Category: ଅପରାଧ

  • ବାଘଛାଲ ସହ ୨ ଶିକାରୀ ଗିରଫ

    ବାଘଛାଲ ସହ ୨ ଶିକାରୀ ଗିରଫ

    କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବନ ବିଭାଗ ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି । ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ପ୍ରମୋଦ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇ ଥିବା ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଭବାନୀ ଶଙ୍କର ପ୍ରଧାନ ଙ୍କ ଠାରୁ ଏକ କାଲରାପତରିଆ ବାଘ ଚମଡା ଜବତ ହୋଇଛି |

    ଗିରଫ ହୋଇଥିବା ୨ ସନ୍ଦିଗ୍ଧ ଙ୍କ କହିବାଅନୁସାରେ ବାରାହା ଶିକାର ପାଇଁ ଫାସ ପକାଯାଇଥିବା ଜାଲ ରେ ବାଘ ପଡିଛି । ତେବେ ଏହି ବାଘ ଶିକାର ରେ ସମ୍ପୃକ୍ତ ଥିବା ଅନ୍ୟ ମାନେ ଫେରାର ରହିଥିବା ଜଣାପଡ଼ିଛି । ବନ ବିଭାଗ ଅଧିକାରୀ କାଜଲ ନାୟକ କେଶ ନମ୍ବର ୧୦୬/୨୪-୨୫ ରେ ଏକ ମାମଲା ରୁଜୁ କରିଛି | ସେପଟେ ଗିରଫ ୨ଜଣ ଙ୍କୁ କୋର୍ଟ ଚାଲାଣ କରୀଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରହିଛି | ବାଘ ଶିକାର କରି ମାଂସ ଭାଗ ଵାଣ୍ଟି ଖାଇଥିବା ସୂଚନା ଦେଇଛି ବନ ବିଭାଗ |

  • ପାରାଦ୍ଵୀପ ଅଞ୍ଚଳରୁ ୨ ଲକ୍ଷ ଟଙ୍କାର ଧଳା ଜହର ଜବତ,କେଉଁଠୁ ଆସୁଛି ଏ ଜହର?

    ପାରାଦ୍ଵୀପ ଅଞ୍ଚଳରୁ ୨ ଲକ୍ଷ ଟଙ୍କାର ଧଳା ଜହର ଜବତ,କେଉଁଠୁ ଆସୁଛି ଏ ଜହର?

    ଜଗତସିଂହପୁର ଓ ପାରାଦ୍ଵୀପ ଥାନା ଅଞ୍ଚଳରୁ ପାଖାପାଖି ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା। ପାରାଦ୍ଵୀପ ଆଦର୍ଶ ଥାନା ଅଧିନ କେବିନ ମାର୍କେଟ ନିକଟ ମୁଣ୍ଡା ପଡା ରୁ ସଞ୍ଜୟ ପୋଦାର ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସଞ୍ଜୟ ଏକ ବାଇକରେ ଯାଉଥିବା ବେଳେ ତାକୁ ପୋଲିସ ଅଟକାଇ ଯାଞ୍ଚ କରିବାରୁ ତା ନିକଟରୁ ୧୧.୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା।‌ ପୋଲିସ ବାଇକ୍ କୁ ଜବତ କରିବା ସହିତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

    ସେହିପରି ଜଗତସିଂହପୁର ଥାନା ଅଞ୍ଚଳରୁ ୧୦.୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଜଗତସିଂହପୁର ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ଏସପି ପାରାଦ୍ଵୀପ ଆଦର୍ଶ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

  • ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

    ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

    ଚାଲିଥିଲା ଡକାୟତି ଯୋଜନା , ପଣ୍ଡ କଲା ବରଗଡ଼ ପୋଲିସ । ସୂଚନା ଅନୁଯାୟୀ ତ କାଲି ବିଳମ୍ବିତ ରାତିରେ ବରଗଡ ପୁରୁଣା ଜିରା ବ୍ରିଜ ନିକଟ ସ୍ମଶାନ ଘାଟ ନିକଟରେ ପାଞ୍ଚ ଜଣ ଯୁବକ ଡକାୟତି ନେଇ ଯୋଯନା କରୁଥିଲେ ।ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ SP ପ୍ରହଲ୍ଲାଦ ସାହାଇ ମିନାଙ୍କ ନିଁର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜିରା ବ୍ରିଜ ସ୍ମଶାନ ଘାଟରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

    ଏହି ଚଢାଉରେ ଞ୍ଚୋଟି ପିସ୍ତଲ ସହ ୩୪ ଟି ଜୀବନ୍ତ ଗୁଳି ଓ ପାଞ୍ଚୋଟି ମୋବାଇଲ ଫୋନ ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏତେ ବନ୍ଧୁକ ଆଉ ଗୁଳି ଦେଖି ପ୍ରଶ୍ନ ଉଠୁଛି ଏହି ପାଞ୍ଚ ଅଭିଯୁକ୍ତ ବଡ ଧରଣର ଡକାୟତ ଯୋଜନା ପାଇଁ ଆସିଥିଲେ ନାଁ ବନ୍ଧୁକ ଚୋରା ଚାଲାଣ ପାଇଁ ଆସିଥିଲେ ।ଏମାନଙ୍କର ଆଉ କେହି ମାଷ୍ଟର ମାଇଣ୍ଡ ଅଛନ୍ତି କି । ଯଦି ବନ୍ଧୁକ ଚେରାଚାଲଣ ହେଉଥିଲା ତେବେ କେଉଁଠାକୁ ଚୋରାଚାଲଣ ହେଉଥିଲା । ଏହି ସବୁ ଦିଗକୁ ପୋଲିସ ଅନୁଧ୍ୟାନ କରି ତଦନ୍ତ ଆରମ୍ବ କରିଛି I ତଦନ୍ତ ସରିବା ପରେ ସର୍ବିଶେଷ ତଥ୍ୟ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କରିଛନ୍ତି

  • କୋଟିପତି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅକଲ ଗୁଡ଼ୁମ…

    କୋଟିପତି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅକଲ ଗୁଡ଼ୁମ…

    ବଲାଙ୍ଗୀରରୁ ବରଗଡ଼ , ସମ୍ବଲପୁରରୁ ସୁବର୍ଣ୍ଣପୁର , ସବୁଠି ପୁଳାପୁଳା ସମ୍ପତ୍ତି । ରାଜପ୍ରାସାଦ ଭଳି କୋଠା ଜମିବାଡ଼ି, ଘରଦ୍ୱାର । କୋଟି କୋଟି ଟଙ୍କାର ବ୍ୟାଙ୍କ ଜମା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁରେଶ କୁମାର ପାଣିଗ୍ରାହୀଙ୍କ ଏଭଳି ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ପାଣିଗ୍ରାହୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବାବେଳେ ୨ଟି କୋଠା ୧୯ଟି ପ୍ଲଟ୍‌, ୪ ଏକରରେ ପରିବ୍ୟାପ୍ତ ଶାଗୁଆନ୍‌ ଫାର୍ମ ଠାବ ହୋଇଛି । କେବଳ ଏତିକି ନୁହେଁ ବ୍ୟାଙ୍କ, ପୋଷ୍ଟଅଫିସ୍‌, ମ୍ୟୁଚୁଆଲ୍‌ ଫଣ୍ଡରେ ବିନିଯୋଗ ବାବଦ ୧ କୋଟି ୭୨ ଲକ୍ଷ ଟଙ୍କା ମିଳିଛି । ଏହି ଘଟଣାରେ ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ପରେ ତାଙ୍କୁ କୋର୍ଟ ଚାଲଣ କରାଯିବ।ସିଏସ୍‌ଓ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ବେନାମୀ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ ହୋଇଛି ।

  • ଭଣ୍ଡ ବାବାଙ୍କ ପରେ ଠକ ଅଶ୍ୱିନୀ, ଚାକିରୀ ଦେବାନାଁରେ ଲୁଟୁଥିଲା ଟଙ୍କା

    ଭଣ୍ଡ ବାବାଙ୍କ ପରେ ଠକ ଅଶ୍ୱିନୀ, ଚାକିରୀ ଦେବାନାଁରେ ଲୁଟୁଥିଲା ଟଙ୍କା

    ସୂଚନା ଅନୁସାରେ, ଓଡିଶା ଷ୍ଟେଟ ଲେବର କୋ ଅପରେଟିଭ ସୋସାଇଟି ନାମରେ ଅପପ୍ରଚାର କରିବା ଓ ସଂସ୍ଥାର ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଶ୍ୱିନୀ ପଟ୍ଟନାୟକ ପାଇଁ ପଡିଛି ମହଙ୍ଗା ।

    ହରଡ଼ଘଣାରେ ଅଶ୍ୱିନୀ ପଟ୍ଟନାୟକ…ଖୁବ ଶୀଘ୍ର ଗିରଫ ହେବ ଠକ ଅଶ୍ୱିନୀ ପଟ୍ଟନାୟକ । ଏଥି ସହ ଏକ ନିର୍ଦିଷ୍ଟ ୱେବ ଚାନେଲ ବିରୁଦ୍ଧରେ ମଧ୍ୟ ସାଇବର ଥାନାରେ ମଧ୍ୟ ଦିଆଯିବ ଅଭିଯୋଗ । ଏ କଥା ସ୍ପଷ୍ଟ କରିଛନ୍ତି ଓଡିଶା ଷ୍ଟେଟ ଲେବର କୋଅପରେଟିଭ ସୋସାଇଟିର ସମ୍ପାଦକ । ସୂଚନା ଅନୁସାରେ, ଓଡିଶା ଷ୍ଟେଟ ଲେବର କୋ ଅପରେଟିବ ସୋସାଇଟି ନାମରେ ଅପପ୍ରଚାର କରିବା ଓ ସଂସ୍ଥାର ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଠକ ଅଶ୍ୱିନୀ ପଟ୍ଟନାୟକ ପାଇଁ ପଡିଛି ମହଙ୍ଗା । ସଂସ୍ଥାର ଦୁଇ ଜଣ କର୍ମଚାରୀ ମାନସ ରଞ୍ଜନ ଭୁତିଆ ଓ ତୁଳସୀ ଦାଶ, ଅଶ୍ୱିନି ପଟ୍ଟନାୟକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଅଶ୍ୱିନୀଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

    ଅନ୍ୟପଟେ, ଅଶ୍ୱିନୀ ପଟ୍ଟନାୟକ କୁତ୍ସାରଚନା କରି ସୋସିଆଲ ମିଡ଼ିଆ ମାଧ୍ୟମରେ ସଂସ୍ଥାର ମୁଖ୍ୟଙ୍କୁ ବଦନାମ କରିବାକୁ ଉଦ୍ୟମ ଜାରି ରଖିଥିଲା । ଏହାକୁ ଦୃଷ୍ଟିରେ ରଖି, ସଂସ୍ଥାର ସମ୍ପାଦକ ଶ୍ୟାମ ଲାଲ ପ୍ରଧାନ ଖୁବ ଶୀଘ୍ର ସାଇବର ଥାନାର ଦ୍ୱାରସ୍ତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

    ପୂର୍ଵରୁ ମଧ୍ୟ ଅଶ୍ୱିନୀ ପଟ୍ଟନାୟକ ବିଭିନ୍ନ ସଂସ୍ଥାରେ ଚାକିରୀ ଦେବ କହି ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିବାର ଏକାଧିକ ଅଭିଯୋଗ ହୋଇଛି ।

  • ଭିଜିଲାନ୍ସ ଜାଲରୁ ମୁକୁଳି ପାରୁନାହାଁନ୍ତି ସରକାରୀ ବାବୁମାନେ…

    ଭିଜିଲାନ୍ସ ଜାଲରୁ ମୁକୁଳି ପାରୁନାହାଁନ୍ତି ସରକାରୀ ବାବୁମାନେ…

    ଆଉ ଜଣେ ଅଧିକାରୀ ପଡିଲେ ଭିଜିଲାନ୍ସ ଜାଲରେ । ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । ରେଶ ପାଣିଗ୍ରାହୀ ଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।ରେଡରେ ସୋନପୁର ଭିଜିଲାନ୍ସ ବିଭାଗ ର ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ପଟିଆ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ୨ ଆଡିସନାଲ ଏସପି, ୩ ଡିଏସପି, ୭ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଚାଲିଛି ରେଡ୍। ପୈତୃକ ଘର ସମେତ କାର୍ଯ୍ୟାଳୟ, ସମ୍ପର୍କୀୟଙ୍କ ଘର, ଇଟା ଭାଟି ଓ ପେଟ୍ରୋଲ ପମ୍ପରେ ଏହି ଚଢ଼ାଉ କରାଯାଉଛି। ତେବେ ବାବୁ ଜଣଙ୍କ କେତେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ରଖିଛନ୍ତି ତାହା ଏପର୍ଯ୍ଯନ୍ତ ଜଣାପଡିନାହିଁ ।

  • ପଦ୍ମପୁରରେ ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

    ପଦ୍ମପୁରରେ ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

    ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ମଛମାରିବାକୁ ଘରୁ ଡାକି ନେଇ ୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ଅଭିଯୁକ୍ତ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସମୟରେ ସୋଢା ଗ୍ରାମର ପ୍ରଶାନ୍ତ ନାମକ ଜଣେ ଯୁବକ ନାବାଳିକାଙ୍କୁ ମାଛମାରିଯିବା ପାଇଁ କହି ସାଙ୍ଗରେ ନେଇଯାଇଥିଲା । ନିକଟରେ ଥିବା ଡୁଙ୍ଗୁରି ଜଙ୍ଗଲକୁ ନେଇ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲା ଅଭିଯୁକ୍ତ । ଘଟଣା ପ୍ରଘଟ ହେବା ଭୟରେ ନାବାଳିକା ଝିଅଟିର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଅନ୍ୟପକ୍ଷେ ଘରେ ଝିଅ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ପ୍ରଶାନ୍ତ ତାଙ୍କ ଝିଅଙ୍କୁ ମାଛ ମାରିଯିବା କହି ନେଇଯାଇଥିବା ଜଣାପଡିବାରୁ ଗ୍ରାମର ଯୁବକମାନେ ପ୍ରଶାନ୍ତଙ୍କୁ ଧରି ପଚରାଉଚରା କରିଥିଲେ। ଏହାପରେ ପ୍ରଶାନ୍ତ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି। ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି ବୋଲି ପାଇକମାଳ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଜଣାଇଛନ୍ତି।

  • ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

    ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

    ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା । ହତ୍ୟା ପରେ ୱାଶିଂମେସିନରେ ମୃତଦେହ ରଖିଥିଲା ଅଭିଯୁକ୍ତ । ଶେଷରେ ବନ୍ଧା ହେଲା । ସୂଚନା ଅନୁଯାୟୀ ,ଗୁଜୁରାଟ ସୁରଟର ଉଦୁନା ଠାରେ କେନ୍ଦ୍ରାପଡା ମହାକାଳପଡା ଯଶୁଆପଲି ବାଲିସାହିର ମନୋଜ ସାହୁ ଦୀର୍ଘ ୪ବର୍ଷ ହେବ ଏକ ଭେରାଇଟ ଷ୍ଟୋର କରି ସେଠାରେ ରହୁଥିଲେ । କଟକର ଗୁରୁଚରଣ ପ୍ରଧାନଙ୍କ ସହ ଟଙ୍କା ଦେଣ ନେଣକୁ ନେଇ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା । ଘଟଣାରେ ଉତ୍ଖିପ୍ତ ହୋଇ ମନୋଜ ଗୁରୁଚରଣକୁ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରିଥିଲା । ପରେ ମୃତଦେହକୁ ଏକ ଲୁଗାସଫା ମେସିନରେ ଲୁଚାଇ ରଖିଥିଲା । ଘଟଣାର ସାତ ଦିନପରେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଯବତ କରିବା ସହ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଅଭିଯୁକ୍ତ ମନୋଜ ଭୂବନେଶ୍ବର ସମେତ କର୍ଣ୍ଣାଟକ ,ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଲୁଚି ରହିଥିଲା । ମୋବାଇଲ୍ କୁ ଟ୍ରାକ କରି ଦୀର୍ଘ ୪/୫ଦିନ ହେବ ଆସାମୀ ମନୋଜ ଆରଡିରେ ରହି ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ସ୍ଥାନୀୟ ଲୋକ ଓ ଆରଡି ପୋଲିସର ମିଳିତ ସହଯୋଗରେ ଆସାମୀକୁ କାବୁ କରିଛି ଗୁଜୁରାଟ ପୋଲିସ।

  • କେନ୍ଦ୍ରାପଡାରେ ପିଲା ଚୋରି, ପ୍ଲାଷ୍ଟିକ ଡବାରେ ପୁରାଇ ନେଉଥିବା ବେଳେ ଧରିଲେ ଗ୍ରାମବାସୀ

    କେନ୍ଦ୍ରାପଡାରେ ପିଲା ଚୋରି, ପ୍ଲାଷ୍ଟିକ ଡବାରେ ପୁରାଇ ନେଉଥିବା ବେଳେ ଧରିଲେ ଗ୍ରାମବାସୀ

    ପଟ୍ଟାମୁଣ୍ଡାଇ ବ୍ଳକ ନିମପୁର ଶାସନ ଗାଁରେ ପିଲା ଚୋରି ଅଭିଯୋଗରେ ବୁଲା ବେପାରୀ କୁ କାବୁ କଲେ ଗ୍ରାମବାସୀ ।ଏକ ପ୍ଲାଷ୍ଟିକ ଡବା ରେ ଛୋଟ ଶିଶୁକୁ ପୁରାଇ ନେଉଥିବା ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଅଟକ ଅଛି ବୁଲା ବେପାରୀ ।ପଟ୍ଟାମୁଣ୍ଡାଇ ବ୍ଳକ ରାଜନଗର ଶାସନ ଛକରେ ଜଣେ ମହିଳା ଓ ଜଣେ ପୁରୁଷ ଏକ ମୋଟରସାଇକେଲରେ ଗାଁ କୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସି ନିମପୁର ଶାସନ ଗ୍ରାମର ଅରୁଣ ମଳିକ ଙ୍କ ୭ ବର୍ଷ ର ପୁଅଙ୍କୁ ଡବ ରେ ପୁରାଇ ନେଉଥିବାର ଅନ୍ୟ ଏକ ପିଲା ଦେଖି ପାଟିକରିବାରୁ ଗ୍ରାମବାସୀ ମାନେ ଦୁଇଜଣ ଙ୍କୁ ଅଟକାଇ ନିର୍ଧୁମ ପିଟି ପଂଚାୟତ ଗୃହରେ ଅଟକ ରଖିଥିଲେ । ଘଟଣା ସ୍ଥଳରୁ କ୍ଷତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ ।

    ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପହଂଚି ଦୋଷୀକୁ ପୋଲିସ ଗାଡ଼ିରେ ନେବାବେଳେ ଗ୍ରାମବାସୀ ମାନେ ପୋଲିସ ଗାଡିକୁ ଅଟକାଇ ଗାଡିକୁ ଯିବାକୁ ବିରୋଧ କରିଥିଲେ ଓ ଅଭିଯୁକ୍ତ କୁ ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତ ଙ୍କୁ ନିଜ ହେପାଜତ ରେ ରଖି ତଦନ୍ତ ଜାରି ରଖିଛି

  • ପ୍ରେମରେ ବିଫଳ ହତାଶିଆ ପ୍ରେମିକ, ଅଶ୍ଳିଳ ଫଟୋ ଭାଇରାଲ କରିବାକୁ ଦେଉଛି ଧମକ

    ପ୍ରେମରେ ବିଫଳ ହତାଶିଆ ପ୍ରେମିକ, ଅଶ୍ଳିଳ ଫଟୋ ଭାଇରାଲ କରିବାକୁ ଦେଉଛି ଧମକ

    ଏକ ତରଫା ପ୍ରେମର କରୁଣ ପରିଣତି । ମହିଳା ୟୁଟୁବରଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିଶୋଧ ପାରାୟଣ ଯୁବକଙ୍କ ଭୟଙ୍କର କାରନାମା । ମହିଳାଙ୍କୁ ବ୍ଲାକମେଲିଂ କରିବା ସହ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ମହିଳାଙ୍କ ଫଟକୁ ଅଶ୍ଳିଳ ଭାବେ ଏଡିଟିଂ କରି ଫଟୋ ଅପଲୋଡ଼ କରି ବଦନାମ କରିବାକୁ ଅପଚେଷ୍ଟା କରୁଛି ହତାସ ପ୍ରେମିକ ।

    ବାସ୍ତବରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଗାଁର ଜଣେ ମହିଳା ୟୁଟୁବର ଏକ ବର୍ଷ ତଳେ ରାହାମା ସ୍ପନ୍ଦନା ଫାଇନାନ୍ସ ଶାଖାରୁ ଋଣ ଆଣିଥିଲେ । ତେବେ ମାସିକ କିସ୍ତି ଆଦାୟ ପାଇଁ ସେହି ସ୍ପନ୍ଦନା ଫାଇନାସନ୍ସ ଶାଖାର ଜଣେ କର୍ମଚାରୀ ମହିଳାଙ୍କ ଘରକୁ ଆସୁଥିଲେ ଓ ତାଙ୍କର ଜଣେ ପ୍ରଶଂସକ ବୋଲି କହି ବନ୍ଧୁତ୍ୱ ସ୍ଥାପନ କରିଥିଲେ । ମହିଳାଙ୍କ ଋଣ ପରିଶୋଧ ହେବା ପରେ ସେ ପୁନଶ୍ଚ ବାରମ୍ବାର ମହିଳାଙ୍କ ଘରକୁ ଆସି ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରୁଥିଲେ ।

    ମହିଳା ଜଣଙ୍କ ବିବାହିତା ହୋଇଥିବାରୁ ତାଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିବା ପରେ ସେ ପ୍ରତିଶୋଧ ପାରାୟଣ ହୋଇ ମହିଳାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ତାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ କରି ଅପଲୋଡ଼ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମହିଳାଙ୍କ ନାବାଳିକା ଝିଅକୁ ହତ୍ୟା କରିବ ବୋଲି ଧମକ ଦେଉଥିବା ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଫାଇନାସନ୍ସ କର୍ମଚାରୀ ଜଣଙ୍କ ମହିଳାଙ୍କୁ ବାରମ୍ବାର ଫୋନ ରେ କଥା ହେବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଅଶ୍ଳୀଳ ମେସେଜ ଓ ଅଶ୍ଳୀଳ ଭଏସ ମେସେଜ କରୁଥିବାର ସେ ତଥ୍ୟ ଦେଇଛନ୍ତି । ଏନେଇ ସେ ସାଇବର ସେଲରେ ମଧ୍ୟ ଏକ ଅଭିଯୋଗ କରିଥିବା ସୂଚନା ମିଳିଛି ।