ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ୨୦୨୪-୨୫

ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି
ବିହାରରେ ଆଉ ୪ଟି ନୂଆ ଏକ୍ସପ୍ରେସ ଓ୍ବେ ନିର୍ମାଣ ପାଇଁ ସ୍ଥିର ହୋଇଛି
ଏଥିସହିତ ଏୟାରପୋର୍ଟ ବିକାଶ ସହ ମେଡିକାଲ କଲେଜ ସ୍ଥାପନ ହେବ
ବୁଦ୍ଧଗୟା,ରାଜଗିର,ବୈଶାଳୀ ଓ ଦରଭଙ୍ଗାରେ ହେବ ସଡ଼କ ନିର୍ମାଣ
୨୬,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ
୨୧,୦୦୦ କୋଟି ଟଙ୍କାର ପାଓ୍ବାର ପ୍ଲାଣ୍ଟ ପାଇଁ ଘୋଷଣା ହୋଇଛି
ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟିର ଆର୍ଥିକ ସହାୟତା ପାଇଁ ଘୋଷଣା ହୋଇଛି
ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ

କେନ୍ଦ୍ର ସରକାରଙ୍କ ବଜେଟ ଅଧିବେଶରେ ଏଥର ବି ନିରାଶ ହେବାକୁ ପଡିଛି ବିହାରକୁ । କାରଣ ବିହାରକୁ ଯେଉଁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ କେନ୍ଦ୍ର ବଜେଟ୍‌-୨୦୨୪-୨୫ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିନଥିବା ବେଳେ ବଡ଼ ଭେଟି ଘୋଷଣା କରିଛନ୍ତି ।

ବଜେଟରେ ବିହାରରେ ଆଉ ୪ଟି ନୂଆ ଏକ୍ସପ୍ରେସ ଓ୍ବେ ନିର୍ମାଣ ପାଇଁ ସ୍ଥିର ହୋଇଛି । ଏଥିସହିତ ଏୟାରପୋର୍ଟ ବିକାଶ ସହ ଅଧିକ ମେଡିକାଲ କଲେଜ ସ୍ଥାପନ ହେବ । ବୁଦ୍ଧଗୟା, ରାଜଗିର, ବୈଶାଳୀ ଓ ଦରଭଙ୍ଗା ଠାରେ ସଡ଼କ ନିର୍ମାଣ ପାଇଁ ୨୬,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିସହିତ ୨୧,୦୦୦ କୋଟି ଟଙ୍କାର ପାଓ୍ବାର ପ୍ଲାଣ୍ଟ ପାଇଁ ମଧ୍ୟ ଘୋଷଣା କରାଯାଇଛି ।

ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ବଡ ଘୋଷଣା ହୋଇଛି । ସ୍ପେସାଲ ଷ୍ଟାଟସ୍ ଦିଆଯାଇନଥିଲେ ସୁଦ୍ଧା ୧୫,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା ହୋଇଛି । ଏଥିସହିତ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଆମ ସରକାର ଉଦ୍ୟମ କରିଛନ୍ତି । ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କୁହାଯାଉଛି ।

Leave a Reply

Your email address will not be published. Required fields are marked *