ଅଶାନ୍ତ ଷ୍ଟିଲସିଟି, ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ଅଶାନ୍ତ ଷ୍ଟିଲସିଟି । ପୁଣି ରାଉରକେଲାରେ ଯୁବକଙ୍କୁ ନିର୍ମମ ହତ୍ୟା । ବେକ କଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ରାଉରକେଲା ଏସ୍ ଟିଆଇ ଛକ ରେଳବାଇ ଫାଟକ ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗାଢାତୋଳ ଅଞ୍ଚଳର ଅମ୍ରିତ ମହାକୁଡ । ଘଟଣା ସ୍ଥଳରେ ରଘୁନାଥପାଲି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ କରୁଛି । କିଏ ଓ କଣ ପାଇଁ ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏସଟିଆଇ ରେଳବାଇ ଫାଟକ ନିକଟରେ କେହି ଅଭିଯୁକ୍ତ ଜନୈକ ଯୁବକଙ୍କ ବେକ କାଟି ହତ୍ୟା କରିଥିବା ଜଣାପଡିଛି । ଆଜି ସକାଳୁ ଲୋକେ ଯୁବକଙ୍କ ଶବ ଦେଖିବାକୁ ପାଇଥିଲେ । ଖବରପାଇ ରଘୁନାଥପାଲି ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୪ ଦିନରେ ରାଉରକେଲାରେ ଚାରୋଟି ହତ୍ୟା ଘଟଣା ଘଟିଲାଣି ।

ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାତ୍ର ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ଏହି ହତ୍ୟା ଘଟଣାକୁ ପୋଲିସ୍ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଧରିବାରେ ତନାଘନା ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ କହିବ ମାମଲା କେଉଁ ପ୍ରକାରର ଏବଂ ଅପରାଧୀ କିଏ ? ବହୁ ଶୀଘ୍ର ଏହି ମାମଲାର ଅପରାଧିକୁ ପୋଲିସ୍ ଧରିବାପାଇଁ ଦୃଢେ଼ାକ୍ତି ପ୍ରକାଶ କରିଛି ।