ସ୍କାନ ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବରପାଲି ସ୍ଥିତ ସ୍କାନ ଷ୍ଟିଲ କାରଖାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହତ୍ତ୍ୱ ପୁର୍ଣ୍ଣ୍ୟ ସେହି ଉଦେଶ୍ୟରେ ପ୍ରତିବର୍ଷ ପରି ଏହିବର୍ଷ ସ୍କାନ ଷ୍ଟିଲ ପକ୍ଷରୁ କାରଖାନା ପରିସରରେ ଅନୁଷ୍ଠିତ କରାଯାଇଥିଲା। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ କାରଖାନାର ପରିଚାଳନା ନିର୍ଦେଶକ ରାଜେଶ କୁମାର ଗଡ଼ୋଡ଼ିଆ ଫେକ୍ଟ୍ରି ପରିଚାଳକ ବିନୀତ କୁମାର ଗଡ଼ୋଡ଼ିଆଙ୍କ ଉପସ୍ଥିତିରେ ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଟନିକ ଭାବେ ଉଦଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରକୁ ରାଉରକେଲା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏମ. ସୋରେନଙ୍କ ନେତୃତ୍ୱରେ ପବିତ୍ର କୁମାର ପଳାଇ, ସୂବେନ୍ଧୁ କୁମାର ସାହୁ, ଦିଲ୍ଲୀପ କୁମାର ପୁଥାଳ, ଓ ବିରେନ କୁମାର ସିଂଙ୍କ ସହଯୋଗରେ କାରଖାନା ର କାର୍ଯ୍ୟନିର୍ବାହୀ ଶ୍ରମିକ ମାନଙ୍କ ଠାରୁ ରିପୋର୍ଟ ଲେଖିବା ମଧ୍ୟରେ ୭୦ ୟୁନିଟ ସଂଗ୍ରହ କରିଥିବା ଜାଣିବାକୁ ମିଳିଥିଲା ଓ ସମସ୍ତ ରକ୍ତଦାତା ମାନଙ୍କୁ ପ୍ରଶଂସା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିର ରେ କାରଖାନାର ଆର. ଆଇ. ସୁବ୍ରତ କୁମାର ନାୟକ, ହେଚଆର ମୂଖ୍ୟ ହରିଓମ ମିଶ୍ର, ଅତିରିକ୍ତ ହେଚ.ଆର ଶ୍ରୀବତ୍ସ ନାଥ ନାୟକ, ଶ୍ରୁତି ରଞ୍ଜନ ନାୟକ, ଯଜ୍ଞବ୍ରତ ଦାସ, ସରୋଜ କୁମାର ଗୋପ, ଭଦ୍ର ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।