
ଜଗତସିଂହପୁର ଓ ପାରାଦ୍ଵୀପ ଥାନା ଅଞ୍ଚଳରୁ ପାଖାପାଖି ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା। ପାରାଦ୍ଵୀପ ଆଦର୍ଶ ଥାନା ଅଧିନ କେବିନ ମାର୍କେଟ ନିକଟ ମୁଣ୍ଡା ପଡା ରୁ ସଞ୍ଜୟ ପୋଦାର ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସଞ୍ଜୟ ଏକ ବାଇକରେ ଯାଉଥିବା ବେଳେ ତାକୁ ପୋଲିସ ଅଟକାଇ ଯାଞ୍ଚ କରିବାରୁ ତା ନିକଟରୁ ୧୧.୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା। ପୋଲିସ ବାଇକ୍ କୁ ଜବତ କରିବା ସହିତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେହିପରି ଜଗତସିଂହପୁର ଥାନା ଅଞ୍ଚଳରୁ ୧୦.୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଜଗତସିଂହପୁର ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ଏସପି ପାରାଦ୍ଵୀପ ଆଦର୍ଶ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।