ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

ଡେରାବିଶରେ ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ । ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ କୁକୁଡ଼ା ମଡ଼କ ଘଟଣା ନଜରକୁ ଆସିବା ପରେ ବିଭିନ୍ନ ଫାର୍ମରୁ କୁକୁଡ଼ାଙ୍କ ସାମ୍ପଲ ନେଇ ପରୀକ୍ଷା କରାଯାଇଥିଲା । ସାମ୍ପଲ ପରୀକ୍ଷା ପରେ ଅଂଚଳରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହୋଇଥିଲା ।

ଆଜି ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଡେରାବିଶ ବ୍ଲକ ପ୍ରଶାସନ ନିର୍ଦେଶରେ ଡେରାବିଶ ବ୍ଲକ ଭେଟନାରୀ ଅଫିସର ଓ ସ୍ୱାସ୍ଥ୍ୟ ବିଭାଗର ରିସର୍ଚ୍ଚ ଅଫିସର ଜ୍ୟୋତି ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ପହଂଚି ବାଲିଆ, ଏଣ୍ଡର ଆଦି ଅଞ୍ଚକର ବିଭିନ୍ନ କୁକୁଡ଼ା ଫାର୍ମକୁ ଯାଇ ବାର୍ଡ଼ଫ୍ଲୁ ପଜିଟିଭ ଥିବା କୁକୁଡ଼ାଙ୍କୁ ମାରି ପୋତିଦେଇଛନ୍ତି । ପାଖାପାଖି ୪୪ ବସ୍ତା କୁକୁଡ଼ାଙ୍କୁ ଗାତ ଖୋଳି ସେଥିରେ ପୋତି ଦିଆଯାଇଛି । ଏଥି ସହ, ବାର୍ଡ଼ଫ୍ଲୁ ଆକ୍ରାନ୍ତ ଥିବା କୁକୁଡ଼ା ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି ।

ମେଡିକାଲ ଟିମ ସହାୟତାରେ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ବାର୍ଡ଼ ଫ୍ଲୁ ହେତୁ ଏବେ କୁକୁଡା ଚାଷୀମାନେ ବିପୁଳ କ୍ଷତି ସହିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *