Category: ଅପରାଧ

  • ଭିଜିଲାନ୍ସ ଜାଲରେ ନୟାଗଡ ସପ୍ଲାଇ ଅଧିକାରୀ

    ଭିଜିଲାନ୍ସ ଜାଲରେ ନୟାଗଡ ସପ୍ଲାଇ ଅଧିକାରୀ

    ସକାଳୁ ସକାଳୁ ମାଡ଼ି ବସିଲା ଭିଜିଲାନ୍ସ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ନୟାଗଡ଼ ଜିଲ୍ଲା ସରକାରୀ ଅତିରିକ୍ତ ସିଭିଲ୍ ସପ୍ଲାଇ ଅଫିସର ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ଟିମ ଚଢ଼ାଉ କରିଛି । ଏକ କାଳୀନ ୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀ ଓ ଭୁବନେଶ୍ଵରରେ ଥିବା ଏହି ୫ ଟି ସ୍ଥାନରେ ଏବେ ତଲାସି କରୁଛି ତଦନ୍ତକାରୀ ଟିମ।

    ଭୁବନେଶ୍ବର ର ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନୀର AL55 ପ୍ଲଟ, ରାଜାରାଣୀ କଲୋନୀର ପ୍ଲଟ ନମ୍ବର 384,385 ଥିବା ୨ ଟି ଆବାସିକ ଘର, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ସୁନୁଗରଡି ପୈତୃକ ଗ୍ରାମ ସହ, ସେହି ଗ୍ରାମରେ ଥିବା ଫାର୍ମ ହାଉସ୍ ରେ ଏହି ଚଢ଼ାଉ ହେଉଛି। ତେବେ ଶ୍ରୀ ସାହୁ ଏବେ ସରକାରୀ ନିଳମ୍ବନରେ ଅଛନ୍ତି।

    ଚଢାଉରେ ତଦନ୍ତକାରୀ ଦଳକୁ ମିଳିଛି ବିପୁଳ ସମ୍ପତ୍ତି। ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନୀର AL55 ପ୍ଲଟ, ରାଜାରାଣୀ କଲୋନୀରେ ତିନି ମହଲାର ଦୁଇଟି ଆବାସିକ ଘର, ନିମାପଡାରେ ଥିବା ଫାର୍ମ ହାଉସ, ନିମାପଡା ମାର୍କେଟ କମ୍ପ୍ଲେକ୍ସରେ ଥିବା ୧୦ ଦୋକାନ ସହ ଏକ ହଲ, ଯାହାକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଡାରେ ଦିଆଯାଇଛି।  ଭିଜିଲାନ୍ସ ଏହି ଘର ଓ ଦୋକାନ ଘରର ମୂଲ୍ୟାୟନ କରୁଛି।  ସେହିପରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଅଛି। ସେ ଗୋଟିଏ ହୋଣ୍ଡା ଆମେଜ କାର ଓ ୨ଟି ଦୁଇ ଚକିଆ ଗାଡିର ମାଲିକ ହୋଇଥିବା ରେଡରୁ ଜଣାପଡିଛି।  ରେଡ ଚାଲିଥିବାରୁ ଆଗକୁ ନାୟକଙ୍କ ସମ୍ପତ୍ତିକୁ ନେଇ ଆହୁରି ରୋଚକ ତଥ୍ୟ ଜଣାପଡିବ।

  • ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କ ଉପରେ ଗୁଳିମାଡ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ଗୁଳି ତାଙ୍କ ହାତ ଓ ଜଙ୍ଘରେ ବାଜିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଏହି ଗୁଳିକାଣ୍ଡ ବୁଧବାର ରାତିରେ ଘଟିଛି।

    ଗତକାଲି ରାତି ପ୍ରାୟ ୧୧ଟାରେ କାହ୍ନୁଚରଣ କାରରେ ଘରକୁ ଫେରୁଥିଲେ। ସେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ନିକଟରେ ପହଞ୍ଚିବା ବେଳକୁ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇଥିଲେ। ସେ ଗାଡି ଅଟକାଇବାରୁ ଦୁର୍ବୃତ୍ତମାନେ  ତାଙ୍କ କାରର କାଚକୁ ଭାଙ୍ଗିଦେଇଥିଲେ ଓ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ଗୋଡ ଓ ଜଙ୍ଘରେ ବାଜିଥିଲା।

    କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ ଘଟଣାକୁ ନେଇ ଏପରି ଗୁଳିମାଡ ହୋଇଥି ତାହା ଜଣାପଡିନାହିଁ। ତେବେ ସେ ଜଣେ ଠିକାଦାର ଓ ରାଜନେତା ହୋଇଥିବାରୁ ଗୁଳିମାଡ ପଛରେ ରାଜନୈତିକ ଶତ୍ରୁତା ତା ଠିକାଦାରୀ ଶତ୍ରୁତା ରହିଥିଲା ତାର କାରଣ ଖୋଜାଚାଲିଛି।

    ପୁଲିସ ଘଟଣାର ତଦନ୍ତ ଚଳାଇଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ କାହ୍ନୁଚରଣଙ୍କ ଉପରେ ଏକ ଗୁଳିମାଡ କରାଯାଇଥିଲା।

  • ନିଜ ମାଆର ଗଳା କାଟି ହତ୍ୟା କଲା ଝିଅ

    ନିଜ ମାଆର ଗଳା କାଟି ହତ୍ୟା କଲା ଝିଅ

    ସୋମବାର ଅପରାହ୍ନରେ ବେଙ୍ଗାଲୁରୁର ଜଣେ ମହିଳା ନିଜ  ମା’ଙ୍କ ମୃତଦେହ ଭର୍ତ୍ତି ଏକ ସୁଟକେସ ନେଇ ପୋଲିସ ଷ୍ଟେସନକୁ ଯାଇଥିଲେ। ପୋଲିସ କହିଛି ଯେ ବିଲାକାଲ୍ଲୀ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିବା ସେନାଲି ସେନ୍ ନାମକ ଅଭିଯୁକ୍ତ ରାଗରେ ତାଙ୍କ 70 ବର୍ଷ ବୟସ୍କା ମା ବେଭା ପାଲଙ୍କୁ ହତ୍ୟା କରିଛି। ପଶ୍ଚିମବଙ୍ଗର ଜଣେ ଫିଜିଓଥେରାପିଷ୍ଟ ମହିଳା ଗତକାଲି ରାତି ପ୍ରାୟ 1 ଟା ବେଳେ ପୋଲିସ ଷ୍ଟେସନ ଭିତରକୁ ଯାଇ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।ହତ୍ୟା କରାଯାଇଥିବା ମହିଳାଙ୍କ ସ୍ୱାମୀଙ୍କ ଏକ ଫ୍ରେମ୍ ହୋଇଥିବା ଚିତ୍ର ମଧ୍ୟ ଶରୀର ସହିତ ସୁଟକେସ୍ ଭିତରେ ଦେଖିବାକୁ ମିଳିଥିଲା ​​| ଏହି ଘଟଣା ମାଇକୋ ଲେଆଉଟ୍ ପୋଲିସ୍ ଷ୍ଟେସନରୁ ଆସିଛି ଏବଂ 39 ବର୍ଷ ବୟସ୍କା ମହିଳା ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ  ଗିରଫ କରିଛି । ସେ ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେନାଲି ତାଙ୍କ ମାଙ୍କ ସହ ବାରମ୍ବାର ଝଗଡା କରୁଥିଲେ। ଏଥର ଝଗଡା ବେଳେ ତାଙ୍କ ମା ଶୋଇବା ବଟିକା ଖାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ, ରାଗରେ ସୋନାଲି ତାଙ୍କ ମାଙ୍କୁ 20 ଟି ଶୋଇବା ବଟିକା ଖାଇବାକୁ ଦେଇଥିଲେ। କିଛି ସମୟ ପରେ, ଯେତେବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେତୁ ତାଙ୍କ ମା ଚିତ୍କାର କରିବାକୁ ଲାଗିଲେ, ସେତେବେଳେ ସେନାଲି ରାଗରେ  ତାଙ୍କ ମା’ଙ୍କ ଗଳା କାଟି ହତ୍ୟା କରିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସେନାଲିଙ୍କୁ ଗିରଫ କରାଯାଇଛି, ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
  • ଗିରଫ ହେଲେ ଆୟ ବହିର୍ଭୂତ ସମ୍ପତ୍ତିଠୁଳକାରୀ ସଞ୍ଜୟ ବାବୁ

    ଗିରଫ ହେଲେ ଆୟ ବହିର୍ଭୂତ ସମ୍ପତ୍ତିଠୁଳକାରୀ ସଞ୍ଜୟ ବାବୁ

    ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିବା ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଗିରଫ। ଗତକାଲିର ତନତନ ଖାନତଲାସ ପରେ ଆଜି ସଞ୍ଜୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ସଞ୍ଜୟ ତାଙ୍କ ଚାକିରି କାଳ ଭିତରେ ତାଙ୍କ ଆୟଠାରୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ।
    ରେଡରେ ତାଙ୍କ ୭ଟି ଠିକଣାର କୋଣ ଅନୁକୋଣକୁ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ। ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡ଼ା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ୱଶୁର ଘର ଓ ଲେଫ୍ରିପଡା ଅଫିସ ପରିସରରେ ଥିବା ସରକାରୀ ବାସଭବନ ଉପରେ ୭ଟି ଟିମ ଚଢାଉ କରିଥିଲା।
    ଚଢାଉ ପରେ ତାଙ୍କ ନିକଟରୁ ମିଳିଛି ବିପୁଳ ସମ୍ପତ୍ତିର ତଥ୍ୟ ପ୍ରମାଣ।
    ଭିଜିଲାନ୍ସ ପାଇଛି କି, ତାଙ୍କ ବ୍ୟାଙ୍କ, ଡାକଘର ଓ ବୀମା ବାବଦରେ ରହିଛି ପ୍ରାୟ ୧କୋଟି ୬୭ ଲକ୍ଷ ଟଙ୍କା। ଏହା ବ୍ୟତିତ ୨୦୦ ଗ୍ରାମର ସୁନା ଅଳଙ୍କାର, ୨ଟି ଦୁଇ ଚକିଆ ଗାଡ଼ି ଓ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ଠାବ କରିଛି ତଦନ୍ତକାରୀ ଦଳ। ଏହା ବ୍ୟତୀତ ତାଙ୍କର ଦୁଇ ପିଲାଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଭିଜିଲାନ୍ସ ଜାଣିଛି।
    ସୂଚନାଯୋଗ୍ୟ, ସଞ୍ଜୟ ବେହେରାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲା। ସେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଉପାୟରେ ଦୁର୍ନୀତି କରି ଆଶାତୀତ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ୭ଟି ଟିମ୍ ସାମିଲ ହୋଇଥିଲେ। ସେହିସବୁ ଟିମରେ ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

    ଏହା ପୂର୍ବରୁ ଚଳିତ ମାସ ୨ ତାରିଖରେ ବାଲେଶ୍ୱର ଲିଗାଲ ମେଟ୍ରୋଲୋଜିର ସହକାରୀ ନିୟନ୍ତ୍ରକ ସାଗରିକା ସାବତଙ୍କୁ ଜଣେ ପେଟ୍ରୋଲ ପମ୍ପ ପରିଚାଳକଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ସେହିପରି ୧ ତାରିଖରେ କେନ୍ଦୁଝର ଘଟଗାଁ ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗିରଫ କରିଥିଲା ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ବିଭାଜିତ ପୃଥକ ପଟ୍ଟା ପ୍ରଦାନ ପାଇଁ ସେ ଜନୈକ ବ୍ୟକ୍ତିଙ୍କ ନିକଟରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ସଂସ୍ଥା।

  • ଦଳିତ ପିଲାଟି ବଲ ଛୁଇଁବାରୁ ଦାଦାର ଆଙ୍ଗୁଠି କାଟ

    ଦଳିତ ପିଲାଟି ବଲ ଛୁଇଁବାରୁ ଦାଦାର ଆଙ୍ଗୁଠି କାଟ

    ସାମାଜରେ ଜାତିପ୍ରଥାର ବ୍ୟାଧି ଆଜି ବି ଆମ ପିଛା ଛାଡୁନି। ଯାହାର କରୁଣ ଚିତ୍ର ଆସିଛି ଗୁଜରାଟରୁ। ଗୁଜରାଟର ପତାନ ଜିଲ୍ଲାରେ ଜଣେ ଦଳିତ ପିଲା କ୍ରିକେଟ ଖେଳ ବେଳେ ବଲଟିକୁ ଛୁଇଁ ଦେଇଥିଲା। ଏଥିପାଇଁ ଉଚ୍ଚ ଜାତିର ଲୋକେ ପିଲାଟିର ଦାଦାଙ୍କୁ ଦେଇଛନ୍ତି କଠୋର ଶାସ୍ତି। ପିଲାଟିର ଦାଦାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ବୁଢା ଆଙ୍ଗୁଠିକୁ କାଟି ଦିଆଯାଇଛି।

    ଖବରରୁ ପ୍ରକାଶ କି, ପତାନ ଜିଲ୍ଲାର ଏକ ସ୍କୁଲରେ ରବିବାର କ୍ରିକେଟ ମ୍ୟାଚ ହେଉଥିଲା। ଏହି ସମୟରେ ଛୋଟ ପିଲାଟିଏ ଖେଳ ଦେଖୁଥିବା ବେଳେ ତା ନିକଟକୁ ବଲଟି ଆସିବାରୁ ସେ ତାହାକୁ ଛୁଇଁଦେଇଥିଲା। ଏତିକିରେ ଖେଳରେ ପଡିଥିଲା ତାଲା ଓ ଆରମ୍ଭ ହୋଇଗଲା ଗଣ୍ଡଗୋଳ। ଦଳିତ ହୋଇ ଉଚ୍ଚ ବର୍ଣ୍ଣର ଲୋକଙ୍କ ବଲ କିପରି ଛୁଇଁଲା ବୋଲି ପାଟିତୁଣ୍ଡରେ ପଡିଆ କମ୍ପିଥିଲା।

    ତେବେ ସେଠାରେ ଥିବା କିଛି ଲୋକ ମଝିରେ ପଶି ଗଣ୍ଡଗୋଳକୁ ପ୍ରଶମିତ କରିବାରେ ସକ୍ଷମ ହୋଇଥିଲେ। ପିଲାଟିର ଦାଦା ପିଲାଟିକୁ ନେଇ ଘରକୁ ଚାଲିଯାଇଥିଲେ। ହେଲେ ଏଥିରେ ଉଚ୍ଚ ବର୍ଗର ଲୋକଙ୍କ ମନ କିନ୍ତୁ ଶାନ୍ତ ହୋଇନଥିଲା। ତେଣୁ ସନ୍ଧ୍ୟାରେ ୭ ଜଣ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ନେଇ ସେହି ପିଲାର ଘରେ ପହଞ୍ଚିଥିଲେ। ପିଲାଟିକୁ ଧମକ ଚମକ ଦେବା ସହ ଜାତିଗତ ଆକ୍ଷେପ କରିଥିଲେ। ଏହା ଦେଖି ପିଲାଟିର ଦାଦା ଧୀରଜ ପରମାର ପହଞ୍ଚି ଏସବୁକୁ ବିରୋଧ କରିଥିଲେ।

    ଫଳରେ ସେଠାକୁ ଆସିଥିବା ଲୋକେ ଆହୁରି ଉତ୍କ୍ଷିପ୍ତ ହୋଇଯାଇଥିଲେ ଓ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଭାଇ ମାଡ ଖାଉଥିବା ଦେଖି ବଡ ଭାଇ କିର୍ତ୍ତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବୁଝିବା ବଦଳରେ ଓଲଟା କିର୍ତ୍ତିଙ୍କୁ ମଧ୍ୟ ମାଡ ମାରିଥିଲେ। କିର୍ତ୍ତିଙ୍କ ହାତର ଏକ ବୁଢା ଆଙ୍ଗୁଠିକୁ କାଟିଦେଇଥିଲେ। ଏନେଇ ଉଭୟଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

    ସେମାନଙ୍କର ଦଳିତ ହୋଇଥିବାରୁ ସେମାନଙ୍କ ଅପମାନ କରାଯିବା ସହ ଜାତିକୁ ନେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଧାରା ୩୨୬, ୫୦୬ ଓ ଆଇପିସିର ବିଭିନ୍ନ ଦଫା ତଥା ଏସସି/ଏସଟି ଆଇନ ଅନୁସାରେ ମାମଲା କରିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଥିବା କହୁଥିବା ବେଳେ କାହାରିକୁ ଧରାଯାଇ ନ ଥିବା କୁହାଯାଉଛି।

  • ଭିଜିଲାନ୍ସ ଜାଲରେ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ

    ସୁନ୍ଦରଗଡ଼ ରୁରାଲ ୱାର୍କ ଡିପାର୍ଟମେଣ୍ଟ ବା ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସଞ୍ଜୟଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ।

    ସୂଚନା ମୁତାବକ, ଆରଡବ୍ଲୁଡିରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସଞ୍ଜୟ ବେହେରାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲେ। ସେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଉପାୟରେ ଦୁର୍ନୀତି କରି ଆଶାତୀତ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଅଭିଯୋଗ ହୋଇଥିଲା।

    ଏହି ସବୁ ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ତାଙ୍କ ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡ଼ା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ୱଶୁର ଘର ଓ ଲେଫ୍ରିପଡା ଅଫିସ ପରିସରରେ ଥିବା ସରକାରୀ ବାସଭବନ ପରି ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।

    ଏହି ଚଢ଼ାଉରେ ୭ଟି ଟିମ୍ ସାମିଲ ହୋଇଥିବା ବେଳେ ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢାଉ ବେଳେ ଭିଜିଲାନ୍ସ କୁ ବହୁ ସମ୍ପତ୍ତି କାଗଜପତ୍ର ସହ ଆପତ୍ତିଜନକ ଦସ୍ତିବିଜ ହସ୍ତଗତ ହୋଇଛି।

  • ଅବଧେଶ ରାୟ ହତ୍ୟା ମାମଲା, ମୁଖତାରଙ୍କୁ ଆଜୀବନ କାରାଦଣ୍ଡ

    ଅବଧେଶ ରାୟ ହତ୍ୟା ମାମଲା, ମୁଖତାରଙ୍କୁ ଆଜୀବନ କାରାଦଣ୍ଡ

    ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ବାରାଣାସୀ‘ଏମପି-ଏମଏଲଏ କୋର୍ଟ’ । ଏହି ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦଣ୍ଡାଦେଶ ସହ କୋର୍ଟ ମୁଖତାରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ହତ୍ୟାକାଣ୍ଡର ପ୍ରୟ ୩୩ ବର୍ଷ ପରେ ଏହି ରାୟ ଆସିଛି।

    ଆଜି ଅବଧେଶ ହତ୍ୟା ମାମଲାରେ ରାୟ ଆସିବାର ଥିଲା। କୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି କୋର୍ଟ ପରିସର ଓ ବାରାଣାସୀର ବହୁ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କାରଣ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାରଙ୍କର ବାରାଣସୀରେ ବେଶ ଲୋକପ୍ରିୟତା ରହିଛି। ତେଣୁ କୋର୍ଟଙ୍କ ରାୟ ଆସିବା ପରେ ସେଠାରେ ଉତ୍ତେଜନା ଓ ହିଂସାର ଆଶଙ୍କା କରାଯାଉଥିଲା।

    ତେବେ ଏହି ହତ୍ୟା ମମଲାରେ କୋର୍ଟରେ ଉଭୟ ପକ୍ଷ ଯୁକ୍ତି ବାଢିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ ଶୁଣିବା ପରେ ସ୍ୱତନ୍ତ୍ର ଅଦାଲତ ଗତ ୧୯ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଓ ଜୁନ୍ ୫ତାରିଖରେ ଦଣ୍ଡାଦେଶ ଶୁଣାଇବେ ବୋଲି କୋର୍ଟ ସୂଚିତ କରିଥିଲେ। ଅବଧେଶ ରାୟ ହତ୍ୟା ମାମଲାରେ ମୁଖତାର ଅନସାରୀ, ଭୀମ ସିଂହ ଓ ପୂର୍ବତନ ବିଧାୟକ ଅବଦୁଲ କରିମଙ୍କ ନାମ ଉଲ୍ଲେଖ କରିଥିଲେ।

    ସୂଚନାଯୋଗ୍ୟ, ୧୯୯୧ ମସିହା ଅଗଷ୍ଟ ୩ ତାରିଖରେ ବାରାଣାସୀର ଲହୁରାବୀର ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଅବଧେଶ ରାୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ମାମଲାରେ ମୁଖତାର ଅନସାରୀଙ୍କୁ ହତ୍ୟା ପଛର ମାଷ୍ଟର ମାଇଣ୍ଡ ଭାବେ ଅଭିଯୋଗରେ ଦର୍ଶାଯାଇଥିଲା। ଅବଧେଶଙ୍କ ଭାଇ ଅଜୟ ରାୟଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

    ୨୦୨୨ ଡିସେମ୍ବର ମାସରେ ଗାଜିପୁର କୋର୍ଟ ୧୯୯୬ ଗ୍ୟାଙ୍ଗଷ୍ଟର ଆକ୍ଟରେ ମୁକ୍ତାରଙ୍କୁ ୧୦ ବର୍ଷରେ କାରାଦଣ୍ଡ ଶୁଣାଇଥିଲେ। ଏଥିସହ ଅନ୍ୟ ୪ଟି ମାମଲାରେ ମଧ୍ୟ ଦଣ୍ଡାଦେଶ ହୋଇଥିଲା। ଏଥିରେ ୧୯୮୮ର ମାଲା ଗୁରୁ ହତ୍ୟା, ୧୯୯୧ର କନଷ୍ଟେବଲ ରଘୁବଂଶ ସିଂହ ହତ୍ୟା ଓ ପୋଲିସ ସୁପରିଟେଣ୍ଡେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ପରି ମାମଲା ରହିଥିଲା।

    ଅନସାରୀ ମାଉ ସଦର ଆସନରୁ ୫ ଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୨୨ରେ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଭାଗ ନ ନେଇ ନିଜ ପୁଅ ଅବ୍ବାସ ଅଂସାରୀକୁ ଠିଆ କରାଇଥିଲେ ଓ ଅବ୍ବାସ ବିଜୟ ଲାଭ କରିଥିଲେ।

  • ଧନୀ ହେବା ଲାଳସାରେ ଦୁଇ ଭାଇ ସାଜିଲେ ରାକ୍ଷସ

    ଧନୀ ହେବା ଲାଳସାରେ ଦୁଇ ଭାଇ ସାଜିଲେ ରାକ୍ଷସ

    ଦିଲ୍ଲୀର କୃଷ୍ଣନଗରରେ ଜଣେ ୬୪ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅଙ୍କୁ ହତ୍ୟା । ହତ୍ୟା ଓ ଡକାୟତି ଅଭିଯୋଗରେ ଦୁଇ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି ପୋଲିସ। ଧନୀ ହେବା ନିଶାରେ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଏହି ହତ୍ୟାକାଣ୍ଡ ‘ମିଶନ ମାଲାମାଲ’ରେ ସଂଗଠିତ ହୋଇଥିଲା।

    ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତ କିଶନ (୨୮ ) ଏବଂ ତାଙ୍କ ସମ୍ପର୍କୀୟ ଦାଦା ପୁଅ ଭାଈ ଅଙ୍କିତ କୁମାର ସିଂ (୨୫ ) ବିହାରର ସିୱାନ ଜିଲ୍ଲାର ବାସିନ୍ଦା। କିଶନ ଲକ୍ଷ୍ମୀ ନଗରରେ ରହୁଥିଲେ। ଅଙ୍କିତ ଜଣେ ଗାୟକ ଏବଂ ତାଙ୍କର ଏକ ମ୍ୟୁଜିକ୍ ବ୍ୟାଣ୍ଡ ଅଛି |ଅଙ୍କିତ ଓ-ଟି-ଟି ପ୍ଲାଟଫର୍ମରେ ଆସୁଥିବା ଏକ ଫିଲ୍ମ ପାଇଁ ସଙ୍ଗୀତ ପ୍ରସ୍ତୁତ କରୁଥିଲେ । ଅଭିଯୁକ୍ତ ଅପରାଧ କରିବା ପୂର୍ବରୁ ଆଇନଗତ ପରାମର୍ଶ ପାଇଁ ଦୁଇ ଓକିଲଙ୍କ ନିକଟକୁ ଯାଇଥିଲେ।

    ପୋଲିସ ସୂଚନା ଅନୁଯାୟୀ ୩୧ ମଇରେ କୃଷ୍ଣନଗର ଇ ବ୍ଲକର ପ୍ରଥମ ମହଲାରେ ଥିବା ଏକ ଫ୍ଲାଟରୁ ଦୁର୍ଗନ୍ଧ ବାହାରିଥିଲା। ଏନେଇ ଜଣେ ବ୍ୟକ୍ତି ପିସିଆରକୁ ଫୋନ କରିଥିଲେ । ତା’ପରେ ପୁଲିସ ଘରର ତାଲା ଭାଙ୍ଗି ଉଭୟଙ୍କ ମୃତଦେହ ବାହାର କରିଥିଲା। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାକୁ ପୋଲିସ ୨୦୦ ରୁ ଅଧିକ କ୍ୟାମେରା ଖୋଜାଖୋଜି କରିଥିଲା। ସେହିସବୁ କ୍ୟାମେରାରୁ ଗୋଟିଏରେ ଅପରାଧ କରିବା ପରେ ଅଭିଯୁକ୍ତ ଏକ ଘରେ ପ୍ରବେଶ କରୁଥିବା ଦେଖିଥିଲା ପୋଲିସ। ଡେପୁଟି କମିଶନର ଅଫ ପୋଲିସ ମୀନା କହିଛନ୍ତି ଯେ କ୍ୟାମେରାରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଘରେ ଚଢ଼ାଉ କରି ଜାଣିବାକୁ ପାଇଥିଲେ ଯେ ମୁଖ୍ୟ ଅଭିଯୁକ୍ତ ଘର କୃଷ୍ଣ ନଗରରେ ।

    ମହିଳାଙ୍କ ମୃତଦେହ ମିଳିବା ମାତ୍ରେ କିଶନ ଘରୁ ଫେରାର ହୋଇଯାଇଥିଲା ।ପୋଲିସ ତା’ପିଛା କରି ତାକୁ ଦିଲ୍ଲୀର କାଣ୍ଟି ନଗର ଅଞ୍ଚଳରୁ ଗିରଫ କରିଥିଲା। ପଚରାଉଚରାରୁ ଜଣାପଡିଛି ଯେ ସେ ଏକ ମେଡିକାଲ ଫାର୍ମରେ ମାର୍କେଟିଂ ମ୍ୟାନେଜର ଭାବରେ କାର୍ଯ୍ୟରତ। ଅନଲାଇନ୍ ଟୁଇଟର ସେବା ପ୍ରଦାନ କରୁଥିବା ଏକ ୱେବସାଇଟରେ ସେ ନିଜକୁ ପଞ୍ଜୀକୃତ କରିଥିଲେ। ଏହି କାରଣରୁ ସେ ରାଜରାଣୀଙ୍କ ସହ ଯୋଗାଯୋଗ କରିଥିଲେ। ରାଜରାଣୀ ତାଙ୍କ ଭିନ୍ନକ୍ଷମ ଝିଅ ଗିନ୍ନି କିରାର ପାଇଁ ଏକ କମ୍ପ୍ୟୁଟର ଟୁଇଟର ଖୋଜୁଥିଲେ | କିଶନ ଗିନ୍ନୀକୁ ପଢାଇବାପାଇଁ ଏପ୍ରିଲରୁ ରାଜରାଣୀଙ୍କ ଘରକୁ ଯିବା ଆରମ୍ଭ କରିଦେଇଥିଲେ ଓ ଧୀରେ ଧୀରେ ମହିଳାଙ୍କ ବିଶ୍ୱାସର ପାତ୍ର ହୋଇପାରିଥିଲେ |

    ଯେତେବେଳେ ରାଜରାଣୀ ଘର ସିପଟ କରିବାକୁ ଚାହୁଁଥିଲେ, କିଶନ ତାଙ୍କୁ ଲଜପତ ନାଗରରେ ଘର ଖୋଜିବାରେ ମଧ୍ୟ ସାହାଯ୍ୟ କରିଥିଲେ। ଅନ୍ ଲାଇନ୍ ଦେୟ ପାଇଁ କିଶାନଙ୍କ ସହ ରାଜରାଣୀ ଆକାଉଣ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ଅଛି। ଏହା ପରେ ସେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ।

    ଏହି ହତ୍ୟା ଷଡଯନ୍ତ୍ରର ନାମ ଥିଲା ‘ମିଶନ୍ ମାଲାମାଲ୍’। ଏହା ପରେ କିଶନ ପୀଡିତାଙ୍କୁ ଲୁଟିବାକୁ ଯୋଜନା କରିଥିଲା। ମଇ ୧୭ ରେ ହ୍ୱାଟ୍ସଆପରେ ନିଜର ଷଡଯନ୍ତ୍ରକୁ ‘ମିଶନ୍ ମାଲାମଲ୍’ ବୋଲି ନାମ ଦେଇଥିଲା । ‘ମିଶନ’କୁ ସମ୍ପୂର୍ଣ୍ଣ କରିବା ପାଇଁ ଅଭିଯୁକ୍ତ ଅଙ୍କିତ ଆସାମରୁ ଦିଲ୍ଲୀ ଆସିଥିଲା । ରାଜରାଣୀ ତାଙ୍କ ଝିଅ ପାଇଁ ଆଉ ଜଣେ ଶିକ୍ଷକ ଖୋଜୁଥିଲେ। ଯେଉଁଥିପାଇଁ କିଶନ ଅଙ୍କିତଙ୍କୁ ତାଙ୍କ ସହିତ ପରିଚିତ କରାଇଥିଲା।
    ରାଜରାଣୀଙ୍କ ସହମତିରେ କିଶନ ଅଙ୍କିତକୁ ସୂଚନା ଦିଏ ଯେ ‘ମିଶନ ମାଲାମାଲ’ କାର୍ଯ୍ୟରତ । ଏହା ପରେ ଦୁଇ ଭାଇ ମିଶି ମା ଝିଅଙ୍କ ହତ୍ୟା କରି ଘରୁ ସବୁ ସଫା କରି ପଳାଇ ଯାଇଥିଲେ।

  • ପୁଣି କାଶ୍ମୀରରେ ଟାର୍ଗେଟ କିଲିଂ

    ପୁଣି କାଶ୍ମୀରରେ ଟାର୍ଗେଟ କିଲିଂ

    ଜମ୍ମୁ କାଶ୍ମୀରରୁ ପୁଣି ଥରେ ଟାର୍ଗେଟ କିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀ ପୁଣି ଥରେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି। ମୃତକ ହେଲେ ଉଧମପୁର ବାସିନ୍ଦା ଦିପୁଯ ସେ ଏକ ଘରୋଇ ସର୍କସରେ କାମ କରୁଥିଲେ। ସେ କୌଣସି କାମରେ ସର୍କସରୁ ବାହାରିଥିବା ବେଳେ ଆତଙ୍କବାଦୀ ତାଙ୍କୁ ଗୁଳି କରି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମାମଲା ଦାୟର କରି ଯାଞ୍ଚ କରୁଛି। ଆତଙ୍କବାଦୀଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି।

    କାଶ୍ମୀର ଜନତାଙ୍କ ମଧ୍ୟରେ ଅସୁରକ୍ଷିତ ଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଆତଙ୍କବାଦୀ ସେଠାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏମାନେ ମୁଖ୍ୟତଃ-ଅଣ-ମୁସଲମାନ, କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ଅସୁରକ୍ଷିତତାର ଭାବନା ସୃଷ୍ଟି କରିବାକୁ ଲଗାତର ଟାର୍ଗେଟ କିଲିଂ କରି ଚାଲିଛନ୍ତି। ଏହା ପୂର୍ବରୁ ଚଳିତ ୨୬ ଫେବୃଆରୀରେ ପୁଲୱାମାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିଲେ। ଗତ ଚାରି ମାସ ଭିତରେ କାଶ୍ମୀର ଉପତ୍ୟକାରେ ହିନ୍ଦୁ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣର ଏହା ଦ୍ୱିତୀୟ ଘଟଣା।

    ହିନ୍ଦୁ, ଇଂରାଜୀ ଦ ଡେଲି ନିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ଉପରେ ୩୦ ଆତଙ୍କବାଦୀ ଆକ୍ରମଣ କଲେଣି। ଏହି କେନ୍ଦ୍ରଶାସିତ ଅଞ୍ଚଳରୁ ଧାରା ୩୭୦ ଉଚ୍ଛେଦ ପରଠାରୁ  ପୂର୍ବର ଯୋଜନାବଦ୍ଧ ଆକ୍ରମଣ ବଦଳରେ  ସାଧାରଣ ନାଗରିକ ତଥା ଅଫ୍ ଡ୍ୟୁଟି ପୋଲିସ୍ ଅଧିକାରୀଙ୍କ ଉପରେ ହେଉଥିବା ଟାର୍ଗେଟ କିଲିଂ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

    ଜମ୍ମୁରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଓଭର ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁ) ଏବଂ ଅଣ୍ଡର ଗ୍ରାଉଣ୍ଡ ୱାର୍କର୍ସ (ୟୁଜିଡବ୍ଲୁ) ଏପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି। ସୁରକ୍ଷା ବାହିନୀ କୌ ଣସି ପ୍ରକାରେ ଉପତ୍ୟକାରେ ଆତଙ୍କୀ ଦମନରେ ସଫଳ ହୋଇପାରି ନାହିଁ। ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦୁର୍ବଳତା ଏବଂ ଅସହାୟତାର ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଟାର୍ଗେଟ କିଲିଂର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ ଜନସାଧାରଣଙ୍କୁ ଭୟଭୀତ କରିବା ଏବଂ ଦୈନନ୍ଦିନ ଜୀବନ ଯାତ୍ରାକୁ ବାଧିତ କରିବା।

    ଏହା ବ୍ୟତୀତ, ଆତଙ୍କବାଦୀଙ୍କ ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛିକି, ଅଞ୍ଚଳର ସୁରକ୍ଷା ବାହିନୀ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଦୁର୍ବଳ କରିବା। ପୋଲିସ ଅଧିକାରୀ, ସେନା ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆଇନ ଶୃଙ୍ଖଳା ବଜାୟ ରଖିବା ତଥା ଶକ୍ତି ଓ ନିୟନ୍ତ୍ରଣର ଚିତ୍ର ଆଙ୍କିବା ପାଇଁ ସରକାରଙ୍କ ଦକ୍ଷତା ହ୍ରାସ କରିବାକୁ ଚେଷ୍ଟା ହେଉଛି।

  • ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

    ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

    କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧୀନ ବିନିଦା ଗ୍ରାମରେ ଘଟିଛି ନାରକୀୟକାଣ୍ଡ। ଜନୈକ ମହିଳା ପାଲା ଗାୟକଙ୍କୁ କେହି ଦୁର୍ବୃତ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ମୃତ ପାଲା ଗାୟିକା ହେଲେ ଗ୍ରାମର  ସତ୍ୟଭାମା ସିଂ।  

    ବିନିଦା ଗ୍ରାମର ସତ୍ୟଭାମା ସ୍ଥାନୀୟ ଅଞ୍ଚଳରେ ଜଣେ ପାଲା ଗାୟିକା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ପାଲା ଗୟକି ସହ ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଓ ବର୍ତ୍ତମାନର ବିଜେପି ମଣ୍ଡଳ ସଭାପତି ଦାୟିତ୍ୱରେ ଥିଲେ ।  ଗତକାଲି ବିଳମ୍ବିତ ରାତିରେ ସତ୍ୟଭାମାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ  ସଦର ଏସଡିପିଓ, ପଣ୍ଡାପଡା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ।

    ସୂଚନାଯୋଗ୍ୟ, ସତ୍ୟଭାମା ସିଂ ଅବିବାହିତ ଥିବା ବେଳେ ପାଲା ଗାୟିକା ଭାବେ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପି ମଣ୍ଡଳ ସଭାପତି ହୋଇଥିଲେ। ଗତକାଲି ରାତିରେ ତାଙ୍କର ସନ୍ଦେହଜନକ ହତ୍ୟା ପରେ ତାଙ୍କ ସହଯୋଗୀ ପାଲା ଗାୟକଙ୍କୁ ସନ୍ଦେହ କରାଯାଉଛି। କାରଣ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗି ରହିଥିଲା।

    ତେବେ ସତ୍ୟଭାମା ବିଜେପି ମଣ୍ଡଳ ଦାଇତ୍ୱରେ ଥିବାରୁ ବିଜେପି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ।  ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି ।