Category: ଅପରାଧ

  • ମୋବାଇଲ୍ ଫୋନ୍ ଛଡ଼ାଇ ନେବା ପରେ ଯୁବତୀଙ୍କ ହିଂସାତ୍ମକ ପ୍ରତିକ୍ରିୟା

    ମୋବାଇଲ୍ ଫୋନ୍ ଛଡ଼ାଇ ନେବା ପରେ ଯୁବତୀଙ୍କ ହିଂସାତ୍ମକ ପ୍ରତିକ୍ରିୟା

    ଭାଗଲପୁର ସହରର ସାଣ୍ଡିସ୍ କମ୍ପାଉଣ୍ଡ ପଡ଼ିଆରେ ଏକ ମୋବାଇଲ୍ ଫୋନ୍ ଛିନତାଇ ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଜଣେ ଯୁବକ ଘଟଣାସ୍ଥଳରେ ଉପସ୍ଥିତ ଜଣେ ଯୁବତୀଙ୍କଠାରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଦୌଡିବାକୁ ଲାଗିଲା । ତେବେ, ମହିଳା ଏବଂ କିଛି ଦେଖଣାହାରୀ ତୁରନ୍ତ ଅଭିଯୁକ୍ତଙ୍କୁ ପିଛା କରି କାବୁ କରିଥିଲେ।

    ଧରାପଡ଼ିବା ପରେ, ମହିଳା ଏବଂ ଅନ୍ୟମାନେ ତାକୁ ପ୍ରବଳ ମାଡ଼ ମାରିଥିଲେ। ଏହି ସମୟରେ ମହିଳାଙ୍କ କ୍ରୋଧ ଏବଂ ପ୍ରତିକ୍ରିୟା ବହୁତ ତୀବ୍ର ହେବା ଦେଖାଯାଇଥିଲା । ତଦନ୍ତ ସମୟରେ, ଅଭିଯୁକ୍ତ ପ୍ରକାଶ କରିଥିଲା ​​ଯେ ସେ ଚୋରି ମୋବାଇଲ୍ ଫୋନ୍‌ଟିକୁ ନିକଟସ୍ଥ ବୁଦାରେ ଫିଙ୍ଗି ଦେଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଚିହ୍ନଟ ହେବା ପରେ ବୁଦାରୁ ମୋବାଇଲ୍ ଫୋନ୍‌ଟି ଉଦ୍ଧାର କରାଯାଇଥିଲା।

    ଏହା ପରେ ଅଭିଯୁକ୍ତକୁ ତିଲକା ମାଞ୍ଝି ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ କହିଛି ଯେ ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଚାଲିଛି ଏବଂ ଯୁବତୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ରେକର୍ଡ କରାଯାଉଛି।

    ଘଟଣା ପରେ ସ୍ଥାନୀୟ ବାସିନ୍ଦା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ପଡ଼ିଆ ଏବଂ ଆଖପାଖ ଅଞ୍ଚଳରେ ପ୍ରାୟତଃ ଭିଡ଼ ହୁଏ, ଯାହା ଫଳରେ ମହିଳା ଏବଂ ଯୁବପିଢ଼ିଙ୍କ ପାଇଁ ଏପରି ଘଟଣା ଘଟିବାର ସମ୍ଭାବନା ଅଧିକ।

    ବିଶେଷଜ୍ଞଙ୍କ କହିବା କଥା ଯେ ମୋବାଇଲ ଛିନତାଇ ଏବଂ ରାସ୍ତାରେ ଏପରି ଅପରାଧ କ୍ରମାଗତ ଭାବରେ ବୃଦ୍ଧି ପାଉଛି, ତେଣୁ କେବଳ ପୋଲିସ ସତର୍କ ରହିବା ଉଚିତ ନୁହେଁ ବରଂ ନାଗରିକମାନେ ମଧ୍ୟ ସତର୍କ ରହିବା ଉଚିତ ଏବଂ ସେମାନଙ୍କର ମୋବାଇଲ୍ ଫୋନ୍ ଏବଂ ମୂଲ୍ୟବାନ ଜିନିଷଗୁଡ଼ିକୁ ସୁରକ୍ଷିତ ରଖିବା ଉଚିତ।

  • ମୋ ସ୍ବାମୀଙ୍କୁ ମାରିଦେଲା ଶିବା ଚମ୍ପତି!

    ମୋ ସ୍ବାମୀଙ୍କୁ ମାରିଦେଲା ଶିବା ଚମ୍ପତି!

    ୟୁଟୁବର ମୃତ୍ୟୁ ଘଟଣାରେ ସମ୍ନାକୁ ଆସିଲା ଭୟଙ୍କର ସତ। ମୁଁହ ଖୋଲିଲେ ରାହୁଲଙ୍କ ସ୍ତ୍ରୀ ତ୍ରିଶ୍ନା , ଦେଲେ ସାଙ୍ଘାତିକ ବୟାନ। ରାହୁଲଙ୍କ ଫୋନ୍ ରେ ରହିଛି ମୃତ୍ୟୁ ପୂର୍ବର ଭିଡିଓ। ଏହା ମର୍ଡର ନୁହେଁ ଯୋଜନା ବଧ ହତ୍ୟା। ପ୍ରଥମ ୨ ମାସ ନଜର ରଖିଲେ। ସୁଯୋଗ ଦେଖି ମାରିଦେଲେ। ଆଉ ଏ ସବୁର ମାଷ୍ଟର ମାଇଣ୍ଡ ଥିଲେ ଶିବା ଚମ୍ପତି। ଶିବା ଫୋନ କରି ଡାକିଲା ମରିଗଲା ପରେ ଛାଡି ପଳେଇଲା। ମୋ ସ୍ୱାମୀଙ୍କୁ ପ୍ରୀ ପ୍ଲାନ୍ କରି ମାରି ଦେଇଛନ୍ତି। ଯୋଉ ମାନେ ତାଙ୍କ ମୃତ୍ୟୁ ପଛରେ ଅଛନ୍ତି ସେମାନେ ଗୋଟି ଗୋଟି କରି ସାମ୍ନାକୁ ଆସିବେ।

    ୟୁଟୁବରଙ୍କ ମୃତ୍ୟୁ ପରେ ପରିବାର ଆଖିରୁ ସୁଖୁନି ଲୁହ। ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ। ଚାହୁଁ ଚାହୁଁ ୩ ଦିନ ହେଲାଣି । ମୋ ଧନର ମୁଁହ ମୁଁ ଦେଖିନି। ଖାଇବା କଣ ପାଣି ବୁନ୍ଦବି ଯାଉନି। ଏତିକି କହୁ କହୁ ମା ଙ୍କର ବୁଡି ଯାଉଛି ଚେତା। ଆଉ ସେପଟେ ସ୍ତ୍ରୀ ତ୍ରିଷ୍ଣା ଘରର କୋଣ ଅନୁକୋଣ ଚାହୁଁଛନ୍ତି , ସବୁ ସ୍ମୃତିକୁ ଦେଖୁଛନ୍ତି। ଆଉ କଇଁ କଇଁ ହୋଇ କାନ୍ଦୁଛନ୍ତି। କହୁଛନ୍ତି କାହିକିଁ ଅଧା ବାଟରେ ମତେ ଛାଡିଦେଲ । ୭ ଜନ୍ମ ପାଈଁ କଥା ଦେଇଥିଲ । ଆଜି ଏକା କରିଦେଲ। ମୁଁ କେମିତି ବଞ୍ଚିବି , କାହା ପାଇଁ ବଞ୍ଚିବି ? ଏମିତି କହି କୋହ ସମ୍ଭାଳି ପାରୁନାହାନ୍ତି। ତମେ ବେସ୍ତ ହୁଅନା ମୁଁ ତମକୁ ନିଶ୍ଚିନ୍ତ ନ୍ୟାୟ ଦେବି।

    ରାହୁଲଙ୍କ ମୃତ୍ୟୁ ପୁର୍ବରୁ ତାଙ୍କ ଫୋନକୁ ଆସିଥିଲା ଧମକ । କୋଉଠି ଅଛି ଶିବା। ଏତେ ସବୁ ଭିତରେ କାହିଁକି ସାମ୍ନାକୁ ଆସୁନି। ନିଜେ ବିପଦରେ ପଡ଼ିଥିବା ବେଳେ ମୋ ସ୍ବାମୀଙ୍କୁ ଡାକୁଥିଲା। ଆଉ ଏବେ ଦେଇ ସାଙ୍ଗ ମାରିବା ପରେବି ତା ପାଖ ମାଡ଼ିଲାନି। କି ସାମ୍ନାକୁ ଆସି ସାକ୍ଷୀ ବି ଦେଲାନି। ଏମିତି କହି ସଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲଙ୍କ ସ୍ତ୍ରୀ। ଖବର ଅନୁସାରେ ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯବାନ ଓ ତାଙ୍କର ଦୁଇ ପୁତୁରାକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ବିଳମ୍ବିତ ରାତିରେ ରାହୁଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେ ଜଣେ ୟୁଟ୍ୟୁବ ବ୍ଲଗର। ତେବେ ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କମିଶନରେଟ୍ ପୁଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଆଉ ରାହୁଲ ସ୍ତ୍ରୀଙ୍କ ଏଭଳି ବୟାନ ପରେ ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

  • ରାଜଧାନୀରେ ଅଭାବନୀୟ କାଣ୍ଡ: ୟୁଟ୍ୟୁବର ରାକେଶ ମହାରଣାଙ୍କୁ ନିର୍ମମ ହତ୍ୟା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।

    ରାଜଧାନୀରେ ଅଭାବନୀୟ କାଣ୍ଡ: ୟୁଟ୍ୟୁବର ରାକେଶ ମହାରଣାଙ୍କୁ ନିର୍ମମ ହତ୍ୟା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।

    ଭୁବନେଶ୍ୱରର ଜିଜିପି କଲୋନୀ ଖେଳପଡ଼ିଆରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଲୋକପ୍ରିୟ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ସଂଘବଦ୍ଧ ଭାବେ ଛୁରାମାଡ଼ କରି ହତ୍ୟା କରାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ରାତିରେ ରାହୁଲ ଓ ତାଙ୍କର ୪ ଜଣ ସାଙ୍ଗ ଏକ ପାର୍କରେ ବସିଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ସାମାନ୍ୟ ପାଟିତୁଣ୍ଡ ପରେ ଉଗ୍ରରୂପ ନେଇଥିଲା ଏବଂ ଉତ୍ତ୍ୟକ୍ତ ଯୁବକମାନେ ରାହୁଲଙ୍କ ଛାତିକୁ ଛୁରୀରେ ଭୁସି ଦେଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡ ହଠାତ୍‌ ହୋଇନାହିଁ। ପ୍ରାୟ ୩ ମାସ ପୂର୍ବରୁ ରାହୁଲଙ୍କୁ ମାରିବା ପାଇଁ ପ୍ଲାନ ପ୍ରସ୍ତୁତ କରାଯାଇଥିଲା।

    ଏହି ଆକ୍ରମଣରେ କେବଳ ରାହୁଲ ନୁହଁନ୍ତି, ବରଂ ଅନ୍ୟ ୩ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଜେରା କରାଯାଉଛି। ପୂର୍ବ ଶତ୍ରୁତା କିମ୍ବା ଟଙ୍କା ପଇସା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ରାହୁଲଙ୍କ ପାର୍ଥିବ ଶରୀର ଜଗନ୍ନାଥନଗର ସ୍ଥିତ ବାସଭବନରେ ପହଞ୍ଚିଛି। ପରିବାର ଲୋକଙ୍କ କାନ୍ଦବୋବାଳିରେ ସାରା ଅଞ୍ଚଳ ଫାଟି ପଡୁଛି। “ଆମ ପୁଅକୁ ଯୋଜନାବଦ୍ଧ ଭାବେ ମରାଯାଇଛି। ଆମକୁ ନ୍ୟାୟ ଦରକାର ଏବଂ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳୁ,” ବୋଲି ରାହୁଲଙ୍କ ପରିବାର ବର୍ଗ ଦାବି କରିଛନ୍ତି।

  • ଛାତରୁ ପଡ଼ି ନଥିଲେ ନିକିତାଙ୍କୁ  ମାରି ଦେଇଥିଲେ ସ୍ୱାମୀ

    ଛାତରୁ ପଡ଼ି ନଥିଲେ ନିକିତାଙ୍କୁ ମାରି ଦେଇଥିଲେ ସ୍ୱାମୀ

    ବହୁ ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ହତ୍ୟା ମାମଲାରେ ହୋଇଛି ବଡ଼ ଶୁଣାଣି। ମୃତ ନିକିତାଙ୍କୁ ମିଳିଛି ନ୍ୟାୟ। ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ । ଗୁରୁବାରରେ କଟକର ଏଡିଜେ3 କୋର୍ଟ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୀର୍ଘ 7 ବର୍ଷ ପରେ ମାମଲା ରାୟ ଆସିଥିବା ବେଳେ ନିକିତା ଙ୍କୁ ନ୍ୟାୟ ମିଳିଛି। ତେବେ ଆଜି ଝିଅକୁ ମନେ ପକାଇ ଭାବବହ୍ୱଳ ହେବା ସହ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ନିକିତା ଙ୍କ ବାପା ମାଆ ।

    ମୃତ ନିକିତାଙ୍କ ମାଆ କାନ୍ଦି କାନ୍ଦି କୋହଭରା କଣ୍ଠରେ କହିଛନ୍ତି, ”ବିଶ୍ୱାସ ହେଉନି । ଘଟଣାକୁ 7 ବର୍ଷ ବିତିଗଲାଣି । ଖୁସି ଲାଗିଲା । 7 ବର୍ଷ ପରେ ଆମକୁ ନ୍ୟାୟ ମିଳିଛି । ଦୁଃଖ ବି ଲାଗୁଛି ମୁଁ ମୋ ଝିଅକୁ ହରାଇଦେଲି । ମୋ ଛୁଆକୁ ଆଉ ମୁଁ ପାଇବିନି । ସେ ଜେଲରୁ ବାହାରିଯାଇପାରେ । ହେଲେ କଣ ମୋ ଛୁଆକୁ ମୁଁ ଆଉ ଫେରି ପାଇବି । ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଛି । ସେପଟେ ନିକିତାଙ୍କ ବାପା କହିଛନ୍ତି,”ଏହି ରାୟରେ ଆମେ ଆଶ୍ୱସ୍ତି ପାଇଛୁ । ସତ୍ୟର ଜୟ ହେବ ଏହା ମୋର ବିସ୍ୱାସ ଥିଲା । ସତ୍ୟର ଜୟ ହୋଇଚି । ଉଚିତ ନ୍ୟାୟ ଦେଇଛନ୍ତି କୋର୍ଟ ।

    ଖବର ଅନୁଯାୟୀ ମାମଲାଟି ଜାନୁଆରୀ ୪, ୨୦୧୯ର । ଅଭିନେତ୍ରୀ ନିକିତା ଓ ସ୍ୱାମୀ ଲିପନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଛାତ ଉପରେ ମତାନ୍ତର ହୋଇଥିଲା । ଆଉ ତାପରେ ସ୍ୱାମୀ ଲିପନ, ନିକିତାଙ୍କୁ ଛାତ ଉପରୁ ଠେଲି ଦେଇଥିଲେ । ମୃତ୍ୟୁ ସମୟରେ ନିକିତା ତାଙ୍କ ବାପଘରେ ଥିଲେ । ଘଟଣାଟି କଟକର ମହାନଦୀ ବିହାର ଅଞ୍ଚଳ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ହୋଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ନିକିତାଙ୍କ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିପନଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଲିପନଙ୍କୁ ଗିରଫ କରିଥିଲା । ସେବେଠାରୁ ମାମଲା ବିଚାରଧିନ ରହିଥିବା ବେଳେ ଗୁରୁବାର ଏନେଇ ରାୟ ପ୍ରକାଶ ପାଇଛି । ସ୍ଵାମୀ ଲିପନ ସାହୁଙ୍କୁ ଦେଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

  • English medium ସ୍କୁଲରେରାକ୍ଷସ ପାଲଟିଲେ ଶିକ୍ଷକ ସହ ଶିକ୍ଷୟତ୍ରୀ

    English medium ସ୍କୁଲରେରାକ୍ଷସ ପାଲଟିଲେ ଶିକ୍ଷକ ସହ ଶିକ୍ଷୟତ୍ରୀ

    ବାପା ମା ପିଲା କୁ ଭଲ ସ୍କୁଲରେ ପଢେଇବାକୁ ଚାହୁଁଛନ୍ତି ହେଲେ କେବେ ଏହିଭଳି ଘଟଣା ଶୁଣିଛନ୍ତି କି, ଶିକ୍ଷକ ପାଲଟି ଗଲା ନର ରାକ୍ଷସ, ଚତୁର୍ଥ କ୍ଲାସ ଛାତ୍ରୀଙ୍କ ସହ କରିଥିଲେ ଅମାନୁଷିକ କାଣ୍ଡ | ଲଜ୍ଜ୍ୟା ନୃଶଂସ ଜଘନ୍ୟ ଘଟଣା ଘଟାଇ ଚର୍ଚ୍ଚାରେ ନାଳୁଆ ଶିକ୍ଷକ ସହ ପିଅନ। 4ବର୍ଷ ଲଗାତାର ଛାତ୍ରୀଙ୍କୁ ଦୁଷ୍କର୍ମ କରି ଦେଉଥିଲେ ଯୌନ ଶୋଷଣ | English medium ସ୍କୁଲ ରେ ଘଟିଛି ଏହିଭଳି ଘଟଣା, 4ର୍ଥ କ୍ଲାସ ରୁ ଛାତ୍ରୀ ଙ୍କ ସହ ରଥିଥିଲେ ସମ୍ପର୍କ ସପ୍ତମକ୍ଲାସ ପର୍ଯ୍ୟନ୍ତ ବି ଶିକ୍ଷକ କୁକର୍ମ୍ ଘଟାଇବାକୁ ପଛାଉ ନଥିଲେ, ଶିକ୍ଷକଙ୍କୁ ସାଥ ଦେଉଥିଲେ ସେହି ସ୍କୁଲର ଅଲଗା ସବୁ ଶିକ୍ଷକ ତାଙ୍କ ଭିତରେ ମିଡ଼ିଲ ମ୍ୟାନ୍ ଥିଲେ ଜଣେ ଶିକ୍ଷୟତ୍ରୀ।

    ସୂଚନା ଅନୁଯାୟୀ, ଏହିଭଳି ଘଟଣା ଆସିଛି କେନ୍ଦ୍ରାପଡ଼ା ଆଳି ଥାନା ଅଞ୍ଚଳରୁ | ଯୋଉଠି ବିବ୍ୟା ଗ୍ରହଣ କରାଯାଏ ସେଠୀ ନୃଶଂସ ପାଲଟିଛନ୍ତି ଅନେକ ଶିକ୍ଷକ ସହ ଶିକ୍ଷୟତ୍ରୀ ପିଅନ,, ଯାହା ସାରା ଭାରତରେ ଏହି ଖବର ଚହଳ ପକାଇଛି | ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସବୁ ଶତ ବାହାରୁଚି ଆଳୀ ରେ ଥିବା ଘରୋଇ English medium ସ୍କୁଲ୍ ରୁ |

    ଛାତ୍ରୀ ଜଣକ ଆଜିକୁ 5ବର୍ଷ ଦୁଷ୍କର୍ମର ଶିକାର ହେବ ପରେ ବି ଘର ଲୋକଙ୍କୁ କିଛି କହିନଥିଲେ , କାହିଁକି ନା ସେହି ସ୍କୁଲ ରେ ଛାତ୍ରୀର ସାନ ଭାଇ ପଢୁଥିବା ବେଳେ ଶିକ୍ଷକ ତାକୁ ମାରି ଦବାକୁ ଧମକ ଦେଉଥିଲେ ହେଲେ ଜାନୁଆରୀ 14 ତାରିଖରେ ପୀଡ଼ିତା ଛାତ୍ରୀ ସବୁ ଗୋଟି ଗୋଟି ମାଆ ଙ୍କୁ କହିଦେଇଥିଲେ
    ଯେତେବେଳେ ମାଆ ସ୍କୁଲ କୁ ଯାଇ ହେଡ଼ ସାର୍ ଙ୍କୁ କହିଛନ୍ତି , ହେ ଜ୍ଞାନ କରିଦେଲ ହେଡ ସାର୍, ଶେଷରେ ମା ଆଳୀ ଥାନାକୁ ଯାଇ ସବୁ କହିଥିବା ବେଳେ ପୀଡ଼ିତା ର ବୟାନ ରେକର୍ଡ କରିଛି ପୋଲିସ, ପ୍ରାଥମିକ ତଦନ୍ତ କରି ପୋଲିସ ସବୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଥାନାରେ ଅଟକ ରଖିବା ସହ , କେସ କୁ ପୁରା ହାତକୁ ନେଇଛନ୍ତି କେନ୍ଦ୍ରାପଡ଼ା ଏସପି, ଏବେ ସ୍କୁଲ ର ଇତିହାସ ଖୋଲୁଛି ପୋଲିସ , ଏହିଭଳି ନୃଶଂସ ଶିକ୍ଷକ ମାନଙ୍କୁ କି ଦଣ୍ଡ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

  • ଧନପୁରରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

    ଧନପୁରରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

    ଯାଜପୁର ଜିଲ୍ଲା ଅନ୍ତର୍ଗତ ପାଣିକୋଇଲ ଥାନା ଧନପୁର ଗ୍ରାମ ନିକଟ ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ସ୍ଥାନୀୟ ଶ୍ରୀଧର ବାରିକ ବୋଲି ଜଣାପଡିଛି। ସେ ଅଞ୍ଚଳର ଏକ ରାଇସ ମିଲରେ କାମ କରୁଥିବା ସୂଚନା ମିଳିଛି।

    ଘଟଣାକୁ ନେଇ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ମୃତଦେହ ନିକଟରୁ ଏକ ହାତଲେଖା ଚିଠି ଜବତ ହୋଇଛି। ତଥାପି ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି।

    ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିବା ସୂଚନା ମିଳିଛି। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।ଅନ୍ୟପଟେ, କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଉକ୍ତ ରାଇସ ମିଲ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରିସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।

  • ନୀଳାଦ୍ରିବିହାର ଲଭ ଟ୍ରାଙ୍ଗଲ ହତ୍ୟାକାଣ୍ଡର ବଡ଼ ଖୁଲାସା: କିଲର ଦିନେଶ ଗିରଫ, ପ୍ରେମିକା ଲିଜା ଖସିପାରିବନି

    ନୀଳାଦ୍ରିବିହାର ଲଭ ଟ୍ରାଙ୍ଗଲ ହତ୍ୟାକାଣ୍ଡର ବଡ଼ ଖୁଲାସା: କିଲର ଦିନେଶ ଗିରଫ, ପ୍ରେମିକା ଲିଜା ଖସିପାରିବନି

    ଭୁବନେଶ୍ବର ନୀଳାଦ୍ରିବିହାର ଲଭ ଟ୍ରାଙ୍ଗଲ ହତ୍ୟାକାଣ୍ଡର ବଡ଼ ଖୁଲାସା: କିଲର ଦିନେଶ ଗିରଫ, ପ୍ରେମିକା ଲିଜା ପରେ ଖସିପାରିବନି। ଅଭିଯୁକ୍ତ କହିଛନ୍ତି, କିମିତି ଏବଂ କାହିଁକି ହତ୍ୟା କରିଥିଲେ। ଜଗତସିଂହପୁରରେ ଆତ୍ମସମର୍ପଣ କରି, ଦିନେଶକୁ ଭୁବନେଶ୍ବର ଆଣି ପୋଲିସ ତାଙ୍କର ଖୋଜଖବର ନେଇଛି।

    ଦିନେଶ ଅନୁସାରେ, ସେ ଲିଜା ତାଙ୍କୁ ବିଶ୍ୱାସ ନ କରି, ନୂଆ ବୟଫ୍ରେଣ୍ଡ ସତ୍ୟବ୍ରତ ସହ ଥିବା ସମୟରେ ଲିଜାର କାର୍ଯ୍ୟ ତାଙ୍କୁ ବିଭତ୍ସ ହତ୍ୟାକୁ ପ୍ରେରଣା ଦେଇଥିଲା। ତିନି ଦିନ ଲୁଚିବା ପରେ, କାଲି ଦିନେଶ ସରେଣ୍ଡର କରିଛି।

    ଦିନେଶ ପୋଲିସ ଆଗରେ ହତ୍ୟାକାଣ୍ଡର ବିସ୍ତୃତ ଖୁଲାସା କରିଛି ଏବଂ ବିଭିନ୍ନ ସୂଚନା ଦେଇଛି। ଏହା ପରେ ଲିଜା ଆଉ ଖସିପାରିବନି। ହତ୍ୟାକାରୀ ଦିନେଶ ଗିରଫ ପରେ, ଆଜି ସିନ୍ ରିକ୍ରିଏସନ ଓ କୋର୍ଟ ଚାଲାଣ ହେବ। ନାୟକ ଦିନେଶଙ୍କର ପୂର୍ବରୁ ଦୁଇଟି ସଙ୍ଗୀନ ମାମଲା ଥିଲା।

  • ଅଦୃଶ୍ୟ ଅପରାଧର ବିସ୍ଫୋରଣ: ଡିଜିଟାଲ ଆରେଷ୍ଟକୁ ‘ଡକାୟତି’ ଘୋଷଣା କଲେ ସୁପ୍ରିମକୋର୍ଟ

    ଅଦୃଶ୍ୟ ଅପରାଧର ବିସ୍ଫୋରଣ: ଡିଜିଟାଲ ଆରେଷ୍ଟକୁ ‘ଡକାୟତି’ ଘୋଷଣା କଲେ ସୁପ୍ରିମକୋର୍ଟ

    ଦେଶର ଡିଜିଟାଲ ଜଗତରେ ଶାନ୍ତି ଭଙ୍ଗ କରିଦେଇଛି ଏକ ଅଦୃଶ୍ୟ ଅପରାଧ ଡିଜିଟାଲ ଆରେଷ୍ଟ। ମୋବାଇଲ୍ ଏବଂ ଇଣ୍ଟରନେଟର ଯୁଗରେ ଲୋକଙ୍କୁ ଭୟ ଦେଖାଇ, ନିଜକୁ ଅଫିସର କହି, ଲକ୍ଷ ଲକ୍ଷ ଟଙ୍କା ଉଠାଏ ଏକ ସୁଠାମ ମାଫିଆ ଶୃଙ୍ଖଳା। ଦେଶରେ ୫୪ ହଜାର କୋଟି ଟଙ୍କାର ଠକେଇକୁ ଡକାୟତି ଭାବେ ବର୍ଣ୍ଣନା କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ଅପରାଧକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ, ଅନ୍ୟ ବ୍ୟାଙ୍କ, ଟେଲିକମ ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅପରାଧ ଏତେ ବଡ଼ ଯେ, ଏପର୍ଯ୍ୟନ୍ତ ୫୪ ହଜାର କୋଟି ଟଙ୍କା ଲୋକମାନେ ହରାଇଛନ୍ତି, କେତେକ ଛୋଟ ରାଜ୍ୟର ବଜେଟ୍‌ରୁ ମଧ୍ୟ ଅଧିକ!

     ଏହି ଅବସ୍ଥାକୁ ଦେଖି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହି ଉଠିଲା, “ଏହା ଠକେଇ ନୁହେଁ… ଏହା ହେଉଛି ଡକାୟତି।” ଏତେ ବଡ଼ ଠକେଇ ବ୍ୟାଙ୍କ ଅଧିକାରୀଙ୍କ ସହଯୋଗ କିମ୍ବା ଅବହେଳାର ପରିଣାମ ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ RBIର ବର୍ତ୍ତମାନ ଥିବା SoP ଏବଂ ଟେଲିକମ ବିଭାଗର ସମାନ ନିର୍ଦ୍ଦେଶାବଳୀ କିମ୍ବା ନିଷ୍ପତ୍ତିଗୁଡ଼ିକୁ ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି।

  • ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ଏହି ଅଭିଯୋଗ ସହିତ କ୍ୟାମ୍ପସରେ ଆଲୋଚନା,ଚର୍ଚ୍ଚା ଓ ଚିନ୍ତାର ବିଷୟ ସୃଷ୍ଟି ହୋଇଛି । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଅଭିଯୋଗ କମିଟି ବା ଆଇସିସି ତଦନ୍ତ କରିଥିଲେ । ତଦନ୍ତ ଶେଷରେ ବିଶ୍ବବିଦ୍ୟାଳୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ସରୋଜ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ, କିମ୍ବା ଶିକ୍ଷାଦାନ କରିପାରିବେ ନାହିଁ। ସେହିପରି, ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

  • କିନ୍ନର ହତ୍ୟା ଘଟଣା: ପୋଲିସ ତନାଘନା, CCTV ଯାଞ୍ଚ ଚାଲିଛି

    କିନ୍ନର ହତ୍ୟା ଘଟଣା: ପୋଲିସ ତନାଘନା, CCTV ଯାଞ୍ଚ ଚାଲିଛି

    ଭୁବନେଶ୍ୱର: ସିଫା ନିକଟରେ ଘଟିଥିବା କିନ୍ନର ହତ୍ୟା ଘଟଣା ପରେ ପୋଲିସ ତନାଘନା କାର୍ଯ୍ୟ ଚାଲାଇଛି। ହତ୍ୟାକାଣ୍ଡରେ ୨ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହରେ ୧୦ ରୁ ଅଧିକ ଲୋକଙ୍କୁ ପିପିଲି ଥାନା ପୋଲିସ ଜେରା କରିଛି।

    ପୋଲିସ ବିଭିନ୍ନ ସ୍ଥାନର CCTV ଫୁଟେଜ ଯାଞ୍ଚ କରୁଛି। ଉତ୍ତରା ଛକରୁ ଭୁବନେଶ୍ୱର ଓ ପୁରୀ ପର୍ଯ୍ୟନ୍ତ ସମସ୍ତ ଲଗାଯାଇଥିବା CCTV ଫୁଟେଜ ଯାଞ୍ଚ କରାଯାଉଛି। ହତ୍ୟାକାଣ୍ଡକୁ ୨ଟି ଦିଗରେ ତଦନ୍ତ କରାଯାଉଛି। ପ୍ରଥମତଃ, ପୋଲିସ ଲୁଟପାଟ ପାଇଁ ହତ୍ୟା ଘଟିଥିବା ସମ୍ଭାବନା ଓ କିନ୍ନର ସମ୍ପ୍ରଦାୟ ମଧ୍ୟରେ ବିବାଦ ଥିବା ସନ୍ଦେହରେ ତଦନ୍ତ କରୁଛି।

    ତଥାପି, ଘଟଣାକୁ ୨ ଦିନ ବିତିଯାଇଥିବା ପରେ ମଧ୍ୟ, ପୋଲିସ ଏପର୍ଯ୍ୟନ୍ତ ମୂଳ ହତ୍ୟାରୀଙ୍କୁ ଧରିପାରିନାହାନ୍ତି। ବ୍ୟବସ୍ଥାପକ ପୋଲିସ ଓ ଅଧିକାରୀ ମାନେ ସମାଜକୁ ସତର୍କ ରହିବା ପାଇଁ ଅନୁରୋଧ କରୁଛନ୍ତି।