Category: ଧର୍ମ

  • ସିଂହାସନ ଆରୋହଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

    ସିଂହାସନ ଆରୋହଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

    ପୁରୀ ଗଜପତିଙ୍କ ଶ୍ରୀନଅରରେ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ପୁଷ୍ୟାଭିଷେକ ଅନୁଷ୍ଠିତ ହେବ। ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରି ରାଜାଭିଷେକରେ ଅଭିଷିକ୍ତ ହେବେ। ଶ୍ରୀନଅରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଜପତିଙ୍କୁ ଅଭିମନ୍ତ୍ରିତ କରାଯାଇ ରାଜ୍ୟର ମଙ୍ଗଳ ଓ ସମୃଦ୍ଧି ପାଇଁ କାମନା କରାଯିବ।

    ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀନଅରରେ ଗଜପତିଙ୍କର ରାଜାଭିଷେକ ଉତ୍ସବ ପାଳିତ ହେବ। ଏହି ଉତ୍ସବ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପ୍ରଚଳିତ ରହିଛି।

    ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ଷୋଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଏକତ୍ରିତ ହୋଇ ବେଦମନ୍ତ୍ର ଉଚ୍ଚାରଣ ସହ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଧାର୍ମିକ ଶୃଙ୍ଖଳା, ପାରମ୍ପରିକ ବିଧି ଓ ଆସ୍ଥାର ମେଳାପରେ ଏହି ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅତ୍ୟନ୍ତ ଭବ୍ୟତାର ସହିତ ପାଳିତ ହେବ।

  • ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

    ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଧନୁଯାତ୍ରାର ନବମ ରଜନୀ ଉତ୍ସାହ ଓ ଭାବନାରେ ପୂର୍ଣ୍ଣ ହୋଇଥିଲା। ମାମୁ କଂସଙ୍କ ନିମନ୍ତ୍ରଣ ପାଇ ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଗମନ କରିବା ବେଳେ ଗୋପପୁରର ପରିବେଶ ସ୍ତବ୍ଧ ହୋଇଯାଇଥିଲା। ବେନି ଭାଇଙ୍କୁ ବିଦାୟ ଦେବା ସମୟରେ ଗୋପଗୋପୀଙ୍କ ଆଖିରେ ଅଶ୍ରୁ ଓ ମନରେ ବିୟୋଗର ବେଦନା ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସେହି ସମୟରେ ରାଜଦରବାରରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସଙ୍କ ଷଡ଼ଯନ୍ତ୍ର ମଞ୍ଚସ୍ଥ ହୋଇଥିଲା, ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

    ଆଜି ଧନୁଯାତ୍ରା ମହୋତ୍ସବର ଦଶମ ରଜନୀ। ଏହି ରଜନୀରେ ଶ୍ରୀକୃଷ୍ଣ ଓ ବଳରାମ ମଥୁରାରେ ବୁଲାବୁଲି କରିବା ସହ କୁବଜଙ୍କୁ ଉଦ୍ଧାର କରିବେ। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆସନ୍ତାକାଲି ଧନୁଯାତ୍ରାର ଅନ୍ତିମ ରଜନୀ ହେବ ଏବଂ ଶନିବାର କଂସବଧ ଅନୁଷ୍ଠିତ ହୋଇ ମହୋତ୍ସବର ସମାପ୍ତି ଘଟିବ। ଗତ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଧନୁଯାତ୍ରାରେ ଯୋଗ ଦେଇଥିଲେ।

    ସୂଚନାଯୋଗ୍ୟ ଯେ, ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲୁଛି ଏବଂ ୨୦୨୬ ଜାନୁଆରୀ ୩ ତାରିଖରେ ସମାପ୍ତ ହେବ। ଏଥର ଧନୁଯାତ୍ରାରେ କଂସ ସମେତ ସମସ୍ତ ପ୍ରମୁଖ ଚରିତ୍ର ପାଇଁ ପୂର୍ବରୁ କଳାକାର ଚୟନ କରାଯାଇଥିଲା।

    ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର କଂସ ଅଭିନେତା ଭାବେ ମନୋନୀତ ହୋଇଥିବାବେଳେ ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ହେମନ୍ତ ପ୍ରଧାନ ସେନାପତି ଓ ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଏହି ସମସ୍ତ ଘୋଷଣା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କରାଯାଇଥିଲା।

  • ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ମହାତ୍ରୁଟି !

    ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ମହାତ୍ରୁଟି !

    ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରକୁ ନେଇ ଏବେ ଭାରି ବିବାଦ ଦେଖାଦେଇଛି। କ୍ୟାଲେଣ୍ଡରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଚିତ୍ରରେ ଗୁରୁତର ତ୍ରୁଟି ଥିବା ଦାବି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ସ୍ଥାପିତ ହୋଇଥିବା ଫଟୋକୁ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀ ଓ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

    ସେହିପରି କ୍ୟାଲେଣ୍ଡରରେ ଥିବା ରଥଯାତ୍ରା ସମ୍ପର୍କିତ ଏକ ଫଟୋକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଉକ୍ତ ଚିତ୍ରରେ ପ୍ରଥମେ ମା ସୁଭଦ୍ରାଙ୍କ ରଥ, ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଉଥିବା ଦେଖାଯାଇଛି, ଯାହା ପରମ୍ପରା ଓ ଶାସ୍ତ୍ରସମ୍ମତ ନୁହେଁ ବୋଲି ସେବାୟତମାନେ କହିଛନ୍ତି।

    ଏହି ତ୍ରୁଟିଗୁଡ଼ିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ସ୍ପଷ୍ଟ ହେଉଥିବା ଅଭିଯୋଗ ହେଉଛି। କ୍ୟାଲେଣ୍ଡର ଛପାହେବା ପୂର୍ବରୁ କେଉଁ ଅଧିକାରୀଙ୍କ ପରାମର୍ଶରେ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋକୁ ଅନୁମୋଦନ ଦିଆଯାଇଥିଲା, ସେଥିପାଇଁ ତଦନ୍ତ ଦାବି କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ଘୋଷଣା କରିଥିବା ପ୍ରଶାସନ ନିଜେ ଏହି ନିୟମକୁ ଉଲ୍ଲଘଂନ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

    ଜଗନ୍ନାଥ ପ୍ରେମୀ ଓ ସେବାୟତମାନେ ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ପ୍ରତ୍ୟାହାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।

  • ଆନନ୍ଦ, ଶାନ୍ତି ଓ ଭାଇଚାରାର ସନ୍ଦେଶ ନେଇ ପାଳିତ ଖ୍ରୀଷ୍ଟମାସ୍

    ଆନନ୍ଦ, ଶାନ୍ତି ଓ ଭାଇଚାରାର ସନ୍ଦେଶ ନେଇ ପାଳିତ ଖ୍ରୀଷ୍ଟମାସ୍

    ସାରା ଦେଶ ସହିତ ଓଡ଼ିଶାରେ ମଧ୍ୟ ଖ୍ରୀଷ୍ଟିଆନ୍ ଧର୍ମାବଳମ୍ବୀମାନେ ଆଜି ଆନନ୍ଦ ଓ ଉତ୍ସାହର ସହିତ ପବିତ୍ର ଖ୍ରୀଷ୍ଟମାସ୍ ପର୍ବ ପାଳନ କରିଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମତିଥି ଅବସରରେ ଚର୍ଚ୍ଚଗୁଡ଼ିକ ଆଲୋକମାଳା, ଫୁଲ ଓ ରଙ୍ଗିନ ସଜବାଜରେ ଆଲୋକିତ ହୋଇଉଠିଥିଲା।

    ମଧ୍ୟରାତ୍ରିରେ ଚର୍ଚ୍ଚମାନେ ବିଶେଷ ପ୍ରାର୍ଥନା ସଭା ଓ ‘ମିଡନାଇଟ୍ ମାସ୍’ ଆୟୋଜନ କରିଥିଲେ। ଭକ୍ତମାନେ ମହମବତି ଜଳାଇ ଯୀଶୁଙ୍କ ଶିକ୍ଷା,ପ୍ରେମ, କ୍ଷମା ଓ ମାନବତାକୁ ସ୍ମରଣ କରିଥିଲେ।

    ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ସହ ଅନ୍ୟାନ୍ୟ ସହରଗୁଡ଼ିକରେ ସାଣ୍ଟା କ୍ଲଜ୍ ରୂପରେ ସଜିଥିବା ଯୁବକମାନେ ଶିଶୁମାନଙ୍କୁ ଉପହାର ବଣ୍ଟନ କରିଥିଲେ। କେକ୍ କାଟିବା, କ୍ୟାରଲ୍ ଗୀତ ଗାଇବା ଓ ପରିବାର-ମିତ୍ରମାନଙ୍କ ସହ ଖୁସି ବାଣ୍ଟିବାରେ ମନ୍ତ୍ରମୁଗ୍ଧ ହୋଇଥିଲା ସମସ୍ତଙ୍କ ମନ।

    ଶାନ୍ତି ଓ ସୁରକ୍ଷା ରଖିବାକୁ ପ୍ରଶାସନ ପକ୍ଷରୁ ଚର୍ଚ୍ଚ ଓ ଭିଡ଼ ଥିବା ସ୍ଥାନଗୁଡ଼ିକରେ ପୁଲିସ୍ ବ୍ୟବସ୍ଥା କଡାକଡି କରାଯାଇଥିଲା। ଖ୍ରୀଷ୍ଟମାସ୍ ପର୍ବ ମାଧ୍ୟମରେ ଧର୍ମ, ଜାତି ଓ ଭାଷାର ସୀମା ଉପରେ ଉଠି ସମସ୍ତଙ୍କୁ ଏକତାର ସନ୍ଦେଶ ମିଳିଛି।

  • ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

    ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

    ଶ୍ରୀମନ୍ଦିରର ରତ୍ନଭଣ୍ଡାର ସଂପର୍କିତ ମାମଲାରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ସମାପ୍ତ ହୋଇଥିବା ସହ ଭିତରେ ସଞ୍ଚିତ ସମସ୍ତ ମୂଲ୍ୟବାନ ଅଳଙ୍କାରକୁ ପୁନଃ ସୁରକ୍ଷିତ ଭାବେ ସ୍ଥାପିତ କରାଯାଇଛି।

    ପ୍ରଶାସନିକ ସୂତ୍ର ଅନୁଯାୟୀ, ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରତ୍ନଭଣ୍ଡାରରେ ରହିଥିବା ସୁନା, ଚାନ୍ଦି ଓ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାରର ଗଣତି–ମଣତି ପ୍ରକ୍ରିୟା କେମିତି କରାଯିବ, ସେଥିପାଇଁ ଏକ ସ୍ପଷ୍ଟ ଓ ପାରଦର୍ଶୀ SOP (Standard Operating Procedure) ପ୍ରସ୍ତୁତ କରିବା। ଗଣନା ସମୟରେ କେଉଁ କେଉଁ ସେବାୟତ ଓ ଅଧିକାରୀ ଉପସ୍ଥିତ ରହିବେ, କେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ କେଉଁ ନିୟମ–ନୀତିକୁ ଅନୁସରଣ କରାଯିବ, ସେସବୁ ଉପରେ ଏହି ବୈଠକରେ ଆଲୋଚନା ହେବ।

    ରତ୍ନଭଣ୍ଡାର ତଦନ୍ତ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ସମଗ୍ର ପ୍ରକ୍ରିୟା ପରମ୍ପରା, ଶାସ୍ତ୍ର ଓ ଶ୍ରୀମନ୍ଦିର ନୀତିନିୟମ ମାନି କରାଯିବ। ଏହି ସମୟରେ ଦର୍ଶନା ଅଭିଳାଶେ ଆସିଥିବା ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଅସୁବିଧାର ସମୁଖୀନ ହେବାକୁ ପଡିବ। ସେଥିପାଇଁ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନଙ୍କୁ ଧୈର୍ଯ୍ୟ ଓ ସହଯୋଗ ରଖିବାକୁ ଅନୁରୋଧ କରିଛନ୍ତି।

    ଉଲ୍ଲେଖଯୋଗ୍ୟ ଯେ, ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଅଳଙ୍କାରଗୁଡିକୁ ସଂରକ୍ଷିତ ଭାବେ ରଖାଯାଇଥିଲା। ବର୍ତ୍ତମାନ ମରାମତି ସମାପ୍ତ ହେବା ସହ ସମସ୍ତ ଅଳଙ୍କାର ପୁନଃ ରତ୍ନଭଣ୍ଡାରରେ ରଖାଯାଇଛି।

    ୨୭ ତାରିଖର ବୈଠକ ପରେ ଗଣତି–ମଣତି ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ତାହାର ରୂପରେଖା କ’ଣ ରହିବ, ସେନେଇ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ସେବାୟତ, ପ୍ରଶାସନ ଓ ଭକ୍ତମହଳରେ ଉତ୍ସୁକତା ବଢ଼ିଛି।

  • ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

    ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

    ୧୩ଶହ ଶତବଦ୍ଧି ରେ ନିର୍ମିତ ଐତିହାସିକା କୋଣାର୍କ ସୂର୍ଯ୍ୟ ମନ୍ଦିର ବାଲି ମୁକ୍ତ ହେବ । ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ବହୁତ ଦିନର ବ୍ୟବଧାନ ପରେ ଏନେଇ ଏଏସ୍‌ଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

    ପୂର୍ବେ ମନ୍ଦିରର ଗର୍ଭଗୃହରୁ ପଥର ଖସିବାରୁ, ଏହାର ସୁରକ୍ଷା ପାଇଁ ୧୯୦୩ ମସିହାରେ ଇଂରେଜ ସରକାର, ସେଥିରେ ବାଲି ଓ ପଥର ଭର୍ତ୍ତି କରି ଦ୍ଵାର ସିଲ୍ କରି ଦେଇଥିଲେ। ୮୦ ଫୁଟ ଉଚ୍ଚରେ ମନ୍ଦିରର ପଶ୍ଚିମ ପାର୍ଶ୍ଵ କାନ୍ଥରେ ୨୬ ଫୁଟରୁ ଅଧିକ କାନ୍ଥ ଖୋଳା ସରିଛି । ପରେ ଗର୍ଭଗୃହ ଭିତର ବାଲି ଓ ପଥରକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ପଠାଯାଇଛି ।

    ତାପରେ ଏହା କେତେ ସୁରକ୍ଷିତ , ଯଦି ଏହାର ଗର୍ଭଗୃହରୁ ବାଲି କାଢ଼ିବା ପରେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେନେଇ ଅଧିକ ଅନୁଧ୍ୟାନ କରୁଛି ଏଏସ୍‌ଆଇ ବୈଷୟକ ଟିମ୍ । ତେବେ ଗର୍ଭଗୃହ ଭିତରର ପଥର ଓ ବାଲିର ପରୀକ୍ଷା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳି ପାରିବ ବୋଲି କୁହାଯାଉଛି । ଡ୍ରିଲିଂ ବେଳେ ଯେପରି ସୁକ୍ଷ୍ମ କାରୁକାର୍ଯ୍ୟ ସଂପନ୍ନ ପଥରକୁ ଆଞ୍ଚ ନଆସେ, ସେଥିପାଇଁ ଡାଇମଣ୍ଡ ଡ୍ରିଲ ମେସିନ୍ ସହ ଜିରୋ ଭାଇବ୍ରେସନ ମେସିନର ବ୍ୟବହାର ହୋଇଛି ।

    ବାଲି ଓ ପଥର ନିଷ୍କାସନ କାମ ସରିଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଦ୍ଵାର ସବୁଦିନ ପାଇଁ ଖୋଲିଦିଆଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡକ୍ଟର ଡି ବି. ଗଡନାୟକ ସୂଚନା ଦେଇଛନ୍ତି ।

  • ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ: ଉପ ମୁଖ୍ୟମନ୍ତ୍ରୀ

    ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ: ଉପ ମୁଖ୍ୟମନ୍ତ୍ରୀ

    ପ୍ରତିଟି ହବିଷ୍ୟାଳୀ ମା ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ। ମା ସୁଭଦ୍ରା ପ୍ରେମ, କରୁଣା, ସମତା, ମମତା ଓ ସମନ୍ୱୟ ର ପ୍ରତୀକ ପରି ମା ମାନେ ଜାୟା,ଜନନୀ, ଭଗିନୀ ରୂପରେ ଭକ୍ତି ଓ ସମର୍ପଣ ର ପ୍ରତୀକ। ମାଆ ମାନଙ୍କ ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଆମ ରାଜ୍ୟକୁ ଗୌରବାନ୍ବିତ କରାଉଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଆଜି ଅପରାହ୍ନ ରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ ହବିଷ୍ୟାଳୀ ମା ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ ଓ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପହଞ୍ଚିଥିଲେ। ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ଵକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀମତୀ ପରିଡା କାର୍ତ୍ତିକ ମାସରେ ହବିଷ୍ୟାଳୀ ମା ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରିଛନ୍ତି। ଭୋରରୁ ସ୍ନାନ, ବୃନ୍ଦାବତୀ ପୂଜନ, ମନ୍ଦିର ଦର୍ଶନ,ଗୋଟିଏ ବେଳା ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ନିକଟରେ ନିଜ କୁ ସମର୍ପଣ କରି ସେମାନେ ଅଶେଷ ପୂଣ୍ୟ ଅର୍ଜନ କରୁଛନ୍ତି।ହବିଷ୍ୟାଳୀ ମା ମାନଙ୍କୁ ଦର୍ଶନ ପାଇଁ ମୁଁ ଧାଇଁ ଆସିଛି।

    ପୂର୍ବେ କାର୍ତ୍ତିକରେ ବହୁତ ଶୀତ ହେଉଥିଲା। କିନ୍ତୁ ଏବେ ଜଳବାୟୁ ର ପରିବର୍ତ୍ତନ ପାଇଁ ଶୀତ ହଜି ଗରମ ହେଉଛି। ଏହାର ପ୍ରତିକାର ପାଇଁ ଆମ ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ମା ନାମରେ ଗଛଟିଏ ଲଗାଇବାକୁ ଆହ୍ଵାନ ଦେଇଛନ୍ତି। ଏହାକୁ ଆମେ ପାଳନ କରି ଗଛ ଲଗାଇବା। ଆଜିର ସମୟରେ ଅନେକ ପିଲା ନିଜ ବାପା ମାଙ୍କ ସେବା କରୁ ନାହାନ୍ତି। କିନ୍ତୁ ହବିଷ୍ୟାଳୀ କେନ୍ଦ୍ରରେ ଏତେ ସଂଖ୍ୟକ ମାଙ୍କୁ ସରକାରୀ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ଯେପରି ପୁରା ମାସେ ନିସ୍ବାର୍ଥ ସେବା ଯୋଗାଉଛନ୍ତି ତାହା ଅନନ୍ୟ। ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥାକୁ ସୁନ୍ଦର ଭାବେ ପରିଚାଳନା କରିଛନ୍ତି। ଏଥିପାଇଁ ପ୍ରଶାସନ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ବୋଲି କହିବା ସହ ସମସ୍ତ ମା ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

    ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ହବିଷ୍ୟାଳୀ ମା ମାନଙ୍କର ଏହି ଏକ ମାସର ବ୍ରତ କେବଳ ସେମାନଙ୍କ ପରିବାରକୁ ନୁହେଁ ସମଗ୍ର ରାଜ୍ୟକୁ ଆଶୀର୍ବାଦ ପ୍ରଦାନ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ଏହି ଏକମାସର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳୀ ମା ମାନଙ୍କର ଏକ ମାସର ଶୃଙ୍ଖଳିତ, ସୁରକ୍ଷିତ ଓ ସୁସ୍ଥ ରହଣୀ, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବରିଷ୍ଠ ଅଧିକାରୀ ,ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯେପରି ସମସ୍ତ ମା ମାନେ ବ୍ରତ ପରେ ଘରକୁ ଯିବା ବେଳକୁ ସୁଖଦ ଅନୁଭତି ନେଇ ଯିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

    କାର୍ଯ୍ୟକ୍ରମରେ ଏସପି ପ୍ରତୀକ ସିଂ ଯୋଗ ଦେଇଥିଲ। ଏହି ଅବସରରେ ହବିଷ୍ୟାଳୀ ମା ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର କିଟ ବଣ୍ଟନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଉପ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା ମାନଙ୍କ ସହ ଆକାଶ ଦୀପ ଉତ୍ତୋଳନ କରିଥିଲେ।

  • ଧନତେରସ ରେ ଗୋଟିଏ ଭୁଲ ଯାହା ଲକ୍ଷ୍ମୀଙ୍କୁ ଦୂରେଇ ଦିଏ!

    ଧନତେରସ ରେ ଗୋଟିଏ ଭୁଲ ଯାହା ଲକ୍ଷ୍ମୀଙ୍କୁ ଦୂରେଇ ଦିଏ!

    ଆଜି ଧନତେରସ ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ଦିନ ଦୀପାବଳି ଉତ୍ସବର ଆରମ୍ଭ। ପାରମ୍ପରିକ ଭାବରେ, ଏହି ଦିନ ଭଗବାନ ଧନ୍ୱନ୍ତରୀ, କୁବେର ଦେବ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ, ସୁଖ ଏବଂ ସମୃଦ୍ଧି ଆସିଥାଏ।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଧନତେରସରେ କିଛି ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ସୁନା, ରୂପା, ନୂତନ ବାସନକୁସନ, ଝାଡୁ, ଦୀପ ଏବଂ ଧନିଆ ବିହନ କିଣିବା ଦ୍ୱାରା ଭଗବାନ କୁବେରଙ୍କ ଆଶୀର୍ବାଦ ଏବଂ ଘରେ ସ୍ଥାୟୀ ସମୃଦ୍ଧି ଆସିଥାଏ। ଧନତେରସରେ କିଛି ଭୁଲ ମଧ୍ୟ ଏଡାଇବା ଉଚିତ। କୁହାଯାଏ ଯେ ଏହି ଦିନ ଏକ ଛୋଟ ଭୁଲ ମଧ୍ୟ ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରିପାରେ। ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷଗୁଡ଼ିକୁ ଏଡାଇବା ଉଚିତ:

    ଧନତେରସ ସନ୍ଧ୍ୟାରେ ଘର ଝାଡୁ କରିବା ବନ୍ଦ କରନ୍ତୁ:


    ଧନତେରସ ସନ୍ଧ୍ୟାରେ ଘର ଝାଡୁ କରିବା ଅଶୁଭ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଘରୁ ଦୂରେଇ ଯାଆନ୍ତି ଏବଂ ଦାରିଦ୍ର୍ୟ ଆସେ। ତେଣୁ, ସୂର୍ଯ୍ୟାସ୍ତ ପୂର୍ବରୁ ଯେକୌଣସି ସଫା କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ।

    ଲୁଣ ଦାନ କରନ୍ତୁ ନାହିଁ:


    ସନ୍ଧ୍ୟାରେ ଲୁଣ ଦାନ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହା ରାହୁଙ୍କ ପ୍ରଭାବକୁ ବୃଦ୍ଧି କରେ ଏବଂ ଘରର ଶାନ୍ତିକୁ ବ୍ୟାହତ କରିପାରେ। ଏହି ଦିନ ଲୁଣ ଦାନ କରନ୍ତୁ ନାହିଁ।

    ଟଙ୍କା କିମ୍ବା ଜିନିଷ ଧାର ଦିଅନ୍ତୁ ନାହିଁ:


    ଧନତେରସରେ କାହାକୁ ଟଙ୍କା କିମ୍ବା ଜିନିଷ ଧାର ଦେବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଦ୍ୱାରା ଲକ୍ଷ୍ମୀ ଏବଂ କୁବେରଙ୍କ ଆଶୀର୍ବାଦ ହ୍ରାସ ପାଏ ଏବଂ ଆର୍ଥିକ ସ୍ଥିରତା ପ୍ରଭାବିତ ହୁଏ ବୋଲି ବିଶ୍ୱାସ କରାଯାଏ।

    ତାମସିକ ଖାଦ୍ୟ ପରିହାର କରନ୍ତୁ:


    ଧନତେରସରେ, ରସୁଣ, ପିଆଜ କିମ୍ବା ମାଂସ ପରି ତାମସିକ ଖାଦ୍ୟ ପରିହାର କରନ୍ତୁ। ଏହି ଦିନଟି ସାତ୍ତ୍ୱିକ ଖାଦ୍ୟ ଏବଂ ଶୁଦ୍ଧ ଚିନ୍ତାଧାରା ପାଇଁ ଉତ୍ସର୍ଗୀକୃତ। ସାତ୍ତ୍ୱିକ ଆଚରଣ ଦେବୀ ଏବଂ ଦେବତାଙ୍କ ଆଶୀର୍ବାଦ ନେଇଥାଏ।

    ଖାଲି ବାସନ କିଣନ୍ତୁ ନାହିଁ:


    ଧନତେରସରେ ବାସନ କିଣିବା ଶୁଭ, କିନ୍ତୁ ଘରକୁ ଖାଲି ଆଣନ୍ତୁ ନାହିଁ। ଘରକୁ ଆଣିବା ପୂର୍ବରୁ ନୂଆ ବାସନରେ ଅଳ୍ପ ପରିମାଣର ପାଣି, ଗୁଡ଼ କିମ୍ବା ମିଠା ରଖିବା ଉଚିତ। ଏହା କରିବା ଦ୍ୱାରା ଘରେ ସମୃଦ୍ଧି ସୁନିଶ୍ଚିତ ହୁଏ।

  • ଶରତ ପୂର୍ଣ୍ଣିମାରେ କରନ୍ତୁ ଏହି କାମ, ବର୍ଷସାରା ଧନୀ ରହିବେ

    ଶରତ ପୂର୍ଣ୍ଣିମାରେ କରନ୍ତୁ ଏହି କାମ, ବର୍ଷସାରା ଧନୀ ରହିବେ

    ଆଜି ଶରତ ପୂର୍ଣ୍ଣିମାର ପବିତ୍ର ପର୍ବ। ଏହି ପୂର୍ଣ୍ଣିମାକୁ ବର୍ଷର ସମସ୍ତ ପୂର୍ଣ୍ଣିମା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆସନ୍ତୁ ଏହି ପୂର୍ଣ୍ଣିମା ଦିନ କରିବାକୁ ଥିବା ଜରୁରୀ କାର୍ଯ୍ୟ ଗୁଡ଼ିକୁ ଜାଣିବା |

    ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ – ସନ୍ଧ୍ୟାରେ, ଉପଯୁକ୍ତ ରୀତିନୀତି ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ଏବଂ ତାଙ୍କର ଆରତି କରନ୍ତୁ। “ଓମ୍ ଶ୍ରୀମ୍ ହ୍ରୀମ୍ କ୍ଲୀମ୍ ମହାଲକ୍ଷ୍ମୀୟୈ ନମଃ” ମନ୍ତ୍ର ଜପ କରନ୍ତୁ। ଦେବୀଙ୍କୁ କ୍ଷୀର ଅର୍ପଣ କରନ୍ତୁ। ତା’ପରେ, ଏହି ଖିରକୁ ଚନ୍ଦ୍ରାଲୋକ ତଳେ ରଖନ୍ତୁ।

    ଚନ୍ଦ୍ର ତଳେ କ୍ଷୀର ରଖିବା – ଏହା ଶରତ ପୂର୍ଣ୍ଣିମାର ଏକ ଗୁରୁତ୍ୱପୂର୍ଣ୍ଣ ବିଧି। ଏହି ଦିନ ଲୋକମାନେ ରାତିରେ କ୍ଷୀର ପ୍ରସ୍ତୁତ କରି ଚନ୍ଦ୍ରାଲୋକ ତଳେ ରଖନ୍ତି। ଏହି କ୍ଷୀରକୁ ସକାଳେ ଖିଆଯାଏ । ବିଶ୍ୱାସ କରାଯାଏ ଯେ ଏହି ରାତିରେ ଚନ୍ଦ୍ର ଅମୃତ ବୃଷ୍ଟି କରନ୍ତି ଏବଂ ଚନ୍ଦ୍ରାଲୋକରେ କ୍ଷୀର ରଖାଯାଇ ଅମୃତ ପରି ହୋଇଯାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଚମତ୍କାର ଲାଭ ମିଳିଥାଏ।

    ଉପବାସ ଏବଂ ଧ୍ୟାନ – ଶରତ ପୂର୍ଣ୍ଣିମାରେ ଉପବାସ ରଖିବାର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଏହି ପୂର୍ଣ୍ଣିମା ଦିନ ଯେଉଁ ଭକ୍ତ ଉପବାସ ରଖି ଦେବୀ ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତି, ସେମାନଙ୍କ ଜୀବନରେ କେବେବି ସୁଖ ଏବଂ ସମୃଦ୍ଧିର ଅଭାବ ରହିବ ନାହିଁ।

    ଚନ୍ଦ୍ର ଦର୍ଶନ ଏବଂ ଧ୍ୟାନ – ଶରତ ପୂର୍ଣ୍ଣିମା ରାତିରେ, ନିଶ୍ଚିତ ଭାବରେ କିଛି ସମୟ ପାଇଁ ଚନ୍ଦ୍ରାଲୋକରେ ବସିବା ଉଚିତ। ଏହି ଦିନଟି ମାନସିକ ସ୍ଥିରତା ଏବଂ ଆଧ୍ୟାତ୍ମିକ ଅଭ୍ୟାସ ପାଇଁ ମଧ୍ୟ ଉପଯୁକ୍ତ। ଶରତ ପୂର୍ଣ୍ଣିମାରେ ଅସହାୟଙ୍କୁ ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରନ୍ତୁ। ଏହା ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆଣିବ।

    ଘରେ ଦୀପ ଜାଳନ୍ତୁ – ଶରତ ପୂର୍ଣ୍ଣିମାରେ, ଘରର ପ୍ରତ୍ୟେକ କୋଣରେ, ମୁଖ୍ୟ ପ୍ରବେଶ ଦ୍ୱାର ସମେତ, ଏବଂ ତୁଳସୀ ଗଛ ନିକଟରେ ଦୀପ ଜାଳନ୍ତୁ। କୁହାଯାଏ ଯେ ଏହା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତି।

  • ଖମାରି ଗ୍ରାମରେ ଦଶହରା ପର୍ବ ପାଳିତ

    ଖମାରି ଗ୍ରାମରେ ଦଶହରା ପର୍ବ ପାଳିତ

    କଳାହାଣ୍ଡି : କେସିଙ୍ଗା ବ୍ଲକ ଗାଈଗାଁ ପଞ୍ଚାୟତ ର ଖମାରି ଗ୍ରାମର ଗୌନ୍ତିଆ ଙ୍କ ନେତୃତ୍ୱ ରେ ଖମାରୀ ଓ ନର୍ଲା ବ୍ଲକ ଅଧିନସ୍ତ ଧୂବେନ ଗ୍ରାମର ଦୁଇ ମୁଖିଆ ଙ୍କ ମିଳିତ ଆନୁକୂଲ୍ୟରେ ମା’ ବନ୍ଧଖଣି ଏବଂ ମା’ ଉଷାବାହାଲେନ ଙ୍କ ଦଶହରା ପର୍ବ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ସୂଚନାଅନୁସାରେ, ଏହି ଦୁଇ ଗ୍ରାମରେ ପୂର୍ବପୁରୁଷ ରୁ ଶତାଧିକ ବର୍ଷ ରୁ ରୀତିନୀତି ଅନୁସାରେ ଦଶହରା ପର୍ବ ପାଳନ କରାଯାଉଛି | ମା’ ବନ୍ଧଖଣି ଓ ମା’ ଉଷାବାହାଲେନ ଙ୍କ ଆଶ୍ରିବାଦ ରୁ ଶ୍ରଦ୍ଧାଳୁ ଙ୍କ ମାନସିକ ପୂରଣ ହୋଇଥାଏ ଏବଂ ଏହି ପର୍ବକୁ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣ ବେଶ ଉତ୍ସାହ ଥିବା ଦେଖିବାକୁ ମିଳୁଛି | ନିଜର ମାନସିକତା ପୂରଣ କରିବା ସହ ଦେବୀ ଆଶ୍ରିବାଦ ଲାଭ କରିବା ପାଇଁ ଦୂରଦୁରାନ୍ତରରୁ ଭକ୍ତମାନଙ୍କର ସମାଗମ ହୋଇଥିଲା |