ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

ସାମ୍ନାକୁ ଆସିଲା ବିଜେପିର ହିଂସ୍ର ରାଜନୀତି । ବାତ୍ୟା ଆଶ୍ରୟ ସ୍ଥଳୀରୁ ଆରମ୍ଭ ହୋଇଥିବା ଗୋଷ୍ଠି କନ୍ଦଳ ଶେଷରେ ଧାରଣ କଲା ଉଗ୍ର ରୂପ । ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରି ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପାଖ ଲୋକ ମାନେ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ୬ ଜଣ ବିଜେପି କର୍ମୀ ମିଶି ମାର୍ଶାଘାଇ ଅନ୍ତେଇ ପଞ୍ଚାୟତ ସରପଞ୍ଚ ସଂଜୟ କୁମାର ସେଠୀଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଦେଥିବା ଫୋନରେ କହିଛନ୍ତି ସରପଞ୍ଚ ।

ତେବେ ଅଭିଯୋଗ ମୁତାବକ, ବାତ୍ୟା ଦାନା ପାଇଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଅଚାନକ କିଛି ଲୋକ ଚପଲ ପିନ୍ଧି ତା ଭିତରକୁ ପଶିଯିବା ସହ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ସରପଞ୍ଚ ସଂଜୟ କୁମାର ସେଠୀ ସେମାନେ କିଏ ପଚାରିବାରୁ ବଚସା ହୋଇଥିଲା । ପରେ ସେମାନେ ଧମକ ଦେଇ ସେଠାରୁ ଚାଲଯାଇଥିଲେ । ଏହାର ମାତ୍ର ଗୋଟିଏ ଦିନ ପରେ ଆଜି ସକାଳ ସାଢେ ଆଠଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପିର ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ କର୍ମୀ ମାନେ ମିଶି ଅଂତେଇ ତିନିଛକ ଟାୱାର ପାଖରେ ସରପଞ୍ଚ ସଞ୍ଜୟ କୁମାର ସେଠୀଙ୍କୁ ମରଣାନ୍ତଣ ଆକ୍ରମଣ କରି ଗୁରୁତର କରିଦେଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସମ୍ପର୍କିୟ ।

ସ୍ଥାନୀୟ ଲୋକେ ସଂଜୟଙ୍କୁ ଉଦ୍ଧାର କରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସଞ୍ଜୟଙ୍କ ପରିବାର ଲୋକେ ସିଧାସଳଖ ବିଜେପି ଦଳର ବିଧାୟକ ଦୁର୍ଗା ପ୍ରସନ୍ନଙ୍କ କର୍ମୀ ମାନଙ୍କ ନାମରେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *