ବସରେ ଅଗ୍ନିକାଣ୍ଡ,ଛତିଆ ନିକଟରେ ଦୁର୍ଘଟଣା ଘଟାଇ ଜଳିଗଲା ବସ୍

ବାଇକକୁ ଧକ୍କା ଦେଇ ଜଳିଗଲା ବସ୍। ଯାଜପୁର ଜିଲ୍ଲା ଏନ୍ଏଚ୍ ୧୬ ଛତିଆ ନିକଟରେ ଏହି ଦୁର୍ଘଟଣା । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ‘ଚକାଡୋଳା’ ବସ୍‌ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍‌। ପରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ବାଇକକୁ କିଛି ବାଟ ଘୋଷାଡ଼ି ନେଇଥିଲା। ତା’ପରେ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା।ଖବର ପ୍ରସାର ହେବାପରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ବଢି ଯାଇଥିବାବେଳେ ପୋଲିସ ପହଞ୍ଚି ଉତ୍ତେଜନା ପୂର୍ଣ୍ଣ ୧୬ ନଂ ଜାତୀୟ ରାଜପଥକୁ ଆୟତ କରିବା ସହ ବସରେ ଥିବା ଯାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *