Category: ଧର୍ମ

  • ଆଜିର ଯୁବ ପିଢିଙ୍କୁ କୁକୁରଙ୍କ ସହ ତୁଳନା କରି ବିବାଦରେ ଅନିରୁଦ୍ଧାଚାର୍ଯ୍ୟ!

    ଆଜିର ଯୁବ ପିଢିଙ୍କୁ କୁକୁରଙ୍କ ସହ ତୁଳନା କରି ବିବାଦରେ ଅନିରୁଦ୍ଧାଚାର୍ଯ୍ୟ!

    ପୁଣି ବିବାଦ ଘେରରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ… କହିଲେ ଲିଭଇନରେ ରୁହନ୍ତି କୁକୁର ବିଲେଇ …ଏ କଥାକୁ ନେଇ ତାତିଲେ ଲୋକେ .. ଦର୍ଶକବନ୍ଧୁ ବର୍ତ୍ତମାନ ଦେଶରେ ବୁଲା କୁକୁର ମାମଲା ବେଶ୍ ସରଗରମ ରହିଛି । ସୁପ୍ରିମକୋର୍ଟ ଏନେଇ ନିଜର ରାୟ ମଧ୍ୟ ପ୍ରକାଶ କରିଛନ୍ତି । ଆଉ ଏହାରି ଭିତରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୃନ୍ଦାବନର କଥାବାଚକ ଅନିରୁଦ୍ଧାଚାର୍ଯ୍ୟ । ପୂର୍ବରୁ ସେ ଝିଅମାନଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ ଦେଇ ବିବାଦକୁ ଚାଲି ଆସିଥିଲେ । ବର୍ତ୍ତମାନ ସେ ଲିଭ୍ ଇନ୍ ରିଲେସନସିପ୍ ଏବଂ କୁକୁର-ବିଲେଇଙ୍କୁ ନେଇ ଏମିତି କିଛି କଥା କହିଛନ୍ତି ଯାହା ଉପରେ ସୋସିଆଲ୍ ମିଡିଆରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଛି । କିଛି ଲୋକ ଏହି ମନ୍ତବ୍ୟକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ନିନ୍ଦା କରୁଛନ୍ତି ।

    କଥାବାଚକ ନିଜ ଟିପ୍ପଣୀରେ କହିଥିଲେ ଯେ ଲିଭ୍ ଇନରେ କୁକୁର-ବିଲେଇ ରୁହନ୍ତି , ଆମ ଦେଶର କୁକୁର ହଜାର ହଜାର ବର୍ଷ ଧରି ଲିଭ୍ ଇନରେ ରହି ଆସୁଛନ୍ତି । ଯାହା କୁକୁର ସମାଜର ପରମ୍ପରା । ଏହି ଟିପ୍ପଣୀକୁ ଅନେକ ଯୁବପିଢ଼ି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ବୟସ୍କ ସମାଜ ଏହାକୁ ଠିକ କଥା ବୋଲି କହିଛନ୍ତି । ନୋଏଡାର ଜଣେ ବ୍ୟକ୍ତି ବାବାଙ୍କର ଏହି ବୟାନକୁ ନିନ୍ଦା କରି କହିଛନ୍ତି ଯେ ଧର୍ମଗୁରୁମାନେ ଏଭଳି ବୟାନ ଦେବା ଅନୁଚିତ । ଏଭଳି ବୟାନ ଦ୍ବାରା ହିଁ ଯୁବସମାଜ ଧର୍ମକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରନ୍ତି । ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅନିରୁଦ୍ଧାଚାର୍ଯ୍ୟଙ୍କ ଏଭଳି ବୟାନ ଉପରେ ଟିପ୍ପଣୀ ଦେଇ କହିଛନ୍ତି ବାବା ଏପଟସେପଟ କଥା କହି ନିଜର ହିଁ ଅପମାନ କରାଉଛନ୍ତି । କହିବା ପୂର୍ବରୁ ଥରେ ଭାବିବା ଉଚିତ୍ ।

    ଲିଭ୍ ଇନ୍ ରିଲେସନସିପକୁ ସୁପ୍ରିମକୋର୍ଟ ଯେଉଁଠି ସପୋର୍ଟ କରନ୍ତି କଥାବାଚକ ଏଭଳି ଟିପ୍ପଣୀ ଦେବା କ’ଣ ଠିକ୍ ? କୁକୁର-ବିଲେଇଙ୍କ ନାଁ ନେଇ ଏଭଳି ଟିପ୍ପଣୀ ଦେବା ଆଦୌ ଠିକ୍ ନୁହେଁ । ଧର୍ମଗୁରୁ ମର୍ଯ୍ୟାଦାର ଧ୍ୟାନ ଦିଅନ୍ତୁ । ହିନ୍ଦୁ ଧର୍ମର ସଂସ୍କାର ଓ ରୀତିନୀତି ହିସାବରେ ବିବାହ ପୂର୍ବରୁ ଝିଅ-ପୁଅ ଲିଭ୍ ଇନରେ ରହିଲେ ତାହା ଭୁଲ୍ । କିନ୍ତୁ ଏହା ସେମାନଙ୍କ ବ୍ୟକ୍ତିଗତ ମତ , ଏଥିରେ କାହାକୁ ଟିପ୍ପଣୀ କରିବାର ଆବଶ୍ୟକତା ନାହିଁ । କଥାବାଚକଙ୍କ ଉଦ୍ଦେଶ୍ୟ ତ ଠିକ୍ ଥିଲା କିନ୍ତୁ କହିବାର ତରିକା ଠିକ୍ ନଥିଲା ।

  • ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା

    ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା

    ଆଜି ପବିତ୍ର ଗହ୍ମା ପୁନେଇ ରେ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା । ବଡ ଠାକୁର ପିନ୍ଧିଛନ୍ତି ବଡ ରାକ୍ଷୀ । ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନ କୁ ଦର୍ଶନ କରି ନିଜ କୁ ଧନ୍ୟ ମଣିଛନ୍ତି ଭକ୍ତ । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରିଛନ୍ତି ସ୍ଵତନ୍ତ୍ର ପାଟରା ବିଷୋୟୀ ସେବକ । ଗତ ଚିତାଲାଗି ଅମାବାସ୍ୟା ଠାରୁ ଏହି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧି ମୁତାବକ ମହାପ୍ରଭୁ ଶ୍ରଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି । ଏଥି ସହ ହାତରେ ଦୁଇଟି ଲେଖାଏଁ ଗୁଆମାଲ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗହ୍ମା ପୂର୍ଣ୍ଣିମାରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେଉଛି ।

    ଶ୍ରୀ ମନ୍ଦିର ଚୁନାର ସେବକ ଶରତ ମହାନ୍ତି କହିଛନ୍ତି , ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀ ଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନ ର ପର୍ବ । ଯେମିତି ଭାଇ ଠାରୁ ସୁରକ୍ଷା ଆଶା ନେଇ ଭଉଣୀ ଭାଇ ହାତରେ ରାକ୍ଷୀ ଭିଡ଼ିଥାଏ ଠିକ୍ ସେହିଭଳି ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ନିଜ ଅଲିଅଳି ଭଉଣୀ ସୁଭଦ୍ରା ଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି । ୪ଟି ବୃହତ କାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀ ହସ୍ତରେ ଧାରଣ କରିଥାନ୍ତି । ମହାପ୍ରଭୁ ଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁ ଙ୍କ ଶ୍ରୀଭୂଜ ରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁଯାୟୀ ଜଜ ମାନଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ପୁରୋହିତ ମାନେ ରକ୍ଷା ବନ୍ଧନ ପୂର୍ବକ ହାତରେ ଡୋରୀ ପିନ୍ଧାଇଥାଆନ୍ତି । ଶ୍ରୀ ମନ୍ଦିର ପାଟରା ବିଷୋୟୀ ସେବକ ମାନେ ମହାପ୍ରଭୁ ଙ୍କ ପାଇଁ ରାକ୍ଷୀ ତିଆରି କରିଥାନ୍ତି ।

    ରାକ୍ଷୀ ତିଆରି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକ ଙ୍କୁ ଆବଶ୍ୟକ ପରିମାଣ ର ବାସୁଙ୍ଗା ପାଟଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗ ରେ ବୁଡ଼ାଇ ଖରାରେ ସୁଖାଯାଇଥାଏ । ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟ କୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ । କାଠ ପାନିଆ ରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ । ବାଶୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ମହାପ୍ରଭୁ ଶ୍ରଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି । ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ । ଶ୍ରୀ ମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି ।

  • ଅତୁଟ ବନ୍ଧନର ସାକ୍ଷୀ ଏଇ ରାକ୍ଷୀ…

    ଅତୁଟ ବନ୍ଧନର ସାକ୍ଷୀ ଏଇ ରାକ୍ଷୀ…

    Raksha Bandhan 2025: Now You Can Send a Rakhi to Your Brother in India  Post's Waterproof Envelope — Here's How to Track Your Parcel -  www.lokmattimes.com

    “ଭାଇ ତତେ ମୋର ରହିଲା ରାଣ” ଗୀତର ତାଳେ ତାଳେ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିବା ପାଇଁ ଚାତକ ପରି ଅନେଇ ବସିଲାଣି। କଥାରେ ଅଛି, ଅତୁଟ ଓ ନିଆରା ସମ୍ପର୍କର କାହାଣୀ ନାଁ ତାର ଭାଇ ଭଉଣୀ। ଥାଏ ରାଗ ରୁଷା ମାନ ଅଭିମାନ ହେଲେ କଥା ଯେବେ ଉଭୟଙ୍କ ଉପରକୁ ଆସେ ଭାଇ ଓ ଭଉଣୀ ପରସ୍ପର ପାଇଁ ସାଜି ଯାଆନ୍ତି ରକ୍ଷା କବଚ। ଭଉଣୀ ଆଖିରେ ଲୁହ ନ ଦେବା ପାଇଁ ପ୍ରତିଜ୍ଞା କରେ ଭାଇ, ଏଇ ରାକ୍ଷୀକୁ ସାକ୍ଷୀ ରୂପେ ନେଇ। କେବଳ ମର୍ତ୍ୟ ପୁରରେ ରାକ୍ଷୀ ଭଉଣୀକୁ ସୁରକ୍ଷା ପ୍ରଦାନ କରେ ତାହା ନୁହେଁ, ପୌରାଣିକ ଗାଥା ଅନୁସାରେ ସ୍ୱର୍ଗ ପୁରରେ ବି ସୁରକ୍ଷାର ପ୍ରତୀକ ଭାବରେ ରାକ୍ଷୀ ରହିଛି ବିଦିତ। ସ୍ୱର୍ଗପୁରରେ ଇନ୍ଦ୍ର ଦେବତାଙ୍କ ସୁରକ୍ଷ୍ୟା ନିମନ୍ତେ ବ୍ରହ୍ମା ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କ ହସ୍ତରେ ସୁତା ଖିଅ ବାନ୍ଧିଥିଲେ ଯାହା ତାଙ୍କୁ କେବଳ ଅମାପ ଶକ୍ତି ଯୋଗାଇଥିଲା ତାହା ନୁହେଁ ସୁରକ୍ଷା ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥିଲା,ଏହାକୁ ରାକ୍ଷୀର ଆଦ୍ୟ ରୂପେ ମଧ୍ୟ ବିଦିତ କରାଯାଏ।

    A sister is binding rakhi on her brother hand on the festival of raksha  bandhan rakshabandhan | Premium AI-generated image

    ଅନ୍ୟପକ୍ଷରେ, ଶ୍ରୀକୃଷ୍ଣଙ୍କ ଆଘାତ ଆଙ୍ଗୁଠିରେ ଦ୍ରୌପଦୀ ନିଜର ଲୁଗା ଖଣ୍ଡକୁ ବାନ୍ଧିବା ଓ ଗୋବିନ୍ଦ ଦ୍ରୌପଦୀଙ୍କ ବିପଦ କାଳରେ ରକ୍ଷା କରିବାର ପ୍ରତିଶୃତିକୁ କର୍ତବ୍ୟ ରୂପେ ଅଭିହିତ କରିବା ରାକ୍ଷୀର ଆରମ୍ଭ ଅଟେ ବୋଲି ପରିପେକ୍ଷୀରେ ମଧ୍ୟ କୁହାଯାଏ। ସେହିପରି ବିଷ୍ଣୁ ପୌରାଣିକ କଥା ଅନୁସାରେ ଏଇ ରାକ୍ଷୀ ହିଁ ବିଷ୍ଣୁଙ୍କୁ ବନ୍ଧନ ମୁକ୍ତ କରିଥିଲା। ତେବେ ଆଗକୁ ରାକ୍ଷୀ ପାଖେଇ ଆସୁଥିବା ବେଳେ ବଜାରରେ ଏବେ ଠୁ ଜମିବାରେ ଲାଗିଲାଣି ଭଳିକି ଭଳି ରାକ୍ଷୀର ଆସର। ନିଜର ମନ ପସନ୍ଦର ରାକ୍ଷୀଟିଏ କିଣିବା ପାଇଁ ଦୋକାନରେ ଭିଡ ଏବେ ଠୁ ଜମିଲାଣି। ଆଗରୁ ସୁତା ଖିଅ ଖଣ୍ଡକୁ ଗମ୍ହା ପୁର୍ଣିମାରେ ଭଉଣୀ ନିଜ ଭାଇ ହାତରେ ବାନ୍ଧି ପାଳୁଥିଲା ରାକ୍ଷୀ, ହେଲେ ସମୟ ବଦଳିଛି ଏବେ ହାତ ତିଆରି ପତ୍ର ଠୁ ଆରମ୍ଭ କରି ରୁପାର କାରୁକାର୍ଯ୍ୟ ସମ୍ପର୍ଣ ତଥା ଠାକୁରଙ୍କ ଫୋଟୋ, ଜରି ଓ ଚିତ୍ର ଖୋଦେଇ ରାକ୍ଷୀ ବଜାରକୁ ଆସି ସାରିଛି। ହେଲେ,ଏଥର ଡିମାଣ୍ଡରେ ଆଧୁନିକ ଫୋଟୋ ଫ୍ରେମ ରାକ୍ଷୀ ଥିବା ସୂଚନା ମିଳୁଛି।

  • ହର ହର ମହାଦେବ …

    ହର ହର ମହାଦେବ …

    ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଓ ଏକାଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ଵର ସ୍ଥିତ କେଶରୀ କ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଚଣ୍ଡିହର ଦେବଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଥିଲା। ରବିବାର ସନ୍ଧ୍ୟା ସୁଦ୍ଧା ଶହ ଶହ କାଉଡ଼ିଆ ଚଣ୍ଡିହର ଦେବଙ୍କ ପୀଠରେ ପହଞ୍ଚି ସାରିଥିଲେ।ରାତି ୨ ଟାରୁ ଠାକୁର ଙ୍କ ପହଡ ଖୋଲାଯାଇ ଅବକାଶ ଓ ମଙ୍ଗଳ ଆଳତି ନୀତିକାନ୍ତି ପରେ ରାତି ୩ ଟାରୁ ଜଳ ଲାଗି ଆରମ୍ଭ ହୋଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

  • ସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

    ସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

    ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନମଣ୍ଡପ ଛାଡି ସ୍ନାନବେଦୀରେ ଶ୍ରୀଜିଉ । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । ୧୫ ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ । ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ପ୍ରଭୁ ବଳଭଦ୍ର ତା ପରେ ମା ସୁଭଦ୍ରା ଆଉ ତା ପରେ ମହାପ୍ରଭୁ ଜଗନ୍ନାଥ । ଏହି ପବିତ୍ର ଦିବ୍ୟସ୍ନାନର ସାକ୍ଷୀ ହେବାକୁ ପୁରୀ ବଡଦାଣ୍ଡ ଲୋକାରଣ୍ୟ ହୋଇଉଠିଛି । ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାନିଧ୍ୟ ଲାଭ କରିଛି ଭକ୍ତର ଆତୁର ନୟନ ।

    ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତି ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା ।

    ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି ।

    ପୌରାଣିକ ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।

    ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।

  • ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

    ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

    ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଜୟପୁର ପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ପୂର୍ବ ପୁରୁଷ ଆଧ୍ଯାତ୍ମ ଶୈବ ଭକ୍ତମାନେ ବାବା କାଲେଶ୍ବର ଶିବ ଲିଙ୍ଗ ଆଣି ଚାଳଛପର ଘରେ ଆଣି ପୂଜା କରୁଥିଲେ ।ପରେ ବାବା ବାଲେଶ୍ବର ଜନୈକ ଶିବ ଭକ୍ତଙ୍କୁ ସ୍ୱପ୍ନାଦେଶ କରିଥିଲେ ମୁଁ ଏହି ଛପର ଘରେ ରହିବି ନାହିଁ ।ପରେ ବାବା ଏକ ଗଛମୂଳରେ ଦିର୍ଘ ବର୍ଷ ଧରି ପୂଜା କରି ଆସୁଥିଲେ ।

    ଏହାକୁ ନେଇ କୁଲଡ଼ିହା ଗ୍ରାମର ସମେତ ଆଖପାଖ ଗାଁ ର ଶୈବ ଭକ୍ତମାନେ ବାବାଙ୍କୁ ଗଛମୂଳରେ ନ ରଖି ଏକ ନୂତନ ମନ୍ଦିର କରି ସେଠାରେ ପୂଜା କରିବେ ବୋଲି ଶପଥ ନେଇଥିଲେ ।ବହୁ ଆର୍ଥିକ ପରିସ୍ଥିତି କୁ ସାମ୍ନା କରି ଗ୍ରାମବାସୀ ଓ ଆଖପାଖ ଶିବପୂଜକମାନେ ଅର୍ଥା ଦାନ କରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ।ଏପ୍ରିଲ ୨୬ ତାରିଖ ଦିନ ମନ୍ଦିରରେ ରତ୍ନମୁଦ କାର୍ଯ୍ୟ ହୋଇଥିଲା ।୨୮ ତାରିଖ ଦିନ ଅର୍ଶ ଯାତ୍ରା,ଠାକୁର ଶୟନ, ଯଜ୍ଞ ମଣ୍ଡପ,ମାର୍ଜନା ଏବଂ ଯଜ୍ଞ ଆରମ୍ଭ ହୋଇଥିଲା ।୨୯ ତାରିଖ ଦିନ ମଙ୍ଗଳବାର ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା, ଯଜ୍ଞ, ଠାକୁରଙ୍କର ମହାସ୍ନାନ,ମହାଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

    ବୁଧବାର ଦିନ ଗୋପୂଜା, ଯଜ୍ଞ, ସର୍ବସାଧାରଣଙ୍କ ବାବାଙ୍କ ଦର୍ଶନ ଓ ଅପରାହ୍ନ ୫ ଠାରେ ପୁର୍ଣାହୁତି,ମହାଆଳତି ଓ ସର୍ବସାଧାରଣଙ୍କ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ସବୁଦିନ କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯିବଖ ବ୍ୟବସ୍ଥା କରାଯାଇଛି ।

    କୁଲଡିହା ଗ୍ରାମ ସମେତ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ପୂଜାର୍ଚ୍ଚନା କରିବା ସହ‌ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।

  • ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

    ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

    ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ରେ ଦିଘା ରେ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କୁ ପୁରୀ ରୀତି ନୀତି ଅନୁସାରେ ପ୍ରତିଷ୍ଠା କରାଯିବ । ମାତ୍ର ମହାପ୍ରଭୁ ଙ୍କୁ ପ୍ରତିଷ୍ଠା ପୂର୍ବରୁ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା । ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା । ଯେତେବେଳେ କର୍ମଚାରୀ ମାନେ ପ୍ରତିମାଟିକୁ ଦେଖିଲେ, ସେମାନେ ତାହାକୁ ଉଠାଇ କୂଳକୁ ଆଣିଲେ । ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ । ଖବର ଜଣାପଡିବା ପରେ ଲୋକଙ୍କ ଗହଳି ଲାଗିଥିଲା । ଆଖପାଖର ଲୋକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଜଗନ୍ନାଥଙ୍କୁ ଦେଖିବାକୁ । ସୂଚନା ଥାଉକି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା ୩୦ତାରିଖରେ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ପୁରୀ ରୀତିନୀତି ଅନୁସାରେ ଏଠାରେ ପ୍ରତିଷ୍ଠା କରାଯିବ ମହାପ୍ରଭୁଙ୍କର ।

  • ମା’ ଖରାଖାଇ ରାମଲୀଳା

    ମା’ ଖରାଖାଇ ରାମଲୀଳା

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଦେମାଳ ପଞ୍ଚାୟତର ଲୋକାପଡ଼ା ଗ୍ରାମର ଯୁବପିଢ଼ି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି । ଆଳି ଲୋକାପଡା ଖରାଖାଇ ଗ୍ରାମରେ ୧୯୯୨ ମସିହାରୁ ଆରମ୍ଭ ହୋଇଥିଲା ରାମଲୀଳା । ଦୀର୍ଘ ୩୪ ବର୍ଷ ଧରି ଗ୍ରାମର ଯୁବକମାନେ ମା’ ଖରାଖାଇ ରାମଲୀଳା କଳା ସଂସଦ କମିଟି ଆନୁକୂଲ୍ୟରେ ଓଡ଼ିଆ ଗୀତି ରାମାୟଣକୁ ଗଦ୍ୟରେ ନାଟ୍ୟ ରୂପାନ୍ତର କରି ଶହ ଶହ ଲୋକ ମାନଙ୍କ ସମ୍ମୁଖରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଆସୁଛନ୍ତି । ପବିତ୍ର ରାମ ନବମୀ ଠାରୁ ଏହି ରାମଲୀଳା ପୌରାଣିକ ଲୋକକଳା ମହୋତ୍ସବ ଆରମ୍ଭ ହୋଇ ଗତ ବୁଧବାର ଶେଷ ହୋଇଛି । ନବମ ଦିନ ଧରି ଚାଲିଥିବା ଏହି ପୌରାଣିକ କାର୍ଯ୍ୟକ୍ରମରେ ପ୍ରଥମ ରଜନୀରେ ଶ୍ରୀ ରାମ ଜନ୍ମ, ରାବଣ ର ସ୍ୱର୍ଗ ଆକ୍ରମଣ କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିବା ବେଳେ ଦ୍ୱିତୀୟ ରଜନୀରେ ସୀତା ସ୍ଵୟଂମ୍ବର ବିଶେଷ ଆକର୍ଷଣ ଥିଲା । ସେହିପରି ତାଡକା ବଧ, ସୁବାହୁ ବଧ, ପର୍ଶୁରାମ ଭେଟ, ରାମବନବାସ, ସୁପର୍ଣଖା ନାସା କର୍ଣ୍ଣ ଛେଦନ, ସୀତା ହରଣ, ଲଙ୍କା ଦହନ ପରି କଳାପରିବେଷଣ ପରେ ବିଦାୟ ରଜନୀ ଶେଷ ରାତ୍ରିରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ବଧ ସାଙ୍ଗକୁ ମହାପ୍ରତାପୀ ଲଙ୍କାଶୁର ରାବଣର ବଦ୍ଧ ଓ ଶ୍ରୀ ରାମଙ୍କ ରାଜ୍ୟାଭିଷେକ ପୌରାଣିକ ନାଟକର କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

    ରାମଲୀଳାରେ ୨୪ ଜଣ କଳାକାର ଅଂଶ ଗ୍ରହଣ କରି ନିଜ ନିଜର ଚରିତ୍ରରେ ଅଭିନୟ ପ୍ରଦର୍ଶନ କରିଚାଲିଛନ୍ତି । ଅଭିନୟ କରୁଥିବା ୨୪ କଳାକାରଙ୍କ ମଧ୍ୟରେ କିଛି ଯୁବକ ଦୈନିକ ନିଜ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ କିଛି ଯୁବକ ରାଜ୍ୟ ବାହାରେ ଚାକିରୀ କରି ମଧ୍ୟ ଛୁଟିରେ ଗାଁ କୁ ଆସି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଏହି ନାଟ୍ୟାଭିନୟକୁ ଦେବଦତ୍ତ ବେହେରା ନିର୍ଦ୍ଦେଶନା ଦେବା ସହିତ ରାମଲୀଳାକୁ ଗଦ୍ୟ ନାଟକରେ ପରିଣତ କରିଛନ୍ତି । ଚିତ୍ରାଳୟରେ କଳାକାର ମାନଙ୍କୁ ନିଜ ନିଜ ଅଭିନୟ ନିମନ୍ତେ ଥିବା ବେଶ ଭୁଷାରେ ଆଭୂଷଣ କରାଯାଇଥିଲା । ଏହାପରେ ସେମାନେ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିଛନ୍ତି । ଏହି ଖରାଖାଇ ଗ୍ରାମଟି ଏବେ ରାମଲୀଳା ପାଇଁ ଉତ୍ସବ ମୁଖର ହୋଇଉଠିଛି । ପ୍ରତି ରାତିରେ ଶହ ଶହ ଦର୍ଶକ ବିଭିନ୍ନ ଗ୍ରାମରୁ ଆସିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ ର ରାକେଶ ରାୟ, ହରିଶ୍ଚନ୍ଦ୍ର ରାୟ, ନିହାର ରଞ୍ଜନ ସାହୁ, ଜଗବନ୍ଧୁ ପରିଡ଼ା ପ୍ରମୁଖଙ୍କ ସମେତ ମା’ ଖରାଖାଇ କଳା ସଂସଦ ର ସଦସ୍ୟ ମାନେ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।

  • ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ

    ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି । ପୁଜକ ବିଚିତ୍ରାନନ୍ଦ ଦାସ, କାହ୍ନୁଚରଣ ମିଶ୍ର, ଶତ୍ରୁଘ୍ନ ଭଞ୍ଜ, ସହଦେବ ତ୍ରିପାଠୀଙ୍କ ଦ୍ଵାରା କଳସ ସ୍ଥାପନା ପରେ ଗୋପୂଜା, ସୂର୍ଯ୍ୟ ପୂଜା ପରେ ମହାଯଜ୍ଞ ରେ ହନୁମାନ ଚାଳିଶା ପାଠ ସହ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହୋଇଥିଲା । କର୍ତ୍ତାରୂପେ ରବିନ୍ଦ୍ର ସ୍ବାଇଁ, ପତ୍ନୀ ଶାନ୍ତିଲତା ସ୍ୱାଇଁ ପୂଜା ସଂକଳ୍ପ ରେ ବସିଥିଲେ । ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତ ବୀର ହନୁମାନ ଙ୍କ ଯଜ୍ଞକୁଣ୍ଡ ରେ ପୂର୍ଣ୍ଣାହୁତି ଦେବାପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଘନଶ୍ୟାମ ବୋଇତେଇ, ଶଶିଭୂଷଣ ରାଉତ, କାର୍ତ୍ତିକ ଚରଣ ସ୍ୱାଇଁଙ୍କ ସହ ଗ୍ରାମର ଯୁବଗୋଷ୍ଠୀ ପ୍ରମୁଖ ସହଯୋଗ କରିଥିଲେ ।

  • ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

    ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

    ଚାନ୍ଦବାଲି ଅଞ୍ଚଳର ପ୍ରସିଦ୍ଧ ଶକ୍ତି ପୀଠ ହେଉଛି ମା ପାଟଣ ମଙ୍ଗଳା । ତିହିଡି ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗ୍ରାମରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ମାଆ ମଙ୍ଗଳା । ବର୍ଷ ସାରା ମାଆଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବା ବେଳେ ମହା ବିଷୁବ ସଂକ୍ରାନ୍ତି ହେଉଛି ସବୁଠାରୁ ବଡ଼ ପର୍ବ । ସାତ ଦିନ ଧରି ମାଆଙ୍କ ପୀଠରେ ମହା ସମାରୋହରେ ଏହି ପର୍ବ ପାଳନ କରାଯାଏ ।

    ଆଜି ପ୍ରଥମ ଦିନରେ ଶହ ଶହ ସଂଖ୍ୟକ ମାନସିକ ଧାରୀ ପାଟୁଆ ନିକଟସ୍ଥ ପୋଖରୀରେ ବୁଡ଼ ପକାଇବା ସହ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥାନ୍ତି । ଏହା ସହିତ ବ୍ୟବସାୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀଙ୍କ ଭିଡ଼ ଜମେ । ବିଶେଷ କରି ସନ୍ଧ୍ୟା ସମୟରେ ଲୋକଙ୍କର ଗହଳି ଜମେ । ସୁରକ୍ଷା ଲାଗି ପିରହାଟ ପୋଲିସ ଘଟଣା ସ୍ଥଳରେ ମୃତୟନ ରହିଥାନ୍ତି ।