
ଗତ ନିର୍ବାଚନରେ ବିଜେପି ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶର ନାରା ଦେଇ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତା ୩୫୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ଉପସ୍ଥାପିତ କରିଥିବା ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅନେକ ଭତ୍ତାଧୀକାରୀଙ୍କ ମାସିକ ଭତ୍ତା ଏବେବି ଅପରିବର୍ତ୍ତିତ ରହିଛି।
ଏହା ଦ୍ବାରା ରାଜ୍ୟର ୫୭ଲକ୍ଷ ଭତ୍ତାଧୀକାରୀଙ୍କ ମଧ୍ୟରୁ ୫୨ ଲକ୍ଷ ଭତ୍ତାଧୀକାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ରେ ଆଜି ତାଳଚେର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ତାଳଚେର ବ୍ଲକ ଓ ତାଳଚେର ପୌରପରିଷଦର ସମସ୍ତ ଜନ ପ୍ରତିନିଧି, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ତେବେ କେବେ ମିଳୁଛି ବଦ୍ଧିତ ଭତ୍ତା ତାହା ଦେଖିବାକୁ ବାକି ରହିଲା