ବ୍ରାଉନ ସୁଗାର ଜବତ,ଦୁଇ ଗିରଫ

ବଅଁରପାଳ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ଭାଲୁଧରି ସାହି ରେଲୱେ ପାର୍ଶ୍ଵ ଆମ୍ବ ବଗିଚାରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଖବର ପାଇ ନାଲକୋ ପୁଲିସ ସଦଳବଳେ ଗତ କାଲି ସକାଳ ୧୦.୨୫ ରେ ଚଢାଉ କରିଥିଲା।ବ୍ରାଉନ ସୁଗାର ବିକ୍ରୀ କରୁଥିବା ଜଣେ ଯୁବକ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ସତ୍ୟବାନ୍ ସାହୁ ୨୫ ଓ ଅନଗୁଳ ବନ୍ତଳା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ଜଣେ ଯୁବକ ପ୍ରଦ୍ୟୁମ୍ନ ସାହୁ@ ପଦି ୨୬ କୁ କାବୁ କରିବା ସହ ତାଙ୍କ ନିକଟରୁ ୫.୦୧ ଗ୍ରାମ ବ୍ରାଉନ ସୁଗାର୍ , ଏକ ମୋଟର ସାଇକେଲ ନଂ – ଓଡି ୧୯ ଏଚ ୦୩୬୨ ଓ ନଗଦ ୧୬୧୦ ଟଙ୍କା ପୁଲିସ ଜବତ କରି ଥାନାକୁ ଆଣିଥିଲା।ଏହି କାରବାରର ମୂଖ୍ୟ କିଙ୍ଗ ପିନ କୁହାଯାଉଥିବା ଗିରାଙ୍ଗ ଗ୍ରାମର ଝିଲି ସାହୁ ପୁଲିସ କୁ ଚକମା ଦେଇ ଫେରାର ହୋଇଯାଇଛି। ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଯୁବକ ଦୁଇଜଣଙ୍କ ନାମରେ ପୁଲିସ ଏକ ମାମଲା ନଂ -୧୩୧/୨୪ ରୁଜୁ କରି କୋର୍ଟ ଚାଲାଣ କରିଛି। ଥାନାର ତଦନ୍ତକାରୀ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *