ବ୍ରାଜିଲରେଭୟଙ୍କର ବିମାନ ଦୁର୍ଘଟଣା

ବ୍ରାଜିଲର ଭିନ୍ହେଡୋରେ ଭୟଙ୍କର ବିମାନ ଦୁର୍ଘଟଣା ।ଦୁର୍ଘଟଣା ଘଟିବା ସମୟର ଛାତିଥରା ଭିଡିଓ କ୍ଯାମେରାରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣା ହୋଇଥିବା ବିମାନରେ ମୋଟ ୬୮ ଜଣଙ୍କୁ ପରିବହନ କରିବାର କ୍ଷମତା ରହିଛି ମାତ୍ର ବିମାନରେ ୫୮ ଜଣ ଯାତ୍ରୀ ରହିଥିବା ବେଳେ ୪ ଜଣ କ୍ରୁ ମେମ୍ବର ଙ୍କୁ ମିଶାଇ ମୋଟ ୬୨ ଜଣ ରହିଥିଲେ ।

ଏହି ବିମାନ ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ବିମାନଟିର ନାମ ବୋଏପାସ ATR-72 ହୋଇଥିବା ବେଳେ , ବୋଏପାସ୍‌ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ବିମାନଟି କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା।ଖବର ପାଇ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରଚେଷ୍ଟା ପରେ ବିମାନର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହାପରେ ବିମାନର ଭଗ୍ନାବଶେଷ ଭିତରୁ ୬୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *