ପ୍ରେମରେ ଅନ୍ଧ ହୋଇ ନେଇଗଲା ୩ଟି ଜୀବନ,ଛୋଟ ପିଲାଙ୍କୁ ବି ଛାଡିଲାନି

ବିବାହିତା ମହିଳାଙ୍କୁ ପ୍ରେମ କଲା, ଆଉ ତାକୁ ପାଇବା ପାଇଁ ସବୁ ସୀମା ଡେଇଁଗଲା । ଶେଷରେ ମୃତ ପ୍ରେମିକାଙ୍କୁ ନଦୀକୁ ଫିଙ୍ଗିବା ସହିତ ତାଙ୍କର ଦୁଇ ପିଲାଙ୍କୁ ମଧ୍ୟ ଜୀବନ୍ତ ନଦୀକୁ ଫିଙ୍ଗି ଦେଇଛି । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଆସିଛି ମହାରାଷ୍ଟ୍ର ପୁନେରୁ । ତେବେ ପୁଲିସ ସୂତ୍ରରୁ ଜଣାପଡିଛି ଯ, ୩୭ ବର୍ଷିୟ ଗଜେନ୍ଦ୍ର ଜଗନ୍ନାଥ ଦଗଦଖୈରଙ୍କ ପ୍ରେମରେ ଅନ୍ଧ ହୋଇଯାଇଥିଲେ ୨୫ ବର୍ଷିୟା ସମରୀନ ନିଶାର ନେଭେରେକର । ସମରୀନ ବିବାହିତା ହୋଇଥିବା ବେଳେ ତାଙ୍କର ମଧ୍ୟ ୨ ଜଣ ଛୋଟ ପିଲା ରହିଥିଲେ । ଏଥିସହିସ ସେ ପୁଣି ଥରେ ମଧ୍ୟ ବର୍ଭବତୀ ହୋଇଥିଲେ । ତଥାପି ସମରୀନ ଗଜେନ୍ଦ୍ରଙ୍କ ପ୍ରେମକୁ ଗ୍ରହଣ କରିନେଇଥିଲେ । ତେବେ ସମରୀନ ପୁନଶ୍ଚ ଗର୍ଭବତୀ ହୋଇଥିବା ଜାଣି ଗଜେନ୍ଦ୍ର ଗର୍ଭ ନଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ । ‌ତେଣୁ, ‌ସେ ନିଜର ବିବାହିତା ଗର୍ଭବତୀ ପ୍ରେମିକାଙ୍କୁ ଧରି ମେଡିକାଲ ଯାଇଥିଲେ । ହେଲେ ଗର୍ଭନଷ୍ଟ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଗଜେନ୍ଦ୍ର ତାଙ୍କ ସାଙ୍ଗ ରବିକାନ୍ତଙ୍କ ସହ ପ୍ରେମିକାଙ୍କ ମୃତଦେହ ହସ୍ପିଟାଲରୁ ଆଣି ଇନ୍ଦ୍ରାୟନି ନଦୀରେ ଫିଙ୍ଗି ଦେଇଥି‌ଲେ । ସମରୀନଙ୍କ ମୃତଦେହ ନଦୀକୁ ଫିଙ୍ଗିବା ବେଳେ ଦେଖି ପାଖରେ ଥିବା ତାଙ୍କର ଦୁଇ ପିଲା କାନ୍ଦିବାକୁ ଆରମ୍ଭ କରିଥିଲେ । ଏହାପରେ ରାଗିଯାଇଥିଲା ପିଶାଚ ପ୍ରେମିକ ଗଜେନ୍ଦ୍ର । ପ୍ରେମିକାଙ୍କ ଦୁଇ ସନ୍ତାନଙ୍କୁ ମଧ୍ୟ ସେହି ନଦୀକୁ ଠେଲି ଦେଇଥିଲେ ।

କିଛିଦନ ଧରି ମହିଳାଙ୍କୁ ତାଙ୍କ ପରିବାର ଲୋକେ ଯୋଗାଯୋଗ କରିବାରୁ ଚେଷ୍ଟା କରୁଥିଲେ ସୁଦ୍ଧା ଯୋଗାଯୋଗ ହୋଇପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ତଲେଗାଁ ଦଭାଡେ ଥାନାରେ ସମରୀନ ଓ ୨ ପିଲାଙ୍କ ନିଖୋଜ ନେଇ ଏଫଆଇଆର କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ଚେର ଖୋଜି ପାଇବାରେ ସଫଳ ହୋଇଥିଲା । ଗଜେନ୍ଦ୍ରଙ୍କୁ କାବୁ କରି ସବୁ ସତ ତାଙ୍କ ପାଟିରୁ ବାହାର କରିଥିଲା । ଏହାପରେ ଘଟଣାର ସମସ୍ତ ବିବରଣୀ ଏକାଠି କରି ଅଭିଯୁକ୍ତ ଗଜେନ୍ଦ୍ର ଓ ତାଙ୍କ ବନ୍ଧୁ ରବିକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *