
ଭୁବନେଶ୍ୱର ନୀଳାଦ୍ରି ବିହାର ATM ଛକ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ କରାଯାଇଛି ।
ସୂଚନା ଅନୁସାରେ, ଏକ କଳା ପଲସର ମଟରସାଇକଲରେ ଆସିସଥିବା ଅଜ୍ଞାତ ଦୁର୍ବୃତ୍ତ ବୋମା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ଏକ କାର ଉପରକୁ ବୋମା ଫିଙ୍ଗା ଯାଇ ଥିବାରୁ, ଗାଡ଼ିଟିର କାଚ ଭାଙ୍ଗି ଚୁରମାର ହୋଇଯାଇଛି ।

ବୋମାମାଡ଼ର କାରଣ ଓ କାର ଚାଳକଙ୍କ ଅବସ୍ଥା ବିଷୟରେ ସୂଚନା ମିଳିନାହିଁ ।
ତେବେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ କରାଯାଇଥିବା ଜନସାଧାରଣ ସନ୍ଦେହ କରୁଛନ୍ତି

ନିର୍ବାଚନ ପାଖେଇ ଆସୁଥିବା ବେଳେ, ଭୁବନେଶ୍ୱରରେ ଅପରାଧୀଙ୍କ ଉପଦ୍ରଵ ଏକ ନିତିଦିନିଆ କଥା ହେଲାଣି ।
ବୋମାମାଡ଼ର କାରଣ ଜଣା ପଡି ନାହିଁ, ଘଟଣା ସ୍ଥଳରେ ପୋଲିସ ପଛଞ୍ଚି ତଦନ୍ତ ଆରମ୍ଭ କରିଛି ।