ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ସମ୍ମାନିତ ଅତିଥି ପୁରୁଷୋତ୍ତମ ମିର୍ଦ୍ଧା ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ତେଣୁ ସମସ୍ତ ଛାତ୍ର ଛାତ୍ରୀ ଆଗେଇ ଆସିବାକୁ ଆହ୍ଵାନ ଦିଆଯାଇଥିଲା । ଏଥିରେ ନୃତ୍ୟ, ଗୀତ, ବକ୍ତୃତା ଭଳି ୨୧ଟି ପ୍ରତିଯୋଗୀତାରେ ୩୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମନୋନୀତ ହେବେ। ଜିଲ୍ଲା ସ୍ତରରେ ଉତ୍ତୀର୍ଣ୍ଣ ହେବେ ସେମାନେ ରାଜ୍ୟ ସ୍ତରୀୟ ଶିଶୁ ଦିବସରେ ଭୁବନେଶ୍ଵର ଠାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *