Category: ଧର୍ମ

  • ଶନି ମହାପ୍ରଭୁ ଙ୍କର ଅପାର କୃପା: ଗ୍ରାମବାସୀ କଲେ ପୂଜା ମହୋତ୍ସବ

    ଶନି ମହାପ୍ରଭୁ ଙ୍କର ଅପାର କୃପା: ଗ୍ରାମବାସୀ କଲେ ପୂଜା ମହୋତ୍ସବ

    ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବେଲପଡା ବ୍ଲକ ଦର୍ଲିପଲି ଗ୍ରାମରେ ମହାସମାରୋହରେ ପାଳିତ ହେଉଛି ଶନି ମହାପ୍ରଭୁଙ୍କର ବାର୍ଷିକ ମହୋତ୍ସବ l
    ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ସମାବେଶ ଓ ମନ୍ତ୍ର ଧ୍ୱନିରେ ପ୍ରତିଧ୍ବନିତ ହୋଇଉଠୁଛି ମନ୍ଦିର ପରିବେଶ l କେବଳ ଧାର୍ମିକ ନୁହଁ ସାମାଜିକ ଓ ସାଂସ୍କୃତିକ ଭାବର ମିଳନସ୍ଥଳୀ ସାଜିଛି ଦର୍ଲିପଲି ଗ୍ରାମ l ଭକ୍ତଙ୍କ ମନୋରଞ୍ଜନ ପାଇଁ ମିନାବଜ଼ାର ସହ ଏଠାରେ ଅନୁଷ୍ଠିତ ହେଉଥିବା ପରାୟଣ ଶନିଦେବଙ୍କ ପ୍ରତି ଭକ୍ତମାନଙ୍କର ଭକ୍ତିଭାବକୁ ଆହୁରି ନିବିଡ଼ କରୁଛି l ଷୋହଳ ବର୍ଷ ପୂର୍ବରୁ ଦର୍ଲିପଲି ଗ୍ରାମର ଚିତ୍ର ଏପରି ନଥିଲା l ଶନିଦେବଙ୍କ ପୂଜାପାଇଁ ଗ୍ରାମବାସୀ ଶନି ମହାପ୍ରଭୁଙ୍କ ମହିମା ଉପରେ ପର୍ଯ୍ୟବେସିତ ଏକ ନାଟକ ପରିବେଷଣ କରିବା ସହିତ ତାଙ୍କର ପୂଜାର୍ଚନା ମଧ୍ୟ କରିଥିଲେ l ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ବଦଳି ଯାଇଥିଲା କାୟକଳ୍ପ l ଗ୍ରାମବାସୀଙ୍କର ଏହି ଛୋଟ ପଦକ୍ଷେପଟି ଚାହୁଁ ଚାହୁଁ ଏକ ବିଶାଳ ଉତ୍ସବରେ ପରିଣତ ହୋଇଥିଲା l କଥାରେ ଅଛି ଚମତ୍କାରକୁ ନମସ୍କାର l ପୂଜକଙ୍କ କହିବା ଅନୁସାରେ, ଶନି ମହାପ୍ରଭୁଙ୍କ ଅପାର କରୁଣାରୁ ଭକ୍ତଗଣଙ୍କ ମନସ୍କାମନା ପୂର୍ଣ ହେଉଥିବାରୁ ଏହି ସ୍ଥାନକୁ ଧାଇଁ ଆସିଥିଲେ ଶହ ଶହ ଶ୍ରଦ୍ଧାଳୁ l ତେଣୁ, କ୍ରମବର୍ଦ୍ଧିଷ୍ଣୁ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମବାସୀ ଶନିଦେବଙ୍କର ଏକ ମନ୍ଦିର ନିର୍ମାଣ କରିଥିଲେ l ଷୋହଳ ବର୍ଷ ହେବ ଏହି ଦେବସ୍ଥଳୀରେ ପ୍ରଶାସନର ବିନା ସାହାଯ୍ୟରେ ମହାଆଡମ୍ବରରେ ପ୍ରତିବର୍ଷ ଶନି ମହାପ୍ରଭୁଙ୍କର ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି lବର୍ତ୍ତମାନ ଦର୍ଲିପଲି ଗ୍ରାମବାସୀ ଏକାଠି ହୋଇ ପ୍ରତି ବର୍ଷ ଶନିଦେବଙ୍କ ଉତ୍ସବ ପାଳନ କରୁଛନ୍ତି l ଶନିଶ୍ଚରଙ୍କର ଦର୍ଶନ ପାଇଁ ଏଠାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ସମାଗମ ହେଉଥିବାରୁ ସେମାନଙ୍କ ପାଇଁ ଅନ୍ନଛତ୍ର ବ୍ୟବସ୍ତା ମଧ୍ୟ ହୋଇଥାଏ

  • ପ୍ରଭୁ ରାମଚନ୍ଦ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପାଠ୍ୟକ୍ରମରେ ବିରୋଧାଭାଷ: ବିଶ୍ବହିନ୍ଦୁ ପରିଷଦ

    ପ୍ରଭୁ ରାମଚନ୍ଦ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପାଠ୍ୟକ୍ରମରେ ବିରୋଧାଭାଷ: ବିଶ୍ବହିନ୍ଦୁ ପରିଷଦ

    ରାଜ୍ୟ ସରକାରଙ୍କ ହିନ୍ଦୁ ଧର୍ମ ଉପରେ କୁଠାରାଘାତ। ସରକାରଙ୍କ ଦ୍ଵାରା ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଛି ଭୁଲ ଶିକ୍ଷା। ଭଗବାନ ରାମଚନ୍ଦ୍ରଙ୍କୁ ସରକାର କାଳ୍ପନିକ ଚରିତ୍ର ଭାବେ କରୁଛନ୍ତି ଉପସ୍ଥାପନ। ଯାହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ନିକଟରେ ୨୦୨୩-୨୪ ପାଠ୍ୟବର୍ଷର ଅର୍ଦ୍ଧବାର୍ଷିକ ଷଷ୍ଠ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ କଳ୍ପନା ପ୍ରସୂତ ଚରିତ୍ରଭାବେ ଉପସ୍ଥାପନ କରାଯାଇଥିଲା। ଏହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ପ୍ରଭୁ ରାମଚନ୍ଦ୍ର ହିନ୍ଦୁ ଧର୍ମର ଆରାଧ୍ୟ ଦେବତା। ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏପରି ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବାକୁ ହୀନ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛି ବିଶ୍ଵ ହିନ୍ଦୁ ପରିଷଦ। ପରିଷଦର କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

    ଜିଲ୍ଲା କମିଟିର ବହୁ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହିନ୍ଦୁ ଭାବନାକୁ କୁଠାରାଘାତ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଶ୍ଵ ହିନ୍ଦୁ ପରିଷଦ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

  • ଜି. ଉଦୟଗିରିର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ

    ଜି. ଉଦୟଗିରିର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ

    କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଦୀପାବଳୀ । ଏହି ଅବସରରେ ଜି. ଉଦୟଗିରି ସ୍ଥିତ ଚକରା ବିଷୋୟୀ ଛକରେ ବେଶ ଧୁମାଧାମରେ ଅନୁଷ୍ଠିତ ହୋଇଛି ମା କାଳୀଙ୍କ ପୂଜା । ସମସ୍ତ ରୀତିନୀତି ଅନୁୟାୟୀ, ମା କାଳୀଙ୍କ ପୂଜାର୍ଚନା ହୋଇଛି । କାଳି ମନ୍ଦିର ଓ ବରାଳ ଦେବୀ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ହୋମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ମେଢ଼ କରାଯାଇଛି । ଏଥିସହ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମଣ୍ଡପ ଗୁଡୁକ ନିକଟରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସହରର ସମସ୍ତ ସ୍ଥାନରେ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକ ଆଲୋକ ମାଳାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା । କଚେରି ସାହିରେ ସ୍ଥାନୀୟ ଜନସାଧାରଣ ରାସ୍ତା ସାରା ଦୀପ ପ୍ରଜ୍ଜ୍ୱଳନ କରି ଦୀପାବଳୀ ଉତ୍ସବ ପାଳନ କରିଥିଲେ ।

  • ଯାଜପୁର ଜିଲ୍ଲା ମହେଶ୍ବରପୁରରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା

    ଯାଜପୁର ଜିଲ୍ଲା ମହେଶ୍ବରପୁରରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା

    ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ପୁର ଠୁ ପଲ୍ଲି । ରଙ୍ଗିନ ଆଲୋକମାଳା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେହିପରି ଯାଜପୁର ଜିଲ୍ଲା ମହେଶ୍ୱରପୁର ଗ୍ରାମ ପଞ୍ଚାୟତ ର ଗୋପୀନାଥପୁର ଉଆଖିଆରେ ଦେଖିବାକୁ ମିଳିଛି ଗଜ ଲକ୍ଷ୍ମୀ ପୂଜା ।ଏଠାରେ ପାଞ୍ଚଦିନ ଧରି ପୂଜା ପାଉଛନ୍ତି ଲକ୍ଷ୍ମୀ । ଦୀର୍ଘ ବର୍ଷ ଧରି ଏହି ପୁଜା ହେଉଥିବାବେଳେ ଚଳିତ ବର୍ଷ ମଧ୍ୟ ତିନୋଟି ଟି ମେଢ଼ କୁ ନେଇ ବେଶ୍ ଧୁମ୍ ଧାମରେ ପାଳିତ ହେଉଛି ମା ଲକ୍ଷ୍ମୀ ଙ୍କ ପୂଜା। ପାଞ୍ଚଦିନ ଧରି ହେଉଥିବାବେଳେ ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବା ପାଇଁ ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ। ପବିତ୍ର ଲକ୍ଷ୍ମୀ ପୂଜା ଅବସରରେ ମହେଶ୍ୱରପୁର ଗ୍ରାମ ପଞ୍ଚାୟତ ବେଶ୍ ଉତ୍ସବମୁଖର ହୋଇଥାଏ। ସମସ୍ତ ପୂଜା କମିଟି ର ସଦସ୍ୟ ଓ ପଞ୍ଚାୟତ ର ବୁଦ୍ଧିଜୀବୀ ମାନଙ୍କ ତତ୍ତ୍ଵାବଧାନରେ ଏହି ପୁଜା କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି । ପାଞ୍ଚଦିନ ପୁଜା ପାଇବା ପରେ ଷଷ୍ଠଦିନ ସମସ୍ତ ତିନି ଗୋଟି ମେଢ଼ ମହା ଆଡମ୍ବର ରେ ଭସାଣୀ ଉତ୍ସବ ରେ ଯୋଗଦିଅନ୍ତି। ପରେ ସମସ୍ତ ମେଢ଼ କୁ ନିକଟସ୍ଥ ପୋଖରୀରେ ବିସର୍ଜନ କରାଯାଏ ।

  • ଆଜିଠୁ କାର୍ତ୍ତିକ ବ୍ରତ, ମାସେ ଧରି ହବିଷ୍ୟାନ୍ନ ପାଳିବେ ହବିଷ୍ୟାଳୀ

    ଆଜିଠୁ କାର୍ତ୍ତିକ ବ୍ରତ, ମାସେ ଧରି ହବିଷ୍ୟାନ୍ନ ପାଳିବେ ହବିଷ୍ୟାଳୀ

    ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ।ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଆଜିଠୁ ମାସେ ଧରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବ୍ରତଧାରୀ ।ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ଶ୍ରୀକ୍ଷେତ୍ରରେ ଭିଡ଼ ଜମୁଥିବା ବେଳେ ହଇରାଣ ହେଉଛନ୍ତି ହବିଷ୍ୟାଳୀ। ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳୀ। ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳୀ ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

  • ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା ଚର୍ଚ୍ଚିକା ଙ୍କ ବାର୍ଷିକ ପୂଜା ପାଳିତ ହୋଇ ଯାଇଅଛି. ଦୀର୍ଘ ତେତିଶି ବର୍ଷ ଧରି ଏଠାରେ ହୋଇଆସୁଅଛି ମାଙ୍କ ପୂଜା । ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରିବା ସହ ମା ଙ୍କ କୃପା ଲାଭ କରିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ମା ଙ୍କୁ ,ଯିଏ ଯାହା ମନାସି ଥାଏ ସେ ତାହା ପାଇଥାଏ । ଏହି ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ, ସରପଞ୍ଚ ସସ୍ମିତା ସେଠି, ବିଜେଡି ବ୍ଲକ ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ. ଏହି ଯାତ୍ରା କୁ ସହଯୋଗ କରିଥିଲେ ମା ଚର୍ଚ୍ଚିକା ୟୁଥ କ୍ଲବ

  • ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ସ୍ବାମାଙ୍କ ଦୀର୍ଘ ଆୟୁଷ କାମନା କରି ପାଳନ କରାଯାଏ କରୱାଚୌଥ୍ ।ତେବେ ଏହି ବ୍ରତ କାର୍ତ୍ତିକ ମାସ କୃଷ୍ଣ ଚତୁର୍ଥି ତିଥିରେ ପାଳନ କରାଯାଏ । ଏହି ଦିନ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟ ଉଦୟ ପୂର୍ବରୁ ନିର୍ଜଳା ଉପବାସ କରି ବ୍ରତ ଆରମ୍ଭ କରିଥାନ୍ତି ଏବଂ ରାତିରେ ଉଦିତ ଚନ୍ଦ୍ରକୁ ଦର୍ଶନ କରିବା ପରେ ବ୍ରତ ବା ଉପବାସ ଶେଷ କରିଥାନ୍ତି । ଏଥିରେ ବିବାହିତ ମହିଳା ମାନେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି ।

    ତେବେ ଏହି କରୱାଚୌଥକୁ ନେଇ ରାଉରକେଲାରେ ଅନୁଷ୍ଠିତ ହୋଇଛି ଏକ ଭବ୍ୟ ପ୍ରତିଯୋଗିତା । ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ପକ୍ଷରୁ “କରୱାଚୌଥ୍ – ୨୦୨୩” କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ ହୋଇଛି । ରାଉରକେଲା ହୋଟେଲ ରିଜେନ୍ସି ଇନ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେବା ସହିତ ନୃତ୍ୟ,ଗୀତ, ରାମ୍ପ ୱାକ ଆଦି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଏବଂ ସେଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗିତାଙ୍କୁ ପୁରଷ୍କାର ମଧ୍ୟ ଦିଆଯାଇଥିଲା ।

    ପ୍ରଦୀପ ପ୍ରଜ୍ଜ୍ୱଳନ କରି କରୱାଚୌଥ୍ – ୨୦୨୩ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହିତ ସିଦ୍ଧି ବିନାୟକ ଗ୍ରୁପ ଦ୍ୱାରା ଗଣେଶ ବନ୍ଦନା କରାଯାଇଥିଲା । ଏହାପରେ ସଭାପତି ରୋଟାରୀଆନ କିରଣ ଅରୋରା ଉପସ୍ଥିତ ପ୍ରତିଯୋଗୀ, ସଂଗଠକ ଏବଂ ଗଣମାଧ୍ୟମ ଉଦ୍ଧେଶ୍ୟରେ ଉଦ୍ବୋଧନ ଦେଇଥିଲେ ।

    “କରୱାଚୌଥ୍ – ୨୦୨୩” ର ମୁଖ୍ୟ ବିଚାରକ ଭାବରେ ରୋଟାରୀଆନ ହରପାଳ ରୂପରା, ରୋଟାରୀଆନ ଆଭା ମୋହୁନ୍ତ, ରୋଟାରୀଆନ ରଶ୍ମି ଅଗ୍ରୱାଲ, ରୋଟାରୀଆନ ଶ୍ଵେତା ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ । ଏହାପରେ, ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମନୀଷା ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    “କରୱାଚୌଥ୍ – ୨୦୨୩” ରେ ଅନୁଷ୍ଠିତ ହୋଇଥିବା Ramp Walk ର ପ୍ରଥମ ରାଉଣ୍ଡ Sparkling Diva ୨୦୧୯ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରଥମ ରାଉଣ୍ଡର ପରିସମାପ୍ତି ପରେ ଝଟକା ରାଉଣ୍ଡ -୧ ରେ ରୋଟାରୀଆନ କାଞ୍ଚନ ଅଗ୍ରୱାଲ ଏବଂ ରୋଟାରୀଆନ ଋତୁ ଜୈନ ପୁରସ୍କାର ପ୍ରଦାନ କରିଥିଲେ ।

    ସେହିପରି, Ramp Walk ର ଦ୍ଵିତୀୟ ରାଉଣ୍ଡ Ravishing Diva ୨୦୧୨ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିବାବେଳେ, ଝଟକା ରାଉଣ୍ଡ -୨ ରେ ରୋଟାରୀଆନ ସଂଗୀତ ଏବଂ ରୋଟାରୀଆନ ରଶ୍ମି ମହାଜନ ପୁରସ୍କାର ପ୍ରଦାନ କରିଥିଲେ

    ସୂଚନା ଅନୁସାରେ, Ramp Walk ର ତୃତୀୟ ରାଉଣ୍ଡ Forever Young ୨୦୧୮ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଯେତେବେଳେକି, ଝଟକା ରାଉଣ୍ଡ -୩ ରେ ରୋଟାରୀଆନ ମନୀଷା ଏବଂ ରୋଟାରୀଆନ ରଶ୍ମି ଖେମାନି ପୁରସ୍କାର ବିତରଣ କରିଥିଲେ ।

    ସେହିପରି, ଝଟକା ରାଉଣ୍ଡ – ୪ ରେ ରୋଟାରୀଆନ ପ୍ରତିମା ଗର୍ଗ ଏବଂ ରୋଟାରୀଆନ ଶ୍ଵେତା ଜୈନ ପୁରସ୍କାର ବିତରଣ କରିଥିଲେ । ଝଟକା ରାଉଣ୍ଡ – ୪ ଶେଷ ହେବା ପରେ , Bollywood Divas ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    ଉପସ୍ଥିତ ଦର୍ଶକ ମଣ୍ଡଳୀ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ କରତାଳି ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

  • ମହା ଆଡ଼ମ୍ବରରେ ପାଳିତ ହେଲା ଦଶଭୁଜାଙ୍କ ଭସାଣୀ ଉତ୍ସବ

    ମହା ଆଡ଼ମ୍ବରରେ ପାଳିତ ହେଲା ଦଶଭୁଜାଙ୍କ ଭସାଣୀ ଉତ୍ସବ

    ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ ଅଧିନରେ ଥିବା ଲକ୍ଷ୍ମୀନଗର ରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ମା’ଙ୍କ ଭସାଣୀ ଉତ୍ସବ ।ଆଜି କାଲି ଆଧୁନିକ ଯୁଗରେ ଡିଜେ ଗାଡି କରି ମାଙ୍କୁ ମେଲାଣି ଦେଉଥିବା ବେଳେ ଲକ୍ଷ୍ମୀନଗର ଠାରେ ଦେଖିବାକୁ ମିଳିଛି କିଛି ଭିନ୍ନ ।ପ୍ରାୟ ଶହେ ଜଣ ଯୁବକ କାନ୍ଧରେ ବୁହାଇ ଗାଁ ଦାଣ୍ଡରେ ଝୁଲଣ କରି ତିନି କିଲମିଟର ପର୍ୟ୍ୟନ୍ତ ନେଇ ମହା ଆଡ଼ମ୍ବରରେ ପାଳନ କରନ୍ତି ଦଶଭୁଜାଙ୍କ ଭସାଣୀ ଉତ୍ସବ। ବର୍ଷ ବର୍ଷ ଧରି ଏମିତି ନିଆରା ପରମ୍ପରା ଅନୁଯାୟୀ ମାଙ୍କ ଭସାଣୀ ଉତ୍ସବ ପାଳନ କରାଯାଏ ବୋଲି କହିଛନ୍ତି ଅଞ୍ଚଳବାସୀ ।

    ଏବଂ ଏଭଳି ଏକ ନିଆରା ଭସାଣୀ ଉତ୍ସବକୁ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାର ବାଜା, ସଙ୍କୀର୍ତ୍ତନ । ଯାହାକୁ ମନଭରି ଉପଭୋଗ କରନ୍ତି ଶ୍ରଦ୍ଧାଳୁମାନେ। ତେବେ ଲକ୍ଷ୍ମୀନଗର ପୁଜାକମିଟିର ଅଗ୍ରଣୀ ସଦସ୍ୟ ଗ୍ରାମବାସୀ ଏବଂ କୋରାଇ ବିଜେପିର ଯୁବନେତା ଆଲେକ୍ସଯାଣ୍ଡର ଦାସଙ୍କ ଦୃଢ଼ ନେତୃତ୍ୱରେ ଶାନ୍ତି ଶୃଙ୍ଖଳାର ସହ ସରିଛି ମାଙ୍କ ଭସାଣି ଉତ୍ସବ।

  • ବାଲେଶ୍ୱର ଜିଲ୍ଲା ସିମୁଳିଆରେ ନିଆରା ଢଙ୍ଗରେ ଦୁର୍ଗାପୂଜା ଉତ୍ସବ ପାଳନ

    ବାଲେଶ୍ୱର ଜିଲ୍ଲା ସିମୁଳିଆରେ ନିଆରା ଢଙ୍ଗରେ ଦୁର୍ଗାପୂଜା ଉତ୍ସବ ପାଳନ

    ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ସହକାରେ ପାଳନ ହୋଇଯାଇଛି । ଏହି ଅଞ୍ଚଳରେ ମାଙ୍କ ପୂଜା ରୀତିନୀତିରେ ପୂଜାଅର୍ଚ୍ଚନା କରାଯାଇଥିବା ବେଳେ ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଯାଉଥିବା ଦେଖିବାକୁ ମିଳିଛି ।ଦଶହରା ପରୀପେକ୍ଷୀରେ ବଳଦମାନଙ୍କୁ ରଙ୍ଗ ବେରଙ୍ଗରେ ସର୍ଜିତ କରି ଏକ ନୃତ୍ୟ ପରିବେଷଣ କରିଥାନ୍ତି । ବଙ୍ଗିଅ ସମ୍ପ୍ରଦାୟର ଲୋକେ ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ଏହି ପ୍ରଥାକୁ ଜାରି ରଖିଛନ୍ତି । ଗ୍ରାମବାସୀମାନେ ବିଶ୍ୱାସ ରଖନ୍ତି ବଳଦ ନାଚ ହେଲେ ଗ୍ରାମ ରେ ଭଲ ଚାଷ ହେବା ସହିତ ଗାଁ ର ମଙ୍ଗଳ ହୋଇଥାଏ। ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଏହି ବଳଦ ନାଚ ପ୍ରଥା ୨୦୦ ବର୍ଷରୁ ଉର୍ଦ୍ଧ ହେବ ଚାଲିଆସୁଛି । ଲୋକମାନେ ଦଶହରା ଦିନ ମା’ଦୁର୍ଗା ଦେବୀଙ୍କ ପିଠରେ ମାନସିକ ପୁରଣ ସହିତ ଗାଁ ଲୋକମାନଙ୍କ ନିଜର ମଙ୍ଗଳ କାମନା ପାଇଁ ଏହି ବଳଦ ନାଚ କରିଥାନ୍ତି । ବଳଦ ନାଚ ଦେଖିବା ପାଇଁ ସ୍ଥାନୀୟ ଓ ଦୂରଦୂରାନ୍ତରୁ ସହ ସହ ଭକ୍ତଙ୍କ ଭିଡ଼ ଜମିଥାଏ ।

    ଚନ୍ଦ୍ରପଡ଼ା ଗ୍ରାମର ଗ୍ରାମବାସୀମାନଙ୍କ କହିବା ଅନୁଯାଇ ଏହିଠାରେ ୨୦୦ବର୍ଷ ପୂର୍ବରୁ ବେଙ୍ଗଲ୍ ରୁ କିଛି ଲୋକ ଆସି ବସବାସ କରି ମା’ଦେବୀଙ୍କ ପୂଜା ଅର୍ଚ୍ଚନା କରିଆସୁଥିଲେ । ତାଙ୍କ ବଂଶଜ ବାଇଧର କୁଅଁର ଓ ଅନ୍ୟମାନେ ଦୁର୍ଗାପୂଜା କରିବା ସହିତ ଏହି ବଳଦ ନାଚ ପରମ୍ପରା ବଜାଇ ରଖିଥିଲେ । ଏହି ପରମ୍ପରା କୁ ଏବେ ଏହି ଗ୍ରାମବାସୀ ମାନି ସବୁ ବର୍ଷ ଦଶହରା ଦିନ ପାଳନ କରିଥାନ୍ତି ଓ ବଳଦ ନାଚ ସହିତ ମେଳା ର ମଜା ବେଶ ଉଠାଇଥାନ୍ତି ଅଞ୍ଚଳବାସୀ ।

  • ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

    ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

    ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି।

    ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ। ସେପଟେ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ । ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।