Category: ଅପରାଧ

  • ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

    ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

    ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୯ ଟି ନାଗ ସାପ ।ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର କରାଯାଇଛି ୨୯ ଟି ନାଗ ସାପ । ଏହି ମାମଲାରେ ୩ ଜଣଙ୍କୁ ଅଟକ ଯାଇଛି। ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା,। ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା ସୁଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଥିଲେ । ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କରାଯାଇଥିବା କହିଛନ୍ତି । ଏହି ରେଡ ସମୟରେ ୨୯ ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ତେବେ ଏହି ରାକେଟରେ ଆହୁରି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

  • ବିଶ୍ୱାସରେ ବାନ୍ଧବୀ ଦେଲା ବିଷ, ଆଉ ତା’ପରେ….

    ବିଶ୍ୱାସରେ ବାନ୍ଧବୀ ଦେଲା ବିଷ, ଆଉ ତା’ପରେ….

    ବାନ୍ଧବୀ କଲା ବିଶ୍ୱାସଘାତକତା । ଯାହା ଉପରେ ଅଧିକ ବିଶ୍ବାସ ଥିଲା ,ସିଏ ହିଁ ଦେଲା ବିଶ୍ବାସରେ ବିଷ। ଶାଢୀ ପିନ୍ଧାଇ ଦେବା ଆଳ କରି ବାନ୍ଧବୀର ଫଟୋ ଉଠାଇ ନିଜ ପୁରୁଷ ବନ୍ଧୁଙ୍କୁ ପଠାଇ ବ୍ଲାକେମେଲ୍‌ କରିବାକୁ ପଛାଇଲା ନାହିଁ। ନିଜ ବାନ୍ଧବୀର ଏପରି ବିଶ୍ୱାସଘାତକତାକୁ ସେ ସହଜେ ଗ୍ରହଣ କରି ପାରିଲେନି। ଏପରିକି ବାରମ୍ବାର ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଦେଲେ ପୀଡ଼ିତା ଯୁବତୀ ଜଣକ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି।

    ଅଭିଯୋଗ ଅନୁଯାୟୀ, ମୃତ ଯୁବତୀଜଣକ ଯୁକ୍ତ ତିନି ବିଜ୍ଞାନର ଛାତ୍ରୀ ଥିଲେ। ଯାଜପୁର ଜିଲ୍ଲା ଗଡ଼ମଧୁପୁରର ଅଞ୍ଚଳର ଜଣେ ଯୁବତୀ ନିଜ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଏହି ଛାତ୍ରୀଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କ ବିବାହ ପ୍ରସ୍ତାବ ନେଇ କିଛି ବ୍ୟକ୍ତି ଆସି ତାଙ୍କୁ ଦେଖିବାକୁ ଘରକୁ ଆସିଥିଲେ। ଉକ୍ତ ସମୟରେ ଲୁଗା ପିନ୍ଧାଇ ଦେବାକୁ କହି ବାନ୍ଧବୀଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ। ଏ ସଂପର୍କରେ ମାହାଙ୍ଗା ଥାନାରେ ଏତଲା ହେବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଯୁବତୀ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏନେଇ ପୁଲିସ କିମ୍ବା ଅଭିଯୁକ୍ତ ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

    ପରବୀର୍ତ୍ତ ସମୟରେ ସେହି ଫଟୋଗୁଡ଼ିକୁ ସେ ନିଜ ପୁରୁଷ ବନ୍ଧୁ ସମେତ ଏକାଧିକ ବ୍ୟକ୍ତିଙ୍କୁ ପଠାଇଦେଇଥିଲା। ଏହି ଫଟୋକୁ ଦେଖାଇ କିଛି ଯୁବକ ବିଭିନ୍ନ ସମୟରେ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହ ଟଙ୍କା ଦାବି କରିଆସୁଥିଲେ । ଏପରିକି ଶାରିରୀକ ସମ୍ପର୍କ ରଖିବାକୁ ବି ଧମକ ଦେଉଥିଲେ। ଏଭଳି ଜୁଲମ୍ ସହିନପାରି ଶେଷରେ ଯୁବତୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

  • ରେଲ୍‌ୱେ ଚାକିରି ଦେବା ନାଁରେ ୩ ଲକ୍ଷ ଟଙ୍କା ଠକେଇ

    ରେଲ୍‌ୱେ ଚାକିରି ଦେବା ନାଁରେ ୩ ଲକ୍ଷ ଟଙ୍କା ଠକେଇ

    ଭୁବନେଶ୍ୱର ରେଲ୍‌ୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ଜଣେ ଠକକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଅଞ୍ଚଳର କାହ୍ନୁ ଚରଣ ସ୍ବାଇଁ (୪୩)। ବଡ଼ କଥା ହେଉଛି ଅଭିଯୁକ୍ତ କାହ୍ନୁ ଜଣେ ବରଖାସ୍ତ ପୁଲିସ କର୍ମଚାରୀ। ପୁଲିସ ତା’ଠାରୁ ଜାଲ୍‌ ନିଯୁକ୍ତି ପତ୍ର ଏବଂ ‌କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।କାହ୍ନୁ ଓଡ଼ିଶା ସ୍ପେସାଲ ଆର୍ମଡ୍‌ ପୁଲିସ (ଓଏସ୍‌ଏପି) କର୍ମଚାରୀ ଭାବେ ୨୦୧୮ ମସିହାରେ କୋରାପୁଟରେ କାର୍ଯ୍ୟରତ ଥିଲେ। ଚାକିରିରେ ଅନିୟମିତତା ଯୋଗୁ ତାଙ୍କୁ ବରଖାସ୍ତ କରାଯାଇଥିଲା।ରେଲୱେରେ ବଙ୍ଗଳା ପିଅନ ଚାକିରୀ କରାଇଦେବ କହି ସାଗର ପ୍ରଧାନ ନାମକ ଯୁବକଙ୍କଠୁ ତିନି ଲକ୍ଷ ଟଙ୍କା ଠକି ନେଛନ୍ତି ଟଙ୍କା ଦେବାର ୧୯ ଦିନ ବିତିଯାଇଥିବାରୁ ତାଙ୍କୁ ଚାକିରୀ ନମିଳିବାରୁ ସନ୍ଦେହ କରି ତାଙ୍କ ବାପା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରି ଥିଲେ ଯେ ସେ ଏହି ଟଙ୍କା ତାଙ୍କ ଵିଲ ଓ ଘର ବନ୍ଧା ପକାଇ ଆଣିଥିଲେ ତାଙ୍କ ପୁଅ ଚାକିରି କରିବବୋଲି..

  • ରାଜଧାନୀରେ ବୁଲିଲା ଖଣ୍ଡା

    ରାଜଧାନୀରେ ବୁଲିଲା ଖଣ୍ଡା

    ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁର୍ବର୍ତ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

  • ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୁମ୍ଭାରପ଼ଡା ଥାନା ଅନ୍ତର୍ଗତ ଉପର ମାଳିସାହିରେ । | ମୃତକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ | ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତମାନେ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି।
    ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାର ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ ମାରୁଥିଲା ,ଏହି ଘଟଣା ଅତିଶୟ ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ଏହାକୁ ନେଇ ଅଭିଯୁକ୍ତ ସ୍ବାମୀ ନୃସିଂହ ଘଟଣା ଦିନ ଶଶୁର ଘରକୁ ଯାଇ ପତ୍ନୀ ନନ୍ଦିନୀ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ୍ କରିଥିଲା । ସେଠାରେ ଉପସ୍ଥିତ ଥିବା ସଢୁ, ପୁତୁରା, ଦେଢ଼ ଶାଶୁ, ଶାଶୁ ନୃସିଂହଙ୍କ ପାଖରୁ ନନ୍ଦିନୀକୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ନୃସିଂହ ଏକ ଧାରୁଆ ଛୁରିରେ ସମସ୍ତଙ୍କୁ ଅ।କ୍ରମଣ କରିଥିଲା । ଏକ ଛୁରିରେ ଆକ୍ରମଣ କରିଥଲେ, ଏଥିରେ 4ଜଣ ଅ।ହତ ହୋଇଥିବା ବେଳେ ପୁତୁରା ସୌମ୍ୟ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି ।

    ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ନୃସିଂହ ମହାନ୍ତି ଓ ତାଂକ ବଡ଼ ଭାଈ କାଶୀନାଥ ମହାନ୍ତି। ନୃସିଂହ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ନୃସିଂହଙ୍କ ପ୍ରମୁଖ ସହଯୋଗୀ ହେଉଛନ୍ତି ବଡ ଭାଇ କାଶୀନାଥ ମହାନ୍ତି । ଦୁଇ ଫେରାର ହେବାକୁ ଯୋଜନା କରୁଥୀବା ବେଳେ ପୁରୀ ସଦର ଅଂଚଳ ସମଗରା ଗ୍ରାମରୁ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀ, ଲୁହା ରଡ଼ ଓ ଏକ ହାତୁଡି ଜବତ କରିଛି ପୋଲିସ୍।

  • ବାଲେଶ୍ଵରରୁ ପୁଣି ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ବୁଲେଟ ଜବତ

    ବାଲେଶ୍ଵରରୁ ପୁଣି ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ବୁଲେଟ ଜବତ

    ବାଲେଶ୍ଵରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଖନ୍ତାପଡା ଥାନା ବାହାନାଗା ବଜାର ନିକଟରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋର ଥାନା ଆଟପୁର ଅଞ୍ଚଳର। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବୁଲେଟ ମଧ୍ୟ ଜବତ ହୋଇଛି।

    ଅଭିଯୁକ୍ତ ବ୍ରାଉନସୁଗାର କାରବାର କରୁଥିବା ସୂଚନା ମିଳିବା ପରେ ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଆଲର୍ଟ ମୋଡକୁ ଆସିଥିଲା । ବାହାନଗା ଠାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଅଭିଯୁକ୍ତଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ମିଳିଥିଲା । ଏହାପରେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ ସ୍କ୍ୱାଡ ।

  • ବନ୍ୟ ବିଭାଗର ସର୍ଚ୍ଚ ଅପରେସନରେ ବନ୍ଧା ହେଲେ ଶିକାରୀ ବାପଝିଅ

    ବନ୍ୟ ବିଭାଗର ସର୍ଚ୍ଚ ଅପରେସନରେ ବନ୍ଧା ହେଲେ ଶିକାରୀ ବାପଝିଅ

    ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଧରା ପଡିଲେ ବାପ ଝିଅ । ବହୁ ସାମଗ୍ରୀ ବ୍ୟବହାର କରୁଥିଲେ ଶିକାର ପାଇଁ ଏବଂ ଯାହା ଶିକାର କରୁଥିଲେ ତାକୁ ବିକି ଢେର ରୋଜଗାର କରୁଥିଲେ । ହେଲେ ଏବେ ଏହି ଶିକାରୀ ବନ୍ଧା ହୋଇଛନ୍ତି ଶିକାରୀ ବାପା ଆଉ ଝିଅ (ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ) । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ୨ ଜଣ ଗିରଫ ହୋଇଛନ୍ତି।

    ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା ।

  • ଦୁର୍ଦାନ୍ତ ଅପରାଧୀ ଗିରଫ

    ଦୁର୍ଦାନ୍ତ ଅପରାଧୀ ଗିରଫ

    କମିଶନରେଟ ପୋଲିସ ହାତରେ ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା ଅପରାଧୀ ପାଖରୁ କାର୍ବାଇନ ଜବତ । 9 MM କାର୍ବାଇନ ସହ ୧୯ଟି ଗୁଳି ଜବତ । ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ ସଞ୍ଜୟ ଖୁଣ୍ଟିଆ ସହ ଆଉ ତିନି ସହଯୋଗୀଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ବାଡ୍ । ଭୁବନେଶ୍ୱରରେ ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା। ସେତିକି ବେଳେ ଧରିଲା ସ୍ପେଶାଲ ସ୍କ୍ବାଡ୍। ଏହି ଗ୍ୟାଙ୍ଗ ଖଣି କାରବାରରେ ଲିପ୍ତ ରହୁଥିଲେ। କ୍ରସର ଓ ଷ୍ଟୋନ କ୍ବାରିରେ ଏମାନେ ସମସ୍ତେ କାମ କରନ୍ତି। ସେମାନଙ୍କଠାରୁ ନାଇନ ଏମଏମ କାରବାଇନ ସହ ୧୨ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି। ଜବତ ନାଇନ ଏମଏମ କରବାଇନକୁ ଏସଏଫଏସଏଲକୁ ପଠାଇବ କମିସନରେଟ ପୁଲିସ । ସଞ୍ଜୟ ଖୁଣ୍ଟିଆ ଜଣେ ପେସାଦାର ଅପରାଧୀ, ତା ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ ସହ ଆର୍ମସ ଆକ୍ଟରେ ଅନେକ ଅପରାଧିକ ମାମଲା ରହିଛି। ଗୋଟିଏ କାରବାଇନ, ୨ ଟି ପିସ୍ତଲ, ୪ଟି ମାଗାଜିନ, ୩ଟି କାର,୭ଟି ମୋବାଇଲ ଓ ୧୯ଟି ଗୁଳି ଜବତ ହୋଇଛି।

  • ସେଲ୍‌ଫି ଉଠାଇବା ବାହାନରେ ଜଣେ ମହିଳା ଓ ତାଙ୍କ ଦୁଇ ଛୁଆଙ୍କୁ ବ୍ରିଜ୍‌ରୁ ନଦୀକୁ ଠେଲିଦେଲେ ତାଙ୍କ ଲିଭ୍-ଇନ୍ ପାର୍ଟନର

    ସେଲ୍‌ଫି ଉଠାଇବା ବାହାନରେ ଜଣେ ମହିଳା ଓ ତାଙ୍କ ଦୁଇ ଛୁଆଙ୍କୁ ବ୍ରିଜ୍‌ରୁ ନଦୀକୁ ଠେଲିଦେଲେ ତାଙ୍କ ଲିଭ୍-ଇନ୍ ପାର୍ଟନର

    ଜଣେ ନାବାଳିକାକୁ ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର ବ୍ରିଜ୍‌ ଉପରୁ ଠେଲି ଦେଇଥିଲେ। ବ୍ରିଜ୍ ତଳକୁ ଖସୁଥିବା ସମୟରେ ସେ ସେଥିରେ ଲାଗିଥିବା ଏକ ପ୍ଲାଷ୍ଟିକ ପାଇପକୁ ଧରି ପକାଇଥିଲେ। ଫଳରେ ନଦୀରେ ନପଡ଼ି ସେ ଝୁଲି ରହିଥିଲେ। ଆଉ ଡରି ନଯାଇ ମୋବାଇଲରୁ ୧୦୦କୁ ଡାଏଲ କରିଥିଲେ। ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ତେବେ ତାଙ୍କ ମା’ ଓ ସାନ ଭଉଣୀ ନିଖୋଜ ଅଛନ୍ତି। ସେମାନଙ୍କୁ ବି ବ୍ରିଜ୍‌ ତଳକୁ ଠେଲି ଦେଇଥିଲେ ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ। ପୁଲିସ୍ ଦ୍ୱାରା ଉଦ୍ଧାର ହୋଇଥିବା ଏହି ଝିଅଟିର ନାଁ କୀର୍ତ୍ତନା (୧୦)। ସେ ଗୁଣ୍ଟୁର ଜିଲ୍ଲାର ତାଡ଼େପଲ୍ଲୀର ବାସିନ୍ଦା। ତାଙ୍କ ମା’ଙ୍କ ନାଁ ପୁପ୍ପଲା ସୁହାସିନୀ (୩୬) ଓ ଭଉଣୀଙ୍କ ନାଁ ଜର୍ସି (୧)। ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର ତଥା ଅଭିଯୁକ୍ତଙ୍କ ନାଁ ଉଲବା ସୁରେଶ। କୀର୍ତ୍ତନାଙ୍କ କହିବା ଅନୁଯାୟୀ, ରବିବାର ଉଲବା ସେମାନଙ୍କୁ କାରରେ ରାଜମହେନ୍ଦ୍ରବରମ (ରାଜମଣ୍ଡ୍ରୀ) ବୁଲାଇବାକୁ ନେଇଥିଲେ। ରାତିପ୍ରାୟ ସାଢ଼େ ୩ଟା ବେଳେ ସେମାନେ ରାବୁଲାପାଲେମ ବ୍ରିଜ୍‌ରେ ଅଟକି ଥିଲେ। ସେଲ୍‌ଫି ନେବା ପାଇଁ କହି ଉଲବା କାର ରଖିଥିଲେ। ହେଲେ ସେମାନେ କିଛି ବୁଝିବା ଆଗରୁ ଉଲବା ସେମାନଙ୍କୁ ବ୍ରିଜ୍‌ରୁ ଗୋଦାବରୀ ନଦୀକୁ ଠେଲି ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ସେ ପ୍ଲାଷ୍ଟିକ ପାଇପକୁ ଧରି ବ୍ରିଜ୍‌ରେ ଝୁଲି ରହିଥିବା ବେଳେ ତାଙ୍କ ମା ଓ ଭଉଣୀ ନଦୀରେ ପଡ଼ିଯାଇଥିଲେ।ରାବୁଲାପାଲେମ ପୁଲିସ କହିଛି, ରବିବାର ରାତି ପ୍ରାୟ ୩ଟା ୫୦ ମିନିଟ ବେଳକୁ ଆମେ ଏକ ଫୋନ୍ ପାଇଲୁ। ଜଣେ ଝିଅ ତାଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଆମର ଏକ ଟିମ୍ ପ୍ରାୟ ୧୦ ମିନିଟ ଭିତରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ନାବାଳିକା ଜଣଙ୍କ ବିପଜ୍ଜନକ ଅବସ୍ଥାରେ ଏକ ପ୍ଲାଷ୍ଟିକ ପାଇପକ ଧରି ବ୍ରିଜ୍‌ରେ ଝୁଲି ରହିଥିଲେ। ପୁଲିସ୍ ଟିମ୍‌ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। କିନ୍ତୁ ତାଙ୍କ ମା’ ଓ ଭଉଣୀ ନିଖୋଜ ଥିଲେ।

  • ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଗୋଟେପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ ।ସୂଚନା ଅନୁସାରେ କେଶଦୁରାପାଳ ଗାଁର ଦିଲ୍ଲୀପ ମୁଖୀ ହାଟରେ ଝାଡୁ କରି ଦେକାନ ପିଛା ୫ ଟଙ୍କା ନେଇଥାନ୍ତି ।

    ତେବେ ଗତକାଲି ହାଟରେ ଥିବା ଏକ ପରିବା ଦୋକାନରୁ ଜଣେ ଗ୍ରାହକ ଏକ କିଲୋ ଟମାଟେ ନେଇ ଟଙ୍କା ଦେଇନଥିଲେ । ଏଥିପାଇଁ ପରିବା ଦୋକାନୀ କିନ୍ତୁ ଦିଲ୍ଲୀପ ସେହି ଏକ କିଲୋ ଟମାଟୋ ନେଇଛନ୍ତି କହି ଟଙ୍କା ମାଗିଥିଲେ ।

    ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରିବା ଦୋକାନୀ ଓ ତାର ସହଯୋଗୀ ବାଟରେ ଦିଲ୍ଲୀପଙ୍କୁ ଅଟକାଇ ମାଡ ମାରିଥିଲେ । ଛୁରା ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ଏହି ସମୟରେ ଦିଲ୍ଲୀପଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବି ଆକ୍ରମଣର ଶିକାର ହୋଇଛନ୍ତି । ଝାଡୁଦାର ଦିଲ୍ଲୀପ ଗୁରତର ଆହତ ହୋଇଥିବା ବେଳେ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି ।

    ଉଭୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଘଷିପୁରା ଥାନାରେ ଅଭିଯୋଗ ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ ଜାରି ରଖିଛି ।