ବାଇକକୁ ପିଟିଲା ବାଇକ, ଜଣେ ମୃତ

ବାଇକକୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଲେ ସିଂଲା ଥାନା ଅନ୍ତର୍ଗତ ରାଇପୁର ଗ୍ରାମର ରାଜେନ୍ଦ୍ର ଜେନା । ସୂଚନା ଅନୁସାରେ ରାଇପୁର ଗ୍ରାମର ରାଜେନ୍ଦ୍ର ଜେନା ଗତ କାଲି ସନ୍ଧ୍ୟାରେ ବାଲିଆପାଳରୁ ଘରକୁ ଫେରିବା ବାଟରେ ଖାଳମୁହାଣୀ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ରାଜେନ୍ଦ୍ର ବାଇକରୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଯାଇ ଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବଦ କରି ଘଟଣାର ତଦନ୍ତ କରୁଛି।