
ନବୀନ ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ରାଜ୍ୟ କ୍ୟାବିନେଟ୍ ବୈଠକରେ। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବ ସହ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟର ମୋହର ବାଜିଛି।
ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ତିଆରି ହେବ ନୂତନ ସେତୁ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା ଓ ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବାକୁ ସମୟ ଧାର୍ଯ୍ୟ। ସେତୁ ଦ୍ଵାରା ସହଜ ହେବ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟାତ। ସେହିପରି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।
ଅପରପକ୍ଷରେ ତାଳଚେର ଫର୍ଟିଲାଇଜର ଲିମିଟେଡକୁ ରାଜ୍ୟ ସରକାରଙ୍କ ତରଫରୁ ୮୫୬ ଏକର ଜାଗା କରାଯିବ ପଞ୍ଜିକରଣ । ଷ୍ଟାମ୍ପ ଭେଣ୍ଡର ମାନଙ୍କ କମିସନ ମଧ୍ୟ କରାଯାଇଛି ବୃଦ୍ଧି। ସର୍ବଶେଷରେ କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ରାଜ୍ୟ ସରକାରଙ୍କ ତରଫରୁ ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବ ଓ ଏଥିପାଇଁ ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ ଆଜି ରାଜ୍ୟର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।
ଏହା ସହ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।
Can you be more specific about the content of your article? After reading it, I still have some doubts. Hope you can help me.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?