍ଚିତ୍ରରେ ଦେଖାଯାଉନାହାନ୍ତି, ତଥାପି ୧୭ରୁ ୨୦ ବର୍ଷ ବୟସର ଯୁବପିଢ଼ୀ ମଧ୍ୟରେ ତାଙ୍କ ପ୍ରଭାବ ଏବେ ମଧ୍ୟ ପ୍ରକାଶ ପାଉଛି | ଏହି ସମ୍ମାନକୁ ସେ କେବେ ବି ହରେଇବା କୁ ଚାହୁଁନାହାନ୍ତି | କୋଟି କୋଟି ଟଙ୍କାକୁ ପଛେରେ ପକାଇ ସୁନୀଲ ସେଟ୍ଟୀ ଦେଖାଇଛନ୍ତି ଯେ ଅଭିନୟ ସହିତ ସମାଜିକ ଦାୟିତ୍ୱ ବୋହନ କରିବା ମଧ୍ୟ ଜଣେ ଭଲ ଅଭିନେତାଙ୍କ ପରିଚୟ |
  • ଭାରତ–ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି ନିକଟରେ

    ଭାରତ–ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି ନିକଟରେ

    ଭାରତ ଓ ୟୁରୋପୀୟ ସଂଘ (EU) ମଧ୍ୟରେ ଦୀର୍ଘଦିନ ଧରି ଚାଲୁଥିବା ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଶୁଳ୍କ ନୀତି ପରିପ୍ରେକ୍ଷୀରେ ଏହି ଚୁକ୍ତିକୁ ଗ୍ଲୋବାଲ୍ ବାଣିଜ୍ୟ ପାଇଁ ଏକ ବିକଳ୍ପ ଭାବେ ଦେଖାଯାଉଛି |

    ୨୦୦୭ରୁ ଆରମ୍ଭ ହୋଇଥିବା ଭାରତ ଓ ଇୟୁ FTA ଆଲୋଚନା ୨୦୧୩ରେ କାର୍, ମଦ ଉପରେ ଶୁଳ୍କ, ବୌଦ୍ଧିକ ସମ୍ପତ୍ତି ଅଧିକାର ଓ ତଥ୍ୟ ସୁରକ୍ଷା ପ୍ରସଙ୍ଗରେ ମତଭେଦ ଯୋଗୁ ବନ୍ଦ ହୋଇଯାଇଥିଲା | ୨୦୨୧ରେ ପୁଣି ଆଲୋଚନାକରି ପୁନରାରମ୍ଭ ହୋଇଥିଲା ଏବଂ ୨୦୨୨ ଜୁନ୍ ଜୁଲାଇରେ ଆନୁଷ୍ଠାନିକ ଭାବରେ ନୂଆ ରାଜନୈତିକ ପ୍ରତିବଦ୍ଧତା ସହ ଆଲୋଚନା ଆଗକୁ ବଢ଼ିଥିଲା| ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁରୋପୀୟ କମିସନ୍ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ୨୦୨୫ ଶେଷ ସୁଦ୍ଧା ଆଲୋଚନା ସମାପ୍ତ କରିବାକୁ ସହମତ ହୋଇଥିଲେ | ୨୦୨୬ ଜାନୁଆରିରେ ଡାଭୋସ୍‌ରେ ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଥିଲେ ଯେ ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି ଏବଂ “ଆମେ ଏକ ଐତିହାସିକ ଚୁକ୍ତିର ଦ୍ୱାରଦେଶରେ ଅଛୁ |”

    ଏହି ଚୁକ୍ତି ଦ୍ୱାରା ଭାରତୀୟ ରପ୍ତାନିକାରୀମାନେ ୨୭ଟି ଇୟୁ ଦେଶର ପ୍ରାୟ ୪୫ କୋଟି ଉଚ୍ଚ ଆୟ ଗ୍ରାହକଙ୍କୁ ପହଞ୍ଚିପାରିବେ | ବୟନଶିଳ୍ପ, ଔଷଧ, ଆଇଟି, ସେବା କ୍ଷେତ୍ର, ଜୋତା ଚମଡା, ରତ୍ନ ଓ ଅଳଙ୍କାର ରପ୍ତାନିରେ ବଡ଼ ବୃଦ୍ଧି ଆଶା କରାଯାଉଛି | ଏହା ସହ ଆମେରିକା ଉପରେ ଭାରତର ବାଣିଜ୍ୟ ନିର୍ଭରଶୀଳତା ହ୍ରାସ ପାଇବ | ଇୟୁ ପାଇଁ ଭାରତ ଏକ ବଡ଼ ଓ ଦ୍ରୁତ ବଢୁଥିବା ମଧ୍ୟବିତ୍ତ ବଜାର। ଚୀନ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳତା କମେଇବା ପାଇଁ ଇୟୁ ଭାରତକୁ ଏକ ରଣନୈତିକ ସାଥୀ ଭାବେ ଦେଖୁଛି। ଗାଡ଼ି, ମଦ, ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ ଓ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୟୁରୋପୀୟ ନିବେଶ ବୃଦ୍ଧି ପାଇବ ବୋଲି ଆଶା।

  • ଭାରତରେ ମୁସଲମାନମାନେ ସୁରକ୍ଷିତ

    ଭାରତରେ ମୁସଲମାନମାନେ ସୁରକ୍ଷିତ

    ଆସାମୀୟ ଦଳ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) ର ମୁଖ୍ୟ ମୌଲାନା ବଦରୁଦ୍ଦିନ୍ ଅଜମଲ କହିଛନ୍ତି, ଭାରତରେ ମୁସଲମାନମାନେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିଛନ୍ତି। ସେ କହିଛନ୍ତି, ହିନ୍ଦୁମାନେ ସେମାନଙ୍କ ସହିତ ଠିଆ ହୋଇଛନ୍ତି , ଯାହା ଏକ ସାଧାରଣ ସମ୍ପ୍ରଦାୟିକ ସମ୍ପର୍କ ପ୍ରଦର୍ଶନ କରେ |

    ଅଜମଲ ହିମନ୍ତ ବିଶ୍ୱ ଶର୍ମାଙ୍କ ମିୟା ରାଜନୀତିକୁ ଆଳୋଚନା କରି, ମୁସଲମାନମାନେ ବିଜେପିକୁ ଭୋଟ ନ ଦେବାକୁ ସୁପାରିଶ କରିଛନ୍ତି ସେ ଚେତାବନୀ ଦେଇଛନ୍ତି ଯେ, ମୁସଲମ ଭୋଟକୁ ବିଭାଜନ କରିବା ଦ୍ୱାରା ସମ୍ପ୍ରଦାୟକୁ ବହୁତ କ୍ଷତି ହୋଇଛି |

    କଂଗ୍ରେସ ପୂର୍ବରୁ ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରି ବିଜେପିକୁ ପ୍ରାର୍ଥୀ ଦେଇବାରୁ ଏଆଇୟୁଡିଏଫ୍‌ ସମାଲୋଚନା କରିଛି | ଏଆଇୟୁଡିଏଫ୍‌ ଏବେ ବିଧାନସଭା ନିର୍ବାଚନରେ ନିଜ ଅସ୍ତିତ୍ୱ ପାଇଁ ଲଢୁଛି, ମୁସଲମ ଓ ହିନ୍ଦୁ ଭୋଟରଙ୍କର ସମନ୍ୱୟରେ |

    ଏଆଇୟୁଡିଏଫ୍‌ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି ରାଜନୈତିକ ମଞ୍ଚରେ ସମ୍ପ୍ରଦାୟିକ ଏବଂ ରାଜନୈତିକ ସଂବିଧାନରେ ସହଯୋଗ ଲଢ଼ୁଛନ୍ତି। ଏହି ପରିସ୍ଥିତି ଆସାମର ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟମଧ୍ୟରେ ସମ୍ପର୍କ ସୁଦୃଢ କରିବାରେ ସାହାଯ୍ୟ କରିବ।

  • “ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

    “ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

    ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ହିନ୍ଦି ଭାଷା ବିରୋଧୀ ବୟାନକୁ ନେଇ ଦେଶରେ ପୁଣିଥରେ ରାଜନୀତି ତେଜିଛି ଉଠିଛି | ଷ୍ଟାଲିନ୍ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘X’ ରେ କହିଛନ୍ତି , ତାମିଲନାଡ଼ୁରେ ହିନ୍ଦି ଭାଷା ପାଇଁ କୌଣସି ସ୍ଥାନ ନାହିଁ, ପୂର୍ବରୁ ମଧ୍ୟ ନଥିଲା ଏବଂ ଆଗାମୀ ଦିନରେ ମଧ୍ୟ ରହିବ ନାହିଁ |

    ରବିବାର ଚେନ୍ନାଇରେ ଡିଏମକେ ପକ୍ଷରୁ ‘ଭାଷା ସହିଦ ଦିବସ’ ପାଳନ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ଅତୀତର ହିନ୍ଦୀ ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଭାଷା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଅ କିନ୍ତୁ କୌଣସିଠାରେ କେବଳ ହିନ୍ଦି ପଢ଼ାଯିବାକୁ ବାଧ୍ୟତାମୂଳକ କରାଯାଇନାହିଁ |
    ଏପଟେ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ମତଭେଦ ଚାଲିଆସୁଛି | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନଇପି ୨୦୨୦କୁ ନେଇ ତାମିଲନାଡ଼ୁ ସରକାର ରାଜନୀତି କରୁଛନ୍ତି | ତେବେ ଷ୍ଟାଲିନଙ୍କ ଏହି ଆଭିମୁଖ୍ୟ ଆଗାମୀ ଦିନରେ ବଡ଼ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି |

  • ଓଜନ କମାଇବା ଚେଷ୍ଟାରେ ଖାଇବା–ପିଇବା ବନ୍ଦ! ଅସୁସ୍ଥ ହେଲେ ଅଶନୁର କୌର

    ଓଜନ କମାଇବା ଚେଷ୍ଟାରେ ଖାଇବା–ପିଇବା ବନ୍ଦ! ଅସୁସ୍ଥ ହେଲେ ଅଶନୁର କୌର

    21 ବର୍ଷୀୟ ଟିଭି ଅଭିନେତ୍ରୀ ଅଶନୁର କୌର ନିଜ ସ୍ୱାସ୍ଥ୍ୟ ଓ ଆତ୍ମବିଶ୍ୱାସକୁ ନେଇ ହୃଦୟସ୍ପର୍ଶୀ କଥା ସେୟାର କରିଛନ୍ତି | କାମ ବୟସରୁ ସେ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଛନ୍ତି | ବିଗ୍ ବସ୍ ଭଳି ଲୋକପ୍ରିୟ ଶୋ’ରେ କାମ କରି ସେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ଏତେ ସଫଳତା ସତ୍ତ୍ୱେ ମଧ୍ୟ ସେ ଶରୀରକୁ ନେଇ ମାନସିକ ଚାପରେ ଥିଲେ।


    ସୋହା ଅଲ୍ଲୀ ଖାନଙ୍କ ପଡକାଷ୍ଟରେ ଅଶନୁର କହିଥିଲେ ଯେ, ଶରୀରକୁ ନେଇ ଟିପ୍ପଣୀ କରାଯିବା ଜଣେ ଲୋକଙ୍କୁ ମାନସିକ ଭାବେ ଭାଙ୍ଗି ଦେଇପାରେ। ସେ କହିଥିଲେ, ନିଜ ପ୍ରତି ସହାନୁଭୂତି ଓ ଆତ୍ମ-ସମ୍ମାନ ରଖିବା ଅତ୍ୟନ୍ତ ଜରୁରୀ। ଓଜନ କମାଇବା ପାଇଁ ଅଶନୁର ଏକ ସମୟରେ ଖାଇବା ପିଇବା ପ୍ରାୟ ବନ୍ଦ କରିଦେଇଥିଲେ। ଏହାର ପରିଣାମ ସ୍ୱରୂପ ସେ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଏକ ବନ୍ଧୁଙ୍କ ପରାମର୍ଶରେ ସେ ରକ୍ତ ପରୀକ୍ଷା କରାଇଥିଲେ, ଯାହା ସାଧାରଣ ଥିଲା। ଏହି ଘଟଣା ତାଙ୍କୁ ନିଜ ସ୍ୱାସ୍ଥ୍ୟ ଓ ଜୀବନକୁ ନୂଆ ଭାବେ ଗଢିବାକୁ ପ୍ରେରଣା ଯୋଗାଇଥିଲା|


    ଅଶନୁର କହିଛନ୍ତି ଯେ, ଯେତେ ଡାଏଟ୍ କିମ୍ବା ଫିଟନେସ୍ ଟ୍ରେଣ୍ଡ ଅନୁସରଣ କର କିନ୍ତୁ ଆସଲ ଆତ୍ମବିଶ୍ୱାସ ମନରୁ ଆସିଥାଏ | ତାଙ୍କର ଏହି ଅନୁଭବ ଆଜିର ଯୁବପିଢ଼ି ପାଇଁ ଏକ ଶିକ୍ଷା ଓ ପ୍ରେରଣା ହୋଇଛି |

  • ଏକ ବଜେଟ୍, ଏକ ଦୃଷ୍ଟି: ଭାରତର ବଜେଟ୍ ପରମ୍ପରାର ନୂଆ ଅଧ୍ୟାୟ

    ଏକ ବଜେଟ୍, ଏକ ଦୃଷ୍ଟି: ଭାରତର ବଜେଟ୍ ପରମ୍ପରାର ନୂଆ ଅଧ୍ୟାୟ

    ଦେଶର ବଜେଟ୍ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆସିଛି |ଏବେ ରେଳ ଓ ସାଧାରଣ ବଜେଟ୍‌ର ଏକତ୍ରୀକରଣ | ବ୍ରିଟିଶ୍ ଶାସନ କାଳରେ ୧୯୨୪ ମସିହାରେ ପ୍ରଥମ ଥର ପାଇଁ ରେଳ ବଜେଟ୍ ଉପସ୍ଥାପନ କରାଯାଇଥିଲା| ସେବେଠାରୁ ଦୀର୍ଘ ୯ ଦଶକ ଧରି ଦେଶରେ ଏକ ଅଲଗା ପରମ୍ପରା ଚାଲିଥିଲା | ସେହି ପରମ୍ପରା ଅନୁସାରେ , ପ୍ରତି ବର୍ଷ ପ୍ରଥମେ ସାଧାରଣ ବଜେଟ୍ ଓ ତାହାପରେ ରେଳ ବଜେଟ୍ ଉପସ୍ଥାପନ କରାଯାଉଥିଲା| ବଜେଟ୍ ଦିନକୁ ନେଇ ଦେଶବାସୀଙ୍କ ମଧ୍ୟରେ ବହୁତ ଆଶା ଓ ଆଗ୍ରହ ଥାଏ, କାରଣ ବଜେଟ୍‌ରେ କେଉଁ ସୁବିଧା ଘୋଷଣା କରାଯିବ ,ସେଥିପାଇଁ ଲୋକମାନେ ଅପେକ୍ଷା କରିଥାଆନ୍ତି | କିନ୍ତୁ ସମୟ ସହିତ ସରକାରୀ ଆର୍ଥିକ ପ୍ରଣାଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି |

    ମୋଦୀ ସରକାର ଆସିବା ପରେ ୨୦୧୭ ମସିହାରେ ଏହି ପୁରୁଣା ପରମ୍ପରାକୁ ଭାଙ୍ଗି ଦିଆଯାଇଥିଲା | ସାଧାରଣ ବଜେଟ୍ ଓ ରେଳ ବଜେଟ୍‌କୁ ଅଲଗା ଅଲଗା ଉପସ୍ଥାପନ କରିବା ପରମ୍ପରାକୁ ବନ୍ଦ କରି, ଦୁହିଁଟିକୁ ଏକା ସାଙ୍ଗରେ ୟୁନିଅନ୍ ବଜେଟ୍‌ର ସାମିଲ କରାଯାଇଥିଲା | ଏହି ପରିବର୍ତ୍ତନ ପରେ ପ୍ରଥମ ଏକତ୍ରିତ ବଜେଟ୍ ସେତେବେଳେର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରସ୍ତୁତ କରିଥିଲେ | ଏହା ଦ୍ୱାରା ରେଳକୁ ଦେଶର ସାର୍ବିକ ଆର୍ଥିକ ବିକାଶ ଯୋଜନା ସହ ଏକ ସମାନ ଧାରାରେ ଆଣାଯାଇଥିଲା | ବଜେଟ୍ ଇତିହାସକୁ ଦେଖିଲେ ଜଣାପଡ଼େ ଯେ , ପୂର୍ବରୁ ଦେଶରେ ପ୍ରତି ବର୍ଷ ଦୁଇଟି ବଜେଟ୍ ଉପସ୍ଥାପନ ହୋଇଥାଏ |ଯାହାକି ଗୋଟିଏ ରେଳ ପାଇଁ ଓ ଅନ୍ୟଟି ସାଧାରଣ ଆର୍ଥିକ କାର୍ଯ୍ୟକଳାପ ପାଇଁ | ସାଧାରଣ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ,ଓ ସମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଥିଲା | ସେତେବେଳେ ରେଳ ସମ୍ବନ୍ଧୀୟ ସମସ୍ତ ଘୋଷଣା ରେଳ ବଜେଟ୍‌ରେ ହିଁ କରାଯାଉଥିଲା |

    ବର୍ତ୍ତମାନର , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରି ୧ ତାରିଖରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି | ଏହା ତାଙ୍କର ନବମ ବଜେଟ୍ ହେବ | ସେ ପ୍ରଥମ ଥର ପାଇଁ ୫ ଜୁଲାଇ ୨୦୧୯ ମସିହାରେ ବଜେଟ୍ ଉପସ୍ଥାପନ କରିଥିଲେ | ରେଳ ଓ ସାଧାରଣ ବଜେଟ୍‌ର ଏକତ୍ରୀକରଣ ଦ୍ୱାରା ବଜେଟ୍ ପ୍ରକ୍ରିୟା ଅଧିକ ସରଳ ହେବାସହ ଦେଶର ସାମଗ୍ରିକ ବିକାଶର ସମନ୍ୱୟ ହୋଇପାରିଛି | ଏହାକୁ ମୋଦୀ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ଭାବେ ଦେଖାଯାଉଛି |

  • ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଐତିହାସିକ ଲମ୍ଫ ମାରିବାକୁ ପ୍ରସ୍ତୁତ ହେଉଛି | ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଭାରତୀୟ ମହାକାଶ ଷ୍ଟେସନ୍ (Indian Space Station) ତିଆରି ପାଇଁ ଆଗେଇ ଆସିଛି | ଏହା ISROର ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବୋଲି ଜଣାଯାଉଛି |

    ଏହି ପ୍ରକଳ୍ପରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ସାମିଲ କରିବାକୁ ISRO ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC) ଦ୍ୱାରା ଘରୋଇ କମ୍ପାନିମାନଙ୍କ ପାଇଁ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ’ (EOI) ଜାରି କରାଯାଇଛି | ଏହା ମାଧ୍ୟମରେ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ନିର୍ମାଣ ପାଇଁ ଯୋଗ୍ୟ କମ୍ପାନିମାନଙ୍କୁ ବଛାଯାଇଛି |

    ISRO ସ୍ପଷ୍ଟ କରିଛି ଯେ, ଏହି ମଡ୍ୟୁଲ୍‌ଗୁଡ଼ିକ ମଣିଷଙ୍କ ପାଇଁ ବାସଯୋଗ୍ୟ ହେବାରୁ ନିର୍ମାଣ କ୍ଷେତ୍ରରେ କଠୋର ମାନଦଣ୍ଡ ଲାଗୁ କରାଯାଇଛି | ପ୍ରତ୍ୟେକ ମଡ୍ୟୁଲ୍‌ର ବ୍ୟାସ ୩.୮ ମିଟର ଏବଂ ଉଚ୍ଚତା ୮ ମିଟର ହେବ | ଏହା ଉଚ୍ଚ-ଶକ୍ତି ଆଲୁମିନିୟମ୍ ମିଶ୍ରଧାତୁ AA-2219 ରେ ତିଆରି ହେବ | ତିଆରି କରିବା ସମୟରେ ୦.୫ ମିଲିମିଟର ଯଦି କିଛି ତ୍ରୁଟି ରହିଯାଏ ତେବେ ତାକୁ ଗ୍ରହଣ କରାଯିବ ନାହିଁ | ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୨୦୨୮ରେ ଆରମ୍ଭ ହେବ ଏବଂ ସେହି ବର୍ଷ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ଲଞ୍ଚ କରାଯିବ | ସମ୍ପୂର୍ଣ୍ଣ ପ୍ରକଳ୍ପ ୨୦୩୫ ସୁଦ୍ଧା ଶେଷ କରାଯିବ | ଷ୍ଟେସନର ସମସ୍ତ ପାଞ୍ଚଟି ମଡ୍ୟୁଲ୍ ତିଆରି କରାଯାଇ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ |

    ଭାରତୀୟ ମହାକାଶ ଷ୍ଟେସନକୁ ପୃଥିବୀରୁ ପ୍ରାୟ ୪୦୦ରୁ ୪୫୦ କିଲୋମିଟର ଉଚ୍ଚତାରେ ନିମ୍ନ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ | ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୩ରୁ ୪ ଜଣ ମହାକାଶଚାରୀ ରହି ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ପରୀକ୍ଷଣ କରିପାରିବେ | ଏହି ପ୍ରକଳ୍ପ ଯଦି ସଠିକ ଭାବେ କାର୍ଯ୍ୟକରି ହୁଏ,ତେବେ ଭାରତ ନିଜସ୍ୱ ମହାକାଶ ଷ୍ଟେସନ ଥିବା କିଛି ବଛା ଦେଶମାନଙ୍କ ମଧ୍ୟରେ ସାମିଲ ହେବ ଏବଂ ମହାକାଶ ଶକ୍ତି ରୂପେ ଭାରତର ସ୍ଥାନ ଆହୁରି ମଜବୁତ ହୋଇଯିବ |