କଡା ଜବାବ ରଖିଲା ବିଜେଡି

ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଗତ ୧୮ତାରିଖରେ ହୋଇଥିବା ସାମ୍ବାଦିକ ସମିଳନୀକୁ କଡା ଜବାବ ଦେଲା ବିଜେଡି। ସୂଚନା ଅନୁଯାୟୀ, ସୁକିନ୍ଦାରେ ଜିଲ୍ଲା ଖଣିଜ ପାଣ୍ଠିରେ ହେଉଥିବା ବିଦ୍ୟାଳୟ ଗୃହ କାମ କୁ ଜଣେ ବ୍ୟକ୍ତି ଜଙ୍ଗଲ ଜମିରେ ବିନା ଅନୁମତିରେ  ନିର୍ମାଣ ହେଉଥିବା ବେଆଇନ ଦର୍ଶାଇ ଜାତୀୟ ସବୁଜ ପ୍ରାଧିକରଣ ରେ ଦ୍ୱାରାସ୍ଥ ହୋଇଥିଲେ, ଯାହା ଫଳରେ ମାନ୍ୟବର କୋର୍ଟ ଜଙ୍ଗଲ ଜମିରେ ଆଇନ ଗତ ଅନୁମତି ନ ନେଇ କିପରି ସମ୍ପୂର୍ଣ ବେଆଇନ ଭାବରେ କାମ ହେଉଛି ପ୍ରଶ୍ନ କରିବା ସହିତ କାମକୁ ସ୍ଥଗିତ ରଖିବା ପାଇଁ ଏନ. ଜି. ଟି. ନିର୍ଦ୍ଧେଶ ଦେଇଛନ୍ତି।

ଏହାକୁ କେନ୍ଦ୍ର କରି ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି, ଏ ପ୍ରସଙ୍ଗକୁ ନେଇ ବିଜେପି ସୁକିନ୍ଦା ରେ ଏକ ସାମ୍ବାଦିକ ସମ୍ବିଳନୀ କରି ବିଜେଡି ଦଳର ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ବିକାଶ ବିରୋଧୀ, ତେଣୁ ସେ ତାଙ୍କ ଦଳର ଜଣେ ବ୍ୟକ୍ତିକୁ ଲଗାଇ ଏସବୁ କାମ ବନ୍ଦ କରିଛନ୍ତି ବୋଲି ଅଭିଯୋଗ କଲାପରେ ଆଜି ବିଜେଡି ପକ୍ଷରୁ ଦାନଗଦି ଅଫିସରେ ଏହାର ସ୍ପଷ୍ଟୀକରଣ ରଖାଯାଇଛି, ବିଜେଡି ତରଫରୁ ମୁଖପାତ୍ର ଦେବୀ ପ୍ରସାଦ ମହାନ୍ତି କହିଛନ୍ତି ବିଜେଡି ସରକାର ସମୟରେ ଏହି ବିଦ୍ୟାଳୟ ଗୃହ ଗୁଡିକନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା, ପୂର୍ବତନ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଯାଜପୁର ଟ୍ରଷ୍ଟିଙ୍କ ପତ୍ର ସଂଖ୍ୟା ୪୯୪/୩୧ ରେ ଦାନଗଦୀ ବ୍ଲକରେ ୧୩୨ ଟି ବିଦ୍ୟାଳୟର ଗୃହ ପାଇଁ ତେର କୋଟି କୋଡିଏ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା ୭୨୮/୨୩ ରେ ଦୁଇ ବ୍ଲକର ୯୯ଟି ବିଦ୍ୟାଳୟ ଲାଇବ୍ରେରୀ ଗୃହ ପାଇଁ  ନଅ କୋଟି ନବେ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା ୧୦୨/୨୪ ରେ ଦୁଇ ବ୍ଲକର ୧୩୧ଟି ବିଦ୍ୟାଳୟର ପାଇଖାନା ପାଇଁ ନଅ କୋଟି ବୟାଅଶୀ ଲକ୍ଷ ପଚାଶ ହଜାର ଟଙ୍କା, ପତ୍ର ସଂଖ୍ୟା ୧୦୩/୨୫ ରେ ଦୁଇ ବ୍ଲକର ୧୩୧ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ତେର କୋଟି ଦଶ ଲକ୍ଷ ଟଙ୍କା, ମଞ୍ଜୁର ହୋଇଥିଲା,ନିର୍ବାଚନ ଆଚରଣ ଵିଧି ଲାଗୁ ହେବାରୁ ଏହି କାମ ହୋଇ ପାରିନଥିଲା। ବିଜୁ ଜନତା ଦଳ ସମୟରେ ଶତାଧିକ କାମ ଜଙ୍ଗଲ ଜମିକୁ ଆଇନ ଗତ ଭାବେ ପରିବର୍ତ୍ତନ କରି କାମ ହେଉଥିଲା, କିନ୍ତୁ ଦୁଃଖ ଦୁର୍ଭାଗ୍ୟର କଥା ନୂଆ ଡବଲ ଇଂଜିନ ବିଜେପି ସରକାର ଆସିବା ପରେ କେଉଁଠି ମୁଠାଏ ମାଟି ନ ପକାଇ ମଞ୍ଜୁର ହୋଇଥିବା ପୁରୁଣା ପ୍ରକଳ୍ପ ଗୁଡିକୁ ବେଆଇନ ଭାବେ ନିଜ ସରକାର ଅଛି ବୋଲି ଦାଦଗିରି କରି ସବୁଆଡେ ବିନା ଫଳକରେ ନିମ୍ନ ମାନର କାମ କରିଚାଲିଛନ୍ତି, ଯେ କୌଣସି ସାଧାରଣ ନାଗରିକ ବେଆଇନ କାମ ହେଲେ କୋର୍ଟରେ ଆଇନର ଆଶ୍ରୟ ନେଇ ପାରିବ ତେଣୁ ଜଣେ ବ୍ୟକ୍ତି ଏହାକୁ ନେଇ ଅଭିଯୋଗ କଲା, କିନ୍ତୁ ନିଜର ଅପାରଗତା ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଆଇନ ବାଟରେ ଯାଇ କାମ ନ କରି ସାମ୍ବାଦିକ ସମ୍ବିଳନୀ କରି ଯେଉଁ ମିଛ ବାର୍ତ୍ତା ଜନସାଧାରଣଙ୍କୁ ବିଜେପି ନେତା କରୁଛନ୍ତି ତାହା ସମ୍ପୂର୍ଣ ଭୂଲ, ବିଜୁ ଜନତା ଦଳ ଗୋଟେ ବିଶାଳ ଆଞ୍ଚଳିକ ଦଳ କିଏ ଦଳକୁ କେତେବେଳେ ଆସିଲା ଗଲା, ବର୍ତମାନ ଯେଉଁ ବ୍ୟକ୍ତି ଜଣଙ୍କ ଏ ନ.ଜି.ଟି ର ଦ୍ୱାରସ୍ତ ହୋଇଛନ୍ତି ସେ ବିଜେପିର କର୍ମୀ, ବିଜେପି ମନ୍ତ୍ରୀଙ୍କ ସହ ତାଙ୍କ ତାଙ୍କର ଫଟୋ ଘୁରିବୁଲୁଛି, ତେଣୁ ବର୍ତମାନର ବିଧାୟକ ଓ ତାଙ୍କ ପରିବାର ଖାଲି କାରଖାନା ଓ ଖଣିରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି। ସୁକିନ୍ଦା ଟ୍ରକ ମାଲିକ ମାନଙ୍କ ପେଟରେ ଫାଷ୍ଟ କମ ଫାଷ୍ଟ ଲୋଡି କରାଇ ନାତ ମାରିଛନ୍ତି, ସୁକିନ୍ଦା ରେ ଗୁଣ୍ଡା ଗର୍ଦୀ, ନାରୀଙ୍କୁ ନିର୍ଯାତନା ବଢିଛି, ବିଜେଡି ସମୟରେ ଯେତେ ସବୁ ପାର୍କ, ଖେଳ ପଡିଆ ହୋଇଥିଲା ସବୁ ରକ୍ଷଣ ବେକ୍ଷଣା ଅଭାବରୁ ଭାଙ୍ଗି ରୁଜି ଜଙ୍ଗଲରେ ପରିଣତ ହେଲାଣି, ତେଣୁ  ଏନ. ଜି. ଟି ଛାଟ ରେ ସତ ଭୂଲ କରି ସତ ନ ମାନି ପରକୁ ଦୋଷ ଦେବା ମୂର୍ଖାମୀ ର ପରିଚୟ ବୋଲି ବିଜେଡି ଜବାବ ରଖିଛି। ଆଜିର ସାମ୍ବାଦିକ ସମ୍ବିଳନୀରେ ଦାନଗଦି ବ୍ଲକ ଅଧକ୍ଷ୍ୟା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଅଧକ୍ଷ ଦିବ୍ୟ ରଞ୍ଜନ ବରାଳ, ସୁରେଶ ଚନ୍ଦ୍ର ଦାସ, ଲୋକନାଥ ଧୀର, ପ୍ରଦୀପ କୁମାର ମହାନ୍ତି, ସିପକ ସାହୁ,ଜୟନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।