ବେଧଡକ ମାଡି ଚାଲିଛି ଧଳା ଜହର ବେପାର, ଫାସରେ ପଡିଲା ବେପାରୀ

ଥମୁନି ବ୍ରାଉନ୍‌ସୁଗାର କାରବାର । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ମାହଳ ଗ୍ରାମର ଗଙ୍ଗାଦେଇ ମନ୍ଦିର ନିକଟରୁ ଜଣେ ବ୍ରାଉନଗାର ସୁଗାର ବେପାରୀ ଗିରଫ । ବେପାରୀ ନିକଟରୁ ୬ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା ହେବ ।

ଖବର ଅନୁସାରେ , ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ଲଗାତର ଭାବେ ସଜାଗ ରହିଛି ।ତେବେ ଏକ ବିଶେଷ ସୂତ୍ରରୁ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବାର ଖବର ପାଇ ଅଭୟଚାନ୍ଦପୁର ଥାନର ଏକ ସ୍ବତନ୍ତ୍ର ଟିମ ମାହାଳର ଗଙ୍ଗାଦେଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ବ୍ରାଉନ ସୁଗାର ବିକୁଥିବା ପ୍ରତାପ ଭୋଇ ନିକଟରୁ ୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ ।ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

ତେବେ ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ପୁରା କାରବାରର କେଉଁ କେଉଁ ମାନେ ସାମିଲ ଅଛନ୍ତି । ସେନେଇ କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ଜାରିରହିଛି। ଜଗତସିଂହପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଆସାମୀଙ୍କ ଉପରେ ଚଢ଼ାଉ କରି ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଅଭୟଚାନ୍ଦପୁର ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ।