୪ ଦିନ ପରେ ଉଦ୍ଧାର ହେଲା ସମୁଦ୍ରରେ ଫଶିଥିବା ୨ ମାଛ ଧରା ବୋଟ, ସମସ୍ତ ମସ୍ତଜୀବୀ ସୁରକ୍ଷିତ

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନୂଆଗଡ ପଞ୍ଚାୟତର ଦୁଇଟି ମାଛ ଧରା ବୋଟ ମା ପାର୍ବତୀ ଓ ମା କାଳୀ ଅସ୍ତରଙ୍ଗ-ପାରାଦ୍ୱୀପ ମଧ୍ୟ ସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ୪ ଦିନ ଧରି ଅଟକି ଯାଇଥିଲା । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ଥିବାରୁ ମୁହାଣ ମୁହଁରେ ମେରାଇନ ପୋଲିସ କିମ୍ବା କୌଣସି ଉଦ୍ଧାରକାରି ଦଳ ପହଁଞ୍ଚି ପାରୁନଥିଲେ । ଯାହାକୁ ନେଇ ମତ୍ସ୍ୟଜୀବିଙ୍କ ମନରେ ଚିନ୍ତା ବଢିଥିଲା । ଏହାପରେ ଅସ୍ତରଙ୍ଗ ମେରାଇନ ପୋଲିସ ତରଫରୁ ଏଏସଆଇ ସନ୍ତୋଷ ଜେନା ଓ ଯାନ୍ତ୍ରିକ ଅଧିକାରୀ ମାଷ୍ଟର ପ୍ରକାଶ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ଦିନ କିଛି ଶୁଖିଲା ଖାଦ୍ୟ ସହ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଉକ୍ତ ବୋଟ ୨ଟି ପାରାଦ୍ୱୀପ ଠାରୁ ୨୨ ମାଇଲ ଦୂରରେ ରହିଥିବାରୁ ପହଞ୍ଚିବା ସମ୍ଭବ ହୋଇପାରି ନଥିଲା । ଏହାପରେ ଉକ୍ତ ମସ୍ତ୍ୟଜୀବୀଙ୍କ ସମେତ ବୋଟ ୨ଟିକୁ ଉଦ୍ଧାର କରିବା ପାଇଁ ପାରାଦ୍ୱୀପ ତଟରଖି ବାହିନୀ ଏବଂ ସ୍ଥାନୀୟ ବୋଟର ସାହାଯ୍ୟ ଲୋଡ଼ାଯାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ପରେ ମଙ୍ଗଳବାର ଦିନ ଏକ ସ୍ପିଡ଼ ବୋଟ ଜିଆରେରେ ମେକାନିକ ଶହ ୨ଟି ଗିଅର ସାଫ୍ଟ ପହଞ୍ଚିଥିଲା ଫଶିଥିବା ବୋଟ ପାଖରେ । ପରେ ୨ଟି ବୋଟର ଯାନ୍ତ୍ରିକ ତ୍ରୁଟିକୁ ସୁଧାରିଥିଲେ । ଏହାପରେ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ୨ଟି ବୋଟ ଅସ୍ତରଙ୍ଗ ନୂଆଗଡ ଜେଠିରେ ପହଁଞ୍ଚିଥିଲା । ମେରାଇନ ପୋଲିସ ଓ ଅସ୍ତରଙ୍ଗ ମସ୍ତ୍ୟସମ୍ପଦ ବିଭାଗର କର୍ମଚାରୀ ଉପସ୍ଥିତ ରହି ଉକ୍ତ ବୋଟ ସହ ପାଖାପାଖି ୧୨ ଜଣ ମସ୍ତ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *