
ପୁଣି BMC ର ମନମାନି । ଅଳିଆ ବୋଝେଇ ସଫେଇ ଗାଡି ସୈନିକ ସ୍କୁଲ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବା ସମୟରେ ଜଣେ ବ୍ୟକ୍ତି ଅଳ୍ପକେ ଵର୍ତ୍ତି ଯାଇଥିବା ବେଳେ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି ।
ଗାଡିଟି ରାସ୍ତା ମଝିରେ ଓଲଟି ଯାଇଥିବାରୁ ଯାତାୟତ କରୁଥିବା ଲୋକମାନେ କିଛି ସମୟପାଈଁ ଅଟକି ଯାଇଥିଲେ । ଲୋକଙ୍କ ଗହଳି ଦେଖି ଗାଡିଟିକୁ ଚଲାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଥିଲା ।

ଡ୍ରାଇଭର ନିଶା ଗ୍ରସ୍ତହୋଇ ଗାଡିଟିକୁ ଚଳାଉଥିବାରୁ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି । ଅଳିଆ ଗଦା ପାଖରେ ଥିବାରୁ ସେଠାରୁ ଜେସିବି ଆଣି ଗାଡିଟିକୁ ଉଠା ଯାଇଥିଲା ଓ ପରେ ଅନ୍ୟ ଏକ ଡ୍ରାଇଭର ଆସି ଗାଡିଟିକୁ ନେବା ସହିତ ରାସ୍ତାରେ ପଡିଥିବା ଅଳିଆକୁ ଉଠାଇନେଇଥିଲା ।
Can you be more specific about the content of your article? After reading it, I still have some doubts. Hope you can help me.