ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର 57ନଂ ଜାତୀୟ ରାଜପଥ କମଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜଣଙ୍କ ଜୀବନ ।

ଟ୍ରକ୍ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜଗନ୍ନାଥ ମେହେର । ଅନ୍ୟ ଜଣେ ବୋଲେରୋ ଡ୍ରାଇଭର ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହ ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ଏଏସଆଇ ଏବଂ କନଷ୍ଟେବଲ ଗୁରୁତର ଅଛନ୍ତି । ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ଆଜି ଭୋର୍ ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ରେସ୍କ୍ୟୁ ଅପରେସନ୍ ସାରି ବୋଲେରୋରେ ଥାନାକୁ ଫେରୁଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଲପୁର ଛକରେ ସୋନପୁର ଆଡୁ ଆସୁଥିଲା ଏକ ଟ୍ରକ୍ । କମଲପୁର ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବୋଲେରୋଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ପୋଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଆଉ ମାତ୍ର ୫ କିଲୋମିଟର ବାଟ ଯାଇଥିଲେ ସମସ୍ତେ ବାଉଁଶୁଣି ଥାନାରେ ପହଞ୍ଚିଥାନ୍ତେ । ହେଲେ ବିଧିର ବିଧାନ କିନ୍ତୁ ଆଉ କିଛି ଥିଲା । ଘଟଣାସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *